୨୪ ହୋଇପାରେ ହେଭିୱେଟଙ୍କ ପାଇଁ ଅନ୍ତିମ ନିର୍ବାଚନ । ଶେଷ ଲଢ଼େଇ ପାଇଁ ଆଶା ବାନ୍ଧିଛନ୍ତି ରାଜ୍ୟର ପୁରୁଖା ନେତା

କନକ ବ୍ୟୁରୋ : ହେଭିୱେଟଙ୍କ ଶେଷ ମ୍ୟାଚ୍ । ୨୪ ନିର୍ବାଚନ ହେବ ଅନ୍ତିମ ପରୀକ୍ଷା । ପ୍ରସନ୍ନ ଆଚାର୍ଯ୍ୟ, ନରସିଂହ ମିଶ୍ର, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ଦେବୀ ମିଶ୍ର. ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା ଓ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲିକ ଓ ନୃସିଂହ ସାହୁ । ଓଡିଶା ରାଜନୀତିର ଏହି ଦିଗଜ ଚେହେରା, ଦଶନ୍ଧୀ ଦଶନ୍ଧୀ ଧରି ରାଜନିତୀରେ ନିଜର ପ୍ରଭାବ ଓ ପ୍ରତିଆର ଜାହିର କରିଆସିଛନ୍ତି । କିଏ ୬ ଥରର ବିଧାୟକ, ତ’ କିଏ ୫ ଥରର ବିଧାୟକ । ଆଉ କିଏ ଅନେକ ବିଭାଗରେ ଏକାଧିକ ବାର ମନ୍ତ୍ରୀ ହୋଇ ଦଳର ତଥା ସରକାରଙ୍କର କ୍ରାଇସିସ ମ୍ୟାନେଜର ବା ସଂକଟ ସମୟର ତ୍ରାରଣକର୍ତା ମଧ୍ୟ ସାଜିଛନ୍ତି । କିନ୍ତୁ ମନୋବଳ ଦୃଢ ଥିଲେ ବି ସାଥ ଦେଉନି ଶାରୀରିକ ବଳ । କାରଣ ବୟସର ଅପରାହ୍ନଣରେ ଏହି ହେଭିେଓଟ ନେତା । କୁହାଯାଉଛି ୨୦୨୪ ନିର୍ବାଚନ ହେବ ସେମାନଙ୍କ ଶେଷ ରାଜନୈତିକ ପରୀକ୍ଷା ।

ପ୍ରସନ୍ନ ଆଚାର୍ଯ୍ୟ
ପଶ୍ଚିମ ଓଡିଶାର ଜଣାଶୁଣା ଚେହେରା । ୩ଥରର ବିଧାୟକ ଓ ୪ ଥରର ସାଂସଦ । ବିଜୁ ପଟ୍ଟନାୟକଙ୍କଠୁଁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କର ଏକଦମ ଘନିଷ୍ଠ । କିନ୍ତୁ ବୟସ ବର୍ତମାନ ୭୪ ହେଲାଣି । ଚର୍ଚ୍ଚା ହେଉଛି ୨୦୨୪ ହୋଇପାରେ ତାଙ୍କର ଶେଷ ମ୍ୟାଚ୍ ।

ବିଜୟ ମହାପାତ୍ର
ରାଜ୍ୟ ରାଜନିତୀର ଚର୍ଚ୍ଚିତ ଚେହେରା । ୪ ଥରର ବିଧାୟକ, ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ହେଲେ ୨୦୦୦ ମସିହାରୁ ବିଧାନସଭାର ମାଟି ମାଡିପାରୁନାହନ୍ତି ବିଜୟ । କୁହାଯାଉଛି ୨୦୨୪ ମଧ୍ୟ ତାଙ୍କ ଶେଷ ଲଢେଇ ହୋଇପାରେ ।

ନରସିଂହ ମିଶ୍ର
କଂଗ୍ରେସ ବିଧାୟକ ଦଳ ନେତା । ୫ଥରର ଅପ୍ରତିଦ୍ୱନ୍ଦୀ ବିଧାୟକ । ବିଧାନସଭାରେ ଶାଣିତ ତଥା ତଥ୍ୟ ଭିତିକ ଯୁକ୍ତିରେ ସରକାରଙ୍କୁ ଘାଇଲା କରନ୍ତି । ଏବେ ନରସିଂହଙ୍କ ବୟସ ୮୩ ଅତିକ୍ରମ କଲାଣି । ବୟସ ସିନା ବଢ଼ିଛି, କିନ୍ତୁ ଅଭିଜ୍ଞତାଙ୍କୁ ଆହୁରୀ ପରିପକ୍ୱ କରିଛି । ସେ ୨୪ ଲଢ଼େଇରେ, ଲଢ଼ୁଆ ହେବେ ନା ନାହିଁ ତା ଉପରେ ମଧ୍ୟ ନଜର ।

ଖାରବେଳ ସ୍ୱାଇଁ
ବିଜେପିର ଉପକୂଳିଆ ଟାଣୁଆ ନେତା । ୩ ଥରର ସାଂସଦ । ବୟସ ୭୦ ଟପିଲାଣି । ୨୦୧୯ରେ କନ୍ଧମାଳରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ୨୦୨୪ରେ ବାଲେଶ୍ୱରରୁ ଲଢିବା ପାଇଁ ମଧ୍ୟ କହିଲେଣି ।
ଏହି ତାଲିକାରେ ଏନେକ ନାଁ । ପଦ୍ମନାଭ ବେହେରା , ବଦ୍ରି ପାତ୍ର, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ, ପ୍ରଫୁଲ୍ଲ ମଲିକ ଓ ନୃସିଂହ ସାହୁଙ୍କ ଭଳି ଭଳି କିଛି ଚେହେରା ୨୦୨୪ ଲଢେଇରେ ନିଜେ ପ୍ରତିଦ୍ୱନ୍ଦିତା କରିବେ ନହେଲେ ନିଜ ପୁଅ ଓ ସଂପର୍କୀୟଙ୍କ ପାଇଁ ମଧ୍ୟ ଲବି ଆରମ୍ଭ କଲେଣି । ଯଦି ସେମାନଙ୍କୁ ସୁଯୋଗ ନମିଳେ , ତେବେ ୨୦୨୪ ହେବ ତାଙ୍କ ପାଇଁ ଶେଷ ପରୀକ୍ଷା ।

The post ୨୪ ହୋଇପାରେ ହେଭିୱେଟଙ୍କ ପାଇଁ ଅନ୍ତିମ ନିର୍ବାଚନ । ଶେଷ ଲଢ଼େଇ ପାଇଁ ଆଶା ବାନ୍ଧିଛନ୍ତି ରାଜ୍ୟର ପୁରୁଖା ନେତା first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଆରମ୍ଭ ହେଲା କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏଭଳି ପ୍ରୟାସ

କନକ ବ୍ୟୁରୋ : ପାଣ୍ଠି ସଂଗ୍ରହ ପାଇଁ କଂଗ୍ରେସର ଅଭିଯାନ ଆରମ୍ଭ । ‘ଦେଶ ପାଇଁ ଦାନ’ ଜରିଆରେ ସଂଗ୍ରହ ହେବ ପାଣ୍ଠି । ପ୍ରଥମେ ଅନଲାଇନ ପରେ ଘରକୁ ଘର ଯିବ ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଆରମ୍ଭ କରୁଥିବା ଏହି ଅଭିଯାନର ନାଁ ହେଉଛି, ଦେଶ ପାଇଁ ଦାନ । ପାଣ୍ଠି ସଂଗ୍ରହ ପାଇଁ ଦେଶର ସର୍ବପୁରାତନ ଦଳ ବିଧିବଦ୍ଧଭାବେ ଏହି ଅଭିଯାନ ଆରମ୍ଭ କରିଛି । ପ୍ରଥମେ ଅନଲାଇନ ଏବଂ ପରେ ଘରକୁ ଘର ଯାଇ ଦାନ ସଂଗ୍ରହ କରିବେ କଂଗ୍ରେସ କର୍ମୀ । ଦଳକୁ ୧୩୮ ବର୍ଷ ପୁରଣ କରିବାକୁ ଯାଉଥିବା ବେଳେ ପାଣ୍ଠି ଗ୍ରହଣର ଏକ ରୋଚକ ସଂଖ୍ୟା ରଖାଯାଇଛି । କଂଗ୍ରେସର ୱେବସାଇଟ୍କୁ ଯାଇ ଲୋକମାନେ ୧୩୮, ୧୩୮୦ କିମ୍ବା ୧୩, ୮୦୦ ଟଙ୍କା ଦାନ କରିପାରିବେ ।

ଡିସେମ୍ବର ୨୮ ତାରିଖ କଂଗ୍ରେସର ପ୍ରତିଷ୍ଠା ଦିବସ । ତେଣୁ ୨୮ ତାରିଖ ଯାଏଁ ଅନଲାଇନ୍ ଅଭିଯାନ ଚାଲିବ । ଏହା ପରେ କଂଗ୍ରେସ କର୍ମୀମାନେ ଘର ଘର ବୁଲି ୧୩୮ ଟଙ୍କା ଲେଖାଏଁ ସଂଗ୍ରହ କରିବ । ଉତମ ଭାରତ ଗଠନ ପାଇଁ ଲୋକଙ୍କୁ ଦାନ କରିବାକୁ ଅନୁରୋଧ କରିଛନ୍ତି ରାହୁଲ ଗାନ୍ଧୀ । ସର୍ବପୁରାତନ ଦଳକୁ ପାଣ୍ଠି ଚିନ୍ତା କାହିଁକି ଘାରିଛି, ନିର୍ବାଚନ କମିଶନଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଯାଉଛି । ଚଳିତବର୍ଷ ଭାରତୀୟ ଜନତା ପାର୍ଟିକୁ ୭୧୯ କୋଟି ଟଙ୍କା ଦାନ ଆକାରରେ ମିଳିଥିବା ବେଳେ କଂଗ୍ରେସ ଦଳକୁ ମିଳିଛି ମାତ୍ର ୭୯ କୋଟି । ବଡ଼ କଥା ବିଜେପି କ୍ଷେତ୍ରରେ ଦାନର ପରିମାଣ ବଢ଼ୁଥିବା ବେଳେ କଂଗ୍ରେସ କ୍ଷେତ୍ରରେ କମୁଛି । ବିଗତ ଆର୍ଥିକବର୍ଷରେ ବିଜେପିକୁ ୬୧୪ କୋଟିର ପାଣ୍ଠି ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ୯୫.୪ କୋଟି ।

ଦଳ ଚଳିତବର୍ଷ ପାଣ୍ଠି ବୃଦ୍ଧି ବିଗତବର୍ଷ
ବିଜେପି ୨୦୨୨-୨୩ ୭୧୯ କୋଟି ୧୭.୧% ୬୧୪ କୋଟି
କଂଗ୍ରେସ ୨୦୨୨-୨୩ ୭୯ କୋଟି — ୯୫.୪ କୋଟି

ତେବେ କଂଗ୍ରେସର ଏହି ପାଣ୍ଠି ସଂଗ୍ରହ ଅଭିଯାନକୁ ନେଇ ବେଶ ଆଶାବାଦୀ ଓଡ଼ିଶା କଂଗ୍ରେସ । ରାଜ୍ୟରେ କଂଗ୍ରେସ କର୍ମୀମାନେ ଉତ୍ସାହର ସହ ଏହି ଅଭିଯାନରେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି । ଅନ୍ୟପଟେ କଂଗ୍ରେସ ମୁହାଁଲୁଚାଇବା ପାଇଁ ଉଦ୍ୟମ କରୁଛି ବୋଲି ସମାଲୋଚନା କରିଛି ବିଜେପି ।

The post ଆଜିଠୁ ଆରମ୍ଭ ହେଲା କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏଭଳି ପ୍ରୟାସ first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ । କଲେ ବିକାଶ କାମର ସମୀକ୍ଷା, ବ୍ରାହ୍ମଣୀ ନଦୀ ଉପରେ ଏକମାଣିଆ ସେତୁର ଶିଳାନ୍ୟାସ

କନକ ବ୍ୟୁରୋ : ଗଞ୍ଜାମ ପରେ କେନ୍ଦ୍ରାପଡା ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ରାଜନୀତିରେ ଯୋଗ ଦେବା ପରେ କେନ୍ଦ୍ରାପଡାକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାବେଳେ ସେ ସେଠାରେ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରାପଡା ତିନିମୁହାଣି ଛକରୁ ଶ୍ରୀ ବଳଦେବ ଜୀଉ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଯାଇ ବଡଠାକୁରଙ୍କୁ ଦର୍ଶନ କରିଛନ୍ତି । ଏଥିସହ ବଳଦେବ ଜୀଉଙ୍କ ପାଖରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉପସ୍ଥିତ ଲୋକଙ୍କୁ ସମ୍ବୋଦ୍ଧିତ କରିଛନ୍ତି ।

ପ୍ରଥମେ ପାଣ୍ଡିଆନ୍ ରାଜନଗରର କେରଡାଗଡକୁ ଯାଇଥିଲେ । ସେଠାରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଏକମାଣିଆ ସେତୁର ଶିଳାନ୍ୟାସ କରିଥିଲେ । ସେଠାରୁ ରାଜନଗର କେରଡାଗଡ ଜଗନ୍ନାଥ ମନ୍ଦିରକୁ ଆସି ଦର୍ଶନ କରିବା ସହ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିଥିଲେ । ତାପରେ କେନ୍ଦ୍ରାପଡା ଫେରିଥିଲେ । ଫେରିବା ବାଟରେ ଗୋପାଳପୁର, ମଦନପୁର, ପଟ୍ଟାମୁଣ୍ଡାଇ, ଗଗୁଆରେ ଲୋକମାନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ସମୟରେ ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଗୋଟିଏ ପଟେ ପାଣ୍ଡିଆନ ଜିଲ୍ଳା ଗସ୍ତ ଜାରି ରଖିଥିବାବେଳେ ଆଉ ଗୋଟିଏ ପଟେ, ସମାଲୋଚନା କରିଛନ୍ତି ବିରୋଧୀ । ତେବେ ବିରୋଧୀଙ୍କ ସମାଲୋଚନାର ଜବାବ ରଖିଛି ବିଜେଡି । ଗଞ୍ଜାମ ଗସ୍ତରେ ଯାଇଥିବାବେଳେ ବିରୋଧୀଙ୍କୁ କଟାକ୍ଷ କରିଥିଲେ ଭି.କେ.ପାଣ୍ଡିଆନ । କିଛି ଲୋକଙ୍କୁ ରୂପାନ୍ତରଣ ଦେଖାଯାଉନି । ଶ୍ରୀମନ୍ଦିର, ତାରାତାରିଣୀ ଓ ସମଲେଶ୍ୱରୀ ମନ୍ଦିରର ଉଦାହରଣ ଦେଇ, ଆଖି ଖୋଲି ଦେଖିଲେ ବିକାଶର ଅସଲ ଚିତ୍ର ଦିଶିବ ବୋଲି କହିଥିଲେ । ପାଣ୍ଡିଆନଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି

The post ଗଞ୍ଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ । କଲେ ବିକାଶ କାମର ସମୀକ୍ଷା, ବ୍ରାହ୍ମଣୀ ନଦୀ ଉପରେ ଏକମାଣିଆ ସେତୁର ଶିଳାନ୍ୟାସ first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

କନକ ବ୍ୟୁରୋ: ପାର୍ଲାମେଂଟ ଇତିହାସରେ ପ୍ରଥମ ଘଟଣା । ହଙ୍ଗାମା କାରଣରୁ ପାର୍ଲାମେଂଟରୁ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ଗତ ୧୪ ତାରିଖରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ମିଶାଇ ମୋଟ ୯୨ ସାସଂଦ ନିଲମ୍ବିତ ହେଲେଣି । ଲୋକସଭାର ୩୩ଜଣ ସାଂସଦ ଶୀତ ଅଧିବେଶନରେ ଆଉ ଅଂଶଗ୍ରହଣ କରିପାରିବେନି । ରାଜ୍ୟସଭାର ୪୫ ଜଣ ସଦସ୍ୟଙ୍କ ମଧ୍ୟରୁ ୩୪ ଜଣଙ୍କୁ ସଂସଦର ଶୀତ ଅଧିବେସନରୁ ନିଲମ୍ବିତ କରାଯାଇଥିବାବେଳେ ୧୧ ଜଣଙ୍କ ସଂପର୍କରେ ନିଷ୍ପତି ସଂସଦର ସ୍ୱାଧୀକାର କମିଟି ଉପରେ ଛଡା ଯାଇଛି ।

ଭାରତୀୟ ସଂସଦ ଇତିହାସରେ ବୋଧହୁଏ ଏଭଳି କେବେ ଦେଖିବାକୁ ମିଳିନଥିଲା । ଗୃହରେ ପାଟିତୁଣ୍ଡ ଯୋଗୁଁ ଗୋଟିଏ ଦିନରେ ମୋଟ୍ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।
ଲୋକସଭା- ୩୩
ରାଜ୍ୟସଭା- ୪୫

ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ହଟ୍ଟଗୋଳ କରିବାରୁ, ପ୍ରଥମେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବିରୋଧୀ ଦଳର ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପହ୍ଲାଦ ଯୋଶୀ ଏମାନଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିଥିବା ବେଳେ, ଧ୍ୱନୀମତରେ ପ୍ରସ୍ତାବ ପାରିତ ହୋଇଛି । ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶରେ ଏମାନେ ସଂସଦ ଶୀତ ଅଧିବେସନରେ ଆଉ ସାମିଲ ହୋଇପାରିବେ ନାହିଁ । ତେବେ ଏହାକୁ ଅଗଣତାନ୍ତ୍ରିକ କହି ବର୍ଷିଛନ୍ତି ନିଲମ୍ବିତ ସଦସ୍ୟ ।

ସେହିପରି ରାଜ୍ୟସଭାରେ ମଧ୍ୟ ସରକାରଙ୍କ ବିରୋଧରେ ହଟ୍ଟଗୋଳ କରହିଛନ୍ତି ବିରୋଧୀ ସଦସ୍ୟ । ଗୃହରେ ବିଶୃଙ୍ଖଳା ପାଇଁ ଏମାନଙ୍କୁ ନିଲମ୍ବନ କରିବା ଲାଗି ପ୍ରସ୍ତାବ ଆଣିଥିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ । ପ୍ରସ୍ତାବ ଆଧାରରେ ଜୟରାମ ରମେଶ, କେସି ବେଣୁଗୋପାଳ, ରଣଦୀପ ସୂର୍ଯେବାଲାଙ୍କ ଭଳି ନେତାଙ୍କ ସମେତ ମୋଟ୍ ୪୫ ଜଣଙ୍କୁ ନିଲମ୍ବିତ କରାଯାଇଛି ।

୩୪ ସଦସ୍ୟ- ସଂସଦର ପୂରା ଶୀତ ଅଧିବେସନରୁ ନିଲମ୍ବିତ
୧୧ ସଦସ୍ୟ- ସ୍ୱାଧୀକାର କମିଟି ରିପୋର୍ଟ ଆସିବା ଯାଏଁ ନିଲମ୍ବିତ
୪୫ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କୁ ସଂସଦର ପୂରା ଶୀତ ଅଧିବେସନରୁ ନିଲମ୍ବିତ କରାଯାଇଥିବାବେଳେ ୧୧ ଜଣଙ୍କ ସଂପର୍କରେ ନିଷ୍ପତି ସଂସଦର ସ୍ୱାଧୀକାର କମିଟି ଉପରେ ଛଡା ଯାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏମାନଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

ପୂର୍ବରୁ ଗତ ୧୪ ତାରିଖରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା
ଲୋକସଭାରୁ ୧୩ ଓ ରାଜ୍ୟସଭାରୁ ଜଣେ ସାଂସଦ ନିଲମ୍ବିତ ହୋଇଥିଲେ
ଆଜିର ନିଲମ୍ବନକୁ ମିଶାଇ ମୋଟ୍ ୯୨ ସାଂସଦ ନିଲମ୍ବିତ ହୋଇଛନ୍ତି

ସଂସଦରେ ଉପଦ୍ରବ ପରେ ସୁରକ୍ଷା ପ୍ରସଙ୍ଗରେ ଅକଳରେ ପଡି ଯାଇଛନ୍ତି କେନ୍ଦ୍ର ସରକାର । ବିରୋଧୀ ଅଭିଯୋଗ କରିଛନ୍ତି ପ୍ରତିବାଦର ସ୍ୱର ଚାପିଦେବା ପାଇଁ ନିଲମ୍ବନ ରଣନୀତି ଆପଣାଇଛି ବିଜେପି ।

The post ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି first appeared on Kanak News.

from Kanak News
via <a href="https://ifttt.com/?

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଖୋଳତାଡ଼ । ଅଧିକ ପଚରାଉଚରା ପାଇଁ ଆଜି ଏସଟିଏଫ କରିପାରେ ରିମାଣ୍ଡ ଆବେଦନ, ସିଡିଆର ରିପୋର୍ଟ ଖୋଲିବ ଆତଙ୍କୀ ଲିଙ୍କ୍

କନକ ବ୍ୟୁରୋ : ଯାଜପୁରର ନେଉଲପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ମାମଲାର ଆକ୍ସନରେ କ୍ରାଇମବ୍ରାଞ୍ଚ ଏସଟିଏଫ । ଇଂଟେଲିଜେନ୍ସ ବ୍ୟୁରୋ ଓ ଏନଆଇଏ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କ୍ରାଇମବ୍ରାଂଚ ଆଇଜି । କାଶ୍ମୀର ଓ ପଞ୍ଜାବ ପୋଲିସ ସହ ତଥ୍ୟ ଆଦାନପ୍ରଦାନ କରାଯାଇଛି । ଟେରର ଲିଙ୍କ ନେଇ ଚାଲିଛି ପ୍ରମାଣ ଖୋଜା । ସିଡିଆର ଓଅନ୍ୟ ଡକୁମେଣ୍ଟକୁ ବିଶ୍ଳେଷଣ କରାଯାଇଛି । ୬ଟି ଆକାଉଣ୍ଟରେ ଟେରର ଫଣ୍ଡି ନେଇ ସୁରାକ ପାଇଛି ତଦନ୍ତକାରୀ ଅଧିକାରୀ । ଏସଟିଏଫ ତଦନ୍ତ ବେଳେ ବୁଖାରୀ ଅନେକ ମିଛ କହୁଥିବାରୁ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । ଏସଟିଏଫ ସନ୍ଦେହ କରୁଛି, କେରଳକୁ ଯୁବକଙ୍କୁ ପଠାଉଥିଲା ବୁଖାରୀ । ଏ ନେଇ ମିଳିଛି କିଛି ଚାଟ୍ ଓ ପ୍ରମାଣ । ତାରିକ ମାସୁଦ ସହ ହୋଇଥିବା ଚାଟ୍ ଡିଲିଟ କରିଛି ବୁଖାରୀ । ଏହାକୁ ରିଟ୍ରିଭ ପାଇଁ ସାଇବର ବିଶେଷଜ୍ଞଙ୍କ ସହାୟତା ନେଇଛି ଏସଟିଏଫ ।

ତଦନ୍ତବେଳେ ବୁଖାରୀରର ବିବାହକୁ ନେଇ ବଡ ଖୁଲାସା ହୋଇଛି । ୭ ଜଣଙ୍କୁ ବିବାହ କରିଥିବାବେଳେ ୧୨ ଜଣଙ୍କୁ ବିବାହ ପାଇଁ କରୁଥିଲା ଯୋଜନା ।
-ବିବାହ କରିଥିବା ମହିଳାଙ୍କୁ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରୁଥିଲା ଅଭିଯୁକ୍ତ
-୨ ନେପାଳୀ ମହିଳାଙ୍କୁ ବିବାହ କରିଥିଲା ଅଭିଯୁକ୍ତ
-ସେମାନଙ୍କ ଫୋନରେ ପାକିସ୍ତାନକୁ ତଥ୍ୟ ବିନିମୟ କରିଥିବା ସୂଚନା

ଏପଟେ ତଦନ୍ତକୁ ଏସଟିଏଫ ଜୋରଦାର କରିଥିବାବେଳେ ଯାଜପୁରରେ ରହୁଥିବା ବୁଖାରରୀ ସ୍ତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସ୍ଥାନୀୟ ଏକ ଘରୋଇ ସ୍କୁଲ । ଶିକ୍ଷୟିତ୍ରୀ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି । ବହିଷ୍କାର ନେଇ ଚିଠି ଜାରି କରିଛନ୍ତି ସ୍କୁଲ କର୍ତୃପକ୍ଷ । ତଦନ୍ତ ବେଳେ ଏହା ମଧ୍ୟ ଜଣାପଡିଛି ବୁଖାରୀର ଜଣେ ସମ୍ପର୍କୀୟ ଭାଇକୁ ପୂର୍ବରୁ ଆତଙ୍କବାଦୀ ଲିଙ୍କରେ ଗିରଫ କରିଥିଲା ପୁଲିସ । ବୁୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ ତଥ୍ୟ ମିଳିଥିଲା ବୋଲି କହିଥିଲା ଏସଟିଏଫ । ଏବେ ରିମାଣ୍ଡରେ ଆସିବା ପରେ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଜେଲ ନେବାକୁ ଚଣ୍ଡୀଖୋଲର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି

The post ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଖୋଳତାଡ଼ । ଅଧିକ ପଚରାଉଚରା ପାଇଁ ଆଜି ଏସଟିଏଫ କରିପାରେ ରିମାଣ୍ଡ ଆବେଦନ, ସିଡିଆର ରିପୋର୍ଟ ଖୋଲିବ ଆତଙ୍କୀ ଲିଙ୍କ୍ first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ବଢୁଛି ଡାଇରିଆ ଆତଙ୍କ । ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି, ପାଣିରୁ ରୋଗ ବ୍ୟାପୁଥିବା ନେଇ ଉପଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗର ଭିନ୍ନ ମତ

କନକ ବ୍ୟୁରୋ : ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ଜଳବାହିତ ରୋଗ ଏବଂ ଭିବ୍ରିଓ କଲେରା ବାକ୍ଟେରିଆ ଯୋଗୁଁ ହେଉଛି ବୋଲି କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଟ ସୁଧାରାଣୀ ପ୍ରଧାନ ।

ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଛି, ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବାଂଟୁଛନ୍ତି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି । ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି । ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଝାଡାବାନ୍ତି ବ୍ୟାପିବା ପଛର ପ୍ରମୁଖ କାରଣ ହେଉଛି ପାଣି । ପାଣିରେ କ୍ଲୋରିନ୍ କମ୍ ରହିଛି । ଏହା ଜଳବାହିତ ରୋଗ ବୋଲି ପ୍ରାଥମିକ ସ୍ତରରେ ଜଣାପଡିିଛି ।

ଗୋଟିଏ ପଟେ ପାଣି ଟ୍ୟାଙ୍କି ସଫା କରିବା, ନାଳ ବିଶୋଧନ କରିବା ସହ ପାଣି ନମୁନା ସଂଗ୍ରହ ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ହଟ୍ସ୍ପଟ୍ ପାଲଟିଥିବା ପାନପୋଷ ଓ ଛେଣ୍ଡ ଅଂଚଳରେ ବିଶୁଦ୍ଧ ପାଣି ପିଇବାକୁ ମିଳୁନଥିବା ଅଭିଯୋଗ ହେଉଛି । ପାନପୋଷର ୫ ନମ୍ବର ୱାର୍ଡର ବାସିନ୍ଦା ଗୋଳିଆ ପାଣି ପିଉଥିବା ବେଳେ ଛେଣ୍ଡରେ ପାଣି ପାଇପ୍ ଫାଟି ଯାଇଛି । ପାନପୋଷରେ ଟ୍ୟାପ୍ ଖୋଲିବା ମାତ୍ରେ ବାହାରୁଛି ଗୋଳିଆ ପାଣି ।
ଛେଣ୍ଡ ଅଞ୍ଚଳରେ ପାଣି ପାଇପ୍ ଫାଟି ଯାଇଛି । ଯୁଦ୍ଧକାଳୀନ ଭିତିରେ ଏହାର ମରାମତି ହେଉଛି । କିନ୍ତୁ ଲୋକଙ୍କ ଅଭିଯୋଗ ପାଇପ ଫାଟିଥିବାରୁ ଦୂଷିତ ହୋଇଯାଇଛି ପିଇବା ପାଣି । ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଜଳବାହିତ ରୋଗ କହୁଥିବା ବେଳେ ଏହାକୁ ମାନୁନାହାନ୍ତି ୱାଟକୋ ଅଧିକାରୀ
ସରକାରଙ୍କ ତତ୍ପରତା ସତ୍ୱେ ନିୟନ୍ତ୍ରଣକୁ ଆସୁନାହିଁ ସ୍ଥିତି । ସରକାରୀ ଭାବେ ମତ୍ୟୁ ସଂଖ୍ୟା ୬ କୁହାଯାଉଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡିଛି । ୫୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୪୨ ଜଣ ଚିକିତ୍ସିତ ହେଉଛନ୍ତି ।

The post ରାଉରକେଲାରେ ବଢୁଛି ଡାଇରିଆ ଆତଙ୍କ । ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି, ପାଣିରୁ ରୋଗ ବ୍ୟାପୁଥିବା ନେଇ ଉପଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗର ଭିନ୍ନ ମତ first appeared on Kanak News.

from Kanak News
via <a href="https://ifttt.com/?

ବୋମା ବିସ୍ଫୋରଣ, ଟାର୍ଗେଟ କିଲିଙ୍ଗ , ଡ୍ରଗ୍ସ ଚୋରା ଚାଲାଣ… ଭାରତରେ ଦାଉଦ ଇବ୍ରାହିମ କଣ କଣ ଅପରାଧ କରିଛି ?

ଭାରତର କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମକୁ ପାକିସ୍ତାନରେ ବିଷ ଦିଆଯାଇଥିବାର ଖବର ଆସିଛି । ଏହା ସହ ପାକିସ୍ଥାନରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ଦାବିକରାଯାଉଛି । ଆଜିର ଷ୍ଟୋରିରେ ଜାଣିବା ଏହି କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର କଳା କରନାମା ।

ଏମିତି ଗୋଟେ ସମୟ ଥିଲା ଯେତେବେଳେ ମୁମ୍ବାଇରେ ଦାଉଦର ରାଜ ଚାଲିଥିଲା । ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ପୋର୍ଟ, ଡ୍ରଗ୍ସ ଚୋରା କାରବାର, ରିଏଲ ଇଷ୍ଟେଟ ଇତ୍ୟାଦି ସବୁ କାରବାରରେ ତାର ହାକିମାତି ଚାଲିଥିଲା । ତାର ବିନା ଅନୁମତିରେ ଏସବୁ କ୍ଷେତ୍ରରେ କେହି ଟିକେ ବି ଆଗକୁ ବଢି ପାରୁନଥିଲେ । ପୃଷ୍ଟି ନହେଇଥିବା ଖବର ଅନୁଯାୟୀ ଦାଉଦର ସ୍ବାସ୍ଥ୍ୟ ଅବସ୍ତା ଅତ୍ୟନ୍ତ ଗମ୍ଭୀର । ତାକୁ ଏକ ମେଡ଼ିକାଲରେ ରଖାଯାଇଛି । ସେ ରହୁଥିବା ଫ୍ଲୋରକୁ ସମ୍ପୂର୍ଣ ରୂପେ ଖାଲି କରି ଦିଆଯାଇଛି । ସେଠାରେ କେବଳ ଡାକ୍ତରୀ ଷ୍ଟାଫ ଓ ସେନା ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରବେଶ ଉପରେ ବାରଣ ଲଗାଯାଇଛି । ଏହିପରି ଖବର ପାକିସ୍ତାନର ସମ୍ବାଦିକା ଆରଜୁ କାଶମୀ ନିଜେ  ଦେଇଛନ୍ତି । ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦକୁ ଭାରତ ସମେତ ଅନେକ ଦେଶର ପୋଲିସ ଖୋଜୁଛି । ଦାଉଦ ପାକିସ୍ତାନରେ ଥିବାର ଅନେକ ଥର ପ୍ରମାଣ ଦେଇଛି ଭାରତ କିନ୍ତୁ ପାକିସ୍ତାନ ସରକାର ସବୁଥର ଏହାକୁ ମନା କରିଆସୁଛି । ଏପରିକି ୨୦୨୦ ମସିହାରେ ପାକିସ୍ତାନ ସରକାର ନିଜେ ଏକ ସରକାରୀ ଡକୁମେଣ୍ଟରେ ଦାଉଦ ପାକିସ୍ତାନରେ ଥିବାର ପ୍ରମାଣ ଦେଇଥିଲା କିନ୍ତୁ  ପ୍ରତ୍ୟାର୍ପଣ ପାଇଁ କୌଣସି ବି ପ୍ରସ୍ତାବକୁ ଗ୍ରହଣ କରୁନାହିଁ ।

ଆତଙ୍କବାଦ ଓ ମୁମ୍ବାଇ ବୋମା ବିସ୍ପୋରଣ ୧୯୯୩ ରେ ମୁମ୍ବାଇରେ ହୋଇଥିବା ସିରିଏଲ ବମ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଥିଲା  ଦାଉଦ । ଏହି ଘଟଣାରେ ୨୫୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଗତବର୍ଷ ଭାରତର ଯାଞ୍ଚ ଏଜେନ୍ସି ଏକ ଚାର୍ଜସିଟ ଦାଖଲ କରିଥିଲା । ଯେଉଁଥିରେ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ଏକ ପାଞ୍ଚଜଣିଆ  ଲିଷ୍ଟ ଜାରି କରିଥିଲା । ଏହି ଗତିବିଧିରେ ଲସ୍କର ଏବଂ ଜୈସ ପାରି କୁଖ୍ୟାତ ଆତଙ୍କବାଦୀ ସଂଗଠନର ଉଲ୍ଲେଖ ଥିଲା । ଏହି ଦୁଇ ସଂଗଠନ ସହ ଦାଉଦର ସମ୍ପର୍କ ଅତି ନିବିଡ଼ । ଜନ୍ମ ଏବଂ ଅପରାଧ ଦୁନିଆ ମୁମ୍ବାଇ ପୋଲିସର ଜଣେ କନେଷ୍ଟବଳର ପୁଅ ଦାଉଦ ଅତି ବାଲ୍ୟକାଳରୁ ଅପରାଧ ଦୁନିଆରେ ପ୍ରବେଶ କରିଥିଲା । ଫିଲ୍ମ ଟିକେଟ କଳାବଜାରୀରୁ ନିଜର ଅପରାଧ ଦୁନିଆ ଆରମ୍ଭ କରିଥିବା ଦାଉଦ ଧୀରେ ଧୀରେ ଚୋରୀ ଡକାୟତିରେ ସାମିଲ ହୋଇଥିଲା । କିନ୍ତୁ ସେ ତତ୍କାଳୀନ କୁଖ୍ୟାତ ଡନ୍ କରିମ୍ ଲାଲା ଗ୍ୟାଙ୍ଗଙ୍କ ସଂସ୍ପର୍ଶରେ ଆସିଥିଲା ।

ତା’ପରେ ସିଏ କରିମ ଲାଲା ସହ ମିଶି ଲୁଟପାଟ, ବେଟିଂ, ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ବେଆଇନ ବ୍ୟବସାୟରେ ଧୀରେ ଧୀରେ ପଶିବା ଆରମ୍ଭ କରିଥିଲା ଦାଉଦ ବଲିଉଡର ସେଲିବ୍ରିଟି ଏବଂ ନିର୍ମାତାମାନଙ୍କଠାରୁ ମଧ୍ୟ ଜୋର ଜବରଦସ୍ତ ଟଙ୍କା ଆଦାୟ  କରୁଥିଲା । କୁହାଯାଏ ଯେ ଏହି ସବୁଥିରୁ ମିଳୁଥିବା ଅର୍ଥକୁ ଦାଉଦ ରିଅଲ ଇଷ୍ଟେଟରେ ବିନିଯୋଗ କରୁଥିଲା । ସମସ୍ତ ହାୱାଲା ବ୍ୟବସାୟରେ ଏହାର ହାତ ଥିଲା । ବିଦେଶକୁ ବେଆଇନ ଭାବେ ଟଙ୍କା ପଠାଇବାରେ ତାର ମୁଖ୍ୟ ଭୂମିକା ଥିଲା ।

୧୯୮୧ ରେ ଦାଉଦର ଭାଇ ସାବୀର ଇବ୍ରାହିମ କାଶକରର ହତ୍ୟା ପଠାନ ଗ୍ୟାଙ୍ଗ ଦ୍ଵାରା ହୋଇଥିଲା । ଏହାପରେ ବମ୍ବେରେ ଆରମ୍ଭ ହେଇଥିଲା ଗ୍ୟାଙ୍ଗୱାର । ରକ୍ତର ନଦୀ ବହିବାରେ ଲାଗିଥିଲା ବମ୍ବେର ରାଜରାସ୍ତାରେ । ତାପରେ ଦାଉଦ ବିଦେଶ ପଳେଇଥିଲା କିନ୍ତୁ ତାର ଲୋକମାନେ ମୁମ୍ବାଇରେ ଗୁଣ୍ଡାରାଜ ଚଳେଇଥିଲେ । ବିଦେଶରେ ଥାଇ ସେ ପଠାନ ଗ୍ୟାଙ୍ଗକୁ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ପ୍ରାୟ ଦୁଇ ଦଶକ ଧରି ଚାଲିଥିଲା ଏହି ରକ୍ତର ହୋଲି ଖେଳ । ଦୁଇ ପକ୍ଷରୁ ପରେ ୯୦୦ ଉପରେ ସଦସ୍ୟ ମରିବା ପରେ ଥଣ୍ଡା ପଡିଥିଲା । ଏଥିପାଇଁ ବମ୍ବେ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଏହାପରେ ସେ ପୁନର୍ବାର ଭାରତ ଫେରି ଆସିଥିଲା । ଏଥର ସିଏ ଡ୍ରଗସ ଏବଂ ଅଫିମ କାରବାରରେ ମୁଣ୍ଡ ପୁରେଇଥିଲା । ଏକଦା ଛୋଟା ରାଜନ ତାର ଦହନ ହାତ ଥିଲା । ବମ୍ବେ ବମ ବ୍ଲାଷ୍ଟ ପରେ ଦୁହେଁ ଅଲଗା ହେଇଯାଇଥିଲେ । ଦୁହେଁ ଦୁହିଁଙ୍କର ଜୀବନ ନେବା ପାଇଁ ଅନେକ ଥର ଚେଷ୍ଟା ମଧ୍ୟ କରିଥିଲେ । ୯୩ ବମ୍ବେ ବମ ବ୍ଲାଷ୍ଟ ପରେ  ସେ ଦୁବାଇ ଚାଲିଯାଇଥିଲା । ସେବେଠାରୁ ସିଏ କେବେ ଦୁବାଇ ତ କେବେ କରାଚିରେ ରହି ନିଜର କାରବାରକୁ ନିୟନ୍ତ୍ରଣ କରୁଛି ।

The post ବୋମା ବିସ୍ଫୋରଣ, ଟାର୍ଗେଟ କିଲିଙ୍ଗ , ଡ୍ରଗ୍ସ ଚୋରା ଚାଲାଣ… ଭାରତରେ ଦାଉଦ ଇବ୍ରାହିମ କଣ କଣ ଅପରାଧ କରିଛି ? first appeared on Kanak News.

from Kanak News
via <a href="https://ifttt.com/?

ଶୀତ ସହ ମିତ ବସିଛି କନ୍ଧମାଳ । ଗରମ ଚା’ ପିଉଛି, କାଠ ଜାଳି ନିଆଁ ପୁଉଁଛି…

କନକ ବ୍ୟୁରୋ: ଏ ଦୃଶ୍ୟ ହିଁ ବୟାନ କରୁଛି ଶୀତ ଆସିଲାଣି ବୋଲି । ଖାଲି ଦେହ ଥରିଲେ କି ଦେହରେ ସ୍ୱେଟର ପଡିଲେ ଶୀତ ଆସିଛି ବୋଲି କୁହା ଯାଇପାରିବନି ବରଂ କାଠ ଜାଳି ନିଆଁ ପୁଆଁ ହେଲେ ହିଁ ଶୀତର ଅସଲ ଚିତ୍ର ସାମ୍ନାକୁ ଆସେ । ଟକମକ ଫୁଟୁଥିବା କେଟିଲରୁ ଚା ପିଇ ଥରିଲା ଓଠକୁ ଉଷୁମ ଦେଲେ ହିଁ ଶୀତ ଆସିଛି ବୋଲି ଅନୁଭବ ହୁଏ । ନିଦଭରା ଶୀତୁଆ ସକାଳରେ ସୂରୁଜ ଟିକେ ଡେରି କରି ଉଇଁଲେ ଜାଣିବ, ସୂର୍ଯ୍ୟ ଆକାଶ ଛାତିରେ ଅଳସଟେ ଭାଙ୍ଗି ହାତରେ କପେ ଚା ଧରି ଧିରେଧିରେ ଆସୁଛନ୍ତି ବୋଲି…

ସହରର ଶୀତ ହେଉ କି ଗାଁର ଶୀତ – ଶୀତ ମାନେ ହିଁ ଗୋଟେ ସୁନ୍ଦର ଅନୁଭୂତି । ଶୀତ ମାଟିକୁ ଛୁଇଁଲେ ମତୁଆଲା ହୁଏ ମନ, ଶୀତ ପବନକୁ ଛୁଇଁଲେ ମହୁଆ ହୁଏ ଦେହ । ଦେଶିଆ ଶୀତରେ ଦିହ ଥରିଗଲେ ଛାଏଁ ଟାଙ୍କୁରିଯାଏ ଲୋମକୂପ । ଗାଁରେ ଶୀତ ଗୋଟେ ଶାସ୍ତି ସତ ହେଲେ ସେ ଶାସ୍ତି ବି ଆଣିଦିଏ ଗୋଟେ ସ୍ମୃତି ।

ଗତ କିଛି ଦିନ ହେଲା କନ୍ଧମାଳରେ ଜାରି ରହିଛି ଶୀତର ଲହରୀ । ସପ୍ତାହେ ହେଲାଣି ଏହି ଶୀତ ଲହରୀ ଜରି ରହିଛି । କନ୍ଧମାଳରେ ପାରଦ ତଳ ମୁହଁ ହୋଇଛି । ପ୍ରବଳ ଶୀତ ସହିତ ଘନ କୁହୁଡି ରହୁଥିବାରୁ ଜାଡ ମାଡରେ ଜିଲ୍ଲା ଥରହର ହେଉଛି । ଗତ କିଛି ଦିନ ହେଲା ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ ତଳେ ହିଁ ରହୁଛି ।

ଦାରିଙ୍ଗବାଡି ଠାରୁ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । କୁହୁଡି ଯୋଗୁଁ ଗାଡି ଚଳାଚଳରେ ଅସୁବିଧା ହେଉଛି । ତେବେ ଶୀତର ପହିଲି ସ୍ପର୍ଶ କନ୍ଧମାଳକୁ ଆନମନା କରିଥିବା ବେଳେ ଶୀତର ମୁକାବିଲା ଏବଂ ଶୀତର ମଜା ଉଠାଇବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

The post ଶୀତ ସହ ମିତ ବସିଛି କନ୍ଧମାଳ । ଗରମ ଚା’ ପିଉଛି, କାଠ ଜାଳି ନିଆଁ ପୁଉଁଛି… first appeared on Kanak News.

from Kanak News
via <a href="https://ifttt.com/?

ଆଠମଲ୍ଲିକ ଓଏଡା ପଞ୍ଚାୟତର ସ୍ୱାଧୀନ ସରପଞ୍ଚଙ୍କୁ ସହଯୋଗ କରୁନାହିଁ ବ୍ଲକ ପ୍ରଶାସନ: ମନ ଇଚ୍ଛା କାମ କରୁଛନ୍ତି ଠିକାଦାର

କନକ ବ୍ୟୁରୋ: ଠିକାଦାର ଓ ମୁଷ୍ଟିମେୟ ରାଜନୈତିକ ପ୍ରରୋଚନାରେ ଚାଲିଛି ଆଠମଲ୍ଲିକ ଜିଲ୍ଲା ପ୍ରଶାସନ।ରାଜନୈତିକ ଆକ୍ରୋଶ ଯୋଗୁଁ ପଞ୍ଚାୟତରେ ହେଇପାରୁନି ବିକାଶମୂଳକ କାର୍ୟ୍ୟ।କାମ ହେଉଥିଲେ ବି ହେଇପାରୁନି ବିଲ୍। ଏହାର ପ୍ରତିବାଦ କରି ଜିଲ୍ଲାପ୍ରଶାସନ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଏଡା ପଞ୍ଚାୟତ ବାସି।

ଅନୁଗୋଳ ଆଠମଲ୍ଲିକ ବ୍ଲକ, ଓଏଡା ପଞ୍ଚାୟତରେ ହୋଇପାରୁନି କୌଣସି ଉନ୍ନତିମୂଳକ କାର୍ୟ୍ୟ। ସ୍ଥାନୀୟ ପ୍ରଶାସନର ଉଦ୍ଦେଶ୍ୟ ମୂଳକ ଅବହେଳା ଓ ରାଜନୈତିକ ଆକ୍ରୋଶ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ରହିଛି ବିକାଶ ମୂଳକ କାମ । ୨୦୨୧-୨୨ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ୟ୍ୟ କରିଥିବା ଶ୍ରମିକମାନେ ଆଜି ଯାଏଁ ପାଉଣା ପାଇନାହାନ୍ତି । ଆଠମଲ୍ଲିକ ବ୍ଲକ ପ୍ରଶାସନ ଉଦେଶ୍ୟମୂଳକ ଭାବେ ବୈଠକ କରୁନଥିବାରୁ ଶ୍ରମିକଙ୍କ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହୋଇଛି । ଏହାସହ ପଞ୍ଚାୟତରେ ତେଲନଇ, କୁନ୍ଦପୁର, ସୁଗ୍ରିପାଲି ଓ ବଦବନ୍ଧ ଗ୍ରାମକୁ ରାସ୍ତା ନିର୍ମାଣ ହୋଇନଥିବାରୁ ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ଓଏଡା ପଞ୍ଚାୟତରେ ସରପଂଚ ଭାବେ ସ୍ୱାଧୀନ ପ୍ରାର୍ଥୀ ସୁବାସିନୀ ସେଠୀ ନିର୍ବାଚିତ ହୋଇଛନ୍ତି । ଶାସକ ଦଳକୁ ସମର୍ଥନ କରୁନଥିବାରୁ ରାଜନୈତିକ ଆକ୍ରୋଶ ରଖି ପଞ୍ଚାୟତର ଉନ୍ନତିମୂଳକ କାର୍ୟ୍ୟରେ ବାଧା ସୃଷ୍ଟିି କରାଯାଉଥିବା ଅଭିଯୋଗ କରିଛନ୍ତି ସରପଂଚ। ସରପଞ୍ଚଙ୍କୁ ନଜଣାଇ ଠିକାଦାରମାନେ ପଞ୍ଚାୟତରେ ଭାବରେ କାମ କରୁଛନ୍ତି । ଏନେଇ ବାରମ୍ବାର ବିଡିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିପାରିନହିଁ । ତେବେ ଆଠମଲ୍ଲିକ ବ୍ଲକରେ ଅଫିସର ରାଜ ହଟାଇବା ଓ ପଞ୍ଚାୟତରେ ଉନ୍ନତିମୂଳକ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଦାବିରେ ଏକାଠି ହୋଇଛନ୍ତି ପଂଚାୟତବାସୀ । ସରପଞ୍ଚ ଓ ସ୍ଥାନୀୟ ନେତା ଅର୍ଜୁନ ବେହେରାଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତବାସୀ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାଜନୈତିକ ଆକ୍୍େରାଶ ପାଇଁ ଗାଁ ଉନ୍ନତିରେ ପ୍ରତିବନ୍ଧକ କେବେ ବି ଗ୍ରହଣିୟ ନୁହେଁ । ଲୋକଙ୍କ ସମସ୍ୟାକୁ ବୁଝି ସମାଧାନ କରିବାର ଆବଶ୍ୟକତା ରହିଛି ।

The post ଆଠମଲ୍ଲିକ ଓଏଡା ପଞ୍ଚାୟତର ସ୍ୱାଧୀନ ସରପଞ୍ଚଙ୍କୁ ସହଯୋଗ କରୁନାହିଁ ବ୍ଲକ ପ୍ରଶାସନ: ମନ ଇଚ୍ଛା କାମ କରୁଛନ୍ତି ଠିକାଦାର first appeared on Kanak News.

from Kanak News
via <a href="https://ifttt.com/?

୧୯୯୦ ବନ୍ୟା ପରେ ଧରାକୋଟ ଘୋଡାପଲ୍ଲିରେ ଥଇଥାନ କରିଥିଲେ ସରକାର: ଆଜି ଯାଏଁ ମିଳିନାହିଁ ଘରଡିହ ପଟ୍ଟା

କନକ ବ୍ୟୁରୋ: ୧୯୯୦ ମସିହାର ବନ୍ୟା ବିପ୍ନଙ୍କୁ ସରକାର ଥଇଥାନ କରିଛନ୍ତି । ହେଲେ ଏଯାଏଁ ମିଳିନି ଘରବାରି ପଟା । ଫଳରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ପାଲଟିଛି ଦୁଃସପ୍ନ । ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ବି ପଟ୍ଟା ପାଇବାରୁ ବଂଚିତ ଥିବା ୪୦ ପରିବାରର ପିଲା ପାଠପଢା କ୍ଷେତ୍ରରେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ଗଂଜାମ ଧରାକୋଟ ବ୍ଲକ ଘୋଡାପଲ୍ଲି ଗାଁରୁ ଆସିଛି ଏମିତି ଅଭିଯୋଗ ।

୧୯୯୦ କରାଳ ବନ୍ୟାରେ ପ୍ରଭାବିତ ହୋଇଥିଲେ ଗଂଜାମବାସୀ । ରିଷୁକୁଲ୍ୟା ନଦୀରେ ଆସିଥିବା ବନ୍ୟା ଜଳରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା ଧରାକୋଟ ବ୍ଲକ ଦାମଦରପଲ୍ଲି ଗାଁର ହରିଜନ ସାହି । ସେତେବେଳେ ବନ୍ୟା ବିପନ୍ନଙ୍କୁୁ ଘୋଡାପଲ୍ଲି ଠାରେ ଥଇଥାନ କରିଥିଲେ ସରକାର । ଏହାରି ଭିତରେ ୩୨ ବର୍ଷ ବିତିଲାଣି, ହେଲେ ବନ୍ୟା ବିସ୍ଥାପିତଙ୍କୁ ଏଯାଏଁ ଘରବାରି ପଟ୍ଟା ମିଳିନାହିଁ । ଫଳରେ ଗ୍ରାମବାସୀଙ୍କ ପାଇଁ ଦୁଃସପ୍ନ ପାଲଟିଯାଇଛି ଜନକଲ୍ୟାଣକାରି ଯୋଜନା ।

ପଟା ନଥିବାରୁ ପିଲାମାନେ ପାଠପଢାରେ ବହୁ ସମସ୍ୟା ଭୋଗୁଛନ୍ତି । ଆବାସିକ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର ବାହାର କରିପାରୁନାହାନ୍ତି । ସରକାରୀ ସ୍ତରରେ ମିଳୁଥିବା ମାଗଣା ଶିକ୍ଷାଦାନରେ ସାମିଲ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଘରଡିହ ପଟ୍ଟା ପାଇଁ ବିସ୍ଥାପିତ ପରିବାର ତହସିଲ୍ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ଥର ଯାଇଛନ୍ତି । ହେଲେ କୌଣସି ସୁଫଳ ମିଳୁନାହିଁ । ଘର ଗୋଚର ଜମିରେ ଥିବାରୁ ଘରବାରି ପଟା କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି । ଏକଥା ଶୁଣିବା ପରେ ବିସ୍ଥାପିତମାନେ ପ୍ରଶ୍ନ କରିଛନ୍ତି, ଯଦି ଗୋଚର ଜମିରେ ଥିବା ଘରର ପଟ୍ଟା ହୋଇ ପାରିବ ନାହିଁ, ତେବେ ସରକାର ସେମାନଙ୍କୁ ସେଠାରେ ଥଇଥାନ କରୁଥିଲେ କେମିତି ?

ପିଲାମାନେ ପାଠପଢାରେ ସମସ୍ୟା ଭୋଗୁଥିବା ବେଳେ ୧୯୯୦ରୁ ତିଆରି ହୋଇଥିବା ଘର ଗୁଡିକ ଏବେ ପୁରାପୁରି ଭୁଷୁଡିବା ସ୍ଥିତିକୁ ଗଲାଣି । କେତେକଙ୍କ ଘରର ଛାତର ପ୍ଲାଷ୍ଟର ବାହାରି ପଡିଥିବା ବେଳେ କେତକ ଘରେ ପଲିଥିନ୍ ଢାଙ୍କି ରହୁଛନ୍ତି । ହେଲେ ଘରବାରି ପଟା ନଥିବାରୁ ଆବାସ ଯୋଜନା ପାଇବାରୁ ବଂଚିତ ହେଉଛନ୍ତି । ଏହାକୁ ନେଇ ସ୍ଥାନୟ ଅଂଚଳରେ ଅସନ୍ତୋଷର ନିଆଁ ଜଳୁଛି । ଆଗାମି ୨୦ ଦିନରେ ବିସ୍ଥାପିତଙ୍କୁ ପଟା ପ୍ରଦାନ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛି ଅଖିଳ ଭାରତ କିଷାନ ମଜୁଦୁର୍ ସଂଘ ।

The post ୧୯୯୦ ବନ୍ୟା ପରେ ଧରାକୋଟ ଘୋଡାପଲ୍ଲିରେ ଥଇଥାନ କରିଥିଲେ ସରକାର: ଆଜି ଯାଏଁ ମିଳିନାହିଁ ଘରଡିହ ପଟ୍ଟା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started