
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ସେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ । ଆଉ ସେମାନଙ୍କ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ ।
ରାଜ୍ୟପାଳ ଦାୟିତ୍ୱ ନେବା ପରେ, ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ରଘୁବର ଦାସ । ଗସ୍ତ ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରୁଛନ୍ତି । ସେମିତି ଢ଼େଙ୍କାନାଳ ଓ ଅନୁଗୁଳ ଗସ୍ତ ସମୟରେ ଦେଖିଥିବା ଲୋକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ । ଆଉ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ।
ଡିସେମ୍ବର ୫ ରୁ ୭ତାରିଖ ଯାଏ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଗସ୍ତ ସମୟରେ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୃଣମୂଳ ସ୍ତରର ଲୋକଙ୍କୁ ଭେଟିଥିଲେ । ଆଉ ଭେିଟିବା ସମୟରେ ଯାହା ଦେଖିଥିଲେ ଓ ଲୋକମାନେ ଯେଉଁ ସମସ୍ୟା ସମ୍ପର୍କରେ ଜଣାଇଥିଲେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ । ଏବଂ ଲୋକମାନେ ଯେଉଁ ସବୁ ସମସ୍ୟା ସାମନାକୁ ଆଣିଛନ୍ତି, ତାର ଅନୁଧ୍ୟାନ କରିବା ସହ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି
– ଯୋରନ୍ଦାରେ ବୃଦ୍ଧାଶ୍ରମ ଚଳାଇଥିବା ମହର୍ଷି ଦୟାନନ୍ଦ ସର୍ଭିସ ମିଶନକୁ ଜମି ହସ୍ତାନ୍ତର ପାଇଁ ସୁପାରିସ
– ଅନୁଗୁଳ ବଅଁରପାଳ ତୁରଙ୍ଗ ପଂଚାୟତରେ ମମତା ଗୃହ ନିର୍ମାଣ ପାଇଁ ପ୍ରସ୍ତାବ
– ତାଳଚେର ବ୍ଲକ କନ୍ଧବାରେଣୀ ଗାଁରେ ଏମସିଏଲ ଯୋଗୁଁ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ହେଉଛି
– ଏମସିଏଲର ଖଣି କାମ ଯୋଗୁଁ ନିୟମିତ ଭାବେ ବାୟୁ ପ୍ରଦୂଷଣ ହେଉଛି ଏବଂ ଖରାଦିନରେ ଭୂତଳ ଜଳସ୍ତର କମୁଛି
– ଗତ ୨ ବର୍ଷ ହେଲା ଆରପିଡିଏସି ବୈଠକ ବସିନାହିଁ, ଫଳରେ ଲୋକଙ୍କ ସମସ୍ୟାର ସମାଧାନ ହେଉନାହିଁ
– ଜଙ୍ଗଲି ହାତୀ ପଶି ଫସଲ ନଷ୍ଟ କରୁଥିବାବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉନାହିଁ
– କନ୍ଧବରେଣୀ ଆଶ୍ରମ ସ୍କୁଲକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ଓ ଅଧିକ ଶହେ ଶଯ୍ୟା ବଢ଼ାଇବାକୁ ସୁପାରିସ
-ହାକିମପରା ସ୍ଥିତ ବାଜି ରାଉତ ଛାତ୍ରବାସ ସ୍ୱାଭାବିକ ଭାବେ ଚାଲିବାକୁ ପଦକ୍ଷେପ , ନେବାକୁ ଚିଠିରେ ଉଲେଖ କରିଛନ୍ତି ରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି ମହିମା ଧାମ ଧର୍ମ ପରିଚାଳନା କମିଟି ସଦସ୍ୟ ବାବା ସୁବ୍ରତ ଦାସ ।
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଚିଠି ଲେଖିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଲୋକଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଚିଠି ଲେଖିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
The post ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି: ଲୋକଙ୍କ ସମସ୍ୟା ନେଇ କଲେ ଅବଗତ, ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ first appeared on Kanak News.
from Kanak News
via <a href="https://ifttt.com/?



MADRAS! 





