ମହାକାଶରୁ ଜଳବାୟୁ ପରିବର୍ତ୍ତନର ପ୍ରମାଣ : ସାମ୍ନାକୁ ଆସିଲା ହିମଶୈଳ ଖଣ୍ଡ ଖଣ୍ଡ ହୋଇ ଭାସିବାର ଦୃଶ୍ୟ ।

କନକ ବ୍ୟୁରୋ: ମହାକାଶରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀ ଆଣ୍ଡ୍ରିସ ମୋଗେନସେନ ନିକଟରେ ଭୂପୃଷ୍ଠର କିଛି ଚମତ୍କାର ଫଟୋ ପଠାଇଛନ୍ତି। ସେଥିରେ ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଭାସୁଥିବା କିଛି ହିମଶୈଳର ଦୃଶ୍ୟ ପୃଥିବୀର ଜଳବାୟୁ ପରିବର୍ତ୍ତନର ଚିନ୍ତାଜନକ ଚିତ୍ର ପ୍ରଦାନ କରିଛି। ମହାକାଶରୁ ଖାଲି ଆଖିରେ ଭୂପୃଷ୍ଠର ହିମଶୈଳ ଦେଖି ସେ ଆଶ୍ଚର୍ୟ୍ୟାନ୍ବିତ ହେବା ସହ ଏହା ପଛର କାରଣ ଜଳବାୟୁ ପରିବର୍ତ୍ତନ ବୋଲି ସେ ଚିନ୍ତାପ୍ରକଟ କରିଛନ୍ତି।

ହିମପ୍ରବାହଗୁଡ଼ିକ ତରଳୁଥିବାରୁ ଏପରି ହିମଶୈଳ ଖଣ୍ଡ ଖଣ୍ଡ ହୋଇ ଭାସିବୁଲିବା ଦେଖାଯାଉଛି ଏବଂ ଏଥିଯୋଗୁଁ ସମୁଦ୍ରସ୍ତର ବଢ଼ୁଥିବା ଜଣାଯାଇଛି। ଫଳସ୍ବରୂପ, ଆଗାମୀ ୭୦ ବର୍ଷ ଭିତରେ ମାଳଦ୍ୱୀପ ପରି ସ୍ଥାନଗୁଡ଼ିକ ଜଳମଗ୍ନ ହୋଇଯିବେ ବୋଲି ମୋଗେନସେନ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ହିମପ୍ରବାହ ତରଳିବା ଯୋଗୁଁ ସମୁଦ୍ରସ୍ତର ବଢ଼ିବା ଏକ ବୈଶ୍ବିକ ଚିନ୍ତାର କାରଣ ପାଲଟିଛି। ଏଥି ସହିତ ହିମଶୈଳ ପରି ଭାସମାନ ବରଫଖଣ୍ଡଗୁଡ଼ିକ ତରଳିବା ଦ୍ବାରା ସମୁଦ୍ର ପାଣିର ସାନ୍ଦ୍ରତା କମିବା ସହ ସମୁଦ୍ର ସ୍ତର ଆହୁରି ବଢ଼ିଚାଲିଛି। ଦୀର୍ଘ ୩୦ ବର୍ଷ ଧରି ସ୍ଥଳଭାଗ ଉପରେ ମାଡ଼ି ରହିଥିବା ବିଶ୍ବର ବୃହତ୍ତମ ହିମଶୈଳ ‘ଏ୩୨ଏ’ ନିକଟରେ ଆଟଲାଣ୍ଟିକ୍‌ ଜଳର ପାର୍ଶ୍ବରେ ପ୍ରବାହିତ ହେଉଥିବା ଦେଖାଯାଇଛି।

The post ମହାକାଶରୁ ଜଳବାୟୁ ପରିବର୍ତ୍ତନର ପ୍ରମାଣ : ସାମ୍ନାକୁ ଆସିଲା ହିମଶୈଳ ଖଣ୍ଡ ଖଣ୍ଡ ହୋଇ ଭାସିବାର ଦୃଶ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁରରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛି ହାତୀ । ଭୟରେ ଗାଁରେ ପଡ଼ୁଛି ତାଟି କବାଟ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁର ଅଞ୍ଚଳରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନ ବିଲରେ ପଶି ଧାନ ଫସଲ ଦଳି ଚକଟି ନଷ୍ଟ କରି ଦେଇଛି ହାତୀ । ଭୟ ଭିତରେ ଅଛନ୍ତି ଚାଷୀ । ରାତିରେ ଆସି ହାତୀ ପଲ ବିଲରେ ପଶି ଧାନ ନଷ୍ଟ କରିଥିବା ଅଭିଯୋଗ ଆଣୁଛନ୍ତି ଚାଷୀ । ବିଲରେ ହାତୀ ପାଦ ଚିହ୍ନ ପଡ଼ିଥିବା କହିଛନ୍ତି ଗାଁଲୋକ । ନିକଟ ଜଙ୍ଗଲ ଭିତରେ ହାତୀ ପଲ ଲୁଚି ରହିଥିବା ଅନୁମାନ କରାଯାଉଛି । ଏପଟେ ହାତୀ ଭୟରେ ଗାଁ ଲୋକେ ସଂଧ୍ୟା ହେଲେ ଘରର ତାଟି କବାଟ ପକାଇଦେଉଛନ୍ତି । ହାତୀ ଘଉଡ଼ାଇବା ପାଇଁ ବନବିଭାଗକୁ ନିବେଦନ କରିଛନ୍ତି ଅଞ୍ଚଳବାସୀ ।

The post ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁରରେ ଜଙ୍ଗଲୀ ହାତୀର ଆତଙ୍କ । ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛି ହାତୀ । ଭୟରେ ଗାଁରେ ପଡ଼ୁଛି ତାଟି କବାଟ । first appeared on Kanak News.

from Kanak News
via <a href="https://ifttt.com/?

ଆରମ୍ଭ ହେଲାଣି ଅଲିଭ ରିଡଲେଙ୍କ ପ୍ରଜନନ । ସମୁଦ୍ର କୂଳରେ କଇଁଛ ସୁରକ୍ଷା ଶିବର କରିବା ସହ ସୁରକ୍ଷା କଡାକଡି ।

କନକ ବ୍ୟୁରୋ: ଗଭୀର ସମୁଦ୍ରରେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଆରମ୍ଭ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଭୀର ସମୁଦ୍ରରେ ଅଲିଭ ରିଡଲେ ପ୍ରଜନନ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏନେଇ ୩ଟି ରେଂଜର ୯ଟି କ୍ୟାମ୍ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଚିଲିକା, ସାତପଡ଼ା ଏବଂ ରମ୍ଭା ରେଂଜରେ ବନବିଭାଗ ପକ୍ଷରୁ ସମୁଦ୍ର କୂଳରେ ଅସ୍ଥାୟୀ କଇଁଛଙ୍କ ସୁରକ୍ଷା ଶିବିର କରାଯାଇଛି । ଖାସକରି ନଭେମ୍ବର ମାସରୁ ମେ’ ମାସ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯିବ । ଅମାବାସ୍ୟ ଠାରୁ ଅଲିଭ ରିଡିଲ କଇଁଛ ସମୁଦ୍ର ବେଳାଭୂମିକୁ ଆସି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ରହିଛି । ଚିଲିକା ଡିଏଫଓ ଅମ୍ଲାନ ନାୟକଙ୍କ କଡ଼ା ନିର୍ଦ୍ଦେଶ ପରେ ଅଲିଭ ରିଡଲେ କଇଁଛମାନଙ୍କ ସୁରକ୍ଷା ଦିଗରେ ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ।

The post ଆରମ୍ଭ ହେଲାଣି ଅଲିଭ ରିଡଲେଙ୍କ ପ୍ରଜନନ । ସମୁଦ୍ର କୂଳରେ କଇଁଛ ସୁରକ୍ଷା ଶିବର କରିବା ସହ ସୁରକ୍ଷା କଡାକଡି । first appeared on Kanak News.

from Kanak News
via <a href="https://ifttt.com/?

ଅଳିଆଗଦାକୁ ନେଇ ଅସ୍ତବ୍ୟସ୍ତ ଗାଢକଣବାସୀ । ଏହାକୁ ନେଇ ବିଜେପିର ସତ୍ୟାଗ୍ରହକୁ କଟାକ୍ଷ କରିଛନ୍ତି ମେୟର ।

କନକ ବ୍ୟୁରୋ: ଗାଢ଼କଣାରେ ଅଳିଆ ଗଦା ଓ ଦୁର୍ଗନ୍ଧକୁ ନେଇ ଅସ୍ତବ୍ୟସ୍ତ ଅଂଚଳବାସୀ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ବଢ଼ିବାରେ ଲାଗିଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜନୀତି । ବିଜେପି ସତ୍ୟାଗ୍ରହ ଚଳାଇଥିବାବେଳେ, କଟାକ୍ଷ କରିଛନ୍ତି ଭୁବନେଶ୍ୱର ମହାନଗର ନିିଗମ ମେୟର ।

ଗାଢ଼କଣ ଡମ୍ପିଂୟାର୍ଡର ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ଅତିଷ୍ଟ ହେଲେଣି ରାଜଧାନୀବାସୀ । ଗାଢ଼କଣ ଅସ୍ଥାୟୀ ଡମ୍ପିଂୟାର୍ଡ କାରଣରୁ ଅଧା ରାଜଧାନୀବାସୀଙ୍କ ବଂଚିବା ଏବେ ମୁସ୍କିଲ ହୋଇପଡିଲାଣି । ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ ତେଜିଛି ରାଜନୀତି । ଗୋଟେ ପଟେ ଅଳିଆ ଶୀଘ୍ର ଉଠେଇବାକୁ ଦାବି କରି ଦୀର୍ଘ ୨୧ଦିନ ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତା । ଅନ୍ୟପଟେ ଏହାକୁ ଶସ୍ତା ରାଜନୀତି କହି, ସମାଲୋଚନା କରିଛନ୍ତିି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ବିଏମସି ଅଂଚଳରେ ପ୍ରତିଦିନ ପ୍ରାୟ ହଜାରେ ମେଟ୍ରିକ ଟନ୍ ଅଳିଆ ବାହାରୁଛି । ସେ ଅଳିଆକୁ ନେଇ କୁଆଡେ ଯିବ ବୋଲି, ବିଏମସି ପକ୍ଷରୁ କୁହାଯାଉଛି । କିନ୍ତୁ ଅଳିଆକୁ ଉଠାଇବା ପାଇଁ ଦାବି ବଢ଼ିବା ପରେ, ୨ଟି ଟେରେସା ମେସିନ ଲଗାଯାଇ ଅଳିଆ ସଫା ପାଇଁ ଚେଷ୍ଟା କରୁଛି ବିଏମସି । ହେଲେ, ଦୀର୍ଘ ଦିନ ଧରି ଦୁର୍ଗନ୍ଧରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।

The post ଅଳିଆଗଦାକୁ ନେଇ ଅସ୍ତବ୍ୟସ୍ତ ଗାଢକଣବାସୀ । ଏହାକୁ ନେଇ ବିଜେପିର ସତ୍ୟାଗ୍ରହକୁ କଟାକ୍ଷ କରିଛନ୍ତି ମେୟର । first appeared on Kanak News.

from Kanak News
via <a href="https://ifttt.com/?

ଟ୍ରାଫିକ୍ ଯନ୍ତ୍ରଣାରୁ ମୁକୁଳୁଛି ବଡଦାଣ୍ଡ । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ।

କନକ ବ୍ୟୁରୋ: ଜବରଦଖଲ ମୁକ୍ତ ହେଲା ପୁରୀ ବଡ଼ଦାଣ୍ଡ । ବଡଦାଣ୍ଡ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାରୁ ହଟିଲା ଉଠାଦୋକାନ । ମାର୍କେଟ ଛକୁ ଦେଖାଗଲା ବଡଦାଣ୍ଡର ୧୦୦ ଫୁଟିଆ ରୋଡ । ଶ୍ରୀମନ୍ଦିର ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୦୦ ଫୁଟ ଓସାରର ରାସ୍ତା ଏବେ ପୁରା ଦୃଶ୍ୟମାନ ହେଉଛି । ଭକ୍ତଙ୍କ ଯାତାୟତକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀ ମୁକ୍ତ କରାଯାଇଥିଲା । ପରେ ମାର୍କେଟ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ହଟାଯାଇଛି । କିଛି ଦୋକାନୀ ପୂର୍ବରୁ ଉଠିଯାଇଥିବା ବେଳେ ଯେଉଁମାନେ ହଟିନଥିଲେ ସେମାନଙ୍କ ପୌର ପ୍ରଶାସନ ପକ୍ଷରୁ ହଟାଯାଇଛି ।

The post ଟ୍ରାଫିକ୍ ଯନ୍ତ୍ରଣାରୁ ମୁକୁଳୁଛି ବଡଦାଣ୍ଡ । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ । first appeared on Kanak News.

from Kanak News
via <a href="https://ifttt.com/?

କୁନି ଝିଅ ପିହୁୁକୁ ଉଦ୍ଧାର କଲା ପୋଲିସ । ଘର ଆଗରୁ ଆଈ କୋଳରୁ ୬ ବର୍ଷିୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର । ବଡଗାଁ ନିକଟ ଏକ ପୋଲ ତଳୁ ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ । ପୋଲ ତଳେ କୁନିଝିଅକୁ ଅପହରଣକାରୀ ଛାଡ଼ି ପଳାଇଥିବା ସୂଚନା ରହିଛି । ଜଣେ ମହିଳା ଦେଖି ପୋଲିସକୁ ଏନେଇ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଛି ।

ସୂଚନା ମୁତାବକ, ସୋମବାର ଦେବଗଡ଼ ମୁଖ୍ୟ ବଜାରରୁ ଆଈ କୋଳରୁ ନାତୁଣୀକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ପଲସର ବାଇ୍ରେ ଆସି ଦୁଇଜଣ ଦୁର୍ବୃତ୍ତ ୬ ବର୍ଷର କୁନି ଝିଅକୁ ଅପହରଣ କରିନେଇଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ଶିଶୁକନ୍ୟାକୁ ଉଦ୍ଧାର ପାଇ ତଦନ୍ତ ଚଳାଇଥିଲା ପୁଲିସ । ସୂଚନା ଅନୁସାରେ, ପୌରାଂଚଳ ମାର୍କେଟ୍ ଛକରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀ ଝିଅ ସଂଧ୍ୟାରେ ନିଜ ଆଈ ସହ ଟ୍ୟୁସନରୁ ଘରକୁ ଫେରୁଥିଲେ । ଏହି ୨ଜଣ ଦୁର୍ବୃତ୍ତ ଶିଶୁଟିକୁ ବାଇକରେ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ଶିଶୁର ପରିବାର ଲୋକେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସର ତନାଘନା ପରେ ମିଳିଛି କୁନିଝିଅ ପିହୁ ।

The post କୁନି ଝିଅ ପିହୁୁକୁ ଉଦ୍ଧାର କଲା ପୋଲିସ । ଘର ଆଗରୁ ଆଈ କୋଳରୁ ୬ ବର୍ଷିୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୃତ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଦୁବାଇରେ ୨୦୨୪ ଆଇପିଏଲ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜିଙ୍କ ନଜର । ଜାଣନ୍ତୁ ଟପ୍ ଲିଷ୍ଟରେ କିଏ…

କନକ ବ୍ୟୁରୋ: ଦୁବାଇରେ ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ଡକାଯିବ । ମଧ୍ୟାହ୍ନ ୧ଟାରେ ନିଲାମି ପ୍ରକିୟା ଆରମ୍ଭ ହେବ । ମୋଟ ୩୩୩ ଜଣ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଞ୍ଚାଇଜ ଖେଳାଳି କିଣିବେ । ଏଥିପାଇଁ ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜିକରଣ ହୋଇଛି । ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି ।

ନିଲାମୀରେ ୨୧୪ ଭାରତୀୟ ଖେଳାଳ ଓ ୧୧୯ ବିଦେଶୀ ଖେଳାଳି ରହିଛନ୍ତି । ନିଲାମି ତାଲିକାରେ ଇଂଲଣ୍ଡର ହାରି ବ୍ରୋକ ପ୍ରଥମରେ ଥିବା ବେଳେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ ଦ୍ୱିତୀୟରେ ଅଛନ୍ତିି । କିନ୍ତୁ ସେମାନଙ୍କର ବେସ୍ ପ୍ରାଇସ୍ ୨ ଲକ୍ଷ ରହିଛି । ଫ୍ରାଞ୍ଚାଇଜ୍ ମଧ୍ୟରେ ଗୁଜୁରାଟ ଟାଇଟନ୍ସ ପାଖରେ ସବୁଠୁ ଅଧିକ ୩୮ ଦଶମିକ ୧୫ କୋଟି ଟଙ୍କା ଅଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୪୦ ଦଶମିକ ୭୫ କୋଟି ଟଙ୍କା ଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି, କୋଲକାତା ନାଇଟ୍ ରାଇଡର୍ସ ପାଖରେ ୩୨ . ୭ କୋଟି. ଚେନ୍ନାଇ ସୁପର କିଙ୍ଗ୍ସ ପର୍ସରେ ୩୧ . ୪ କୋଟି, ପଞ୍ଜାବ କିଙ୍ଗସ ପକେଟରେ ୨୯.୧ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ୨୮.୯୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫ .୨୫ କୋଟି ଟଙ୍କା ଅଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି ।

The post ଆଜି ଦୁବାଇରେ ୨୦୨୪ ଆଇପିଏଲ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜିଙ୍କ ନଜର । ଜାଣନ୍ତୁ ଟପ୍ ଲିଷ୍ଟରେ କିଏ… first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ଜରାଜୀର୍ଣ୍ଣ ଅବସ୍ଥାରେ ମଠ ମନ୍ଦିର ପରି କିର୍ତ୍ତିରାଜି । ପୁରୀବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜାନୁଆରୀ ୧୭ରେ ଗଜପତି ମହାରାଜାଙ୍କ ଦ୍ୱାରା ହେବ ପୂର୍ଣ୍ଣାହୁତି । ସେଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ଏତିକିବେଳେ ଅନ୍ୟପଟେ ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ମଠଗୁଡିକରେ ରହିଥିବା ଅନେକ ପୁରାତନ କୀର୍ତ୍ତିରାଜୀ ଜରାଜିର୍ଣ୍ଣ ହୋଇପଡିଛି । ଯାହାକୁ ନେଇ ପୁରୀବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଦଘାଟନ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟ ଭିତରେ ଶେଷ କରିବା ପାଇଁ ଜୋରସୋରରେ କାମ ଚାଲିଛି । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ପ୍ରାୟ ୨୦ଟି ମଠର ପୁରାତନ ଐତିହ୍ୟ କୀତ୍ତିରାଜୀର ଚିହ୍ନବର୍ଣ୍ଣ ନାହିଁ । ମଠ ଗୁଡିକର ପୁନରୁଦ୍ଧାର କରିବା ବଦଳରେ ମଠକୁ ଖଣ୍ଡେଲାଇଟ୍ ପଥରରେ ଢ଼ାଙ୍କି ଦିଆଯାଉଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି, ଏହି ଖଣ୍ଡେଲାଇଟ୍ ପଥର ପ୍ୟାକିଂ ଭିତରେ ହଜି ଯାଇଛି ସମସ୍ତ କଳା ସ୍ଥାପତ୍ୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ।

ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ପ୍ରାୟ ୧୮ଟି ମଠର ପୁନରୁଦ୍ଧାର ଚାଲିଛି । ଏହା ଡିସେମ୍ବର ୨୭ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ଏବଂ ମଠର କୌଣସି ଐତିହ୍ୟ କୀର୍ତ୍ତିିରାଜୀକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି । ସେହିପରି ମଠଗୁଡିକରେ ଯେମିତି ଉକ୍ରଳୀୟ ସଂସ୍କୃତି ଓ କୀର୍ତ୍ତିରାଜୀ ଅକ୍ଷୁର୍ଣ୍ଣ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଶ୍ରୀମନ୍ଦିର ସହ ମଠ ଗୁଡିକର ସଂସ୍କୃତି ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ଏହି ମଠ ସଂସ୍କୃତିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।

The post ଶ୍ରୀକ୍ଷେତ୍ରରେ ଜରାଜୀର୍ଣ୍ଣ ଅବସ୍ଥାରେ ମଠ ମନ୍ଦିର ପରି କିର୍ତ୍ତିରାଜି । ପୁରୀବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଘୋର ଅସନ୍ତୋଷ । first appeared on Kanak News.

from Kanak News
via <a href="https://ifttt.com/?

ହଇଜା ନେଲାଣି ୯ ଜୀବନ । ରାଉରକେଲାରେ ବ୍ୟାପୁଛି ହଇଜା । ଭିବ୍ରିଓ କଲେରା ବ୍ୟାପୁଥିବା କହିଲେ, ରାଉରକେଲା ମେଡିକାଲ ଅଧୀକ୍ଷକ ।

କନକ ବ୍ୟୁରୋ: ରାଉରକେଲାକୁ କଲବଲ କଲାଣି ହଇଜା । ୩ ଦିନରେ ଏଠାରେ ୯ଜମଙ୍କ ମୃତ୍ୟୁ ହେଲାଣି । ୫ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସରକାରୀ ତତ୍ପରତା ଓ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସତ୍ୱେ ହଇଜା ବ୍ୟାପିବାରେ ଲାଗିଛି । ପାନପୋଷ ଓ ଛେଣ୍ଡର ବସ୍ତି ଅଂଚଳ ହଇଜାର ହଟସ୍ପଟ୍ ପାଲଟିଛି ।

ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଛି, ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି । ବସ୍ତି ଓ କଲୋନୀ ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବାଣ୍ଟୁଛନ୍ତି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି । ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି । ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଝାଡାବାନ୍ତି ବ୍ୟାପିବା ପଛର ପ୍ରମୁଖ କାରଣ ହେଉଛି ପାଣି । ପାଣିରେ କ୍ଲୋରିନ୍ କମ୍ ରହିଛି । ଏହା ଜଳବାହିତ ରୋଗ ବୋଲି ପ୍ରାଥମିକ ସ୍ତରରେ ଜଣାପଡିିଛି ।

ଗୋଟିଏ ପଟେ ପାଣି ଟ୍ୟାଙ୍କି ସଫା କରିବା, ନାଳ ବିଶୋଧନ କରିବା ସହ ପାଣି ନମୁନା ସଂଗ୍ରହ ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ହଟସ୍ପଟ୍ ପାଲଟିଥିବା ପାନପୋଷ ଓ ଛେଣ୍ଡ ଅଂଚଳରେ ବିଶୁଦ୍ଧ ପାଣି ପିଇବାକୁ ମିଳୁନଥିବା ଅଭିଯୋଗ ହେଉଛି । ପାନପୋଷର ୫ ନମ୍ବର ୱାର୍ଡର ବାସିନ୍ଦା ଗୋଳିଆ ପାଣି ପିଉଥିବା ବେଳେ ଛେଣ୍ଡରେ ପାଣି ପାଇପ୍ ଫାଟି ଯାଇଛି । ପାନପୋଷରେ ଟ୍ୟାପ୍ ଖୋଲିବା ମାତ୍ରେ ବାହାରୁଛି ଗୋଳିଆ ପାଣି । ଛେଣ୍ଡ ଅଂଚଳରେ ପାଣି ପାଇପ୍ ଫାଟି ଯାଇଛି । ଯୁଦ୍ଧକାଳୀନ ଭିତିରେ ଏହାର ମରାମତି ହେଉଛି । କିନ୍ତୁ ଲୋକଙ୍କ ଅଭିଯୋଗ ପାଇପ ଫାଟିଥିବାରୁ ଦୂଷିତ ହୋଇଯାଇଛି ପିଇବା ପାଣି । ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଜଳବାହିତ ରୋଗ କହୁଥିବା ବେଳେ ଏହାକୁ ମାନୁନାହାନ୍ତି ୱାଟକୋ ଅଧିକାରୀ ।

The post ହଇଜା ନେଲାଣି ୯ ଜୀବନ । ରାଉରକେଲାରେ ବ୍ୟାପୁଛି ହଇଜା । ଭିବ୍ରିଓ କଲେରା ବ୍ୟାପୁଥିବା କହିଲେ, ରାଉରକେଲା ମେଡିକାଲ ଅଧୀକ୍ଷକ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ୫ ଦିନିଆ ରିମାଣ୍ଡରେ ଆସିପାରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସୟିଦ । ଦୁଇ ନେପାଳୀ ଯୁବତୀଙ୍କୁ ବିବାହ କରି ଫୋନରେ ପାକିସ୍ତାନକୁ ପଠାଉଥିଲା ତଥ୍ୟ ।

କନକ ବ୍ୟୁରୋ: ଯାଜପୁରରୁ ଗିରଫ ହୋଇଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ସୟଦ ବୁଖାରୀକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏସଟିଏଫ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ବି ୫ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

ଆଜି ସୟିଦ୍ ବୁଖାରୀକୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ଏସଟିଏଫ । ସେପଟେ ବୁଖାରୀକୁ ନେଇ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ୨ ନେପାଳୀ ମହିଳାଙ୍କୁ ବିବାହ କରି ସେମାନଙ୍କ ଫୋନରେ ପାକିସ୍ତାନକୁ ତଥ୍ୟ ଯୋଗାଉଥିଲା ବୁଖାରୀ । ପୂର୍ବରୁ ସେ ୭ଜଣଙ୍କୁ ବିବାହ କରିଥିବା ବେଳେ ଆଉ ୧୨ଜଣଙ୍କୁ ବିବାହ କରିବାକୁ ଯୋଜନା କରିଥିଲା ବୁଖାରୀ । ଏପରିକି ମହିଳାଙ୍କୁ ବିବାହ କରିବା ପରେ ସେମାନଙ୍କୁ ଧର୍ମ ପରିବର୍ତନ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଉଥିଲା । ଏହାସହ ଆଉ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ବୁଖାରୀର ଭାଇକୁ କାଶ୍ମୀର ପୁଲିସ ଗିରଫ କରିଥିଲା । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ମିଳିଛି ଗୁରୁତ୍ୱପୂର୍ଣ ତଥ୍ୟ ।

ପାକିସ୍ତାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଂଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । କେବଳ ଚାଟିଂ ନୁହେ, ଦେଶ ବିରୋଧୀତତ୍ୱଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା ଏହି ଅଭିଯୁକ୍ତ । ତେଣୁ ସିଡିଆର ରିପୋର୍ଟ ଅନେକ କିଛି ଗୁମର ଖୋଲିବ ବୋଲି କୁହାଯାଉଛି । ଏବେ ବୁଖାରୀ ୫ ଦିନିଆ ରିମାଣ୍ଡରେ ଆସିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

The post ଆଜି ୫ ଦିନିଆ ରିମାଣ୍ଡରେ ଆସିପାରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସୟିଦ । ଦୁଇ ନେପାଳୀ ଯୁବତୀଙ୍କୁ ବିବାହ କରି ଫୋନରେ ପାକିସ୍ତାନକୁ ପଠାଉଥିଲା ତଥ୍ୟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started