ଉଠୁନି ଅଳିଆ, ଝାଡୁ ଧରୁନାହାଁନ୍ତି ସଫେଇ କର୍ମଚାରୀ । ଏକାଧିକ ଦାବି ନେଇ ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସ ଆଗରେ ବିକ୍ଷୋଭ ।

କନକ ବ୍ୟୁରୋ:ଠିକା ସଂସ୍ଥାର ମନମାନୀକୁ ନେଇ ପ୍ରତିବାଦ । ଉଠୁନି ଅଳିଆ, ଝାଡୁ ଛାଡି ଆନ୍ଦୋଳନରେ ସଫେଇ କର୍ମଚାରୀ । ଖୋର୍ଦ୍ଧା ମୁନସିପାଲଟି ସମ୍ମୁଖରେ ଶହ ଶହ ସଫେଇ କର୍ମଚାରୀ ହକ ଦାବିରେ ଧାରଣା ଦେଇଛନ୍ତି । ମନଇଛା ଦରମାକାଟ, ଇପିଏଫ, ଇଏସଆଇ ଲାଗୁ ନକରିବା ପ୍ରତିବାଦରେ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି ।

ପୌରାଞ୍ଚରେ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା କର୍ମଚାରୀଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ପ୍ରତିବାଦ ସ୍ଥଳରେ ପହଞ୍ଚି ପ୍ରଶାସନିକ ଅଧିକାରୀ ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଧାରଣା ହଟିନାହିଁ । ଦାବି ପୂରଣ ନହେବା ଯାଏ ପ୍ରତିବାଦ ଜାରି ରହିବ ବୋଲି ସଫେଇ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ।

The post ଉଠୁନି ଅଳିଆ, ଝାଡୁ ଧରୁନାହାଁନ୍ତି ସଫେଇ କର୍ମଚାରୀ । ଏକାଧିକ ଦାବି ନେଇ ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସ ଆଗରେ ବିକ୍ଷୋଭ । first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟପାଳଙ୍କ ଚିଠି । ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସଙ୍କ ପରାମର୍ଶ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକେ ରାଜ୍ୟପାଳଙ୍କୁ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏସବୁ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଚିଠରେ ଉଲ୍ଲେଖ କରିଛନ୍ତି ଯେ, ଯୋରନ୍ଦାରେ ଥିବା ବୃଦ୍ଧାଶ୍ରମ ଗସ୍ତ ବେଳେ ସେଠାକାର ଜମି ସମସ୍ୟା ଓ ଅନ୍ତେବାସୀଙ୍କ ଆବଶ୍ୟକତା ପୁରଣ ପାଇଁ ଲୋକେ ଦାବି କରିଥିଲେ । ସେହିପରି ଅନୁଗୁଳ ବଅଁରପାଳ ବ୍ଲକର ତୁରାଙ୍ଗ ପଂଚାୟତରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ କାଉନସିିଲିଂ ପାଇଁ ପାଇଁ ମମତା ଗୃହ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି । ଏଥିସହ ତାଳଚେର ବ୍ଲକର କନ୍ଧବରେଣି ଗାଁରେ ଏମସିଏଲ ପାଇଁ ବାୟୁ , ଜଳ ଓ ଶବ୍ଦ ପ୍ରଦୂଷଣ ହେଉଛି । ଏହାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟପାଙ୍କୁ ଲୋକେ ଅନୁରୋଧ କରିଥିଲେ । ଖଣି ଖନନ ପାଇଁ ସେଠାରେ ଜଳସ୍ତର ମଧ୍ୟ କମୁଛି । ଏହା ସହ ହାତୀ ଆକ୍ରମଣରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ ଲୋକେ ।

କନ୍ଧବାରେଣୀରେ ଥିବା ଆଶ୍ରମରେସ୍କୁଲରେ ଦଶମ ଶେଣ୍ରୀ ପର୍ଯ୍ୟନ୍ତ ଖୋଲିବା ସହ ହଷ୍ଟେଲରେ ଅଧିକ ପିଲା ରହିବା ବ୍ୟବସ୍ଥା ଏବଂ ଅଧିକ ଶିକ୍ଷକ ନିଯୁକ୍ତ କରିବାକୁ ଲୋକେ ଦାବି କରିଥିଲେ । ସେହିପରି ଅନୁଗୁଳରେ ଥଇôବା ବାଜି ରାଉତ ଛାତ୍ରବାସରେ ଚଳାଇବା ପାଇଁ ଆର୍ଥିକ ସହୟତା ପ୍ରଦାନ କରିବାକୁ ମଧ୍ୟ ଲୋକେ ଦାବି କରିଥିବା ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।

The post ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟପାଳଙ୍କ ଚିଠି । ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସଙ୍କ ପରାମର୍ଶ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଡରାଇଲାଣି କରୋନା । ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ସବ୍-ଭାରିଆଣ୍ଟରେ କେରଳରେ ଗଲାଣି ୧୦ ଜୀବନ ।

କନକ ବ୍ୟୁରୋ: ପୁଣି ଡରାଇଲାଣି କରୋନା । କେତେକ ସ୍ଥାନରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଆସନ୍ତାକାଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ । କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେରଳ ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ନାଚୁରାଲ । କିନ୍ତୁ ଯଦି ଆବଶ୍ୟକ ପଡେ ତାହାଲେ ରାଜ୍ୟରେ ଗାଇଡ୍ଲାଇନ୍ ଜାରି ହୋଇପାରେ । ଏବେ ବି ସର୍ଭିଲାନ୍ସ ଜାରି ରହିଛି । ଯେଉଁମାନଙ୍କ ଥଣ୍ଡା, କାଶ, ଜ୍ୱର ଅଧିକ

କେରଳରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କର୍ଣ୍ଣାଟକରେ ବି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜରୁରୀ ବୈଠକ ଆସନ୍ତାକାଲି ଜରୁରୀ ବୈଠକ ଡାକିଛନ୍ତି ।

The post ପୁଣି ଡରାଇଲାଣି କରୋନା । ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ସବ୍-ଭାରିଆଣ୍ଟରେ କେରଳରେ ଗଲାଣି ୧୦ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ହାଡଭଙ୍ଗା ଭିତରେ ବନ୍ୟାର ପ୍ରକୋପ । ତାମିଲନାଡୁରେ ଜଳପ୍ରଳୟ ଯୋଗୁଁ ୩ ଜଣଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ୩ ସେନା ।

କନକ ବ୍ୟୁରୋ: ଶୀତ ଭିତରେ ବନ୍ୟା । ପ୍ରବଳ ବର୍ଷା ଯୋଗୁ ତାମିଲନାଡୁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ତାମିଲନାଡୁର ଦକ୍ଷିଣାଚଂଳରେ ୪ ଟି ଜିଲ୍ଲା ପୁରା ପାଣି ଘେରରେ ରହିଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ନିଖୋଜ ଅଛନ୍ତି । ଅନେକ ଘର ଭାଙ୍ଗିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସ୍ଥଳସେନା, ନୌସେନା ସହ ବାୟୁସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାସ୍ତା ଘାଟ ସହିତ ଘର ଭିତରେ ପାଣି ପଶିଛି । ଗତ ୨୪ ଘଂଟାରେ କିଛି ସ୍ଥାନରେ ୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । କନ୍ୟାକୁମାରୀ, ତିରୁନେଲଭି, ଥୋଠୁକୁଡି ଏବଂ ତେନକାସି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବର୍ଷା ଅଧିକ ହେଉଥିବାରୁ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି । କିଛି ଟ୍ରେନ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥ ବଦଳାଯାଇଥିବା ସୂଚନା ରହିଛି । ଅନେକ ଲୋକ ପାଣିଘେରରେ ଥିବାରୁ ସରକାର ତରଫରୁ ରିଲିଫ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉଦ୍ଧାର ପାଇଁ ଅଧିକ ଏନଡିଆରଏଫ ଟିମ ପଠାଇବାକୁ ଅନୁରୋଧ କରିଛନ୍ତି ।

The post ହାଡଭଙ୍ଗା ଭିତରେ ବନ୍ୟାର ପ୍ରକୋପ । ତାମିଲନାଡୁରେ ଜଳପ୍ରଳୟ ଯୋଗୁଁ ୩ ଜଣଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ୩ ସେନା । first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ମାତ୍ର ୬ ଘଂଟାରେ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଦାବି କଲା ଦଳ ।

 କନକ ବ୍ୟୁରୋ: କଂଗ୍ରେସ କରୁଛି ‘ଦେଶ ପାଇଁ ଦାନ’ ଅଭିଯାନ । ଆଉ ଏହି ଅଭିଯାନ ବଳରେ ମାତ୍ର ୬ ଘଣ୍ଟାରେ ୧ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଆଉ ଏହି ଅଭିଯାନ ଆରମ୍ଭ ହେବାର ମାତ୍ର ୬ ଘଣ୍ଟା ଭିତରେ ଦଳ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଗାମୀ ୨୦୨୪ ନିର୍ବାଚନ ଲଢିବା ପାଇଁ ଦେଶ ପାଇଁ କଂଗ୍ରେସ ଗତକାଲିଠାରୁ ଆରମ୍ଭ କରିଛି ‘ଦେଶ ପାଇଁ ଦାନ’ ଅଭିଯାନ । ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ମାଗୁଛି ଦଳ । ବେକାରୀ, ଦରଦାମ୍ ବୃଦ୍ଧି ଏଭଳି ଅନେକ ସାମାଜିକ ସମସ୍ୟାକୁ ନେଇ ଏଥର ଲୋକସଭା ନିର୍ବାଚନ ଲଢିବ କଂଗ୍ରେସ । ଆଉ ଏଥିପାଇଁ ପାଣ୍ଠିର ଆବଶ୍ୟକତା ଥିବାରୁ କଂଗ୍ରେସ ଆରମ୍ଭ କରିଛି ଦେଶ ପାଇଁ ଦାନ ଅଭିଯାନ । କଂଗ୍ରେସ ଦଳ ଗଠନକୁ ୧୩୮ ପୁରିବା ଉପଲକ୍ଷେ କଂଗ୍ରେସ ଅନଲାଇନ୍ ମାଧ୍ୟମରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ତେଣୁ ଲୋକମାନଙ୍କୁ ୧୩୮ ଟଙ୍କା, ୧୩୮୦ ଟଙ୍କା, ଅବା ୧୩ ହଜାର ୮୦୦ ଟଙ୍କା ଦାନ କରିବାକୁ ଆହ୍ୱାନ କରିଛି । ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ କଂଗ୍ରେସ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଥିବା କୁହାଯାଉଛି ।

The post କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ମାତ୍ର ୬ ଘଂଟାରେ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଦାବି କଲା ଦଳ । first appeared on Kanak News.

from Kanak News
via <a href="https://ifttt.com/?

ବୈଠକ ପୂର୍ବରୁ I.N.D.I.A ମେଣ୍ଟରେ ଫାଟର ଆଭାସ । କଂଗ୍ରେସକୁ ଅହଂକାରୀ କହିଲେ ଉଦ୍ଧବ ସେନା , ଦେଲେ ଏଭଳି ଉପଦେଶ

କନକ ବ୍ୟୁରୋ: ଆଜିଭାରତୀୟ ମେଣ୍ଟର ବୈଠକ ପୂର୍ବରୁ ବିରୋଧୀ ଙ୍କ ମେଣ୍ଟରେ ବିଭେଦ ଦେଖିବାକୁ ମିଳିଛି । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ମେଣ୍ଟ କଂଗ୍ରେସକୁ ଟାର୍ଗେଟ କରି ଏହାକୁ ଅହଂକାରୀ ବୋଲି କହିଛି। ମୁଖପାତ୍ର ‘ସାମନା’ ଜରିଆରେ କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ସମସ୍ତ କେକ୍ ନିଜେ ଖାଇବାକୁ ଚାହୁଁଛି ବୋଲି କହିଛନ୍ତି ଉଦ୍ଧବ ଠାକରେ ।

ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି ଯେ , ବର୍ତ୍ତମାନ ଇଣ୍ଡିଆ ଆଲାଏନ୍ସର ରଥ ସାରଥୀ ବିହୀନ । ତେଣୁ ଏବେ ଇଣ୍ଡିଆ ମେଣ୍ଟକୁ ଜଣେ ସାରଥୀଙ୍କ ଆବଶ୍ୟକତା ରହିଛି। କଂଗ୍ରେସ ଆଞ୍ଚଳିକ ଦଳକୁ ସମର୍ଥନ କରିବା ଉଚିତ ବୋଲି କଂଗ୍ରେସକୁ ପରାମର୍ଶ ଦେଇ ଲେଖିଛନ୍ତି ଉଦ୍ଧବ ଠାକରେ । ଆହୁରି ମଧ୍ୟ ଲେଖିଛନ୍ତି ଯେ, ୨୮ ଦଳୀୟ ମେଣ୍ଟ ଇଣ୍ଡିଆ ଆଲାଏନ୍ସରେ ଅଛନ୍ତି, କିନ୍ତୁ ୧୦୦ ରୋଷେୟା ଖାଦ୍ୟ ନଷ୍ଟ କରୁଛନ୍ତି। ଆଜିର ବୈଠକରେ ଇଣ୍ଡିଆ ମେଣ୍ଟର ଚେହେରା ସ୍ପଷ୍ଟ ହେବା ଦରକାର । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଦଳର ନେତା ଆଦିତ୍ୟ ଠାକରେ, ସଞ୍ଜୟ ରାଉତ ଏବଂ ଅନ୍ୟ ନେତାମାନେ ଦିଲ୍ଲୀରେ ଅଛନ୍ତି ଏବଂ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଭେଟିଥିବା ଜଣାପଡିଛି ।

The post ବୈଠକ ପୂର୍ବରୁ I.N.D.I.A ମେଣ୍ଟରେ ଫାଟର ଆଭାସ । କଂଗ୍ରେସକୁ ଅହଂକାରୀ କହିଲେ ଉଦ୍ଧବ ସେନା , ଦେଲେ ଏଭଳି ଉପଦେଶ first appeared on Kanak News.

from Kanak News
via <a href="https://ifttt.com/?

କୋଶଳୀ ଭାଷାରେ ଧନୁଯାତ୍ରାକୁ ମନା କଲେ କଂସ ମହାରାଜ । କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି । ଜାନୁଆରୀ ୧୫ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।

କନକ ବ୍ୟୁରୋ: କୋଶଳୀ ଭାଷାରେ ହେବନି ଧନୁଯାତ୍ରା । ମନା କଲେ କଂସ ମହାରାଜ । କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକରେ ଉଠିଥିଲା ଏହି ପ୍ରସଙ୍ଗ । ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରିବା ସମ୍ଭବପର ନୁହେଁ । ସେଥିପାଇଁ ଯେମିତି ଯାତ୍ରା ଚାଲୁଥିଲା ସେମିତି ଯାତ୍ରା ଚାଲିବ ବୋଲି କହିଛନ୍ତି କଂସ ମହାରାଜ । ଜିଲ୍ଲାପାଳ, ଯାତ୍ରା କମିଟି ଓ କଳାକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପରେ ଏଭଳି ନିଷ୍ପତି ନିଆଯାଇଛି ।

ସେହିପରି ବହୁଦିନ ଧରି ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରାଯାଉ ବୋଲି କୌଶଳ ସେନା ପକ୍ଷରୁ ଦାବି କରି ଆସୁଥିବା ବେଳେ ଏହି ବୈଠକରେ ତାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏପଟେ ଚଳିତ ବର୍ଷ ୭୬ ବର୍ଷ ପାଳନ କରୁଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଯାତ୍ରାକୁ ବଡ଼ ଧୁମଧାମରେ ପାଳିତ ହେବ ବରଗଡ଼ ଧନୁଯାତ୍ରା । ଆସନ୍ତା ଜାନୁଆରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ । ୨୨ ତାରିଖ ଶୁକ୍ରବାର ସଂଧାରେ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ହେବ । ଧନୁଯାତ୍ରା କମିଟିର କାର୍ଯ୍ୟକାରିଣୀ ଦ୍ୱିତୀୟ ବୈଠକ ବସିଥିଲା । ଚଳିତ ବର୍ଷ ୭୬ ବର୍ଷ ପାଳନ ହେବାକୁ ଥିବାବେଳେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।

The post କୋଶଳୀ ଭାଷାରେ ଧନୁଯାତ୍ରାକୁ ମନା କଲେ କଂସ ମହାରାଜ । କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି । ଜାନୁଆରୀ ୧୫ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ବଢିଚାଲିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଘର ଘର ବୁଲି ଔଷଧ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।

କନକ ବ୍ୟୁରୋ: ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଜାରି ରହିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୪ଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚାଲିଛି ରୋଗୀଙ୍କ ଚିକିତ୍ସା । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ଜୀବନ ନେଲାଣି ଝାଡାବାନ୍ତି । ଏହା ଜଳବାହିତ ରୋଗ ଏବଂ ଭିବ୍ରିଓ କଲେରା ବାକ୍ଟେରିଆ ଯୋଗୁଁ ହେଉଛି ବୋଲି କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ସୁଧାରାଣୀ ପ୍ରଧାନ ।

ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବାଂଟୁଛନ୍ତି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି । ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

The post ବଢିଚାଲିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଘର ଘର ବୁଲି ଔଷଧ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ । first appeared on Kanak News.

from Kanak News
via <a href="https://ifttt.com/?

ଶିକ୍ଷକ ହେବ ତ ଏମିତି । ଅବସର ପରେ ବି ଥକିନାହାଁନ୍ତି, ସ୍କୁଲରୁ ସ୍କୁଲକୁ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି କେଦାର ସାର୍ ।

କନକ ବ୍ୟୁରୋ: ମଣିଷ ପରି ମଣିଷ ଟିଏ । ଶିକ୍ଷକ ଭାବେ ଅବସର ନେବା ପରେ ବି ଶିକ୍ଷକତାକୁ ଛାଡି ପାରିନାହାଁନ୍ତି । ଆଉ ଏହି ପେଶା ଏବେ ତାଙ୍କର ନିଶା ପାଲଟିଛି । ସରକାରୀ ଭାବେ ଅବସର ନେବାର ୨ବର୍ଷ ବିତିଯାଇଥିଲେ ସୁଦ୍ଧା ବ୍ରହ୍ମପୁର ସହରର ସହିଦ୍ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ , କେ ସି ଟାଉନ ହାଇସ୍କୁଲ, ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଓ ସିଟି ହାଇସ୍କୁଲ ସମେତ ସହର ଉପକଣ୍ଠ ଫୁଲଟା , ଦାସପୁର ଭଳି ବିଭିନ୍ନ ଗ୍ରାମର ସ୍କୁଲରେ ମଧ୍ୟ ସେ ଶିକ୍ଷାଦାନ କରିଆସୁଛନ୍ତି ।

ଯେଉଁ ସ୍କୁଲରେ ଶିକ୍ଷକ ଅଭାବ କିମ୍ବା ଖାଲି ଶ୍ରେଣୀ ଦେଖିଲେ ସେହି ସ୍କୁଲରେ ପହଞ୍ଚିଯାଆନ୍ତି । ଗଣିତ, ଇଂରାଜି ଭୂଗୋଳ ବିଜ୍ଞାନ ଭଳି ସମସ୍ତ ବିଷୟରେ ସେ ଭିନ୍ନ ଢଙ୍ଗରେ ପାଠପଢାଇବା ସହ ପିଲାଙ୍କୁ ବ୍ୟାୟାମ ଶିକ୍ଷା ମଧ୍ୟ ଦେଇଥାନ୍ତି । ଯାହା ଛାତ୍ରଛାତ୍ରୀଙ୍କୁ ବେଶ ଆକୃଷ୍ଟ କରିଥାଏ । ଶିକ୍ଷକ ସମାଜ ପାଇଁ କେଦାର ସାର୍ ଜଣେ ଆଦର୍ଶ ଶିକ୍ଷକଙ୍କ ଉଦାହରଣ ପାଲଟିଛନ୍ତି ।

The post ଶିକ୍ଷକ ହେବ ତ ଏମିତି । ଅବସର ପରେ ବି ଥକିନାହାଁନ୍ତି, ସ୍କୁଲରୁ ସ୍କୁଲକୁ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି କେଦାର ସାର୍ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା । କୋରାପୁଟରେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ।

କନକ ବ୍ୟୁରୋ: ଖସୁଛି ପାରଦ, ବଢ଼ୁଛି ଶୀତ । ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । କୋରାପୁଟରେ ବି ଜାରି ରହିଛି ହାଡ଼ଭଙ୍ଗା ଶୀତର ପ୍ରକୋପ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି । ଆଉ କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ସକାଳର କୁହୁଡ଼ିରେ ଲୋକେ ମର୍ଣ୍ଣିଂ ୱାର୍କ କରୁଛନ୍ତି । ଘନ କୁହୁଡ଼ି ଏତେ ମାତ୍ରାରେ ପଡ଼ିଛି ଯେ ୧୦ ମିଟର ବ୍ୟବଧାନରେ ବି ରାସ୍ତା ଦେଖାଯାଉନଥିବା ପରିସ୍ଥିତିି ସୃଷ୍ଟି ହୋଇଛି । ଜିଲ୍ଲାର ସୁନାବେଡ଼ା, ସିମିଳିଗୁଡ଼ା ଓ ଦାମନଯୋଡ଼ି ଅଞ୍ଚଳରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି ।

The post ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା । କୋରାପୁଟରେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started