ବିରୋଧୀ-ଶାସକ ମୁହାଁମୁହିଁ: ସଂସଦ ପରିସରରେ ବିରୋଧୀଙ୍କ ହଲ୍ଲାବୋଲ

କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ- ଶାସକ ଦଳ ମୁହାଁମୁହିଁ । ଉଭୟ ଗୃହରୁ୧ ୪୦ରୁ ଅଧିକ ସାଂସଦ ନିଲମ୍ବନ ପରେ ବିରୋଧୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିଛନ୍ତି । ଗୁରୁବାର ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ । ଇଣ୍ଡିଆ ମେଂଟ ତରଫରୁ ବାହାରିଥିବା ଏହି ଶୋଭାଯାତ୍ରା ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ କରାଯାଇଥିଲା । ଏଥିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିରୋଧୀ ଦଳର ସାଂସଦ ସାମିଲ ହୋଇଥିଲେ । ସାଂସଦଙ୍କ ହାତରେ ଏକ ବଡ଼ ବ୍ୟାନର ଥିଲା । ଯେଉଁଥିରେ ଲେଖାଥିଲା, ‘ଗଣତନ୍ତ୍ର ବଂଚାଅ ଏବଂ ସଂସଦ ବନ୍ଦ, ଗଣତନ୍ତ୍ର ବହିଷ୍କୃତ’ । ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ଖଡଗେ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସେପଟେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନକଲକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରୁଛି ବିଜେପି । ଦିଲ୍ଲୀ ଜନ୍ତର ମନ୍ତରରେ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଟିଏମ୍ସି ସାଂସଦ କ୍ଷମା ମାଗନ୍ତୁ ବୋଲି ବିଜେପ ଦାବି କରିଛି । ସେପଟେ ବିହାରରେ ବିଜେପି ସମର୍ଥକମାନେ କଲ୍ୟାଣ ବାନାର୍ଜୀଙ୍କ କୁଶପୁତଳିକା ଦାହ କରି ପ୍ରତିବାଦ ଜଣାଇଛି । ଏପଟେ ଧନଖଡଙ୍କ ପାଇଁ ଆଗକୁ ଆସିଛନ୍ତି ଚାଷୀ । ଧନଖଡ ଜଣେ ଚାଷୀ ଘରର ହୋଇଥିବାରୁ ଜନ୍ତରମନ୍ତରରେ ଚାଷୀ ସଂଗଠନ ଧନଖଡଙ୍କ ସମର୍ଥନରେ ଧାରଣା ଦେଇଛନ୍ତି ।

ସଂସଦରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିପାରିନି । ଆଉ ବିନା ବିରୋଧୀରେ ଗୃହ ଚାଲୁଥିବାରୁ ଅନେକ ଅସନ୍ତୁଷ୍ଟ ମଧ୍ୟ ହୋଇଛନ୍ତି ।

The post ବିରୋଧୀ-ଶାସକ ମୁହାଁମୁହିଁ: ସଂସଦ ପରିସରରେ ବିରୋଧୀଙ୍କ ହଲ୍ଲାବୋଲ first appeared on Kanak News.

from Kanak News
via <a href="https://ifttt.com/?

ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢ଼େଇ? ପ୍ରିୟଙ୍କାଙ୍କ ପାଇଁ ପ୍ରସ୍ତାବ ଦେଲେ ମମତା!

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିପାରେ ମୋଦୀ-ପ୍ରିୟଙ୍କା ଟକ୍କର । ଅର୍ଥାତ୍ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଛିଡ଼ା ହେବେ କି ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ବଡ଼ ପ୍ରସ୍ତାବ ଦେଇଛନ୍ତି । ୨୪ ନିର୍ବାଚନରେ ମୋଦୀଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ଲଢ଼ିବା ପାଇଁ ଦିଦି ପସ୍ତାବ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ପ୍ରଥମେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଂଟର ପ୍ରଧାନମନ୍ତ୍ରୀ ଚେହେରା । ଆଉ ଏବେ ମୋଦୀଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ଲଢ଼ାଇବା ପାଇଁ ପ୍ରସ୍ତାବ ଦେବା ପରେ ରାଜନୀତି ସରଗରମ ହୋଇଛି ।

ମମତାଙ୍କ କହିବା କଥା ହେଲା ୨୦୨୪ ନିର୍ବାଚନରେ କଂଗ୍ରେସ ଓ ଇଣ୍ଡିଆ ମେଂଟ, ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେବାରେ ସକ୍ଷମ ହେବ । ଆଉ ବାରଣାସୀରେ ମୋଦୀଙ୍କୁ ଟକ୍କର ଦେବାରେ ପ୍ରିୟଙ୍କା ବଡ଼ ଦାବିଦାର ହେବେ ।

ମମତାଙ୍କ ଏହି ପ୍ରସ୍ତାବ ପରେ ରାଜନୈତିକ ବିଶେଷଜ୍ଞ ଏହାକୁ କଂଗ୍ରେସର ଟ୍ରମ୍ପ କାର୍ଡ ବୋଲି କହୁଛନ୍ତି । ବିଜେପିର ଗଢ଼ କୁହାଯାଉଥିବା ବାରଣାସୀରେ କଂଗ୍ରେସର ପ୍ରଦର୍ଶନ ଅତୀତରେ ନୈରାଶ୍ୟଜନକ ରହିଆସିଛି । ଏପରି ସ୍ଥିତିରେ ଉତରପ୍ରଦେଶ କିମ୍ବା ବାରଣାସୀରେ କଂଗ୍ରେସର ସ୍ଥିତିକୁ ସୁଧାରିବାରେ ପ୍ରିୟଙ୍କା ଗାନ୍ଧୀ ନିର୍ଣ୍ଣାୟକ ଭୂମିକା ବହନ କରିପାରନ୍ତି । ଉତରପ୍ରଦେଶ କଂଗ୍ରେସର ନେତାମାନେ ମଧ୍ୟ ପ୍ରିୟଙ୍କାଙ୍କୁ ୨୦୨୪ ନିର୍ବାଚନରେ ଲଢ଼ାଇବା ପାଇଁ ପ୍ରସ୍ତାବ ଦେଇସାରିଛନ୍ତି । କେବଳ ପ୍ରିୟଙ୍କା ନୁହଁନ୍ତି, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ୟୁପିର ମଇଦାନରେ ଓହ୍ଲାଇବା ପାଇଁ ବିଚାର କରାଯାଉଛି । ଆଉ ଏହା ପଛରେ କଂଗ୍ରେସର ସ୍ୱତନ୍ତ୍ର ରଣନୀତି ଥିବା କୁହାଯାଉଛି ।

ଉତରପ୍ରଦେଶରେ ପ୍ରିୟଙ୍କାଙ୍କ ରେକର୍ଡ ବହୁତ ଖରାପ ରହିଛି । ଗତ ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ ବୋଲି ଦାବି ଉଠିଥିଲା । କିନ୍ତୁ ନାମାଙ୍କନ ଦିନ ଅଜୟ ରାୟଙ୍କୁ ସାମ୍ନାକୁ ଆଣିଥିଲା । ଆଉ ନିର୍ବାଚନରେ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା କଂଗ୍ରେସ ।

ବାରଣାସୀରେ ମୋଦୀ ଜିତିବା ପରଠାରୁ ସେଠାରେ ବିଜେପିର ଦବଦବା ବୃଦ୍ଧି ପାଇଛି । ବିଭିନ୍ନ କଲ୍ୟାଣକାରୀ ଯୋଜନା ସାଙ୍ଗକୁ, ବିକାଶମୂଳକ କାମ ବିଜେପିକୁ ଆହୁରି ମଜଭୁତ କରିଛି । ଆଉ ୨୦୨୪ରେ ମଧ୍ୟ ମୋଦୀ ସେହି ଆସନରୁ ପୁଣିଥରେ ଲଢ଼ିବେ ବୋଲି କୁହାଯାଉଛି ।

ବାରଣାସୀରେ ବିଜେପିର ଦବଦବା
ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନରେ ବିଜେପିର ରହିଛି ଦବଦବା
୧୯୯୧ ମସିହାରୁ ୮ଥର ବାରଣାସୀ ଲୋକସଭା ନିର୍ବାଚନ ହୋଇଛି
ସେଥିରୁ ୭ଥର ବିଜେପି ବାଜିମାତ୍ କରିଥିବା ବେଳେ ଥରେ ଜିତିଛି କଂଗ୍ରେସ
୨୦୦୪ରେ କଂଗ୍ରେସ ପ୍ରାର୍ଥୀ ରାଜେଶ କୁମାର ମିଶ୍ର ବାରଣାସୀ ଲୋକସଭା ଆସନ ଜିତିଥିଲେ
୧୯୯୧ରେ ଶିରୀଶଚନ୍ଦ୍ର ଦିକ୍ଷୀତ, ୧୯୯୬ରୁ ୧୯୯୯ ଯାଏଁ ଶଙ୍କର ପ୍ରସାଦ ଜୈସୱାଲ ବିଜୟୀ ହୋଇଥିଲେ
୨୦୦୯ରେ ମୁରଲୀ ମନୋହର ଯୋଶୀ ବିଜୟୀ ହୋଇଥିଲେ
୨୦୧୪ ଓ ୨୦୧୯ରେ ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ଜିତିଥିଲେ

ପ୍ରଶ୍ନ ଉଠୁଛି, କଂଗ୍ରେସକୁ ନେଇ ମମତା ବାନାର୍ଜୀଙ୍କ ମନରେ କ’ଣ ରହିଛି? କୁହାଯାଉଛି, ଏହା ମାଧ୍ୟମରେ ମମତା, ଗାନ୍ଧୀ ପରିବାରର ରାଜନୈତିକ ଆଧିପତ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି । ଯାହାଫଳରେ ସେ ନିର୍ବାଚନ ଜିତିଲେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଠାରୁ ନିଜର ଦାବିକୁ ଅଧିକ ମଜଭୁତ କରିପାରିବେ ।

The post ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢ଼େଇ? ପ୍ରିୟଙ୍କାଙ୍କ ପାଇଁ ପ୍ରସ୍ତାବ ଦେଲେ ମମତା! first appeared on Kanak News.

from Kanak News
via <a href="https://ifttt.com/?

କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ଭାରିଆଂଟ ଜେଏନ୍ ଡଟ୍ ୱାନ୍ । କରୋନାର ଏହି ନୂଆ ଭାରିଆଂଟରେ ଏପର୍ଯ୍ୟନ୍ତ ୨୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଂଟା ଭିତରେ ୩୫୮ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପୁଣିଥରେ କରୋନା କଡ଼ ଲେଉଟାଉଥିବା କୁହାଯାଉଛି । ବଡ଼ କଥା ହେଉଛି, କରୋନାର ହଟ୍ସ୍ପଟ୍ ପାଲଟିଛି କେରଳ । ଯେଉଁଠାରେ ଗତ ୨୪ ଘଂଟାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୫୮ ମାମଲା ମଧ୍ୟରୁ କେବଳ କେରଳରେ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ-
ଜେଏନ୍.୧ ଭାରିଆଂଟ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି
ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬୯ରେ ପହଂଚିଛି
ଦେଶରେ ଦିନକରେ ୬ ଜଣଙ୍କ କରୋନଜନିତ ମୃତ୍ୟୁ
କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୧
୨୪ ଘଂଟାରେ କେରଳରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ
ଥିରୁଅନନ୍ତପୁରମ ଓ ଏର୍ଣ୍ଣାକୁଲମରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ
କର୍ଣ୍ଣାଟକରେ ୨, ପଞ୍ଜାବରେ ଜଣେ ଆକ୍ରାନ୍ତ ମୃତ

ସେପଟେ ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି । ଉତର ପ୍ରଦେଶ, ବିହାର, ମହାରାଷ୍ଟ୍ର ସମେତ କିଛି ରାଜ୍ୟର ବୋର୍ଡଗୁଡ଼ିକ ସିବିଏସ୍ଇ, ସିଆଇଏସ୍ସିଇର ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିସାରିଛନ୍ତି । ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିନ୍ତୁ କରୋନାର ଲେଉଟାଣି ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଟେନସନ୍ ବଢ଼ାଇ ଦେଇଛି । ଯଦିଓ ସ୍ଥିତି ସେତେ ଗୁରୁତ୍ୱର ନୁହେଁ, କିନ୍ତୁ ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।

ଜେଏନ.୧ ଭାରିଆଂଟ ପାଇଁ କେତେ ପ୍ରଭାବଶାଳୀ ଭ୍ୟାକସିନ୍?
– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ, ନୂଆ ଭାରିଆଂଟ ଜେଏନ.୧ ସେତେଟା ଗୁରୁତ୍ୱର ନୁହେଁ
– ନୂଆ ଭାରିଆଂଟରେ ଅଧିକାଂଶ ମାମଲା ଫ୍ଲୁ’ ସହିତ ସମାନ
– ବର୍ତ୍ତମାନର କୋଭିଡ୍ ଟିକା ଜେଏନ.୧କୁ ରୋକିବାରେ ଫଳପ୍ରଦ ହେବ
– ଯେହେତୁ ଜେଏନ.୧ ଭାରିଆଂଟ ଓମିକ୍ରନର ସବ-ଭାରିଆଂଟ, ତେଣୁ ବର୍ତ୍ତମାନର ଟିକା ଏହାର ପ୍ରଭାବକୁ ହ୍ରାସ କରିପାରିବ
– ଟିକାକରଣ ଦ୍ୱାରା ମୃତ୍ୟୁ ମାମଲାକୁ ନିୟନ୍ତ୍ରଣ କରାଯାଇପାରିବ
– ଭାରତ ବାୟୋଟେକ୍ ଦ୍ୱାରା ତିଆରି ଭ୍ୟାକସିନ୍ ସବୁ ଭାରିଆଂଟ ବିରୋଧରେ ପ୍ରଭାବଶାଳୀ ହେବ
– ଯେଉଁମାନେ ପୂର୍ବରୁ ଟିକା ନେଇସାରିଛନ୍ତି, ସେମାନଙ୍କ ଆଉଥରେ ଟିକା ନେବାର ଆବଶ୍ୟକ ନାହିଁ
– ଆବଶ୍ୟକ ସ୍ଥଳେ କିଛି ରୋଗୀ ଆଉଏକ ଟିକା ନେଇପାରିବେ
– ତେବେ ଏଥିପାଇଁ ବିଶେଷଜ୍ଞଙ୍କ ଅନୁମତି ଦରକାର

ଡବ୍ଲ୍ୟୁଏଚଓର କହିବା ଅନୁସାରେ, ନୂଆ ଭାରିଆଂଟ ରୋଗୀଙ୍କୁ ବର୍ତମାନ ହସ୍ପିଟାଲରେ ଭର୍ତି କରାଯିବାର ଆବଶ୍ୟକତା ନାହିଁ । କିନ୍ତୁ ସତର୍କ ରହିବା ନିହାତି ଜରୁରୀ ବୋଲି କୁହାଯାଇଛି ।

The post କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ରଜୌରୀ-ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଥିବା ସାବନି ଅଂଚଳରେ ଏହି ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ତିନି ଜଣ ଯବାନ ସହିଦ ହୋଇଛନ୍ତି ।

The post ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ first appeared on Kanak News.

from Kanak News
via <a href="https://ifttt.com/?

କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି

କନକ ବ୍ୟୁରୋ: କଟକରେ କିଡନୀ ଦେବାକୁ କହି ଦମ୍ପତିଙ୍କ ଠକେଇ ଅଭିଯୋଗ । ମାମଲାରେ ସ୍ୱା-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅଭିଯୋଗ ଅନୁସାରେ, କିଡନୀ ଦେବାକୁ କହି ଏହି ଦମ୍ପତି ସାଢେ ୧୨ ଲକ୍ଷ ଟଙ୍କା ଠକିନେଇଥିଲେ । ଏବେ ଘଟଣାର ସତ୍ୟତା ଖୋଜୁଛି ପୁଲିସ । ଅନ୍ୟମାନଙ୍କ ସଂପୃକ୍ତି ସମ୍ପର୍କରେ ବି ଛାନଭିନ କରାଯାଉଛି ।

କିଡନୀ ଦେବାକୁ କହି ଠକେଇ କରିଥିବା, ଏହି ଦମ୍ପତିଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ଏମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ଖୋଜୁଛି । ଅଭିଯୋଗ ଅନୁସାରେ, କେନ୍ଦୁଝର ଜିଲ୍ଲାର କୁଟୁଲଙ୍କୁ ମାର୍କଣ୍ଡ ଓ ତାଙ୍କର ପତ୍ନୀ ଶାନ୍ତିଲତା କିଡନୀ ଦେବାକୁ କହି ପ୍ରାୟ ୧୨ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ହେଲେ, ମାସ ମାସ ଧରି ଠକି ଚାଲିବା ପରେ ବୁଧବାର ରାଣୀହାଟ ଅଂଚଳରୁ ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଧରିଥିଲେ କୁଟୁଲ । ଏବଂ ମଂଗଳବାଗ ପୋଲିସର ଜିମା ଦେଇଥିଲେ । ତେବେ କିଡନୀ ଦେବା ଲାଗି ଥିବା ନିୟମକୁ ପାଳନ କରାଯାଇଥିଲା କି ନାହିଁ ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ତାର ତଦନ୍ତ କରାଯାଉଛି ବୋଲି କହିଛନ୍ତି କଟକ ଡିସିପି ।

ଏହି ଘଟଣା ନେଇ ଏସସିବି ମେଡିକାଲର ପ୍ରଶାସନିକ ଅଧିକାରୀ କହିଛନ୍ତି କିଡନୀ ଦେବା ପାଇଁ ସମସ୍ତ ପ୍ରକ୍ରିୟା ହୋଇଥିଲା । କିନ୍ତୁ ଟଙ୍କା କାରବାର ଆଇନ ସମ୍ମତ ନୁହେଁ । ପୋଲିସ ଏହି ଦିଗରେ ତଦନ୍ତ କରି ପଦକ୍ଷେପ ନେବା ଆବଶ୍ୟକ ।

କେନ୍ଦୁଝରର କୁଟୁଲ କୁମାର ମାଝୀ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ କଟକ ଆସିଥିଲେ । ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା । କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ । ହେଲେ କିଡନୀ କେଉଁଠୁ ମିଳିବ, କେମିତି ପ୍ରତିରୋପଣ ହେବ, ଏସବୁକୁ ନେଇ ଚିନ୍ତାରେ ଥିଲେ କୁଟୁଲ ଓ ତାଙ୍କ ପରିବାର । ଏହି ସମୟରେ ବାଲେଶ୍ୱରର ମାର୍କଣ୍ଡ ନାଥଙ୍କ ସହ ଯୋଗାଯୋଗ କରିଥିଲେ, ଆଉ ଟଙ୍କା ଦେଲେ କିଡନୀ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ବିଶ୍ୱାସ କରି ଟଙ୍କା ଦେଇଥିଲେ କୁଟୁଲଙ୍କ ପରିବାର । ହେଲେ, ଟଙ୍କା ନେବା ପରେ ଠକି ଚାଲିଥିଲେ ବୋଲି ଅଭିଯୋଗ କରିଛନ୍ତି କୁଟୁଲଙ୍କ ସମ୍ପର୍କୀୟ । କଟକର କିଡନୀ ପାଇଁ ଠକେଇ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

The post କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି first appeared on Kanak News.

from Kanak News
via <a href="https://ifttt.com/?

କାଶ୍ମିରୀ ସନ୍ଦିଗ୍ଧ ସଂପର୍କରେ ସାଂଘାତିକ ସତ: ଧୀରେ ଧୀରେ ଖୋଲୁଛି ଗୁମର

କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀଙ୍କୁ ତୃତୀୟ ଦିନରେ ଜେରା ଚାଲିଛି । ଜେରାବେଳେ ଆସୁଛି ସଂଘାତିକ ସତ । କେବଳ ଯୁବତୀ ନୁହେଁ, ଯୁବକମାନଙ୍କୁ ବି ଚୂନ ଲଗାଇଛନ୍ତି ଏହି ସନ୍ଦିଗ୍ଧ ଆତଙ୍କବାଦୀ । ଚାକିରୀ କରାଇ ଦେବାକୁ କହି ଲୁଟିଥିଲେ ଟଙ୍କା । ବଡ଼ ବଡ଼ କମ୍ପାନୀରେ ଚାକିରୀ ଦେବାକୁ କହି ବେକାରୀ ଯୁବକମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଛି ବୁଖାରୀ । ୧୨ଟି ଡେଟିଙ୍ଗ ଆପରେ ଅଲଗା ଅଲଗା ନାଁରେ ଯୁବତୀଙ୍କ ସହିତ ରଖିଥିଲା ସମ୍ପର୍କ । ଭାରତୀୟ ଡେଟିଙ୍ଗ ଆପ ବ୍ୟବହାର ନକରି ବାହାର ଦେଶର ଆପ ସହାୟତାରେ ବିଛାଇଥିଲା ଜାଲ । ପର୍ଣ ସାଇଟରେ ନିୟୋଜିତ କରିଥିଲା ୫୭ ଜଣ ମହିଳା ।

ଆତଙ୍କୀ ଲିଙ୍କ ନେଇ ସୟିଦ ଈଶାନ ବୁଖାରୀକୁ ୩ ଦିନ ହେଲା ଗୁଡାଇ ତୁଡାଇ ଜେରା କରୁଛି ଏସଟିଏଫ୍ । ବୁଖାରୀ କ’ଣ ଉତର ଦେଉଛି. ଏ ନେଇ ଏସଟିଏଫ୍ କିଛି ସ୍ପଷ୍ଟ କରିନଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଯେଉଁ ତଥ୍ୟ ଆସୁଛି, ତାହା ସମସ୍ତଙ୍କୁ ଚକିତ କରିଦେବ । ମିଛ କହି ୭ ଜଣ ଯୁବତୀଙ୍କୁ ବିବାହ କରିବା ପରେ ଏହି ଧୋକାବାଜ ଆହୁରି ୧୨ ଜଣଙ୍କୁ ବିବାହ କରିବା ପାଇଁ ପ୍ରେମ ଜାଲରେ ଫସାଇ ଥିଲା । କେବଳ ବିବାହ ପାଇଁ ନୁହେଁ –

ଅଲଗା ଅଲଗା ନାଁରେ ୧୨ଟି ଡେଟିଂ ଆପ୍ରେ ଯୁବତୀଙ୍କ ସହ ଯୋଡ଼ିଥିଲା ସଂପର୍କ
କାଳେ ଧରାପଡିଯିବ, ଏହି ଭୟରେ ବିଦେଶୀ ଡେଟିଂ ଆପ୍ ଯୋଗେ ବିଛାଇଥିଲା ଜାଲ
ଏପଟେ ପର୍ନ ସାଇଟ୍ କରି ୫୭ ଜଣ ଯୁବତୀଙ୍କୁ ନିୟୋଜିତ କରି ନେଉଥିଲା ୨୫ ପ୍ରତିଶତ କମିସନ!
କେବଳ ସେତିକି ନୁହେଁ ଯୁବକମାନଙ୍କୁ ବି କୋଟି କୋଟି ଟଙ୍କାର ଚୂନା ଲଗାଇଛି ଏହି ସନ୍ଦିଗ୍ଧ ।
ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବେକାରି ଯୁବକଙ୍କୁ ଟାର୍ଗେଟ କରୁଥିଲା ବୁଖାରୀ
ବଡ଼ ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଲୁଟୁଥିଲା ଟଙ୍କା
ଜମ୍ମୁ କାଶ୍ମୀର ବ୍ୟାଙ୍କ ମିଶାଇ ୬ଟି ଆକାଊଂଟରେ ଟଙ୍କା କାରବାର ହୋଇଥିବା ସଂଦେହ କରାଯାଉଛି ।

ଏପଟେ ବୁଖାରୀ ପାଖରୁ ଜବତ ହୋଇଥିବା ୪ଟି ମୋବାଇଲ୍ ଫୋନରୁ ୨ଟି ଫୋନ ଖୋଲିବାରେ ସକ୍ଷମ ହୋଇଛି ଏସଟିଏଫ୍ । ଅନ୍ୟ ଦୁଇଟି ଫୋନ ଖୋଲିବା ପାଇଁ ଜାରି ରହିଛି ଉଦ୍ୟମ । ଏସଟିଏଫ୍ ଅଧିକାରୀ ସଂଦେହ କରୁଛନ୍ତି ଏହି ଦୁଇ ଫୋନରେ ଆତଙ୍କୀ ଲିଙ୍କ୍ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ସମ୍ଭାବନା ରହିଛି ।ଏପଟେ କିଛି ହ୍ୱାଟ୍ସଆପ୍ ଚାଟିଂ କୋଡ୍ ଭାଷାରେ ରହିଥିବାରୁ ଯାହାକୁ ବୁଝିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଛନ୍ତି ଅଧିକାରୀ । ପର୍ଯ୍ୟାୟ କ୍ରମେ ଆଇବି, ପଂଜାବ ଓ କାଶ୍ମୀର ପୁଲିସ ତାକୁ ଜେରା କରୁଛନ୍ତି ।

The post କାଶ୍ମିରୀ ସନ୍ଦିଗ୍ଧ ସଂପର୍କରେ ସାଂଘାତିକ ସତ: ଧୀରେ ଧୀରେ ଖୋଲୁଛି ଗୁମର first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା: ଚାଳକଙ୍କ ପାଇଁ ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା

କନକ ବ୍ୟୁରୋ: ଡ୍ରାଇଭରଙ୍କୁ ଚା ପିଆଇବେ ସରକାର । ଏନ୍ଏଚ୍ରେ ରାତିରେ ମିଳିବ ମାଗଣା ଚା’ । ଭାରୀଯାନ ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏନ୍ଏଚ୍ରେ ଥିବା ଢ଼ାବାକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ସରକାରଙ୍କ ତରଫରୁ ଚାଳକଙ୍କୁ ମାଗଣାରେ ଚା’ ଦିଆଯିବା ସହ ସେଠାରେ ଡ୍ରାଇଭର ବିଶ୍ରାମ କରିପାରିବେ । ଦୀର୍ଘ ସମୟ ଧରି ଡ୍ରାଇଭିଂ କରୁଥିବା ଡ୍ରାଇଭରଙ୍କ ଅନେକ ସମୟରେ ଆଖି ଲାଗିଯାଏ । ଯାହା ଦ୍ୱାରା ଦୁର୍ଘଟଣା ଘଟେ । ଏସବୁ ଏଡ଼ାଇବାକୁ ଏଭଳି ନିଷ୍ପତି ନେଇଛନ୍ତି ପରିବହନ ମନ୍ତ୍ରୀ ।

ଜାତୀୟ ରାଜପଥରେ ବିଶେଷ କରି ରାତିରେ ବେଶି ଦୁର୍ଘଟଣା ଘଟିଥାଏ । ଯାନ୍ତ୍ରିକ ତ୍ରୁଟି ଛଡା ଲମ୍ବା ଯାତ୍ରା ଜନିତ ଥକ୍କା ଯୋଗୁଁ ଡ୍ରାଇଭରଙ୍କ ଆଖି ଲାଗିଗଲେ ଦୁର୍ଘଟଣା ଘଟେ, ଧନ ଜୀବନ ହାନି ହୁଏ ।

ରାତିରେ ଭାରିଯାନ ଚଳାଇ ଲମ୍ବା ଯାତ୍ରାରେ ବାହାରିଥିବା ଡ୍ରାଇଭରଙ୍କ ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଦୁର୍ଘଟଣା ଏଡାଇବାକୁ ନୂଆ ପଦକ୍ଷେପ ନେବାକୁ ଯାଉଛି ପରିବହନ ବିଭାଗ । ଏଣିକି ରାଜରାସ୍ତାରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ଭାରିଯାନର ଚାଳକଙ୍କୁ ରାସ୍ତାରେ ଅଟକାଇ ମାଗଣାରେ ଚା’ ଓ ବିଶ୍ରାମ ବ୍ୟବସ୍ଥା ଯୋଗାଇବ ପରିବହନ ବିଭାଗ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆଉ ଜାତୀୟ ରାଜପଥ କଡରେ ଥିବା ଢାବାଗୁଡିକୁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ଚାପାନ ସହ ବିଶ୍ରାମ ନେବା ବ୍ୟବସ୍ଥା ରହିବ । ଏହି ବ୍ୟବସ୍ଥା ଆସନ୍ତା ଜାନୁଆରିରୁ ଲାଗୁ ହେବ ।

ରାତିରେ ଦୁର୍ଘଟଣା କେତେ ଭୟଙ୍କର ଏହା ଦେଖିବାକୁ ମିଳିଥିଲା କିଛି ଦିନ ତଳେ କେନ୍ଦୁଝରରେ । ଘଟଗାଁକୁ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ମିନିବସ ରାଜରାସ୍ତାରେ ଟ୍ରକ ସହ ପିଟି ହୋଇଥିଲା । ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଗଲା । ତେଣୁ ରାତିରେ ଯାତ୍ରା ବେଳେ ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ ନେଇଥିବା ପଦକ୍ଷେପକୁ ଭାରିଯାନର ଭାରିଯାନର ଡ୍ରାଭରମାନେ ସ୍ୱାଗତ କରିଛନ୍ତି ।

The post ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା: ଚାଳକଙ୍କ ପାଇଁ ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍: ବିକାଶର ବାର୍ତ୍ତା ବଖାଣିବେ ସରକାର

କନକ ବ୍ୟୁରୋ: ଗାଁ ଗାଁରେ ବିକାଶର କାହାଣୀ କହିବେ ରାଜ୍ୟ ସରକାର । ଏଥିପାଇଁ ଲୋକଙ୍କୁ ବଂଟାଯିବ ଲିଫଲେଟ୍ । ପଂଚାୟତିରାଜ ପକ୍ଷରୁ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଗାଁ ଗାଁରେ ବିକାଶର କାହାଣୀ ଲୋକଙ୍କୁ ଜଣାଇବେ ସରକାର । କେଉଁଠି କେତେ ଉନ୍ନତି କରିଛନ୍ତି ରାଜ୍ୟ ସରକାର, ତାର ହିସାବ ଲୋକଙ୍କ ପାଖରେ ପହଂଚାଇବେ । ଏନେଇ ପଂଚାୟତିରାଜ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ମେଗା ପ୍ଲାନ୍ । ପ୍ରତି ଲୋକଙ୍କୁ ବଂଟାଯିବ ବିକାଶର ଫର୍ଦ୍ଦ । ଲିଫଲେଟ୍ ଓ ଭିଡିଓ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବ । ନଜର ପକାନ୍ତୁ ପଂଚାୟତିରାଜ ବିଭାଗର ଏହି ଚିଠି ଉପରେ । ପଂଚାୟତିରାଜ ସଚିବ, ଶୁସୀଲ ଲୋହାନୀ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି କାର୍ଯ୍ୟକ୍ରମ ବାବଦରେ ଟିକନିଖ ସୂଚନା ଦେଇଛନ୍ତି
ରାଜ୍ୟର ୩୧୪ଟି ବ୍ଲକ୍ର ୬ ହଜାର ୭୯୪ ପଂଚାୟତକୁ ନେଇ ପ୍ରସ୍ତୁତ ହୋଇଛି ମେଗା ପ୍ଲାନ୍
ପ୍ରତି ପଂଚାୟତରେ ହୋଇଥିବା ବିକାଶ ଓ ଯୋଜନାକୁ ନେଇ ୪ ପୃଷ୍ଠାର ଲିଫଲେଟ୍ ତିଆରି କରାଯିବ
ପ୍ରତି ବ୍ଲକର ସଫଳ କାହାଣୀ, ଯୋଜନାର କ୍ରିୟାନ୍ୱୟନ ଏବଂ ସଫଳତାକୁ ନେଇ ୧୦୦ ପୃଷ୍ଟାର ଲିଫଲେଟ ପ୍ରସ୍ତୁତ ହେବ
ବ୍ଲକର ବଡ଼ ବଡ଼ ପ୍ରକଳ୍ପ ଏବଂ ରୂପାନ୍ତରୀକରଣ କାମକୁ ନେଇ ୧୦ ମିନିଟର ଭିଡିଓ ପ୍ରସ୍ତୁତ କରାଯିବ
କାର୍ଯ୍ୟକ୍ରମ ପାଇଁ ୩୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି
ହେଲେ ଏହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

ଡିସେମ୍ବର ଶେଷ ସୁଦ୍ଧା ଲିଫଲେଟ ଓ ବୁକଲେଟ ଛାପା କର୍ଯ୍ୟକ୍ରମ ଶେଷ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ଭିଡିଓ ତିଆରି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ପ୍ରତି ପଂଚାୟତ ଏବଂ ବ୍ଲକ ସ୍ତରରେ ଏକ କମିଟି ଗଠନ କରାଯିବ । ସୋସିଆଲ ମିଡିଆ ଏବଂ ବିଭିନ୍ନ ପୋର୍ଟାଲରେ ଭିଡିଓ ଗୁଡିକୁ ସେୟାର କରାଯିବ । ଯେଉଁ ପଂଚାୟତ ଭଲ କରିବେ ସେମାନଙ୍କୁ ପୁରଷ୍କୃତ କରିିବାର ବ୍ୟବସ୍ଥା ମଧ୍ୟ ରହିଛି ।

The post ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍: ବିକାଶର ବାର୍ତ୍ତା ବଖାଣିବେ ସରକାର first appeared on Kanak News.

from Kanak News
via <a href="https://ifttt.com/?

ବିବାହ ବିଚ୍ଛେଦକୁ ସବୁଜ ସଂକେତ: ବର୍ଷାଙ୍କଠୁ ଅଲଗା ହେବେ ଅନୁଭବ?

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଯାଇଥିଲା, ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଭଳି ସମ୍ପର୍କ ନାହିଁ । ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ହିଁ ନାହିଁ । ଏହି ଯୁକ୍ତି ଆଧାରରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥାଇପାରନ୍ତି ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।

ପ୍ରେମିକା ଭିତରେ ନିଜର ଦୁନିଆ ଦେଖୁଥିବା ପ୍ରେମିକଙ୍କ କାହାଣୀ, ହୁଏତ ସୁନେଲି ପରଦାରେ ଅଧିକ ଭଲ ଲାଗେ । କିନ୍ତୁ ବାସ୍ତବ ଦୁନିଆ ଭାରି କୋଠର, ଇଏ କୌଣସି ଲେଖକଙ୍କ କାହାଣୀ ନୁହେଁ ସେ ଇଚ୍ଛା ଅନୁସାରେ ବଦଳି ଯିବ ।

ହାତ ଧରି ଏକାଠି ଚାଲିବାକୁ ଅନୁମତି ଦେଉଥିବା ସାମାଜିକ ସ୍ୱୀକୃତି, ବିବାହରେ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପରିବାର ଅଦାଲତଙ୍କ ରାୟକୁ କେବଳ ଖାରଜ କରି ନାହାଁନ୍ତି, ଅନୁଭବଙ୍କ ଆବେଦନକୁ ଗ୍ରହଣ କରିବା ସହ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ।

ଅନୁଭବଙ୍କ ଓକିଲଙ୍କ କହିବା ଅନୁଯାୟୀ ବିବାହ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଏଯାବତ୍ ହୋଇନଥିବାରୁ ସ୍ୱାମୀ ସ୍ତ୍ରୀ ସମ୍ପର୍କର ଅସ୍ଥିତ୍ତ୍ୱ୍ୱ ନାହଁ । ଯେହେତୁ ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଯାଇଥିଲା କି ବର୍ଷା ତାଙ୍କୁ ସ୍ୱାମୀ ଭାବେ ଶାରୀରିକ ସମ୍ପର୍କ ରଖିବାକୁ ସହଯୋଗ କରୁନଥିଲେ । ଏହା ହିନ୍ଦୁ ବିବାହ ଆଇନ ଅନୁଯାୟୀ ମେଂଟାଲ କ୍ରୁଏଲିଟି ବା ମାନସିକ ନିର୍ଯାତନା । ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଭଳି ସମ୍ପର୍କ ନାହିଁ । ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ହିଁ ନାହିଁ ।

ଯଦିଓ ରାୟ ଅଭିନେତା ଅନୁଭବ ମହାନ୍ତିଙ୍କ ସପକ୍ଷରେ ଯାଇଛି, ତଥାପି ଅଭିନେତ୍ରୀ ବର୍ଷାଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି । ଏହି ରାୟକୁ ନେଇ ହାଇକୋର୍ଟରେ ପୁଣି ଥରେ ଆବେଦନ କରିପାରିବେ । ରିଭିୟୁ ପିଟିସନ୍ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇପାରିବେ । ଆବଶ୍ୟକ ଅନୁଭବ କଲେ, ସୁପ୍ରିମକୋର୍ଟଙ୍କ ନିକଟରେ ମଧ୍ୟ ଆବେଦନ କରିପାରିବେ ।

ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ପରିବାର ଅଦାଲତରେ ଉଭୟ ଅନୁଭବ ଏବଂ ବର୍ଷାଙ୍କ ଆବେଦନକୁ ଖାରଜ କରିଥିଲେ କୋର୍ଟ । କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବ ଆବେଦନକୁ କୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ଏଭଳି ରାୟକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା । ତେବେ ପରିବାର ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ତେବେ କୋର୍ଟଙ୍କ ଏହି ରାୟର ସିଧା ଅର୍ଥ ହେଉଛି
– ବର୍ଷାଙ୍କ ସହ ଅନୁଭବ ବିବାହ ବିଚ୍ଛେଦ କରିପାରିବେ
– ବିବାହ ବିଚ୍ଛେଦ ପାଇଁ ଅବିଶିଷ୍ଟ ପ୍ରକ୍ରିୟା ଅନୁସରଣ କରିପାରିବେ

The post ବିବାହ ବିଚ୍ଛେଦକୁ ସବୁଜ ସଂକେତ: ବର୍ଷାଙ୍କଠୁ ଅଲଗା ହେବେ ଅନୁଭବ? first appeared on Kanak News.

from Kanak News
via <a href="https://ifttt.com/?

ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି!

କନକ ବ୍ୟୁରୋ: ସ୍ମାର୍ଟସିଟି ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି କଲେରା । ଶହ ଶହ ଲୋକ କଲେରାରେ ଆକ୍ରାନ୍ତ ହେବା, ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜନୀତି । ..

ରାଉରକେଲାରେ ସ୍ଥିତି ସୁଧୁରୁଥିବା କୁହାଯାଉଥିବାବେଳେ ପୁଣି ଜଣଙ୍କ ଜୀବନ ନେଇଛି ହଇଜା । ଆଇଜିଏଚରେ ଚିକିିତ୍ସାଧୀନ ଅବସ୍ଥାରେ ୪୧ବର୍ଷିୟ ସାବିତ୍ରୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଝାଡାବାନ୍ତି ହେବା ପରେ ଗତ ସୋମବାର ସେ ହସ୍ପିଟାଲରେ ଭର୍ତି ହୋଇଥିଲେ । ହେଲେ, ମାରାତ୍ମକ କଲେରା କବଳରୁ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନି । ସରକାରୀ ଭାବେ ସ୍ପଷ୍ଟ କରାଯାଇନଥିଲେ ବି ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଉଦବେଗର କଥା ହେଉଛି, ପୂର୍ବରୁ ସାବିତ୍ରୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ସାବିତ୍ରୀଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଛନ୍ତି ୩ଝିଅ ।

ରାଉରକେଲାର ହଇଜା ଖବର ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚହଳ ସୃଷ୍ଟି କରିଥିବାବେଳେ, ପ୍ରଶାସନ ପକ୍ଷରୁ ଚାଲିଛି ଘନଘନ ବୈଠକ । ବୁଧବାର ସ୍ୱାସ୍ଥ୍ୟ ସଚିବଙ୍କ ଅଧିନରେ ସ୍ୱତନ୍ତ୍ର ଟିମ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ, ଗୁରୁବାର ଆରଜିଏଚ ନିର୍ଦ୍ଦେଶଙ୍କ ସହ ଏସସିବିର ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ ଆଲୋଚନା କରିଛନ୍ତି । ଏସସିବିର ୪ଜଣିଆ ଡାକ୍ତରୀ ଦଳ ସହ ଜଣେ ଟେକ୍ନିସିଆନ ଓ ଆରଏମ୍ଆରସିର ଦୁଇ ଜଣ ବୈଜ୍ଞାନିକ ରାଉରକେଲାରେ ପରିସ୍ଥିତର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ରାଉରକେଲାରେ ରୋଗୀଙ୍କ ସଂଖ୍ୟା କମୁଥିବା ସୂଚନା ଦେଇଛନ୍ତି ରାଉରକେଲା ଏଡିଏମ ।

ରାଉରକେଲାରେ ହଇଜା ବ୍ୟାପିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏଥିପାଇଁ ୱାଟକୋକୁ ଦାୟୀ କରି ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ କରାଯାଇଛି ।.. ଅନ୍ୟପଟେ ଯୁବ ସମାଜସେବୀ ମୁକ୍ତିକାନ୍ତ ମଣ୍ଡଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା ଦେଇଛନ୍ତି । ହଇଜାରେ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରିବା ସହ ରାଉରକେଲା ବାସୀଙ୍କ ଅଧିକାରୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, ସ୍ଥିତିରେ ସୁଧାର ଆସୁଛି ।

ଶତାଧିକ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବି ଆଶ୍ୱସ୍ତିର କଥା ହେଉଛି, ପାଣି ଯୋଗୁଁ ହଇଜା ବ୍ୟାପୁଥିବା ଜଣାପଡିବା ପରେ, ୱାଟକୋ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଯେଉଁ ସ୍ଥାନମାନଙ୍କରେ ପାଇପରେ ମଇଳା ପାଣି ମିଶୁଥିଲା, ସେହି ସବୁ ସ୍ଥାନରେ ଯାଂଚ କରି ପାଇପକୁ ବଦଳା ଯାଇଛି । ଆଉ ଏବେ ପରିଷ୍କାର ପାଣି ଆସୁଥିବା ଦେଖିବାକୁ ମିଳିଛି ।

The post ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି! first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started