ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳୀ । ଭାରତ ସହ ଖେଳିବେ ଶେଷ ଟେଷ୍ଟ ମ୍ୟାଚ୍

କନକ ବ୍ୟୁରୋ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟିକିଆ ଟେଷ୍ଟ ସିରିଜ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ୟାମ୍ପରୁ ଏକ ବଡ ଖବର ଆସିଛି । ଦଳର ପୂର୍ବତନ ଅଧିନାୟକ ଡିନ୍ ଏଲଗର ଏହି ଟେଷ୍ଟ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ।

ଅବସର ନେଇ ଏଲଗର କହିଛନ୍ତି କି ‘ଏହି ଖେଳ ଖେଳିବା ତାଙ୍କର ସବୁଠାରୁ ବଡ ସ୍ୱପ୍ନ ଥିଲା । ହେଲେ ନିଜ ଦେଶ ପାଇଁ ପ୍ରତିନିଧିତ୍ୱ ମିଳିବା ତାଙ୍କ ପାଇଁ ସବୁଠାରୁ ବଡ କଥା ଥିଲା ।’   ଅନ୍ତର୍ଜାତୀୟ ସ୍ତରରେ ୧୨ ବର୍ଷ କ୍ରିକେଟ ଖେଳି ସେ ନିଜକୁ ବେଶ ଗୌରବାନ୍ୱିତ ମନେ କରିଛନ୍ତି ।

କେବଳ ସେତିକି ନୁହେଁ ଏଲଗର କହିଛନ୍ତି କି, ସର୍ବଦା ଭଲ ଜିନିଷର ଶେଷ ହୋଇଥାଏ । ଭାରତ ବିରୋଧରେ ଘରୋଇ ଶୃଙ୍ଖଳା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟର ଶେଷ ମ୍ୟାଚ୍ । ଏହା ଏମିତି ଏକ ଖେଳ ଯାହା ତାଙ୍କୁ ବହୁତ କିଛି ଦେଇଛି । କ୍ୟାପଟାଉନରେ ଭାରତ ବିପକ୍ଷ ମ୍ୟାଚ ମୋର ଶେଷ ମ୍ୟାଚ୍ ହେବ । ଏହା ବିଶ୍ୱରେ ମୋର ସବୁଠାରୁ ପସନ୍ଦଯୋଗ୍ୟ ଷ୍ଟାଡିୟମ  ବୋଲି ଏଲଗର କହିଛନ୍ତି    । ସୂଚନା ଥାଉକି ୨୦୨୩ ପ୍ରାରମ୍ଭରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକ ପଦରୁ ବିଦା କରାଯାଇଥିଲା  ଓ ତାଙ୍କ ସ୍ଥାନରେ ଟେମ୍ବା ବାବୁମାଙ୍କୁ ଦାୟିତ୍ୱ ମିଳିଥିଲା ।

୩୬ ବର୍ଷିୟ ଡିନ୍ ଏଲଗର ଦେଶ ପାଇଁ ୮୪ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି କ୍ରମରେ ସେ ୫୧୪୬ ରନ କରିଛନ୍ତି । ଟେଷ୍ଟ କ୍ରିକେଟରେ ଏଲଗର ୧୩ଟି ଶତକ ଓ ୨୩ଟି ଅର୍ଦ୍ଧଶତକ କରିଛନ୍ତି । ଏଲଗର ୮ଟି ଏକଦିବସୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଏଥିରେ ସେ ୧୦୪ ରନ କରିବା ସହ ଅନ୍ତର୍ଜାତୀୟ କ୍ର୍ରିକେଟରେ ମୋଟ ୧୭ଟି ୱିକେଟ ହାସଲ କରିଛନ୍ତି ।

The post ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳୀ । ଭାରତ ସହ ଖେଳିବେ ଶେଷ ଟେଷ୍ଟ ମ୍ୟାଚ୍ first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଭାରତ ଫେରିଲେ ବିରାଟ କୋହଲି । ଜାଣନ୍ତୁ ପୂରା ଘଟଣା କଣ?

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତ ଫେରି ଆସିଛନ୍ତି । ପରିବାରର କୌଣସି ଜରୁରୀ କାମ ପାଇଁ ବିରାଟ ଦେଶକୁ ଫେରିଛନ୍ତି । ତେବେ କେଉଁ କାରଣ ପାଇଁ କୋହଲି ଭାରତ ଫେରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଯେଉଁଥିପାଇଁ ତିନି ଦିବସୀୟ ମ୍ୟାଚରେ କୋହଲିଙ୍କୁ ଦେଖିବାକୁ ମିଳିନଥିଲା । ତେବେ ବିସିସିଆଇ ସୂତରୁ ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବିରାଟ ଟିମ୍ ସହ ଯୋଗ ଦେବେ । ଆସନ୍ତା ୨୬ ତାରିଖରେ ସେଞ୍ଚୁରିଆନରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ବିରାଟ କୋହଲି ୩ ଦିନ ପୂର୍ବରୁ ହିଁ ମୁମ୍ବାଇ ଫେରି ଆସିଥିଲେ । ଏଥିପାଇଁ ବିସିସିଆଇ ଓ ଟିମ୍ ମ୍ୟାନେଜମେଣ୍ଟର ଅନୁମତି ମଧ୍ୟ ନେଇଥିଲେ । ଅନ୍ୟପଟେ ପ୍ରଥମ ଟେଷ୍ଟ ପୂର୍ବରୁ ଆଙ୍ଗୁଠିରେ ଆଘାତ କାରଣରୁ ଟିମରୁ ବାଦ୍ ପଡିଛନ୍ତି ଓପନର ଋତୁରାଜ ଗାଏକ୍ୱାଡ । ସେହିଭଳି ମହମ୍ମଦ ସାମି ମଧ୍ୟ ଏହାପୂର୍ବରୁ ଫିଟନେସ ସମସ୍ୟା କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଘୋଷିତ ଟିମରେ ସ୍ଥାନ ପାଇଥିବା ଖେଳାଳୀଙ୍କ ମଧ୍ୟରୁ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ରନ୍ ହାସଲ କରିଛନ୍ତି । ତେଣୁ ବିରାଟଙ୍କ ଭଳି ଅନୁଭବୀ ଖେଳାଳୀ ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ପାଇଁ ଟ୍ରମ୍ପକାର୍ଡ ସାଜିବେ ।

The post ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଭାରତ ଫେରିଲେ ବିରାଟ କୋହଲି । ଜାଣନ୍ତୁ ପୂରା ଘଟଣା କଣ? first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂଙ୍କୁ ଝଟକା । ଖାରଜ କଲେ ଜାମିନ ଆବେଦନ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ପୁଣି ଝଟକା ଲାଗିଛି । ଏହି ମାମଲା ସହ ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ସଂଜୟ ସିଂଙ୍କ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ବିଚାରପତି ଏମ କେ ନାଗପାଲ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ଜାମିନ ଆବେଦନର ଶୁଣାଣି କରି ଡିସେମ୍ବର ୧୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାଓଜ ଏଭିନ୍ୟୁ କୋର୍ଟ ସଂଜୟ ସିଂଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଅର୍ଥ ହେରଫେର ମାମଲାର ଅଭିଯୁକ୍ତ ସଂଜୟ ସିଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇ ଅକ୍ଟୋବର ୪ ତାରିଖରୁ ଜେଲରେ ରହିଛନ୍ତି ।

The post ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂଙ୍କୁ ଝଟକା । ଖାରଜ କଲେ ଜାମିନ ଆବେଦନ first appeared on Kanak News.

from Kanak News
via <a href="https://ifttt.com/?

ମାୟାବତୀଙ୍କ ସରକାରରେ ଥିଲେ ଶିକ୍ଷାମନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ରାକେଶ ଧର ତ୍ରିପାଠୀଙ୍କୁ କୋର୍ଟ ଦଣ୍ଡବିଧାନ କରିଛନ୍ତି । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମାନା ରାଶି ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହ କୋର୍ଟ ରାକେଶ ଧରଙ୍କୁ ତୁରନ୍ତ ହେପାଜତକୁ ନେଇ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦଣ୍ଡିତ ହୋଇଥିବା ରାକେଶ ଧର ତ୍ରିପାଠୀ ୨୦୦୭ ମେ ୧ ତାରିଖରୁ ୨୦୧୧ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ମାୟାବତୀଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଥିଲେ । ତାଙ୍କ ଉପରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ କୋର୍ଟ ତ୍ରିପାଠୀଙ୍କୁ ସ୍ପଷ୍ଟିକରଣ ମାଗିଥିଲେ । ହେଲେ ତ୍ରିପାଠୀ ସନ୍ତୋଷଜନକ ସ୍ପଷ୍ଟିକରଣ ଦେଇପାରି ନଥିଲେ । ଶୁକ୍ରବାର ଦିନ ସ୍ପେଶାଲ ଜଜ୍ ଡା. ଦିନେଶ ଚନ୍ଦ୍ର ଶୁକ୍ଳା ରାକେଶ ଧରଙ୍କ ବିରୋଧରେ ଦଣ୍ଡବିଧାନ କରିଛନ୍ତି ।

ପୂର୍ବତନ ଶିକ୍ଷାମନ୍ତ୍ରୀ ରାକେଶ ଧର ତ୍ରିପାଠୀଙ୍କ ବିରୋଧରେ ଦୁର୍ନୀତି ବିରୋଧୀ ଅଧିନିମ କ୍ରମରେ ଦଣ୍ଡବିଧାନ ହୋଇଛି । ଇନସ୍ପେକ୍ଟର ରାମସୁଖ୍ ରାମ ତ୍ରିପାଠୀଙ୍କ ବିରୋଧରେ ୨୦୧୨ ନଭେମ୍ବର ୨୩ ତାରିଖରେ ପ୍ରୟାଗରାଜର ମୁଠିଗଞ୍ଜ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ଦାଖଲ ହେବା ପରେ ପୋଲିସ ତୁରନ୍ତ ଏହି ମାମଲାକୁ ଭିଜିଲାନ୍ସ ହାତକୁ ଦେଇଥିଲେ । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରି ବାରଣାସୀ ଜିଲ୍ଲା କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ପରେ ଏହି ମାମଲା ଏମପି-ଏମଏଲଏର ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।

The post ମାୟାବତୀଙ୍କ ସରକାରରେ ଥିଲେ ଶିକ୍ଷାମନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ first appeared on Kanak News.

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମନାକଲେ ଆମେରିକା ରାଷ୍ଟ୍ରପତି । ଜାଣନ୍ତୁ କିଏ ହୋଇପାରନ୍ତି ମୁଖ୍ୟ ଅତିଥୀ

କନକ ବ୍ୟୁରୋ : ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଜଣେ ବିଦେଶୀ ନେତା ମୁଖ୍ୟ ଅତିଥି ହେବାର ପରମ୍ପରା ରହିଛି । ଏହି କ୍ରମରେ ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ମୁଖ୍ୟ ଅତିଥୀ ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ କୌଣସି କାରଣରୁ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାପରେ ଭାରତ ତରଫରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ମାକ୍ରୋ ଏହି ନିମନ୍ତ୍ରଣକୁ ସ୍ୱୀକାର କରନ୍ତି ତେବେ ସେ ଷଷ୍ଠ ଥର ପାଇଁ ମୁଖ୍ୟ ଅତିଥୀ ହେବାକୁ ଯାଉଛନ୍ତି ।

୯୭୬ ମସିହାରୁ ଏପର୍ଯ୍ୟନ୍ତ ଭାରତ ୫ଥର ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ସାମିଲ କରିଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫ୍ରାନ୍ସର ବେଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହି ପରେଡରେ ଯୋଗ ଦେବାରେ ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଏହି ପରେଡରେ ଭାରତୀୟ ରାଫାଲ ମଧ୍ୟ ତାର ପରାକାଷ୍ଠା ଦେଖାଇଥିଲା ।

ସେପଟେ ନିମନ୍ତ୍ରଣକୁ ଗ୍ରହଣ ନକରିବା ପଛରେ ଜୋ-ବାଇଡେନଙ୍କର କଣ ରହିଛି କାରଣ ସେନେଇ ଆମେରିକୀୟ ରାଜଦୂତ ଏରିକ ଗୋସେଟୀ କହିଛନ୍ତି କି, ଭାରତ ତରଫରୁ ନିମନ୍ତ୍ରଣକୁ ବ୍ୟସ୍ତତା କାରଣରୁ ଜୋ-ବାଇଡେନ ଅଗ୍ରାହ୍ୟ କରିଛନ୍ତି । ଏହାସହ ଜାନୁଆରୀ ମାସରେ ଭାରତରେ ହେବାକୁ ଥିବା କ୍ୱାଡ ସମ୍ମିଳନୀକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ବୈଠକ ଜାନ୍ରୁଆରୀ ୨୬ ତାରିଖ ପାଖା ପାଖି ହେବାର ଥିଲା ।

The post ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମନାକଲେ ଆମେରିକା ରାଷ୍ଟ୍ରପତି । ଜାଣନ୍ତୁ କିଏ ହୋଇପାରନ୍ତି ମୁଖ୍ୟ ଅତିଥୀ first appeared on Kanak News.

from Kanak News
via <a href="https://ifttt.com/?

କଟକ ଏସପି ଅଫିସ ଘେରାଉ କରିବ ବିଜେପି । ସଂକଳ୍ପ ଯାତ୍ରା ବେଳେ ବିଜେଡିର ଗୁଣ୍ଡାରାଜକୁ କଡା ବିରୋଧ

କନକ ବ୍ୟୁରୋ: କଟକରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ବିଜେଡ଼ିର ବିରୋଧକୁ ନେଇ ସମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ୍ କରିଛି ବିଜେପି । ୧୦ ତାରିଖରେ କଟକ ଜିଲ୍ଲା କିସନନଗର ଥାନା ମାଣପୁର ପଂଚାୟତରେ ଚାଲିଥିବା କାର୍ଯ୍ୟକ୍ରମକୁ ବିଜେଡି ବିରୋଧ କରିଥିଲା । ଏହାକୁ ନେଇ ୧୨ ତାରିଖରେ ପଂଚାୟତ ଅଫିସ ଆଗରେ ବିଜେପିର ପ୍ରତିବାଦ ବେଳେ ବିଜେପି କର୍ମୀଙ୍କୁ ଆତର୍କିତ ଆକ୍ରମଣ କରିଥିଲା ବିଜେଡି । ଆକ୍ରମଣକୁ ନେଇ ବିଜେପି ପକ୍ଷରୁ କିସନନଗର ଥାନାରେ ଏତଲା ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ବିଜେଡ଼ି ପକ୍ଷରୁ ପାଲଟା ଏତଲା ରଖିଥିବା ବିଜେପି ଅଭିଯୋଗ କରିଛି । ତେଣୁ ବିଜେଡ଼ିର ଗୁଣ୍ଡାରାଜ ବିରୋଧରେ ବିଜେପି କଟକ ଏସପି ଅଫିସ ଘେରାଉ କରିବ ବୋଲି କହିଛି ।

The post କଟକ ଏସପି ଅଫିସ ଘେରାଉ କରିବ ବିଜେପି । ସଂକଳ୍ପ ଯାତ୍ରା ବେଳେ ବିଜେଡିର ଗୁଣ୍ଡାରାଜକୁ କଡା ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ଫଟୋ ।

କନକ ବ୍ୟୁରୋ: ଝାରସୁଗୁଡ଼ା ବେଲପାହାଡ଼ ଫରେଷ୍ଟ ରେଂଜ ଅଧିନ ପିକୋଲରେ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ । ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଥିବା ନେଇ ସୂଚନା ଦେଇଛନ୍ତି ଡିଏଫଓ । ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡ଼ା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଥିବା ବେଳେ ସୁନ୍ଦରଗଡ଼ ହିମଗିରି ଜଙ୍ଗଲରୁ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଆଖପାଖ ଅଂଚଳର ଗ୍ରାମବାସୀ ଭୟଭୀତ ଅଛନ୍ତି । ବନବିଭାଗ ମଧ୍ୟ କଲରାପତରିଆ ଉପରେ ତିକ୍ଷ୍ନ ନଜର ରଖିଥିବା କହିଛି ।

The post ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ଫଟୋ । first appeared on Kanak News.

from Kanak News
via <a href="https://ifttt.com/?

ପୁରୁଷଙ୍କ ରାଗକୁ କମ୍ କରେ ମହିଳାଙ୍କ ଆଖିର ଲୁହ । ପିଏଲଓଏସ୍ ବାୟୋଲୋଜି ରିପୋର୍ଟରୁ ଆସିଲା ତଥ୍ୟ ।

କନକ ବ୍ୟୁରୋ: ପୁରୁଷଙ୍କ ରାଗକୁ କମାଏ ମହିଳାଙ୍କ ଆଖିର ଲୁହ । ବୈଜ୍ଞାନିକଙ୍କ ଗବେଷଣାରୁ ଆସିଲା ରୋଚକ ତଥ୍ୟ । କୁହାଯାଏ ଯେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗିଲେ ମହିଳା ମାନେ ଆଖିର ଲୁହକୁ ହତିଆର ଭାବେ ବ୍ୟବହାର କରିଥାନ୍ତି । ଅର୍ଥାତ କାନ୍ଦିବା ଦ୍ୱାରା ସ୍ୱାମୀଙ୍କ ରାଗ କମ୍ ହୋଇଥାଏ ବୋଲି ମହିଳା ମାନେ ବିଶ୍ୱାସ କରିଥାନ୍ତି । ପିଏଲ୍ଓଏସ୍ ବାଓଲୋଜିରେ ଗୁରୁବାର ପ୍ରକାଶିତ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ମହିଳାଙ୍କ ଆଖିରେ ଲୁହ ଦେଖିଲେ ପୁରୁଷଙ୍କ ରାଗ ଶାନ୍ତ ହୋଇ ଯାଇଥାଏ ବୋଲି ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ଏହାକୁ ନେଇ ଇସ୍ରାଏଲର ବିଜମେନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ପକ୍ଷରୁ ଏକ ଗବେଷଣା କରାଯାଇଛି । ଯେଉଁଥିରୁ ଆଶ୍ଚର୍ୟ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କ ଆଖିର ଲୁହରେ ଥିବା କେମିକାଲ ପ୍ରଭାବରେ ପୁରଷ ଠାରେ ଦେଖାଯାଉଥିବା ରାଗ, ପ୍ରତିଶୋଧପରାୟଣତା ଏବଂ ଚିଡିଚିଡାପଣ ହ୍ରାସ ହେଉଥିବା ପିଏଲଓଏସ ବାୟୋଲୋଜି ଷ୍ଟଡିରେ ପ୍ରକାଶିତ ହୋଇଛି । ମହିଳାଙ୍କ ଆଖିର ଲୁହରେ ଥିବା କେମିକାଲ ପୁରଷଙ୍କ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

ମହିଳା କାନ୍ଦିଲେ ରାଗ ସରିଯାଏ
– ପୁରୁଷଙ୍କ ରାଗକୁ ଶାନ୍ତ କରିଥାଏ ମହିଳାଙ୍କ ଆଖିର ଲୁହ
– ମହିଳାଙ୍କ ଆଖି ଲୁହରେ ଥିବା କେମିକାଲ ତରଳାଇଥାଏ ପୁରୁଷଙ୍କ ହୃଦୟ
– ଲୁହ ଦେଖି କମି ଯାଇଥାଏ ପିରୁଷଙ୍କ ପ୍ରତିଶୋଧ ନେବାର ଇଚ୍ଛା
– ୪୪.୭% ପର୍ୟ୍ୟନ୍ତ କମ୍ ହୋଇଯାଇଥାଏ ପୁରୁଷଙ୍କ ପ୍ରତିଶୋଧର ଇଚ୍ଛା
– ମହିଳାଙ୍କ ଲୁହରେ ତରଳିଯାଇଥାଏ ପୁରୁଷଙ୍କ ହୃଦୟ
– ମହିଳାଙ୍କ ଲୁହରେ କମ୍ ହୋଇଥାଏ ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍
– ପ୍ରଥମେ ମୂଷାଙ୍କୁ ନେଇ କରାଯାଇଥିଲା ଏହି ଗବେଷଣା
– ପରେ ମନୁଷ୍ୟଙ୍କ ଉପରେ କରାଗଲା ପ୍ରୟୋଗ
– ୬୨ ଜଣ ପୁରୁଷଙ୍କୁ ନେଇ କରାଯାଇଛି ଏହି ଗବେଷଣା
– ଲୁହ ବାସ୍ନାରେ ପୁରୁଷଙ୍କ ରାଗ ଶାନ୍ତ ହେଉଯାଉଥିବା ଗବେଷଣାରୁ ସ୍ପଷ୍ଟ
– ଗବେଷଣାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରୁନାହାଁନ୍ତି ଅନ୍ୟ ବୈଜ୍ଞାନିକ
– କାରଣ ଘରୋଇ କଳିରେ କାମ ଦେଉନି ଏହି ଫର୍ମୂଲା

 

The post ପୁରୁଷଙ୍କ ରାଗକୁ କମ୍ କରେ ମହିଳାଙ୍କ ଆଖିର ଲୁହ । ପିଏଲଓଏସ୍ ବାୟୋଲୋଜି ରିପୋର୍ଟରୁ ଆସିଲା ତଥ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ କରାଯାଇଥିଲା ରେଡ୍ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭାବିନୀପୁରରେ ଥିବା ଘରେ ରେଡ୍ ହୋଇଥିଲା । ଏହି ଚଢ଼ାଉ ବେଳେ ବିପୁଳ ସମ୍ପତି ଠାବ କରିଥିଲା ଭିଜିଲାନ୍ସ ।

ଭୁବନେଶ୍ୱରରେ ୨ଟି ବହୁ ମହଲା କୋଠା, ୨ଟି ଫ୍ଲାଟ, ୫ଟି ପ୍ଲଟ, ଅଧ କେଜି ସୁନା, ଆକାଉଂଟରେ ୧ କୋଟି ୩୭ ଲକ୍ଷ ଟଙ୍କା ଜମା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହାସହ ୧ଲକ୍ଷ ୨୧ ହଜାର ଟଙ୍କାର ନଗଦ ମଧ୍ୟ ଜବତ ହୋଇଛି । ଏହା ସହ ଗୋଟିଏ ୪ ଚକିଆ ଗାଡ଼ି ମଧ୍ୟ ଜବତ କରାଯାଇଥିଲା ।

The post ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଡରାଇଲାଣି କରୋନା । କେରଳରେ ପୁଣି ଆଉ ଏକ ଜୀବନ ନେଲା ମାରାତ୍ମକ କରୋନା ।

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେରଳରେ ଭୟଙ୍କର ରୂପ ନେଲାଣି ମହାମାରୀ । ଆଜି ମାରାତ୍ମକ କରୋନା ଆଉ ଏକ ଜୀବନ ନେଇଛି । ଯାହା କରୋନା ଭୟକୁ ବଢାଇ ଦେଇଛି ।

ଓଡିଶାରେ ସେଭଳି କୌଣସ୍ଥି ସ୍ଥିତି ନାହିଁ । କୋଭିଡ୍ ଲକ୍ଷଣ ଦେଖାଦେଲେ ପରିକ୍ଷା କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ପଡିଲେ ପରୀକ୍ଷା ସେଂଟର ବଢାଯିବ । ମାସ୍କ ବାଧ୍ୟତାମୂଳକ ପାଇଁ ବର୍ତମାନ ଗାଇଡଲାଇନ୍ ଆସିନାହିଁ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବର୍ତମାନ ସୁଦ୍ଧା ଓଡିଶାରେ କରୋନାର ନୂଆ ଭାରିଆଂଟ୍ ଚିହ୍ନଟ ହୋଇନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ସତର୍କ ରହିବା । ସର୍ଭିଲାନ୍ସ ବଢାଇବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏବେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗତ ୨୪ ଘଂଟାରେ ଦେଶରେ ପ୍ରାୟ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଲେଣି । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି ସାଂଘାତିକ ହେଉନାହି ାଁ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ ଓ ଜ୍ୱର ଲାଗି ରହୁଛି । ରାଜ୍ୟରେ ଗତ ଡିସେମ୍ବର ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେଶ ଆସିନାହିଁ । ତଥାପି କେନ୍ଦ୍ର ପକ୍ଷରୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

The post ପୁଣି ଡରାଇଲାଣି କରୋନା । କେରଳରେ ପୁଣି ଆଉ ଏକ ଜୀବନ ନେଲା ମାରାତ୍ମକ କରୋନା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started