ଓଡିଶାରେ ଲଢ଼େଇ, ଦିଲ୍ଲୀରେ ରଣନୀତି: କଂଗ୍ରେସ ନେତାଙ୍କୁ ଖଡଗେ, ରାହୁଲଙ୍କ ଡାକରା । ମୋଦି, ଶାହାଙ୍କୁ ଭେଟିବେ ବିଜେପି ବିଧାୟକ

କନକ ବ୍ୟୁରୋ: ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାବେଳେ, ଦିଲ୍ଲୀ ଗସ୍ତରେ ଉଭୟ କଂଗ୍ରେସ ଓ ବିଜେପି ନେତା । କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଡାକରା ପାଇ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା । ବୁଧବାର ଦିନ ୩ଟାରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ସହ ଓଡ଼ିଶା ନେତାଙ୍କ ବୈଠକ ବସିବ । ବୈଠକରେ ଓଡିଶା ରାଜନୀତିର ସ୍ଥିତି ନେଇ ନେତାମାନେ କେନ୍ଦ୍ର ନେତୃତ୍ୱକୁ ଅବଗତ କରିବେ । ଏଥିସହ ଆଗାମି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ଏହି ଅବସରରେ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବେ କଂଗ୍ରେସ ନେତା ।

ସେପଟେ ବିଜେପିର ବିଧାୟକମାନେ ମଂଗଳବାର ରାତିରେ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ରାଜ୍ୟ ବିଜେପିର ଦଳୀୟ ସଂଗଠନ, ଆଗାମି ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ ହେବ । ତେବେ ବିରୋଧୀଙ୍କ ଦିଲ୍ଲୀ ଗସ୍ତକୁ ନେଇ କଟାକ୍ଷ କରିଛି ବିଜେଡି ।

ବିଜେଡିକୁ ପରାସ୍ତ କରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଗତ ୨୩ବର୍ଷ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତା ଦଖଲ କରିଆସୁଥିବା ବିଜେଡିକୁ କେମିତି ଚେକ୍ ଦେବେ ବିରୋଧୀ ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।

The post ଓଡିଶାରେ ଲଢ଼େଇ, ଦିଲ୍ଲୀରେ ରଣନୀତି: କଂଗ୍ରେସ ନେତାଙ୍କୁ ଖଡଗେ, ରାହୁଲଙ୍କ ଡାକରା । ମୋଦି, ଶାହାଙ୍କୁ ଭେଟିବେ ବିଜେପି ବିଧାୟକ first appeared on Kanak News.

from Kanak News
via <a href="https://ifttt.com/?

ଓଡିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ହେବ ଉଦ୍ୟମ: ଆସନ୍ତା ଫେବୃଆରୀ ମାସରେ ଭୁବନେଶ୍ୱରରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

କନକ ବ୍ୟୁରୋ: ଭୁବନେଶ୍ୱରରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତାବର୍ଷ ଫେବ୍ରୁଆରି ମାସରେ ତିନିଦିନ ଧରି ଏହି ସମ୍ମିଳନୀ ଆୟୋଜନ ହେବା ନେଇ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରଥମଥର ଏଭଳି ସମ୍ମିଳନୀର ଆୟୋଜନ କରାଯାଉଛି । ସମ୍ମିଳନୀକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରାଯିବ । ଏହାସହ ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର । ସେହିପରି ଯୁବପିଢ଼ି କିପରି ଓଡ଼ିଆ ଭାଷାକୁ ଆଦୃତ କରିବେ, ତା’ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହି ସମ୍ମିଳନୀରେ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟମାନେ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ । ଏହି ସମ୍ମିଳନୀ ଦ୍ୱାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହେବ ।

The post ଓଡିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ହେବ ଉଦ୍ୟମ: ଆସନ୍ତା ଫେବୃଆରୀ ମାସରେ ଭୁବନେଶ୍ୱରରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯିବେ ରାଉରକେଲା ।

କନକ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ବୁଝିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଯିବେ ବୋଲି ସୂଚନା ମିଳିଛି ।

https://platform.twitter.com/widgets.js

ସୂଚନାଯୋଗ୍ୟ ଯେ, ହାଇଜାରେ ପାଖାପାଖି ୩ ଲୋକଙ୍କ ଚିକିତ୍ସା ଚାଲିଥିବା କୁହାଯାଉଛି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି ରହିଥିବାବେଳେ, ସ୍ଥିତି କିନ୍ତୁ ବେକାବୁ ଅଛି । ବିଶେଷକରି ବସ୍ତି ଅଞ୍ଚଳ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୫୮୦ ଜଣ ଆକ୍ରାନ୍ତ ହେଇଥିବାବେଳେ, ୨୮୭ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ୨୪୦ ଜଣ ରୋଗୀ ସୁସ୍ଥ ହେଇ ଘରକୁ ଫେରିଛନ୍ତି । ତେବେ ଏବେ ବି ପ୍ରାୟ ୨୦ରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହାରି ଭିତରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଗସ୍ତରେ ଯିବେ ।

The post ରାଉରକେଲା ଝାଡାବାନ୍ତି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯିବେ ରାଉରକେଲା । first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନଡ୍ଡାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । କଙ୍ଗନାଙ୍କ ବାପା ଅମରଦୀପ ରାଣାୱତ କହିଛନ୍ତି ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କଙ୍ଗନା । ତେବେ କେଉଁ ଆସନରୁ ଲଢିବେ ସେ ଏନେଇ ସ୍ଥିର ହୋଇନି । ବଲିଉଡ ଅଭିନେତ୍ରୀ ଅନେକବାର ବିଜେପି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳର ବରିଷ୍ଠ ନେତାଙ୍କୁ ଭେଟିଥାନ୍ତି । ଦୁଇ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଭେଟଘାଟ ପରେ କଙ୍ଗନା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋରଧରିଥିଲା ।

The post ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନଡ୍ଡାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ଲୋହିତ ସାଗରରେ ଆଉ ଦମ୍ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଙ୍ଗଠନ । ଆତଙ୍କୀଙ୍କୁ ସାବାଡ୍ କରିବ ଆମେରିକା । 

କନକ ବ୍ୟୁରୋ: ଲୋହିତ ସାଗରରେ ଆଉ ଦମ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଂଗଠନ । ଆତଙ୍କୀଙ୍କୁ ସାବାଡ କରିବ ଆମେରିକା । ଲୋହିତ ସାଗର ଦେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ ଓ ଅପହରଣକୁ ରୋକିବା ପାଇଁ ଆମେରିକା ଆରମ୍ଭ କରିଛି ଅପରେସନ ପ୍ରସପର୍ଟି ଗାର୍ଡିଆନ୍ । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଅଷ୍ଟିନ । ହୁତି ବିଦ୍ରୋହୀଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅପରେସନ କରିବ ଆମେରିକା । ନିକଟରେ ହୁତି ଡ୍ରୋନରେ ଆମେରିକା କାର୍ଗୋ ସିପ୍ ଉପରେ ଆକ୍ରମଣ କରିଥିଲା । ତେଣ ଏହାର ପ୍ରତିଶୋଧ ନେବାକୁ ଯାଇ ଲୋହିତ ସାଗରେ ଆତଙ୍କବାଦ କାର୍ଯ୍ୟକଳାପକୁ ମୂଳପୋଛ କରିବ ଅପରେସନ ପ୍ରସପଟି ଗାର୍ଡିଆନ୍

The post ଲୋହିତ ସାଗରରେ ଆଉ ଦମ୍ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଙ୍ଗଠନ । ଆତଙ୍କୀଙ୍କୁ ସାବାଡ୍ କରିବ ଆମେରିକା ।  first appeared on Kanak News.

from Kanak News
via <a href="https://ifttt.com/?

ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର: ଦେଶରେ ୨୦.୬%, ଓଡ଼ିଶାରେ ୪୯.୯%, ବିହାରକୁ ପଛରେ ପକାଇଲା ଓଡ଼ିଶା

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର । ଦଶମ ଶ୍ରେଣୀରେ ପାଠ ଛାଡୁଛନ୍ତି ଅଧା ଛାତ୍ରଛାତ୍ରୀ । ସଂସଦରେ ଏ ନେଇ ତଥ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ଡ୍ରପଆଉଟ୍ ହାର ୨୦.୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୯.୯% ପ୍ରତିଶତ । ଏପରିକି ବିହାରକୁ ବି ପଛରେ ପକାଇଛି ଓଡ଼ିଶା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଅଧାରୁ କାହିଁକି ପାଠ ଛାଡୁଛନ୍ତି ପିଲା? ଛାତ୍ରଛାତ୍ରୀଙ୍କ ପାଠପଢାରେ କ’ଣ ସାଜୁଛି ବାଧକ? ଦେଶରେ ଡ୍ରପ-ଆଉଟ ହାରକୁ ନେଇ ବିତର୍କ ଚାଲିଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପୂରା ତଥ୍ୟ ସଂସଦରେ ଉପସ୍ଥାପନ କରିଛନ୍ତି । ଓଡିଶା ପରିପ୍ରେକ୍ଷୀରେ ଯେଉଁ ତଥ୍ୟ ରଖିଛନ୍ତି ତାହା ଚିନ୍ତାଜନକ । ରାଜ୍ୟରେ ଦଶମ ଶ୍ରେଣୀରେ କେତେ ପିଲା ପାଠ ଛାଡୁଛନ୍ତି, ୨୦୧୮-୧୯ ଶିକ୍ଷାବର୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପର୍ଯ୍ୟନ୍ତ ତଥ୍ୟ ଦିଆଯାଇଛି ।

ଦଶମ ଶ୍ରେଣୀରେ ଓଡିଶାର ଡ୍ରପ-ଆଉଟ ହାର ଉପରେ ନଜର ପକାନ୍ତୁ
୨୦୧୮-୧୯ରେ ୧୨.୮% ଥିଲା
୨୦୧୯-୨୦ରେ ୩୮.୩୫ % ପହଁଚିଥିଲା
କୋଭିଡ ସମୟରେ ଅର୍ଥାତ ୨୦୨୦-୨୧ରେ ଡ୍ରପ-ଆଉଟ ହାର ବଢ଼ି ୩୯.୪%କୁ ଆସିଥିଲା
କିନ୍ତୁ ୨୦୨୧-୨୨ ରେ ଏ ସଂଖ୍ୟା ଆହୁରି ବଢ଼ି ୪୯.୯ %ରେ ପହଁଚିଥିଲା
ଏହି ସମୟରେ ଜାତୀୟ ହାର ଥିଲା ୨୦.୬ ପ୍ରତିଶତ ରହିଥିଲା
ବଡ଼ କଥା ହେଉଛି ବିହାରର ଡ୍ରପ ଆଉଟ ହାର ୪୨.୧ ଥିବାବେଳେ ଓଡିଶାର ତାହାଠାରୁ ବି ଅଧିକ

ଦେଶରେ ଡ୍ରପ-ଆଉଟ ହାର କମି କମି ଆସୁଛି ବୋଲି ଉଲ୍ଲେଖ ରହିଛି । ୨୦୧୮-୧୯ ଶିକ୍ଷା ବର୍ଷରେ ୨୮.୪ ପ୍ରତିଶତ ଥିବାବେଳେ ୨୦୨୧-୨୨ ଏହି ହାର ୨୦.୬ ପ୍ରତିଶତକୁ ହ୍ରାସ ପାଇଛି । ଏପଟେ ରାଜ୍ୟରେ ଡ୍ରପ ଆଉଟ ହାର ବଢିବା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡି କହିଛି ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତିକରଣ ଫଳରେ ଡ୍ରପ ଆଉଟ ହାର ଯଥେଷ୍ଟ କମିଛି ।
ଅଧାରୁ କେବଳ ପିଲା ପାଠ ଛାଡୁଛନ୍ତି, ତା’ନୁହେଁ, ରାଜ୍ୟରେ ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ କରିପାରୁନାହାନ୍ତି । ଅବଶ୍ୟ ଗତ ୩ ବର୍ଷ ହେଲା ଏଥିରେ ସୁଧାର ଆସିଛି ।

ମାଟ୍ରିକ ପରୀକ୍ଷା: କେଉଁ ବର୍ଷ, କେତେ ଫେଲ୍..
୨୦୧୯ରେ ରାଜ୍ୟରେ ୧ ଲକ୍ଷ ୩୮ ହଜାରରୁ ଅଧିକ ପିଲା ଫେଲ ହୋଇଥିଲେ
୨୦୨୦ରେ ପାଖାପାଖି ୯୧ ହଜାର ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି
ସେହିପରି ୨୦୨୧ରେ ୧୨ ହଜାର ଓ ୨୦୨୨ରେ ପ୍ରାୟ ୯ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ କରି ପାରିନାହାନ୍ତି ।

The post ଚିନ୍ତା ବଢ଼ାଇଲା ଡ୍ରପ-ଆଉଟ ହାର: ଦେଶରେ ୨୦.୬%, ଓଡ଼ିଶାରେ ୪୯.୯%, ବିହାରକୁ ପଛରେ ପକାଇଲା ଓଡ଼ିଶା first appeared on Kanak News.

from Kanak News
via <a href="https://ifttt.com/?

ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି ।

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ମହୁଆଙ୍କ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ତୁରନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଏହି ମାମଲାର ଶୁଣାଣୀ ଜାନୁଅ।।ରୀ ୪ରେ କରାଯିବ । ଏନେଇ ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ଏହି ମାମଲାରେ ଶୁଣାଣି କରିବାର କୌଣସି ଯଥାର୍ଥତା ନାହିଁ, ତେଣୁ ନିଦ୍ଧିଷ୍ଟ ସମୟ ସୀମା ଯାଏଁ ଅପେକ୍ଷା କରିବାକୁ କୋର୍ଟ ମହୁଆଙ୍କୁ କହିଛନ୍ତି । ଲୋକସଭାରୁ ନିଷ୍କାସିତ ହେବା ପରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମିଳିବା ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହେଲେ ଏବେ ହାଇକୋର୍ଟ ତୁରନ୍ତ ଶୁଣାଣି ଉପରେ ରୋକ୍ ଲଗାଇଛନ୍ତି ।

The post ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । first appeared on Kanak News.

from Kanak News
via <a href="https://ifttt.com/?

ପ୍ରକ୍ସି ସରପଞ୍ଚ ସାବଧାନ! ଚେତାବନୀ ଦେଲା ପଂଚାୟତିରାଜ ବିଭାଗ

କନକ ବ୍ୟୁରୋ: ରାଜ୍ୟର ଅନେକ ପଂଚାୟତରେ ସ୍ତ୍ରୀ ହେଉଛନ୍ତି ସରପଂଚ । କିନ୍ତୁ  ପଂଚାୟତ ସମ୍ଭାଳୁଛନ୍ତି ସରପଂଚଙ୍କ ସ୍ୱାମୀ । ଏବେ ଏହାକୁ ନେଇ ଆକ୍ସନ ମୋଡକୁ ଆସିଛି ପଂଚାୟତି ରାଜ ବିଭାଗ । ପ୍ରକ୍ସି ସରପଂଚଙ୍କ ସଂପର୍କରେ ଅଭିଯୋଗ ଆସିଲେ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ ।  ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପତ୍ନୀ ସରପଞ୍ଚ, ହେଲେ ପଞ୍ଚାୟତର ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ । ପଞ୍ଚାୟତ ଅଫିସ ମାଡ଼ନ୍ତି ନାହିଁ ସରପଞ୍ଚ, ସବୁକିଛି ସମ୍ଭାଳନ୍ତି ପ୍ରକ୍ସି ବା ଛାୟା ସରପ । ଏପରି ଏକ ମାମଲାର ବିଚାର କରି କଡ଼ା ଆଭିମୁଖ୍ୟ ଦେଖାଇଥିଲେ ହାଇକୋର୍ଟ । ଗତ ନଭେମ୍ବର ମାସରେ ଏ ନେଇ ପଂଚାୟତିରାଜ ବିଭାଗର ସଚିବକୁ ନିର୍ଦ୍ଦେଶ ଦେଇ ଆକ୍ସନ ରିପୋର୍ଟ ଦେବାକୁ ତାଗିଦ କରିଥିଲେ ଉଚ୍ଚ ନ୍ୟାୟାଳୟ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଛି ପଂଚାୟତିରାଜ ବିଭାଗ । ସଚିବ ସୁଶୀଲ କୁମାର ଲୋହାନୀ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପ୍ରକ୍ସି ସରପଂଚଙ୍କ ସଂପର୍କରେ ଅଭିଯୋଗ ଆସିଲେ

– ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

– ଅଭିଯୋଗକୁ ଯାଂଚ କରିବା ସହ ସରପଞ୍ଚ ଓ ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ

– ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

– ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ 

ରାଜ୍ୟରେ ଅଧା ସରପଂଚ ମହିଳା ହୋଇଥିବା ବେଳେ ଏହା କେବଳ କାଗଜ କଳମରେ ରହିଛି । ଅନେକ ସ୍ଥାନରେ ନାଁକୁ ମାତ୍ର ମହିଳା ସରପଂଚ ରହିଥାନ୍ତି । ତାଙ୍କ ବଦଳରେ ତାଙ୍କ ସ୍ୱାମୀ, ଭାଇ, ବାପା, ପୁଅ ଆଦି ପଂଚାୟତ ସମ୍ଭାଳିଥାନ୍ତି । ସଂପୃକ୍ତ ମହିଳା ସରପଂଚଙ୍କ ଏକମାତ୍ର କାମ ହେଉଛି ଫାଇଲ୍ରେ ଦସ୍ତଖତ କରିବା ।

ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଛି । ତୃଣମୂଳ ସ୍ତରରେ ମହିଳାଙ୍କ ନେତୃତ୍ୱ ଓ ଭାଗିଦାରୀ ବୃଦ୍ଧି କରିବା ପାଇଁ ଏପରି ବ୍ୟବସ୍ଥା ହୋଇଛି । କିନ୍ତୁ ପ୍ରକ୍ସି ସରପଂଚ ପରମ୍ପରା ଏହି ଉଦ୍ଦେଶ୍ୟରେ ବାଧା ସୃଷ୍ଟି କରିଆସୁଛି ।

The post ପ୍ରକ୍ସି ସରପଞ୍ଚ ସାବଧାନ! ଚେତାବନୀ ଦେଲା ପଂଚାୟତିରାଜ ବିଭାଗ first appeared on Kanak News.

from Kanak News
via <a href="https://ifttt.com/?

ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ । ଦୁଇ ଦିନରେ ୭ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ ହେବା ସହ ୨ ଦିନରେ ୭ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୫ଜଣ, ଉତ୍ତରପ୍ରଦେଶରେ ଜଣେ ଓ କର୍ଣ୍ଣାଟକରେ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେପଟେ କେରଳରେ ନମୁନା ପରୀକ୍ଷା ବୃଦ୍ଧି କରାଯାଇଛି ।

  • ଦେଶରେ ବଢ଼ୁଛି କରୋନା ସଂକ୍ରମଣ
  • ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ
  • ୨ ଦିନରେ ୭ ଜଣଙ୍କ ମୃତ୍ୟୁ

କିଛି ଦିନର ଆଶ୍ୱସ୍ତି ପରେ ପୁଣିଥରେ ମୁଣ୍ଡ ଟେକିଛି କରୋନା ଭୟ । କେରଳରୁ ଓମିକ୍ରନ ସବଭ୍ୟାରିଆଣ୍ଟ JN.1ରେ ଜଣେ ସଂକ୍ରମିତ ଚିହ୍ନଟ ପରେ ୨ଦିନରେ ୭ଜଣଙ୍କ ମୃ୍ତ୍ୟୁ ଖବର ମନରେ ଭୟ ବଢ଼ାଇଛି । କେରଳରୁ ୫ଜଣ, ଉତ୍ତରପ୍ରଦେଶରୁ ଜଣେ ଓ କର୍ଣ୍ଣାଟକରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ ଚିନ୍ତା ବଢାଇଛି କେରଳ । କାରଣ ଦିନକରେ ୧୧୫ଜଣ ସଂକ୍ରମିତ ଚିହ୍ନଟ ହେବା ସହ ପଡୋଶୀ ରାଜ୍ୟ କର୍ଣ୍ଣାଟକ,ଆନ୍ଧ୍ର ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ସେପଟେ ଉତ୍ତରପ୍ରଦେଶ ସରକାର ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ହେଲେ ଜିନମ ସ୍ୱିକ୍ୱେନ୍ସ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

  • କୋଭିଡ ସ୍ଥିତି ମୁକାବିଲା ପାଇଁ ବୈଠକ
  • ବୁଧବାର ବୈଠକ ଡକାଇଲେ ସରକାର

କୋଭିଡ ସ୍ଥିତିର ମୁକାବିଲା ପାଇଁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ସମସ୍ତ ରାଜ୍ୟଙ୍କୁ ଚିଠି ଲେଖି ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମାର୍ଗଦର୍ଶିକା ଜାରି କରାଯାଇଛି । ଆବଶ୍ୟକ ସ୍ଥଳେ ସମସ୍ତ ପ୍ରସ୍ତୁତି ସହ ସଜାଗ ରହିବାକୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ଯାଇନି କୋଭିଡ । ସମୟ ସମୟରେ ରୂପ ବଦଳାଇଥାଏ । ତେବେ ଓମିକ୍ରନ JN.1 ସବ୍ ଭ୍ୟାରିଆଣ୍ଟ ଯଦିଓ ଏତେ ଘାତକ ନୁହେଁ ତଥାପି ଦ୍ରୁତ ସଂକ୍ରମଣର ଆଶଙ୍କା ରହିଛି । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ JN.1 ସବଭ୍ୟାରିଆଣ୍ଟ ଥିବା ଆଶଙ୍କା କରାଯାଉଛି । ତେବେ ଆଗକୁ ବଡଦିନ ଓ ନୂଆବର୍ଷ ଆସୁଛି । ଏହି ସମୟରେ କୋଭିଡ ପ୍ରୋଟୋକଲ ମାନିବାକୁ ସରକାରଙ୍କ ପକ୍ଷରୁ ପରାର୍ମଶ ଦିଆଯାଇଛି ।

The post ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ନୂଆ ୧୪୨ ସଂକ୍ରମିତ ଚିହ୍ନଟ । ଦୁଇ ଦିନରେ ୭ଜଣଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାକୁ ଘାରିଛି ହଇଜା ଡର! ଚିନ୍ତା ବଢ଼ାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି

କନକ ବ୍ୟୁରୋ: ରାଉରକେଲାରେ ଥମୁନି ହଇଜା ଆତଙ୍କ । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାର ରହିଥିଲେ ବି ସ୍ଥିତି ବେକାବୁ ହୋଇଛି । ବିଶେଷକରି ବସ୍ତି ଅଂଚଳ ଚିନ୍ତା ବଢାଉଛି ।

ଷ୍ଟିଲ୍ ସିଟି ରାଉରକେଲାରେ ସ୍ଥିତିର ମୁକାବିଲା ପାଇଁ ଯଦିଓ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି, ତଥାପି ଝାଡ଼ାବାନ୍ତିରେ ୬ ଜଣ ରୋଗୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଭୟର ମାହୋଲ ଦେଖାଯାଇଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତମାନ ସୁଦ୍ଧା ଡାଇରିଆରେ ୫୮୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୮୭ ରୋଗୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ସେହିପରି ୨୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏବେ ବି ପ୍ରାୟ ୨୦ରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି । କିନ୍ତୁ ବେସକାରୀ ଭାବେ ଆକ୍ରାନ୍ତ୍ ସଂଖ୍ୟା ହଜାରେ ଟପି ଯାଇଥିବା ଅଭିଯୋଗ ହୋଇଛି ।

ଏପଟେ ନମୁନା ଯାଂଚ୍ ପରେ କିଛି ନମୂନାରୁ ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ସୂଚନା ମିଳିଛି । ତେଣୁ ପାଣିର ଯାଂଚ ଉପରେ ଗୁରୁତ୍ୱ ଦେଇଛି ମହାନଗର ନିଗମ ପ୍ରଶାସନ । ଯେଉଁ ଯେଉଁ ସ୍ଥାନରେ ପାଣି ପାଇପ୍ ଫାଟିଥିଲା, ସେଠାରେ ମରାମତି ଚାଲିଛି । ଏନେଇ ୱାଟ୍କୋ କର୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୩୫ଟି ଲିକେଜ୍କୁ ମରାମତି କରାଯାଇଛି । ଆଉ ୧୧ଟି ଲିକେଜ୍ର ମରାମତି ପ୍ରକ୍ରିୟା ଚାଲିଛି । ଯେଉଁଠି ଲୋକଙ୍କ ଅଭିଯୋଗ ଆସିବ, ସେଠାରେ ତୁରନ୍ତ ପାଇପ୍ ମରାମତି କରାଯିବ ବୋଲି ମହାନଗର ନିଗମ କର୍ତୃପକ୍ଷ ପକ୍ଷରୁ କୁହାଯାଇଛି ।

ପ୍ରଶାସନର ବାହାଘର ବେଳେ ବାଇଗଣରୁଆ ଆଭିମୁଖ୍ୟକୁ ପ୍ରମାଣିତ କରୁଛି । ଚିତ୍ର ହେଉଛି ମହତାବ ରୋଡ୍୍ ଅଂଚଳର । ପାଇପ୍ ଫାଟିବା ନେଇ ବାରମ୍ବାର ସ୍ଥାନୀୟ ଲୋକ ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁଥିବା ପ୍ରଶାସନ, ଲୋକ ଲଗାଇ ଫାଟିଥିବା ଫାଇପ୍ ସାଜାଡ଼ିବାକୁ ଚେଷ୍ଟା କରୁଛି । ୬ରୁ ୭ ଫୁଟ ଗାତ ଖୋଳି, ୨ରୁ୩ଟି ଗାତ ପୋତିଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

The post ରାଉରକେଲାକୁ ଘାରିଛି ହଇଜା ଡର! ଚିନ୍ତା ବଢ଼ାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started