ପୁଣି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ । ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନାଚକୁ ବିରୋଧ କଲେ ଦର୍ଶକ

କନକ ବ୍ୟୁରୋ: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଅଭିଯୋଗ । ବାଲେଶ୍ୱର କୁରୁଣ୍ଠିଆ ଗାଁରେ ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଦର୍ଶକ । ଖୋଲା ମଞ୍ଚରେ ଆଇଟମ ଗାର୍ଲ ଲଭଲି ଅଶ୍ଳୀଳ ନୃତ୍ୟ କରୁଥିବା ଅଭିଯୋଗ ହୋଇଛି । ଯାତ୍ରା ପେଣ୍ଡାଲ ଉପରେ ଏପରି ଅଶ୍ଳୀଳ ନୃତ୍ୟକୁ ଦର୍ଶକ ବିରୋଧ କରିବା ପରେ ପେଣ୍ଡାଲରୁ ଫେରିଯାଇଥିଲେ ଆଇଟମ ଗାର୍ଲ ଲଭଲି । ଚେୟାର ଉପରେ ଛିଡ଼ା ହୋଇ ଦର୍ଶକ ଏହାକୁ ତୀବ୍ର ବିରୋଧ କରିଥିଲେ । ଯାତ୍ରାରେ ଏପରି ଅଶ୍ଳୀଳ ନୃତ୍ୟ କରିବାକୁ ନେଇ ଯାତ୍ରା ପ୍ରେମୀ ଏହାକୁ ବିରୋଧ କରିଛନ୍ତି ।

The post ପୁଣି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ । ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନାଚକୁ ବିରୋଧ କଲେ ଦର୍ଶକ first appeared on Kanak News.

from Kanak News
via <a href="https://ifttt.com/?

ଡରାଉଛି କରୋନାର ନୂଆ ସବ ଭାରିଆଣ୍ଟ । କେରଳରେ ୩ଶହ ନୂଆ ସଂକ୍ରମିତ ଚିହ୍ନଟ, ୨୪ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ପୁଣି ଡରାଉଛି କୋଭିଡର ନୂଆ ପ୍ରଜାତି ଜେଏନ୍ ଡଟ୍ ୱାନ । ଗତ ୨୪ ଘଣ୍ଟାରେ କେରଳରେ କୋଭିଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ୧୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ କେରଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର ହୋଇଛି । ଏବେ କେରଳରେ ୨ ହଜାର ୪୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୨ ହଜାର ୩୧୧ ରହିଛି ।

କୋଭିଡର ନୂଆ ପ୍ରଜାତି ଜେଏନ୍ ଡଟ୍ ୱାନ ଏବେ ଚିନ୍ତା ବଢ଼ାଇଛି । ବିଶେଷକରି କେରଳରେ ଏହାର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁଖ୍ୟତଃ ଥିରୁଅନନ୍ତପୁରମ ଓ ଏର୍ଣ୍ଣାକୁଲମରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ନଭେମ୍ବରରେ ପ୍ରଥମେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିଲା, ଏହାପରେ ମାମଲା ବଢ଼ିବାରେ ଲାଗିଛି । ସେପଟେ ମହାରାଷ୍ଟ୍ରରେ ଗୋଟିଏ କେସ୍ ଚିହ୍ନଟ ହୋଇଥିବା ବେଳେ ଗୋଆରେ ମଧ୍ୟ ଏହି ପ୍ରଜାତି ଠାବ ହୋଇଛି । ସେପଟେ କର୍ଣ୍ଣାଟକରେ କୋଭିଡ ଜନିତ ମୃତ୍ୟୁ ହୋଇଥିଲେ ବି ଏହା ନୂଆ ପ୍ରଜାତି କି ନୁହେଁ, ସ୍ପଷ୍ଟ ହୋଇପାରି ନାହିଁ ।

The post ଡରାଉଛି କରୋନାର ନୂଆ ସବ ଭାରିଆଣ୍ଟ । କେରଳରେ ୩ଶହ ନୂଆ ସଂକ୍ରମିତ ଚିହ୍ନଟ, ୨୪ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତଳମୁହାଁ ପାରଦ । ୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

କନକ ବ୍ୟୁରୋ: ସାରା ରାଜ୍ୟରେ ଅସହ୍ୟ ଜାଡ଼ । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ୪ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ୱିନସିଟିର ବି ପାରଦ ଖସିବାରେ ଲାଗିଛି । କଟକରେ ୧୨.୩ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ରହିଛି ପାରଦ । ଥଣ୍ଡାରେ ଫୁଲବାଣୀ ସହର ଅଧିକ ପ୍ରଭାବିତ ହୋଇଛି ।

ଦାରିଙ୍ଗବାଡିଠାରୁ ଜି.ଉଦୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ସେହିଭଳି ମେଘମୁକ୍ତ ରହିଥିବାରୁ ଶୀତର ପ୍ରକୋପ ପୁଣି ବଢିଯାଇଛି । ସେହିପରି ଘନ କୁହୁଡି ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲାଗିରହୁଛି । କୁହୁଡି ଯୋଗୁଁ ଲୋକଙ୍କୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଜିଲ୍ଲାରେ ଥଣ୍ଡା ଏବଂ କୁହୁଡି ବଢିଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ସକାଳୁ ସକାଳୁ ବୃକ୍ଷ ଲତା ଗୁଡିକରେ ମଧ୍ୟ କୁହୁଡ଼ିର ଆସ୍ତରଣ ପଡିଥିବା ଦେଖିବାକୁ ମିଳୁଛି । ଶୀତ ଏତେ ବଢିଯାଇଛି ଯେ ବିନା ଶୀତ ବସ୍ତ୍ର ନ ହେଲେ ଘରୁ ବାହାରିବା କଷ୍ଟ ହୋଇପଡିଛି । ସବୁଠାରୁ ଶୀତ ଦିନେ ଅଧିକ ପ୍ରଭାବିତ ହେଉଛନ୍ତି ଗ୍ରାମାଞ୍ଚଳ ଗରିବ ଓ ଖଟିଖିଆ ମାନେ ।

The post ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତଳମୁହାଁ ପାରଦ । ୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା first appeared on Kanak News.

from Kanak News
via <a href="https://ifttt.com/?

କଟକରେ କିଡନୀ ଦେବାକୁ କହି ବଡ଼ ଠକେଇ । ୧୨ଲକ୍ଷରୁ ଅଧିକ ଟଙ୍କା ଠକିନେଲା ଅଭିଯୁକ୍ତ । ଠକକୁ ଧରି ପୋଲିସର ଜିମା ଦେଲେ ଲୋକେ

କନକ ବ୍ୟୁରୋ: କିଡନୀ ଦେବାକୁ କହି ଠକେଇ । ଜଣେ ରୋଗୀଙ୍କ ଠାରୁ ୧୨ ଲକ୍ଷରୁ ଅଧକ ଟଙ୍କା ଠକିନେଲେ ଠକ । କଟକ ରାଣୀହାଟ ଅଞ୍ଚଳରୁ ଏପରି ଠକେଇ ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲ କୁମାର ମାଝୀ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ କଟକ ଆସିଥିଲେ । ଏହାପରେ ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା । ଏଥିପାଇଁ କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ । ହେଲେ କିଡନୀ କେଉଁଠୁ ମିଳିବ, କେମିତି ପ୍ରତିରୋପଣ ହେବ, ଏସବୁକୁ ନେଇ ଚିନ୍ତାରେ ଥିଲେ କୁଟୁଲ ଓ ତାଙ୍କ ପରିବାର । ଏହି ସମୟରେ ରାଣୀହାଟ ଅଞ୍ଚଳର ମାର୍କଣ୍ଡ ନାଥ ନାମକ ଜଣେ ଲୋକ ତାଙ୍କ ସହ ଯୋଗାଯୋଗ କରିଥିଲେ, ଆଉ ଟଙ୍କା ଦେଲେ କିଡନୀ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କୁଟୁଲୁ ମାର୍କଣ୍ଡଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ । ହେଲେ ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଇନଥିଲେ ମାର୍କଣ୍ଡ । ଏ ଭିତରେ ବର୍ଷେ ବିତିଗଲା । ଫଳରେ ବାଧ୍ୟ ହୋଇ କୁଟୁଲୁ ଓ ତାଙ୍କ ପରିବାର ରାଣୀହାଟ ଅଞ୍ଚଳର ଲୋକଙ୍କୁ ଜଣାଇଲେ । ଏହାପରେ ସ୍ଥାନୀୟ ଲୋକ ଠକକୁ ଧରି ପଚରାଉଚରା କରିବା ସହ ମଙ୍ଗଳବାଗ ଥାନା ପୋଲିସର ଜିମା ଦେଇଛନ୍ତି । ପୋଲିସ୍ ଅଧିକ ପଚରାଉଚରା କରୁଛି ।

The post କଟକରେ କିଡନୀ ଦେବାକୁ କହି ବଡ଼ ଠକେଇ । ୧୨ଲକ୍ଷରୁ ଅଧିକ ଟଙ୍କା ଠକିନେଲା ଅଭିଯୁକ୍ତ । ଠକକୁ ଧରି ପୋଲିସର ଜିମା ଦେଲେ ଲୋକେ first appeared on Kanak News.

from Kanak News
via <a href="https://ifttt.com/?

ଅବସରପ୍ରାପ୍ତ ଯବାନଙ୍କ ପରିବେଶ ଚିନ୍ତା । ଗଛ ମଣିଷ ପାଲଟିଛନ୍ତି କ୍ଷୀରୋଦ ଜେନା । ପେନସନ୍ ଟଙ୍କାରେ କରୁଛନ୍ତି ବୃକ୍ଷରୋପଣ ।

କନକ ବ୍ୟୁରୋ: ଦେଶର ସୁରକ୍ଷା ପାଇଁ ଦିନେ ସେ ସୀମାରେ ଜାଗ୍ରତ ପ୍ରହରୀ ସାଜିଥିଲେ, ଏ ଭିତରେ ଅବସର ନେଇ ସାରିଛନ୍ତି । ହେଲେ ଏବେ ବି ସେ ଜାଗ୍ରତ ପ୍ରହରୀ ସାଜିଛନ୍ତି । ଏବେ ପରିବେଶର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି । ଆଉ ଏଥିପାଇଁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି ଯାଜପୁର ଗୋପାଳପୁରର ଗଛ ମଣିଷ କ୍ଷୀରୋଦ ଜେନା । ଗଛ ହିଁ ପରିବେଶକୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ବାର୍ତାକୁ ପ୍ରସାର କରିବା ସହ ନିଜେ ଗଛ ଲଗାଇଚାଲିଛନ୍ତି । ବର୍ଷ ବର୍ଷ ଧରି ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରୁଛନ୍ତି । ହଜାର ହଜାର ଗଛ ଏବେ ତାଙ୍କରି ହାତରେ ବଡ଼ ହୋଇସାରିଲେଣି ।

ଖାଲି ଏତିକି ନୁହେଁ ଷୋଳ ପୁଅ ମା’ ପାହାଡ଼କୁ ସେ ସବୁଜ ବନାନୀରେ ପରିଣତ କରିସାରିଲେଣି । ବଡ଼କଥା ହେଉଛି ଏହି ଗଛ ଲଗାଇବା କାମରେ ଯେଉଁ ଅର୍ଥ ଖର୍ଚ୍ଚ ହୁଏ, ସେ ନିଜ ପକେଟରୁ ଖର୍ଚ୍ଚ କରୁଛନ୍ତି । ନିଜ ପେନସନ୍ ଅର୍ଥକୁ ଏହି ବୃକ୍ଷରୋପଣ କାମରେ ଲଗାଇଚାଲିଛନ୍ତି । ୧୭ ବର୍ଷ ତଳୁ ସେ ଏହି ପରିବେଶ ସୁରକ୍ଷା ପାଇଁ କାମ ଆରମ୍ଭ କରିଥିଲେ । ଏବେ ବି ଏହି କାମରେ ସେ ଲାଗିଛନ୍ତି । ସେତେବେଳେ ଏକାକୀ ଏହି ମହତ କାମରେ ନିଜକୁ ଉତ୍ସର୍ଗ କରିଥିଲେ । ଏବେ ତାଙ୍କ ସହ ଅନେକ ଲୋକ ଯୋଡ଼ି ହୋଇଛନ୍ତି । ପରିବେଶ ଓ ବୃକ୍ଷରୋପଣ ପାଇଁ କ୍ଷୀରୋଦ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥିପାଇଁ ତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ଏହାସହ ଭାରତୀୟ ସେନା ବାହିନୀର ବିଜୟ ଦିବସ ଆଟ୍ ହୋମରେ ସେ ଅତିଥି ହୋଇଥିଲେ । ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ ପାଇଁ ସେ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ କ୍ଷୀରୋଦ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରତିରକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ ।

The post ଅବସରପ୍ରାପ୍ତ ଯବାନଙ୍କ ପରିବେଶ ଚିନ୍ତା । ଗଛ ମଣିଷ ପାଲଟିଛନ୍ତି କ୍ଷୀରୋଦ ଜେନା । ପେନସନ୍ ଟଙ୍କାରେ କରୁଛନ୍ତି ବୃକ୍ଷରୋପଣ । first appeared on Kanak News.

from Kanak News
via <a href="https://ifttt.com/?

ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ଦେଲେ ସୂଚନା

କନକ ବ୍ୟୁରୋ: ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ସୂଚନା ଦେଇଛନ୍ତି । ୧୫ ଦିନ ପରେ ରୋଗୀଙ୍କ ସଂଖ୍ୟା କମୁଥିବା କିଛିଟା ଆଶ୍ୱସ୍ତି ଆଣିଛି । ସେପଟେ ରାଉରକେଲାରେ ପହଁଚିଛନ୍ତି ଏସସିବିର ୪ଜଣିଆ ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ । ଏହି ଟିମ୍ ମଧ୍ୟ ପରିସ୍ଥିତର ସମୀକ୍ଷା କରିବେ । ବର୍ତମାନ ସୁଦ୍ଧା ହଇଜା ଯୋଗୁଁ ୧୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।

The post ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ଦେଲେ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।

କନକ ବ୍ୟୁରୋ: ସମ୍ବଲପୁର ଉନ୍ନୟନ କର୍ତୃପକ୍ଷ କାର୍ଯ୍ୟାଳୟ ବା ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ନାଁରେ ଭୁବନେଶ୍ୱରରେ ଘର, ବାରିପଦାରେ ପ୍ଲଟ ରହିଥିବା ବେଳେ କୋଟିଏ ଟଙ୍କର ମ୍ୟୁଚୁଆଲ ଫଣ୍ଡର ଜମା ରହିଛି । ଏହାସହ ଆୟରୁ ୮୮ପ୍ରତିଶତ ଅଧିକ ସମ୍ପତି ଜବତ ହୋଇଛି । ସମ୍ବଲପୁର ଓ ଭୁବନେଶ୍ୱରେ ତାଙ୍କର ୯ଟି ଠିକଣା ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ ।

The post ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣକର ମୃତ୍ୟୁ, ୧୦ ଜଣ ଆହତ ।

କନକ ବ୍ୟୁରୋ: ୫୭ ନମ୍ବର ଜାତୀୟ ରାଜପଥ ନୟାଗଡ଼ର ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବଳେ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ଏମାନେ ଆଠଗଡ଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ମିନିବସଟି ଦଶପଲ୍ଲା ଆଡ଼କୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପିକନିକ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

The post ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣକର ମୃତ୍ୟୁ, ୧୦ ଜଣ ଆହତ । first appeared on Kanak News.

from Kanak News
via <a href="https://ifttt.com/?

କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି ।

କନକ ବ୍ୟୁରୋ: କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଦାବି ନେଇ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ପାଳନକୁ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରୁଥିବାରୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । କୁଚିଣ୍ଡା, ବାମରା, ଯମନକିରା ବ୍ଲକକୁ ନେଇ ଗଠିତ ଏହି ଉପଖଣ୍ଡକୁ ଜିଲ୍ଲା ଗଠନ ନେଇ ଦୀର୍ଘଦିନରୁ ଦାବି ହୋଇଆସୁଛି ।

The post କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି । first appeared on Kanak News.

from Kanak News
via <a href="https://ifttt.com/?

ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖଙ୍କ ଆଉ ଏକ ଫିଲ୍ମ । ଆଜି ରିଲିଜ୍ ହେଉଛି ‘ଡଙ୍କି’

କନକ ବ୍ୟୁରୋ: ତିନି ମାସରେ ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖ୍ ଖାନଙ୍କ ଆଉ ଏକ ଫିଲ୍ମ । ପ୍ରଥମେ ପଠାନ, ପରେ ଜୱାନ ଓ ଆଉ ଏବେ ଡଙ୍କି । ଆଜି ଶାହାରୁଖଙ୍କ ବହୁପ୍ରତୀକ୍ଷିତ ଡଙ୍କି ଫିଲ୍ମ ରିିଲିଜ୍ ହେଉଛି । ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ସରିଛି । ବୁଧବାର ସୁଦ୍ଧା ସିନେମା ‘ଡଙ୍କି’ର ପ୍ରାୟ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ନେଇ ସୂଚନା ମିିିଳିଛି । ଚଳିତ ବର୍ଷ କ୍ୟାରିୟରର ଶ୍ରେଷ୍ଠ ସଫଳତା ପାଇଥିବା ଶାହରୁଖଙ୍କ ପାଇଁ ଡଙ୍କି ମଧ୍ୟ ଆଉ ଏକ ବ୍ଲକବ୍ଲଷ୍ଟର ସାବ୍ୟସ୍ତ ହେବା ନେଇ ଆଶାବାଦୀ ଅଛନ୍ତି ଫ୍ୟାନ । ଫିଲ୍ମ ଦେଖିବା ପାଇଁ ପ୍ରତି ହଲରେ ଫ୍ୟାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁନ୍ନା ଭାଇ ଏମ୍ବିବିଏସ୍ ଫେମ୍ ରାଜକୁମାର ହିରାନୀ । ପ୍ରଥମଥର ରାଜୁଙ୍କ ଫିଲ୍ମରେ ନଜର ଆସିଛନ୍ତି ଶାହରୁଖ । ତାଙ୍କ ବ୍ୟତୀତ ଅଭିନେତ୍ରୀ ତାପସୀ ପନ୍ନୁ, ଭିକି କୌଶଲ, ବୋମନ ଇରାନୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ ଚକ୍ରବର୍ତୀ ।

The post ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖଙ୍କ ଆଉ ଏକ ଫିଲ୍ମ । ଆଜି ରିଲିଜ୍ ହେଉଛି ‘ଡଙ୍କି’ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started