କୃଷକ ମେଳାରେ ୧୦ କୋଟିର ମଇଁଷି । ଦେଖିବାକୁ ଲୋକଙ୍କ ନାହିଁନଥିବା ଭିଡ ।

କନକ ବ୍ୟୁରୋ: ବିହାର ରାଜଧାନୀ ପାଟଣା ଭେଟନାରୀ ଗ୍ରାଉଣ୍ଡରେ ଆୟୋଜିତ ଡାଏରୀ ଆଣ୍ଡ୍ କ୍ୟାଟେଲ ଏକ୍ସପୋ ମେଳାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା ଯେତେବେଳେ ସେଠାରେ ଭୋଲୁ ପହଞ୍ଚିଥିଲା । ଗୋଲୁ କୌଣସି କୁନି ପିଲା ନୁହେଁ ବରଂ ସବୁଠୁ ଚର୍ଚ୍ଚିତ ମଇଁଷି । ଯାହାର ଦାମ୍ ୧୦ କୋଟିରୁ ଅଧିକ ।

ସୂଚନା ମୁତାବକ, ପାଟଣାରେ ଭୋଲୁ ନାମକ ଏହି ମଇଁଷି ହରିଆଣାରୁ ଆସିଛି । ଏହା ମୁର୍ରା ପ୍ରଜାତିର ମଇଁଷି । ଏହାର ମାଲିକ ନରେନ୍ଦ୍ର ସିଂଙ୍କ କହିବା ଅନୁସାରେ ଏହାର ଖାଦ୍ୟ ପାନୀୟ ପାଇଁ ମାସକୁ ୬୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଭୋଲୁ ପାଇଁ ନରେନ୍ଦ୍ର ସିଂଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁରସ୍କାର ମଧ୍ୟ ମିଳିସାରିଛି ।

ଏହି ମଇଁଷିର ବ୍ୟବହାର ବ୍ରିଡିଙ୍ଗ ପାଇଁ କରାଯାଏ । ଭୋଲୁ ପ୍ରତିଦିନ ୩୦ କେଜି ଘାସ ସହ , ୭ କେଜି ଗହମ, ୫୦ ଗ୍ରାମ ମିନେରାଲ ମିକ୍ସଚର ଖାଏ । ଏହାକୁ କିିଣିବା ପାଇଁ ୧୦ କୋଟି ଯାଏଁ ଡାକରା ହୋଇସାରିଥିଲେ ବି ଏହାକୁ ବିକିବାକୁ ମାଲିକ କିନ୍ତୁ ନାରାଜ ।

The post କୃଷକ ମେଳାରେ ୧୦ କୋଟିର ମଇଁଷି । ଦେଖିବାକୁ ଲୋକଙ୍କ ନାହିଁନଥିବା ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ଖାଦ୍ୟ ଖାଉ ଖାଉ ହାର୍ଟ ଆଟାକରେ ଟଳିିପଡିଲେ ବ୍ୟକ୍ତି । କ୍ୟାମେରାରେ କଏଦ ମୃତ୍ୟୁର ଭିଡିଓ ।

କନକ ବ୍ୟୁରୋ: ଭାରତରେ କିଛି ବର୍ଷ ହେବ ହାର୍ଟ ଆଟାକର ଅଜବ ଅଜବ ଘଟଣା ସାମନାକୁ ଆସୁଛି । ନାଚିବା, ଗୀତ ଗାଇବା, ଚାଲୁ ଚାଲୁ ହୃଦଘାତରେ ଲୋକଙ୍କ ଜୀବନ ଚାଲିଯାଉଛି । ଏହା ପୁଣି କୌଣସି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ନୁହେଁ । ପିଲାଠାରୁ ବୟସ୍କ ସମସ୍ତେ ଏହି ଅକସ୍ମାତ ମୃତ୍ୟୁର ଶିକାର ହେଉଥିବା ଶୁଣିବାକୁ ଏବଂ ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ ଏପରି ଖବର ମିଳିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ପରିବାର ସହ ଖାଇବାକୁ ବସିଥିବାବେଳେ ଡାଇନିଙ୍ଗ ଟେବୁଲରେ ଅଚନକ ଟଳିପଡୁଛନ୍ତି । କେହି କିଛି ଭାବିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଉଛି ।

ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଜନୈକ ବ୍ୟକ୍ତି ପରିବାର ସହ ଏକ ରେଷ୍ଟୁରାଣ୍ଟରେ ଖାବିକୁ ଖାଇବାକୁ ଯାଇଥିଲେ । ୱେଟର ଆସି ଖାଇବା ପରସିଲା । କିନ୍ତୁ ହଠାତ୍ ବ୍ୟକ୍ତି ଜଣକ ସେହି ଟେବୁଲ ଉପରେ ଅଚେତ ହୋଇପଡିଲେ । ପରିବାର ଲୋକ ତାଙ୍କୁ ଆସି ଧରିବା ବେଳକୁ ସେ ବସିଥିବ ଚେୟାରରୁ ତଳକୁ ଗଳିପଡିଥିଲେ । ତାଙ୍କୁ ତୁରନ୍ତୁ ହସ୍ପିଟାଲ ନିଆଯାଇଥିଲେ ବି ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ୯ ଦିନ ପୂର୍ବରୁ ଏଭଳି ଘଟଣା ଦିଲ୍ଲୀ ମେଟ୍ରୋ ଟେନରେ ଘଟିଥିଲା । ଜଣେ ଛାତ୍ର ଯାତ୍ରା କରୁଥିବା ସମୟରେ ହାର୍ଟଆଟାକରେ ତାଙ୍କର ଜୀବନ ଯାଇଥିଲା ।

ଡିସେମ୍ବର ୧୪ ତାରିଖରେ ସିନେ ତାରକା ଶ୍ରେୟସ୍ ତଲପଡେ ମଧ୍ୟ ହୃଦଘାତର ଶିକାର ହୋଇଥିଲେ । ତେବେ ଏନଜିଓଗ୍ରାଫି ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେବାରୁ ତଙ୍କେୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି ।

The post ଖାଦ୍ୟ ଖାଉ ଖାଉ ହାର୍ଟ ଆଟାକରେ ଟଳିିପଡିଲେ ବ୍ୟକ୍ତି । କ୍ୟାମେରାରେ କଏଦ ମୃତ୍ୟୁର ଭିଡିଓ । first appeared on Kanak News.

from Kanak News
via <a href="https://ifttt.com/?

ରାୟଗଡା ଚନ୍ଦ୍ରପୁର ଡାକ୍ତରଖାନା ପରିସରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଠାରେ ଥିବା ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝିଙ୍କ ମୃତ ଦେହକୁ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଛି । ସମ୍ପୂର୍ଣ ଶରୀର ପୋଡିଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଏହି ଘଟଣା ଘଟିଛି । ମୃତକଙ୍କ ନିଜ ଘର କାଶିପୁର ବ୍ଲକରେ। କିଭଳି ପରିସ୍ଥିତିରେ ନିଆଁ ଲାଗି ସେ ମୃତ୍ୟୁ ବରଣ କଲେ ତରି କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି ।

The post ରାୟଗଡା ଚନ୍ଦ୍ରପୁର ଡାକ୍ତରଖାନା ପରିସରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । first appeared on Kanak News.

from Kanak News
via <a href="https://ifttt.com/?

ମାର୍ଗଶୀର ଗୁରୁବାର ଘରେ କଳାକନା ବୁଲାଇଲେ ଚୋର । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଲେ ।

କନକ ବ୍ୟୁରୋ: ଘରେ କଳାକନା ବୁଲାଇଲେ ଚୋର । ମାର୍ଗଶୀର ମାସ ଶେଷ ଗୁରୁବାରରେ ଲୁଟିନେଲେ ଟଙ୍କ, ସୁନାଗହଣା । ଗଂଜାମ ଜିଲ୍ଲା ଖଲିକୋଟ ଥାନା ମଥୁରା ଗାଁରୁ ଆସିଛି ଏଭଳି ଖବର । ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ଘରେ ଚୋର ପସିଥିଲେ । ସବୁ ଆସବାବ ପତ୍ର ଏପଟ ସେପଟ କରିବା ସହ ଟଙ୍କା ଓ ସୁନା, ଗହଣା ଲୁଟି ନେଥିଲେ । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏକ ମମାଲା ରୁଜୁ କରାଯାଇଛି । ପୋଲି ଘଟଣାସ୍ଥଳରେ ପହଁଚି ଛାନ୍ବିନ୍ ଆରମ୍ଭ କରିଛି ।

The post ମାର୍ଗଶୀର ଗୁରୁବାର ଘରେ କଳାକନା ବୁଲାଇଲେ ଚୋର । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଲେ । first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀର ରଜୌରୀରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୫ ଯବାନ ସହିଦ ,ସେନାର ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଆତଙ୍କବାଦୀ ।

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ସେନା ଯବାନ ପ୍ରାଣ ହରାଇଛନ୍ତି ।

ଗୁରୁବାର ଅପରାହ୍ଣ ୪ଟାରେ ସେନାର ଦୁଇଟି ଗାଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କୀ । ଯବାନ ଓ ଆତଙ୍କବାଦୀଙ୍କ ଭିତରେ ମୁହାଁମୁହିଁ ଲଢେଇ ହୋଇଥିଲା । ଏପରିକି ଉଭୟ ପକ୍ଷ ଭିତରେ ହାତାହାତି ଲଢେଇ ହୋଇଥିବା ସୂଚନା ଆସୁଛି । ଘଟଣା ସ୍ଥଳରେ ୨ ଯବାନଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ଆତଙ୍କବାଦୀମାନେ ଯବାନଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି । ଘଟଣାରେ ଡାକ୍ତରଖାନାରେ ଗତକାଲି ୨ ଜଣ ଯବାନ ସହିଦ ହୋଇଥିବାବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି । ଏବେ ବି ଗୁରୁତର ଅବସ୍ଥାରେ ଏକାଧିକ ଯବାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜମ୍ମୁ-କାଶ୍ମୀର ରଜୌରି ଥାନାମଣ୍ଡି- ସୁରନକୋଟ୍ ରୋଡ୍, ଡେରା କି ଗଲି ଠାରେ ଏହି ଘଟଣା ଘଟିଛି ।

The post ଜମ୍ମୁ-କାଶ୍ମୀର ରଜୌରୀରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୫ ଯବାନ ସହିଦ ,ସେନାର ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଆତଙ୍କବାଦୀ । first appeared on Kanak News.

from Kanak News
via <a href="https://ifttt.com/?

ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ଫାଇଭ୍ ଟି ଅଧ୍ୟକ୍ଷ । ମନ୍ଦିର ପ୍ରଶସ୍ତିକରରଣ କାମର କଲେ ସମୀକ୍ଷା ।

କନକ ବ୍ୟୁରୋ: କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପ୍ରଶସ୍ତିକରଣ କାମର ଅଗ୍ରଗତି ବୁଲି ଦେଖିଥିଲେ ଫାଇଭ୍-ଟି ଅଧ୍ୟକ୍ଷ । କାମର ଅଗ୍ରଗତି ନେଇ ପୂଜକ ମନୋଜ ପଣ୍ଡା ଓ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଥିଲେ । ଫାଇଭ୍-ଟି ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ଏହା ସହ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାମକୁ ଅନୁଧ୍ୟାନ କରି ଏହାକୁ ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

The post ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ଫାଇଭ୍ ଟି ଅଧ୍ୟକ୍ଷ । ମନ୍ଦିର ପ୍ରଶସ୍ତିକରରଣ କାମର କଲେ ସମୀକ୍ଷା । first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟ ଗସ୍ତରେ ରାଜ୍ୟପାଳ । କଫି ବୋର୍ଡ ବୁଲି ଦେଖିଲେ, କଫି ଚାଷୀଙ୍କ ସହ ଆଲୋଚନା କଲେ ।

କନକ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ କୋରାପୁଟ କଫି ବୋର୍ଡ଼ ବୁଲି ଦେଖିବା ସହିତ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗକୁ କୋରାପୁଟ କଫି କିପରି ଅଧିକରୁ ଅଧିକ ମାତ୍ରାରେ ଉତ୍ପାଦନ ହୋଇପାରିବ ସେ ନେଇ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କଫି ଚାଷୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ବିଭିନ୍ନ କଫି ଷ୍ଟଲ ବୁଲି ଦେଖିଥିଲେ ।

କୋରାପୁଟ ଜଳବାୟୁ ହେଉଛି କଫି ଚାଷ ପାଇଁ ଅନୁକୂଳ । ସେଥିପାଇଁ କୋରାପୁଟରେ କଫି ଉତ୍ପାଦନ ବହୁଳ ମାତ୍ରାରେ କରାଯାଉଛି । ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ଅଧିକରୁ ଅଧିକ ମାତ୍ରାରେ କଫି ଚାଷ କରାଯିବ ଓ କିପରି ବିକ୍ରି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।

The post କୋରାପୁଟ ଗସ୍ତରେ ରାଜ୍ୟପାଳ । କଫି ବୋର୍ଡ ବୁଲି ଦେଖିଲେ, କଫି ଚାଷୀଙ୍କ ସହ ଆଲୋଚନା କଲେ । first appeared on Kanak News.

from Kanak News
via <a href="https://ifttt.com/?

ଯାଜପୁର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଭୋର ୪ଟାରେ ଘରେ ପଶି ଡାକ୍ତର ରଘୁନାଥ ପାଢୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ।

କନକ ବ୍ୟୁରୋ: ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଯାଜପୁର ଜିଲ୍ଲାର ପୂର୍ବତନ ସିଡିଏମଓ ରଘୁନାଥ ପାଢୀଙ୍କୁ ଛୁରାମାଡ଼ କରାଯାଇଛି । ଶୁକ୍ରବାର ଭୋର ୪ଟା ସମୟରେ ଯାଜପୁର ଟାଉନ ସ୍ଥିତ ଘରେ ପଶି କେହି ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଛନ୍ତି । ଘରେ ଡାକ୍ତର ରଘୁନାଥ ପାଢୀ ଏବଂ ତାଙ୍କ ପତ୍ନୀ ଏକୁଟିଆ ରହୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି ।

ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତର ରଘୁନାଥ ପାଢୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିର୍ି କରାଯାଇଛି । ଚୋରି ଉଦେଶ୍ୟରେ ଡାକ୍ତରଙ୍କୁ ଛୁରାମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଯାଜପୁର ଟାଉନ ଥାନା ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରିବା ସହ ଆକ୍ରମଣକାରୀ ଦୁର୍ବୃତ୍ତଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ।

The post ଯାଜପୁର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଛୁରାମାଡ଼ । ଭୋର ୪ଟାରେ ଘରେ ପଶି ଡାକ୍ତର ରଘୁନାଥ ପାଢୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ । first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଭାରତ । ଶେଷ ମ୍ୟାଚ ଘରୋଇ ଦଳକୁ ୭୮ ରନରେ ପରାସ୍ତ କଲା ରାହୁଲ ବାହିନୀ ।

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍ କବଜା କଲା ଭାରତ । ଶେଷ ଦିନିକିଆରେ ଘରୋଇ ଦଳକୁ ୭୮ ରନରେ ପରାସ୍ତ କରି ଭାରତ ୨-୧ରେ ସିରିଜ୍ କବଜା କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୯୬ ରନ୍ କରିଥିଲା । ଦମଦାର ଶତକ ହାସଲ କରିଥିଲେ ସଞ୍ଜୁ ସାମ୍ସନ୍ । ୧୦୮ ରନରେ ଇନିଂସ ଖେଳିଥିଲେ ସଞ୍ଜୁ ସାମ୍ସନ । ସଞ୍ଜୁଙ୍କ ଖେଳ ଜୀବନର ୧୬ ତମ ଦିନିକିଆରେ ପ୍ରଥମ ଶତକ ହାସଲ କରିଥିଲେ ।

ସେହିପରି ତିଲକ ବର୍ମା ୫୨ ରନରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୨୧୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଟୋନି କୋର୍ଜି ୮୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ । ହେଲେ ପୁଣି ଥରେ ଦମଦାର ପ୍ରଦର୍ଶନ କରିଥିଲେ ଅର୍ଶଦୀପ ସିଂ । ୪ଟି ୱିକେଟ୍ ନେଇ ଘରୋଇ ଦଳକୁ ଧରାଶାୟୀ କରାଇଥିଲେ ।

The post ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଭାରତ । ଶେଷ ମ୍ୟାଚ ଘରୋଇ ଦଳକୁ ୭୮ ରନରେ ପରାସ୍ତ କଲା ରାହୁଲ ବାହିନୀ । first appeared on Kanak News.

from Kanak News
via <a href="https://ifttt.com/?

ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ ଯାତ୍ରୀ ଗୁରୁତର, ଏକାଧିକ ଆହତ । କୋଣାର୍କ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ଯାତ୍ରୀ ଗୁରୁତର ଆହତ । କୋଣାର୍କ ନିକଟ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ଘଟିଛି । ଭଦ୍ରକ ତିହିଡିରୁ ୧୨ଜଣ ପର୍ଯ୍ୟଟକଙ୍କୁ ନେଇ କୋଣାର୍କ ଆସିଥିଲା ଏହି ବୋଲେରୋ । ଶୁକ୍ରବାର ଭୋର ୪ଟା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିବା ପରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ଭଦ୍ରକ ତିହିଡି ଅଂଚଳର ଗୌରାଙ୍ଗ ବାରିକ, ସୁକାନ୍ତି ବାରିକ, ସୁମିତ୍ରା ବାରିକ ଏବଂ ସଂଜୟ ବେଜ । ସମସ୍ତ ଗୁରୁତର ଆହତଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ କରୁଛି ।

The post ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ ଯାତ୍ରୀ ଗୁରୁତର, ଏକାଧିକ ଆହତ । କୋଣାର୍କ ଜୁଣେଇ ବଜାର ନିକଟରେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started