ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ପାଖକୁ ଯାଇଛି ନିମନ୍ତ୍ରଣ ପତ୍ର । ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରାଯାଇଛି । ନିମନ୍ତ୍ରଣ ପତ୍ରରେ ଓଲାଗି ହୋଇଥିବା ବାନା ଓ ମହାପ୍ରସାଦ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ବି ବିସ୍ତୁତ ତଥ୍ୟ ଅଛି । କାଲିଠାରୁ ସେବାୟତ ଦୁଇଭାଗରେ ବିଭକ୍ତ ହୋଇ ନିମନ୍ତ୍ରଣ ପାଇଁ ଯିବେ । ରାଜ୍ୟ ବାହାରକୁ ୧୭ଟି ଟିମ ଓ ରାଜ୍ୟ ଭିତରେ ୧୪ଟି ଟିମ୍ ରହିବେ । ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପରେ ଟିମ କାମ କରିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିମନ୍ତ୍ରଣ ପତ୍ର । ଶୁଭବେଳାରେ ବାହାରିବା ପରେ ପାଟ ପଟୁଆରରେ ଶ୍ରୀମନ୍ଦିରକୁ ପ୍ରଥମେ ଯାଇଛି ନିମନ୍ତ୍ରଣ । ଆଉ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରାଯାଇଛି । ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆଉ ପ୍ରକଳ୍ପ ପାଇଁ ପୁରୀ ଆସିବାକୁ ଥିବା ଅତିଥିଙ୍କୁ ଏହି ନିମନ୍ତ୍ରଣ ପତ୍ର ଦିଆଯିବ ।

-୨୬ରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ହେବ ନିମନ୍ତ୍ରଣ
-ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ନିମନ୍ତ୍ରଣ ଯିବ
-ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିରକୁ ଯିବ ନିମନ୍ତ୍ରଣ ପତ୍ର
-ଚାରିଧାମ ଓ ୪ ଶଙ୍କରାଚାର୍ଯ୍ୟଙ୍କୁ ବି ନିମନ୍ତ୍ରଣ କରାଯିବ
-ବିଦେଶରେ ଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ବି ଡକାଯିବ

ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିମନ୍ତ୍ରଣ ପତ୍ର ବେଶ ଆକର୍ଷକ ହୋଇଛି । ଶୁକ୍ରବାରଠାରୁ ଏହାକୁ ବଂଟାଯିବା କାମ ଆରମ୍ଭ ହେବ । ନିମନ୍ତ୍ରଣ ପତ୍ର ଓଡିଆ, ହିନ୍ଦୀ ଓ ଇଂରାଜୀ ଏଭଳି ୩ଟି ଭାଷାରେ ରହିଛି । ଏଥିରେ ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ସହ ମହାପ୍ରସାଦ ଓ ଶ୍ରୀମନ୍ଦିରରେ ଓଲାଗି ହୋଇଥିବା ବାନା ରହିଛି । ସବୁଠାରୁ ବଡ କଥା ହେଲା ଚାରିଧାମ ଓ ସବୁ ଧାମର ଶଙ୍କରାଚାର୍ଯ୍ୟଙ୍କୁ ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଯିବ

୧. ପ୍ରଥମ ଧାମ-ପୁରୀ ଶ୍ରୀଜଗନ୍ନାଥ ମନ୍ଦିର , ଶଙ୍କରାଚାର୍ଯ୍ୟ-ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
୨. ଦ୍ୱିତୀୟ ଧାମ-ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିର, ଶଙ୍କରାଚାର୍ଯ୍ୟ-ଶ୍ରୀ ଭାରତୀ ତୀର୍ଥ
୩. ତୃତୀୟ ଧାମ-ଦ୍ୱାରକାର ଦ୍ୱାରକାଧୀଶ ମନ୍ଦିର, ଶଙ୍କରାଚାର୍ଯ୍ୟ-ସ୍ୱାମୀ ସଦାନନ୍ଦ ସରସ୍ୱତୀ
୪. ଚତୁର୍ଥ ଧାମ-ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିର, ଶଙ୍କରାଚାର୍ଯ୍ୟ-ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ସାମିଲ ହେବ । ଏହାଛଡା ରାଜ୍ୟ, ଦେଶ ତଥା ବିଦେଶର ଅନେକ ଅତିଥି ଯୋଗଦେବେ । ଗଜପତି ମହାରାଜ ଯଜ୍ଞର ପୂର୍ଣ୍ଣାହୂତି ଦେବେ ।

The post ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

ଦେଶରେ ଉପରମୁହାଁ ହେଉଛି କରୋନା: ସତର୍କ କଲେ ସରକାର, ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି ସାଂଘାତିକ ହେଉନାହି ାଁ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ ଓ ଜ୍ୱର ଲାଗି ରହୁଛି । ରାଜ୍ୟରେ ଗତ ଡିସେମ୍ବର ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେଶ ଆସିନାହିଁ । ତଥାପି କେନ୍ଦ୍ର ପକ୍ଷରୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କେସ ବଢିବାର ସମ୍ଭାବନା ଥିବାରୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ କୁହାଯାଇଛି । ଏହାସହିତ ପ୍ରତି ୩ ମାସରେ ମକ ଡ୍ରିଲ କରିବାକୁ ପରାମର୍ଶ ଦିଆଯାଇଛି । ଭୟ ଓ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

The post ଦେଶରେ ଉପରମୁହାଁ ହେଉଛି କରୋନା: ସତର୍କ କଲେ ସରକାର, ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ first appeared on Kanak News.

from Kanak News
via <a href="https://ifttt.com/?

ୱିକେଟ କିପରରୁ ଗ୍ୟାଙ୍ଗଷ୍ଟାର

ଅତିକ ଅହମ୍ମଦର ଫାଇନାନ୍ସର ନଫିସ୍ ବିରିୟାନୀର ମୃତ୍ୟୁ ପରେ ତା ଅପରାଧ ଦୁନିଆରେ ପ୍ରବେଶ କରିବାର କାହାଣୀ ସାମ୍ନାକୁ ଆସିଛି । ଏକଦା ନିଜ ସହରର କ୍ରିକେଟ୍ ମ୍ଯାଚରେ ୱିକେଟ୍ କିପର ହେଉଥିବା ନଫିସ ଖୁବ୍ ଶୀଘ୍ର ଅତିକ୍ ଅହମ୍ମଦ ଗ୍ୟାଙ୍ଗର ପ୍ରିୟପାତ୍ର ବନି ଯାଇଥିଲେ । ଧୀରେ ଧୀରେ ସିଏ ଅତିକ୍ ଗ୍ୟାଙ୍ଗର ଆର୍ଥିକ ହିସାବନିକାଶ ବୁଝିବାକୁ ଲାଗିଲା ।  ଏକ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ପରେ ପ୍ରୟାଗରାଜରେ ଏକ ବିରିୟାନୀ ଚେନ୍ ଷ୍ଟୋର ଖୋଲିଥିବା ନଫିସ ସହ ଅନ୍ୟମାନେ ମଧ୍ୟ ମାଟିରେ ମିଶିଗଲେ । ଯେମିତି   ଉମେଶ ପାଲ ହତ୍ୟା ମାମଲା ଅତିକ୍ ଗ୍ୟାଙ୍ଗ ପାଇଁ ମୃତ୍ଯୁର ଏକ ଡକରା ଥିଲା ।

୨୪ ଫେବୃଆରୀ ୨୦୨୩ ରେ ଉତ୍ତରପ୍ରଦେଶର ପ୍ରୟାଗରେ ଯାହା ଘଟିଥିଲା ​​ତାହା ସମସ୍ତଙ୍କ ଛାତି ଥରେଇ ଦେଇଥିଲା ।  ଆଡଭୋକେଟ୍ ତଥା ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ତାଙ୍କ ଘର ସାମ୍ନାରେ ଦିନ ଦ୍ଵିପହରରେ ଅତି ଜଘନ୍ୟ  ଭାବେ ହତ୍ୟା କରାଯାଇଥିଲା । ଏକ କ୍ରେଟା କାରରେ ଆସିଥିବା ଅପରାଧୀମାନେ ଏହି ହତ୍ୟାକାଣ୍ଡକୁ ବଜାର ମଝିରେ ସର୍ବସାଧାରଣଙ୍କ ସାମନାରେ ରୂପ ଦେଇଥିଲେ ।  ମାଫିଆ ଅତିକ୍ ଅହମ୍ମଦର ତୃତୀୟ ପୁତ୍ର ଆସାଦ ଅହମ୍ମଦ ଏହି ହତ୍ୟାକାଣ୍ଡର ନେତୃତ୍ୱ ନେଇଥିଲା ।

ଏହି ହତ୍ୟା ମାମଲାରେ ବମ୍ ବାଜ ଗୁଡୁ ମୁସଲିମ ସମେତ ଅନେକ ନାମ ସାମନାକୁ ଆସିଥିଲା। ଯାହାସବୁ ସିସିଟିଭିରେ ରେକର୍ଡିଂ ହେଇଥିଲା ।  ଏହି ଉମେଶ ପାଲ ହତ୍ୟାକାଣ୍ଡ ଗ୍ୟାଙ୍ଗ ଷ୍ଟାର ଅତିକ୍ ଅହମ୍ମଦଙ୍କ ସାମ୍ରାଜ୍ୟକୁ ଥରାଇ ଦେଇଥିଲା ।  ଯିଏ କି ଉତ୍ତରପ୍ରଦେଶରେ ପ୍ରୟାଗରାଜରୁ ନିଜର ଅପରାଧର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲା । ଅତିକ୍ ଗ୍ୟାଙ୍ଗ ଉପରେ ବର୍ତ୍ତମାନ ପୋଲିସ ଏନକାଉଣ୍ଟରର ଭୟ ଲାଗିରହିଛି ।  ନଫିସ୍ ବିରିୟାନୀର ମୃତ୍ୟୁ ପରେ ଉମେଶ ପାଲ ହତ୍ୟା ମାମଲା ଏବଂ ଏହାର ଅପରାଧୀଙ୍କ ଉପରେ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି ।

ମାମଲା କଣ ? କେମିତି ମଲା ନଫିସ୍ ବିରିୟାନୀର ?

ମାଫିଆ ଅତିକ୍ ଅହମ୍ମଦର ଫାଇନାନ୍ସ ଆଡଭାଇଜର ତଥା ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ନାଫିସ୍ ବିରିୟାନିର ନୈନି ଜେଲରେ ହୃଦଘାତର ଶିକାର ହୋଇ ମୃତ୍ଯୁବରଣ କରିଛି । ଡିସେମ୍ବର ୧୭ ରବିବାର ଦିନ ପ୍ରାୟ ୧୧.୪୫ ରେ ନଫିସକୁ ଗୁରୁତର ଅବସ୍ଥାରେ SRN ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନଫିସର ଚିକିତ୍ସା ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିଲା । ​| ଡାକ୍ତରମାନେ ଅତିକର ଏହି ଘନିଷ୍ଠ ସହଯୋଗୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ତାର ଚିକିତ୍ସା ଜାରି ରହିଥିଲା । SRN ହସ୍ପିଟାଲର ପ୍ରିନ୍ସପାଲ୍ ଡକ୍ଟର ଏସପି ସିଂ କହିଛନ୍ତି ଯେ ନଫିସର ରକ୍ତଚାପ ବହୁତ କମ୍ ଥିଲା । ତାକୁ  ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଅମ୍ଳଜାନ ସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିଲା । ତା ଚିକିତ୍ସା ପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲା। ନଫିସର ହୃଦୟ ସହିତ କିଡନୀ ସମସ୍ୟା ମଧ୍ୟ ଥିଲା ।  ରବିବାର ବିଳମ୍ବିତ ରାତିରେ ତା ଅବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ରାତି ପ୍ରାୟ ୧ ଟା ବେଳେ ତାର ମୃତ୍ୟୁ ହୋଇଥିଲା। ପୋଲିସ ତା ଶରୀରର ପୋଷ୍ଟମର୍ଟମ କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

The post ୱିକେଟ କିପରରୁ ଗ୍ୟାଙ୍ଗଷ୍ଟାର first appeared on Kanak News.

from Kanak News
via <a href="https://ifttt.com/?

ସର୍ବସ୍ୱାନ୍ତ କରିଦେଲା ରାତିର ନିଆଁ । ଗତକାଲି ବିଳମ୍ବିତ ରାତିରେ ଲାଗିଥିବା ନିଆଁରେ ତଳିତଳାନ୍ତ ହୋଇ ଗଲେ ବେଲଗୁଣ୍ଠାର ୫ଟି ପରିବାର ।

କନକ ବ୍ୟୁରୋ: ରାତିରେ ସବୁ କିଛି ଠିକଠାକ୍ ଥିଲା । ଚାଳ ଘରେ ପରିବାରର ସର୍ବଶ୍ୱ ଥିଲା । ହେଲେ ରାତି ପାହି ସକାଳ ହେବା ବେଳକୁ ସବୁ ଅଙ୍ଗାର ପାଲଟିଯାଇଛି । ପାଉଁଶ ହୋଇଯାଇଛି ଆସବାବପତ୍ର, ଧାନ ଚାଉଳ । ରାସ୍ତାକଡକୁ ଚାଲି ଆସିଛନ୍ତି ପୁରା ପରିବାର । ପାଖରେ କେବଳ ପିନ୍ଧିଥିବା ବସ୍ତ୍ରକୁ ଛାଡି ଦେଲେ ଆଉ କିଛି ନାହିଁ । ବିଳମ୍ବିତ ରାତିରେ ଲାଗିଥିବା ନିଆଁ ୫ଟି ପରିବାରକୁ ବାସହରା କରିଦେଇଛି ।

ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଗୋଠଲୁଣ୍ଡା ନିକଟ ବଣିଆପଲ୍ଲୀ ବୁଧବାର ରାତିର ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ରାତିରେ ଲୋକମାନେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଲୋକମାନେ ନିଦରୁ ଉଠି ଜୀବନ ବିକଳରେ ଘରୁ ବାହାରି ଆସିବାରୁ ଜୀବନ ବଂଚି ଯାଇଛି । ହେଲେ ପାଂଚ ବଖରା ଘର ସଂପୂର୍ଣ୍ଣ ପୋଡ଼ି ଯାଇଛି । ନିଆଁ ସର୍ବସ୍ୱ ଗିଳି ଦେବା ପରେ ଗରିବ ଶ୍ରେଣୀ ୫ ପରିବାର ଶିତ କାକରରେ ଗାଁ ଦାଣ୍ଡରେ ପଡ଼ି ରହିଛନ୍ତି । ଖାଦ୍ୟ ସହ ବାସ ଯୋଗାଇ ଥଇଥାନ କରିବାକୁ ପ୍ରଶାସନକୁ ଗୁହାରି କରିଛନ୍ତି ଅଗ୍ନି ବିପନ୍ନ ।

The post ସର୍ବସ୍ୱାନ୍ତ କରିଦେଲା ରାତିର ନିଆଁ । ଗତକାଲି ବିଳମ୍ବିତ ରାତିରେ ଲାଗିଥିବା ନିଆଁରେ ତଳିତଳାନ୍ତ ହୋଇ ଗଲେ ବେଲଗୁଣ୍ଠାର ୫ଟି ପରିବାର । first appeared on Kanak News.

from Kanak News
via <a href="https://ifttt.com/?

୩ ମାସ ହେଲା ହିତାଧିକାରୀଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ । ଟିପ ଚିହ୍ନ ଓ ଫେସ୍ ସ୍କାନ କରି ବି ଯୋଗାଣ ସହାୟକ ଦେଉନାହାନ୍ତି ଚାଉଳ ।

କନକ ବ୍ୟୁରୋ: ଦେଶରେ କେହି ଭୋକରେ ରହିବେ ନାହିଁ । ସେଥିପାଇଁ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହୋଇଛି । ହିତାଧିକାରୀଙ୍କ ପାଖରେ ରାସନ ସାମଗ୍ରୀ ପହଂଚିବା ପାଇଁ ସରକାର ଡିଲର ନିଯୁକ୍ତି ଦେଇଛନ୍ତି । ମାତ୍ର ମୁନାଫା ଖୋର ମନୋବୃତି ଥିବା ଡିଲରଙ୍କ ପାଇଁ ହିତାଧିକାରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସରକାରୀ ଯୋଜନା କେବଳ ଯୋଜନାରେ ସିମିତ ହୋଇ ରହି ଯାଉଛି । ସେପଟେ ଜିଲ୍ଲାପାଳଙ୍କ ଚିରାଚରିତ ଉତର ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।

୫ ବର୍ଷ ହେଲାଣି କର୍କଟ ରୋଗରେ ପୀଡିତ ଭାରତୀ ଦାସ । ଭଲରେ କଥା କହିପାରୁନାହାନ୍ତି । ଏଭଳି ସ୍ଥିତିରେ ସେ ଏକାକି ଜୀବନ ଜିଉଁଛନ୍ତି । ପୁଅ-ବୋହୂ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ଆଉ ଏଠ ତାଙ୍କ ଏକମାତ୍ର ସାହାର କହିଲେ ରାସନ ଚାଉଳ । ମାତ୍ର ତିନି ମାସ ହେଲାଣି ଡିଲର ରାସନ ଦେଉନଥିବାରୁ ଗାଁରେ ମାଗି ଯାଚି ଚଳୁଛନ୍ତି । କେବଳ ଭାରତୀ ନୁହଁନ୍ତି ଗାଁର ଅଧିକାଂଶ ଗରିବ ଲୋକଙ୍କ ସମାନ ଅବସ୍ଥା । ରାସନ ସାମଗ୍ରି ପାଉନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ହିତାଧିକାରୀମାନେ ।

ରାଜନଗର ରାଜପୁର ପଂଚାୟତରେ ୧ ହଜାର ୧୯୯ ଜଣ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ୩ ଜଣ ରିଟେଲର ନିଯୁକ୍ତ ହୋଇଛନ୍ତି । ଏହି ୩ ରିଟେଲର ଗତ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସର ରାସନ ସାମଗ୍ରୀ ହଡପ କରିଥିବା ଅଭିଯୋଗ ହୋଇଛି । ଏମାନେ ହିତାଧିକାରୀଙ୍କ ଟିପ ଚିହ୍ନ ଓ ଆଖି ସ୍କାନ କରି ବି ରାସନ ଦେଉନାହାନ୍ତି । ଏନେଇ ଅଭିଯୋଗ କଲେ ରାସନକାର୍ଡ କାଟି ଦେବାକୁ ରିଟେଲର ଧମକ ଦେଉଛି ବୋଲି ହିତାଧିକାରୀମାନେ କହିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି, ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।

ଖାଦ୍ୟ ପାଇଁ କାହାକୁ ମରିବାକୁ ଦିଆଯିବ ନାହଁ, ସରକାରଙ୍କ ଏହି ନାରା ହେଉଛନ୍ତି । ହେଲେ ମୁନାଫା ଖୋର ରିଟେଲଙ୍କ ପାଇଁ ଲୋକଙ୍କୁ ମାସମାସ ଧରି ଭୋକିଲା ରହିବାକୁ ପଡିଛି । ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗରିବଙ୍କ ପାଖରେ ରାସନ ପହଂଚାଇବାକୁ ଦାବି ହୋଇଛି ।

The post ୩ ମାସ ହେଲା ହିତାଧିକାରୀଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ । ଟିପ ଚିହ୍ନ ଓ ଫେସ୍ ସ୍କାନ କରି ବି ଯୋଗାଣ ସହାୟକ ଦେଉନାହାନ୍ତି ଚାଉଳ । first appeared on Kanak News.

from Kanak News
via <a href="https://ifttt.com/?

କନ୍ଧମାଳରେ ପ୍ରବଳ ଜାଡ । ଜି.ଉଦୟଗିରି ଓ ଫୁଲବାଣୀରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଧନ ଜୀବନ, କାମକୁ ଯାଇ ନପାରି ଭୋଗୁଛନ୍ତି ଖଟିିଖିଆ ।

କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟରେ ଶୀତ ପଡିଛି । ଗତ ୧୦ ତାରିଖରୁ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି । ପାରଦ ତଳ ମୁହାଁ ହୋଇଛି । ଶୀତ ସହିତ ଘନ କୁହୁଡି ଯୋଗୁଁ ଜାଡ ମାଡରେ ଜିଲ୍ଲା ଥରହର ହେଉଛି । ବେଶ କିଛି ଦିନ ହେଲା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ହିଁ ରହୁଛି । ବୁଧବାର ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ କନ୍ଧମାଳ ଜିଲ୍ଲାର ସବୁଠାରୁ ଥଣ୍ଡା ସହର ଜି-ଉଦୟଗିର ରହିଛି । ଦାରିଙ୍ଗବାଡି ଠାରୁ ଜି.ଉୁୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି ।

ସକାଳୁଆ ଥଣ୍ଡା ଏବଂ ଘନ କୁହୁଡିରେ ମୁହଁକୁ ମୁହଁ ଦେଖାଯାଉନାହିଁ । ଫଳରେ ଗାଡି ଚଳାଚଳ ଓ ଜନଜୀବନ ପ୍ରଭାବିତ ହେଉଛି । ସଂଧ୍ୟାରୁ ସକାଳ ୮-୯ଟା ଯାଏଁ ନିଆଁ ପାଖରୁ ଉଠିବାକୁ ଇଚ୍ଛା କରୁନାହାନ୍ତି । ଏହି ଶୀତ ବଡବଡିଆଙ୍କୁ ବୁଲାବୁଲି ପାଇଁ ସୁଯୋଗ ଦେଉଥିବା ବେଳେ ଗରିବ ଓ ଖଟିଖିଆଙ୍କ ପେଟକୁ ଲାତ ଦେଉଛି । ଶୀତ ଯୋଗୁଁ ଜୀବନ ଶୈଳୀରେ ପରିବର୍ତନ ହୋଇଛି । ସବୁଦିନ କାମକୁ ଯାଇ ହେଉନାହିଁ । ତେଣୁ ପରିବାର ପୋଷିବାରେ ସମସ୍ୟା ହେଉଛି ।

ଆକାଶ ମେଘମୁକ୍ତ ରହିଥିବାରୁ ଆଗକୁ ଶୀତର ପ୍ରକୋପ ବଢିବା ଆଶଙ୍କା କରାଯାଉଛି । କନ୍ଧମାଳ ଜିଲ୍ଲାରେ ଥଣ୍ଡା ଏବଂ କୁହୁଡି ବଢିଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।

The post କନ୍ଧମାଳରେ ପ୍ରବଳ ଜାଡ । ଜି.ଉଦୟଗିରି ଓ ଫୁଲବାଣୀରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଧନ ଜୀବନ, କାମକୁ ଯାଇ ନପାରି ଭୋଗୁଛନ୍ତି ଖଟିିଖିଆ । first appeared on Kanak News.

from Kanak News
via <a href="https://ifttt.com/?

ଓପନ ହାର୍ଟ ସର୍ଜରୀ ପରେ ବି ନିହାଣ ମୂନରେ ପଥରକୁ ଦେଉଛନ୍ତି ଜୀବନ ରୂପ, ସରକାରଙ୍କ ପକ୍ଷରୁ ମିଳୁଛି ମାତ୍ର ୩ଶହ ଟଙ୍କାର ଭତ୍ତା ।

କନକ ବ୍ୟୁରୋ: କାଳ ସଂସ୍କୃତି ର ରାଜ୍ୟ ଓଡିଶା, ଏହାର ମନ୍ଦିର ପ୍ରସ୍ତର ସବୁ ପୁରାଣ ଇତିହାସର କଥା କହେ।ଆଉ ଏହି ପ୍ରସ୍ତର ଦେହରେ ଖୋଦେଇ କରି ଯେଉଁ ରୂପ କାର ମାନେ ଏହାକୁ ଜୀବନ୍ତ ରୂପ ଦେଇଥାନ୍ତି ସେମାନଙ୍କ ଜୀବନ ଏବେ ଦୃବି ସୟ । ଏମିତି ଜଣେ ପଥର ର ଜୀବନ୍ତ ରୂପ କାର ବିଶ୍ଵକର୍ମା ରମେଶ ମହାରଣା ।

ଅନେକ ଇତିହାସର ମୁକ ସାକ୍ଷୀ ଖୋର୍ଦ୍ଧା ଜିଲା। ଜିଲାରେ ରହିଛି ମନ୍ଦିର ଗଢ଼ା ପାଇଁ ଉପଯୁକ୍ତ ପଥର ଖଣ୍ଡ । ଆଉ ଏହି ପଥରକୁ ନେଇ ନିଜର ବାଲ୍ୟ ଜୀବନରୁ କାରିଗର ସ୍ୱପ୍ନ ଦେଖନ୍ତି ଅନେକ । ମାଟିରେ ମୃତି ଗଢ଼ାଠୁ ପ୍ରଶିକ୍ଷଣ ଆରମ୍ଭ କରି ପରେ ନିହାଣ ମୁନରେ ଖୋଦେଇ କରି ଗଢନ୍ତି ପଥର ମୂର୍ତି । ସେହି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗର୍ଭଣିପଡାର ରମେଶ ମହାରଣ। ଜେଜେ ବାପାଙ୍କ ଠାରୁ ଅନୁପ୍ରଣୀତ ହୋଇ କୌଳିକ ବୃତି ମୃତିରେ ମନ ନିବେଶ କରି ଆସିଛନ୍ତି। ନିଜ ଜୀବନରେ ହଜାର ହଜାର ମୂର୍ତି ଗଢି ବିଭିନ୍ନ ସ୍ଥାନକୁ ପଠାଇଛନ୍ତି ରମେଶ । ପ୍ରାୟ ୨୫ରୁ ଅଧିକ ମନ୍ଦିରରେ ସୁନ୍ଦର କାରୁକାର୍ଯ କରି ସାରିଛନ୍ତି ।

ହାତରେ ନିହାଣ ଧରିଲେ ମନରେ ଆଙ୍କି ହୋଇଯାଏ ସୁନ୍ଦର ସୁନ୍ଦର କଳାକୃତି । ପଥର ବାଡେଇ ବାଡେଇ ଜୀବନ୍ତ କରିଥିବା ରମେଶଙ୍କ ଏହି ନିହଣ ଯେ ଦିନେ ଥମି ଯିବ ସେ ଆଜିଠୁ ଭାବି ନେଲେଣି। କାହିଁକି ନା ତାଙ୍କର ଓପନ ହାର୍ଟ ସର୍ଜରି ହୋଇ ଲାଗିଛି ସ୍ପେସ ମେକର । ଶାରିରୀକ ଅସୁସ୍ଥତା ସତ୍ୱେ ଏବେ ସେ ନିଜ ନିଳା ଓ ପେଶାକୁ ଜାରି ରଖିଛନ୍ତି । ଏହି ପଥର କଳା ପାଇଁ ସରକାରଙ୍କ ପାଖରୁ ପ୍ରଶିକ୍ଷଣ ନେଇଛନ୍ତି । ସେଥିପାଇଁ ତାଙ୍କୁ ମାସିକ ମାତ୍ର ୩ଶହ ଟଙ୍କାର ଷ୍ଟାଇପେଣ୍ଡ ମିଳୁଛି । ହେଲେ ଆଜିଯାଏ କଳାକାର ଭତା କି ଅନ୍ୟ କୌଣସି ସହାୟତା ମିଳିନଥିବା ସେ କ୍ଷୋଭର ସହ କହିଛନ୍ତି । ସରକାର ବହୁ କଳାକାରଙ୍କୁ ସହାୟତା ଯୋଗାଇ ଦେଉଥିବା ବେଳେ ରମେଶଙ୍କୁ ଅଣଦେଖା କରିବା ପରିତାପର ବିଷୟ ।

The post ଓପନ ହାର୍ଟ ସର୍ଜରୀ ପରେ ବି ନିହାଣ ମୂନରେ ପଥରକୁ ଦେଉଛନ୍ତି ଜୀବନ ରୂପ, ସରକାରଙ୍କ ପକ୍ଷରୁ ମିଳୁଛି ମାତ୍ର ୩ଶହ ଟଙ୍କାର ଭତ୍ତା । first appeared on Kanak News.

from Kanak News
via <a href="https://ifttt.com/?

କଷ୍ଟ ଦେଉଛି ବିଳମ୍ବିତ ବିହନ । ସରକାରୀ ବିହନ ନମିଳିବାରୁ ଚଢା ଦରରେ ବାହାରୁ ବିହନ ଆଣି ଚାଷୀ ହନ୍ତସନ୍ତ ।

କନକ ବ୍ୟୁରୋ: ଧାନ ପରେ ରବି ଋତୁରେ ଅନେକ ଚାଷୀ ବାଦାମ ଚାଷ କରିଥାନ୍ତି । ଏଥିପାଇଁ ଚାଷୀଙ୍କୁ ସରକାରୀ ସ୍ତରରେ ବିହନ ମିଳିଥାଏ । ହେଲେ ଏବେ ଚାଷୀଙ୍କୁ ମିଳୁନାହିଁ ସରକାରୀ ବିହନ । ତେଣୁ ଅଧିକ ଖର୍ଚ୍ଚାନ୍ତ ହୋଇ ଚିନ୍ତାରେ ପଡିଛନ୍ତି ଚାଷୀ । ପୁରୀ କଣାସ ବ୍ଲକର ଗଡସାନପୁଟ, ଗଡବଡପୁଟ, ପାଣ୍ଡିଆକେରା, ତ୍ରିଲୋଚନପୁର ଆଦି ବିଭିନ୍ନ ପଂଚାୟତର ହଜାର ବାଦାମ ଚାଷୀ ବିହନକୁ ଚିନ୍ତାରେ ପଡିଛନ୍ତି । ସରକାରୀ ବିହନ ମିଳୁନଥିବାରୁ ଚାଷୀ ବାଧ୍ୟ ହୋଇ ଧାର କରଜ କରି ଚଢା ଦରରେ ଛତିଶଗଡ, ପଦ୍ମପୁର, ଅନୁଗୁଳରୁ ବିହନ କିଣି ଚାଷ କରିଛନ୍ତି ।

ଚଢା ଦରରେ ବିହନ କିଛି ଚାଷ କରିଥିବା ବାଦାମ ଚାଷୀଙ୍କ ଭେଳା ବୁଡାଉଛି ରୋଗପୋକ । ଶୀତ ବଢିବାରୁ ବାଦାମ ବିଲରେ ରୋଗ ପୋକଙ୍କ ପାର୍ଦୁଭାବ ବଢିଯାଇଛି । ଗଛରେ ଫୁଲ ଫଳ ଆସୁଥିବା ବେଳେ ଘୋଡ ଓ ଲେଡା ପୋକ ପତ୍ର, ଫୁଲ ଓ ଗଛର ମୂଳକୁ ଖାଇଯାଉଛନ୍ତି । ଯାହା ଚାଷୀଙ୍କ ଉପରେ ନଳିତା ବିଡା ସଦୃଶ ହୋଇଛି । ସେପଟେ ଆତ୍ମା ଅଧିକାରୀ କହିଛନ୍ତି, ତାଙ୍କ ପାଖରେ ବିହନ ମହଜୁଦ ଅଛି, ଭିଏଲ ଡବ୍ଲୁଙ୍କୁ ଡାକି ଦିଆଯିବ ।

ପ୍ରତିବର୍ଷ ସରକାରୀ ବିହନ ବିଳମ୍ବରେ ମିଳୁଥିବାରୁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ବୀମା ବା ଋଣ ମିଳିନାହିଁ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିିଛନ୍ତି ବାଦାମ ଚାଷୀ ।

The post କଷ୍ଟ ଦେଉଛି ବିଳମ୍ବିତ ବିହନ । ସରକାରୀ ବିହନ ନମିଳିବାରୁ ଚଢା ଦରରେ ବାହାରୁ ବିହନ ଆଣି ଚାଷୀ ହନ୍ତସନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ସ୍ୱାମୀଙ୍କ ପରେ ଝାଡାବାନ୍ତିରେ ଚାଲିଗଲେ ସ୍ତ୍ରୀ

କନକ ବ୍ୟୁରୋ: ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ । ଆଇଜିଏଚରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସାବିତ୍ରୀ ଗିରି । ଗତ ସୋମବାର ଝାଡାବାନ୍ତି ହେବା ପରେ ୪୧ ବର୍ଷ ବୟସ୍କ ସାବିତ୍ରୀ ଆଇଜିଏଚ ମେଡିକାଲରେ ଭର୍ତି ହୋଇଥି । ଉଦବେଗର କଥା ହେଉଛି ପୂର୍ବରୁ ହଇଜାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ସେହି ହଇଜାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ ସ୍ତ୍ରୀ । ସାବିତ୍ରୀଙ୍କ ୩ଟି ଝିଅ ଥିବା ବେଳେ ପୁରା ପରିବାରକୁ ଅନାଥ କରିଦେଲା ହଇଜା । ଏହାକୁ ମିଶାଇ ରାଉରକେଲାରେ ହଇଜାରେ ଆକ୍ରାନ୍ତ ହୋଇ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି ।

The post ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ସ୍ୱାମୀଙ୍କ ପରେ ଝାଡାବାନ୍ତିରେ ଚାଲିଗଲେ ସ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ

କନକ ବ୍ୟୁରୋ: ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ଶ୍ରମନ୍ଦିର ଯାଇଥିଲା । ସେଠାରେ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି । ପାଟ ପଟୁଆରରେ ଜଗନ୍ନାଥଙ୍କ ପାଖକୁ ଯାଇଥିଲା ଏହି ନିମନ୍ତ୍ରଣ ପତ୍ର । ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମା ବିମଳା, ମା ମଙ୍ଗଳା ଓ ଶେଷରେ ପଂଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ହୋଇଥିଲା । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବାର ସୂଚନା ରହିଛି । ଏହା ପରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ପ୍ରାୟ ଶହେ ମନ୍ଦିରକୁ ଯିବ ନିମନ୍ତ୍ରଣ ପତ୍ର । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦେଶ ବିଦେଶରେ ରହିଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ସହ ଜଡ଼ିତ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଯାହା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇଛି । ନିମନ୍ତ୍ରଣ ପତ୍ର ସହ ଏକ ସ୍ୱତନ୍ତ୍ର କିଟ୍ ମଧ୍ୟ ପ୍ରଦାନ କରାଯିବ । ନିମନ୍ତ୍ରଣ ପତ୍ର ସହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ବ୍ରୋଚର ଦିଆଯିିବ । ଯେଉଁଥିରେ ପରିକ୍ରମା ପ୍ରକଳ୍ପ ସଂପର୍କିତ ତଥ୍ୟ ରହିବ । ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଏହି ନିମନ୍ତ୍ରଣ ପତ୍ର ପଠାଯିବ । ଏଥିପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୭୪୬ଟି ଜଗନ୍ନାଥ ମନ୍ଦିର, ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବ ।

The post ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started