ଆଜିଠୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ପ୍ରତିଦିନ ଦର୍ଶକ ଦେଖିପାରିବେ ଦୁଇଟି ସୋ’ ।

କନକ ବ୍ୟୁରୋ: ଆଜିଠାରୁ ୨ ଦିନ ଧରି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ନାଟକ ଜଗତରେ ବିପ୍ଲବ ଆଣିଥିବା ରେଡିଓ ଚକଲେଟର ପ୍ରଡକ୍ସନ ଆହେ ନୀଳ ଶଇଳର ଅପୂର୍ବ ସଫଳତା ପରେ ଏବେ ଭେଟି ଦେଉଛି ନାଟକ ଓଡିଆ ଦାସ । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ନାଟକ ଏକ ଶକ୍ତିଶାଳୀ ସାମାଜିକ ବାର୍ତ୍ତା ଦେଇଛି । ନାଟକକୁ ଦର୍ପ ନାରାୟଣ ସେଠୀ ନିର୍ଦ୍ଦେଶନା ଦେଇଛନ୍ତି । ଅଭିନୟ କରିଛନ୍ତି ରବି ନାରାୟଣ, ମମତା, ମନୋଜ, ବିଶ୍ୱରଞ୍ଜନ, ରାଜଲକ୍ଷ୍ମୀ, ରାଜେଶଙ୍କ ଭଳି କଳାକାର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡ଼ିଆ ଦାସ । ପ୍ରତିଦିନ ନାଟକର ୨ଟି ସୋ’ ହେବ । ପ୍ରଥମ ସୋ ସନ୍ଧ୍ୟା ୬ଟାରୁ ଏବଂ ଦ୍ୱିତୀୟ ସୋ ରାତି ୮ଟାରୁ ଆରମ୍ଭ ହେବ । ଆପଣ ଅଗ୍ରୀମ ଟିକେଟ୍ ‘ବୁକ୍ ମାଇଁ ସୋ’ ଜରିଆରେ କିଣି ପାରିବେ । ଟିକେଟ୍ ସମ୍ପର୍କୀୟ ସୂଚନା ପାଇଁ ଆପଣ ମୋବାଇଲ୍ ନମ୍ବର: ୮୯୦୮୦୨୦୧୦୪ କିମ୍ବା ୯୮୫୩୦୩୫୧୦୪ରେ ଯୋଗାଯୋଗ କରିପାରିବେ ।

The post ଆଜିଠୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ପ୍ରତିଦିନ ଦର୍ଶକ ଦେଖିପାରିବେ ଦୁଇଟି ସୋ’ । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ଗୁଳିମାଡରେ ଆହତ ବ୍ୟବସାୟୀ । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ରାୟପୁରର ଲିଭାନି ଅଞ୍ଚଳରେ ବ୍ୟବସାୟୀ ସନ୍ଦୀପ କୁମାର ଏହି ଗୁଳିମାଡ଼ରେ ଆହତ ହୋଇଛନ୍ତି । ଗୁଳି କରିଥିବା ଯୁବକ ଜଣକ ହେଲେ ଅମନ ଶର୍ମା । ଅମନ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ଗୁଳିକାଣ୍ଡ ପରେ ଘଟଣା ସ୍ଥଳରୁ ଅମନଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ସୁନ୍ଦରଗଡ଼ର ଜଣେ ବ୍ୟବସାୟୀ ସନ୍ତୋଷ ସିଂ ଓ ଝାରସୁଗୁଡ଼ାର ବ୍ୟବସାୟୀ ମିଶି ସନ୍ଦୀପଙ୍କୁ ମାରିବା ପାଇଁ ଅମନଙ୍କୁ ୧୦ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଅମନ ନିଜ ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ସନ୍ଦୀପଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ପୁଲିସ ଅମନଙ୍କୁ ଅଧିକ ପଚରାଉଚରା କରୁଛି ।

The post ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ଗୁଳିମାଡରେ ଆହତ ବ୍ୟବସାୟୀ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ । ସିରିଜ ୧-୧ରେ ସମାନ ସ୍ଥିତିରେ ଥିବାରୁ ଦୁଇ ଦଳ ପାଇଁ କର ବା ମର ସ୍ଥିତି ।

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ନିର୍ଣ୍ଣାୟକ ମ୍ୟାଚରେ ହେବ ସଂଘର୍ଷପୂର୍ଣ୍ଣ ଲଢେଇ । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ସମାନ ୮ୱିକେଟରେ ଭାରତକୁ ହରାଇ ପ୍ରତିଶୋଧ ନେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ଦୁଇ ଓପନର ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି । ସେପଟେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଟୋନି ଡି ଜର୍ଜି ଓ ରିଜା ହେଣ୍ଡ୍ରିକ୍ସ ଦ୍ୱିତୀୟ ମ୍ୟାଚରେ ଫର୍ମକୁ ଫେରିବା ସହିତ ଦଳକୁ ସହଜ ବିଜୟ ଦେଇଥିଲେ । ତେଣୁ ଆଜି ଘରୋଇ ଦଳ ଏମାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିବ । ଭାରତୀୟ ବୋଲର ପ୍ରଥମ ମ୍ୟାଚର ପ୍ରଦର୍ଶନ ଦୋହରାଇଲେ ଭାରତ ଆଉ ଏକ ସିରିଜ ବିଜୟ ପାଇବା ଆଶା କରାଯାଉଛି । ୨୦୧୮ରେ ଶେଷଥର ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ସିରିଜ ଜିତିଥିଲା ।

The post ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ । ସିରିଜ ୧-୧ରେ ସମାନ ସ୍ଥିତିରେ ଥିବାରୁ ଦୁଇ ଦଳ ପାଇଁ କର ବା ମର ସ୍ଥିତି । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ବାସଭବନରେ ଗୃହ ପ୍ରବେଶ କଲେ ବାଲେଶ୍ୱର ସାଂସଦ । ଝାଟିମାଟିରେ ବାଉଁଶ ଘର ନିର୍ମାଣ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।

କନକ ବ୍ୟୁରୋ: ଦିଲ୍ଲୀ ବାସଭବନରେ ଗୃହ ପ୍ରବେଶ କଲେ ବାଲେଶ୍ୱର ସାଂସଦ । ହୁମାୟୁନ ରୋଡରେ ଝାଟିମାଟି ବାଉଁଶରେ ପ୍ରତାପ ଷଡଙ୍ଗୀଙ୍କ ବାସଭବନ ନିର୍ମିତ ହୋଇଛି । ଅତି ନିରାଡମ୍ବର ଭାବେ ଗୃହ ପ୍ରବେଶ କରିଛନ୍ତି ସାଂସଦ । ବୈଦିକ ରିତିନୀତିର ହୋମଯଜ୍ଞ ପରେ ଅତିଥିମାନଙ୍କ ସହିତ ଗୃହ ପ୍ରବେଶ କରିଥିଲେ । ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ସାଂସଦଙ୍କ ନୂତନ ଗୃହର ପଦାର୍ପଣ କରି ଶୁଭେଚ୍ଛା ଜଣାଇଥିଲେ । ଦିଲ୍ଲୀ ଭଳି ମେଟ୍ରୋ ସହରରେ ଏଭଳି ଘର ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଅବସରରେ ସାଂସଦ ପ୍ରତାପ ଷଡଙ୍ଗୀ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା ସହ କୃତଜ୍ଞତା ଜଣାଇଥିଲେ ।

The post ଦିଲ୍ଲୀ ବାସଭବନରେ ଗୃହ ପ୍ରବେଶ କଲେ ବାଲେଶ୍ୱର ସାଂସଦ । ଝାଟିମାଟିରେ ବାଉଁଶ ଘର ନିର୍ମାଣ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । first appeared on Kanak News.

from Kanak News
via <a href="https://ifttt.com/?

ମାଟ୍ରିକ ଡ୍ରପଆଉଟ ହାରକୁ ନେଇ କେନ୍ଦ୍ରର ତଥ୍ୟ ଉପରେ ରାଜ୍ୟର ଆପତ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ । ସଠିକ ତଥ୍ୟ ପ୍ରକାଶ କରିବାକୁ ଅନୁରୋଧ

କନକ ବ୍ୟୁରୋ: ଓଡିଶାରେ ଡ୍ରପ-ଆଉଟ୍ ହାର ଦେଶରେ ସର୍ବାଧିକ, ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଦେଇଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ଆପତି ଜଣାଇଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୨୨-୨୩ ଶିକ୍ଷାବର୍ଷରେ ୟୁଡିଆଇଏସଇ ପ୍ଲସ ତଥ୍ୟ ବହୁପୂର୍ବରୁ କେନ୍ଦ୍ରକୁ ପଠାଯାଇଛି । ଏହି ତଥ୍ୟ ଅନୁସାରେ ରାଜ୍ୟରେ ଡ୍ରପ ଆଉଟ୍ ହାର ପ୍ରାୟ ୨୦ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟନ୍ୟା ପାଠ୍ୟକ୍ରମରେ ପାଠ ପଢ଼ୁଥିବା ୧ଲକ୍ଷ ୪୦ ହଜାର ପିଲାଙ୍କର ତଥ୍ୟକୁ ହିସାବକୁ ନେଲେ ଡ୍ରପଆଉଟ୍ ୧୫ ପ୍ରତିଶତକୁ ହ୍ରାସ ପାଇବ । ତେଣୁ ରାଜ୍ୟର ଡ୍ରପ-ଆଉଟ୍ ହାରକୁ ସଠିକ ଭାବେ ଆକଳନ କରି ୨୦୨୨-୨୩ ଶିକ୍ଷା ବର୍ଷର ତଥ୍ୟକୁ ଯଥାଶୀଘ୍ର ପ୍ରକାଶ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

ଏଥିସହ ରାଜ୍ୟରେ ପ୍ରଚଳିତ ଅନ୍ୟାନ୍ୟ ଅନୁଷ୍ଠାନ ଓ ପତ୍ର ବିନିମୟ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବାର ସୁଯୋଗ ପ୍ରଦାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୋମବାର ଡିଏମକେ ଦଳର ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତରରେ ଦେଶର ଡ୍ରପଆଉଟ୍ ହାର ନେଇ ସଂସଦରେ ତଥ୍ୟ ଉପସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ସେ ଦର୍ଶାଇଥିଲେ ଓଡିଶାରେ ୨୦୨୧-୨୨ରେ ସର୍ବାଧିକ ୪୯. ୯ପ୍ରତିଶତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠ ଛାଡିଛନ୍ତି । ଯାହାକି ଦେଶର ଡ୍ରପଆଉଟ୍ ହାରଠାରୁ ଅଧିକ । ଏଭଳି ତଥ୍ୟ ଆସିବା ପରେ ରାଜନୈତିକ ବୟାନବାଜି ଜୋର ଧରିଥିଲା ।

The post ମାଟ୍ରିକ ଡ୍ରପଆଉଟ ହାରକୁ ନେଇ କେନ୍ଦ୍ରର ତଥ୍ୟ ଉପରେ ରାଜ୍ୟର ଆପତ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ । ସଠିକ ତଥ୍ୟ ପ୍ରକାଶ କରିବାକୁ ଅନୁରୋଧ first appeared on Kanak News.

from Kanak News
via <a href="https://ifttt.com/?

ଆଇପିଏଲ ବଦଳାଇଦେଲା ଭାଗ୍ୟ । ୬ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ

କନକ ବ୍ୟୁରୋ: ଆଇପିଏଲ ଏପରି ଏକ ମଞ୍ଚ ଯେଉଁଠି କୌଣସି ମୂହୂର୍ତ୍ତର୍ରେ ବଦଳି ଯାଇପାରେ କ୍ରିକେଟରଙ୍କ ଭାଗ୍ୟ । ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ଆଇପିଏଲ ନିଲାମରେ ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି । ୨୦୨୪ ଆଇପିଏଲ ସିଜିନ ପାଇଁ ମହାରାଷ୍ଟ୍ର ନାଗପୁରର ଖେଳାଳୀ ଶୁଭମ ଦୁବେଙ୍କୁ ୫.୮୦ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ ।

ତେବେ ୧୦ ବର୍ଷ ତଳେ ଶୁଭମଙ୍କ ପାଖରେ ଖେଳିବା ପାଇଁ ବ୍ୟାଟଟିଏ ନଥିବା ବେଳେ ଅର୍ଥ ଅଭାବରୁ ଗ୍ଲୋଭସ ମଧ୍ୟ କିଣିପାରିନଥିଲେ । ବାପାଙ୍କ ପାନ ଦୋକାନରୁ ଯାହା କିଛି ଅର୍ଥ ରୋଜଗାର ହେଉଥିଲା ସେତିକିରେ ପରିବାର ଚଳୁଥିଲା । ବହୁ କଷ୍ଟରେ କ୍ରିକେଟ ଜଗତରେ ନିଜର ସ୍ଥିତି ବଜାୟ ରଖିଥିବା ଶୁଭମ ଦୁବେଙ୍କର ମଙ୍ଗଳବାର ଆଇପିଏଲ ନୀଲାମିରେ ଭାଗ୍ୟ ବଦଳି ଯାଇଛି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରାୟ ୬କୋଟି ଟଙ୍କାରେ କିଣାଯାଇଥିବା ଜାଣିବା ପରେ ଶୁଭମଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପଦର୍ଶନ ଯୋଗୁ ଆଇପିଏଲରେ ସ୍ଥାନ ମିଳିଥିବା କହିଛନ୍ତି ଶୁଭମ୍ ।

  • ରଣଜୀ ମ୍ୟାଚରେ ଶୁଭମଙ୍କ ଦମଦାର ପ୍ରଦର୍ଶନ
  • ୨୯ବର୍ଷୀୟ ବ୍ୟାଟର ମ୍ୟାଚ୍ ଫିନିସର ଭାବେ ପରିଚିତ

୨୯ ବର୍ଷୀୟ ଏହି ବାମହାତୀ ବ୍ୟାଟର ମ୍ୟାଚ ଫିନିସର ଭାବେ ପରିଚିତ । ଶୁଭମ୍ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୭ଟି ମ୍ୟାଚରେ ୧୦ ଚୌକା, ୧୮ ଛକା ସହ ୨୨୨ ରନ ସଂଗ୍ରହ କରିଛନ୍ତି । ଦୁବେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ଟି ଟି-୨୦ ମ୍ୟାଚ ଖେଳିସାରିଥିବା ବେଳେ ହାରାହାରି ୧୪୫ ଷ୍ଟ୍ରାଇକ ରେଟରେ ୪୮୫ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୬ଟି ଚୌକା ଏବଂ ୩୦ଟି ଛକା ସାମିଲ ରହିଛି । ଲିଷ୍ଟ ‘ଏ’ ଶ୍ରେଣୀରେ ୬ଟି ଇନିଂସ ଖେଳି ୯୦ ଷ୍ଟ୍ରାଇକ ରେଟରେ ୧୫୯ ରନ ସଂଗ୍ରହ କରିଛନ୍ତି ଶୁଭମ ଦୁବେ ।

ବର୍ତମାନ ଶୁଭମ ବିଦର୍ଭ ପକ୍ଷରୁ ରଣଜୀ ମ୍ୟାଚ ଖେଳୁଥିବା ବେଳେ ପୂର୍ବରୁ ୧୯ ବର୍ଷରୁ କମ ଏବଂ ୨୩ ବର୍ଷରୁ ଭାରତୀୟ ଟିମରେ ମଧ୍ୟ ଖେଳିସାରିଛନ୍ତି ।

The post ଆଇପିଏଲ ବଦଳାଇଦେଲା ଭାଗ୍ୟ । ୬ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ first appeared on Kanak News.

from Kanak News
via <a href="https://ifttt.com/?

ରିଲିଜ ପୂର୍ବରୁ ରେକର୍ଡ: ଆଡଭାନ୍ସ ଟିକେଟ ବୁକିଂରେ ଡଙ୍କିକୁ ପଛରେ ପକାଇଲା ସାଲାର

କନକ ବ୍ୟୁରୋ: ରିଲିଜ ପୂର୍ବରୁ ଦୁଇ ବହୁ ପ୍ରତିକ୍ଷିତ ସିନେମା ଡଙ୍କି ଓ ସାଲାର ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । ଏହି ଟକ୍କର ଟିକେଟ ବିକ୍ରି ପାଇଁ ଚାଲିଛି । ରେକର୍ଡସ୍ତରରେ ଦର୍ଶକ କିଣୁଛନ୍ତି ସିନେମା ଟିକେଟ । ଡିସେମ୍ବର ୨୧ରେ ବଡ ପରଦାକୁ ଆସୁଛି କିଙ୍ଗ ଖାନ ଶାହାରୁଖଙ୍କ ଡଙ୍କି ଓ ଠିକ ଏହାର ପରଦିନ ଅର୍ଥାଥ ୨୨ରେ ରିଲିଜ ହେବ ସାଉଥ ସେନସେସନ ପ୍ରଭାସଙ୍କ ହାଇବଜେଟ ସିନେମା ସାଲାର । ଦୁଇ ଲୋକପ୍ରିୟ କଳାକାରଙ୍କ ସିନେମା ଦେଖିବା ପାଇଁ ସିନେମପ୍ରେମୀଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ରହିଛି । ଆକାଶଛୁଅାଁ ଦର ସତ୍ୱେ ପ୍ରିୟ ଅଭିନେତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ସୂଚନା ଅନୁସାରେ ବୁଧବାର ସୁଦ୍ଧା—ସିନେମା ‘ଡଙ୍କି’ର ପ୍ରାୟ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଛି । ଶାହାରୁଖଙ୍କ ଡଙ୍କି ତୁଳନାରେ ପ୍ରଭାସଙ୍କ ସାଲାରର ଅଧିକ ଆଡଭାନ୍ସ ବୁକିଂ ଚାଲିଛି । ‘ସାଲାର’ର ୮ଲକ୍ଷ ଟିକେଟ ଆଡାଭାନ୍ସ ବୁକିଂ ହୋଇଛି । ପ୍ରାୟ ୧୭କୋଟି ଟଙ୍କା ମୂଲ୍ୟର ଟିକେଟ ବିକ୍ରି ଶେଷ ହୋଇଥିବା ସୂଚନା ରହିଛି । ସିନେସମୀକ୍ଷଙ୍କ ମତରେ ବଡ ପରଦାରେ ଡଙ୍କି ଓ ସାଲାର ମଧ୍ୟରେ ବଡ ଧରଣର ଟକ୍କର ହୋଇପାରେ । ଜଣେ ବଲିଉଡ ସୁପରଷ୍ଟାର ଅନ୍ୟଜଣେ ସାଉଥ ସେନସେନନ । ଶାହାରୁଖଙ୍କ ପଠାନ, ଜବାନ ଚଳିତବର୍ଷ ଅନ୍ୟତମ ଲୋକପ୍ରିୟ ଓ ସଫଳ ସିନେମା ହୋଇପାରିଛି । ତେଣୁ ହ୍ୟାଟ୍ରିକ ଲକ୍ଷ ସହ ସବୁ ପ୍ରକାରର ମନୋରଂଜନ ଖୋରାକ ସହ ଡଙ୍କିର ନିର୍ମାଣ କରାଯାଇଛି । ସେପଟେ ଲଗାତାର ତିନୋଟି ଫିଲ୍ମ ସାହୋ, ରାଧେଶ୍ୟାମ ଓ ଆଦିପୁରୁଷ ଫ୍ଲପ ହେବା ପରେ ସାଲାରର ସଫଳତା ପାଇଁ ବେଶ ଆଶାୟୀ ଅଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ

The post ରିଲିଜ ପୂର୍ବରୁ ରେକର୍ଡ: ଆଡଭାନ୍ସ ଟିକେଟ ବୁକିଂରେ ଡଙ୍କିକୁ ପଛରେ ପକାଇଲା ସାଲାର first appeared on Kanak News.

from Kanak News
via <a href="https://ifttt.com/?

ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ଲୋକସଭାରେ ପାରିତ ହେବ ନୂଆ କ୍ରାଇମ୍ ବିଲ୍ ।

କନକ ବ୍ୟୁରୋ: ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ନୂଆ କ୍ରାଇମ ବିଲ ଭାରତୀୟ ନ୍ୟାୟ ସଂହିତା ବିଲ । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ । ନୂଆ ଆଇନ ଲାଗୁ ହେଲେ ଭାରତୀୟ ନ୍ୟାୟ ସଂହିତାରେ ଦଣ୍ଡବିଧାନ କରାଯିବ । ଭାରତ ସରକାର ବ୍ରିଟିଶ ଅମଳ ଆଇନକୁ ବଦଳାଇ ୩ଟି ବିଲ ଆଣିଥିଲେ । ଆଇପିସି ହେବ ଭାରତୀୟ ନ୍ୟାୟ ସଂହିତା , ସିଆରପିସି ବଦଳି ହେବ ଭାରତୀୟ ନାଗରିକ ସୁରକ୍ଷା । ଭାରତୀୟ ପ୍ରମାଣ ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ ହେବ ।

ଆଇପିସିରେ ପରିବର୍ତନ ପରେ ବିଚ୍ଛିନତାବାଦୀ କାର୍ଯ୍ୟକଳାପ, ଅସ୍ତ୍ରଶସ୍ତ୍ର ସହ ବିଦ୍ରୋହ, ବିପଦଜନକ ଗତିବିଧି ଓ ଭାରତର ସାର୍ବଭୌମତ୍ୱ,ଏକତା ଓ ଅଖଣ୍ଡତା ବିରୋଧୀ କାର୍ଯ୍ୟକଳାପ ପାଇଁ ବିଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଲରେ ଭିଡ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ଗଣଦୁର୍ଷ୍କମ ପାଇଁ ୨୦ବର୍ଷର ଜେଲ, ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ନୂଆ ବିଲରେ ମହିଳା, ଶିଶୁ, ହତ୍ୟା ଓ ଦେଶ ଦ୍ରୋହ କାର୍ଯ୍ୟକଳାପ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ସାଙ୍ଗଠନିକ ଅପରାଧ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ମୃତ୍ୟୁ ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଦଣ୍ଡରେ ପରିଣତ ବ୍ୟବସ୍ଥା ରହିଛି ।

The post ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ଲୋକସଭାରେ ପାରିତ ହେବ ନୂଆ କ୍ରାଇମ୍ ବିଲ୍ । first appeared on Kanak News.

from Kanak News
via <a href="https://ifttt.com/?

ଅଡୁଆରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ: ଲ୍ୟାଣ୍ଡ ଫର ଜବ ସ୍କାମରେ ଉଭୟଙ୍କୁ ଇଡିର ସମନ

କନକ ବ୍ୟୁରୋ: ଲ୍ୟାଣ୍ଡ ଫର ଜବ ସ୍କାମରେ ବଢିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ । ଜେରା ପାଇଁ ଆରଜେଡି ନେତା ଲାଲୁ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ମିଳିଛି ଇଡିର ସମନ । ତେଜସ୍ୱୀ ଯାଦବଙ୍କୁ ୨୨ତାରିଖରେ ଏବଂ ଲାଲୁ ଯାଦବଙ୍କୁ ୨୭ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୨୦୨୨ ମେ ୧୮ରେ ଜମି ଦୁର୍ନୀତି ମାମଲାରେ ସିବିଆଇ ଲାଲୁଙ୍କ ସମେତ ରାବିଡୀ ଦେବୀ, ମିଶା ଭାରତୀଙ୍କ ସମେତ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିଥିଲା । ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ରେଲୱେର ବିଭିନ୍ନ ବିଭାଗରେ ଚାକିରୀ ଦେବା ବଦଳରେ ଆଶାୟୀଙ୍କ ଠାରୁ ଜମି ନେଇଥିବା ଅଭିଯୋଗ ରହିଛି ଲାଲୁଙ୍କ ପରିବାର ନାଁରେ ।

The post ଅଡୁଆରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ: ଲ୍ୟାଣ୍ଡ ଫର ଜବ ସ୍କାମରେ ଉଭୟଙ୍କୁ ଇଡିର ସମନ first appeared on Kanak News.

from Kanak News
via <a href="https://ifttt.com/?

ସାଂସଦ ନିଲମ୍ବିତ,ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ।

କନକ ବ୍ୟୁରୋ: ସାଂସଦ ନିଲମ୍ବିତ, ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ବୁଧବାର ମଧ୍ୟ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ଦେଇ ଧାରଣା ଦେଇଛନ୍ତି ବିରୋଧୀ । ଦାବି ପୂରଣ ନହେବା ଯାଏଁ ବିକ୍ଷୋଭ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ବିରୋଧୀ । ତେବେ ବୁଧବାର ଆଉ ଦୁଇ ଜଣ ସାଂସଦ ନିଲମ୍ବନ ପରେ ମୋଟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି ।

  • ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି
  • ବିରୋଧୀ ସାଂସଦଙ୍କ ବିକ୍ଷୋଭ

ହାତରେ ପ୍ଲାକାର୍ଡ, ଦାବି ଗୋଟିଏ । ନିଲମ୍ବନକୁ କରାଯାଉ ପ୍ରତ୍ୟାହାର । ବୁଧବାର ସଂସଦ ଭବନ ପରିସରରେ ନିଲମ୍ବିତ ଓ ବିରୋଧୀ ସାଂସଦ ଏକଜୁଟ ହୋଇଛନ୍ତି । ୧୪୩ଜଣ ସାଂସଦଙ୍କ ନିଲମ୍ବନ ଗଣତନ୍ତ୍ର ପ୍ରତି ବିପଦ କହି ବିରୋଧୀ ଦାବି ଜଣାଇଛନ୍ତି । ଯେଉଁ ପର୍ୟ୍ୟନ୍ତ ନିଲମ୍ବନ ପ୍ରତ୍ୟାହାର କରାଯାଇନି ସେପର୍ୟ୍ୟନ୍ତ ବିରୋଧ ଜାରି ରହିବ ବୋଲି କହିଛି ବିରୋଧୀ । ସାଂସଦମାନେ ଗାନ୍ଧୀମୂର୍ତି ଆଗରେ ମିଳିତ ବିରୋଧ ପ୍ରଦର୍ଶନ କରି ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ଦେଇଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଏକାଠି ମିଶି ପ୍ରତିବାଦରେ ସାମିଲ ହୋଇଛନ୍ତି ।

ସେପଟେ ସାଂସଦମାନଙ୍କ ନିଲମ୍ବନ ଘଟଣାକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ହୋଇଛି । ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁଡ଼ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇ ଗଣିତନ୍ତ୍ରର ଶାସ୍ୱରୁଦ୍ଧ କରାଯାଇଥିବା କହିଛନ୍ତି ସୋନିଆ ଗାନ୍ଧୀ । ତେବେ ସାଂସଦଙ୍କ ଅଶୋଭନୀୟ ଆଚରଣ ପାଇଁ ଏଭଳି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ।

ସୂଚନାଯୋଗ୍ୟ ଯେ, ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି । ଶୀତ ଅଧିବେଶନରେ ଉଭୟ ରାଜସଭା ଓ ଲୋକସଭାରେ ବାରମ୍ବାର ହଟ୍ଟଗୋଳ କରୁଥିବା ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି ।

The post ସାଂସଦ ନିଲମ୍ବିତ,ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started