ମୟୁରଭଞ୍ଜ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଉନ୍ନୟନମୂଳକ କାମର କଲେ ସମୀକ୍ଷା । ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ମୟୁରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି ।

ବାରିପଦାଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ କାର୍ୟ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ଏହା ଯୁବକ ଯୁବତୀ ମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି କାର୍ୟ୍ୟକ୍ରମ ଦ୍ବାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ଏହା ସହାୟକ ହେବ। ଏହାସହିତ ପାଠପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ପାଣ୍ଡିଆନ କହିଥିଲେ । ଶିକ୍ଷକଙ୍କ ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ପାଣ୍ଡିଆନ୍ ମତ ଦେଇ ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରାର ଉଦାହରଣ ଦେଇଥିଲେ ।

ଏହାପରେ ସେ ମୟୁରଭଞ୍ଜ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ୧୦,୨୧୦ କୋଟି ଟଙ୍କା ବ୍ୟୟରେ କାର୍ୟ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଦ୍ବାରା ୨,୭୦,୯୦୦ ଏକର ଚାଷଜମି ଜଳସେଚିତ ହୋଇପାରିବ । ସମୀକ୍ଷାରୁ ଜଣାଯାଇଥିଲା ଯେ ୨୦୨୪ ମଇ ସୁଦ୍ଧା ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ ଶେଷ ହେବ ଏବଂ ଦ୍ବିତୀୟ ପର୍ୟ୍ୟାୟ ଜୁନ ୨୦୨୮ ସୁଦ୍ଧା ସଂପୂର୍ଣ୍ଣ ହେବ।

ଏହି ଅବସରରେ ପାଣ୍ଡିଆନ ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠାଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୩୨୮୨ କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ, ଏହାଦ୍ବାରା ୧,୧୬,୫୦୦ ଏକର ଜମି ଜଳସେଚିତ ହୋଇପାରିବ। ଏହିସବୁ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ସେ ବାରିପଦାରେ ବୁଢାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀ ବନ୍ଧ ଏବଂ ରିଙ୍ଗ୍ ରୋଡ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହାସହିତ ୭୨.୬୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଘାଟି ରାସ୍ତା, ବାରିପଦାରେ ୪୮ କୋଟି ଟଙ୍କା ବ୍ୟୟରେ ବୁଢାବଳଙ୍ଗ ନଦୀ ଉପରେ ବୃହତ ସେତୁର ନିର୍ମାଣ, ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାରିପଦା ଠାରେ ୪୭.୩୫ କୋଟି ଟଙ୍କା ବ୍ୟୟରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପାଣ୍ଡିଆନଙ୍କ ମୟୁରଭଞ୍ଜକୁ ପୂର୍ବରୁ କରିଥିବା ଗସ୍ତ ପରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଥିଲେ ।

The post ମୟୁରଭଞ୍ଜ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଉନ୍ନୟନମୂଳକ କାମର କଲେ ସମୀକ୍ଷା । ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ । first appeared on Kanak News.

from Kanak News
via <a href="https://ifttt.com/?

ୟୁରୋପୀୟ ୟୁନିଅନ୍ ଏଲୋନ୍ ମସ୍କଙ୍କ କମ୍ପାନୀ ‘ଏକ୍ସ’ ଉପରେ ଆରମ୍ଭ କଲା ଯାଞ୍ଚ ? ମାମଲା କ’ଣ ?

ସାନ ଫ୍ରାନ୍ସିସ୍କୋ ସ୍ଥିତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ କହିଛି ଯେ ଏହା ଡିଜିଟାଲ୍ ସର୍ଭିସେସ୍ ଆକ୍ଟ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ନିୟାମକ ପ୍ରକ୍ରିୟାରେ ସହଯୋଗ କରୁଛି ।

ସୋସିଆଲ ମିଡିଆ ତଥା ଲୋକଏବଂ ସମାଜ ପାଇଁ କ୍ଷତିକାରକ ଅନଲାଇନ୍ କଣ୍ଟେଣ୍ଟରୁ ରକ୍ଷା କରିବା ପାଇଁ ୟୁରୋପୀୟ ସଂଘର କଠୋର ନୂତନ ନିୟମାବଳୀ ଅନୁଯାୟୀ ୟୁରୋପୀୟ ୟୁନିଅନ୍ ସୋମବାର ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ‘X’ ଉପରେ ଯାଞ୍ଚ ଆରମ୍ଭ କରିଛି । ଏହା ହେଉଛି ପ୍ରଥମ ଟେକ୍ନୋଲୋଜି କମ୍ପାନୀ ଯାହା ଉପରେ ୟୁରୋପର ନୂତନ ନିୟମ ଅନୁଯାୟୀ ଅନୁସନ୍ଧାନ କରାଯାଉଛି ।

ୟୁରୋପୀୟ କମିଶନର୍ ଥିଏରି ବ୍ରେଟନ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଡିଜିଟାଲ୍ ସେବା ଅଧିନିୟମ ଅନୁଯାୟୀ ଉଲ୍ଲଂଘନ ଘଟଣାର ଯାଞ୍ଚ ପାଇଁ ଆଜି ଆମେ X ବିରୋଧରେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛୁ। ଅନ୍ୟ ସୋସିଆଲ ମେଡ଼ିଆ ସାଇଟଗୁଡିକ ଉପରେ ଆମେ ନଜର ରଖିଛୁ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ୟୁରୋପୀୟ ୟୁନିଅନ୍ ଏହି ସୂଚନା ମାଗିଥିଲା

ଅକ୍ଟୋବରରେ ୟୁରୋପୀୟ ୟୁନିଅନ୍ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସହ ଜଡିତ ହିଂସା ତଥା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଘୃଣାର ବକ୍ତବ୍ୟ, ବିଚ୍ଛିନ୍ନତା ଏବଂ ସେହିପରି କଣ୍ଟେଣ୍ଟର ମୁକାବିଲା ପାଇଁ ସୂଚନା ମାଗିଥିଲା । ଏବଂ ପରେ ଏହା ‘X’ ଉପରେ ଚାପ ପକାଇବା ଆରମ୍ଭ କରିଥିଲା ।

X କ’ଣ କହିଲା ?

ସାନଫ୍ରାନ୍ସିସ୍କୋ ସ୍ଥିତ ସୋସିଆଲ ମିଡିଆ ପ୍ଲାଟଫର୍ମ କହିଛି ଯେ ଏହା ଡିଜିଟାଲ୍ ସର୍ଭିସେସ୍ ଆକ୍ଟ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ନିୟାମକ ପ୍ରକ୍ରିୟାରେ ସହଯୋଗ କରୁଛି । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଏହି ପ୍ରକ୍ରିୟା ରାଜନୈତିକ ପ୍ରଭାବରୁ ମୁକ୍ତ ଏବଂ ଆଇନ ଅନୁଯାୟୀ ଚାଲିବ ବୋଲି ଆମର ବିଶ୍ବାସ ଅଛି ।

The post ୟୁରୋପୀୟ ୟୁନିଅନ୍ ଏଲୋନ୍ ମସ୍କଙ୍କ କମ୍ପାନୀ ‘ଏକ୍ସ’ ଉପରେ ଆରମ୍ଭ କଲା ଯାଞ୍ଚ ? ମାମଲା କ’ଣ ? first appeared on Kanak News.

from Kanak News
via <a href="https://ifttt.com/?

ଧୋନୀ-ରୋହିତ ଯାହା କରିନଥିଲେ, ତାହା କରି ଦେଖାଇଲେ ପନ୍ତ । ପ୍ରଥମ ଥର ଅକ୍ସନ ଟେବୁଲରେ ନଜର ଆସିଲେ କୌଣସି ଟିମର ଅଧିନାୟକ । ଦଳ ପାଇଁ ଖେଳାଳି କିଣିଲେ ରିଷଭ ।

କନକ ବ୍ୟୁରୋ: ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ରିଷଭ ପନ୍ତ ଆଜି ନିଜ ଦଳ ପାଇଁ ଆଇପିଏଲ୍ ଅକ୍ସନ ଟେବୁଲରେ ବସିଥିବା ଦେଖିବାକୁ ମିଳିଛି । ତେବେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଥିବା ନଜର ଆସିଛନ୍ତି । ଏହାପୂର୍ବରୁ କେବେ ବି କୌଣସି ଆଇପିଏଲ ଅଧିନାୟକଙ୍କୁ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଥିବା ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ରିଷଭ ପନ୍ତ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ସନ ଟେବୁଲରେ ରିଷଭ ପନ୍ତଙ୍କ ସହିତ ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ରହିଛନ୍ତି ।

https://platform.twitter.com/widgets.js

ସଡକ ଦୁର୍ଘଟଣାରେ ଗୁରୁତର ହେବା ପରେ ପ୍ରଥମ ଥର ପାଇଁ ପନ୍ତଙ୍କୁ କୌଣସି କ୍ରିକେଟର ବଡ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । କୁହାଯାଉଛି କି, ଆଗାମୀ ଆଇପିଏଲ୍ ସିଜିନରେ ସେ ଦଳର ନେତୃତ୍ୱ ବି ନେଇପାରନ୍ତି । ଗତବର୍ଷ ସଡକ ଦୁର୍ଘଟଣା କାରଣରୁ ସେ ଆଇପିଏଲରୁ ଦୂରେଇ ରହିଥିଲେ । ତାଙ୍କ ଜାଗାରେ ଡେଭିଡ୍ ୱାର୍ଣ୍ଣର ଦଳର କ୍ୟାପଟେନ୍ ନିଯୁକ୍ତ ହେଇଥିଲେ । ହେଲେ ଏନସିଏରେ ଲଗାତାର ଅଭ୍ୟାସ୍ କରିବା ପରେ ଏବେ ପନ୍ତ ସୁସ୍ଥ ହେଉଛନ୍ତି । ତା ସହିତ ଆଇପିଏଲ୍ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହେଇଯିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲରେ ପନ୍ତ ବର୍ତ୍ତମାନ ସୁଦ୍ଧା ୯୮ଟି ମ୍ୟାଚ୍ ଖେଳିସାରିଛନ୍ତି । ଏହି ମ୍ୟାଚରୁ ସେ ୨୮୩୮ ରନ୍ ସଂଗ୍ରହ କରିଥିବାବେଳେ, ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ରହିଛନ୍ତି ।

The post ଧୋନୀ-ରୋହିତ ଯାହା କରିନଥିଲେ, ତାହା କରି ଦେଖାଇଲେ ପନ୍ତ । ପ୍ରଥମ ଥର ଅକ୍ସନ ଟେବୁଲରେ ନଜର ଆସିଲେ କୌଣସି ଟିମର ଅଧିନାୟକ । ଦଳ ପାଇଁ ଖେଳାଳି କିଣିଲେ ରିଷଭ । first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ: ମିମିକ୍ରି ସମୟର ଭିଡିଓ ଉତୋଳନ କଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନକଲ କଲେ ବିରୋଧୀ ସାଂସଦ । ନକଲ କରି ବିବାଦରେ ଫସିଛନ୍ତି ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ । ଗୃହ ବାହାରେ ବିରୋଧୀ ପ୍ରଦର୍ଶନ ଜାରି ରଖିବା ସମୟରେ ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀ ରାଜ୍ୟସଭା ସଭାପତିଙ୍କ ନକଲ କରି କଟାକ୍ଷ କରିଥିଲେ । ସବୁଠୁ ବଡ଼ କଥା ହେଉଛି ଯେଉଁ ସମୟରେ କଲ୍ୟାଣ ବାର୍ନାଜୀ ନକଲ କରି ଧନଖଡ଼ଙ୍କୁ କଟାକ୍ଷ କରୁଥିଲେ ସେହି ସମୟରେ ଅନ୍ୟ ସାଂସଦମାନେ ହସି ହସି ଗଡିଯାଉଥିଲେ । ଯାହାକୁ ମୋବାଇଲରେ ସୁଟିଂ କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଓ କଲ୍ୟାଣଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ଜଗଦୀପ ଧନଖଡ଼ । ଉପରାଷ୍ଟ୍ରପତି ଏହାକୁ ଲଜ୍ଜାଜନକ, ହାସ୍ୟାସ୍ପଦ, ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି ।

The post ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ: ମିମିକ୍ରି ସମୟର ଭିଡିଓ ଉତୋଳନ କଲେ ରାହୁଲ ଗାନ୍ଧୀ first appeared on Kanak News.

from Kanak News
via <a href="https://ifttt.com/?

ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜଙ୍କ ପ୍ରତିକ୍ରିୟା: କହିଲେ, ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା କହି ବାହା ହୋଇଥିଲା ବୁଖାରୀ

କନକ ବ୍ୟୁରୋ: ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜ ପରୱିନଙ୍କ ପ୍ରତିକ୍ରିୟା । ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଥିବା କହି ସାଇନାଜଙ୍କୁ ବାହା ହୋଇଥିଲେ ବୁଖାରୀ । ମାଟ୍ରିମୋନି ସାଇଟ ଜୀବନସାଥୀ ଡଟକମରେ ହୋଇଥିଲା ପରିଚୟ । ପୂର୍ବ ଜଣଙ୍କୁ ବିବାହ କରିବା ସହ ଛୋଟ ଝିଅ ଥିବା କହିଥିଲା ବୁଖାରୀ । ଛୋଟ ଝିଅକୁ ଗ୍ରହଣ କଲେ ବିବାହ କରିବ ବୋଲି ରଖିଥିଲା ସର୍ତ୍ତ । ବୁଖାରୀର ସର୍ତ୍ତରେ ରାଜି ହୋଇ ବାହା ହୋଇଥିଲା ସାଇନାଜ ପରୱିନ । ବର୍ଷେ, ଦେଢବର୍ଷ, ଦୁଇ ବର୍ଷରେ ଥରେ ଆସି ୮ ଦିନ କିମ୍ବା ୪ ଦିନ ରହୁଥିଲା ବୁଖାରୀ । ପ୍ରଥମ ଥର ପାଇଁ ୨ ମାସ ରହିଥିଲା ସୟଦ ଇଶାନ ବୁଖାରୀ । ବ୍ୟାଙ୍କ କାଗଜପତ୍ର ଠିକ କରିବାକୁ କହି ଏତେଦିନ ରହିଥିବା କହିଲେ ସ୍ତ୍ରୀ ସାଇନାଜ । ଏହାଛଡା ବୁଖାରୀ ବାବଦରେ ଆଉ କିଛି ଜଣାନଥିବା କହିଲେ ଫୋନ ଯୋଗେ ଦେଲେ ପ୍ରତିକ୍ରିୟା ।

The post ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜଙ୍କ ପ୍ରତିକ୍ରିୟା: କହିଲେ, ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା କହି ବାହା ହୋଇଥିଲା ବୁଖାରୀ first appeared on Kanak News.

from Kanak News
via <a href="https://ifttt.com/?

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ ଷ୍ଟାର୍କ । ଆଇପିଏଲ୍ ଇତିହାସର ହେଲେ ସବୁଠୁ ଦାମୀ ଖେଳାଳି । ୨୪.୭୫ କୋଟିରେ କିଣିଲା କେକେଆର ।

କନକ ବ୍ୟୁରୋ: ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ୍ ଷ୍ଟାର୍କ । ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ । ମଙ୍ଗଳବାର ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିବା ପରେ, ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବନିଥିଲେ ପ୍ୟାଟ୍ କମିନ୍ସ । ହେଲେ ଏହାପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭ କୋଟିରେ ବିକ୍ରି ହେଇଛନ୍ତି । ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମିଚେଲ୍ ଷ୍ଟାର୍କଙ୍କୁ ଆଗାମୀ ସିଜିନ୍ ପାଇଁ ନିଜ ଦଳରେ ସାମିଲ କରିଛି ।

https://platform.twitter.com/widgets.js

ମଙ୍ଗଳବାର ମିଚେଲ୍ ଷ୍ଟାର୍କଙ୍କୁ କିଣିବା ପାଇଁ ପ୍ରଥମେ ଗୁଜରାଟ ଟାଇଟନ୍ସ ଏବଂ କେକେଆର ଟିମ୍ ଉତ୍ସାହ ଦେଖାଇଥିଲେ । ହେଲେ ଗୁଜରାଟକୁ ପଛରେ ପକାଇ କେକେଆର ବାଜି ଜିତିନେଇଥିଲା । ଷ୍ଟାର୍କ ଏବଂ କମିନ୍ସଙ୍କ ବ୍ୟତୀତ ଭାରତୀୟ ପେସ୍ ବୋଲର ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗସ୍ । ସେହିପରି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ରୋମେନ୍ ପାୱେଲଙ୍କୁ ରାଜସ୍ଥାନ ୭.୪୦ କୋଟି, ଡାରେଲ ମିଚେଲ ୧୪ କୋଟି, ଶିଭମ ମାଭି ୬.୪୦ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳରେ ସାମିଲ ହେଇଛନ୍ତି ।

The post ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ ଷ୍ଟାର୍କ । ଆଇପିଏଲ୍ ଇତିହାସର ହେଲେ ସବୁଠୁ ଦାମୀ ଖେଳାଳି । ୨୪.୭୫ କୋଟିରେ କିଣିଲା କେକେଆର । first appeared on Kanak News.

from Kanak News
via <a href="https://ifttt.com/?

ଲୋହିତ ସାଗରରେ ଆଉ ଭାଉ ଦେଖାଇ ପାରିବେନି ହୁତି ବିଦ୍ରୋହୀ । ଆମେରିକା ଆରମ୍ଭ କରିବାକୁ ଯାଉଛି ‘ଅପରେସନ୍ ପ୍ରସପର୍ଟି ଗାର୍ଡିଆନ୍’

ଲୋହିତ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଥିବା  ଅପରାଧୀମାନଙ୍କୁ ନିୟନ୍ତ୍ରଣ କରିବାକୁ  ଆମେରିକା ପ୍ରସ୍ତୁତ ହେଉଛି । ଇସ୍ରାଏଲ ଗସ୍ତରେ ଆସିଥିବା ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ ହୁତି ବିଦ୍ରୋହୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବାକୁ ଯାଉଛୁ ।

ଅପରେସନ୍ ପ୍ରସପର୍ଟି ଗାର୍ଡିଆନ୍: ହୁତି ବିଦ୍ରୋହୀଙ୍କ ବିରୋଧରେ ଆମେରିକା ଏକ ଅଭିଯାନ ଘୋଷଣା କରିଛି । ନିକଟରେ ଲୋହିତ ସାଗରରେ ଡ୍ରୋନ୍ ସାହାଯ୍ୟରେ ଆମେରିକାର ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହି ଆକ୍ରମଣ ପାଇଁ ହୁତି ବିଦ୍ରୋହୀଙ୍କୁ ଦାୟୀ କରାଯାଇଥିଲା । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆଡେନ ଗଲ୍ଫ ଏବଂ ଲୋହିତ ସାଗରର ଦକ୍ଷିଣ ଭାଗରେ ଆତଙ୍କବାଦୀ କାର୍ଯ୍ୟକଳାପ ଯେପରି ବୃଦ୍ଧି ପାଇଛି, ଆମକୁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିବାକୁ ପଡ଼ିବ । ଓଲିଉଡ ଅଷ୍ଟିନ ସେହି ଅଭିଯାନକୁ ‘ଅପରେସନ୍ ପ୍ରସପର୍ଟି ଗାର୍ଡିଆନ୍’ ବୋଲି କହିଛନ୍ତି ।

ଟାସ୍କ ଫୋର୍ସ ୧୫୩ କୁ ଦାୟିତ୍ବ

ଟାସ୍କ ଫୋର୍ସ ୧୫୩ ଅଧୀନରେ ମିଳିତ ସାମୁଦ୍ରିକ ବାହିନୀ ଦ୍ୱାରା ଏହି ଅପରେସନ୍ କରାଯିବ । ଅଷ୍ଟିନ ଇସ୍ରାଏଲ ଗସ୍ତ ସମୟରେ ଏହି ବିବୃତ୍ତି ଦେଇଛନ୍ତି ଯେଉଁଠାରେ ସେ ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ଆଲୋଚନା କରିବା ପାଇଁ ଇସ୍ରାଏଲର ଗସ୍ତରେ ଯାଇଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି କହିଛନ୍ତି ଯେ ଏହି ଅଣ-ରାଜ୍ୟ ସଂଗଠନଙ୍କ ଦ୍ଵାରା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ମାନବ ବିହୀନ ବିମାନ ବ୍ୟବହାର କରିବାକୁ ଅନୁମତି ଦିଆଯାଇ ନାହିଁ । ଲୋହିତ ସାଗର ଦେଇ ଅନେକ ଦେଶର  ବାଣିଜ୍ୟିକ ଜାହାଜ ଚଳାଚଳ କରୁଛି । ଯେଉଁ ଆନ୍ତର୍ଜାତୀୟ ଜଳସୀମା ଦେଇ ଏହିସବୁ ଜାହାଜ ଯାଉଛନ୍ତି ସେଇ ସ୍ଥାନରେ  ହୁତି ବିଦ୍ରୋହୀମାନେ ଆକ୍ରମଣ କରିଥାନ୍ତି ।  ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଏହି ବହୁରାଷ୍ଟ୍ରୀୟ ଅପରେସନରେ ବ୍ରିଟେନ, ବହାରେନ, କାନାଡା, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ, ସେଚେଲ୍ସ ଏବଂ ସ୍ପେନ୍ ସାମିଲ ଅଛନ୍ତି ।

ଲୋହିତ ସାଗରରେ ହୁତି ବିଦ୍ରୋହୀମାନେ ବେଲଗାମ

ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଉପରେ ଅଷ୍ଟିନ କହିଥିଲେ ଯେ ୟେମେନର ଆକ୍ରମଣ ଯୋଗୁଁ ବାଣିଜ୍ୟ ପ୍ରଭାବିତ ହେଉଛି । କେବଳ ଏତିକି ନୁହେଁ, ଏପରି ନାବିକମାନଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି । ହୁତି ବିଦ୍ରୋହୀମାନେ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛନ୍ତି । ଲୋହିତ ସାଗର ଏକ ଗୁରୁତ୍ୱପୂର୍ଣ୍ଣ ଜଳପଥ ଯାହା ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଉନ୍ମୁକ୍ତ ଅଟେ ।  ଆମେରିକାର ସାମରିକ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ ଲୋହିତ ସାଗରରେ ଥିବା ଜାହାଜଗୁଡ଼ିକ ୟେମେନର ହୁତି ନିୟନ୍ତ୍ରିତ ଅଞ୍ଚଳରୁ ଉଡ଼ିଥିବା  ଏକ ଡ୍ରୋନ୍  ଏବଂ ଆଣ୍ଟି-ଜାହାଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା ।

The post ଲୋହିତ ସାଗରରେ ଆଉ ଭାଉ ଦେଖାଇ ପାରିବେନି ହୁତି ବିଦ୍ରୋହୀ । ଆମେରିକା ଆରମ୍ଭ କରିବାକୁ ଯାଉଛି ‘ଅପରେସନ୍ ପ୍ରସପର୍ଟି ଗାର୍ଡିଆନ୍’ first appeared on Kanak News.

from Kanak News
via <a href="https://ifttt.com/?

୧୪ କୋଟିରେ ଡାରିଏଲ ମିଚେଲଙ୍କୁ କିଣିଲା ଚେନ୍ନାଇ: ସିଏସକେକୁ ଫେରିଲେ ସାର୍ଦ୍ଦୁଲ 

କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୪ ପାଇଁ ମିନି ଅକ୍ସନ । ନିଜ ନିଜ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ଫ୍ରାଞ୍ଚାଇଜ । ସେପଟେ ଏଥର ନିଲାମୀରେ ପ୍ୟାଟ କମିନ୍ସର ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କୁ ୨୦.୫୦ କୋଟିରେ ଦଳରେ ସାମିଲ କରିଛି ହାଇଦ୍ରାବାଦ । ସେହିପରି ଏହି ନିଲାମୀର ଦ୍ୱିତୀୟ ସର୍ବାଧିକ ଦାମରେ କିଣା ଯାଇଥିବା ଖେଳାଳି ହେଉଛନ୍ତି ନ୍ୟୁଜିଲାଣ୍ଡର ଡାରିଏଲ ମିଚେଲ । ଚେନ୍ନାଇ ଡାରିଏଲ ମିଚେଲଙ୍କୁ ୧୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି ।

ଏହାସହ ଚେନ୍ନାଇ ନ୍ୟୁଜିଲାଣ୍ଡର ଦୁର୍ଦ୍ଦଶ ଓପନର ରଚିନ ରବିନ୍ଦ୍ରଙ୍କୁ ଚେନ୍ନାଇ ୧ କୋଟି ୮୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ଚେନ୍ନାଇ । ସେହିପରି ସାର୍ଦ୍ଦୁଲ ଠାକୁର ନିଜ ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସକୁ ଫେରିଛନ୍ତି । ଚେନ୍ନାଇ ତାଙ୍କୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ସାର୍ଦ୍ଦୁଲଙ୍କ ବେସ ପ୍ରାଇସ ଥିଲା ୨ କୋଟି ଟଙ୍କା ।

The post ୧୪ କୋଟିରେ ଡାରିଏଲ ମିଚେଲଙ୍କୁ କିଣିଲା ଚେନ୍ନାଇ: ସିଏସକେକୁ ଫେରିଲେ ସାର୍ଦ୍ଦୁଲ  first appeared on Kanak News.

from Kanak News
via <a href="https://ifttt.com/?

କମିନ୍ସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳୀ: ୨୦.୫୦ କୋଟିରେ କିଣିଲା ସନରାଇଜର୍ସ

କନକ ବ୍ୟୁରୋ: ଆଇପିଏଲ ଇତିହାସରେ ମହଙ୍ଗା ଖେଳାଳି ସାବ୍ୟସ୍ତ ହେଲେ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ କମିନ୍ସ । ପ୍ୟାଟ କମିନଙ୍କୁ ସର୍ବାଧିକ ୨୦.୫୦କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ୨୦୨୪ ଆଇପିଏଲ ସିଜିନ୍ ପାଇଁ ଦୁବାଇରେ ନୀଲାମି ଆରମ୍ଭ ହୋଇଥିବା ବେଳେ ପ୍ୟାଟ କମିନ୍ସ ଇତିହାସ ରଚିଛନ୍ତି । କମିନ୍ସଙ୍କ ବେସ ପ୍ରାଇସ ୨କୋଟି ରହିଥିବା ଆରମ୍ଭରୁ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ୨୦.୫୦କୋଟି ଟଙ୍କାରେ କମିନ୍ସଙ୍କୁ ନେଇଛି ସନରାଇଜର୍ସ ହାଇଦ୍ରାବାଦ । କମିନ୍ସଙ୍କ ପରେ ଭାରତୀୟ ଖେଳାଳି ହର୍ଷଲ ପଟେଲଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି କିଙ୍ଗସ ଇଲେଭେନ ପଂଜାବ । ସେହିପରି ପ୍ରଥମ ପର୍ଯ୍ୟାୟ ନିଲାମୀରେ ୱେଷ୍ଟେଇଣ୍ଡିଜ ଅଲରାଉଣ୍ଡର ରୋମେନ ପାୱେଲଙ୍କୁ ରାଜସ୍ଥାନ ରୟାଲ୍ସ ୭.୪୦ କୋଟି ଟଙ୍କା, ହ୍ୟାରୀ ବ୍ରୁକଙ୍କୁ ୪କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ । ପ୍ରଥମ ଥର ପାଇଁ ବିଦେଶରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ୭୩ଟି ସ୍ଲଟ ପାଇଁ ନିଲାମରେ ସାମିଲ ହୋଇଛନ୍ତି ୩୩୩ଜଣ ଖେଳାଳି ।

The post କମିନ୍ସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳୀ: ୨୦.୫୦ କୋଟିରେ କିଣିଲା ସନରାଇଜର୍ସ first appeared on Kanak News.

from Kanak News
via <a href="https://ifttt.com/?

ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ ।

କନକ ବ୍ୟୁରୋ: ଲୋକସଭାରେ ହଙ୍ଗାମା କରୁଥିବା ଆଉ କିଛି ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେଙ୍କ ପରି ସାଂସଦ ।

ସଂସଦର ସୁରକ୍ଷାରେ ବିଭ୍ରାଟ ନେଇ ଗୃହମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କରି ବିରୋଧୀ ହଙ୍ଗାମା କରିବା , ଏବଂ ପ୍ରଶ୍ନେତ୍ତର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା , ସ୍ପିକରଙ୍କୁ ଅବମାନନା କରିବା ଭଳି ଅଭିଯୋଗରେ ଆଜି ପୁଣି ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେଙ୍କ ପରି ସାଂସଦ । କଂଗ୍ରେସ ନେତା ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍, ଶଶି ଥରୁର, ବିଏସପି ସାଂସଦ ଦାନିଶ ଅଲି, ସପା ସାଂସଦ ଏସଟିି ହସନ୍, ଟିଏମସି ସାଂସଦ ମାଲା ରାୟ, ଆପର ସୁଶୀଲ କୁମାର ରିଙ୍କୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

The post ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started