ବରଗଡ ଧନୁଯାତ୍ରା : ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ

କନକ ବ୍ୟୁରୋ : ବରଗଡ ଧନୁଯାତ୍ରା ପାଇଁ ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ । ହାଟପଦା ସ୍ଥିତ ସଞ୍ଚାର ପଡିଆରେ ସ୍ଥାପନ ହେବ ଶୁଭସ୍ତମ୍ଭ । ଜାନୁଆରୀ ୧୫ରୁ ୨୫ତାରିଖ ଯାଏଁ ଚାଲିବ ଧନୁଯାତ୍ରା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ବୈଠକରେ ନିଷ୍ପତ୍ତି ।

ଧନୁଯାତ୍ରାରେ ଦୁଲୁକିବ ବରଗଡ । ଦେଖିବାକୁ ମିଳିବ ଭଗବାନ କୃଷ୍ଣଙ୍କ ଲୀଳା । କଂସ ମହାରାଜଙ୍କ ଗର୍ଜନରେ କମ୍ପିବ ମଞ୍ଚ । ଦୁଲୁକିବ ବଡଗଡ । ଭଗବାନଙ୍କ ଲୀଳା ଦେଖିବାକୁ ଲାଗିବ ଲୋକଙ୍କ ଭିଡ ।

The post ବରଗଡ ଧନୁଯାତ୍ରା : ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ରିଟାୟର୍ଡ ପରେ ବି ଥକିନାହାନ୍ତି ଶିକ୍ଷକ । ସ୍କୁଲରୁ ସ୍କୁଲ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି ବ୍ରହ୍ମପୁରର କେଦାରନାଥ ଚୌଧୁରୀ

କନକ ବ୍ୟୁରୋ : ଦୀର୍ଘର୍ ବର୍ଷ ଧରି ଚାଲିଥିବା ପେଶା ଏବେ ନିଶାରେ ପରିଣତ ହୋଇଛି । ଗୁରୁମାନି ତାଙ୍କୁ ଯିଏ ଜ୍ଞାନ ମାଗିଛି ସ୍ୱେଚ୍ଛାକୃତ ଭାବେ ସେ ବାଣ୍ଟି ଚାଲିଛନ୍ତି । ଅବସର ପୂର୍ବରୁ ଓ ପରବର୍ତି ସମୟ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ପୂର୍ବରୁ ପେଶା କରି ସରକାରୀ ଅନୁଦାନ ପାଉଥିଲେ ଆଉ ଏବେ ତାହା ନିଶା ପାଲଟିଯାଇଛି । ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରି ଚର୍ଚ୍ଚାରେ ଅଛନ୍ତି ବ୍ରହ୍ମପୁରର ଜଣେ ଆଦର୍ଶ ଶିକ୍ଷକ ।

ବଡି ଭୋରୁ ନିତ୍ୟକର୍ମ ସାରି ସକାଳ ୭ଟାରେ ଘରୁ ବାହାରି ପଡନ୍ତି । କେ.ସି.ବାଲିକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀନିବାସ, ସହର ଓ ଉପକଣ୍ଠର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ପାଇଁ ପହଞ୍ଚିଯାଆନ୍ତି । ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ଶିକ୍ଷାଦାନ ସହ ଖେଳକୁଦ ଜ୍ଞାନ ଦିଅନ୍ତି କେଦାର ସାର୍ । ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ଛାତ୍ରୀଙ୍କ ଶିକ୍ଷାର ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଛାତ୍ରଛାତ୍ରୀ ମଧ୍ୟ କେଦାର ସାର୍ଙ୍କ ଆସିବା ବାଟକୁ ଚାହିଁ ବସିଥାନ୍ତି ।

ଅନ୍ୟପକ୍ଷେ ୨ ବର୍ଷ ତଳୁ ଅବସର ନେଇଛନ୍ତି ହେଲେ ହାଲିଆ ହୋଇନାହାନ୍ତି । ଉତମ ସମାଜ ଗଠନ ପାଇଁ ଏହି ସ୍ୱେଚ୍ଛାକୃତ ଶିକ୍ଷାଦାନ ନିଶ୍ୱାସ ଥିଲା ଯାଏଁ ଜାରୀ ରହିବ ବୋଲି କହିଛନ୍ତି କେଦାର ସାର୍ । ବ୍ରହ୍ମପୁର ସହରର ସହିଦ୍ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ, କେ ସି ଟାଉନ ହାଇସ୍କୁଲ, ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଓ ସିଟି ହାଇସ୍କୁଲ ସମେତ ସହର ଉପକଣ୍ଠ ଫୁଲଟା, ଦାସପୁର ଭଳି ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରିଆସୁଛନ୍ତି ।

ଯେଉଁ ସ୍କୁଲରେ ଶିକ୍ଷକ ଅଭାବ ଥାଏ ସେହି ସ୍କୁଲରେ ପହଞ୍ଚିଯାଆନ୍ତି । ଗଣିତ, ଇଂରାଜୀ, ଭୂଗୋଳ ଓ ବିଜ୍ଞାନ ଭଳି ସମସ୍ତ ବିଷୟରେ ଭିନ୍ନ ଢଙ୍ଗରେ ପାଠ ପଢାଇବା ସହ ପିଲାଙ୍କୁ ଶାରିରୀକ କସରତ କରାଇଥାନ୍ତି । ଶିକ୍ଷକ ସମାଜ ପାଇଁ କେଦାର ସାର୍ ଉଦାହରଣ ବୋଲି କହିଛନ୍ତି ବିଭିନ୍ନ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମତ । ଶିକ୍ଷାଦାନକୁ ବୃତି ନୁହେଁ ବରଂ ବ୍ରତ ବୋଲି ଭାବିଲେ ଜଣେ ଶିକ୍ଷକ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେଇପାରିବ ।

The post ରିଟାୟର୍ଡ ପରେ ବି ଥକିନାହାନ୍ତି ଶିକ୍ଷକ । ସ୍କୁଲରୁ ସ୍କୁଲ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି ବ୍ରହ୍ମପୁରର କେଦାରନାଥ ଚୌଧୁରୀ first appeared on Kanak News.

from Kanak News
via <a href="https://ifttt.com/?

ଜୀବନ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ପରିବାର ପୋଷିବାକୁ ଭାଙ୍ଗୁଥିଲେ ପଥର । ଚାରିଆଡେ ପ୍ରଶଂସା, ଦିଲ୍ଲୀରେ ସମ୍ମାନ

କନକ ବ୍ୟୁରୋ : କଥାରେ ଅଛି ବିପଦ ଯେତେବେଳେ ଆସେ ସାଙ୍ଗ ସାଥିକୁ ଧରି ଆସେ । ହସ ଖୁସିର ପରିବାରରେ କେହି କିଛି ବୁଝିବା ଆଗରୁ ସବୁକିଛି ଓଲଟପାଲଟ କରିଦିଏ । ନିମିଷକେ ତେଲ ଲୁଣର ସଂସାର ଉଜାଡ଼ିଦିଏ । ସବୁ ସ୍ୱପ୍ନ ଅଧାରେ ରହିଯାଏ । ଏହାର ଏକ ଉଦାହରଣ ହେଉଛନ୍ତି ଯାଜପୁର ଦାନଗଦି ବ୍ଲକ ରଙ୍ଗାହୁଡ଼ି ଗ୍ରାମର ମିନୁ ମହନ୍ତ । ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ଥିତି ବଦଳି ଯାଇଛି । ଘରର ଚାରି କାନ୍ଥ ଭିତରେ ତେଲ ଲୁଣର ସଂସାର କଥା ବୁଝୁଥିବା ମିନୁ ଆଜି ଘରୁ ପାଦ କାଢିଛନ୍ତି । ଦୃଢ଼ ମନ ବଳ ଓ ଦୃଢ଼ ଇଛା ଶକ୍ତି ଯୋଗୁଁ ଆତ୍ମ ନିର୍ଭରଶୀଳ ହୋଇଛନ୍ତି ।
ସ୍ୱାମୀ, ପୁଅ, ଝିଅ ଓ ଶାଶୁଙ୍କ ନେଇ ମିନୁ ସଂସାର । ସ୍ୱାମୀ କଳିଙ୍ଗନଗର ସ୍ଥିତ କାରଖାନାରେ ଶ୍ରମିକ ଭାବେ କାମ କରି ସୀମିତ ରୋଜଗାରରେ ସୁଖ ଦୁଃଖକୁ ନେଇ ଚାଲୁଥିଲା ସଂସାର । ହେଲେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ମିନୁଙ୍କ ପରିବାର ଉପରେ ଲଦି ହୋଇପଡିଲା ଦୁଃଖର ପାହାଡ଼ । ପୁଅ ଝିଅଙ୍କୁ ବଡ଼ ମଣିଷ କରିବାର ସ୍ୱପ୍ନ ଅଧାରେ ରହିଗଲା । ହେଲେ ସେହି ଦୁଃଖ ସମୟକୁ ଅତିକ୍ରମ କରି, ପରିବାର ପେଟକୁ ଦାନା ଦେବା ପାଇଁ ଘରୁ ଗୋଡ କାଢିଲେ ମିନୁ । ପ୍ରଥମେ କ୍ରସରରେ ଦିନ ମଜୁରିଆ ଭାବେ ପଥର ଭାଙ୍ଗିଲେ । କିଛି ବର୍ଷ ପରେ କଳିଙ୍ଗନଗର ସ୍ଥିତ ଜିନ୍ଦଲ କମ୍ପାନୀରେ ହାଉସ କିପିଙ୍ଗ କାମ କଲେ । ମିନୁଙ୍କ ଶୃଙ୍ଖଳିତ କାର୍ଯ୍ୟକୁ ଦେଖି କାରଖାନାର କର୍ତୃପକ୍ଷ ତାଙ୍କୁ ପରୀକ୍ଷା ମୂଳକ ଭାବେ ଓଭରହେଡ କ୍ରେନ ଚଳାଇବାକୁ ପରାମର୍ଶ ଦେଇଥିଲେ । ଦୃଢ଼ ଆତ୍ମବିଶ୍ୱାସ ଫଳରେ ମିନୁ ସେଥିରେ ସଫଳ ହୋଇଛନ୍ତି । ଜଣେ ମହିଳା ହୋଇ ଆଜି ସେ କାରଖାନାରେ କ୍ରେନ ଚଳାଇପାରୁଛନ୍ତି ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଅନ୍ତର୍ଗତ ଜିନ୍ଦଲ ଷ୍ଟେନଲେସର ପ୍ରଥମ ମହିଳା ଓଭରହେଡ କ୍ରେନ୍ ପରିଚାଳକ ମିନୁ ମହାନ୍ତଙ୍କୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ତରଫରୁ “ୱିଙ୍ଗସ ଅଫ୍ ଷ୍ଟିଲ” ସମ୍ମାନ ଼ ପ୍ରଦାନ କରାଯାଇଛି । “ଲିଙ୍ଗ ଏବଂ ବିବିଧତା” ବର୍ଗରେ ସେ ଏହି ପୁରସ୍କାର ପାଇଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢୁଥିବା ୪୩ ବର୍ଷୀୟ ମିନୁଙ୍କ କଠିନ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ପ୍ରଶଂସା କରିଛନ୍ତି । ଦିଲ୍ଲୀରେ ପୁରସ୍କାର ଗ୍ରହଣ କରିବା ଅବସରରେ, ମିନୁ କହିଛନ୍ତି, ” ଏହା ତାଙ୍କ ପାଇଁ ଏକ ବଡ ଦିନ । ତାଙ୍କ ମତରେ ସାହସୀ ହେବା ଛଡ଼ା ମହିଳାଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ମିନୁଙ୍କ ସାହସ ଓ ପରିଶ୍ରମକୁ ଆଇଏସଏ ପକ୍ଷରୁ ମାନ୍ୟତା ମିଳିଥିବାରୁ ପରିବାରରେ ଗର୍ବ ଅନୁଭବ କରିଛନ୍ତି ।

The post ଜୀବନ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ପରିବାର ପୋଷିବାକୁ ଭାଙ୍ଗୁଥିଲେ ପଥର । ଚାରିଆଡେ ପ୍ରଶଂସା, ଦିଲ୍ଲୀରେ ସମ୍ମାନ first appeared on Kanak News.

from Kanak News
via <a href="https://ifttt.com/?

ଜୀବନର ଅପରାହ୍ଣରେ କିଏ ଜିଉଁଛି କେମିତି ଜୀବନ? ଜଙ୍ଗଲ ଭିତରେ ଭଙ୍ଗା ଦଦରା ଘରେ ରହୁଛନ୍ତି କୋଇଡାର ସୀତାରାମ ମୁଣ୍ଡା

କନକ ବ୍ୟୁରୋ: ବୃଦ୍ଧଙ୍କ ଜଙ୍ଗଲୀ ଜୀବନ । ଚାରିଆଡେ ଘଂଚ ଜଙ୍ଗଲ । ବଣବୁଦା ଭିତରେ ରହିଛି ଏକ ଭଙ୍ଗାଦଦରା ଘର । ପରିଣତ ବୟସରେ ସେହି ଘରେ ବନବାସ ଜୀବନ ବିତାଉଛନ୍ତି ସୀତାରାମ ମୁଣ୍ଡା । ଦିନ ରାତି ବୃଦ୍ଧଙ୍କ ସାଥି ହୋଇଛନ୍ତି ଦୁଇଟି ବୁଲା କୁକୁର । ଏକାଠି ରହୁଛନ୍ତି, ଏକାଠି ଖାଇ ଏକାଠି ଶୋଉଛନ୍ତି ସୀତାରାମ ଓ ତାଙ୍କ ଦୁଇ କୁକୁର ।

ନା ଅଂଟାରେ ବଳ ଅଛି, ନା ପାଦେ ଚାଲିବାର ଶକ୍ତି । ବୟସ ଅପରାହ୍ନରେ ଭଙ୍ଗା ଦଦରା ଘରେ ଏକୁଟିଆ ଚାଲିଛି ଜୀବନର ସଂଘର୍ଷ । ତୈତାୟା ଯୁଗରେ ରାମ ସୀତା ବନବାସୀ ଥିଲେ, କଳି ଯୁଗରେ ବନବାସୀ ହୋଇ ଜୀବନ ଅତିବାହିତ କରୁଛନ୍ତି ସୀତାରାମ ମଉସା । ବୟସ ତାଙ୍କର ୮୦ ପାଖାପାଖି, ହେଲେ କାଗଜପତ୍ରରେ ୬୪ ବର୍ଷ । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ହେଡକ୍ଵାଟର୍ସରୁ ୨୦ କିଲୋମିଟର ଦୁର ପାଟମୁଣ୍ଡା ପଞ୍ଚାୟତର ପାହାଡ ଜଙ୍ଗଲ ଭରା ରାଜସ୍ଵ ଗ୍ରାମ କଦମଡିହି । ଏହି ଗାଁର ପ୍ରଥମ ଭାଗରେ ନିଜ ପୈତୃକ ଜମିରେ ଭଙ୍ଗା ଝାଟିମାଟି ଘରେ ବାସ କରନ୍ତି ସିତାରାମ ମୁଣ୍ଡା । ବହୁ ସଂଘର୍ଷ ପରେ ରାସନକାର୍ଡ ଜରିଆରେ ଚାଉଳ ମିଳୁଛି । ଭତା କଣ ଜାଣିଥିବା ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ୧୦ କିଲୋମିଟର ପାହାଡିଆ ରାସ୍ତା ଚାଲି ଚାଲି ଯାଇ ଚାଉଳ ଆଣୁଛନ୍ତି । ସରକାରୀ ଘର ଓ ବିଜୁଳି କଥା ଚିନ୍ତା ବି କରିପାରନ୍ତି ନାହିଁ ।

ଚାରି ବର୍ଷ ତଳେ ସ୍ତ୍ରୀଙ୍କ ମୃତ୍ୟୁ ପରଠାରୁ ଏଠାରେ ଏକାଏକା ରହୁଛନ୍ତି ସୀତାରାମ । ଯେଉଁଠି ପ୍ରସାଶନ ମୁଠାଏ ଚାଉଳ ଦେଇ ପର କରିଦେଲା, ସେଠି ଜୀବନର ଶେଷ ପ୍ରାନ୍ତରେ ସାଥୀ ପାଲଟିଛନ୍ତି ଦୁଇ କୁକୁର । ଜଙ୍ଗଲୀ କନ୍ଦମୁଳ, ରାସନ ଚାଉଳ ଓ ଝରଣା ପାଣିରେ ବଂଚୁଛନ୍ତି ସୀତାରାମ ମଉସା ଓ ତାଙ୍କ ଦୁଇ କୁକୁର । ସିତାରାମ ଯୁଆଡେ ଯାଆନ୍ତି କୁକୁର ଦୁଇଟା ସାଙ୍ଗରେ ଯାଆନ୍ତି । ବର୍ଷା, ଖରା ଓ ଶୀତରେ ଏଇ ସ୍ଥାନରେ କୁକୁରଙ୍କ ସହ ଏକାଠି ଶୁଅନ୍ତି ବୃଦ୍ଧ ଜଣଙ୍କ । ବୟସ ଅପରାହ୍ନରେ ତାଙ୍କ ଜୀବନର ଝଡ କେବେ ଶାନ୍ତ ପଡୁନି କି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚୁନି।

The post ଜୀବନର ଅପରାହ୍ଣରେ କିଏ ଜିଉଁଛି କେମିତି ଜୀବନ? ଜଙ୍ଗଲ ଭିତରେ ଭଙ୍ଗା ଦଦରା ଘରେ ରହୁଛନ୍ତି କୋଇଡାର ସୀତାରାମ ମୁଣ୍ଡା first appeared on Kanak News.

from Kanak News
via <a href="https://ifttt.com/?

ଗଂଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ: କଲେ ବିକାଶ କାମର ସମୀକ୍ଷା

କନକ ବ୍ୟୁରୋ: ଗଂଜାମ ପରେ ଆଜି କେନ୍ଦ୍ରାପଡା ଗସ୍ତରେ ଯାଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । କେନ୍ଦ୍ରାପଡା ରାଜନଗର କେରେଡାଗଡରେ ସେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହାସହ ବ୍ରହ୍ମଣୀ ନଦୀ ଉପରେ ଏକମାଣିଆ ସେତୁର ଶିଳାନ୍ୟାସ କରିଛନ୍ତି ଭି.କେ ପାଣ୍ଡିଆନ । ରାଜନଗର ଆସି ଦୁଇଟି ମନ୍ଦିରର ରୂପାନ୍ତର କାମର ଅନୁଧ୍ୟାନ କରିଛନ୍ତି । କିଛି ଦିନ ପୂର୍ବରୁ ସେ କେନ୍ଦ୍ରପଡା ଗସ୍ତରେ ଆସି ରାଜନଗରର ବାୟାବାବା ପୀଠକୁ ୫ କୋଟି ଟଙ୍କା ଓ କେରେଡାଗଡ ଶ୍ରୀଜଗନ୍ନାଥ ମନ୍ଦିରକୁ ୩ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଥିଲେ । ଭି.କେ ପାଣ୍ଡିଆନ ସଡକ ପଥରେ ଫେରିବା ସମୟରେ ବିଭିନ୍ନ ଛକରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭି.କେ ପାଣ୍ଡିଆନ ପଟ୍ଟାମୁଣ୍ଡାଇର ଗୋଗୁଆର ଲୋକଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ ।

The post ଗଂଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ: କଲେ ବିକାଶ କାମର ସମୀକ୍ଷା first appeared on Kanak News.

from Kanak News
via <a href="https://ifttt.com/?

କୁକୁଡ଼ା ପାଇଁ ହତ୍ୟା: ହତ୍ୟା କରିବା ପରେ ମୃତଦେହକୁ ଲୁଚାଇ ଦେଇଥିଲା ଅଭିଯୁକ୍ତ

କନକ ବ୍ୟୁରୋ: କୁକୁଡ଼ା ପାଇଁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଆସିଛି ଏଭଳି ଏକ ସାଂଘାତିକ ଖବର । କେବଲାଙ୍ଗ ଥାନା ଅମାରୁଢ଼ି ଗ୍ରାମରେ କୁକୁଡ଼ା ଖାଇବାକୁ ନେଇ ଦୁଇଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ଦୁଇ ମୃତଦେହକୁ ଲୁଚାଇ ରଖିଥିଲା ଅଭିଯୁକ୍ତ । ହତ୍ୟା କରିବା ପରେ ଆଜି ସେ ବଲାଙ୍ଗ ଥାନାରେ ଆତ୍ମସମର୍ପଣ କରିଛି । ଦୁଇ ମୃତକ ହେଲେ ସାଧୁ ଚରଣ ବୁରୱେଲି ଓ ଜଙ୍ଗ ସୁଣ୍ଡି । ଗତ ଶନିବାର କୁକୁଡ଼ା ଖାଇବାକୁ ନେଇ ଗ୍ରାମର ଦୁଇ ଯୁବକଙ୍କ ସହ ଅଭିଯୁକ୍ତ ଜୁରା ମୁଣ୍ଡାର ବଚସା ହୋଇଥିଲା । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଅଭିଯୁକ୍ତ ଟାଙ୍ଗିଆରେ ଦୁଇଜଣଙ୍କୁ ହତ୍ୟା କରିଥିଲା । ବହୁ ଖୋଜାଖୋଜି ପରେ କୌଣସି ପତା ମିଳିନଥିଲା । ତେବେ ଆଜି ଅଭିଯୁକ୍ତ ନିଜକୁ ଆତ୍ମସମର୍ପଣ କରିଛି । ପୁଲିସ ମୃତହେଦ ଜବତ କରିବା ସହ ଅଭିଯୁକ୍ତକୁ ପଚରାଉଚରା କରୁଛି ।

The post କୁକୁଡ଼ା ପାଇଁ ହତ୍ୟା: ହତ୍ୟା କରିବା ପରେ ମୃତଦେହକୁ ଲୁଚାଇ ଦେଇଥିଲା ଅଭିଯୁକ୍ତ first appeared on Kanak News.

from Kanak News
via <a href="https://ifttt.com/?

ଦୁଆରଶୁଣୀ ଘାଟିରେ ଦୁର୍ଘଟଣା: ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨୦ ଜଣ ଆହତ

କନକ ବ୍ୟୁରୋ: ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁର୍ଘଟଣା । ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଭ୍ୟାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କରଞ୍ଜିଆରୁ ଫେରିବା ବେଳେ ଘାଟିରେ ହେଲା ଦୁର୍ଘଟଣା । ପୋଲିସ ଭ୍ୟାନ ବ୍ରେକ ଫେଲ ହେବାରୁ ଦୁର୍ଘଟଣା ହୋଇଥିବା ସୂଚନା ।

The post ଦୁଆରଶୁଣୀ ଘାଟିରେ ଦୁର୍ଘଟଣା: ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨୦ ଜଣ ଆହତ first appeared on Kanak News.

from Kanak News
via <a href="https://ifttt.com/?

ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ । ବାହାରିନରେ ଶୋଭା ପାଇଥିଲା ଓଡିଶାର କଳା

କନକ ବ୍ୟୁରୋ : ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ । ୫୨ ତମ ବାହାରିନ୍ ଜାତୀୟ ଦିବସ ପାଳନ ଅବସରରେ ବାହାରିନରେ ଶୋଭା ପାଇଥିଲା ଓଡିଶାର କଳା । ବାହାରିନ ସରକାରଙ୍କ ଦ୍ୱାରା ଜାତୀୟ ଷ୍ଟାଡିୟମରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଓଡିଶାର ସଂସ୍କୃତି, ହସ୍ତତନ୍ତ ଏବଂ ପର୍ଯ୍ୟଟନ ସୁବିଧାର ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ବିଶାଳ ପ୍ରଦର୍ଶନୀକୁ ବାହାରିନର ସାମାଜିକ ବିକାଶ ମନ୍ତ୍ରୀ ଓସାମାବିନ୍ ଅହମଦ ଖଲିଫା ଅଲ ଅସଫୁର ଉଦଘାଟନ କରିଥିଲେ ।

ଏହାପରେ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ । ଏହି ମଣ୍ଡପରେ ଓଡିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡିଶାର ପାରମ୍ପାରିକ ବସ୍ତ୍ର ଏବଂ ଓଡିଶା ହସ୍ତ ଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ ଜାକୋବଙ୍କ ସମେତ ନେପାଳ , ଜଡାପାନ,କୋରିଆ, ରୁଷିଆ, ତୁର୍କୀ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ଓଡିଶା ମଣ୍ଡପ ପ୍ରଦର୍ଶନ କରିଥିଲେ । ଜଗନ୍ନାଥ ସଂସ୍କୃତି , ଓଡିଶାର ବାଣିଜ୍ୟ, ପର୍ଯ୍ୟଟନ, ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ସହ ବିଶ୍ୱ ଦରବାରରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା କହିଛନ୍ତି ବାହାରିନ ଓଡିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ ଅରୁଣ ପ୍ରହରାଜ କହିଛନ୍ତି ।

The post ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ । ବାହାରିନରେ ଶୋଭା ପାଇଥିଲା ଓଡିଶାର କଳା first appeared on Kanak News.

from Kanak News
via <a href="https://ifttt.com/?

କାହିଁକି ହରିୟାଣା ସରକାର ଇସ୍ରାଏଲ ପାଇଁ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ?

ଇସ୍ରାଏଲରେ ଦଶ ହଜାର ପଦ ପାଇଁ ହରିୟାଣା ସରକାର ନିଯୁକ୍ତି ଆବେଦନ ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ ହରିଆଣା ରାଜ୍ୟ ସରକାର ବିଦେଶରେ ଚାକିରି ପାଇଁ ସୁଯୋଗ ପ୍ରଦାନ କରୁଛି ।

‘ହରିଆଣା କୌଶଳ ରୋଜଗାର ନିଗମ’ ଏହି ବିଜ୍ଞାପନ ବାହାର କରିଛି । କମ୍ପାନୀର ୱେବସାଇଟର ଏହି ବିଜ୍ଞାପନରେ ଦୁବାଇରେ ସିକ୍ୟୁରୀଟି ଗାର୍ଡ, ଲଣ୍ଡନରେ ଷ୍ଟାଫ ନର୍ସ ଏବଂ ଇସ୍ରାଏଲରେ କନଷ୍ଟ୍ରକସନ ୱାର୍କ ପାଇଁ ନିଯୁକ୍ତି ବାହାରିଛି । ଏହି ବିଜ୍ଞାପନରେ ଇସ୍ରାଏଲକୁ ଏଥିପାଇଁ ଗୁରୁତ୍ବ ଦିଆଯାଇଛି ଯେ ସେଠାପାଇଁ ଦଶହଜାର ନିଯୁକ୍ତି ବାହାରିଛି । ଅନ୍ୟ ଦୁଇ ଦେଶ ପାଇଁ ମାତ୍ର ୧୭୦ ପଦବୀ ଖାଲି ଅଛି । ଇସ୍ରାଏଲରେ ଚାକିରି ପାଇବା ପାଇଁ କମ୍ପାନୀ ନିର୍ମାଣ କ୍ଷେତ୍ରରେ ଚାରୋଟି ଭିନ୍ନ ଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଅଛି ।

୭ ଅକ୍ଟୋବରରେ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସମସ୍ତ ପଲେଷ୍ଟାନିୟ ମାନଙ୍କ ୱାର୍କ ପରମିଟ ରଦ୍ଦ କରିଦେଇଛି । ଇସ୍ରାଏଲରେ ପ୍ରାୟ ୧ ଲକ୍ଷରୁ ଅଧିକ ପଲେଷ୍ଟାନିୟ ଲୋକ କାମ କରୁଥିଲେ । ଏହି ସମସ୍ତ ୧ ଲକ୍ଷ ଲୋକଙ୍କୁ କାମରୁ ବାହାର କରିଦେବା ପରେ ଏବେ ଇସ୍ରାଏଲରେ ଏକ ପ୍ରକାର ଶ୍ରମିକ ସଙ୍କଟ ସୃଷ୍ଟି ହେଇଛି । ବର୍ତ୍ତମାନ ଇସ୍ରାଏଲରେ ପ୍ରାୟ ୧ ଲକ୍ଷ କୁଶଳୀ ଶ୍ରମିକଙ୍କର ଆବଶ୍ୟକତା ଅଛି ।

ଭାରତୀୟ ପ୍ରଥମ ପସନ୍ଦ

ନିଜର ଆବଶ୍ୟକତା ପୁରାଣ ପାଇଁ ଇସ୍ରାଏଲ, ଭାରତୀୟ ଶ୍ରମିକଙ୍କୁ ପ୍ରାଧାନ୍ୟ ଦେଉଛି । ଏହାର କାରଣ ହେଉଛି ଭାରତ ସହ ଗଭୀର ବନ୍ଧୁତା , ଭାରତୀୟ ଲୋକଙ୍କ କାର୍ଯ୍ୟ କୁଶଳତା ଏବଂ ସେମାନଙ୍କର ସଚ୍ଚୋଟତା । ଖାସ ଏଥିପାଇଁ ଇସ୍ରାଏଲର ପ୍ରଥମ ପସନ୍ଦ ହେଲା ଭାରତୀୟ ଶ୍ରମିକ ।

ଏହିସବୁ ଆବଶ୍ୟକତା ପୂରଣ କରିବା ପାଇଁ ‘ହରିଆଣା କୌଶଳ ରୋଜଗାର ନିଗମ’ ନିର୍ମାଣ କ୍ଷେତ୍ରରେ ଅଭିଜ୍ଞତା ଥିବା ଲୋକଙ୍କଠାରୁ ଆବେଦନ କରୁଛି, କିନ୍ତୁ ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ମଧ୍ୟ ଅଛି ।

ଯେପରି ଏହି ଚୁକ୍ତି କେତେ ଦିନ ପାଇଁ ?

ବୀମା ବ୍ୟବସ୍ଥା କ’ଣ ହେବ?

ଡାକ୍ତରୀ ସୁବିଧା  ଅଛି ନା ନାହିଁ ?

ହରିୟାଣା ବାହାର ରାଜ୍ୟର  ଜଣେ ବ୍ୟକ୍ତି ଏହି ଚାକିରି ପାଇଁ ଆବେଦନ କରିପାରିବେ କି ?

ଏହି ଚାକିରିରେ ମାସିକ କେତେ ଟଙ୍କା ପାଇବେ ?

ଏପରି ଅନେକ ପ୍ରଶ୍ନ ଅଛି, ଯାହାର ଉତ୍ତର ଜାଣିବା ଜରୁରୀ । ଏହି ବିଷୟରେ କହିବା ପୂର୍ବରୁ, ଇସ୍ରାଏଲରେ କେଉଁ କାର୍ଯ୍ୟ କରିବାକୁ ପଡ଼ିବ ସେ ବିଷୟରେ ଜାଣିବା ପ୍ରଥମେ ଆବଶ୍ୟକ ।

କେଉଁ କାମ କରିବାକୁ ପଡ଼ିବ ?

ହରିଆଣା କୌଶଳ ନିଗମ’ ବିଜ୍ଞାପନ ଅନୁସାରେ ଚାରି ପ୍ରକାର ନିର୍ମାଣ ଶ୍ରମିକ ଦରକାର । ଏଥିରେ ‘ଫ୍ରେମୱାର୍କ, ଶଟରିଂ କାର୍ପେଣ୍ଟର୍’, ‘ଆଇରନ୍ ୱେଲଡର ’, ‘ସେରାମିକ୍ ଟାଇଲ୍’ ଏବଂ ‘ପ୍ଲାଷ୍ଟରିଙ୍ଗ ’ ଅନ୍ତର୍ଭୁକ୍ତ । ବିଜ୍ଞାପନ ଅନୁଯାୟୀ ‘ଫ୍ରେମୱାର୍କ, ଶଟରିଂ କାର୍ପେଣ୍ଟର୍’, ‘ଆଇରନ୍ ୱେଲଡର ପାଇଁ ୩ ହଜାର ଲେଖା ୬ ହଜାର  ଏବଂ ‘ସେରାମିକ୍ ଟାଇଲ୍’ ଏବଂ ‘ପ୍ଲାଷ୍ଟରିଙ୍ଗ ’ ପାଇଁ ୨ ହଜାର ଲେଖା ୪ ହଜାର ଏପରି ସମୁଦାୟ ଦଶ ହଜାର ନିଯୁକ୍ତି ବାହାରିଛି । ଆବେଦନ ପାଇଁ ଅତି କମରେ ତିନିବର୍ଷର ଅଭିଜ୍ଞତା ଥିବା ନିହାତି ଆବଶ୍ୟକ । ପ୍ରାର୍ଥୀ ମେଟ୍ରିକ ପାସ କରିଥିବା ମଧ୍ୟ ଆବଶ୍ୟକ । ବୟସସୀମା ୨୫ ରୁ ୪୫ ମଧ୍ୟରେ ହୋଇଥିବ । ଅତି କମରେ ୫ ବର୍ଷ ପାଇଁ ଚୁକ୍ତି କରିବାକୁ ପଡ଼ିବ । ଅବଶ୍ୟ ପ୍ରତି ବର୍ଷ ଚୁକ୍ତି ନବୀକରଣ କରିବାକୁ ପଡ଼ିବ । ସବୁଠୁ ବଡ଼କଥା ହେଲା ଏସବୁ ପଦବୀ ପାଇଁ ଇଂରାଜୀ ଜାଣିଥିବା ଜରୁରୀ ଆବଶ୍ୟକ ନୁହେଁ ।

‘ହରିଆଣା କୌଶଳ ରୋଜଗାର ନିଗମ’ର , ସଚିବ ପଲ୍ଲବୀ ସାନ୍ଧୀର ନିଜେ ଏହି ସବୁ କମ୍ପାନୀରେ ବେସରକାରୀ ତଥା ବିଦେଶୀ ଚାକିରିର ଦାୟିତ୍। ରହିଛି ।

ତାଙ୍କ ସୂଚନା ଅନୁଯାୟୀ ‘ଆମେ ପ୍ରଥମଥର ପାଇଁ ଏହିପରି ଦରିଆପାରି ନିଯୁକ୍ତି ବାହାର କରିଛୁ’ । ଏହା ଆମ ଯୁବବର୍ଗ ପାଇଁ ଏକ ଭଲ ସୁଯୋଗ ।

ଦରମା କେତେ ମିଳିବ ?

‘ହରିଆଣା କୌଶଳ ରୋଜଗାର ନିଗମ’ର ବିଜ୍ଞାପନ ଅନୁଯାୟୀ ଏହି ସବୁ ପଦ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ । ଚୟନ ହେଇଥିବା ପ୍ରାର୍ଥୀ ମାନଙ୍କୁ ସେଠାରେ ନିଯୁକ୍ତି ଦିଆଯିବ ।

ଦିନକୁ ୯ ଘଣ୍ଟା ହିସାବରେ ମାସକୁ ୨୬ ଦିନ କାମ କରିବାକୁ ପଡ଼ିବ ।

ଇସ୍ରାଏଲ ଲେବର ନିୟମ ଅନୁସାରେ ଛୁଟି ଆବେଦନ କରିପାରିବେ ।

ମାସିକ ୬୧୦୦ ନ୍ୟୁ ଶେକେଲ ଦରମା ଆକାରରେ ମିଳିବ । ଏହା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୩୮ ହଜାର ଟଙ୍କା ହେବ ।

ଏହା ବ୍ୟତୀତ ରହିବା , ମେଡ଼ିକାଲ ସୁବିଧା ମିଳିବ କିନ୍ତୁ ଏଥିପାଇଁ କିଛି ଦେ ଦେବକୁ ପଡ଼ିବ ।

ବିଜ୍ଞାପନ ଅନୁସାରେ ମେଡିକାଲ ଇନସୁରାଂଶ ପାଇଁ ଭାରତୀୟ ମୁଦ୍ରାରେ ୩ ହଜାର ଓ ଆବାସ ପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ।

ଚୁକ୍ତି ଅନୁସାରେ ଏହି ପଇସା ସବୁ ସେଠାକାର ତାଙ୍କ ନାମରେ ଏକ ବ୍ଯାଙ୍କ ଆକାଉଣ୍ଟରେ ଜମା କରାଯିବ । ଚୁକ୍ତି ସାରିବା ପରେ ଏହି ରାଶିକୁ ଏକକାଳୀନ ସୁଧ ସହିତ ଦିଆଯିବ ।

କେବଳ ହରିୟାନା ଲୋକଙ୍କ ପାଇଁ ଏହି ନିଯୁକ୍ତି ସୁଯୋଗ

ସୂଚନା ଅନୁଯାୟୀ ଏହି ସୁଯୋଗ କେବଳ ହରିୟଣା ବାସିନ୍ଦା ମାନଙ୍କ ପାଇଁ ।

 

The post କାହିଁକି ହରିୟାଣା ସରକାର ଇସ୍ରାଏଲ ପାଇଁ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ? first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ହଙ୍ଗାମା ଭିତରେ ନିଲମ୍ବିତ ହେଲେ ୩୩ ସାଂସଦ । ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଏକାଧିକ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି

କନକ ବ୍ୟୁରୋ : ଲୋକସଭାରେ ହଙ୍ଗାମା କାରଣରୁ ବିରୋଧୀ ଦଳର ୩୩ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ଓମ ବିର୍ଲା । ଶୀତକାଳୀନ ଅଧିବେଶନରେ ଏମାନେ ଆଉ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ । ସସପେଣ୍ଡ ହେଇଥିବା ସାସଂଦଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ସାସଂଦ ଅଧୀର ରଞ୍ଜନ ଚୌଧୁରୀ ।

ଏହି ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିବାକୁ ପ୍ରସ୍ତାହ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଉ ଏହା ଧ୍ୱନିମତରେ ମଞ୍ଜୁର ହୋଇଥିଲା । ପୂର୍ବରୁ ଜଣେ ରାଜ୍ୟସଭା ଓ ୧୩ ଜଣ ଲୋକସଭା ସାସଂଦଙ୍କୁ ସସପେଣ୍ଡ କରାଯାଇଥିଲା । ବର୍ତମାନ ସୁଦ୍ଧା ହଙ୍ଗାମା କାରଣରୁ ୪୭ ଜଣ ସାଂସଦଙ୍କୁ ସସପେଣ୍ଡ କରାଯାଇସାରିଲାଣି ।

The post ସଂସଦରେ ହଙ୍ଗାମା ଭିତରେ ନିଲମ୍ବିତ ହେଲେ ୩୩ ସାଂସଦ । ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଏକାଧିକ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started