ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ବାଟରେ ମାଡି ବସିଲା ପୋଲିସ୍ ।

କନକ ବ୍ୟୁରୋ: ପୋଷାକ ଭିତରେ ଗଞ୍ଜେଇ ଚାଲାଣ । ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । କୋରାପସ୍ୱଙ୍କ, ଲମତାପୁଟରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରି ୨୮ କେଜିର ଗଞ୍ଜେଇ ଜବତ କରିଛି ପୋଲିସ୍ । ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଖବର ପାଇ ପୋଲିସ ମାଡି ବସିଥିଲା । ଘଟଣାରେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ଯୁବକ ଦୁଲହନ୍ ଖାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ନିଜ ଦେହରେ ସେଲୋ ଟେପ୍ ଲଗାଇ ଅଭିନବ ଉପାୟରେ ୨୮ କେଜିର ଗଞ୍ଜେଇ ଚାଲାଣ କରୁଥିଲା ।

The post ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ବାଟରେ ମାଡି ବସିଲା ପୋଲିସ୍ । first appeared on Kanak News.

from Kanak News
via <a href="https://ifttt.com/?

ଇରାନରେ ଫାଶୀର ଫାଶ , ବର୍ଷକ ମଧ୍ୟରେ ୬୦୪ ଜଣ ଝୁଲିଲେଣି ଫାଶୀ ଖୁଣ୍ଟରେ ।

ଇରାନରେ ମୃତ୍ୟୁଦଣ୍ଡ ଏକ ସାଧାରଣ ଦଣ୍ଡ ପ୍ରକ୍ରିୟା କିନ୍ତୁ ବିଗତ କିଛି ବର୍ଷ ହେଲା ଏହାର ସଂଖ୍ୟା କ୍ଷିପ୍ର ଗତିରେ ବଢି ଚାଲିଛି । କେବଳ ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଅତି କମରେ ୬୦୪ ଜଣଙ୍କୁ ଫାଶୀ ଦିଆଯାଇଛି । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ହେଉଛନ୍ତି ଅଳ୍ପସଂଖ୍ୟକ ଗୋଷ୍ଠୀରକିମ୍ବା ଇରାନର କଠୋର ଇସଲାମିକ ନିୟମକୁ ଅବମାନନା କରୁଥିବା ଲୋକ ।

ନିକଟରେ ଇରାନ ନିଜର ଜଣେ ନାଗରିକଙ୍କୁ ଫାଶୀ ଦେଇଥିଲା । ଇରାନ ଏହାର ନାଗରିକଙ୍କୁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ପାଇଁ କାମ କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା । କିଛି  ଗୁପ୍ତ ଦସ୍ତାବିଜକୁ ଆଧାର କରି ଇରାନ ଫାଶୀ ହୋଇଥିବା ବ୍ୟକ୍ତିଙ୍କୁ ଗୁପ୍ତଚର ବୋଲି ଅଭିଯୋଗ କରିଥିଲା ​​ଏବଂ ଶେଷରେ ତାଙ୍କୁ ଫାଶୀ ଦେଇଦେଇଥିଲା ।

ଏକ ରିପୋର୍ଟ ଅନୁଯାୟୀ, କେବଳ ଗତ ୧୦ ଦିନ ମଧ୍ୟରେ ଇରାନ ପ୍ରଶାସନ ୪୨ ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ହତ୍ୟା କରି ସରିଲାଣି । ଯଦି ଆମେ ଏହାକୁ ଘଣ୍ଟା ହିସାବରେ ହିସାବ କରିବା ତେବେ, ଇରାନରେ ପ୍ରତି ୬ ଘଣ୍ଟାରେ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଉଛି ।  ଇରାନ କ୍ରମାଗତ ଭାବରେ ଆଭ୍ୟନ୍ତରୀଣ ସମସ୍ୟା ସହ ସଂଘର୍ଷ କରୁଛି । ସେଠାରେ ସବୁଠାରୁ ବଡ ସମସ୍ୟା ହେଉଛି ଅର୍ଥନୀତି ଏବଂ ଦ୍ୱିତୀୟଟି ହେଉଛି ଦେଶର କଠୋର ଇସଲାମିକ ନିୟମ । ଇସଲାମିକ ନିୟମକୁ ଦର୍ଶାଇ ସେଠାରେ ସରକାର ମହିଳାମାନଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଯାଇଛି  ଏବଂ ଅସଂଖ୍ୟ ମୃତ୍ୟୁଦଣ୍ଡ ଦିଆ ହୋଇଛି ।

୨୦୧୫ : ୯୭୨ ଜଣଙ୍କୁ ଦିଆଯାଇଥିଲା

ଫାଶୀ ଇରାନରେ କାର୍ଯ୍ୟ କରୁଥିବା ମାନବାଧିକାର ସଂଗଠନ ଅନୁଯାୟୀ, ପୋଲିସ୍ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁ ପରେ ହିଜାବ ବିରୋଧୀ ପ୍ରଦର୍ଶନରେ ସାମିଲ ଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୨୨୯ ଜଣଙ୍କୁ ଫାଶୀ ଦିଆଯାଇଛି । ଏହି ବର୍ଷ, ନଭେମ୍ବର ମାସରେ, ମିଳିତ ଜାତିସଂଘ ଇରାନରେ ଘଟୁଥିବା ବଡ଼ ଧରଣର ଫାଶୀ ନିଷ୍ପତ୍ତିକୁ ଉଦ୍ବେଗଜନକ ବୋଲି ବର୍ଣନା କରାଯାଇଥିଲା । ୨୦୨୩ ର ପ୍ରଥମ ସାତ ମାସରେ ୪୧୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ୨୦୨୨ ତୁଳନାରେ ଏହା ୩୦ ପ୍ରତିଶତ ଅଧିକ ଥିଲା । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ୧୦ ମାସରେ ୬୦୪ ଜଣଙ୍କୁ ଫାଶୀ ଦିଆଯାଇଥିଲା । ଗତ ଆଠ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ ଥିଲା । ୨୦୧୫ ମସିହାରେ, ଇରାନରେ ସର୍ବାଧିକ ୯୭୨ ଜଣଙ୍କୁ ଫାଶୀ ଦିଆଯାଇଥିଲା ।

ଫାଶୀ ପାଇଥିବା ଅଧିକାଂଶ ଲୋକମାନେ  କିଏ ?

ନଭେମ୍ବର ମାସରେ ଫାଶୀ ଦିଆଯାଇଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଏକ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ନିହତ ହୋଇଥିବା ଅଧିକାଂଶ ଲୋକ ହେଉଛନ୍ତି କୁର୍ଦ୍ଦ ଏବଂ ବାଲୁଚି ଲୋକ । ଇରାନରେ କୁର୍ଦ୍ଦ ଏବଂ ବାଲୁଚି ଜନସଂଖ୍ୟା ସଂଖ୍ୟାଲଘୁ ଅଟନ୍ତି । ଇରାନର ଜନସଂଖ୍ୟାର ଅଧିକାଂଶ ହେଉଛି ଶିଆ । ଏହା ବ୍ୟତୀତ ସରକାର ବିରୋଧୀ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନେ ମଧ୍ୟ ଇରାନ ପ୍ରଶାସନର ଟାର୍ଗେଟରେ ରହିଛନ୍ତି ।ଇରାନ ସରକାରଙ୍କ ବିରୋଧୀ ଭାବରେ ବିବେଚନା କରାଯାଉଥିବା ଶାହିନ୍ ଗୋବାଡି କହିଛନ୍ତି ଯେ ଇରାନ ସରକାର ନିଜ ଲୋକଙ୍କ ସହ ଯୁଦ୍ଧ କରୁଛନ୍ତି । କାଳେ ପ୍ରଦର୍ଶନ ସବୁ ଉଗ୍ର ହେଇଯିବା ଏବଂ ନିୟନ୍ତ୍ରଣ ବାହାରକୁ ଚାଲିଯିବ ସେଥିପାଇଁ ଇରାନ ସରକାର ଏପରି ଦମନମୂଳକ ନୀତି ଗ୍ରହଣ କରୁଛନ୍ତି । ଇରାନର ବିରୋଧୀ ନେତା ତଥା ଯୁବକମାନେ ପାଶ୍ଚାତ୍ୟ ଦେଶମାନଙ୍କରୁ ଇରାନର ଅତ୍ୟଧିକ କାର୍ଯ୍ୟନୁଷ୍ଠାନ ବିରୋଧରେ ପଦକ୍ଷେପ ନେବାକୁ ଦାବି କରୁଛନ୍ତି ।

 

The post ଇରାନରେ ଫାଶୀର ଫାଶ , ବର୍ଷକ ମଧ୍ୟରେ ୬୦୪ ଜଣ ଝୁଲିଲେଣି ଫାଶୀ ଖୁଣ୍ଟରେ । first appeared on Kanak News.

from Kanak News
via <a href="https://ifttt.com/?

ଡାଇରିଆ ସ୍ଥିତି ସଙ୍ଗୀନ ପରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଘନଘନ ବୈଠକ । ଲୋକଙ୍କୁ ସଚେତନ କରିବାକୁ ସବୁ ବିଭାଗ ସହ ଆଲୋଚନା ।

କନକ ବ୍ୟୁରୋ: ସୁନ୍ଦରଗଡରେ ଡାଇରିଆ ସ୍ଥିତି ସଂଗୀନ ହେଉଥିବା ଦେଖି ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ଲୋକଙ୍କୁ ସତର୍କ କରାଇବା ସହିତ ବିଭିନ୍ନ ପଦକ୍ଷେପ ନେଇଛି । ସମସ୍ତ ବିଭାଗକୁ ନେଇ ଜିଲ୍ଲପାଳ ବୈଠକ କରିଛନ୍ତି । ଯେଉଁଥିରେ ଜିଏମ ୱାଟକୋ , ଆଇଜିଏଚ , ଆରଜିଏଚ , ଡିଏଚଓଙ୍କୁ ନେଇ ବୈଠକ ହୋଇଛି । ଏଥିରେ ସମସ୍ତ ଦିଗକୁ ଦୃଷ୍ଟିରେ ରଖାଯାଇଛି ।

ଏବେ ନଜର ପକାନ୍ତୁ ପ୍ରଶାସନ କି କି ପଦକ୍ଷେପ ନେଇଛି ।

ଝାଡ଼ାବାନ୍ତି ବ୍ୟାପିବାଠାରୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର
ପୁରା ରାଉରକେଲାକୁ ଏକ ଜୋନ ଭାବରେ ତିଆରି କରାଯାଇଛି
ସୁନ୍ଦରଗଡ ମେଡିକାଲ କଲେଜରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆସିଛନ୍ତି
ଏହି ଟିମ୍ ଆପିଡୋଲିଜି ଦିଗକୁ ଅନୁଧ୍ୟାନ କରୁଛନ୍ତି
ଟିମର ସଦସ୍ୟ ଜଣେ ରୋଗୀଙ୍କ ଡାଟା କଲେକସନ କରିବେ
କେଉଁଠୁ ପାଣି ପିଉଛନ୍ତି ଏବଂ କ’ଣ ଖାଉଛନ୍ତି ଏଥିସହ ଖାଇବାର ଉତ୍ସ ଖୋଜୁଛି
ମେଡିସିନ , ଟେଷ୍ଟିଂ କିଟ୍ , ସାଲାଇନ୍ ଆଦି ଅଧିକ ପରିମାଣରେ ମହଜୁଦ ରଖାଯାଇଛି ପୁରା ରାଉରକେଲାକୁ ପିଇବା ପାଣି ସପ୍ଲାଏ ହେଉଥିବା ପାଇପ୍ ଗୁଡିକୁ ଚେକିଂ କରିବାକୁ ନିର୍ଦ୍ଦେଶ
କେଉଁଠି କଟଅପ୍ ଅଛି ଖୋଜି ବାହର କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଝାଡାବାନ୍ତି ବ୍ୟାପିଥିବା ଅଂଚଳରେ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି
ହାତ ଧୋଇବା, ପାଣି କୁ ଫୁଟାଇ ପିଇବା , ବାହର ଖାଦ୍ୟ ନଖାଇବା ପାଇଁ ପରାମର୍ଶ

The post ଡାଇରିଆ ସ୍ଥିତି ସଙ୍ଗୀନ ପରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଘନଘନ ବୈଠକ । ଲୋକଙ୍କୁ ସଚେତନ କରିବାକୁ ସବୁ ବିଭାଗ ସହ ଆଲୋଚନା । first appeared on Kanak News.

from Kanak News
via <a href="https://ifttt.com/?

୫ ମୃତକଙ୍କ ଚାଲିଛି ଶବ ବ୍ୟବଚ୍ଛେଦ । ଅପରାହ୍ଣରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ମୃତଦେହ । ରବିବାର ହାଇୱା ଧକ୍କାରେ ଯାଇଥିଲା ଜୀବନ ।

କନକ ବ୍ୟୁରୋ: ସୁନ୍ଦରଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତକଙ୍କ ଚାଲିଛି ଶବ ବ୍ୟବଚ୍ଛେଦ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ । ୫ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଅପରାହ୍ଣରେ ସମସ୍ତଙ୍କୁ କବର ଦିଆଯିବ ବୋଲି ଜଣା ପଡିଛି ।

ରବିବାର ସୁନ୍ଦରଗଡ ସଦର ଥାନା ଟାଙ୍ଗରାମୁଣ୍ଡା ନିକଟ ଏକ ଅଟୋକୁ ବାଲି ବୋଝେଇ ହାଇୱା ଧକ୍କା ଦେବାରୁ ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ଭିତରେ ଜଣେ ଶିଶୁ ରହିଥିଲା । ସମସ୍ତେ ମୁସଲିମ୍ ସମ୍ପ୍ରଦାୟର । ସମସ୍ତେ ରିଜେଂଟ୍ ମାର୍କେଟ୍ ନିକଟ ବଗିଚାପଡାର ବାସିନ୍ଦା ।

The post ୫ ମୃତକଙ୍କ ଚାଲିଛି ଶବ ବ୍ୟବଚ୍ଛେଦ । ଅପରାହ୍ଣରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ମୃତଦେହ । ରବିବାର ହାଇୱା ଧକ୍କାରେ ଯାଇଥିଲା ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଜଗତସିଂହପୁର ଶାରଳା ମନ୍ଦିର ଚୋରି ଘଟଣା । କେନ୍ଦୁଝରରୁ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ।

କନକ ବ୍ୟୁରୋ: ବନ୍ଧା ହେଲା ଶାରଳା ମନ୍ଦିର ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ । କେନ୍ଦୁଝରରୁ ଗିରଫ ହେଲା ଅଭିଯୁକ୍ତ ଋଷି ମହାନ୍ତି । ତାଙ୍କ ନିକଟରୁ ୧ ଲକ୍ଷ ୮୫ହଜାର ଟଙ୍କା ଜବତ ହୋଇଛି । କେନ୍ଦୁଝରର ସଦର ଥାନା ଅନ୍ତର୍ଗତ କେରି ଗାଁର ବାସିନ୍ଦା ଋଷି ମହାନ୍ତି ।

ଗତ ୧୩ ତାରିଖରେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଚୋରି ଖବର ସାମ୍ନାକୁ ଆସିଥିଲା । ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ କେତେକ ସ୍ଥାନରେ ଭଙ୍ଗାଭଙ୍ଗି ହୋଇଥିଲା । ଯାହାର ସୁଯୋଗ ନେଇ ମନ୍ଦିରରେ ପଶି ଲୁଟି ନେଇଥିଲା ଟଙ୍କା । ତେବେ ଘଟଣାର ୫ ଦିନ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜଗତସିଂହପୁର ପୋଲିସ ।

The post ଜଗତସିଂହପୁର ଶାରଳା ମନ୍ଦିର ଚୋରି ଘଟଣା । କେନ୍ଦୁଝରରୁ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ । first appeared on Kanak News.

from Kanak News
via <a href="https://ifttt.com/?

ପୂର୍ବତନ ଓଏଏସଙ୍କ ଘରୁ ମିଳିଲା ଜିଆରଏସଙ୍କ ଝୁଲନ୍ତା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

କନକ ବ୍ୟୁରୋ: ସନ୍ଦେହଜନକ ଭାବେ ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନ ବାଗ୍ ଅଂଚଳରୁ ଆସିଛି ଏଭଳି ଖବର । ଯୁବକ ଜଣଙ୍କ ନବୀନ ବାଗ୍ ଅଂଚଳର ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଘରେ ଭଡ଼ାରେ ରହୁଥିଲେ । ସେ ସ୍ଥାନୀୟ ଗଡ଼ବଡ଼ପୁଟ ପଞ୍ଚାୟତରେ ଜିଆରଏସ ଭାବେ କାମ କରୁଥିଲେ । ହେଲେ ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡ଼ି ଗାଁରେ । ମୃତ ଯୁବକଙ୍କ ଜଣଙ୍କ ହେଲେ ସୌମ୍ୟରଞ୍ଜନ ମହାନା ।

ରବିବାର ଜିଆରଏସଙ୍କ ଝୁଲନ୍ତା ମୃତଦେହ ଭଡ଼ାଘରୁ ଠାବ ହୋଇଛି । ବେକରେ ଲୁଗା ଦେଇ ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ହେଲେ ତାଙ୍କ ପରିବାର ଲୋକ ତାଙ୍କୁ କେହିଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଘଟଣା ତଦନ୍ତ କରି ସତ୍ୟାସତ୍ୟ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପ୍ରେମ ବ୍ୟାପାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

The post ପୂର୍ବତନ ଓଏଏସଙ୍କ ଘରୁ ମିଳିଲା ଜିଆରଏସଙ୍କ ଝୁଲନ୍ତା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ତାରକାଙ୍କ ମଧ୍ୟରେ ଶୀର୍ଷରେ ଶାହାରୁଖ୍‌, ଦ୍ୱିତୀୟରେ ଆଲିଆ । ପ୍ରକାଶ ପାଇଲା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକା ।

କନକ ବ୍ୟୁରୋ: କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି। କିଙ୍ଗ୍‌ଖାନ୍‌ ତାଙ୍କ ସଫଳତା ତାଲିକା‌ରେ ଆଉ ଏକ ଧାଡ଼ି ଯୋଡ଼ିଛନ୍ତି। ଖବର ରହିଛି ଯେ ବ୍ରିଟେନ୍‌ରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଶାହରୁଖ୍‌। ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଦଲଜିତ୍‌ ଦୋସାଞ୍ଜ୍‌ ଓ ରଣବୀର କପୁର ବି ସମାନ ତାଲିକାରେ ସ୍ଥାନ ପାଇଛନ୍ତି। ବ୍ରିଟେନ୍‌ର ସାପ୍ତାହିକ ‘ଇଷ୍ଟର୍ଣ୍ଣ ଆଇ’ରେ ଏହି ତାଲିକା ପ୍ରକାଶ ପାଇଛି।

୨୦୨୩ବର୍ଷ ବଲିଉଡର ରାଜା ଶାହାରୁଖ ଖାନଙ୍କ ପାଇଁ ବହୁତ ଭଲ ରହିଛି। ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଶାହାରୁଖ ଖାନଙ୍କ ‘ଯବାନ’ ମଧ୍ୟ ବର୍ଷ ମଧ୍ୟଭାଗରେ ଏକ ମେଗା ବ୍ଲକବଷ୍ଟର ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି।

The post ତାରକାଙ୍କ ମଧ୍ୟରେ ଶୀର୍ଷରେ ଶାହାରୁଖ୍‌, ଦ୍ୱିତୀୟରେ ଆଲିଆ । ପ୍ରକାଶ ପାଇଲା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକା । first appeared on Kanak News.

from Kanak News
via <a href="https://ifttt.com/?

ହାଡଭଙ୍ଗା ଶୀତକୁ ପ୍ରବଳ ବର୍ଷା ବିତ୍ପାତ । ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ, ଘରେ ପଶିଲା ପାଣି ।

କନକ ବ୍ୟୁରୋ: ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ଏହାରି ଭିତରେ କିନ୍ତୁ ତାମିଲନାଡୁରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ରାସ୍ତା ଘାଟ ସହିତ ଘର ଭିତରେ ପାଣି ପଶିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି ।

କନ୍ୟାକୁମାରୀ, ତିରୁନେଲଭି, ଥୋଠୁକୁଡି ଏବଂ ତେନକାସି ଜିଲ୍ଲାରେ ଆଜି ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଅଧିକ ହେଉଥିବାରୁ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି । କିଛି ଟ୍ରେନ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥ ବଦଳାଯାଇଥିବା ସୂଚନା ରହିଛି । ଅନେକ ଲୋକ ପାଣିଘେରରେ ଥିବାରୁ ସରକାର ତରଫରୁ ରିଲିଫ କ୍ୟାମ୍ପର ବ୍ୟବସ୍ଥା ହୋଇଛି । ଲୋକଙ୍କୁ ଖୁଖିଲା ଖାଦ୍ୟ ଦିଆଯାଉଛି ।

The post ହାଡଭଙ୍ଗା ଶୀତକୁ ପ୍ରବଳ ବର୍ଷା ବିତ୍ପାତ । ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ, ଘରେ ପଶିଲା ପାଣି । first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ ସେଲର ତନାଘନା । ୬ଟି ରାଜ୍ୟରେ ତଦନ୍ତକାରୀ ଟିମ୍ ।

କନକ ବ୍ୟୁରୋ: ସଂସଦ ଭବନ ଭିତରେ ସୁରକ୍ଷା ଭଙ୍ଗ ଘଟଣାରେ ତଦନ୍ତ ଆହୁରି ଜୋରଦାର ହୋଇଛି । ୬ଟି ରାଜ୍ୟରେ ଦିଲ୍ଲୀ ସ୍ପେଶାଲ ସେଲର ଟିମ୍ ପହଂଚି ଖୋଳତାଡ ଆରମ୍ଭ କରିିଛି । ଏହି ମାମଲାର ଅଭିଯୁକ୍ତମାନେ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ଦିଲ୍ଲୀ, ୟୁପି, ରାଜସ୍ଥାନ, ହରିଆଣାରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିଥିଲେ । ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବାଚସ୍ପତି ଚିନ୍ତାପ୍ରକଟ କରିଥିବା ବେଳେ ତଦନ୍ତକାରୀ ଟିମ୍ ମଧ୍ୟ ସକ୍ରିୟ ହୋଇଛି ।

ଜୋତା ଭିତରେ ଲୁଚାଇ ଆଣିଥିବା କ୍ୟାନଷ୍ଟରକୁ ଲୋକସଭା ଭିତରେ ସ୍ପ୍ରେ କରିଥିଲା ଅଭିଯୁକ୍ତ ସାଗର ଶର୍ମା । ଏଥିପାଇଁ ସ୍ୱତନ୍ତ୍ର ଭାବରେ ସାଗରର ଜୋତା ଡିଜାଇନ କରାଯାଇଥିଲା । ତେଣୁ କିଏ ଏହି ଡିଜାଇନ୍ କରିଥିଲା ତାକୁ ଧରିବା ପାଇଁ ପୋଲିସ ଏବେ ୟୁପିର ଆଲମବାଗରେ ପହଂଚିଛି । ଅଭିଯୁକ୍ତ ସାଗର ଶର୍ମାକୁ ଲକ୍ଷେ୍ନୌ ନେବାକୁ ଯୋଜନା କରିଥିଲା ତଦନ୍ତକାରୀ ଟିମ୍ । କିନ୍ତୁ ଆଇନ୍ ଶୃଂଖଳା କଥା ବିଚାର କରି ସାଗରକୁ ଆଣିନାହିଁ । ଏହାପୂର୍ବରୁ ପୋଲିସ ଟିମ୍ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ସେହିପରି ଅନ୍ୟତମ ଅଭିଯୁକ୍ତ ନିଲମଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ଜେରା କରିଛି । ଲଳିତ ଝା ଏହି ଷଡଯନ୍ତ୍ର କରିଥିଲା ବୋଲି ଜଣାପଡିଛି । ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ମୋବାଇଲ ପୋଡି ଦେଇଛି । ରାଜସ୍ଥାନରୁ ପୋଲିସ ପୋଡା ମୋବାଇଲକୁ ଜବତ କରିିଛି ।

The post ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ ସେଲର ତନାଘନା । ୬ଟି ରାଜ୍ୟରେ ତଦନ୍ତକାରୀ ଟିମ୍ । first appeared on Kanak News.

from Kanak News
via <a href="https://ifttt.com/?

ଡାଇରିଆ ନେଲା ଆଉ ଏକ ଜୀବନ । ରାଉରକେଲାରେ ବଢୁଛି ଡାଇରିଆ ରୋଗୀଙ୍କ ମୃତ୍ୟୁ ସଂଖ୍ୟା । ଖାଦ୍ୟ କି ପାଣିରୁ ବ୍ୟାପୁଛି ହୋଇ ପାରୁନି ସ୍ପଷ୍ଟ ।

କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ନେଲା ଆଉ ଏକ ଜୀବନ । ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଡାଇରିଆରେ ମୃତ୍ୟୁ ସଂଖ୍ୟା ଛୁଇଁଛି ୭ । ମୃତକ ହେଉଛନ୍ତି, ସେକ୍ଟର ୨୧ର ସରୋଜିନୀ ଖଣ୍ଡାଇତ ।

ଏବେ ଜିଲ୍ଲାର ସରକାରୀ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଆକ୍ରାନ୍ତ ମାନେ ଭର୍ତ୍ତି ହୋଇଛନ୍ତି । ସରକାରୀ ହସ୍ପିଟାଲରେ କେବଳ ୧୦୦ରୁ ଅଧିକ ଚିକିତ୍ସାଧୀନ ଥିବା ଜଣାପଡିଛି । ଦିନକୁ ଦିନକୁ ସ୍ଥିତି ବିଗୁଡ଼ୁଥିବାରୁ ସଂକ୍ରମଣ ରୋକିବାକୁ ତତ୍ପର ହୋଇଛି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ । ରାଉରକେଲା ମହାନଗର ନିଗମ୍ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନ କରୁଛନ୍ତି ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଦରକାର ପଡ଼ିଲେ ସଂକ୍ରମଣ ରୋଗୀଙ୍କୁ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ।

ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍ ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଖାଦ୍ୟ କିମ୍ବା ପାଣିରୁ ବ୍ୟାପୁଛି କି ନାହିଁ ସ୍ପଷ୍ଟ ହୋଇନି । ସମସ୍ତ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି । ସମସ୍ତ ଘରୋଇ ହସ୍ପିଟାଲକୁ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି ।

The post ଡାଇରିଆ ନେଲା ଆଉ ଏକ ଜୀବନ । ରାଉରକେଲାରେ ବଢୁଛି ଡାଇରିଆ ରୋଗୀଙ୍କ ମୃତ୍ୟୁ ସଂଖ୍ୟା । ଖାଦ୍ୟ କି ପାଣିରୁ ବ୍ୟାପୁଛି ହୋଇ ପାରୁନି ସ୍ପଷ୍ଟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started