ଉତ୍ତର କୋରିଆ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଲିଡ ଫୁଏଲ କ୍ଷେପଣାସ୍ତ୍ର ପରୀକ୍ଷା କଲା … ଜାଣନ୍ତୁ ଏହା କେତେ ଶକ୍ତିଶାଳୀ

ସଲିଡ ଫୁଏଲ ଉପରେ ଆଧାର କରି ଉତ୍ତର କୋରିଆ ଏକ  ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହା ଉତ୍ତର କୋରିଆର ଏପର୍ଯ୍ୟନ୍ତ ବିକଶିତ ତଥା ଶକ୍ତିଶାଳୀ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ସଲିଡ ଫୁଏଲ କ’ଣ ଏବଂ ତରଳ ଇନ୍ଧନ ଅପେକ୍ଷା ଏହା କେତେ ଲାଭଦାୟକ ।

ଉତ୍ତର କୋରିଆ ପୂର୍ବ ସାଗରରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହାକୁ ଉତ୍ତର କୋରିଆର ଏପର୍ଯ୍ୟନ୍ତ ବିକଶିତ ତଥା ଶକ୍ତିଶାଳୀ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍) ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ, ଏହା ୧୫,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବ । ହ୍ୱାସଙ୍ଗ -18 ନାମକ ଏହି ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ସଲିଡ ଫୁଏଲ ଉପରେ ଆଧାରିତ । ଚଳିତ ବର୍ଷ ଉତ୍ତର କୋରିଆରେ ହ୍ୱାସଙ୍ଗ -18 କ୍ଷେପଣାସ୍ତ୍ରର ଏହା ହେଉଛି ତୃତୀୟ ପରୀକ୍ଷା । ଏହାର ପରୀକ୍ଷା ଏପ୍ରିଲ ଏବଂ ଜୁଲାଇରେ ମଧ୍ୟ କରାଯାଇଥିଲା । ଏହାର ବିଶେଷ କଥା ହେଉଛି ଏହାର ଉନ୍ନତ ସଲିଡ ଫୁଏଲ ବ୍ୟବସ୍ଥା ।

ଆସନ୍ତୁ ଜାଣିବା ସଲିଡ ଫୁଏଲ କ’ଣ ଏବଂ ତରଳ ଇନ୍ଧନ ଅପେକ୍ଷା ଏହା କେତେ ଅଧିକ ଲାଭଦାୟକ ।

ସଲିଡ ଫୁଏଲ କ୍ଷେପଣାସ୍ତ୍ର ଲିକ୍ୟୁଡ଼ ଫୁଏଲ ଅପେକ୍ଷା ଭଲ କି ?

ତରଳ ଇନ୍ଧନ ଅପେକ୍ଷା ସଲିଡ ଫୁଏଲ କ୍ଷେପଣାସ୍ତ୍ର ବହୁତ ଭଲ ବୋଲି ପ୍ରମାଣିତ ହୋଇଛି । ସଲିଡ ଫୁଏଲ କ୍ଷେପଣାସ୍ତ୍ରରେ ଲଞ୍ଚ ପୂର୍ବରୁ ତୁରନ୍ତ ଇନ୍ଧନ ଭରିବାର କୌଣସି ଆବଶ୍ୟକତା ପଡେ ନାହିଁ । ତରଳ ଇନ୍ଧନ ଅପେକ୍ଷା ଚଲାଇବା ଏବଂ କାର୍ଯ୍ୟ କରିବା ସହଜ ଏବଂ ନିରାପଦ ଅଟେ । ଏହାର ନାମ ଅନୁଯାୟୀ, ସଲିଡ ଫୁଏଲ ହେଉଛି ଇନ୍ଧନ ଯାହା କଠିନ ଅବସ୍ଥାରେ ଥାଏ ।  ଏହା ଇନ୍ଧନ ଏବଂ ଅକ୍ସିଡାଇଜରର ଏକ ମିଶ୍ରଣ ।  ଆଲୁମିନିୟମ ପରି ଧାତବ ପାଉଡର ଏଥିରେ ଇନ୍ଧନ ଭାବରେ କାମ କରେ । ଯେଉଁଠାରେ ଅମ୍ମୋନିୟମ୍ ପର୍କ୍ଲୋରେଟ୍ ସାଧାରଣତ ଅକ୍ସିଡାଇଜର୍ ପାଇଁ ବ୍ୟବହୃତ ହୁଏ । ଯେତେବେଳେ ସଲିଡ ଫୁଏଲ ଜଳାଯାଏ, ଏହି ମିଶ୍ରଣରୁ ବିପୁଳ ପରିମାଣର ଶକ୍ତି ଏବଂ ତାପମାତ୍ରା ଉତ୍ପନ୍ନ ହୁଏ, ଯେଉଁ କାରଣରୁ ଅଧିକ ଚାପ ଉତ୍ପନ୍ନ ହୁଏ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ ପ୍ୟାଡ୍ ରୁ ଉପରକୁ ଉଠିବାରେ ଏହା ସାହାଯ୍ୟ କରିଥାଏ । ସଲିଡ ଫୁଏଲର ଗୋଟିଏ ସୁବିଧା ହେଉଛି ଏହା ଅତି ଶୀଘ୍ର ଜଳିଯାଏ । ଯେଉଁ କାରଣରୁ ଅଳ୍ପ ସମୟ ମଧ୍ୟରେ ଥ୍ରଷ୍ଟ ସୃଷ୍ଟି ହୁଏ । ଏଥିରେ ଅଧିକ ମାନବିକ ସାହାଯ୍ୟର ଆବଶ୍ୟକତା ପଡେନାହିଁ । ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଡିଟେକ୍ଟ କରିବା କଷ୍ଟକର ହୋଇଯାଏ ।

ଲଞ୍ଚରେ ଅଧିକ ଥ୍ରଷ୍ଟ ଉତ୍ପାଦନ ଦୃଷ୍ଟିରୁ ସଲିଡ ଫୁଏଲ ଅପେକ୍ଷା ତରଳ ଇନ୍ଧନ ନିଶ୍ଚିତ ଭାବରେ ଭଲ । କିନ୍ତୁ ତରଳ ଇନ୍ଧନ ବହୁତ ଜଟିଳ ଟେକ୍ନୋଲୋଜି ଆବଶ୍ୟକ କରେ । ଏହା ବ୍ୟତୀତ, ସେମାନେ ଅତିରିକ୍ତ ଓଜନ ମଧ୍ୟ ଆବଶ୍ୟକ କରନ୍ତି । ଗଚ୍ଛିତ ଥିବାବେଳେ ତରଳ ଇନ୍ଧନ ନଷ୍ଟ ହେବା ଆରମ୍ଭ କରେ । ଏଥି ସହିତ, ସଲିଡ ଫୁଏଲ କ୍ଷେପଣାସ୍ତ୍ରଗୁଡିକ ସହଜରେ ପରିବହନ କରାଯାଇପାରିବ ଏବଂ ଏହା ମଧ୍ୟ ଦୀର୍ଘ ସମୟ ପାଇଁ ଗଚ୍ଛିତ ହୋଇପାରିବ ।

ସଲିଡ ଫୁଏଲ ସିଷ୍ଟମ କେତେ ପୁରୁଣା ?

କଠିନ ଇନ୍ଧନର ଇତିହାସ ବହୁତ ପୁରୁଣା । ପୂର୍ବରୁ ଚାଇନାର ଲୋକମାନେ ଏହାକୁ ଆତସବାଜିରେ ବ୍ୟବହାର କରୁଥିଲେ । ବିଂଶ ଶତାବ୍ଦୀର ମଧ୍ୟଭାଗରେ, ଆମେରିକା ଏହି ଇନ୍ଧନକୁ ଆହୁରି ଉନ୍ନତ କରି ଏକ ଶକ୍ତିଶାଳୀ ଇଞ୍ଜିନ ବିକଶିତ କରିଥିଲା ।  ସୋଭିଏତ୍ ୟୁନିଅନ୍ ୧୯୭୦ ଦଶକ ପୂର୍ବରୁ ଏହାର ପ୍ରଥମ ସଲିଡ ଫୁଏଲ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା । ଫ୍ରାନ୍ସ ଏବଂ ଚୀନ୍ ମଧ୍ୟ କଠିନ ସଲିଡ ଫୁଏଲ ଉପରେ ଆଧାରିତ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ବୋଲି କୁହାଯାଉଛି । ଦକ୍ଷିଣ କୋରିଆ କହିଛି ଯେ ତା ପାଖରେ ଦକ୍ଷ ଏବଂ ଉନ୍ନତ ସଲିଡ ଫୁଏଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ଅଛି ।

ପୂର୍ବ ସାଗର ଆଡକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବାରୁ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ ଉତ୍ତର କୋରିଆକୁ ନିନ୍ଦା କରିଛନ୍ତି । ଏହା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ସ୍ପଷ୍ଟ ଉଲ୍ଲଂଘନ ବୋଲି ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ କହିଛନ୍ତି । ଏହା ମଧ୍ୟ ଦର୍ଶାଯାଇଛି ଯେ ଏହି କାରଣରୁ କୋରିଆ ଉପଦ୍ୱୀପର ସୁରକ୍ଷା ହ୍ରାସ ପାଇଛି ।

The post ଉତ୍ତର କୋରିଆ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଲିଡ ଫୁଏଲ କ୍ଷେପଣାସ୍ତ୍ର ପରୀକ୍ଷା କଲା … ଜାଣନ୍ତୁ ଏହା କେତେ ଶକ୍ତିଶାଳୀ first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଫେରୁଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆତଙ୍କିତ ନୁହେଁ ସତର୍କ ରୁହ । ପ୍ରତି ୩ ମାସରେ କରୋନାକୁ ନେଇ ହସ୍ପିଟାଲରେ ହେଉ ମକଡ୍ରିଲ୍ । 

କନକ ବ୍ୟୁରୋ : କୋଭିଡ ନୂଆ ସବ ଭାରିଆଣ୍ଟକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ଏକାଠି ହୋଇ କାମ କରିବାର ସମୟ ଆସିଛି । ହସ୍ପିଟାଲରେ ମକଡ୍ରିଲ କରିବା ପାଇଁ କୁହାଯାଇଛି । ପ୍ରତି ତିନି ମାସରେ ଥରେ ସବୁ ହସ୍ପିଟାଲରେ ମକଡ୍ରିଲ କରାଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟସେବାକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ମନସୁଖ ମାଣ୍ଡବ୍ୟ । କୋଭିଡର ନୂଆ ଭାରିଆଂଟ ଯୋଗୁ କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଆକ୍ରାନ୍ତ ଚିହ୍ନ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣଭାବେ ଯାଇନି କୋଭିଡ୍ । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ ଜେ-ଏନ-ଡଟୱାନ ସବଭାରିଆଂଟ ଥିବା କୁହାଯାଉଛି ।

The post ପୁଣି ଫେରୁଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆତଙ୍କିତ ନୁହେଁ ସତର୍କ ରୁହ । ପ୍ରତି ୩ ମାସରେ କରୋନାକୁ ନେଇ ହସ୍ପିଟାଲରେ ହେଉ ମକଡ୍ରିଲ୍ ।  first appeared on Kanak News.

from Kanak News
via <a href="https://ifttt.com/?

ଉପ-ରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ପ୍ରଧାନମନ୍ତ୍ରୀ ଫୋନରେ କହିଲେ, ୨୦ ବର୍ଷ ହେବ ମୁଁ ବି ସହୁଛି ଏମିତି ଅପମାନ ।

କନକ ବ୍ୟୁରୋ : ଉପରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ତାଙ୍କ ମିମିକ୍ରି କରି ଅପମାନ କରିଛନ୍ତି କିଛି ବିରୋଧୀ ସାଂସଦ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମଲୋଚନା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବୟାନ ଆସିଛି । ଘଟଣାକୁ ନିନ୍ଦା କରିବା ସହ ରାଷ୍ଟ୍ରପତି କହିଛନ୍ତି, ସଂସଦ ଭବନରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବେ ଅପମାନିତ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ନିର୍ବାଚିତ ପ୍ରତିନିଧିଙ୍କ କହିବାର ସ୍ୱାଧୀନତା ଅଛି । କିନ୍ତୁ ତାହା ଶାଳୀନତା ଭିତରେ ରହିବା ଆବଶ୍ୟକ । ଶାଳୀନତା ମଧ୍ୟରେ ନିଜର ମତବ୍ୟକ୍ତ କରିବା ଆମ ସଂସଦୀୟ ପରମ୍ପରାର ଗର୍ବ ଏବଂ ଦେଶବାସୀ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଏହା ଆଶା ରଖନ୍ତି ।

ଏହି ଘଟଣାକୁ ନେଇ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ନିଜ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫୋନ୍ କରି ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି । ୨୦ ବର୍ଷ ହେବ ମୁଁ ମଧ୍ୟ ଏଭଳି ଅପମାନ ସହୁଥିବା ନେଇ ଫୋନରେ କହିଛନ୍ତି ପ୍ରଧାନମନ୍ତ୍ରୀ । କୌଣସି ଅପମାନ ମୋତେ ସତ୍ୟପଥରୁ ବିଚ୍ୟୁତ କରିପାରିବନି ବୋଲି ଉଲ୍ଲେଖ କରିଛନ୍ତି ଉପ-ରାଷ୍ଟ୍ରପତି ।

The post ଉପ-ରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ପ୍ରଧାନମନ୍ତ୍ରୀ ଫୋନରେ କହିଲେ, ୨୦ ବର୍ଷ ହେବ ମୁଁ ବି ସହୁଛି ଏମିତି ଅପମାନ । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କଲା ପୋଲିସ । ଶିଶୁ ଅପହୃତ ପଛରେ ଥିଲା ବାପାଙ୍କ ହାତ, ଅପହରଣର ପୁରା କାହାଣୀ କହିଲେ ଭୁବନେଶ୍ୱର ଡିସିପି । 

କନକ ବ୍ୟୁରୋ :  ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଛି । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ । ତେବେ ସୂଚନା ଅନୁସାରେ ପାରିବାରିକ କଳହରୁ ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ଏହି ମାମଲାରେ ବାପା ସମେତ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

ଅପହୃତ ଶିଶୁ ଉଦ୍ଧାର ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଶିଶୁ ଅପହୃତ ଖବର ପାଇବା କ୍ଷଣି ତୁରନ୍ତ ନିକଟସ୍ଥ ସମସ୍ତ ଥାନାକୁ ସୂଚନା ଦିଆଯାଇଥିଲା । ଏପରିକି ଶିଶୁକୁ ଉଦ୍ଧାର କରିବାକୁ ପ୍ରତି ଗାଡିକୁ ଯାଞ୍ଚ କରାଯାଇଥିଲା । ତେବେ ଶିଶୁର ବାପାଙ୍କୁ ଅପହୃତ ବାବଦରେ ପଚରାଉଚରା ବେଳେ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ କଥାରେ ତାଳମେଳ ନଥିବାରୁ ସନ୍ଦେହ ଆହୁରି ବଢିଥିଲା । ପରେ ଶିଶୁଟିକୁ ଅପହୃତ କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ବାପା । ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

The post ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କଲା ପୋଲିସ । ଶିଶୁ ଅପହୃତ ପଛରେ ଥିଲା ବାପାଙ୍କ ହାତ, ଅପହରଣର ପୁରା କାହାଣୀ କହିଲେ ଭୁବନେଶ୍ୱର ଡିସିପି ।  first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ଡରାଇଲାଣି ହଇଜା । ୯ ଜଣଙ୍କ ମୃତ୍ୟୁ ଅଭିଯୋଗ, ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ସ୍ୱାସ୍ଥ୍ୟ ସଚିବ ।

କନକ ବ୍ୟୁରୋ : ରାଉରକେଲାକୁ ଘାରିଛି ହଇଜା ଡର । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାର ଅନୁଧ୍ୟାନ ପାଇଁ ଆଜି ରାଉରକେଲା ଯିବେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଉରକେଲାରେ ବ୍ୟାପିଥିବା ଝାଡାବାନ୍ତିର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବେ । ଗତକାଲି ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ରାଉରକେଲା ସିଡିଏମଓ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରୁ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ନମୁନା ଯାଞ୍ଚ ପରେ କିଛି ନମୁନାରୁ ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ସୂଚନା ମିଳିଛି । ତେଣୁ ପାଣିର ଯାଞ୍ଚ ଉପରେ ଗୁରୁତ୍ୱ ଦେଇଛି ମହାନଗର ନିଗମ । ଯେଉଁ ସ୍ଥାନରେ ପାଣି ପାଇପ୍ ଫାଟିଥିଲା, ସେଠାରେ ମରାମତି କରାଯାଉଛି । ଏନେଇ ୱାଟକୋ କର୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୩୫ଟି ଲିକେଜକୁ ମରାମତି କରାଯାଇଛି । ଆଉ ୧୧ଟି ଲିକେଜର ମରାମତି ପ୍ରକ୍ରିୟା ଚାଲିଛି । ଯେଉଁଠି ଲୋକଙ୍କ ଅଭିଯୋଗ ଆସିବ, ସେଠାରେ ତୁରନ୍ତ ପାଇପ୍ ମରାମତି କରାଯିବ ବୋଲି ମହାନଗର ନିଗମ କର୍ତୃପକ୍ଷ ପକ୍ଷରୁ କୁହାଯାଇଛି ।

The post ରାଉରକେଲାରେ ଡରାଇଲାଣି ହଇଜା । ୯ ଜଣଙ୍କ ମୃତ୍ୟୁ ଅଭିଯୋଗ, ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ସ୍ୱାସ୍ଥ୍ୟ ସଚିବ । first appeared on Kanak News.

from Kanak News
via <a href="https://ifttt.com/?

ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର, ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ।

କନକ ବ୍ୟୁରୋ : ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଫାଇଭ-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତି ନେଇଛନ୍ତି । ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ।
ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ୧୯୦୦ ଟଙ୍କା ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ଦରମା ପାଇଁ ଦାବି କରୁଛନ୍ତି ଅମଲା । ଏଥିପାଇଁ ପୂର୍ବରୁ ଜୁନ୍ ମାସରେ ମଧ୍ୟ ଆନ୍ଦୋଳନ କରିଥିଲେ ଅମଲା । ସେତେବେଳେ ଅମଲାଙ୍କ ଦାବି ଶୀଘ୍ର ସରକାର ପୂରଣ କରିବେ ବୋଲି କୁହାଯାଇଥିଲା । କିନ୍ତୁ ସରକାରଙ୍କ ଅସ୍ପଷ୍ଟ ନୀତି ପାଇଁ ପୁଣିଥରେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା ସଂଘ ।

The post ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର, ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି । first appeared on Kanak News.

from Kanak News
via <a href="https://ifttt.com/?

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୫ଡିଗ୍ରୀରେ ଥରିଲା ଜି.ଉଦୟଗିରି । ଚଳିତ ବର୍ଷରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।

କନକ ବ୍ୟୁରୋ: ସାରା ରାଜ୍ୟରେ ହାଡଭଙ୍ଗା ଶୀତ । ୫ ଡିଗ୍ରୀରେ ଥରିଲା ଜି. ଉଦୟଗିରି । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ ୩ ଦଶମିକ ୫ ଡିଗ୍ରୀ ପାରଦ ଖସିଛି । ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି ୮ ଦଶମିକ ୫ ଡିଗ୍ରୀ । ଟ୍ୱିନ୍ସିଟିରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । କଟକରେ ୧୨, ଭୁବନେଶ୍ୱରରେ ୧୪କୁ ଖସିଛି ରାତି ତାପମାତ୍ରା । ଥଣ୍ଡା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି । ଆଜିଠାରୁ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

The post ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୫ଡିଗ୍ରୀରେ ଥରିଲା ଜି.ଉଦୟଗିରି । ଚଳିତ ବର୍ଷରେ ସର୍ବନିମ୍ନ ତାପମାତ୍ରା ରେକର୍ଡ । first appeared on Kanak News.

from Kanak News
via <a href="https://ifttt.com/?

ବୋହି ନେଲେ ବସ୍ତା ବସ୍ତା ଆଳୁ । କ୍ୱିଣ୍ଟାଲ ଆଳୁର ଦାମ୍ ମାତ୍ର ୩୦୦ ଟଙ୍କା ।

କନକ ବ୍ୟୁରୋ: ଆଳୁ ବସ୍ତା ବୋହି ନେବାକୁ ଲୋକଙ୍କ ଗହଳି । ଏବେ ଆଳୁ କିଲୋ ପିଛା ୨୦ଟଙ୍କା ଥିବା ବେଳେ ୫୦କିଲୋର ଆଳୁ ବସ୍ତା ମାତ୍ର ୩ଶହ ଟଙ୍କାରେ ବିକ୍ରି ହେଉଛି । ବାଲେଶ୍ୱର ରେମୁଣାରେ ଜଣେ ଆଳୁ ବ୍ୟବସାୟୀ ୫୦କିଲୋ ଆଳୁ ବସ୍ତାକୁ ମାତ୍ର ୩ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକୁ ନେବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଆଳୁ ବ୍ୟବସାୟୀଙ୍କ କହିବା କଥା ହେଲା ଏବେ ନୂଆ ଆଳୁ ଆସିଯାଇଥିବାରୁ ପୁରୁଣା ଆଳୁକୁ ଖାଲି କରିବା ପାଇଁ କମ୍ ଦରରେ ବିକ୍ରି କରୁଛନ୍ତି ।

The post ବୋହି ନେଲେ ବସ୍ତା ବସ୍ତା ଆଳୁ । କ୍ୱିଣ୍ଟାଲ ଆଳୁର ଦାମ୍ ମାତ୍ର ୩୦୦ ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୭ରୁ ଅଧିକ ଦୋକାନ ।

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୭ରୁ ଅଧିକ ଦୋକାନ । ଆଜି ଭୋର ୫ ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପରେ ନିଆଁ ଏହା ଆଖପାଖ ଦେକାନକୁ ମଧ୍ୟ ବ୍ୟାପିଥିଲା । ସାଇକେଲ ଓ ପୂଜା ସାମଗ୍ରୀ ଦୋକାନରେ ନିଆଁ ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆ କିପରି ଲାଗିଲା ସେନେଇ କୌଣସି ସୂଚନା ମଳିନାହିଁ ।

The post କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୭ରୁ ଅଧିକ ଦୋକାନ । first appeared on Kanak News.

from Kanak News
via <a href="https://ifttt.com/?

ହୋର୍ଡିଂ ପାଇଁ ତଣ୍ଡ ଗଣିଲା ବିମଳ ପାନ ମସଲା କମ୍ପାନୀ । ବିନା ଅନୁମତିରେ ଲଗାଇଥିଲା ବିଜ୍ଞାପନ ହୋର୍ଡିଂ ।

କନକ ବ୍ୟୁରୋ: ବିମଳ ପାନ ମସଲା କମ୍ପାନୀ ତାର ପ୍ରଚାର ପ୍ରସାର ପାଇଁ ରାସ୍ତା ଉପରେ ବିଜ୍ଞାପନ ତୋରଣ କରି ୫ ଲକ୍ଷ ତଣ୍ଡ ଗଣିଛି । ଭୁବନେଶ୍ୱର ମହାନଗର ନିଗମ ଏହି ଜୋରିମାନା ଲଗାଇଛି । ଏହି କମ୍ପାନୀର ଅଫିସ ଭୁବନେଶ୍ୱର ଜୟଦେବ ବିହାରରେ ହୋଇଥିବାବେଳେ ବିନା ଅନୁମତିରେ ସହିଦନଗର ରାସ୍ତା ଉପରେ ବିଜ୍ଞାପନ ତୋରଣ କରିଥିଲା ।

ବିଏମସି ସ୍କାର୍ଡଙ୍କ ନଜରକୁ ଏହା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କମ୍ପାନୀ ଗତ ୧୧ ତାରିଖରୁ ବିଜ୍ଞାପନ ତୋରଣ କରିଅଛି । ସଂପୃକ୍ତ କମ୍ପାନୀ ଉପରେ ୫ ଲକ୍ଷର ଜୋରିମାନା ଧାର୍ଯ୍ୟ କରାଯିବା ସହ ଥାନାରେ ମାମଲା ଦାୟର ହୋଇଛି । ବିଏମସିର ବିନା ଅନୁମତିରେ ପୋଷ୍ଟର, ବ୍ୟାନର ଲଗାଯିବା ଦଣ୍ଡନୀୟ ଅପରାଧ ହୋଇଥିଲେ ବି ସଂପୃକ୍ତ କମ୍ପାନୀ ବିଜ୍ଞାପନ ତୋରଣ କରିଥିବାରୁ ଏଭଳି ଜୋରିମାନା ଧାର୍ଯ୍ୟ ହୋଇଛି ।

The post ହୋର୍ଡିଂ ପାଇଁ ତଣ୍ଡ ଗଣିଲା ବିମଳ ପାନ ମସଲା କମ୍ପାନୀ । ବିନା ଅନୁମତିରେ ଲଗାଇଥିଲା ବିଜ୍ଞାପନ ହୋର୍ଡିଂ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started