କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଅପହରଣ ଓ ଫିଲ୍ମଷ୍ଟାଇଲରେ ଉଦ୍ଧାର । ଦେବଗଡର ୬ ବର୍ଷର ଝିଅ ପିହୁର ଅପହରଣ କାହାଣୀ ଏବେ ଦେବଗଡ ଓ ସୁନ୍ଦରଗଡରେ ଚର୍ଚ୍ଚାର ବିଷୟ ପାଲଟିଛି । ପିହୁକୁ ଆଇ ହାତରୁ ଛଡାଇ ନେବା ଓ ରାତିରେ ପୋଲିତଳେ ଛାଡିଦେବା ଘଟଣାରେ କୌଣସି ଫିଲ୍ମଷ୍ଟାଇଲକୁ କମ ନଥିଲା । ନିଜେ କୁନିଝିଅ କହିଛି ଏହି ଅପହରଣ କାହାଣୀ
ସମୟ-ସନ୍ଧ୍ୟା ୬ଟା, ସୋମବାର
ସ୍ଥାନ-ଦେବଗଡ
୬ ବର୍ଷର ପିହୁ ଟ୍ୟୁସନରୁ ଆଈ ସହ ଘରକୁ ଫେରୁଥିଲା । ଏହି ସମୟରେ କଳା ପଲସରରେ ଦୁଇ ଜଣ ଆସି ଆଈକୁ ଧକ୍କା ମାରି କୁନିଝିଅକୁ ଉଠାଇନେଇଥିଲେ । କୁନିଝିଅକୁ କିଏ ଓ କାହିଁକି ନେଲା ଜାଣିବା ପୂର୍ବରୁ ୨ ଜଣ ଦୁର୍ବୃତ ସେଠାରୁ ଚମ୍ପଟ ମାରିଥିଲେ । ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଚାରିଆଡେ ଖୋଜାଖୋଜି ଚାଲିିଥିଲା ।
ସକାଳ-୪ଟା, ମଙ୍ଗଳବାର
ସ୍ଥାନ ସୁନ୍ଦରଗଡ
ଖୋଜାଖୋଜା ଚାଲିଥିବାବେଳେ ହଠାତ ଉଦ୍ଧାର ଖବର ଆସିଲା । ଅପହରଣକାରୀ ନାବାଳିକାକୁ ସୁନ୍ଦରଗଡ ବଡ ଗାଁ ନିକଟ ଏକ ପୋଲ ତଳେ ଛାଡିଦେଇଥିଲେ । ଜଣେ ମହିଳାଦେଖିପୁଲିସକୁ ଖବର ଦେଇଥିଲେ । ପରିବାର ଲୋକେ ପିହୁକୁ ଉଦ୍ଧାର କରିଥିଲା ।
ଅପହୃତା ଶିଶୁ କନ୍ୟା ପିହୁ ଅଗ୍ରୱାଲଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନାଞ୍ଚଳରୁ ଉଦ୍ଧାର ପରେ ଦେବଗଡ଼ ଥାନା ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବହିରବିଭାଗରେ ଭର୍ତ୍ତି କରିଥିଲା । ଥାନା ଆଇଆଇସି ଓ ପରିବାର ଲୋକଙ୍କ ଉପସ୍ଥିତିରେ ଚ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଅପହୃତା ଶିଶୁ କନ୍ୟା ପିହୁ ଅଗ୍ରୱାଲଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ଏସପି ପ୍ରଦ୍ୟୁମ୍ନ ମିଶ୍ର, ଶିଶୁ କନ୍ୟାକୁ ହସ୍ତାନ୍ତର ବେଳେ ଉପସ୍ଥିତ ଥିଲେ ଗତକାଲି ଉଦ୍ଧାର କରିଥିବା ପୁଲିସ ଟିମ ଲିଡର ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର । ଅପହରଣର ୧୧ ଘଣ୍ଟା ମଧ୍ୟରେ ଅପହୃତା ଶିଶୁ କନ୍ୟାକୁ ଉଦ୍ଧାର କରିଥିବାରୁ ଜିଲ୍ଲା ପୁଲିସକୁ ଧନ୍ୟବାଦ ଦେଲେ ଅପହୃତା ଶିଶୁ କନ୍ୟାର ପରିବାର । ଟଙ୍କା ପାଇଁ ଶିଶୁକୁ ମୁଣ୍ଡ ଜାମିନ ରଖି ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରେ ପୁଲିସ ଜାଣିବାକୁ ପାଇଥିବା ଏସପିଙ୍କ ସୂଚନା । ଶୀଘ୍ର ଅପହରଣକାରିଙ୍କୁ ଗିରଫ କରାଯିବା ନେଇ ଏସପିଙ୍କ ଦୃଢୋକ୍ତି । ଅପରାଧୀ ଚି଼ହ୍ନଟ ହୋଇଥିବା ସୂଚନା ।
ଦେବଗଡ଼ରୁ ଅପହରଣ ହୋଇଥିବା ନାବାଳିକାକୁ ଉଦ୍ଧାର କଲା ସୁନ୍ଦରଗଡ ବଡ଼ଗାଁ ପୋଲିସ।
ବଡ଼ଗାଁ ନିକଟ ଏକ ପୋଲ ତଳେ ଚାଡ଼ି ପଲାଇ ଥିଲେ ଅପହରଣକାରୀ।
ଜଣେ ମହିଳା ଦେଖି ଖବର ଦେଲେ ପୋଲିସକୁ ।
ଉଦ୍ଧାର କଲା ବଡ ଗାଁ ପୋଲିସ
ସୂଚନାଯୋଗ୍ୟ, ଗତକାଲି ଝିଅଟି ଟ୍ୟୁସନରୁ ଆଈ ସହ ଘରକୁ ଫେରୁଥିଲା। ଏହି ସମୟରେ କଳା ପଲର୍ସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଆଈକୁ ଧକ୍କା ମାରି ତାକୁ ଉଠାଇ ନେଇଥିଲେ। ପରିବାରେ ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶିଶୁକନ୍ୟା ଖୋଜାଖୋଜି କରିଥିଲା। ଆଜି ସକାଳେ ଝିଅଟି ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତା କଡ଼ରୁ ମିଳିଥିବା ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା।
The post କୁନିଝିଅ କହିଲା ଅପହରଣର ଛାତିଥରା କାହାଣୀ: ଦେବଗଡରୁ ଝାମ୍ପିନେଲେ ସୁନ୍ଦରଗଡରେ ଛାଡିଦେଲେ first appeared on Kanak News.
from Kanak News
via <a href="https://ifttt.com/?