ଆସନ୍ତା ମାସରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ଚୀନ୍ ନିଜର ଏକ ଗୁପ୍ତ ଚାଲ୍ ଚଲେଇବାକୁ ଯାଉଛି । ଗଣତାନ୍ତ୍ରିକ ଶାସିତ ତାଇୱାନରେ ‘ସାଗର ମାତା’ଙ୍କର ଦଶ ଲକ୍ଷରୁ ଉର୍ଦ୍ଧ ଅନୁଗାମୀ ଅଛନ୍ତି । ସି ଜିନପିଙ୍ଗ ପ୍ରଶାସନ ଏହା ମାଧ୍ୟମରେ ତାଇୱାନର ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଆସନ୍ତା ମାସରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଚୀନ୍ ସେଠାରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ସମସ୍ତ ପ୍ରୟାସ କରୁଛି । ନିର୍ବାଚନରେ ହସ୍ତକ୍ଷେପ କରିବାକୁ ସି ଜିନପିଙ୍ଗ ‘ସାଗର ମାତା’ ବା ମାଜୁ ମାତାଙ୍କ ସହାୟତା ନେଉଛନ୍ତି। ଜିନପିଙ୍ଗ ଏଠାରେ ଚୀନ୍ ସମର୍ଥିତ ରାଷ୍ଟ୍ରପତି ନିର୍ବାଚିତ କରିବାକୁ ଚାହୁଁଛନ୍ତି । ଯାହା ୱାନ ଚୀନ୍ ନୀତି ଆପଣେଇବାରେ ସହାୟକ ହେବ। ଏଥିପାଇଁ ତାଇୱାନର ଗ୍ରାମାଞ୍ଚଳରେ ଧାର୍ମିକ ସାମ୍ମୁଖ୍ୟରେ ଭୋଟରଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ କରାଯାଉଛି । ଯେଉଁଠାରେ ତାଙ୍କୁ ”ସମୁଦ୍ରୀ ମାତା’, ‘ସାଗର ମାତା’ ବା ‘ମାତା ମାଜୁ ‘ ଭାବରେ ଜଣାଶୁଣା, ସେଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ତାଙ୍କର ଅନୁଗାମୀ ଅଛନ୍ତି ।
ତାଇୱାନର ଗ୍ରାମାଞ୍ଚଳରେ କରୋନା ଜୀବାଣୁ ସଂକ୍ରମଣ ସମ୍ବନ୍ଧୀୟ କଠୋର ନୀତି ହଟାଯିବା ପରେ ଧାର୍ମିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ଧାର୍ମିକ ତୀର୍ଥଯାତ୍ରାର ଖବର ଚାଇନାର କମ୍ୟୁନିଷ୍ଟ ପାର୍ଟି ଏବଂ ଚୀନ୍ ମିଡିଆର ୱେବସାଇଟରେ ମଧ୍ୟ ପ୍ରକାଶ ପାଇଛି। ବିଶେଷକରି ‘ସାଗର ମାତା’ ଙ୍କ ଅନୁଗାମୀ ସେମାନେ ଅନେକଗୁଡ଼ିଏ ଧାର୍ମିକ ଯାତ୍ରା କରିଛନ୍ତି । କୁହାଯାଏ ଯେ ‘ମଦର ଅଫ୍ ଦି ସି ‘ବା ‘ସାଗର ମାତା’ଙ୍କ ତାଇୱାନରେ ଦଶ ଲକ୍ଷ ଅନୁଗାମୀ ଅଛନ୍ତି।
ତାଇୱାନ ଧାର୍ମିକ କାର୍ଯ୍ୟକଳାପ ଉପରେ ନଜର ରଖିଛି
ତାଇୱାନର ସୁରକ୍ଷା ଅଧିକାରୀ, ସୁରକ୍ଷା ଦଲିଲ ଏବଂ ‘ସାଗର ମାତା’ ମନ୍ଦିରର ପୁରୋହିତଙ୍କ ସହ ବାର୍ତ୍ତାଳାପକୁ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ ତାଇୱାନର ଧାର୍ମିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରି ଚୀନ୍ ରାଜନୈତିକ ସାମ୍ମୁଖ୍ୟରେ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି । ତାଇୱାନର ସୁରକ୍ଷା ଅଧିକାରୀମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଚାଇନା କମ୍ୟୁନିଷ୍ଟ ପାର୍ଟି ତାଇୱାନକୁ ଧାର୍ମିକ ଯାତ୍ରା ପାଇଁ ଲୋକଙ୍କୁ ପଠାଉଛି । ଏହି ଯାତ୍ରା ଖର୍ଚ୍ଚ ମଧ୍ୟ ଚୀନ୍ ସରକାର ବହନ କରୁଛି । ଏହାର ଜବାବରେ ତାଇୱାନ ସରକାର ମଧ୍ୟ ଧାର୍ମିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଆରମ୍ଭ କରିଛନ୍ତି ।୧୩ ଜାନୁଆରୀରେ ହେବ ତାଇୱାନ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ଜାନୁଆରୀ ୧୩ ରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ତାଇୱାନର ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଚୀନ୍ ସମର୍ଥିତ ଦଳଗୁଡିକ ପାଇଁ ଭୋଟ୍ ଉପରେ ପ୍ରଭାବ ପକାଇବାକୁ କମ୍ୟୁନିଷ୍ଟ ପାର୍ଟି ଚେଷ୍ଟା କରୁଛି । ଆସନ୍ତା ଚାରି ବର୍ଷ ମଧ୍ୟରେ ତାଇୱାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ କ’ଣ ହେବ ତାହା ନିର୍ବାଚନ ନିର୍ଣ୍ଣୟ କରିବ । ଯେଉଁଠାରେ ଆମେରିକା ଦିନକୁ ଦିନ ତାଇୱାନ ସରକାରଙ୍କ ନୀତି ବିରୁଦ୍ଧରେ ନେଉଥିବା ନିଷ୍ପତ୍ତି ଉପରେ ପ୍ରଭାବ ପକାଇବ ।
ତାଇୱାନର ରାଜନୀତି ଦୁଇଟି ଦଳ ଉପରେ ଚାଲିଥାଏ, ଯାହାର ଗୋଟିଏ ଦଳ ବିଶ୍ୱାସ କରନ୍ତି ଯେ ତାଇୱାନ ଏବଂ ଚୀନ୍ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ଚୀନ୍ ସହିତ ରହିବା ଉଚିତ୍। ଯେଉଁଠାରେ ଶାସକ ପ୍ରଗତିଶୀଳ ଦଳର ନୀତି ପାଶ୍ଚାତ୍ୟ ଦ୍ୱାରା ସମର୍ଥିତ । ଅନ୍ୟଟି ଚାହେଁ ତାଇୱାନ ନିରପେକ୍ଷ ଭାବେ କାମ କରିବା ଉଚିତ ।
ତାଇୱାନ ଉପରେ ଚୀନ୍ ନିଜର ପ୍ରଭାବ ପକାଇବାକୁ ଚାହୁଁଛି
ଗତ କିଛି ବର୍ଷ ମଧ୍ୟରେ, ଦେଖାଯାଇଛି ଯେ ଚୀନ୍ ସାଗର ମାତାଙ୍କ ଅନୁଗାମୀ ତଥା ତାଇୱାନର ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟରେ ଜଡିତ ଲୋକଙ୍କ ମଧ୍ୟରେ ନିଜର ପ୍ରଭାବ ସ୍ଥାପନ କରିଛି । ଚୀନ ବାଜାବାଟା ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହା ପରିଚାଳନା କରେ । ଯାହା ତାଇୱାନରେ ରହୁଥିବା ଖ୍ରୀଷ୍ଟିଆନ, ବୌଦ୍ଧ ଏବଂ ଟାଓବାଦୀ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କରି ସେମାନଙ୍କୁ ସମର୍ଥନ କରୁଥିବା ଦଳକୁ ଭୋଟ୍ ଦେବାକୁ ପ୍ରୋତ୍ସାହିତ କରେ । ‘ସାଗର ମାତା’କୁ ବିଶ୍ବାସ କରୁଥିବା ଲୋକମାନେ ତାଇୱାନ ଏବଂ ଚୀନ୍ର ସୀମାନ୍ତ ଅଞ୍ଚଳରେ ବାସ କରନ୍ତି । ରିପୋର୍ଟ ଅନୁଯାୟୀ, ଚାଇନାର ପାଞ୍ଚଟି ତାଇୱାନ ସାଗର ମାତା ମନ୍ଦିରର ଅପରେଟରମାନେ ଚୀନ୍ ଶାସନରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଚାଇନାରେ ଅବସ୍ଥିତ ମନ୍ଦିର ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଏହା ମାଧ୍ୟମରେ ସେମାନେ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।
The post କିଏ ଏହି ‘ସାଗର ମାତା’ ? ଯାହାକୁ ନେଇ ତାଇୱାନ ନିର୍ବାଚନରେ ଚୀନ୍ ନିଜର ଲକ୍ଷ୍ୟ ପୁରଣ କରିବାକୁ ଚାହୁଁଛି । first appeared on Kanak News.
from Kanak News
via <a href="https://ifttt.com/?