୫ ବର୍ଷ ସରକାରରେ ରହିବା ପରେ କାହିଁକି ହାରିଯାଉଛୁ ତାହା ଜଣାନାହିଁ । ରାଜସ୍ଥାନ ନିର୍ବାଚନ ଫଳାଫଳକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ସଚିନ୍ ପାଇଲଟ ।

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ପୂର୍ବ ପରମ୍ପରା ବଜାୟ ରହିବା ସହ ୫ ବର୍ଷ ପରେ ପୁଣିଥରେ ବଦଳିଛି ସରକାର । ବିଜେପି ଶାସନ କ୍ଷମତାକୁ ଆସିଥିବା ବେଳେ କଂଗ୍ରେସ ପୁଣିଥରେ ବିରୋଧୀ ଆସନକୁ ଫେରିଛି । ତେବେ କଂଗ୍ରେସର ପରାଜୟକୁ ବିଶ୍ୱାସ କରିପାରୁନାହାନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ । ନିର୍ବାଚନ ଫଳାଫଳକୁ ନେଇ ସଚିନ ପାଇଲଟ କହିଛନ୍ତି, ଆମେ ପ୍ରତିଥର କଠିନ ପରିଶ୍ରମ କରୁଛୁ କିନ୍ତୁ ୫ ବର୍ଷ ସରକାରରେ ରହିବା ପରେ ମଧ୍ୟ କାହିଁକି ହାରି ଯାଉଛୁ ତାହା ଜାଣିପାରୁନୁ ।

ନିଜ ନିର୍ବାଚନମଣ୍ଡଳୀରେ ଏକ ଜନସଭାରେ ଯୋଗ ଦେଇ ସଚିନ ପାଇଲଟ କହିଛନ୍ତି, ବିଧାନସଭା ଭିତରେ ଓ ବାହାରେ ଶକ୍ତିଶାଳୀ ବିରୋଧୀ ଭୂମିକା ଆମେ ତୁଲାଇବୁ । ନିର୍ବାଚନ ବେଳେ ଦିଲ୍ଲୀରୁ ବିଜେପିର ଅନେକ ନେତା ରାଜସ୍ଥାନ ଆସିବା ସହ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତି ପୂରା କରିବାକୁ ସରକାରଙ୍କ ଉପରେ ଆମେ ଚାପ ପକାଇବୁ । ବିଜେପି ସରକାର ଗଠନ କରିଛି, କିନ୍ତୁ ମନ୍ତ୍ରୀମଣ୍ଡଳ ଏଯାଏଁ ଗଠନ କରିପାରିନି । କିନ୍ତୁ ବିରୋଧୀ ଦଳ ଭାବେ ଜନତାଙ୍କ ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରିବୁ । ଗୃହ ଭିତରେ ଏଥର ଆମେ ଦୁର୍ବଳ ନୁହେଁ । କାରଣ ୭୦ ଆସନରେ କଂଗ୍ରେସ ରାଜସ୍ଥାନରେ ବିଜୟୀ ହୋଇଛି । ଏଥର ବିଜୟକୁ ନେଇ ଆମେ ଆଶାବାଦୀ ଥିଲୁ କିନ୍ତୁ ଫଳାଫଳ ଆମ ସପକ୍ଷରେ ଯାଇନଥିଲା ।

The post ୫ ବର୍ଷ ସରକାରରେ ରହିବା ପରେ କାହିଁକି ହାରିଯାଉଛୁ ତାହା ଜଣାନାହିଁ । ରାଜସ୍ଥାନ ନିର୍ବାଚନ ଫଳାଫଳକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ସଚିନ୍ ପାଇଲଟ । first appeared on Kanak News.

from Kanak News
via <a href="https://ifttt.com/?

ବିରାଟଙ୍କୁ ୪୨, ବୁମରାଙ୍କୁ ୩୫ କୋଟି ମିଳିବା କଥା! ଆଇପିଏଲ ନିଲାମୀ ପରେ କାହିଁକି ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର?

କନକ ବ୍ୟୁରୋ : ଆଇପିଏଲ ନିଲାମୀରେ ଅଷ୍ଟ୍ରେଲିଆ କ୍ରିକେଟର ରେକର୍ଡ ଦରରେ ବିକ୍ରି ହୋଇଛନ୍ତି । ଦୀର୍ଘଦିନ ପରେ ଆଇପିଏଲକୁ ଫେରିଥିବା ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି କେକେଆର । ସେହିଭଳି ପାଟ କମିନ୍ସଙ୍କୁ ୨୦.୫୦ କୋଟିରେ କିଣିଛି ହାଇଦ୍ରାବାଦ । ଏହାସହ ଆଇପିଏଲ ଇତିହାସରେ ସର୍ବାଧିକ ଦରରେ ବିକ୍ରି ହୋଇଥିବା ଖେଳାଳୀ ପାଲଟିଛନ୍ତି ଷ୍ଟାର୍କ । ତେବେ ଅଷ୍ଟ୍ରେଲିଆ କ୍ରିକେଟର ଅଧିକ ଦରରେ ବିକ୍ରି ହେବାକୁ ନେଇ ଖୁସି ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ନିଜର ୟୁଟ୍ୟୁବ ଚ୍ୟାନେଲରେ ଆକାଶ କହିଛନ୍ତି, ଏହାଦ୍ୱାରା ଭାରତୀୟ କ୍ରିକେଟରଙ୍କୁ ଧୋକା ଦିଆଯାଉଛି ।

ଆକାଶ କହିଛନ୍ତି, ଯଦି ଷ୍ଟାର୍କ ୧୪ଟି ମ୍ୟାଚ୍ ଖେଳିବା ସହ ନିଜର ଓଭର କୋଟା ପୂରା କରନ୍ତି ତେବେ ପ୍ରତି ବଲ ପିଛା ୭.୬୦ ଲକ୍ଷ ଟଙ୍କା ପାଇବେ । କିନ୍ତୁ ସବୁଠୁ ବଡ ପ୍ରଶ୍ନ, ଏବେ ବିଶ୍ୱ କ୍ରିକେଟର ନମ୍ବର-୧ ବୋଲର କିଏ? ଆଇପିଏଲରେ ଶ୍ରେଷ୍ଠ ବୋଲର କିଏ? ଭାରତୀୟ ବୋଲର ଯଶପ୍ରୀତ ବୁମରା । ତେବେ ଆଇପିଏଲରେ ବୁମରାଙ୍କୁ ମାତ୍ର ୧୨ କୋଟି ଟଙ୍କା ମିଳୁଛି । କିନ୍ତୁ ବୁମରାଙ୍କ ତୁଳନାରେ ଷ୍ଟାର୍କଙ୍କୁ ୨ ଗୁଣା ଅଧିକ ଟଙ୍କା ମିଳିବ । ଯାହା ସମ୍ପୂର୍ଣ୍ଣ ଅନୁଚିତ୍ । କାରଣ ଷ୍ଟାର୍କ ୨୦୧୫ ପରେ ଆଇପିଏଲ ଖେଳିନାହାନ୍ତି । ସେହିଭଳି ଟି-୨୦ ଫର୍ମାଟରେ କମିନ୍ସଙ୍କ ରେକର୍ଡ ସେତେଟା ଉତ୍ସାହ ଜନକ ନୁହେଁ ।

ଆକାଶ ନିଜର ବୟାନରେ ଏହା ମଧ୍ୟ କହିଛନ୍ତି, ବୁମରା ଓ କୋହଲି ଯଦି ନିଜକୁ ଟିମରୁ ରିଲିଜ କରିବାକୁ ଫ୍ରାଞ୍ଚାଇଜକୁ କୁହନ୍ତି ଏବଂ ମହାନିଲାମୀରେ ସାମିଲ ହୁଅନ୍ତି ତେବେ ତାଙ୍କର ମୂଲ୍ୟ କେତେ ହେବ? ଯଦି ଷ୍ଟାର୍କ ପାଖାପାଖି ୨୫ କୋଟି ଟଙ୍କାରେ ବିକ୍ରି ହୋଇପାରୁଛନ୍ତି ତେବେ ବିରାଟ କୋହଲି ଓ ବୁମରାଙ୍କୁ ଯଥାକ୍ରମେ ୪୨ ଓ ୩୫ କୋଟି ଟଙ୍କାରେ ଫ୍ରାଞ୍ଚାଇଜ କିଣିବେ । ରିଲିଜ ନ ହେବା କାରଣରୁ ଯଦି ଭାରତୀୟ କ୍ରିକେଟରଙ୍କୁ ଏତେ ଟଙ୍କା ପାରିଶ୍ରମିକ ମିଳୁନାହିଁ ତେବେ ଏହା ଅନୁଚିତ୍ ହେଉଛି ।

ଭାରତୀୟ ଖେଳାଳୀ ରିଲିଜ ନ ହେବାରୁ କମ ପାରିଶ୍ରମିକ ପାଇବା ଓ ବିଦେଶୀ ଖେଳାଳୀ ମିନି ନିଲାମୀରେ ସାମିଲ ହୋଇ ଅଧିକ ଟଙ୍କା ହାତେଇବା ସମସ୍ୟାର ସମାଧାନ ପାଇଁ ମଧ୍ୟ ବାଟ କାଢିଛନ୍ତି ଆକାଶ । ଏଭଳି ତାରତ୍ୟମରୁ ବଞ୍ଚିବାକୁ ଫ୍ରାଞ୍ଚାଇଜର ମୋଟ ନିଲାମୀ ଟଙ୍କାକୁ ଭାରତୀୟ ଓ ବିଦେଶୀ ଖେଳାଳୀଙ୍କ ପାଇଁ ଭାଗ କରିଦେବା ଆବଶ୍ୟକ । ଯଦି ଫ୍ରାଞ୍ଚାଇଜକୁ ନିଲାମୀରେ ୨୦୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଉଛି ତେବେ ସେଥିରୁ ୧୫୦ କିମ୍ବା ୧୭୫ କୋଟି ଭାରତୀୟ ଖେଳାଳୀଙ୍କ ପାଇଁ ରଖାଯାଉ ଏବଂ ବଳକା ୨୫ରୁ ୫୦ କୋଟି ବିଦେଶୀ ଖେଳାଳୀଙ୍କୁ କିଣିବାକୁ ରଖାଯାଉ । ଯାହାଦ୍ୱାରା ଭାରତୀୟ ଓ ବିଦେଶୀ ଖେଳାଳୀଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଯେଉଁ ତାରତ୍ୟମ ଦେଖାଦେଉଛି ତାହା ଦୂର ହେବ । ଯେହେତୁ ଆଇପିଏଲ ଭାରତୀୟ ଟୁର୍ଣ୍ଣାମେଣ୍ଟ, ତେଣୁ ନିଲାମୀରେ ଭାରତୀୟ ଖେଳାଳୀଙ୍କ ଉପରେ ଅଧିକ ଟଙ୍କା ଖର୍ଚ୍ଚ ହେବା ଉଚିତ୍ ବୋଲି କହିଛନ୍ତି ଆକାଶ ଚୋପ୍ରା । ଆକାଶଙ୍କ ଭଳି ଦିନେଶ କାର୍ତ୍ତିକ ମଧ୍ୟ ଆଇପିଏଲ ନିଲାମୀ ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

The post ବିରାଟଙ୍କୁ ୪୨, ବୁମରାଙ୍କୁ ୩୫ କୋଟି ମିଳିବା କଥା! ଆଇପିଏଲ ନିଲାମୀ ପରେ କାହିଁକି ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର? first appeared on Kanak News.

from Kanak News
via <a href="https://ifttt.com/?

ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଧାନକୁ ଜଗିଛନ୍ତି ଚାଷୀ ।

କନକ ବ୍ୟୁରୋ: ମଣ୍ଡିକୁ ଆସୁନାହାଁନ୍ତି ମିଲର, ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଅମଳ ଧାନକୁ ଜଗିଛନ୍ତି ଚାଷୀ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବକ୍ସମା ମଣ୍ଡିରୁ ଆସିଛି ଏଭଳି ଖବର । ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ବି ମଣ୍ଡିକୁ ମିଲର ଆସୁନାହାଁନ୍ତି । ଫଳରେ ମଣ୍ଡିରେ ଧାନ ବସ୍ତା ପଡିରହିଥିବା ବେଳେ ରାତି ସମୟରେ ଚାଷୀ ମାନେ ଅମଳ ଧାନକୁ ଜଗି ରହୁଥିବା ଦେଖିବାକୁ ମିଳିଛି ।

The post ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଧାନକୁ ଜଗିଛନ୍ତି ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର ଡାଉନ୍ । କିଛି ବି ପୋଷ୍ଟ କରିପାରୁନାହାଁନ୍ତି ୟୁଜର୍ସ ।

କନକ ବ୍ୟୁରୋ: ଡାଉନ୍ ହେଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର । ଗୁରୁବାର ଦ୍ୱିପହର ସମୟରୁ ହଠାତ୍ ‘ଏକ୍ସ’ର ସର୍ଭର ଡାଉନ୍ ରହିଛି । ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ‘ଏକ୍ସ’ ଖୋଲିଲେ କେବଳ ‘ୱେଲକମ୍ ଟୁ ଏକ୍ସ’ ଲେଖା ହେଇଥିବା ନଜର ଆସୁଛି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି । ତେବେ ସୂଚନା ମୁତାବକ, ପ୍ରାୟ ୪୭ ହଜାରରୁ ଅଧିକ ଆମେରିକୀୟ ୟୁଜର୍ସ ଏନେଇ ଅଭିଯୋଗ କରିସାରିଛନ୍ତି ।

The post ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର ଡାଉନ୍ । କିଛି ବି ପୋଷ୍ଟ କରିପାରୁନାହାଁନ୍ତି ୟୁଜର୍ସ । first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧକ୍ଷେତ୍ରରେ ରୁଷ ସୈନିକମାନେ ‘’ମାଉସ୍ ଫିଭର୍’ରେ ଆକ୍ରାନ୍ତ । ଆଖିରୁ ଧାର ଧାର ବୋହୁଛି ରକ୍ତ । କେମିତି ଲଢିବେ ଯୁଦ୍ଧ ?

ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ ଦାବି କରିଛି ଏବଂ କହିଛି ଯେ ଏକ ରୋଗ ରୁଷ ସୈନିକମାନଙ୍କୁ ଶେଷ କରିବାରେ ଲାଗିଛି । ରୁଷ ସୈନିକମାନଙ୍କ ମଧ୍ୟରେ ‘ମାଉସ୍ ଫିଭର’ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।  ଯେଉଁ କାରଣରୁ ସେମାନଙ୍କ ଯୁଦ୍ଧ ଲଢିବା କ୍ଷମତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ସେଆମାନେ ଆଗପରି ଆଉ ଯୁଦ୍ଧ କରିପାରୁ ନାହାନ୍ତି । ଏହାସହିତ ଆଉଏକ ଗୁରୁତ୍ବପୁର୍ଣ ଖବର ମଧ୍ୟ ଆସିଛି ଯେ  ୟୁକ୍ରେନ ସୈନ୍ୟମାନେ ଋଷର କନଭେନ ଉପରେ ଆକ୍ରମଣ କରି ରୁଷର ବହୁତ ଗୁଡିଏ ଟ୍ୟାଙ୍କକୁ  ନଷ୍ଟ କରି ଦେଇଛନ୍ତି ।

ଦୁଇ ବର୍ଷ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ରକ୍ତର ଖେଳ ଚାଲିଛି । ଦୁଇ ସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଅନେକ ଫ୍ରଣ୍ଟ ଦଖଲ ପାଇଁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆର ୟା ପାର କି ଲଢେଇ ଚାଲିଛି ।  ୟୁକ୍ରେନ ଖେରସନ ପ୍ରାନ୍ତରେ ରୁଷର ସେନା ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ରୁଷର BM-21 ଗ୍ରେଡ୍ ଉପରେ ୟୁକ୍ରେନ ଏକ ଭୟଙ୍କର ଆକ୍ରମଣ କରିଛି । ୟୁକ୍ରେନ ଆକ୍ରମଣରେ ବିଏମ -21 ର ସେଲଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ଏହି ସମୟରେ, ୟୁକ୍ରେନ ଏକ ବଡ ଦାବି କରି କହିଛି ଯେ ଏକ ରୋଗ ରୁଷର ସୈନିକମାନଙ୍କୁ ମରଣ ମୁହଁକୁ ଠେଲି ଦେଉଛି । ଏହି ରୋଗ ହେତୁ ସେମାନଙ୍କ ଆଖିରୁ ରକ୍ତସ୍ରାବ, ପ୍ରବଳ ମୁଣ୍ଡବିନ୍ଧା ଏବଂ ବାରମ୍ବାର ବାନ୍ତି ହେଉଛି ।

ୟୁକ୍ରେନର ମେନ୍ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ରୁଷର ସେନା ୟୁନିଟ୍ ମଧ୍ୟରେ ତଥାକଥିତ ‘ମାଉସ୍ ଫିଭରର’ ସଂକ୍ରମଣ ବିଷୟରେ ସୂଚନା ଦେଇଛି । ଏହି ରୋଗ ହେଉଛି ଏକ ପ୍ରକାର ଷ୍ଟ୍ରେପଟୋକୋକାଲ୍ ସଂକ୍ରମଣ ଏବଂ ମୂଷାମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କିମ୍ବା ସେମାନଙ୍କ ମଳ ଦ୍ଵାରା  ମଣିଷକୁ ବ୍ୟାପିଥାଏ । ୟୁକ୍ରେନ କହିଛି ଯେ ଏହି ରୋଗର ଅନେକ ଲକ୍ଷଣ ମଧ୍ୟରେ ମୁଣ୍ଡବ୍ୟଥା, ଶରୀରର ତାପମାତ୍ରା ୪୦ ଡିଗ୍ରୀକୁ ବୃଦ୍ଧି, ଦେହରେ ଫିକା ଫିକା ଏବଂ ଲାଲ ଦାଗ ଦେଖାଯିବା , ନିମ୍ନ ରକ୍ତଚାପ, ଆଖିରୁ ରକ୍ତସ୍ରାବ, ବାରମ୍ବାର ବାନ୍ତି ଆସିବା ଇତ୍ୟାଦି ଲକ୍ଷଣ ଅନ୍ତର୍ଭୁକ୍ତ ।

ଦ୍ରୁତ ଗତିରେ ବ୍ୟାପୁଛି ‘ମାଉସ୍ ଫିଭର’

ଯେଉଁଥିପାଇଁ ରୁଷୀୟ ସୈନିକମାନଙ୍କର ଯୁଦ୍ଧ କ୍ଷମତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଏଥି ସହିତ, କ୍ରେମଲିନ୍ କହିଛି ଯେ ୟୁକ୍ରେନରେ ୨୨ ମାସର ଯୁଦ୍ଧକୁ ସମାପ୍ତ କରିବା ପାଇଁ ରୁଷର କୌଣସି ଆଧାର ନାହିଁ । ଏଜେନ୍ସି ଦାବି କରିଛି ଯେ ଏହି ରୋଗ ମାମଲା ସାମନାକୁ ଆସିବା ପରେ ଏହାକୁ ରୁଷର କମାଣ୍ଡୋମାନେ ଅଣଦେଖା କରିଛନ୍ତି । ୟୁକ୍ରେନ କହିଛି ଯେ ରୁଷ ଏହାକୁ ଯୁଦ୍ଧରୁ ଦୂରେଇ ରଖିବା ପାଇଁ ବାହାନା ଭାବରେ ବିଚାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମାଉସ୍ ଫିଭର ବହୁ ପରିମାଣରେ ବ୍ୟାପିଛି ।

ଯୁଦ୍ଧରେ ୪ ଲକ୍ଷ ୟୁକ୍ରେନ ସୈନିକଙ୍କର ମୃତ୍ଯୁ : ରୁଷର ଦାବି

ଏଠି ସହିତ ୟୁକ୍ରେନ ସୈନ୍ୟମାନେ ରୁଷର କନଭେନ ଉପରେ ଆକ୍ରମଣ କରି ବହୁତ ଗୁଡିଏ ଟ୍ୟାଙ୍କଗୁଡ଼ିକୁ ନଷ୍ଟ କରିଦେଇଥିଲେ । ୟୁକ୍ରେନର ମାଉଣ୍ଟେନ୍ ବ୍ରିଗେଡ୍ ଏକ ବଡ଼ ଧରଣର ଆକ୍ରମଣ କରି ରୁଷର ଦୁଇଟି ସଶସ୍ତ୍ର ଯାନକୁ ନଷ୍ଟ କରିଦେଇଛି । ୟୁକ୍ରେନ ସୈନିକମାନେ ସାଟୋଭ ନିକଟରେ ରୁଷର ସୈନ୍ୟ କ୍ୟାମ୍ପ ଉପରେ ପ୍ରବଳ ଗୁଳି ଚଳାଇଛନ୍ତି । ଏହି ଆକ୍ରମଣ ବ୍ରାଡଲେ IFV ରୁ କରାଯାଇଥିଲା । ଯୁଦ୍ଧକ୍ଷେତ୍ରରେ ବ୍ରାଡଲେ ଆଇଏଫଭି ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।  ଏହା ଏକ ସାମରିକ ଆର୍ଟିଲିରି ଯାନ, ଯାହା ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ସହିତ ସଜ୍ଜିତ । ଆମେରିକା ଏହି ଯାନଗୁଡ଼ିକୁ ୟୁକ୍ରେନକୁ ଦେଇଛି । ରୁଷ ୟୁକ୍ରେନ ବିଷୟରେ ଏକ ବଡ ଦାବି କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଯୁଦ୍ଧରେ ୪ ଲକ୍ଷ ୟୁକ୍ରେନ ସୈନିକ  ପ୍ରାଣ ହରାଇଛନ୍ତି । ୧୪୦ ରୁ ଅଧିକ ବିମାନ ନଷ୍ଟ ହୋଇଯାଇଛି । ଏହା ବ୍ୟତୀତ ୭୬୬ ଟ୍ୟାଙ୍କ ଏବଂ ୨ ହଜାରରୁ ଅଧିକ ସାମରିକ ଯାନ ନଷ୍ଟ କରିଥିବାର ମଧ୍ୟ ରୁଷ ଦାବି କରିଛି ।

The post ଯୁଦ୍ଧକ୍ଷେତ୍ରରେ ରୁଷ ସୈନିକମାନେ ‘’ମାଉସ୍ ଫିଭର୍’ରେ ଆକ୍ରାନ୍ତ । ଆଖିରୁ ଧାର ଧାର ବୋହୁଛି ରକ୍ତ । କେମିତି ଲଢିବେ ଯୁଦ୍ଧ ? first appeared on Kanak News.

from Kanak News
via <a href="https://ifttt.com/?

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଜିଲ୍ଲା ପରିଷଦଙ୍କ ଭାଷଣ ବେଳେ ନାରାବାଜି କଲେ ବିଜେପି କର୍ମୀ ।

କନକ ବ୍ୟୁରୋ: ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲି ପଞ୍ଚାୟତରୁ ଆସିଛି ଏପରି ଖବର । ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଜଣାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ତେନ୍ତୁଳିଆପଲ୍ଲୀରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । କାର୍ଯ୍ୟକ୍ରମକୁ ଅତିଥି ଭାବେ ୧୧ ନମ୍ବର ଜୋନ ବିଜେଡିର ଜିଲ୍ଲା ପରିଷଦ ସୋନମ ପଲେଇ ଯୋଗଦେଇଥିଲେ । ତେବେ ସେ ନିଜ ଭାଷଣ ଦେଉଥିବା ବେଳେ ବିଜେପି କର୍ମୀମାନେ ପ୍ରତିବାଦ କରିଥିଲେ । ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

The post ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଜିଲ୍ଲା ପରିଷଦଙ୍କ ଭାଷଣ ବେଳେ ନାରାବାଜି କଲେ ବିଜେପି କର୍ମୀ । first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ: ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆରଜିଏଚ ନିର୍ଦ୍ଦେଶକଙ୍କ ସହ ଏସସିବିର ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ ଆଲୋଚନା କରୁଛନ୍ତି । ଏସସିବିର ୪ଜଣିଆ ଡାକ୍ତରୀ ଦଳ ସହ ଜଣେ ଟେକ୍ନିସିଆନ ଓ ଆରଏମଆରସିର ଦୁଇ ଜଣ ବୈଜ୍ଞାନିକ ରାଉରକେଲାରେ ପରିସ୍ଥିତର ସମୀକ୍ଷା କରୁଛନ୍ତି । ଏହାପୂର୍ବରୁ ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ସୂଚନା ଦେଇଛନ୍ତି । ୧୫ ଦିନ ପରେ ରୋଗୀଙ୍କ ସଂଖ୍ୟା କମୁଥିବା କିଛିଟା ଆଶ୍ୱସ୍ତି ଆଣିଛି । ବର୍ତମାନ ସୁଦ୍ଧା ହଇଜା ଯୋଗୁଁ ୧୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।

The post ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ first appeared on Kanak News.

from Kanak News
via <a href="https://ifttt.com/?

ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନିଜେ ଗାଡି କରି ପହଞ୍ଚାଇଲେ ଘରେ ।

କନକ ବ୍ୟୁରୋ: ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନାବାଳକକୁ ଉଦ୍ଧାର କରି ତା ଅଞ୍ଚଳକୁ ନେଇ ପହଞ୍ଚାଇଛନ୍ତି ବସ୍ କଣ୍ଡକ୍ଟର । ଘଟଣାଟି ଥିଲା କିଛି ଏହିପରି । ନାବାଳକ ସ୍ମୃତିରଞ୍ଜନ ମଲ୍ଲିକ, ବୟସ ୧୩ । ସପ୍ତମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ବାପା ବୁଧିରାମ ମଲ୍ଲିକ ଭୁବନେଶ୍ୱରରେ ଫୁଲ ବ୍ୟବସାୟ କରନ୍ତି । ସୋର ଥାନା ପଥରପେନ୍ତ ଅଞ୍ଚଳରେ ମାମୁଁ ଘରେ ରହି ପାଠ ପଢ଼ନ୍ତି । ବାପା ମା’ଙ୍କ ସହ ବାଲେଶ୍ୱର ବୁଲି ଆସିଥଲେ । ହେଲେ ଏତିକି ବେଳେ ବାପା ମା’ଙ୍କ ଠାରୁ ଭୁଲକ୍ରମେ ଏକୁଟିଆ ହୋଇଯାଇଥିଲେ, ଆଉ ବସରେ ବସିଥିବା ଦେଖିବାକୁ ମିଳିଥିଲେ । ବସଟି ବାଲେଶ୍ୱରରୁ ବାଲିଆପାଳ ଯାଉଥିଲା । ଏହି ସମୟରେ କଣ୍ଡକର ସୁରେନ୍ଦ୍ର କୁମାର ସିଂ ଟିକେଟ ସଂଗ୍ରହ କରିବାକୁ ଆସି ପଚାରିବାରୁ ପିଲାଟି ବସରେ ଏକୁଟିଆ ଯାତ୍ରା କରୁଥିବା ଜାଣିବାକୁ ପାଇଥିଲେ । କେଉଁଆଡ଼କୁ ଯାଉଛି, ଆଉ କିଏ ସାଙ୍ଗରେ ଅଛି, ପଚାରିବୁଝିଥିଲେ ସୁରେନ୍ଦ୍ର । ଏହାପରେ ବସ୍ ଅଟକାଇ ସ୍ଥାନୀୟ ବସ୍ତା ଥାନା ସହ ଯୋଗାଯୋଗ କରିଥିଲେ । ସେଠାରୁ କଥା ହେବା ପରେ ସୁରେନ୍ଦ୍ର ନିଜେ ଗାଡ଼ି କରି ଆସି ପିଲାଟିକୁ ତାର ନିଜ ଘର ସହଦେବ ଖୁଂଟା ଅଞ୍ଚଳକୁ ଆଣିଥିଲେ ଓ ସ୍ଥାନୀୟ ପୋଲିସର ଜିମା ଦେଇଥିଲେ । ନାବାଳକକୁ ତା ଘରେ ପହଞ୍ଚାଇବାକୁ ସୁରେନ୍ଦ୍ର୍ରଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

The post ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନିଜେ ଗାଡି କରି ପହଞ୍ଚାଇଲେ ଘରେ । first appeared on Kanak News.

from Kanak News
via <a href="https://ifttt.com/?

ଧାନଖଳାରେ ଲାଗିଲା ନିଆଁ । ଦୁଇ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ ।

କନକ ବ୍ୟୁରୋ: ଧାନଖଳାରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତର୍ । ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଧାନ ପୋଡି ପାଉଁଶ । ବାଲେଶ୍ୱର ବସ୍ତା ନିଶ୍ଚିତପୁର ଗାଁରେ ଘଟିଛି ଏପରି ଘଟଣା । ସୁବଳ ବେହେରା ନାମକ ଚାଷୀ ଅମଳ ଧାନକୁ ଖଳାରେ ରଖିଥିବା ବେଳେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇଦେଇଛି । ଏହି ଅଗ୍ନିକାଣ୍ଡରେ ୧୦୦ କ୍ୱିଣ୍ଟାଲ ଧାନ ପୋଡିଯାଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ ।

The post ଧାନଖଳାରେ ଲାଗିଲା ନିଆଁ । ଦୁଇ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ ।

କନକ ବ୍ୟୁରୋ: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘରେ ରେଡ୍ ଚାଲିଛି ।

The post ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started