ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିସନଙ୍କ ପ୍ରସ୍ତୁତି । ଅଫିସରଙ୍କ ବଦଳି ପାଇଁ ଦେଲେ ନିର୍ଦ୍ଦେଶ । ନିର୍ଦ୍ଧିଷ୍ଟ ଜିଲ୍ଲାରେ ତିନି ବର୍ଷରୁ ଅଧିକ ସମୟ ରହି ପାରିବେନି କୌଣସି ଅଫିସର ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଇଲେକ୍ସନ୍ କମିଶନ୍ଙ୍କ ଚିଠି । ନିର୍ବାଚନ ପାଇଁ ଅଫିସରଙ୍କ ବଦଳି ନେଇ ଚିଠି ଯୋଗେ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ କମିଶନ୍ । କୌଣସି ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି କେହିବି ଅଫିସର । ଚିଠି କରି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ୍ ।

୨୦୨୪ ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ଏନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଇଲେକ୍ସନ୍ କମିଶନ୍ । ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା, ଏବଂ ସିକ୍କିମ୍ରେ ଜୁନ୍ -୨୦୨୪ ବିଧାନସଭା ନିର୍ବାଚନ ପାଇଁ ଅଫିସରଙ୍କୁ ନିଯୁକ୍ତି ଓ ବଦଳି କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

The post ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିସନଙ୍କ ପ୍ରସ୍ତୁତି । ଅଫିସରଙ୍କ ବଦଳି ପାଇଁ ଦେଲେ ନିର୍ଦ୍ଦେଶ । ନିର୍ଦ୍ଧିଷ୍ଟ ଜିଲ୍ଲାରେ ତିନି ବର୍ଷରୁ ଅଧିକ ସମୟ ରହି ପାରିବେନି କୌଣସି ଅଫିସର । first appeared on Kanak News.

from Kanak News
via <a href="https://ifttt.com/?

ଏଣିକି ଆଧାର ସହ ଲିଙ୍କ ହୋଇପାରେ ସମ୍ପତ୍ତିର କାଗଜପତ୍ର ! ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ : ନିଜର କେତେ ସମ୍ପତ୍ତି ରହିଛି, ଏଣିକି ସେ ସବୁର କାଗଜପତ୍ରରେ ଲିଙ୍କ୍ ହେବ ଆଧାର କାର୍ଡ ! ଆଧାରକାର୍ଡ ସହ ବ୍ୟକ୍ତିଙ୍କର ସମ୍ପତ୍ତି ତାଲିକା ଲିଙ୍କ୍ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବଢୁଥିବା ଭ୍ରଷ୍ଟାଚାର, କଳା ଧନ ଓ ବେନାମୀ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ନାଗରିକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଦଲିଲକୁ ଆଧାର ସହ ଯୋଡିବା ଉପରେ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

ସୂଚନା ଆଧାରରେ, ୩ମାସ ମଧ୍ୟରେ ଏହା ଉପରେ ବିଚାର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଆଧାର ସହିତ ସମ୍ପତ୍ତିର ଦଲିଲ ଲିଙ୍କ୍ କରିବା ପାଇଁ ହାଇକୋର୍ଟ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ । ତେଣୁ ୩ମାସ ମଧ୍ୟରେ ଏନେଇ କେନ୍ଦ୍ର ସରକାର ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଣେ ଆଇନଜୀବୀ କହିଛନ୍ତି । ନାଗରିକଙ୍କ ସମ୍ପତ୍ତି ଦଲିଲ ସହ ଆଧାର ଲିଙ୍କ୍ କରାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ।

ତେବେ ଆବେଦନରେ କୁହାଯାଇଛି କି, ଯଦି ସରକାର ସମ୍ପତ୍ତିକୁ ଆଧାର ସହିତ ସଂଯୋଗ କରନ୍ତୁ ତାହେଲେ ଏହା ବାର୍ଷିକ ଅଭିବୃଦ୍ଧିକୁ ଦୁଇ ପ୍ରତିଶତ ବୃଦ୍ଧି କରିବ । ଏହା ନିର୍ବାଚନ ପ୍ରକ୍ରିୟାକୁ ପରିଷ୍କାର କରିବ । ଯାହା କଳା ଟଙ୍କା ଓ ବେନାମୀ କାରବାରରେ ପରିଣତ ହେଉଛି ।

The post ଏଣିକି ଆଧାର ସହ ଲିଙ୍କ ହୋଇପାରେ ସମ୍ପତ୍ତିର କାଗଜପତ୍ର ! ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ଦିଲ୍ଲୀ ହାଇକୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

ଯୋରନ୍ଦା ଗାଦୀରେ ମୁଖ୍ୟମନ୍ତ୍ରୀ । ୩ଟି ପ୍ରକଳ୍ପର କରିବେ ଶିଳାନ୍ୟାସ ।

କନକ ବ୍ୟୁରୋ: ଯୋରନ୍ଦା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚଳଚଂଚଳ ମହିମା ଗାଦି ଅଂଚଳ । ୩ଟି ପ୍ରକଳ୍ପର ହେବ ଶିଳାନ୍ୟାସ, ମହିମାଗାଦି ଚତୁଃପାଶ୍ୱର୍ର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟମଣ୍ଡପ ଏବଂ ଉପସନା ପୀଠ ଏବଂ ବତୀ ମଣ୍ଡପର ଭୂମିପୂଜନର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମହିମା ଗାଦିର ଉଭୟ କୌପିନଧାରୀ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଯୋରନ୍ଦା ପୀଠକୁ ଆସି ଭିଡ଼ ଜମାଇଛନ୍ତି ।

୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମହିମା ଗାଦି ପରିଦର୍ଶନରେ ଆସି ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ । ମହିମାଗାଦିର ଉନ୍ନତିକରଣ ପ୍ରସ୍ତାବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ମହିମା ଗାଦିର ଉନ୍ନତି କରଣ ପାଇଁ ୧୧୨କୋଟି ଟଙ୍କାର ମଂଜୁର କରିଛନ୍ତି । ମହିମା ଗାଦିର ବିକାଶ କାମ ଶେଷ ହେବା ପରେ ଏହା ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯୋରନ୍ଦା ହାଇସ୍କୁଲ ଖେଳପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି ।

The post ଯୋରନ୍ଦା ଗାଦୀରେ ମୁଖ୍ୟମନ୍ତ୍ରୀ । ୩ଟି ପ୍ରକଳ୍ପର କରିବେ ଶିଳାନ୍ୟାସ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରଥମେ ଶ୍ରୀଜଗନ୍ନାଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଉଜ୍ଜୟୀନିରେ ଥିବାରୁ ସେଠାରେ ତାଙ୍କୁ ନିମନ୍ତ୍ରଣ କରିବାକୁ ଏକ ଟିମ୍ ଆଜି ମଧ୍ୟପ୍ରଦେଶ ଯାତ୍ରା ଆରମ୍ଭ କରିବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୁତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କର ଆଲୋଚନା କରାଯିବ । ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ୩ଜଣ ସଦସ୍ୟ ବାହାରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ଉଜ୍ଜୟିନୀ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦେବେ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରଥମେ ଶ୍ରୀଜଗନ୍ନାଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର । first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପାଇଁ ସୋସିଆଲ ମିଡିଆ ଉପରେ ଲାଗିବ ରୋକ୍! ପୋଷ୍ଟ ପାଇଁ ଉତ୍ତରଦାୟୀ ହେବେ ସମ୍ପୃକ୍ତ ରାଜନୈତିକ ଦଳ । ନିର୍ବାଚନ କମିସନଙ୍କ ଯୋଜନା

କନକ ବ୍ୟୁରୋ: ନିର୍ବାଚନ ସମୟରେ ବିଭ୍ରାନ୍ତିକର ସୋସିଆଲ ମିଡିଆ ପୋଷ୍ଟ ଉପରେ ରୋକ ଲଗାଇବାକୁ ଭାରତୀୟ ନିର୍ବାଚନ କମିସନଙ୍କ ଯୋଜନା । ଆଗକୁ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ପାଇଁ ଉତ୍ତରଦାୟୀ ରହିବେ ସମ୍ପୃକ୍ତ ରାଜନୈତିକ ଦଳ ଓ ଦଳର ନେତା । ଆଦର୍ଶ ଆଚରଣ ବିଧି ଉଲଙ୍ଘନ ନିୟମରେ ସଂଶୋଧନ ପରେ ଏହାକୁ କଡାକଡି କରିବାକୁ ଯୋଜନା କରୁଛନ୍ତି ଭାରତୀୟ ନିର୍ବାଚନ କମିସନ ।

ପୂର୍ବରୁ ଇସିଆଇ ବିଜେପି ଓ ଆପକୁ ଏନେଇ ନୋଟିସ ଜାରି କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ । ତେଣୁ ଜନପ୍ରତିନିଧି ଆଇନରେ ଥିବା ତ୍ରୁଟିକୁ ଦୂର କରିବାକୁ କମିସନ ଚାହୁଁଥିବା ସ୍ପଷ୍ଟ କରାଯାଇଛି । ବିଚାରର ମୁକ୍ତ ବିତର୍କକୁ ନିୟନ୍ତ୍ରଣ ନକରି ମାମଲାରେ ଶୃଙ୍ଖଳା ଏବଂ ସଂଯମ ସୁନିଶ୍ଚିତ କରିବାରେ ଭାରତୀୟ ନିର୍ବାଚନ କମିସନ ବିଶ୍ୱାସ କରନ୍ତି । ଆଗକୁ ଏସବୁ ବ୍ୟବସ୍ଥାରେ ସ୍ୱଛତା ଆଣିବାକୁ କାମ କରାଯାଉଥିବା ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ।

The post ନିର୍ବାଚନ ପାଇଁ ସୋସିଆଲ ମିଡିଆ ଉପରେ ଲାଗିବ ରୋକ୍! ପୋଷ୍ଟ ପାଇଁ ଉତ୍ତରଦାୟୀ ହେବେ ସମ୍ପୃକ୍ତ ରାଜନୈତିକ ଦଳ । ନିର୍ବାଚନ କମିସନଙ୍କ ଯୋଜନା first appeared on Kanak News.

from Kanak News
via <a href="https://ifttt.com/?

ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ । ରାୟ ଶୁଣାଇଲେ ଉଚ୍ଚତମ ନ୍ୟାୟଳୟ ।

କନକ ବ୍ୟୁରୋ: ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତି ଅଭିଯୋଗ ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଅଙ୍କୁଶ ଜାରି କରିଛନ୍ତି । ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି ।

ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇ ପାରିବେ । କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡା଼ନ୍ତ ଆଦେଶ ପ୍ରଦାନ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ବରଗଡ଼ ଜିଲ୍ଲା ଅଧିନ ପଦ୍ମପୁର ଉପଖଣ୍ଡ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ଝଟକା ଲାଗିଛି ।

 

The post ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ । ରାୟ ଶୁଣାଇଲେ ଉଚ୍ଚତମ ନ୍ୟାୟଳୟ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଡରାଇଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୨,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଅଧିକାଂଶ ଆକ୍ରାନ୍ତ କେରଳର ।

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି ସାଂଘାତିକ ହେଉନାହି ାଁ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ ଓ ଜ୍ୱର ଲାଗି ରହୁଛି । ରାଜ୍ୟରେ ଗତ ଡିସେମ୍ବର ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେଶ ଆସିନାହିଁ । ତଥାପି କେନ୍ଦ୍ର ପକ୍ଷରୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କେସ ବଢିବାର ସମ୍ଭାବନା ଥିବାରୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ କୁହାଯାଇଛି । ଏହାସହିତ ପ୍ରତି ୩ ମାସରେ ମକ ଡ୍ରିଲ କରିବାକୁ ପରାମର୍ଶ ଦିଆଯାଇଛି । ଭୟ ଓ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଫେରିବ କି ମାସ୍କ?
– ଉପର ମୁହାଁ କରୋନା
– ୬୦ ବର୍ଷରୁ ବୟସ୍କଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ
– ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ
– ଥଣ୍ଡା, କାଶ, ଜ୍ୱର ଥିଲେ କୋଭିଡ୍ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ
– ଓଡ଼ିଶାରେ ନାହିଁ କୌଣସି ଭୟ
– ଡିସେମ୍ବର ୩ ତାରିଖ ପରଠାରୁ ଚିହ୍ନଟ ହୋଇନାହିଁ କୌଣସି ମାମଲା
– କେରଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
– କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ
– କର୍ଣ୍ଣାଟକ ଓ ପଂଜାବରେ ବି ବଢୁଛି ସଂକ୍ରମଣ

The post ପୁଣି ଡରାଇଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୨,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଅଧିକାଂଶ ଆକ୍ରାନ୍ତ କେରଳର । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଏବେ କେହି ନାହାନ୍ତି କରୋନା ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢିଛି । ବିଭିନ୍ନ ରାଜ୍ୟରୁ କରୋନା ସଂକ୍ରମଣର ଖବର ଆସୁଥିବା ବେଳେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନା ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟ କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶକ । ଆବଶ୍ୟକ ପଡିଲେ, ଟେଷ୍ଟିଂ ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତାମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ।

ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ସହ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଆମେ ସତର୍କ ରହିବା । ସର୍ଭିଲାନ୍ସ ବଢେଇବା ସହ ସତର୍କ ରହିବା ପାଇଁ ସେ ଅପିଲ କରିଛନ୍ତି । ଭାରତରେ ଯେତିକି ଲୋକ ପଜେଟିଭ ଆସିଛନ୍ତି ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏବେସୁଦ୍ଧା ସେଭଳି ଗୁରୁତର ମାମଲା ସାମ୍ନାକୁ ଆସିନି । ତେଣୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶକ ।

The post ରାଜ୍ୟରେ ଏବେ କେହି ନାହାନ୍ତି କରୋନା ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ରାଜ୍ୟ ବିଜେପି ବିଧାୟକ ଦଳ । ରିପୋର୍ଟ କାର୍ଡ ଦେବା ସହ ରାଜ୍ୟରେ ସାଂଗଠନିକ ସ୍ଥିତି ହେବ ଚର୍ଚ୍ଚା ।

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟର ବିଜେପି ବିଧାୟକ । ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିଜେପି ବିଧାୟକ ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ନେଇ ଦଳୀୟ ସ୍ୱତ୍ରରୁ ସୂଚନା ରହିଛି । ଏହି ଅବସରରେ ରାଜ୍ୟ ବିଜେପି ବିଧାୟକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ବିଶେଷ କରି ବର୍ତମାନ ସମୟରେ ଓଡ଼ିଶା ରାଜନୀତିର ସମୀକରଣ କ’ଣ ରହିଛି? ଏପରିକି ରାଜ୍ୟ ବିଜେପିର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇପାରେ । ସେହିପରି ବିଜେପି ବିଧାୟକମାନେ ରାଜ୍ୟ ବିଜେପିର ରିପୋର୍ଟ କାର୍ଡ ଦେଇପାରନ୍ତି । ୨୪ ଲଢ଼େଇରେ କ’ଣ ରହିବ ବିଜେପି ଆଭିମୁଖ୍ୟ ଏବଂ କ’ଣ ରହିବ ଷ୍ଟ୍ରାଟେଜୀ ସେନେଇ ଆଲୋଚନା କରିପାରନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ମୋଦୀଙ୍କୁ ଗୀତା ଉପହାର ଦେଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ହୋଇଥିଲା । ଆଗାମୀ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ପ୍ରଧାନମନ୍ତ୍ରୀ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି । ସେହିପରି ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଛନ୍ତି ।

The post ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ରାଜ୍ୟ ବିଜେପି ବିଧାୟକ ଦଳ । ରିପୋର୍ଟ କାର୍ଡ ଦେବା ସହ ରାଜ୍ୟରେ ସାଂଗଠନିକ ସ୍ଥିତି ହେବ ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ଏଏସଓ ଚୟନ : ପୂର୍ବ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । ଓପିଏସସି ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା ସ୍ପଷ୍ଟ କଲେ ଡିଭିଜନ ବେଞ୍ଚ ।

କନକ ବ୍ୟୁରୋ : ଏଏସଓ ଚୟନରେ ଅନିୟମିତତା ମାମଲାରେ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଡିଭିଜନ ବେଞ୍ଚରେ ଖାରଜ କରାଯାଇଛି । ଓପିଏସସି ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଛନ୍ତି ୨ ଜଣିଆ ଖଣ୍ଡପୀଠ । ପୂର୍ବରୁ ଜଣିକିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହାକୁ ନେଇ ହାଇକୋର୍ଟକୁ ଯାଇଥିଲେ ଅନେକ ପରୀକ୍ଷାର୍ଥୀ । ଆଉ ପରୀକ୍ଷାର୍ଥୀଙ୍କ ପିଟିସନ ଆଧାରରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଡିଭିଜନ ବେଞ୍ଚ ।

ଏହି ରାୟ ଆସିବା ପରେ ୧୧୦୪ ଜଣଙ୍କ ମେରିଟ ଲିଷ୍ଟ କାଏମ ରହିଛି । ଏହାସହ ଯେଉଁଠାରୁ ଚୟନ ପ୍ରକ୍ରିୟା ବନ୍ଦ ହୋଇଥିଲା ସେହିଠାରୁ ପୁଣିଥରେ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାପୂର୍ବରୁ ଏଏସଓ ଚୟନରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ କିଛି ପରୀକ୍ଷାର୍ଥୀ । ଯେଉଁମାନଙ୍କ ପିଟିସନର ଶୁଣାଣି କରି ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ବଦଳରେ ନୂଆ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ରାୟ ଦେଇଥିଲେ । କିନ୍ତୁ ଜଣିକିଆ ଖଣ୍ଡପୀଠର ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନ୍ୟ ପରୀକ୍ଷାର୍ଥୀ । ଏହି ରାୟକୁ ୨ ଜଣିଆ ଖଣ୍ଡପୀଠ ତର୍ଜମା କରନ୍ତୁ ବୋଲି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ସହ ଓପିଏସସି ପରୀକ୍ଷା ପରିଚାଳନାର ଗାଇଡଲାଇନକୁ ତର୍ଜମା କରିଥିଲେ ଦୁଇ ଜଣିଆ ଖଣ୍ଡପୀଠ । ଏହାସହ ପୁରୁଣା ମେରିଟ୍ ଲିଷ୍ଟକୁ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

The post ଏଏସଓ ଚୟନ : ପୂର୍ବ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । ଓପିଏସସି ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା ସ୍ପଷ୍ଟ କଲେ ଡିଭିଜନ ବେଞ୍ଚ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started