ସଫଳ ହେଉନି ବାଓ-ଫ୍ଲକ ଯୋଜନାରେ ମାଛ ଚାଷ: ଭାଙ୍ଗିଗଲାଣି ସିମେଣ୍ଟ କୁଣ୍ଡ

କନକ ବ୍ୟୁରୋ: କୋଭିଡ୍ ପରେ ଲୋକଙ୍କୁ ସଶକ୍ତ କରିବା ପାଇଁ, ବାଇଓ-ଫ୍ଲକ ଯୋଜନାରେ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ ସରକାର । ଏହି ଯୋଜନାରେ ପୋଖରୀ ବଦଳରେ,ଲୋକେ ସିମେଂଟ କୁଣ୍ଡରେ ବିଭିନ୍ନ ପ୍ରକାରର ମାଛ ଚାଷ କରି ଆର୍ଥିକ ସମୃଦ୍ଧ ହେବେ ବୋଲି ସରକାର ଲକ୍ଷ୍ୟ ରଖିଥିଲେ । କେନ୍ଦ୍ରାପଡାରେ ବି ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ କେମିତି ଚାଲିଛି ଏହି ଯୋଜନା,

କୁଣ୍ଡ ଅଛି ମାଛ ନାହିଁ । ମାଛ ଚାଷ ପାଇଁ ପ୍ରକଳ୍ପ ହୋଇଥିଲା, ହେଲେ ଭାଂଗି ଗଲାଣି । କେନ୍ଦ୍ରାପଡା ଜିଲ୍ଳାରେ ଚାଲିଥିବା ବିଭିନ୍ନ ବାଓ-ଫ୍ଲକ ଯୋଜନାରେ ହୋଇଥିବା ମାଛ ଚାଷ । ଏହି ଯୋଜନାରେ ମାଛ ପାଇଁ ମହିଳା ଚାଷୀଙ୍କୁ ୬୦ ପ୍ରତିଶତ ଓ ପୁରୁଷ ଚାଷୀଙ୍କ ୪୦ ପ୍ରତିଶତ ସବସିଡି ଦେଇଥାନ୍ତି ସରକାର । କିନ୍ତୁ କେଉଁଠି ଜରି କୁଣ୍ଡ ଅଛି ତ ଆଉ କେଉଁଠି ସିମେଂଟ କୁଣ୍ଡ ଅଛି, କିନ୍ତୁ ମାଛ ନାହାନ୍ତି । ତେବେ ଚାଷୀଙ୍କ କହିବା କଥା ଯେତିକି ପ୍ରଶିକ୍ଷଣ ଦେବା କଥା ସେତିକି ଦିଆଯାଉ ନାହିଁ । ଅଧିକ ବିଦ୍ୟୁତ ଖଚ୍ଚ ଓ ଯାଆଁଳର ଅଭାବ ଯୋଗୁଁ ସେମାନେ କ୍ଷତି ସହୁଛନ୍ତି । ଏଥିସହ ମିଳୁଥିବା ପ୍ରୋତ୍ସାହନ ବାଟବଣା କାରଣରୁ ଏମିତି ହୋଇଥିବା ଅଭିଯୋଗ କରିଛନ୍ତି ମାଛ ଚାଷୀ ।

ତେବେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କହିବା କଥା ଅନେକ ଚାଷୀ ଏଥିରେ ସଫଳ ହୋଇଛନ୍ତି । କାରଣ ସେମାନଙ୍କର ଚାଷ ପ୍ରତି ଆଗ୍ରହ ରହିଛି । ଏବଂ ପ୍ରୋତ୍ସାହନ ଦିଆଯାଉଛି ବୋଲି କହିଛନ୍ତି ମତ୍ସ୍ୟ ଅଧିକାରୀ । ବ୍ଲକ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ମତ୍ସ୍ୟ ବିଭାଗର ଅଧିକାରୀ ରହୁଛନ୍ତି । ହେଲେ, ମାଛ ଚାଷ ପାଇଁ ହୋଇଥିବା ପ୍ରକଳ୍ପ ବିଫଳ ହେବା ମତ୍ସ୍ୟ ବିଭାଗ ଓ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

The post ସଫଳ ହେଉନି ବାଓ-ଫ୍ଲକ ଯୋଜନାରେ ମାଛ ଚାଷ: ଭାଙ୍ଗିଗଲାଣି ସିମେଣ୍ଟ କୁଣ୍ଡ first appeared on Kanak News.

from Kanak News
via <a href="https://ifttt.com/?

ମନମୋହୁଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ: ପ୍ରାକୃତିକ ପରିବେଶ ସହ ଝରଣା ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

କନକ ବ୍ୟୁରୋ: ମାଓ ସମସ୍ୟା ହ୍ରାସ ପାଇବା ପରେ ଏବେ ଆସ୍ତେ ଆସ୍ତେ ସାମନାକୁ ଆସୁଛି ସ୍ୱାଭିମାନ ଅଂଚଳର ପ୍ରକୃତିକ ସୌନ୍ଦର୍ଯ୍ୟର ସମ୍ଭାର । ଗୁରୁପ୍ରୀୟା ସେତୁ ପରେ ଏବେ ସ୍ୱାଭିମାନ ଅଂଚଳରେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲୋଟିଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ । ଦୁର୍ଗମ ଅଂଚଳରେ ରାସ୍ତା ଘାଟ ଖୋଲିବା ପରେ ଗୁଂଜିଓାଡା ଜଳପ୍ରପାତ ଲୋକଲୋଚନ କୁ ଆସିବା ପରେ ଏବେ ପ୍ରାକୃତିକ ପରିବେଷ ମଧ୍ୟରେ ସୁ-ଉଚ୍ଚ ଜଳପ୍ରପାତକୁ ଦେଖିବା ଲାଗି ଓଡିଶା ସମେତ ଆନ୍ଧ୍ରର ପର୍ଯ୍ୟଟକଙ୍କ ଭିଡ ଜମୁଛି ସ୍ୱାଭିମାନ ଅଂଚଳରେ ।

ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତର । ଆକାଶ ମାର୍ଗରୁ ଆସିଥିବା ଚିତ୍ର ବେଶ ମନୋରମ । ପାହାଡ଼ ପର୍ବତର ଛାତିରୁ ଚିଳି ଝରଣାର କୁଳୁକୁଳୁ ନାଦ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିଛି । ମାଓବାଦୀ ନୁହଁ ଏବେ ପ୍ରାକୃତିକ ସୌନ୍ଦର୍ଜ୍ୟ ଲାଗି ଚର୍ଚାରେ ସ୍ୱାଭିମାନ ଅଂଚଳ । ଲାଲ ଆତଙ୍କର କଳା ବାଦଲ ହଟିବା ପରେ ଏବେ ସ୍ୱାଭିମାନ ଅଂଚଳର ଅସଲ ଚିତ୍ର ସାମନାକୁ ଆସିବାରେ ଲାଗିଛି । ଆଉ ପ୍ରକୃତିର ଭୁସ୍ୱର୍ଗ ଯଦି କେଉଁଠି ଥାଏ, ତାହା ଯେ ସ୍ୱାଭିମାନ ଅଂଚଳରେ ରହିଛି, ତାହା ଏହି ଜଳପ୍ରପାତର ଚିତ୍ର ଦେଖିଲା ଆପଣ ସହଜରେ ଅନୁମାନ କରି ପାରିବେ । ସ୍ୱାଭିମାନ ଅଂଚଳର ପ୍ରବେଶ ଦ୍ୱାର ଗୁରୁପ୍ରୀୟାରୁ କିଛି ମାଇଲ ଅତିକ୍ରମ କଲା ପରେ ଆନ୍ଧ୍ର ସୀମାରେ ରହିଛି ଏହି ସୁ-ଉଚ୍ଚ ଜଳପ୍ରପାତ ।

ଗୁଂଜିଓାଡା ଜଳପ୍ରପାତର ଭୌଗଳିକ ଅବସ୍ଥିତିକୁ ଦେଖିଲେ, ଏହା ଆନ୍ଧ୍ର ପ୍ରଦେଶ ଆଲୁରି ସିତାରାମରାଜୁ ଜିଲ୍ଲାର ଗୁଂଜିୱାଡା ଗାଁ ମୁଣ୍ଡରେ ଅବସ୍ଥିତ । ଯାହା ଓଡିଶା ସୀମାରୁ ମାତ୍ର କେଇ କିଲୋମିଟର ଦୂର କହିଲେ ଭୁଲ ହେବ ନାହିଁ । ଚିତ୍ରକୋଣ୍ଡା ପରେ ଗୁରୁପ୍ରୀୟା ଦେଇ ପାପେରମେଟଲା ପଂଚାୟତ ଦେଇ ଏଠାକୁ ଯାଇହେବ । ପାପେରମେଟଲା ଠାରୁ ପ୍ରାୟ ୭ କିଲୋମିଟର ଜଙ୍ଗଲ, ପାହାଡ ଓ ନଈ, ନାଳ ଅତିକ୍ରମ କରିବା ପରେ ଗୁଂଜିଓାଡା ଗାଁ ମୁଣ୍ଡରେ ରହିଛି ଏହି ପ୍ରକୃତିର ଏହି ମୋନୋରମ ଚିତ୍ର । ପର୍ଯ୍ୟଟକ ମାନେ ପ୍ରାକୃତିକ ସୌନ୍ଦର୍ଜ୍ୟ, ଜଂଗଲ-ପାହାଡକୁ ଉପଭୋଗ କରିବାକୁ ଏଠାକୁ ଆସନ୍ତି ।

The post ମନମୋହୁଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ: ପ୍ରାକୃତିକ ପରିବେଶ ସହ ଝରଣା ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ first appeared on Kanak News.

from Kanak News
via <a href="https://ifttt.com/?

ଭାର୍ଗବୀ ନଦୀ ଉପରେ ଚାଲିଛି ପୋଲ ନିର୍ମାଣ: ୧୫ବର୍ଷ ହେଲା ସରୁନି କାମ

କନକ ବ୍ୟୁରୋ: ପୁରୀ ସଦର ବ୍ଲକ ମାଳି ସାହିରେ ୨୦୦୮ରୁ ଭାର୍ଗବୀ ନଦୀ ଉପରେ ଚାଲିଛି ସେତୁ ନିର୍ମାଣ । ୨୦୦୮ ମସିହାରେ ପୁରୀ ବିଧାୟକ ସ୍ୱର୍ଗତ ମେହେଶ୍ୱର ମହାନ୍ତି ଏହି ସେତୁକୁ ଉଦଘାଟନ କରିଥିଲେ । ଏହା ଭିତରେ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ପୁରୀ ସଦର ବ୍ଲକ ମାଳି ସାହି ଭାର୍ଗବୀ ନଦୀ ଉପରେ ଚାଲିଥିବା ସେତୁ ନିର୍ମାଣକୁ ଦେଖନ୍ତୁ । ୧୫ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିଲେ ବି, ଅଧାରେ ଅଟକିଛି କାର୍ଯ୍ୟ । ଯାହାଫଳରେ ପ୍ରାୟ ୬ଟି ପଂଚାୟତର ପ୍ରାୟ ୪୦ ହଜାର ଲୋକ ବାଧ୍ୟ ହୋଇ ୬କିଲୋମିଟର ଦୂର ବୁଲାବାଟ ଦେଇ ମୁଖ୍ୟ ସଡକକୁ ଯାଉଛନ୍ତି । ନଦୀ ଆରପଟେ ଥିବା ଜମିକୁ ଯିବା ମୁସ୍କିଲ ହୋଇ ପଡୁଛି । ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସୂଚନା ଅନୁସାରେ ପୋଲ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୩ରୁ ୪ଜଣ ଠିକାଦାର ବଦଳିଲେଣି । କିନ୍ତୁ ଜଣଙ୍କ ପରେ ଜଣେ ଠିକାଦାର ସେତୁ ନିର୍ମାଣରେ ବିଫଳ ହେଉଛନ୍ତି । ଏପଟେ ସେତୁ ନିର୍ମାଣରେ ବ୍ୟବହାର ହୋଇଥିବା ଲୁହା ରଡ୍ ଓ ଅନ୍ୟାନ୍ୟ ସାମଗ୍ରୀରେ କଳଙ୍କି ଲାଗିଲାଣି । କିଛି ସାମଗ୍ରୀ ବାଲିରେ ପୋତି ହୋଇପଡିଲାଣି । ହେଲେ ସରୁନି ପୋଲ ନିର୍ମାଣ କାର୍ଯ୍ୟ । ତେବେ ଏହି ବିଳମ୍ବ ପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଅଂଚଳବାସୀ ।

The post ଭାର୍ଗବୀ ନଦୀ ଉପରେ ଚାଲିଛି ପୋଲ ନିର୍ମାଣ: ୧୫ବର୍ଷ ହେଲା ସରୁନି କାମ first appeared on Kanak News.

from Kanak News
via <a href="https://ifttt.com/?

ଡାଇରିଆ ବ୍ୟାପିବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ମନୋଜ କହିଲେ, ସ୍ମାର୍ଟସିଟିରେ ହଇଜା ବ୍ୟାପିବା ଲଜ୍ଜ୍ୟାଜନକ ।

କନକ ବ୍ୟୁରୋ: ରାଉରକେଲା ଡାଇରିଆ ବ୍ୟାପିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କହିଛନ୍ତି ବିଶ୍ୱରୁ ହଇଜା ଲୋପ ପାଇଥିବା ବେଳେ ସ୍ମାର୍ଟ ସିଟି ରାଉରକେଲାରେ ହଇଜା ବ୍ୟାପିବା ଲଜ୍ଜାଜନକ । ହଇଜାରେ ଲୋକେ ମରୁଛନ୍ତି, ଠିକରେ ପାଣି ପାଉନାହାନ୍ତି । ନବୀନ ବାବୁଙ୍କ ଏହା ଶ୍ରେଷ୍ଠ ଉପହାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଯଦି ରାଜ୍ୟ ସରକାର ସ୍ଥିତି ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ନହେଲେ କେନ୍ଦ୍ର ସରକାରଙ୍କୁ ସହାୟତା ଲୋଡନ୍ତୁ, ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନୋଜ ମହାପାତ୍ର ।

The post ଡାଇରିଆ ବ୍ୟାପିବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ମନୋଜ କହିଲେ, ସ୍ମାର୍ଟସିଟିରେ ହଇଜା ବ୍ୟାପିବା ଲଜ୍ଜ୍ୟାଜନକ । first appeared on Kanak News.

from Kanak News
via <a href="https://ifttt.com/?

ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ କେୟାର ନେତ୍ରମ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

କନକ ବ୍ୟୁରୋ: ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ କେୟାର ନେତ୍ରମ, ଭୁବନେଶ୍ୱରର ମିଳଇତ ଆନୁକୂଲ୍ୟରେ ଡିସେମ୍ବର ୧୮ ତାରିଖ ଦିନ ଭରତପୁର ସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରରେ ଏକ ନିଃଶୁଳ୍କ ଚକ୍ଷୁ ଶିବିର ଆୟୋଜିତ ହୋଇଥିଲା । ସ୍କୁଲର ବିଭିନ୍ନ ଶ୍ରେଣୀର ପ୍ରାୟ ୨୫୧ ଜଣ ପିଲାମାନଙ୍କୁ ଚକ୍ଷୁର କିପରି ଯତ୍ନ ନିଆଯିବ ସେ ବିଷୟରେ ସଚେତନ କରାଯିବା ସହିତ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିସହିତ ସ୍କୁଲର କିଛି ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟ ସହକର୍ମୀମାନଙ୍କର ମଧ୍ୟ ଚକ୍ଷୁ ପରୀକ୍ଷା କରାଯାଇଥିଲା । ୨୨ ଜଣ ପିଲାମାନଙ୍କୁ ବିନା ମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ରୋଟାରୀ ଇ-କ୍ଲବ ମହୋଦଧିର ସଭାପତି ସର୍ବେଶ୍ୱର ସାହୁ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ ଏବଂ କାର୍ଯ୍ୟନିର୍ବାହୀ ସମ୍ପାଦିକ ସୁସ୍ମିତା ଦାଶ ପରିଚାଳନା କରିଥିଲେ । ସ୍କୁଲର ପ୍ରତିଷ୍ଠାତା ହରିବନ୍ଧୁ ସାମନ୍ତରାୟ ଓ ପ୍ରଧାନ ଆଚାର୍ଯ୍ୟା ଦିପ୍ତୀମୟୀ ହରିଚନ୍ଦନ ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗ ଅତ୍ୟନ୍ତ ପ୍ରଂଶସନୀୟ । ସହଯୋଗୀ ସଂସ୍ଥା କେୟାର ନେତ୍ରମର ପରିଚାଳକ ଗୋପୀନାଥ ଦାସ ତଥା ଅନ୍ୟ ସହକର୍ମୀମାନଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ସଫଳତାର ରୂପ ଦେଇଥିଲା ।

The post ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ କେୟାର ନେତ୍ରମ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ ସାହିତ୍ୟ ପରିଷଦ କାର୍ଯ୍ୟକ୍ରମରେ ମୋହନ ଭାଗବତଙ୍କ ବଡ ସଙ୍କେତ । କହିଲେ ପରିବର୍ତନ ପାଇଁ ପ୍ରୟାସ କଲେ ମିଳିବ ସଫଳତା

କନକ ବ୍ୟୁରୋ: ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଭୁବନେଶ୍ୱରରେ ଚାଲିଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମରେ ପରିବର୍ତନକୁ ନେଇ ବଡ ସଙ୍କେତ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସଭାକୁ ସମ୍ବୋଧିତ କରି ପରିବର୍ତନ ପାଇଁ ମୋହନ ଭାଗବତ ବଡ ସଙ୍କେତ ଦେଇଛନ୍ତି । କହିଛନ୍ତି ସମୟ ଏବେ କଡ ଲେଉଟାଇଛି । ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଓଡିଶା ଅନୁଭୂତିର ମଧ୍ୟ ସେ ଉଦାହରଣ ଦେଇଛନ୍ତି । ତେବେ କି ପ୍ରକାର ପରବର୍ତନର ସଙ୍କେତ ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟ ନା ଦେଶ କାହାର ପରିବର୍ତନ ନେଇ ସଙ୍କେତ ଦେଲେ ମୋହନ ଭାଗବତ ତାକୁ ନେଇ ଚର୍ଚ୍ଚା ବଢିଛି । ରାଜଧାନୀରେ ତିନି ଦିନ ଧରି ଚାଲିବାକୁ ଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମରେ ୧୭ ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରିଛନ୍ତି ମୋହନ ଭାଗବତ ।

The post ଭାରତୀୟ ସାହିତ୍ୟ ପରିଷଦ କାର୍ଯ୍ୟକ୍ରମରେ ମୋହନ ଭାଗବତଙ୍କ ବଡ ସଙ୍କେତ । କହିଲେ ପରିବର୍ତନ ପାଇଁ ପ୍ରୟାସ କଲେ ମିଳିବ ସଫଳତା first appeared on Kanak News.

from Kanak News
via <a href="https://ifttt.com/?

ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । କହିଲେ, ରାଉରକେଲାରେ ସୁଧୁରୁଛି ହଇଜା ସ୍ଥିତି । ଦୁଇରୁ ତିନିଦିନ ଭିତରେ ହେବ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ।

କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ଅବସ୍ଥାରେ ସୁଧାର ଆସିଲାଣି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ । କହିଛନ୍ତି ହଇଜା ସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିଲାଣି । ହଇଜା ଗ୍ରାଫ୍ ଏବେ ତଳମୁହାଁ ହେଉଛି । ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି । ଏସସିବିରୁ ଏକ ସ୍ୱତନ୍ତ୍ର ଟିମ ରାଉରକେଲା ଆସି ତଦନ୍ତ କରିବେ । ପାଣିର ମାନ ଓ ଖାଦ୍ୟର ଯାଞ୍ଚ କରାଯାଉଛି । ସହରରେ ଥିବା ପିଏଚସିରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିବା ଯାଏଁ ପିଏଚସିରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଜାରି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଆଜି ରାଉରକେଲାରେ ପହଞ୍ଚି ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ୱାସ୍ଥ୍ୟ ସେବାର ଅନୁଧ୍ୟାନ କରିଛନ୍ତି । ସ୍ଥିତିରେ ସୁଧାର ଆସିଥିବା ବେଳେ ଆଗକୁ କେଉଁ କାରଣରୁ ହଇଜା ବ୍ୟାପିଲା ତାର ଅନୁସନ୍ଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

The post ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । କହିଲେ, ରାଉରକେଲାରେ ସୁଧୁରୁଛି ହଇଜା ସ୍ଥିତି । ଦୁଇରୁ ତିନିଦିନ ଭିତରେ ହେବ ସମ୍ପୂର୍ଣ୍ଣ ନିୟନ୍ତ୍ରଣ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତକକୁ ମନ୍ଦିର ପାହାଚରେ ଛାଡି ଚାଲିଗଲା ମାଆ ।

କନକ ବ୍ୟୁରୋ: ମରିଗଲା ମାଆର ମମତା । ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ଜନ୍ମଦାତ୍ରୀ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଙ୍ଗା ଅଞ୍ଚଳର ଶିବ ମନ୍ଦିରରେ । ସକାଳୁ ପୂଜା କରିବାକୁ ଆସି ମନ୍ଦିରର ପୂଜକ ଶିଶୁ କନ୍ୟାକୁ ଦେଖିଥିଲେ । ପ୍ରବଳ ଶୀତରେ ନବଜାତକ କାନ୍ଦୁଥିବା ଦେଖି ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇଁ ମନ୍ଦିର ପରିସରରେ ଲୋକଙ୍କ ଭିଡ ଜମିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଭିମସାର ମେଡିକାଲ ପଠାଇଛନ୍ତି ।

The post ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତକକୁ ମନ୍ଦିର ପାହାଚରେ ଛାଡି ଚାଲିଗଲା ମାଆ । first appeared on Kanak News.

from Kanak News
via <a href="https://ifttt.com/?

ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ଆଦେଶ ପ୍ରତ୍ୟାହାର ନକରାଯାଏ ତେବେ … ବିବେକ ରାମସ୍ୱାମୀ ଏପରି ଚେତାବନୀ ଦେଇଛନ୍ତି ।

ଆମେରିକାରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ସମ୍ପର୍କ ନିଷ୍ପତି ପରେ  ବିବେକ ରାମସ୍ୱାମୀ ତାଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଭାରତୀୟ ମୂଳ ଆମେରିକୀୟ ତଥା ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାମସ୍ୱାମୀ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଚେତାବନୀ  ଦେଇଛନ୍ତି।

ୱାଶିଂଟନ୍: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଅଯୋଗ୍ୟତା’ ନିଷ୍ପତି ପ୍ରତ୍ୟାହାର ନ ହେଲେ ଭାରତୀୟ-ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ୱାମୀ କଲରାଡୋ ପ୍ରାଥମିକ ମତଦାନରୁ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଦିନ କଲରାଡୋ ସୁପ୍ରିମକୋର୍ଟ ଟ୍ରମ୍ପଙ୍କୁ ରାଜ୍ୟର ପ୍ରାଥମିକ ନିର୍ବାଚନରେ ​​ନିର୍ବାଚନ ଲଢିବାକୁ ବାରଣ କରିବା ପରେ ରାମସ୍ୱାମୀଙ୍କ ଏହି ପଦକ୍ଷେପ ଆସିଛି । ୬ ଜାନୁୟାରୀ ୨୦୨୧ ରେ ନିର୍ବାଚନ ପରେ ହୋଇଥିବା ବିଦ୍ରୋହରେ ସେ ଜଡିତ ଥିବା କୋର୍ଟ କହିଛନ୍ତି।

ରାମସ୍ବାମୀ ତାଙ୍କ ରିପବ୍ଳିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନରେ ଦୃଢ ଭାବେ ଛିଡା ହୋଇଛନ୍ତି । ସୋସିଆଲ ମେଡ଼ିଆ ପ୍ଲାଟଫର୍ମ x ରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ‘ ଏହ ଲୋକତନ୍ତ୍ର ଉପରେ ଏକ ବାସ୍ତବିକ ଆକ୍ରମଣର ନିଛକ ଉଦାହରଣ । ଏହ ଆମେରିକାର ଗଣତାନ୍ତ୍ରିକ ସଂସ୍କୃତି ଏବଂ ସମ୍ଭିଧାନ ବିରୁଦ୍ଧରେ ଏକ ଅଭୂତପୂର୍ବ ପଦକ୍ଷେପ । ଡେମୋକ୍ରାଟ ବିଚାରପତିମାନଙ୍କର ଏକ ଦଳ ଟ୍ରମ୍ପଙ୍କୁ ଅଟକେଇବାକୁ ଚେଷ୍ଟା କରୁଛନ୍ତି ।‘ ସେ ଆହୁରି ମଧ୍ୟ କହିଛନ୍ତି ‘  ଯଦି ଟ୍ରମ୍ପଙ୍କୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦିଆନଯାଏ ତେବେ ସେ କଲରାଡୋ ପ୍ରାଥମିକ ମତଦାନରୁ ତାଙ୍କ ନାମ ପ୍ରତ୍ୟାହାର କରିନେବେ ‘ । ଏହା ଛଡା ସେ ନିଜର ସହଯୋଗୀ ପ୍ରାର୍ଥୀ ମାନଙ୍କୁ ମଧ୍ୟ ଏପରି କରିବାକୁ ଅନୁରୋଧ କରିଛନ୍ତି ।

ଟ୍ରମ୍ପଙ୍କୁ ନିର୍ବାଚନରୁ ବାହାର କରିବାକୁ ଚେଷ୍ଟା କରାଯାଉଛି

ରାମସ୍ୱାମୀ କହିଛନ୍ତି ଯେ ଏହା କରିବାରେ ସେମାନଙ୍କର ବିଫଳତାର ଅର୍ଥ ହେଉଛି ‘ସେମାନେ ଏହି ବେଆଇନ ଆଦେଶକୁ କୌଶଳକ୍ରମେ ସମର୍ଥନ କରୁଛନ୍ତି ଯାହା ଆମ ଦେଶ ପାଇଁ ଅତ୍ୟନ୍ତ ଭୟଙ୍କର ପରିଣାମ ଆଣିବ’। ଜାନୁୟାରୀ ୬ , ୨୦୨୧ ଆକ୍ରମଣରେ ଟ୍ରମ୍ପଙ୍କ ଭୂମିକାକୁ ଶୀର୍ଷ ପ୍ରାଦେଶିକ କୋର୍ଟ ଦର୍ଶାଇଥିଲେ ଯେତେବେଳେ ସମର୍ଥକଙ୍କ ଭିଡ଼ ଆମେରିକା କଂଗ୍ରେସ ଉପରେ ଆକ୍ରମଣ କରିଥିଲା ​​- ତାଙ୍କ ଅନୁରୋଧ ଏବଂ ନିର୍ଦ୍ଦେଶ ଅନୁଯାୟୀ ହୋଇଥିଲା । ଏହି ନିଷ୍ପତ୍ତି ଆମେରିକାର ସମ୍ବିଧାନର ସଂଶୋଧନ ୧୪ ଅଧୀନରେ ଆସିଛି, ଯେଉଁଥିରେ ବିଦ୍ରୋହରେ ଜଡିତ ଲୋକଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇଛି । ରାମସ୍ବାମୀ କହିଛନ୍ତି ଟ୍ରମ୍ପଙ୍କୁ ନିର୍ବାଚନ ଦୌଡ଼ରୁ ବାହାର କରିବାର ସବୁପ୍ରକାର ଚେଷ୍ଟା ଚାଲିଛି । ଦ୍ଵିଦଳୀୟ ପ୍ରତିଷ୍ଠାନ ଏବେ ତାଙ୍କୁ ଦ୍ବିତୀଯ ଥର କ୍ଷମତା ଦଖଲରୁ ବଞ୍ଚିତ କରିବାକୁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି ।  ଟ୍ରମ୍ପ ଅଭିଯାନର ପ୍ରବକ୍ତା କହିଛନ୍ତି ମଙ୍ଗଳବାର ରାତିରେ ଅପିଲ ଦଖଲ କରାଯିବ । ଫକ୍ସ ନ୍ଯୁଜ ଅନୁସାରେ ଟ୍ରମ୍ପଙ୍କ ଅଯୋଗ୍ୟତା ସମ୍ବନ୍ଧିତ ମାମଲା ଟେକ୍ସାସ, ନେଭାଡା, ଏବଂ ବିକିନସନ ସମେତ ୧୩ ଟି ପ୍ରାନ୍ତରେ ଚାଲିଛି ।

 

The post ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ଆଦେଶ ପ୍ରତ୍ୟାହାର ନକରାଯାଏ ତେବେ … ବିବେକ ରାମସ୍ୱାମୀ ଏପରି ଚେତାବନୀ ଦେଇଛନ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଦିନକ ପୂର୍ବରୁ ୫-ଟି ଅଧ୍ୟକ୍ଷ ଶୁଣିଥିଲେ ସମସ୍ୟା, ଦିନକ ପରେ କେରଡାଗଡ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ପୋଖରୀ ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ୫-ଟି ଅଧ୍ୟକ୍ଷ ଗତ ୧୮ ତାରିଖରେ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ୟା ଶୁଣିବା ସହ ଜନସଭାରେ ଯୋଗ ଦେଇଥିଲେ । ସମସ୍ତ ସମସ୍ୟାକୁ ଯଥାଶୀଘ୍ର ପୂରା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ଅଧ୍ୟକ୍ଷ । କେନ୍ଦ୍ରାପଡା ଜିଲ୍ଲା ଗସ୍ତର ୨୪ ଘଣ୍ଟା ମଧ୍ୟରେ କେରେଡାଗଡର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ କରାଯିବ ।

ଗତ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

The post ଦିନକ ପୂର୍ବରୁ ୫-ଟି ଅଧ୍ୟକ୍ଷ ଶୁଣିଥିଲେ ସମସ୍ୟା, ଦିନକ ପରେ କେରଡାଗଡ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ପୋଖରୀ ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started