ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ । ସୁରକ୍ଷା ବଳୟ ଭେଦ କରି ବାଇଡେନଙ୍କ କାରକୁ ଧକ୍କା ଦେଲା ଆଉ ଏକ କାର ।

କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ । ଜୋ ବାଇଡେନଙ୍କ କାରକୁ ଧକ୍କା ଦେଇଛି ସହ ଏକ ଏସୟୁଭି କାର । ବିଳମ୍ବିତ ରାତିରେ ଡେଲାୱେରର ୱିଲମିଙ୍ଗଟନରେ ଏହି ଦୁର୍ଘଟଣା ଘଟିଛି । ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ତାଙ୍କ କାର ଧକ୍କାର ଶିକାର ହୋଇଛି ।

ବାଇଡେନ ଏବଂ ତାଙ୍କ ପତ୍ନୀ ସୁରକ୍ଷିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାରି କିଛି କ୍ଷତି ହୋଇ ନାହିଁ । ଦୁର୍ଘଟଣା ପରେ ବାଇଡେନଙ୍କ ସିକ୍ରେଟ ସର୍ଭିସ ଏଜେନ୍ସିମାନେ ଧକ୍କା ଦେଇଥିବା ଡ୍ରାଇଭରକୁ ବନ୍ଧୁକ ଦେଖାଇଥିଲେ । ଏବେ ତାଙ୍କୁ ପଚରାଉଚରା ଚାଲିଛି । ହ୍ୱାଇଟ୍ ହାଉସର ରିପୋର୍ଟ ଅନୁଯାୟୀ, ବାଇଡେନ ତାଙ୍କ ନିର୍ବାଚନ ପ୍ରଚାର ସଂକ୍ରାନ୍ତୀୟ କାର୍ଯ୍ୟରେ ଥିଲେ । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କାରର ବମ୍ପର କ୍ଷତିଗ୍ରସ୍ତ ହୋଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଘଟଣା ପରେ ବାଇଡେନ ସୁରକ୍ଷିତ ଭାବେ ତାଙ୍କ ଘରକୁ ଫେରିଥିଲେ । ଏବେ ପ୍ରଶ୍ନ ଉୁଠିଛି ଯେ କିଭଳି ସୁରକ୍ଷା ଭେଦ କରି କାରଟି ଆସି ବାଇଡେନଙ୍କ କାରକୁ ଧକ୍କା ଦେଲା । ଧକ୍କା ଦେଇଥିବା ଗାଡି ଚାଳକଙ୍କର ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା କି ତାହା ମଧ୍ୟ ଏବେ ବଡ ପ୍ରଶ୍ନ ।

The post ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ । ସୁରକ୍ଷା ବଳୟ ଭେଦ କରି ବାଇଡେନଙ୍କ କାରକୁ ଧକ୍କା ଦେଲା ଆଉ ଏକ କାର । first appeared on Kanak News.

from Kanak News
via <a href="https://ifttt.com/?

ଗ୍ରାମାଞ୍ଚଳରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି ।

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଗାଁ ଗାଁରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ । କଟକ ଜିଲ୍ଲା ନିଆଳି ବ୍ଲକ ରାଣିଓଳା ପଂଚାୟତରେ ନିଆଳି ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଆଳିର ବିଜେପି ନେତା ଛବି ମଲ୍ଲିକଙ୍କ ନେତୁତ୍ୱରେ ଏକ ଶୋଭାଯାତ୍ରା ତଣ୍ଡିକଣା ବିଜ୍ର ନିକଟରୁ ବାହାରି ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଏହାପରେ ବରିସଣ ପଡିଆରେ ବିଜେପିର ମିଶ୍ରଣ ପର୍ବ ହୋଇଥିଲା । ମିଶ୍ରଣ ପର୍ବରେ ଶତାଧିକ ଲୋକେ ବିଜେପିରେ ସାମିଲ ହୋଇଥିଲେ । ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ବିଜେପି ନେତା ଛବି ମଲ୍ଲିକ ସହିତ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ ।

The post ଗ୍ରାମାଞ୍ଚଳରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ୍ ।

କନକ ବ୍ୟୁରୋ: ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରବିବାର ସାରା ଦେଶରେ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଦେଇଛି । କେରଳ ଓ ୟୁପିରେ ଅଧିକାଂଶ ଅ।।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନାର ନୂଆ ଉପ ପ୍ରଜାତି ଜେ-ଏନ-ୱାନ ଯୋଗୁଁ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଥିବା କୁହାଯାଉଛି ।

ନିକଟରେ କେରଳରେ ୪ ଜଣ ଏବଂ ୟୁପିରେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ରିପୋର୍ଟ ରହିଛି । କେବଳ ଇଣ୍ଡିଆ ନୁହଁ ବିଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସିଙ୍ଗାପୋରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।

The post ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ୍ । first appeared on Kanak News.

from Kanak News
via <a href="https://ifttt.com/?

ରେଳ ଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତ ଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ ।

କନକ ବ୍ୟୁରୋ: ରାୟଗଡା ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ପୋଲିସ କନଷ୍ଟେବଳଙ୍କ ମୃତ ଦେହ । ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମୃତ ଈଶ୍ୱର ରାଓ ଜିଲ୍ଲା ଏସପିଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ ବୋଲି ସୂଚନା ରହିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ କନେଷ୍ଟବଳ ଈଶ୍ୱର ରାଓ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।

The post ରେଳ ଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତ ଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବଢୁଛି ମନ୍ଦିର ହୁଣ୍ଡି ଲୁଟ୍ । ଶାରଳା, ସାକ୍ଷୀଗୋପାଳ ମନ୍ଦିର ପରେ ଏବେ ଭଦ୍ରକ ମଦନମୋହନ ମନ୍ଦିରରୁ ଚୋରୀ ।

କନକ ବ୍ୟୁରୋ: ବିଳମ୍ବିତ ରାତିରେ ମନ୍ଦିରରୁ ଦୁଇଟି ହୁଣ୍ଡି ବାକ୍ସ ଲୁଟିନିଲେ ଦୁର୍ବୃତ । ପୁରୁଣା ବଜ଼ାର ଥାନା ନିକଟ ସନ୍ତିଆ ସ୍ଥିତ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଏହି ଲୁଟ୍ ହୋଇଛି । ତେବେ ହୁଣ୍ଡି ବାକ୍ସରେ କେତେ ଟଙ୍କା ଥିଲା ତାହାର ସଠିକ ତଥ୍ୟ ମିଳି ନଥିବା ବେଳେ ପାଖ ବିଲରୁ ଏହା ଉଦ୍ଧାର ହୋଇଛି । ପୁରୁଣା ବଜ଼ାର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

The post ରାଜ୍ୟରେ ବଢୁଛି ମନ୍ଦିର ହୁଣ୍ଡି ଲୁଟ୍ । ଶାରଳା, ସାକ୍ଷୀଗୋପାଳ ମନ୍ଦିର ପରେ ଏବେ ଭଦ୍ରକ ମଦନମୋହନ ମନ୍ଦିରରୁ ଚୋରୀ । first appeared on Kanak News.

from Kanak News
via <a href="https://ifttt.com/?

ନୀଳଗିରିରେ ହାତୀ ଆତଙ୍କ । ଘର ଭାଙ୍ଗି କରୁଛି ଆକ୍ରମଣ ।

କନକ ବ୍ୟୁରୋ: ନୀଳଗିରି ଏନ୍.ଏ.ସି ବେତଶୁଳ ଗାଁରେ ହାତୀ ଆତଙ୍କ । କୁଲଡିଆ ଜଙ୍ଗଲ ମାଈ ହାତୀ ଆକ୍ରମଣରେ ଭାଙ୍ଗିଲା ଘର ଦ୍ୱାର । ଗଲକାଲି ରାତିରେ ଘରେ ମାଆ ଓ ତିନୋଟି ଛୁଆ ଶୋଇଥିବାବେଳେ ଘର ଉପରେ ହାତୀ ଆକ୍ରମଣ କରିଥିଲା । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିର୍ିଲେ ମା’ ଓ ଛୁଆ । ଘଟଣାରେ କେହି ମୃତାହତ ହୋଇନଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ନଷ୍ଟ ହେବାସହ ଧାନ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ବନ ବିଭାଗ ବିଟ୍ ହାଉସ୍ ନିକଟରେ ଘଟଣା ଘଟିଥିବାବେଳେ, ଘଟଣା ସ୍ଥଳରେ କିନ୍ତୁ ବନବିଭାଗ ଟିମ୍ ପହଁଚିନଥିବା ଅଭିଯୋଗ ହୋଇଛି । ଏପରିକି ବନବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା କେହି ଆସିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

The post ନୀଳଗିରିରେ ହାତୀ ଆତଙ୍କ । ଘର ଭାଙ୍ଗି କରୁଛି ଆକ୍ରମଣ । first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ହସ୍ପିଟାଲରେ କୁକୁର ଦୌରାତ୍ମ୍ୟ । କୁକୁର ରକ୍ତ ପିଭିସି ପାଇପ୍ କାମୁଡି ନେଉଥିବା ଦୃଶ୍ୟ ବିଚଳିତ କରୁଛି ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୁକୁର ହାଉଜାଉ । ହସ୍ପିଟାଲ ଭିତରେ ପଶି କୁକୁରଟି ରକ୍ତ ସଂଗ୍ରହ କରୁଥିବା ପିଭିସି ପାଇପକୁ କାମୁଡି ନେଇଯାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ହସ୍ପିଟାଲ ଭିତରକୁ ରୋଗୀ, ରୋଗୀଙ୍କ ସଂପର୍କୀୟ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ଯା ଆସ କରୁଥନ୍ତି । ଏପରି ସ୍ଥିତିରେ ହସ୍ପିଟାଲ ଭିତରେ କୁକୁରଙ୍କ ପ୍ରାର୍ଦୁଭାବ ବଢିବା ଚିନ୍ତା ବଢାଇଛି । କାରଣ ୱାର୍ଡ ଭିତରେ ରୋଗୀଙ୍କ ଖାଇବାରେ କୁକୁର ମାନେ ମୁହଁ ମାରୁଥିବା ଅଭିଯୋଗ ରହିଛି ।

The post ପୁରୀ ହସ୍ପିଟାଲରେ କୁକୁର ଦୌରାତ୍ମ୍ୟ । କୁକୁର ରକ୍ତ ପିଭିସି ପାଇପ୍ କାମୁଡି ନେଉଥିବା ଦୃଶ୍ୟ ବିଚଳିତ କରୁଛି । first appeared on Kanak News.

from Kanak News
via <a href="https://ifttt.com/?

ଗାଡି ସାଇଡ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କଣାସ ବାଦୁରା ବରହ ଘଟଣା ।

କନକ ବ୍ୟୁରୋ: ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୬ଜଣ ମସ୍ୟଜୀବୀ ଆହତ ହୋଇଛନ୍ତି । ଏହାପରେ ଆହତକୁ କଣାସ ମେଡିକାଲରେ ଭର୍ତି କରାଯାଇଛି । ନ୍ୟାୟ ଦାବିରେ ଗଡ଼ିଶାଗୋଦା ଥାନା ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ବସିଥିଲେ ଗ୍ରାମବାସୀ । ପୋଲିସ ଉତ୍ୟକ୍ତ ଲୋକଙ୍କ ଆଲୋଚନା କରି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିବା ଜଣାପଡିଛି ।

The post ଗାଡି ସାଇଡ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କଣାସ ବାଦୁରା ବରହ ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧ ଭିତରେ ଇସ୍ରାଏଲ ସେନାର ନୂଆ ଦାବି । ହମାସର ବିଶାଳ ସୁଡଙ୍ଗରେ ଯିବା ଆସିବା କରୁଛନ୍ତି ଗାଜା ହସ୍ପିଟାଲ କର୍ମଚାରୀ ।

କନକ ବ୍ୟୁରୋ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲକୁ ଖୋଜି ବାହାର କରାଯାଇଛି । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେସ ହମାସର ସବୁଠାରୁ ବଡ ଟନେଲ୍ । ଏହାର ଲମ୍ବା ୪ କିଲୋମିଟର । ଆଇଡିଏଫ୍ ଦାବି କରିଛି ଯେ ଗାଜାରେ ରହିଥିବା ହମାସର ଡାକ୍ତରଖାନାର କର୍ମଚାରୀ ଏହି ସୁଡଙ୍ଗରେ ଯିବା ଆସିବା କରନ୍ତି ।

The post ଯୁଦ୍ଧ ଭିତରେ ଇସ୍ରାଏଲ ସେନାର ନୂଆ ଦାବି । ହମାସର ବିଶାଳ ସୁଡଙ୍ଗରେ ଯିବା ଆସିବା କରୁଛନ୍ତି ଗାଜା ହସ୍ପିଟାଲ କର୍ମଚାରୀ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଶୀତର ଲହରୀ । ହେଲେ ଶମିଳିପାଳ ଅଭୟାରଣ୍ୟରେ ଏହାର ମଜା ନେଇପାରୁନାହାଁନ୍ତି ପର୍ଯ୍ୟଟକ । ରାସ୍ତା ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତ ଲହରି ଜାର୍ ରହିଛି । ଜାଡରେ ଥରୁଛି ଅଧିକାଂଶ ସ୍ଥାନ । ରାତି ହେଲେ ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଚାଲିଯାଉଛି । ହେଲେ ଶିମିଳପାଳ ଅଭୟାରଣ୍ୟ ଭିତରେ ଶୀତକୁ ଅନୁଭବ କରିପାରୁନହାନ୍ତି ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଯୋଗୁଁ ପର୍ଯ୍ୟଟଙ୍କ ପାଇଁ ବନ୍ଦ ରହିଛି ଜାତୀୟ ଉଦ୍ୟାନ । ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।

The post ରାଜ୍ୟରେ ଶୀତର ଲହରୀ । ହେଲେ ଶମିଳିପାଳ ଅଭୟାରଣ୍ୟରେ ଏହାର ମଜା ନେଇପାରୁନାହାଁନ୍ତି ପର୍ଯ୍ୟଟକ । ରାସ୍ତା ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started