ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ ।୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ହସ୍ପିଟାଲରେ ୨୦୦ ରୋଗୀ ।

କନକ ବ୍ୟୁରୋ: ଡରାଇଲାଣି ଝାଡାବାନ୍ତି ରୋଗ । ୩ ଦିନରେ ଗଲାଣି ୬ ଜୀବନ ।ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୨୦୦ ଆକ୍ରାନ୍ତ । ରାଉରକେଲାରେ ଝାଡାବାନ୍ତି ବ୍ୟାପିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି । ସାଂଘାତିକ କଥା ହେଉଛି ଗତ ୩ ଦିନରେ ଝାଡାବାନ୍ତି ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା । ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ ଜାଣିବା ପାଇଁ ପରୀକ୍ଷା କରିବାକୁ ନମୁନା ପଠାଯାଇଛି ।

ରାଉରକେଲାରେ ଝାଡାବାନ୍ତି ସ୍ଥିତି ଅସମ୍ଭାଳ ହୋଇଛି । ସରକାରୀ ଡାକ୍ତରଖାନାରେ ୨ଶହ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କୁ ରୋଗୀଙ୍କୁ ଆବଶ୍ୟକ ଔଷଧ ସହ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି । ଘରୋଇ ମେଡିକାଲରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେପଟେ ସୁନ୍ଦରଗଡ ମେଡିକାଲ କଲେଜରୁ ଆସିଥିବା ୮ ଜଣିଆ ବିଶେଷଜ୍ଞ ଟିମ ହସ୍ପିଟାଲରେ ପହଂଚିଥିଲେ । ରୋଗୀଙ୍କ ସହ ଆଲୋଚନା କରିଛନ୍ତି ଅନୁଧ୍ୟାନକାରୀ ଟିମ୍ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ ।

The post ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ ।୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ହସ୍ପିଟାଲରେ ୨୦୦ ରୋଗୀ । first appeared on Kanak News.

from Kanak News
via <a href="https://ifttt.com/?

ଜେରା ପାଇଁ ରିମାଣ୍ଡରେ ଯାଇପାରେ ସନ୍ଦିଗ୍ଧ ଆତଙ୍କବାଦୀ । ସିଡିଆର ରିପୋର୍ଟ ଖୋଲିବ ବୁଖାରୀର ଆତଙ୍କୀ ଲିଙ୍କ୍ ।

କନକ ବ୍ୟୁରୋ: ଓଡ଼ିଶାରେ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଘଟଣାରେ ଏସଟିଏଫ ଛାନଭିନକୁ ଜୋରଦାର କରିଛି । ଏସଟିଏଫ୍ ଆଜି ବୁଖାରୀକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ।

ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଣ୍ଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । କେବଳ ଚାଟିଂ ନୁହେ, ଦେଶ ବିରୋଧୀ ତ୍ତ୍ୱଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା ଏହି ଅଭିଯୁକ୍ତ । ତେଣୁ ସିଡିଆର ରିପୋର୍ଟ ଅନେକ କିଛି ଗୁମର ଖୋଲିବ ବୋଲି କୁହାଯାଉଛି । ଇଶାନ ବୁଖାରି ଏବେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଖୁବଶୀଘ୍ର ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବ ଏସଟିଏଫ । ଜାମିନ ନାମଞ୍ଜୁର ହେବା ପରେ ବୁଖାରୀକୁ ରଗଡି ଜେଲକୁ ପଠାଇ ଦିଆଯାଇଛି ।

ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀଙ୍କ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିବା ପରେ ଧର୍ମଶାଳାର ନେଉଳପୁର ମିଲତନଗରରେ ପହଞ୍ଚିି ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ । ଏଠାରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ବୁଖାରୀଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ରହୁଛନ୍ତି । ୨୦୧୮ରୁ ଏହି ଘରକୁ ବୁଖାରୀ ନିୟମିତ ଭାବେ ଆସୁଥିଲେ । ୨୦୨୦ରେ ଏକ ଅଭିଯୋଗ ମାମଲାରେ ବୁଖାରୀକୁ ପଚରାଉଚରା କରି ଛାଡିଦେଇଥିଲା । ଏପରିକି ଆଧାରକାର୍ଡ ପାଇଁ ଉଦ୍ୟମ କରି ବି ବିଫଳ ହୋଇଥିଲା ବୁଖାରୀ ।

The post ଜେରା ପାଇଁ ରିମାଣ୍ଡରେ ଯାଇପାରେ ସନ୍ଦିଗ୍ଧ ଆତଙ୍କବାଦୀ । ସିଡିଆର ରିପୋର୍ଟ ଖୋଲିବ ବୁଖାରୀର ଆତଙ୍କୀ ଲିଙ୍କ୍ । first appeared on Kanak News.

from Kanak News
via <a href="https://ifttt.com/?

ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ ।

କନକ ବ୍ୟୁରୋ: ମହାରାଷ୍ଟ୍ରର ଚର୍ଚ୍ଚିତ ପ୍ରିୟା ସିଂହ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ଡିସିପିଙ୍କ ନିର୍ଦ୍ଦେଶରେ ଏସଆଇଟି ଟିମ୍ ବନାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବ୍ୟବହାର କରାଯାଇଥିବା କାରକୁ ମଧ୍ୟ ସିଜ୍ କରାଯାଇଛି ।

ମହାରାଷ୍ଟ୍ର ଷ୍ଟେଟ୍ ରୋଡ୍ ଡେଭଲପମେଣ୍ଟ କର୍ପୋରେସନ୍ (ଏମଏସଆରଡିସି)ର ଏମଡିଙ୍କ ପୁଅ ଅଶ୍ୱଜିତ୍ ଗାୟକୱାଡଙ୍କ ଉପରେ ଇନଷ୍ଟା ଈନଫ୍ଲୁଏନ୍ସର ପ୍ରେମିକା ପ୍ରିୟା ସିଂଙ୍କ ଉପରେ କାର ଚଢାଇ ହତ୍ୟା କରିବା ଚେଷ୍ଟାର ଅଭିଯୋଗ ଲାଗିଛି । ଅଶ୍ୱଜିତ୍ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଛନ୍ତି । ତେବେ ପ୍ରିୟା ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇବା ପରେ ପୋଲିସ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିଛି ।

ରବିବାର ପ୍ରିୟା ପୁଲିସର କାର୍ଯ୍ୟଶୈଳୀ ଉପରେ ଅଭିଯୋଗ ଆଣିଥିଲେ । କିଛି ପୁଲିସ କର୍ମୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସମ୍ପର୍କୀ;ୟଙ୍କ ଅନୁପସ୍ଥିତିରେ କିଛି ପେପରରେ ତାଙ୍କ ଦସ୍ତଖତ ନେବାକୁ ଚାହିଁଥିଲେ କିନ୍ତୁ ପ୍ରିୟା ମନା କରିବାରେ ସେମାନେ ରାଗିଯାଇଥିଲେ । ଏହା ସେ ଇନଷ୍ଟାରେ ପୋଷ୍ଟ କରିବା ପରେ ପୋଲିସ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତଙ୍କ ଉପରେ ଧାରା ୩୦୭ ଲଗାଯାଇ ସେମାନଙ୍କ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପ୍ରିୟା ।
ତେବେ ମହାରାଷ୍ଟ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ତାଙ୍କ ପୂର୍ଣ୍ଣ ଭରଷା ରହିଛି । ଏବେ ତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ପୀଡିତା ପ୍ରିୟା ସିଂ ।

The post ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ । first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ । କରାଚିରେ ଦାଉକୁ ବିଷ ଦିଆଯାଇଥିବା ଦାବୀ ।

କନକ ବ୍ୟୁରୋ: ପାକିସ୍ତାନର କରାଚିରେ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ଏବଂ ସେ ହିଁ ଏକମାତ୍ର ରୋଗୀ ଭାବେ ରହିଥିବା ଜଣାପଡିଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୁଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ୍ ।

ଜାନୁଆରୀ ମାସରେ ଦାଉଦର ଭଉଣୀ ହସିନା ପାର୍କରଙ୍କ ପୁଅ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିକୁ କହିଥିଲା ଯେ, ଅଣ୍ଡରୱାର୍ଲଡ ଡନ୍ ଦ୍ୱିତୀୟ ବିବାହ କରିବା ପରେ କରାଚିରେ ରହୁଛି । ପାକିସ୍ତାନର କରାଚି ବିମାନ ବନ୍ଦରକୁ ଦାଉଦ ଇବ୍ରାହିମ ଓ ତା’ର ଶୀର୍ଷ ସହଯୋଗୀମାନେ ନିୟନ୍ତ୍ରଣ କରୁଥିବା ନେଇ ଏନଆଇଏ ତା’ର ଚାର୍ଜସିଟରେ କହିଛି ।

The post ହସ୍ପିଟାଲରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ । କରାଚିରେ ଦାଉକୁ ବିଷ ଦିଆଯାଇଥିବା ଦାବୀ । first appeared on Kanak News.

from Kanak News
via <a href="https://ifttt.com/?

ଶୀତ ପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି । ଶ୍ରୀଜିଉଙ୍କୁ କରାଯିବ ଘୋଡଲାଗି ।

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡମାନଙ୍କୁ ଘଣ୍ଟା, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନସିଂହାସନକୁ ବିଜେ କରାଯିବ ।

ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯିବ । ମଖଲମ ଓ ସୂତା କପଡ଼ାରେ ଦରଜୀ ସେବକଙ୍କ ଦ୍ୱାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା । ପରମ୍ପରା ଅନୁଯାୟୀ ଶ୍ରୀ ପଂଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି ।

The post ଶୀତ ପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି । ଶ୍ରୀଜିଉଙ୍କୁ କରାଯିବ ଘୋଡଲାଗି । first appeared on Kanak News.

from Kanak News
via <a href="https://ifttt.com/?

ନିୟମଗିରି ପାହାଡ ଉପରେ ଷ୍ଟବେରୀ ଚାଷ । ୧ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଛନ୍ତି କୁର୍ଲି ଗାଁର ଲାକୁନୁଜା କେସିକା

କନକ ବ୍ୟୁରୋ : ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ ଆବାସ ସ୍ଥଳି ନିୟମଗିରି ବେଶ ପରିଚିତ । ଏଠାରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜିବିକା ନିୟମଗିରି ପାହାଡରୁ ହିଁ ମିଳିଥାଏ । ଏହି ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ ଓ ଅଦା, ହଳଦୀ ଭଳି ବିଭିନ୍ନ ଚାଷ କରି ଜିବିକା ନିର୍ବାହ କରିଥାନ୍ତି । ସାଧାରଣତଃ ଏମାନେ ପାହାଡିଆ ଅଂଚଳରେ ଏହି ସବୁ ଚାଷ କରିବାରେ ସମର୍ଥ ହୋଇଥାନ୍ତି । ତେବେ କୁର୍ଲି ଗାଁର ଲାକୁନୁଜା କେସିକା ଦିର୍ଘ ବର୍ଷ ଧରି ପରିବା ଚାଷ ପାଇଁ ୧ ଏକର ପରିମିତ ଏକ ସମତଳ ଜାଗା ନିର୍ମାଣ କରି ପାହାଡ ଉପରେ ଥିବା ଝରଣାରୁ ପାଣି ଆଣି ଜଳସେଚନ କରି ପରିବା ଚାଷ କରୁଥିଲେ । ନିୟମଗିରିର ଅନୁକୁଳ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ଓ ୧ ଏକର ସମତଳ ଜାଗା ଥିବାରୁ ଲାକୁନୁଜା ପରିକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛନ୍ତି । ଆଉ ଏଥିରେ ତାଙ୍କୁ ସହାୟତାର ହାତ ବଢାଇଛି ଡିକେଡିଏ ଓ ଓପିଲିପି ।

ଷ୍ଟ୍ରବେରୀ ଚାଷ ସିମଲା, ହିମାଚଳ ପ୍ରଦେଶ ଓ ବାଙ୍ଗଲୋର ଭଳି ଶିତଳ ଜଳବାୟୁରେ ଅଧିକ ପରିମାଣରେ ହୋଇଥାଏ । ନିୟମଗିରି ଭଳି ପାର୍ବତ୍ୟା ଅଂଚଳ ସମୁଦ୍ର ପତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରେ ରହିଥିବା ବେଳେ ଏଠାକାର ତାପମାତ୍ରା ସର୍ବାଧିକ ୨୦ ଡିଗ୍ରି ରହିଥାଏ । ତେଣୁ ଏହି ତାପମାତ୍ରାରେ ଷ୍ଟ୍ରବେରୀ ଚାଷ ଅତ୍ୟନ୍ତ ଅନୁକୁଳ ରହିଥିବାରୁ ଡଙ୍ଗରିଆଙ୍କୁ ଆର୍ଥୀକ ଓ ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଦେଇଛି ଏହି ସଂସ୍ଥା । ଏକ ଏକର ଯାଗାରେ ୨୦ ହଜାର ଷ୍ଟ୍ରବେରୀ ଚାରା ଲଗାଯାଇଥିବାବେଳେ ୪୫ ଦିନ ପରେ ଫଳ ଉତ୍ପାଦନ ଆରମ୍ଭ ହେବ । ପ୍ରାୟ ୭୦ କ୍ୱିଂଟାଲ ଷ୍ଟ୍ରବେରୀ ଅମଳ ହେବାନେଇ ଆଶା ରଖିଛନ୍ତି ଯୁବ ଚାଷୀ । ଯାହାର ଆନୁମାନିକ ମୂଲ୍ୟ ୧୨ ରୁ ୧୫ଲକ୍ଷ ହେବ ବୋଲି କହିଛନ୍ତି ଓପିଲିପି କର୍ତୃପକ୍ଷ ।

The post ନିୟମଗିରି ପାହାଡ ଉପରେ ଷ୍ଟବେରୀ ଚାଷ । ୧ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଛନ୍ତି କୁର୍ଲି ଗାଁର ଲାକୁନୁଜା କେସିକା first appeared on Kanak News.

from Kanak News
via <a href="https://ifttt.com/?

ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଙ୍କୀ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ । ପୂର୍ବରୁ କରୁଥିଲେ ପରିବା ଚାଷ

କନକ ବ୍ୟୁରୋ : ମନ୍ଦିର ଠାରୁ ମଶାଣି ପର୍ଯ୍ୟନ୍ତ ସବୁଠି ରହିଛି ଗେଣ୍ଡୁ ଫୁଲର ଚାହିଦା । ଅନ୍ୟ ଚାଷ ଅପେକ୍ଷା ଗେଣ୍ଡୁ ଫୁଲ ଚାଷରେ ଭଲ ଲାଭ ମିଳୁଥିବାରୁ ଏହି ଚାଷ ପ୍ରତି ଅନେକ ଚାଷୀ ଏବେ ମନ ବଳାଇଲେଣି । ବାଙ୍କୀ-ଡମପଡା ବ୍ଲକ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ ବେଉରା ନିଜ ଜମିରେ ଗେଣ୍ଡୁଫୁଲ ଚାଷ କରି ଭଲ ରୋଜଗାର ଭଲ ରୋଜଗର କରୁଛନ୍ତି । ସେ ପ୍ରତିବର୍ଷ ପରିବା ଚାଷ କରୁଥିଲେ । ମାତ୍ର ବନ୍ୟା ଓ ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯୟ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଉଥିଲା । ଯାହା କିଛି ଅମଳ କରନ୍ତି ତାହା ପରିବାର ଚଳାଇବାରେ ଯଥେଷ୍ଟ ହେଉନଥିଲା । ତେଣୁ ଚଳିତ ବର୍ଷ ପରିବା ଚାଷ ବଦଳରେ ଗେଣ୍ଡୁ ଫୁଲ ଚାଷ କରିବାକୁ ନିଷ୍ପତି ନେଇଥିଲେ ଗତିକାନ୍ତି । କଲିକତାରୁ ମଞ୍ଜି ଆଣି ପ୍ରଥମେ ଚାରା ପକାଇଥିଲେ । ପ୍ରଥମ ଥର କରି ଏହି ଚାଷ କରିଥିବାରୁ ୨ ଥର ଚାରା ନଷ୍ଟ ହେବା ପରେ ତୃତୀୟ ଥର ବେଳକୁ ସେ ଭଲ ଚାରା ପ୍ରସ୍ତୁତ କରିପାରିଥିଲେ । ୧୮ ଗୁଣ୍ଠ ଜମିରେ ହୋଇଥିବା ଏହି ଗେଣ୍ଡୁଫୁଲ ଚାଷରେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏପର୍ଯ୍ୟନ୍ତ ୪୦ ହଜାର ଟଙ୍କାରୁ ଉର୍ଦ୍ଧ ରୋଜଗାର ହୋଇସାରିଥିବା ବେଳେ ଆଗକୁ ଭଲ ରୋଜଗାର ହେବାର ଆଶା ରହିଛି ।

ଏହି କାମରେ ତାଙ୍କ ଝିଅ ମଧ୍ୟ ତାଙ୍କୁ ସହଯୋଗ କରୁଛି । ପାଠ ପଢିବା ସହିତ ଚାଷ କାର୍ଯ୍ୟରେ ବାପାଙ୍କୁ ସାହାଯ୍ୟ କରୁଛି । ଫୁଲ ତୋଳିବା ଠାରୁ ଆରମ୍ଭ କରି ପାଣି ମଡାଇବା ପର୍ଯ୍ୟନ୍ତ ପ୍ରାୟ ଅଧା କାର୍ଯ୍ୟ ତାଙ୍କ ଝିଅ କରିଥାଏ । ଏହି ଚାଷରେ ଭଲ ଲାଭ ମିଳୁଥିବାରୁ ଆଗାମୀ ବର୍ଷ ସମ୍ପୂର୍ଣ୍ଣ ପରିବା ଚାଷକୁ ବାଦ ଦେଇ କେବଳ ଗେଣ୍ଡୁଫୁଲ ଚାଷ କରିବେ ବୋଲି ନିଷ୍ପତି ନେଇଛନ୍ତି ଗତିକାନ୍ତ ।

ଯୁବ ଚାଷୀ ଗତିକାନ୍ତ ଗେଣ୍ଡୁଫୁଲ ଚାଷ କରି ପରିବାର ପରିବାର ପ୍ରତିପୋଷଣ କରିବା ସହିତ ସ୍ଥାନୀୟ ଅଂଚଳରେ ଜଣେ ସଫଳ ଚାଷୀ ହିସାବରେ ବେଶ ପରିଚୟ ସୃଷ୍ଟି କରିଛନ୍ତି ।

The post ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଙ୍କୀ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ । ପୂର୍ବରୁ କରୁଥିଲେ ପରିବା ଚାଷ first appeared on Kanak News.

from Kanak News
via <a href="https://ifttt.com/?

କୃଷ୍ଣପ୍ରସାଦ ଓଡିଆସାହି ଗାଁର ୧୬ ଜଣ ମହିଳା କରୁଛନ୍ତି ଛତୁ ଚାଷ । ୫୦ ହଜାର ଟଙ୍କାରୁ ଆରମ୍ଭ, ଏବେ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର

କନକ ବ୍ୟୁରୋ : ମହିଳା ମାନେ ଏବେ ଘର କାମରେ ସୀମିତ ନରହି ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାରର ବାଟ ବାଛୁଛନ୍ତି । ସ୍ୱୟଂ ସହାୟକ ଗ୍ରୁପ୍ ମାଧ୍ୟମରେ ରୁଣ ନେଇ କିଏ ଛତୁ ଚାଷ କରୁଛନ୍ତି ତ ପୁଣି କିଏ ଛେଳି ଚାଷ କରୁଛନ୍ତି । ତେବେ କୃଷ୍ଣପ୍ରସାଦ ବ୍ଲକ ଭଗବାନପୁର ଓଡ଼ିଆସାହି ଗାଁର ମା’ ମହାମାୟା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଛତୁ ଚାଷ କରି ବେଶ ଲାଭବାନ ହେଉଛନ୍ତି । ୧୬ ଜଣ ମହିଳା ଏକାଠି ହୋଇ ଏହି କାମ କରୁଥିବା ବେଳେ ସ୍ଥାନୀୟ ଅଂଚଳର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଛତୁ ଚାଷ ପାଇଁ ମହିଳା ମାନଙ୍କୁ ପ୍ରଥମେ ଛତୁ ମଞ୍ଜି ସଂଗ୍ରହ କରିବାକୁ ପଡ଼ିଥାଏ । ପୁରୀ ଓ ଭୁବନେଶ୍ୱରରୁ ଛତୁ ମଞ୍ଜି ସଂଗ୍ରହ କରୁଛନ୍ତି ମହିଳା । ଏହା ପରେ ସ୍ଥାନୀୟ ଚାଷୀଙ୍କ ଠାରୁ ଛଣ ସଂଗ୍ରହ କରି ଏହାକୁ ବିଡ଼ା ବାନ୍ଧି ପାଣିରେ ଭିଜାଇବାକୁ ପଡ଼ିଥାଏ । ଏହା ପରେ ସେଥିରେ ଛତୁ ମଞ୍ଜି ରଖି, ପଲିଥିନ୍ ଘୋଡ଼ାଇ ବେଡ଼ ପକାଇବାକୁ ପଡ଼ିଥାଏ । ମଞ୍ଜି ପଡ଼ିବାର ୧୩ ଦିନ ପରେ ଛତୁ ଅମଳ କରାଯାଏ । ୨୦୧୫ରୁ ଛତୁ ଚାଷ କରୁଛନ୍ତି ମହିଳା । ଏଥିରୁ ଭଲ ଲାଭ ହେଉଥିବାରୁ ଖୁସି ସେମାନେ ପ୍ରକାଶ କରିଛନ୍ତି ।

ଛତୁ ଏକ ଲାଭଜନକ ଚାଷ ହୋଇଥିବା ବେଳେ କମ୍ ଖର୍ଚ୍ଚ ଓ କମ୍ ସମୟରେ ଏହା ଭଲ ଅମଳ ହୋଇଥାଏ । ତେଣୁ ମହିଳା ମାନେ ଏହି ଚାଷ ଆପଣାଇ ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି । ମାତ୍ର ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ଲକ୍ଷାଧିକ ଟଙ୍କା ରୋଜଗାର ଦେଉଛି ।

The post କୃଷ୍ଣପ୍ରସାଦ ଓଡିଆସାହି ଗାଁର ୧୬ ଜଣ ମହିଳା କରୁଛନ୍ତି ଛତୁ ଚାଷ । ୫୦ ହଜାର ଟଙ୍କାରୁ ଆରମ୍ଭ, ଏବେ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର first appeared on Kanak News.

from Kanak News
via <a href="https://ifttt.com/?

କମଳା ଚାଷ ପାଇଁ ଦେବଗଡ କୁଣ୍ଢେଇଗୋଳାର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ଷକୁ ୨ ହଜାର ମେଟ୍ରିକ ଟନ୍ କମଳା ହେଉଛି ଅମଳ

କନକ ବ୍ୟୁରୋ : ଓଡ଼ିଶାର ନାଗପୁର ଭାବେ ପରିଚିତ ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଳା ପଂଚାୟତ । କମଳା ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଯୋଗୁଁ କୁଣ୍ଢେଇଗୋଳା ଅଂଚଳର ପ୍ରାୟ ୨୦ଟି ଗାଁର ଚାଷୀ କମଳା ଚାଷ କରିଛନ୍ତି । ବର୍ଷକୁ ୨ଥର କମଳା ଅମଳ ହେଉଥିବା ବେଳେ ପ୍ରତିବର୍ଷ ଏହି ଅଂଚଳରୁ ୨ହଜାର ମେଟ୍ରିକ ଟନ୍ କମଳା ଉତ୍ପାଦନ ହେଉଛି । ଅମଳ ହେଉଥିବା କମଳା ସମ୍ବଲପୁର, ଅନୁଗୁଳ. କଟକ, ଭୁବନେଶ୍ୱରକୁ ବିକ୍ରି ପାଇଁ ପଠାଯାଉଛି । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଠାରୁ ବ୍ୟବସାୟୀ ମାନେ କମ୍ ମୂଲ୍ୟରେ କିଣୁଛନ୍ତି । ଫଳରେ ଅକ୍ଳାନ୍ତ ପରିଶ୍ରମ କରି ଚାଷ କରିଥିବା ଚାଷୀ କ୍ଷତି ସହୁଥିବା ଅଭିଯୋଗ ହୋଇଛି ।

ରିଆମାଳ ବ୍ଲକ କୁଣ୍ଢେଇଗୋଳା ଅଂଚଳରେ ପ୍ରାୟ ୪୦୦ ହେକ୍ଟର ଜମିରେ ଚାଷୀ କମଳା ଚାଷ କରିଛନ୍ତି । ୨ଶହ ହେକ୍ଟରରୁ ଉଦ୍ଦ୍ୱର୍ ଜମିରୁ କମଳା ଅମଳ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରାୟ ୨୦୦ ହେକ୍ଟର ଜମିରେ ନୂତନ କମଳା ବଗିଚା ସୃଷ୍ଟି କରାଯାଇଛି । ମହାରାଷ୍ଟ୍ର ନାଗପୁର କମଳା ସହ ସମକକ୍ଷ କୁଣ୍ଢେଇଗୋଳା ଅଂଚଳ କମଳାର ଚାହିଦାକୁ ଦେଖି ପ୍ରତି ବର୍ଷ ନୂତନ ଚାଷୀ କମଳା ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଚାଷୀ ମାନେ ମଧ୍ୟ ନିଜ ନିଜ ବଗିଚାରେ ୮ ରୁ ୧୦ ଜଣ ଶ୍ରମିକଙ୍କୁ ନିଜ ବଗିଚାରେ ନିୟୋଜିତ କରି ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି ।

ତେବେ ଚାଷୀଙ୍କ ଉତ୍ପାଦିତ କମଳା ବିକ୍ରୀ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା କରାଗଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହୋଇଛି ।

The post କମଳା ଚାଷ ପାଇଁ ଦେବଗଡ କୁଣ୍ଢେଇଗୋଳାର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ଷକୁ ୨ ହଜାର ମେଟ୍ରିକ ଟନ୍ କମଳା ହେଉଛି ଅମଳ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ଯିବେ ବିଜେପି ନେତା । ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି !

କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟି ୨୪ ନିର୍ବାଚନ ଲାଗି ଗୁରୁମନ୍ତ୍ର ନେବେ । ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ଏବେର ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବାର ଯୋଜନା ରହିଛି । ସାକ୍ଷାତ ସମୟରେ ..
କେନ୍ଦ୍ରୀୟ ନେତୃତ୍ୱକୁ ଜଣାଇବେ ଓଡିଶା ନେତା
– ରାଜ୍ୟ ରାଜନୀତି ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇବେ ରାଜ୍ୟ ନେତା
– ବିଜେପି ସହ ମେଂଟ ହେବ ବୋଲି ପ୍ରଚାର କରି ବିଜେପି କର୍ମୀଙ୍କ ମନୋବଳ ଭାଙ୍ଗୁଛି ବିଜେଡି
– କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ହଡପ କରୁଥିବା ଜଣାଇବେ
– କେନ୍ଦ୍ରୀୟ ଯୋଜନାରେ ମୋଦୀ ଫଟୋ ନ ଲଗାଇବା ପ୍ରସଙ୍ଗ ଅବଗତ କରାଇବେ

ବିଧାନସଭା ସହିତ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । କିନ୍ତୁ ନିକଟରେ ଆସିଥିବା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ଅଛନ୍ତି ବିଜେପି ନେତା ଓ କର୍ମୀ । ବିଜେପି ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି । ଆଉ ଓଡିଶାରେ ମଧ୍ୟ ସମାନ ଫଳାଫଳ ଦୋହରାଇବା ଲକ୍ଷ୍ୟରେ ରହିଛି ରାଜ୍ୟ ବିଜେପି । ତେବେ ବିଜେପି ବିଧାୟକଙ୍କ ଦିଲ୍ଲୀ ରଣନୀତିର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ଅନ୍ୟପଟେ ଦୁଇ ଦଳ ମଧ୍ୟରେ ସଂପର୍କ ନିବିଡ ରହିଛି, ଲୋକଙ୍କୁ ଭୂଆଁ ବୁଲାଇବାକୁ ଏହି କାର୍ଯ୍ୟକ୍ରମ ବୋଲି କଟାକ୍ଷ କରିଛି କଂଗ୍ରେସ ।

ରାଜ୍ୟରେ ବିଜେଡି ଓ କେନ୍ଦ୍ରିୟ ବିଜେପିର ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ହେଲେ, ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ କେନ୍ଦ୍ରିୟ ବିଜେପିର ଆଭିମୁଖ୍ୟରେ କିଛି ପରିବର୍ତନ ହେବ କି ନାହିଁ, ତାହା ଅଗାମୀ ଦିନରେ ସ୍ପଷ୍ଟ ହେବ ।

The post ଦିଲ୍ଲୀ ଯିବେ ବିଜେପି ନେତା । ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି ! first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started