ପୋଲିସ କାବୁରେ ଠକ ଦମ୍ପତ୍ତି । ଶସ୍ତାରେ ନୂଆ ଗାଡି ଦେବା ନାଁରେ ଠକିନେଲେ ୫୦ କୋଟିରୁ ଅଧିକ ଟଙ୍କା । ଠକ ସ୍ୱାମା, ସ୍ତ୍ରୀଙ୍କୁ ବାନ୍ଧିଲା ନୟାପଲ୍ଲୀ ପୋଲିସ ।

କନକ ବ୍ୟୁରୋ: ଲଟେରୀ ଗାଡିକୁ ବିକ୍ରି କଲେ । କୋଟି କୋଟି ଟଙ୍କା ଚଳୁ କଲେ । ଏଭଳି ଏକ ଠକ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏମାନେ ୫୦ ପ୍ରତିଶତ ଡିସକାଂଉଟରେ ନୂଆ କାର ଦେବାର ଲୋଭ ଦେଖାଇ ଲୋକଙ୍କଠାରୁ ଅଗ୍ରୀମ ଟଙ୍କା ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଏହି ୩ ଜଣଙ୍କୁ ଗିରଫ କରାଯାଇଛି ।

ଏହି ଠକେଇ ରାକେଟର ମାଷ୍ଟରମାଇଣ୍ଡ ଥିଲେ ଶିବରାମ ଗୌଡ, ତାଙ୍କ ପତ୍ନୀ ଉଷାରାଣୀ ବାରିକ ଓ ଅକ୍ଷୟ ଗୌଡ । ଉଷାରାଣୀଙ୍କୁ ଛତ୍ରପୁର ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି । ୨୦୧୫ରୁ ଏହି ଗ୍ୟାଙ୍ଗ ଠକିବା ଯୋଜନା ଆରମ୍ଭ କରିଥିଲେ । ୨୦୧୫ରୁ ୨୦୧୬ ମଧ୍ୟରେ ଏମାନେ ବିଭିନ୍ନ ଲଟେରୀ ସ୍କାମ ମାଧ୍ୟମରେ ୨୦ଟି କାର ଜିତିଥିଲେ । ଆଉ କାର ବିକ୍ରି କରିବା ସମୟରେ ଫଟୋ, ଭିଡିଓ ରଖିଥିଲେ । ଆଉ ଗ୍ରାହକଙ୍କୁ ବିଶ୍ୱାସ ଜନ୍ମେଇବା ପାଇଁ ଏହି ସବୁ ଫଟୋ ଦେଖାଇ ଟଙ୍କା ଅଗ୍ରୀମ ନେଇ ଫେରାର ହୋଇଯାଉଥିଲେ ।

The post ପୋଲିସ କାବୁରେ ଠକ ଦମ୍ପତ୍ତି । ଶସ୍ତାରେ ନୂଆ ଗାଡି ଦେବା ନାଁରେ ଠକିନେଲେ ୫୦ କୋଟିରୁ ଅଧିକ ଟଙ୍କା । ଠକ ସ୍ୱାମା, ସ୍ତ୍ରୀଙ୍କୁ ବାନ୍ଧିଲା ନୟାପଲ୍ଲୀ ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି । ଅନୁଭବ କହିଲେ, ବାପା ସୁସ୍ଥ ହେବା ପରେ କରିପାରନ୍ତି ଦ୍ୱିତୀୟ ବିବାହ ।

କନକ ବ୍ୟୁରୋ: ବିବାହ ବିଚ୍ଛେଦକୁ ନେଇ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କନକ ନ୍ୟୁଜକୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି, ସେ ଯାହା ଚାହୁଁଥିଲେ ତାହା ହୋଇଛି । ହାଇକୋର୍ଟରୁ ତାଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି । କୋର୍ଟଙ୍କ ରାୟ ପରେ ବିବାହ ବିଚ୍ଛେଦର ବାଟ ଫିଟିଯାଇଛି । ବାପାଙ୍କ ଦେହ ଭଲ ହେଲେ ଦ୍ୱିତୀୟ ବିବାହ କରିବେ ବୋଲି ଅନୁଭବ କହିଛନ୍ତି ।

ବାହାଘରକୁ ମାସେ ପରେ ୧୦ ବର୍ଷ ପୁରିବାକୁ ଯାଉଛି । କିନ୍ତୁ ପ୍ରକୃତରେ ବାହାଘର ହୋଇନଥିଲା କହିଲେ ଚଳେ । ନ୍ୟାୟ ପାଇଁ ସେ ଲଢେଇ କରିଥିଲେ । ନନକଞ୍ଜୁମେସନ ଗ୍ରାଉଣ୍ଡରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ବିବାହ ସତ୍ୱେ ବୈବାହିକ ସଂପର୍କ କାରଣକୁ ନେଇ ଛାଡପତ୍ର ପାଇଁ ଅନୁମତି ଦେଇ ହାଇକୋର୍ଟ ନ୍ୟାୟ ଦେଇଛନ୍ତି । ଏହାପରେ ଯଦି ବର୍ଷା ଆଇନର ଆଶ୍ରୟ ନିଅନ୍ତି ତେବେ ହଇରାଣ କରିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯିବ ବୋଲି ଅନୁଭବ କହିଛନ୍ତି । ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି ।

The post ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି । ଅନୁଭବ କହିଲେ, ବାପା ସୁସ୍ଥ ହେବା ପରେ କରିପାରନ୍ତି ଦ୍ୱିତୀୟ ବିବାହ । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ବିଧାୟକ । ମୋଦିଙ୍କୁ ଭଗବତ୍ ଗୀତା ଉପହାର ହେଲେ ସୂର୍ଯ୍ୟବଂଶୀ ସୂରଜ । ।

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟର ବିଜେପି ବିଧାୟକ । ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ବେଳେ ମୋଦିଙ୍କୁ ଗୀତା ଉପହାର ଦେଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ହୋଇଛି । ଆଗାମୀ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ପ୍ରଧାନମନ୍ତ୍ରୀ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି ।

ସେହିପରି ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଛନ୍ତି । ଏହି ସମୟରେ ଆଗାମୀ ନୀର୍ବାଚନ ରଣନୀତିକୁ ନେଇ ଆଲୋଚନା ହୋଇଛି । ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଛନ୍ତି । ଆଜି ବିଧାୟକମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ସମ୍ଭାବନା ରହିଛି ।

The post ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ବିଧାୟକ । ମୋଦିଙ୍କୁ ଭଗବତ୍ ଗୀତା ଉପହାର ହେଲେ ସୂର୍ଯ୍ୟବଂଶୀ ସୂରଜ । । first appeared on Kanak News.

from Kanak News
via <a href="https://ifttt.com/?

ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ସତର୍କ କରାଇଲା ଡିସିଜିଆଇ ।

କନକ ବ୍ୟୁରୋ: ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ଭାରତର ଡ୍ରଗ୍ କଂଟ୍ରୋଲର ଜେନେରାଲ ବା ଡିସିଜିଆଇ କ୍ଲୋରୋଫିନିରାମାଇନ୍ ମିଲେଟ୍, ଫିନାଇଲଫ୍ରାଇନ୍ କଫ୍ ସିରପ୍ ୪ ବର୍ଷରୁ କମ୍ ବୟସର ଶିଶୁଙ୍କ ବିପଜ୍ଜନକ ବୋଲି କହିଛି । ଏହି ବୟସର ଶିଶୁ ଏପରି କଫ୍ ସିରପ୍ ନନେବା ପାଇଁ ଚେତାଇଛି ଡିସିଜିଆଇ ।

କ୍ଲୋରୋଫିନିରାମାଇନ୍ ମିଲେଟ୍ ଆଇପି ୨ ଏମ୍ଜି ଓ ଫିନାଇଲଫ୍ରାଇନ୍ ଏଚ୍ସିଏଲ୍ ୫ ଏମ୍ଜି କମ୍ବିନେସନ୍ର ସିରପକୁ ମୁଖ୍ୟତଃ ଥଣ୍ଡା କାଶ ଏବଂ ଫ୍ଲୁର ଚିକିତ୍ସା ପାଇଁ ବ୍ୟବହାର ହୋଇଥାଏ । ଗତ ୧୮ ତାରିଖରେ ଡିସିଜିଆଇ ଫିକ୍ସଡ ଡ୍ରଗ୍ସ କମ୍ପିନେସନ୍ ବା ଏଫ୍ଡିସିକୁ ନେଇ ସମସ୍ତ ରାଜ୍ୟକୁ ଚିଠି ଲେଖିଛି । ଏହି କଫ୍ ସିରପ୍ ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ଦିଆଯିବା କଥା ନୁହେଁ ବୋଲି ଚେତବାନୀ ଲେଖାଯାଉ । ବିନା ମଞ୍ଜୁରୀରେ ଥଣ୍ଡାକାଶର ଚିକିତ୍ସା ପାଇଁ ଡ୍ରଗ୍ସ ଫର୍ମୁଲା ବ୍ୟବହାର କରାଯିବା ଉପରେ ଡିସିଜିଆଇ ଚିନ୍ତାବ୍ୟକ୍ତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବିନା ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ଷ୍ଟୋରରୁ ଔଷଧ କିଣି ନନେବାକୁ କହିଛି । ଡିସିଜିଆଇର ସୂଚନା ଅନୁସାରେ ୨୦୧୯ରେ ୧୨ ଶିଶୁଙ୍କ ମୃତ୍ୟୁ କଫ୍ ସିରପ୍ ପିଇବା ଯୋଗୁ ହୋଇଛି । ଅନ୍ୟ ୪ ଜଣଙ୍କ ଶରୀରରେ ଗୁରୁତର ପ୍ରଭାବ ଦେଖିବାକୁ ମିଳିଥିଲା । ଏହା ପରେ ୨୦୨୩ ଜୁନ୍ରୁ ଭାରତ ବାହାରକୁ ପଠାଯାଉଥିବା କଫ୍ ସିରପ୍ର ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଥିଲା ।

The post ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ସତର୍କ କରାଇଲା ଡିସିଜିଆଇ । first appeared on Kanak News.

from Kanak News
via <a href="https://ifttt.com/?

ଥମୁନି ଡାଇରିଆ ମୃତ୍ୟୁ ସଂଖ୍ୟା । ରାଉରକେଲାରେ ଝାଡାବାନ୍ତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା । ପ୍ରକୃତ କାରଣ ଖୋଜୁଛି ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ।

କନକ ବ୍ୟୁରୋ: ସ୍ମାର୍ଟସିଟି ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି କଲେରା । ଶହ ଶହ ଲୋକ କଲେରାରେ ଆକ୍ରାନ୍ତ ହୋଇ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ତେ୍ୱ୍ୱ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ ।

ରାଉରକେଲା ଝାଡାବାନ୍ତିକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭିସି ମାଧ୍ୟମରେ ସମୀକ୍ଷା ବୈଠକ ହୋଇଛି । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି । ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ପାଇଁ ବିଶେଷଜ୍ଞମାନେ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ଏହାର ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିପାରେ ।

The post ଥମୁନି ଡାଇରିଆ ମୃତ୍ୟୁ ସଂଖ୍ୟା । ରାଉରକେଲାରେ ଝାଡାବାନ୍ତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା । ପ୍ରକୃତ କାରଣ ଖୋଜୁଛି ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ । first appeared on Kanak News.

from Kanak News
via <a href="https://ifttt.com/?

ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ରାଉରକେଲାରେ ଅଟକି ରହିଛି ଅନେକ ଟ୍ରେନ୍ ।

କନକ ବ୍ୟୁରୋ: କିଛି ଦିନ ବ୍ୟବଧାନରେ ପୁଣି ଦୌରାତ୍ମ୍ୟ ଦେଖାଇଛନ୍ତି ନକ୍ସଲ । ସୀମାନ୍ତ ଝାଡଖଣ୍ଡରେ ରେଳ ଧାରଣାରେ ଉଡାଇଦେବାରୁ ରାଉରକେଲାରେ ଅଟକି ରହିଛି ଏକାଧିକ ଟ୍ରେନ୍ ।
ମନୋହରପୁର ବିରୱାରେ ବିସ୍ଫୋରଣ କରି ରେଳ ଧାରଣା ଉଡାଇଛନ୍ତି ନକ୍ସଲ । ଆଜି ମାଓବାଦୀ ବନ୍ଦ ଡାକରା ଦେବା ସହ ନିଜର ଆଧିପତ୍ୟ ଜାହିର କରିବାକୁ ଏଭଳି କାଣ୍ଡ କରିଥିବା କୁହାଯାଉଛି ।

The post ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ରାଉରକେଲାରେ ଅଟକି ରହିଛି ଅନେକ ଟ୍ରେନ୍ । first appeared on Kanak News.

from Kanak News
via <a href="https://ifttt.com/?

ଶୀତରେ ଥରୁଛି ସାରା ଓଡ଼ିଶା । ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ । ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ।

କନକ ବ୍ୟୁରୋ: ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ଭୀଷଣ ଜାଡ ସହ ଥଣ୍ଡା ପବନ ଲୋକଙ୍କୁ କଲବଲ କରୁଛି । ଯେମିତି କାଶ୍ମୀର ପାଲଟି ଯାଇଛି ଆଭ୍ୟନ୍ତରୀଣ ଶିମିଳିପାଳ । ଏଠାରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଛି । କେତେକ ସ୍ଥାନରେ ବରଫପାତ ହୋଇଥିବା ନଜରକୁ ଆସିଛି । ଏନେଇ ଶିମିଳିପାଳ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପାଣିପାଗ ବିଭାଗର ସୂଚନା ଅନୁସାରେ କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । କୋରାପୁଟ ସେମିଳିଗୁଡାରେ ୫ ଦଶମିକ ୭, ସୁନ୍ଦରଗଡ଼ କୋରେଇରେ ୬ ଦଶମିକ ୬, କୋରାପୁଟରେ ପାରଦ ରହିଛି ୭ ଦଶମିକ ୬ ଡିଗ୍ରୀ । ୧୬ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେହିପରି ଭୁବନେଶ୍ୱର ଓ କଟକର ତାପମାତ୍ରା ୧୨ ଡିଗ୍ରୀକୁ ଖସି ଆସିଛି ।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜିଠାରୁ ଧୀରେ ଧୀରେ ଶୀତ କମିବ । ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ । ହେଲେ ଚିନ୍ତାର ବିଷୟ ହେଉଛି ୨ରୁ ୩ ଦିନ କୁହୁଡି ବଢିବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ ଆଦି ସ୍ଥାନରେ ଆଜି ରାତି ଓ ଆସନ୍ତାକାଲି ସକାଳେ ଘନ କୁହୁଡିର ସମ୍ଭାବନା ରହିଛି । ସେହିପରି ଶନିବାର ରାତି ଓ ରବିବାର ସକାଳ ପାଇଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

The post ଶୀତରେ ଥରୁଛି ସାରା ଓଡ଼ିଶା । ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ । ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । first appeared on Kanak News.

from Kanak News
via <a href="https://ifttt.com/?

ରିଲିଜ୍ ହେଲା କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ‘ଡଙ୍କି’ ଫିଲ୍ମ: ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଳ ଭିଡ଼

କନକ ବ୍ୟୁରୋ: ସରିଲା ଅପେକ୍ଷା, ପରଦାକୁ ଆସିଲା କିଙ୍ଗ ଖାନ୍ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଡଙ୍କି’ । ଚଳିତବର୍ଷ ଆରମ୍ଭରୁ ପଠାନ, ସେପ୍ଟେମ୍ବରରେ ଜୱାନ ପରେ ଏବେ ବକ୍ସ ଅଫିସରେ ବାଜି ମାରିବାକୁ ମୁକ୍ତିଲାଭ ହୋଇଛି କିଙ୍ଗଖାନଙ୍କ ବର୍ଷ ଶେଷର ସିନେମା ଡଙ୍କି । ଦୀର୍ଘ ୩ ମାସର ବ୍ୟବଧାନ ପରେ ଜବରଦସ୍ତ ଓପନିଂ ସହ ପରଦାକୁ ଫେରିଛନ୍ତି କିଙ୍ଗଖାନ୍ ଶାହାରୁଖ । ପ୍ରଥମ ଦିନରେ ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରରେ ‘ଡଙ୍କି’ ଦେଖିବାକୁ ସିନେମାହଲ ଆଗରେ ଲାଗିଛି ଦର୍ଶକଙ୍କ ପ୍ରବଳ ଭୀଡ଼ । ଚଳିତ ବର୍ଷ କ୍ୟାରିୟରର ଶ୍ରେଷ୍ଠ ସଫଳତା ପାଇଥିବା ଶାହରୁଖଙ୍କ ପାଇଁ ଡଙ୍କି ମଧ୍ୟ ଆଉ ଏକ ବ୍ଲକବ୍ଲଷ୍ଟର ସାବ୍ୟସ୍ତ ହେବ ବୋଲି ଆଶାବାଦୀ ଅଛନ୍ତି ।

କମେଡି, ଟ୍ରାଜେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମର କାହାଣୀ । ପ୍ରଥମଥର ପାଇଁ ଫିଲ୍ମରେ ଏକାଠି କାମ କରୁଛନ୍ତି ଶାହରୁଖ ଖାନ ଓ ବଲିଉଡ ନିର୍ଦ୍ଦେଶକ ରାଜକୁମାର ହିରାନୀ । ପୂର୍ବରୁ ସେ ସଞ୍ଜୁ, ପିକେ, ଥ୍ରୀ ଇଡିଅଟ, ମୁନା ଭାଇ ଏମ୍ବିବିଏସ୍ ଭଳି ସୁପରହିଟ୍ ସିନେମା ଭେଟିଦେଇଛନ୍ତି । ସେହିପରି ତାପସୀ ପନ୍ନୁଙ୍କ ସହ ବି ପ୍ରଥମଥର ସ୍କିନ୍ ଶେୟାର କରିଛନ୍ତି ବାଦଶାହା । ଏଥି ସହ ଫିଲ୍ମରେ ବିକ୍କି କୌଶଲ, ବୋମାନ ଇରାନୀ, ବିକ୍ରମ କୋଚର, ସୁନୀଲ ଗ୍ରୋଭରଙ୍କ ଭଳି ପ୍ରମୁଖ କଳାକାର ନଜର ଆସିଛନ୍ତି । ରିଲିଜ ପୂର୍ବରୁ ‘ଡଙ୍କି’ ପ୍ରାୟ ୪ ଲକ୍ଷ ଆଡଭାନ୍ସ ଟିକେଟ୍ ବିକ୍ରି କରି ୧୨ କୋଟିରୁ ଉଦ୍ଦ୍ୱର୍ ବ୍ୟବସାୟ କରି ରେକର୍ଡ କରିଛି । ଏଥିସହ ପ୍ରଥମ ଦିନର ଭିଡ଼ ଦେଖିବା ପରେ ଲାଗୁଛି ଫିଲ୍ମଟି ବକ୍ସଅଫିସରେ ବାଜି ମାରିବ ନିଶ୍ଚୟ ।

The post ରିଲିଜ୍ ହେଲା କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ‘ଡଙ୍କି’ ଫିଲ୍ମ: ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଳ ଭିଡ଼ first appeared on Kanak News.

from Kanak News
via <a href="https://ifttt.com/?

ଇଡି ସମନ୍ ସତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନ ଉପରେ ପ୍ରତିକ୍ରିୟା ରଖିଛନ୍ତିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ପୂର୍ବଭଳି ଏଥର ମଧ୍ୟ ଇଡିର ସମନଙ୍କୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜରିୀୱାଲ । କେଜରୀୱାଲ କହିଛନ୍ତି, ରାଜନୈତିକ ଉଦେଶ୍ୟ ରଖି ପଠାଇଥିବା ସମନ ଇଡି ଫେରାଇନେବା ଉଚିତ । ସେ ତାଙ୍କ ଜୀବନ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହ ବିତାଉଛନ୍ତି । ସେ କିଛି ଲଚୁାଇନାହାଁନ୍ତି । ଗତ ୧୮ ତାରିଖରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଥିଲା । ସମନରେ କେଜରୀୱାଲଙ୍କୁ ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି କହିଥିଲା । ଏହା ପୂର୍ବରୁ ଗତ ନଭେମ୍ବରରେ ଇଡି କେଜରୀୱାଲଙ୍କୁ ସମନ କରିଥିଲା । କିନ୍ତୁ କେଜରିୱାଲ ହାଜର ହୋଇନଥିଲେ । ପୂର୍ବରୁ ଏହି ମାମଲାରେ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଗିରଫ କରିଛି ଇଡି ।

The post ଇଡି ସମନ୍ ସତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ first appeared on Kanak News.

from Kanak News
via <a href="https://ifttt.com/?

ବିବାଦ ସତ୍ୱେ ପୁଣି ବ୍ରିଜଭୂଷଣଙ୍କ ସହଯୋଗୀ ହେଲେ ଭାରତୀୟ କୁସ୍ତି ମହାସଂଘର ସଭାପତି: ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନିତା ସିଂଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଲେ ସଂଜୟ ସିଂ

କନକ ବ୍ୟୁରୋ: ବିବାଦ ସତ୍ୱେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୁଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ପୂର୍ବରୁ ଉତରପ୍ରଦେଶର କୁସ୍ତି ସଂଘର ଉପସଭାପତି ଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଅନିତା ସୋରେନଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ସଞ୍ଜୟ ୪୦ ଭୋଟ ପାଇଥିବା ବେଳେ ଅନିତା ୭ ଟି ଭୋଟ ପାଇଥିଲେ । ଏହାଦ୍ୱାରା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ସାଖୀ ମଲ୍ଲିକଙ୍କୁ ଝଟକା ଲାଗିଛି । ବ୍ରିଜ ଭୂଷଣଙ୍କୁ ଏମାନେ ବିରୋଧ କରିବା ସହ ଭାରତୀୟ କୁସ୍ତି ମହାସଂଘ ସଭାପତି ପରିବର୍ତନ କରିବାକୁ ଚାହୁଁଥିଲେ । କିନ୍ତୁ ବ୍ରିଜଭୁଷଣଙ୍କ ସହଯୋଗୀ ସଞ୍ଜୟ ସିଂ ସଭାପତି ନିର୍ବାଚିତ ହୋଇଛନ୍ତି । ବ୍ରିଜଭୂଷଣଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରି କୁସ୍ତିଯୋଦ୍ଧାମାନେ ପୂର୍ବରୁ ଦିଲ୍ଲୀରେ ବିକ୍ଷୋଭ କରିଥିଲେ । ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟଥିଲା । କିନ୍ତୁ ଏବେ ପୁଣି ତାଙ୍କ ସହ ସହଯୋଗୀ ସଭାପତି ହୋଇଛନ୍ତି । ସେପଟେ ସଂଜୟ ନିର୍ବାଚିତ ହେବା ପରେ କଡ଼ା ପ୍ରତିକ୍ରିୟା ରଖିବା ସହ କୁସ୍ତି ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ ।

The post ବିବାଦ ସତ୍ୱେ ପୁଣି ବ୍ରିଜଭୂଷଣଙ୍କ ସହଯୋଗୀ ହେଲେ ଭାରତୀୟ କୁସ୍ତି ମହାସଂଘର ସଭାପତି: ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନିତା ସିଂଙ୍କୁ ୩୩ ଖଣ୍ଡ ଭୋଟରେ ହରାଇଲେ ସଂଜୟ ସିଂ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started