ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ରାଜନୀତିରେ ତାତି । ବିଜେପି ଓ ବିଜେଡି ନେତାଙ୍କ ବୟାନକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ : ବଜେଡି-ବିଜେପି ଦୁଇ ଦଳର ବରିଷ୍ଠ ନେତାଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିର ତାତିକୁ ବଢ଼ାଇ ଦେଇଛି । ୨୦୨୪ ନିର୍ବାଚନ ପାଇଁ ବିଗୁଲ ବାଜିବାର ସଂକେତ ଦେଉଛି । ଦୁଇ ଦଳ ସେମାନଙ୍କ ରଣନୀତି ବଦଳାଉଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗଇଛି ପୂର୍ବତନ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକଙ୍କ ବୟାନ । କହିଛନ୍ତି, ବିଜେଡି ବିଜେପି ମଧ୍ୟରେ କୌଣସି ସମ୍ପର୍କ ନାହିଁ । ସବୁବେଳେ ଲଢ଼େଇ ହୋଇଥାଏ । ଏଥର ଆରପାରର ଲଢ଼େଇ ହେବ । ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଆରପାରର ଲଢ଼େଇ ହେବ କି ନାହିଁ ତାହା ଜନତା ନିଷ୍ପତି ନେବେ ।

ଅଚାନକ ଦୁଇ ଦଳର ବରିଷ୍ଠ ନେତାଙ୍କ ଏମିତି ଆଭିମୁଖ୍ୟ ଦେଖି ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ନିର୍ବାଚନ ଆସୁଥିବାରୁ ଏମିତି ପ୍ରତିକ୍ରିୟା ଦେଉଥିବା ଆକଳନ କରିଛନ୍ତି । ହେଲେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ ଆଭିମୁଖ୍ୟ ଉପରେ ସବୁ ନିର୍ଭର କରୁଛି ବୋଲି ମତ ରଖିଛନ୍ତି ସମୀକ୍ଷକ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଯାହା ବିଜେଡ-ବିଜେପି ନେତା ଓ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । କିନ୍ତୁ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ବୟାନବାଜି । ହେଲେ, ଆଗକୁ ଏହା ଜାରି ରହିବ ନା ପୁଣି ସ୍ୱର ନରମି ଯିବ ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।

The post ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ରାଜନୀତିରେ ତାତି । ବିଜେପି ଓ ବିଜେଡି ନେତାଙ୍କ ବୟାନକୁ ନେଇ ତେଜିଲା ରାଜନୀତି first appeared on Kanak News.

from Kanak News
via <a href="https://ifttt.com/?

ନାଗପୁରରେ ଭୟଙ୍କର ବିସ୍ଫୋରଣ । ବଢିପାରେ ମୃତାହତଙ୍କ ସଂଖ୍ୟା

କନକ ବ୍ୟୁରୋ : ମହାରାଷ୍ଟ୍ର ନାଗପୁରର ଏକ୍ଲପ୍ଲୋସିଭ କାରଖାନା ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେର ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର ହୋଇଛନ୍ତି   । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୬ଜଣ ପୁରୁଷ । କାରଖାନାରେ ବିସ୍ଫୋରଣ ଖବର ପାଇବା ପରେ କଂପାନୀ ଗେଟ ଆଗରେ ମୃତକଙ୍କ ସଂପର୍କୀୟଙ୍କ ଭିଡ ଜମିଥିଲା । ସୁରକ୍ଷାକର୍ମୀ ଭିତରକୁ ନଛାଡିବାରୁ କଂପାନୀ ପରିସରରେ ଉତେଜନା ବଢିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ସୋଲାର ଇଣ୍ଡଷ୍ଟ୍ରୀ ପ୍ରାଇଭେଟ୍ ଲିମିଟେଡ୍ରେ ହୋଇଥିଲା ବିସ୍ଫୋରଣ । କୁହାଯାଉଛି, କାରଖାନାରେ ବିସ୍ଫୋରକ ପ୍ୟାକିଂ ବେଳେ ହଠାତ୍ ବିସ୍ଫୋରଣ ହୋଇ କାରଖାନାର ଛାତ ଉଡିଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କମ୍ପି ଉଠିଥିଲା ଆଖପାଖର ଅଂଚଳ । ଏହାପରେ କାରଖାନାରେ ବିଷାକ୍ତ ଗ୍ୟାସ ବ୍ୟାପିଯାଇଥିବାରୁ ଅନେକ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି । ତେଣୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି ।

ଭାରତୀୟ ସେନା ପାଇଁ ଗୋଳାବାରୁଦ ନିର୍ମାଣ ସହ ପ୍ୟାକିଂ କରିଥାଏ ସୋଲାର ଇଣ୍ଡଷ୍ଟ୍ରୀ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ । ପୂର୍ବରୁ ଗତ ଅଗଷ୍ଟମାସରେ ମଧ୍ୟ କାରଖାନାରେ ବିସ୍ଫୋରଣ ହୋଇଥିଲା    । ତେଣୁ କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି ।

The post ନାଗପୁରରେ ଭୟଙ୍କର ବିସ୍ଫୋରଣ । ବଢିପାରେ ମୃତାହତଙ୍କ ସଂଖ୍ୟା first appeared on Kanak News.

from Kanak News
via <a href="https://ifttt.com/?

ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀଙ୍କ ସମ୍ପର୍କରେ ଚାଂଚଲ୍ୟକର ତଥ୍ୟ । ଧର୍ମଶାଳାର ନେଉଳପୁର ମିଲତନଗରରେ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କଲା କନକ ନ୍ୟୁଜ

କନକ ବ୍ୟୁରୋ : ଯାଜପୁରର ଧର୍ମଶାଳା ଅଂଚଳର ନେଉଳପୁର ମିଲତ ନଗର । ଏଠାରେ ବୁଖାରୀଙ୍କ ସ୍ତ୍ରୀ ଓ ଝିଅ ରହୁଥିଲେ ଓ ବୁଖାରୀ ସମୟ ସମୟରେ ଆସି କିଛି ଦିନ ରହୁଥିଲା । ଚାଲିଚଳନ ଓ ହାବଭାବକୁ କେହି ବି ଜାଣିଥିଲେ ବୁଖାରୀ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି । ଏବେ କ୍ରାଇମବ୍ରାଚ ଏସଟିଏଫ ଦ୍ୱାରା ବୁଖାରୀ ଗିରଫ ହେବା ପରେ ନେଉଳପୁର ଅଂଚଳର ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବୁଖାରୀ ଚଣ୍ଡୀଖୋଲରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରେମ ବିବାହ କରିଥିଲା । ବୁଖାରୀଙ୍କ ଜଣେ ୭ ବର୍ଷର ଝିଅ ବି ଅଛି । ସୟଦ ବୁଖାରୀ ୨୦୧୮ ମସିହାରୁ ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ମିଲତ ନଗରକୁ ନିଜ ସ୍ତ୍ରୀଙ୍କ ପାଖକୁ ଆସୁଥିଲା । ବୁଖାରୀ ନାଁରେ ୩ ବର୍ଷ ତଳେ ଧର୍ମଶାଳା ଥାନାରେ ଏକ ଅଭିଯୋଗ ହୋଇଥିଲା । ପୁଲିସ ସେ ସମୟରେ କେବଳ ବୁଖାରୀକୁ ପଚରାଉଚରା କରି ଛାଡିଦେଇଥିଲା ।

ବଡ କଥା ହେଲା, ୨୦୨୦ରେ ଆଧାର କାର୍ଡ କରିବାକୁ ତତକାଳୀନ ସରପଂଚଙ୍କୁ ଭେଟିଥିଲା ବୁଖାରୀ । ତେବେ ସନ୍ଦେହ ହେବାରୁ ତତକାଳୀନ ସଂରପଚ ତାଙ୍କୁ ଫେରାଇଦେଇଥିଲେ । ବର୍ତମାନ ନେଉଳପୁର ଭଡାଘରେ ଇଶାନର ସ୍ତ୍ରୀ ଓ ଝିଅ ରହୁଛନ୍ତି । ଭୟରେ ସେମାନେ ଘରୁ ବାହାରୁନାହାନ୍ତି । ମିଲତ ନଗରରେ କେବଳ ଇଏ ଜଣେ ନୁହେଁ ଅନେକ ଅଣଓଡିଆ ସନ୍ଦିଗ୍ଧ ବ୍ୟକ୍ତି ରହୁଛନ୍ତି । ଏ ନେଇ ସଂଖ୍ୟାଲଘୁ କମିଟି ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବ ବୋଲି ଜଣାପଡିଛି ।

ଜାମିନ ନାମଞ୍ଜୁର ହେବା ପରେ ବୁଖାରୀକୁ ରଗଡି ଜେଲକୁ ପଠାଇଦିଆଯାଇଛି । କରୋନା ସମୟରୁ ସୟଦ ବୁଖାରୀ ଉପରେ ସନ୍ଦେହ କରି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । କିନ୍ତୁ ସ୍ଥାନୀୟ ପୁଲିସ କାହିଁକି ଏଭଳି ଅଭିଯୋଗକୁ ଗୁରୁତ୍ୱ ଦେଲା ନାହିଁ ଓ ଘଟଣାର ଛାନଭିନ କଲାନାହିଁ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

The post ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀଙ୍କ ସମ୍ପର୍କରେ ଚାଂଚଲ୍ୟକର ତଥ୍ୟ । ଧର୍ମଶାଳାର ନେଉଳପୁର ମିଲତନଗରରେ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କଲା କନକ ନ୍ୟୁଜ first appeared on Kanak News.

from Kanak News
via <a href="https://ifttt.com/?

ହ୍ୟାକରଙ୍କ ଟାର୍ଗେଟରେ ସାମସଙ୍ଗ ମୋବାଇଲ୍ । କିଛି ଭର୍ସନ ଅସୁରକ୍ଷିତ ଥିବା ନେଇ ସତର୍କ କଲେ ସରକାର

କନକ ବ୍ୟୁରୋ : ସାମସଙ୍ଗ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି କି? ସାବଧାନ! ଆପଣଙ୍କ ଫୋନରୁ ହୋଇପାରେ ତଥ୍ୟ ଚୋରି । ତୁରନ୍ତ କରନ୍ତୁ ସିକ୍ୟୁରିଟି ଅପଡେଟ୍ ।
ଯଦି ଆପଣଙ୍କର ସାମସଙ୍ଗ ମୋବାଇଲ୍ ଆଣ୍ଡ୍ରଏଡ୍ ଭର୍ସନ ୧୧, ୧୨, ୧୩ କିମ୍ବା ୧୪ ରହିଛି, ତା’ହେଲେ ତୁରନ୍ତ ସିକ୍ୟୁରିଟି ପ୍ୟାଚ୍ ଅପଡେଟ୍ କରନ୍ତୁ । କାରଣ ଏହି ସବୁ ଭର୍ସନର ମୋବାଇଲକୁ ସହଜରେ ହ୍ୟାକ୍ କରା ଯାଇପାରୁଛି । ଆପଣଙ୍କ ତଥ୍ୟ ଚୋରି କରିନେଇପାରନ୍ତି ହ୍ୟାକର୍ । ଏ ନେଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର ।
ସାମସଙ୍ଗ ମୋବାଇଲ ବ୍ୟବହାରକାରୀଙ୍କୁ ଏ ନେଇ ସତର୍କ କରାଯାଇଛି । ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର କମ୍ପୁଟର ଇମରଜେନ୍ସୀ ରେସପୋନ୍ସ ଟିମ୍ ପକ୍ଷରୁ କୁହାଯାଇଛି,
ସାମସଙ୍ଗ ମୋବାଇଲ୍ ଆଣ୍ଡ୍ରଏଡ୍ ଭର୍ସନ ୧୧, ୧୨, ୧୩ କିମ୍ବା ୧୪ ଅଧିକ ଅସୁରକ୍ଷିତ
ସୁରକ୍ଷା ବଳୟ ଭେଦ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିପାରନ୍ତି ହ୍ୟାକର

Galaxy Z, Galaxy S23 series, Galaxy Flip 5, Galaxy Fold 5  ସହ ଆଉ କିଛି ସାମସଙ୍ଗ ମୋବାଇଲ୍ ପ୍ରତି ଅଧିକ ବିପଦ ରହିଛି ।

କେମିତି ଫୋନକୁ ରଖିବେ ସୁରକ୍ଷିତ?
ସଫ୍ଟୱେୟାର ଅପଡେଟ୍ କରନ୍ତୁ
ନୂଆ ସିକ୍ୟୁରିଟି ପ୍ୟାଚ୍ ଇନଷ୍ଟଲ କରନ୍ତୁ
ସଫ୍ଟୱେୟାର ଅପଡେଟ୍ କରିନଥିଲେ ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ
ଆପ୍ଲିକେସନ୍ ଇନଷ୍ଟଲ୍ କରିବା ପୂର୍ବରୁ ଭଲ ଭାବେ ଯାଂଚ କରନ୍ତୁ
‘ଆପ୍ସ’ଗୁଡିକୁ ମଧ୍ୟ ନିରନ୍ତର ଅପଡେଟ୍ କରୁଥାଆନ୍ତୁ

ବାରମ୍ବାର ଫୋନ ଅପଡେଟ୍ କରିବାକୁ ନୋଟିଫିକେସନ୍ ଆସୁଥିଲେ, ତାକୁ ଅଣଦେଖା କରନ୍ତୁ ନାହିଁ । ନହେଲେ ଫୋନରେ ଥିବା ତଥ୍ୟ ଚୋରି ହୋଇଯାଇପାରେ । ଫୋନ ବ୍ୟବହାର କରୁନଥିବା ବେଳେ ଫୋନ ଅପରେଟ୍ କରୁଥିବେ ହ୍ୟାକର । ଆପଣଙ୍କ ଅଜାଣତରେ ଫୋନରେ ଥିବା ଗ୍ୟାଲେରୀ ଭିତରୁ ଫଟୋ, ଫାଇଲ୍, ଭିଡିଓ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇପାରେ ।

The post ହ୍ୟାକରଙ୍କ ଟାର୍ଗେଟରେ ସାମସଙ୍ଗ ମୋବାଇଲ୍ । କିଛି ଭର୍ସନ ଅସୁରକ୍ଷିତ ଥିବା ନେଇ ସତର୍କ କଲେ ସରକାର first appeared on Kanak News.

from Kanak News
via <a href="https://ifttt.com/?

ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ଫାଇଭ-ଟି ଅଧ୍ୟକ୍ଷ । କହିଲେ, କିଛି ଲୋକଙ୍କୁ ଦେଖାଯାଉନି ରୂପାନ୍ତରୀକରଣ, ଜବାବ ରଖିଲା ବିଜେପି

କନକ ବ୍ୟୁରୋ : ଶାସକ ଦଳ ବିଜେଡିରେ ଯୋଗଦେବା ପରେ ପ୍ରଥମ ଥର ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଭି.କେ. ପାଣ୍ଡିଆନ୍ । ପ୍ରାୟତଃ ସିଧାସଳଖ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଉନଥିବା ପାଣ୍ଡିଆନ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ।

ଚାକିିରୀରୁ ଭିଆରଏସ ନେଇ ରାଜନୀତିରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ପାଣ୍ଡିଆନ, ଦ୍ୱିତୀୟ ଦିନରେ ବ୍ରହ୍ମପୁର ଏମକେସିଜି ମେଡିକାଲ, ଛତ୍ରପୁର, ପୁରଷୋତ୍ତମପୁର, ପୋଲସରା, କବିସୂର୍ଯ୍ୟନଗର, ଆସିକାରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ବିରୋଧୀଙ୍କ ନାଁ ନନେଇ, ତେରେଛା ବାଣ ମାରିଛନ୍ତି । ବିଜେଡି ସରକାର ସମୟରେ କୌଣସି ବିକାଶ ହୋଇନଥିବା ଅଭିଯୋଗର ଜବାବ ଦେଇ କହିଛନ୍ତି, କିଛି ଲୋକଙ୍କୁ ରୂପାନ୍ତରଣ ଦେଖାଯାଉନି । ଶ୍ରୀମନ୍ଦିର, ତାରାତାରିଣୀ ଓ ସମଲେଶ୍ୱରୀ ମନ୍ଦିରର ଉଦାହରଣ ଦେଇ, ଆଖି ଖୋଲି ଦେଖିଲେ ବିକାଶର ଅସଲ ଚିତ୍ର ଦିଶିବ ବୋଲି ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ।

ସଭା ମଞ୍ଚରୁ ବିରୋଧୀଙ୍କ ନାଁ ନନେଇ ପାଣ୍ଡିଆନ ଟାର୍ଗେଟ କରିବା ପରେ ଜବାବ ଦେଇ ପାଲଟା ପ୍ରଶ୍ନ ପଚାରିଛି ବିଜେପି । ରୂପାନ୍ତରିକରଣ କାହାକୁ କହୁଛନ୍ତି ବୋଲି ପଚାରିଛନ୍ତି । ଅନ୍ୟପଟେ ରୂପାନ୍ତରିକରଣ ନୁହେଁ ଦୁର୍ନୀତିକୁ ବିରୋଧ କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ବିଜେଡି ସରକାର ୨୩ବର୍ଷ ଭିତରେ ରାଜ୍ୟରେ କିଛି କରିନି ବୋଲି ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ଶନିବାର ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ପ୍ରଶ୍ନ କରିଥିଲେ ।

The post ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ଫାଇଭ-ଟି ଅଧ୍ୟକ୍ଷ । କହିଲେ, କିଛି ଲୋକଙ୍କୁ ଦେଖାଯାଉନି ରୂପାନ୍ତରୀକରଣ, ଜବାବ ରଖିଲା ବିଜେପି first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ । ୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

କନକ ବ୍ୟୁରୋ : ଡରାଇଲାଣି ଝାଡାବାନ୍ତି ରୋଗ । ୩ ଦିନରେ ଗଲାଣି ୬ ଜୀବନ । ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୨୦୦ ଆକ୍ରାନ୍ତ । ହସ୍ପିଟାଲରୁ ଆସିଛି ବିକଳ ଚିତ୍ର । ହସ୍ପିଟାଲରେ କିଏ ରୋଗୀଙ୍କ ଗୋଡ ଘଷି ଦେଉଛି । କିଏ କପଡା ଘୋଡେଇ ଦେଉଛି । ପୁଣି କିଏ ଡାକ୍ତର ନର୍ସଙ୍କୁ ଡାକିବାକୁ ଯାଉଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ରାଉରକେଲାରେ ଝାଡାବାନ୍ତି ବ୍ୟାପିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି । ସାଂଘାତିକ କଥା ହେଉଛି ଗତ ୩ ଦିନରେ ଝାଡାବାନ୍ତି ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ।

ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଞ୍ଚଳର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ ଜାଣିବା ପାଇଁ ପରୀକ୍ଷା କରିବାକୁ ନମୁନା ପଠାଯାଇଛି ।

ରାଉରକେଲାରେ ଝାଡାବାନ୍ତି ସ୍ଥିତି ଅସମ୍ଭାଳ ହୋଇଛି । ସରକାରୀ ଡାକ୍ତରଖାନାରେ ୨ଶହ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କୁ ଆବଶ୍ୟକ ଔଷଧ ସହ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି । ଘରୋଇ ମେଡିକାଲରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେପଟେ ସୁନ୍ଦରଗଡ ମେଡିକାଲ କଲେଜରୁ ଆସିଥିବା ୮ ଜଣିଆ ବିଶେଷଜ୍ଞ ଟିମ ହସ୍ପିଟାଲରେ ପହଞ୍ଚିଥିଲେ । ରୋଗୀଙ୍କ ସହ ଆଲୋଚନା କରିଛନ୍ତି ଅନୁଧ୍ୟାନକାରୀ ଟିମ୍ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲରେ ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି । ଯେଉଁ ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡୁଛି ତାଉପରେ ମଧ୍ୟ ପ୍ରଶାସନ ନଜର ରଖିଛି ।

The post ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ । ୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି first appeared on Kanak News.

from Kanak News
via <a href="https://ifttt.com/?

ଅଟୋକୁ ଚାପିଦେଲା ହାଇୱା । ଧ ୫ ଜଣଙ୍କ ମୃତ୍ୟୁ, ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ୨ ଜଣ ଭର୍ତି

କନକ ବ୍ୟୁରୋ : ହୃଦୟ ବିଦାରକ ଦୃଶ୍ୟ । ଛାତିକୁ ଚହଲାଇ ଦେଲା ଭଳି ଚିତ୍ର । ମୃତକଙ୍କ ଭିତରୁ ପରିଚିତଙ୍କୁ ଖୋଜିବା କେତେ ଯନ୍ତ୍ରଣା ଦାୟକ, ସୁନ୍ଦରଗଡ଼ରୁ ଆସିଥିବା ଦୁର୍ଘଟଣାର ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ରାସ୍ତାକଡ଼ରେ ପଡ଼ିଥିବା ଶବ ଭିତରୁ ସମ୍ପର୍କୀୟ କିଏ ଏବଂ ପରିଚିତ କିଏ, ମୁହଁରେ ଘୋଡ଼ାଯାଇଥିବା କନାକୁ ଉଠାଇ ଖୋଜୁଛନ୍ତି ସମ୍ପର୍କୀୟ । ଆଉ ବିଭତ୍ସ ଚିତ୍ର ଦେଖି ଭେଁଭେଁ ହୋଇ କାନ୍ଦିପକାଇଛନ୍ତି ।

ହାଇୱା ଧକ୍କାରେ ବିଲରେ ବିଛାଡ଼ି ହୋଇ ପଡ଼ିଛି ଅଟୋ । ଦୁର୍ଘଟଣାର ତୀବ୍ରତା କେତେ ଭୟଙ୍କର ହୋଇଥିବ ତାହା ଦେଖିଲେ ହିଁ ବୁଝି ହେବ । ରାସ୍ତା ଉପରୁ ପ୍ରାୟ ୨୦ ଫୁଟ ତଳକୁ ଛିଟିକି ପଡ଼ିଛି, ଉଭୟ ଅଟୋ ଓ ହାଇୱା । । ଆଉ ଏହାରି ଭିତରେ ହିଁ ଚାପି ହୋଇ ରହିଥିଲେ, ୭ଜଣ ଯାତ୍ରୀ । ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ହସଖୁସିରେ ସମ୍ପର୍କୀୟଙ୍କ ଘରକୁ କୁଣିଆ ହୋଇଯାଇଥିଲେ । ଉପହାର ଆକାରରେ ସାଥୀରେ ଛେଳିଟିଏ ବି ନେଇ ଯାଇଥିଲେ । ୩ଟି ପରିବାର ୭ ଜଣ ସଦସ୍ୟଙ୍କୁ କୁଣିଆ ଭାବେ ପାଇ ସମ୍ପର୍କୀୟମାନେ ବେଶ ଖୁସି ହୋଇଯାଇଥିଲେ । ହେଲେ କିଏ ଜାଣିଥିଲା, ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଶେଷ ଥର ପାଇଁ ସେମାନେ ଦେଖୁଛନ୍ତି । ତେଲେନଡିହିରୁ ସୁନ୍ଦରଗଡ଼ ବଗିଚାପଡ଼ାକୁ ଫେରିବା ବେଳେ ଘଟିଗଲା ଦୁର୍ଘଟଣା । ଫେରୁଥିବା ଅଟୋକୁ ଚାପି ଦେଲା ହାଇୱା । ଘଟଣା ସ୍ଥଳରେ ୪ ଜଣଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତେଜନା ଭଳି ସ୍ଥିତି ସୃଷ୍ଠି ହୋଇଥିଲ । କାରଣ, ବାରମ୍ବାର ସେହି ଅଞ୍ଚଳରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି

The post ଅଟୋକୁ ଚାପିଦେଲା ହାଇୱା । ଧ ୫ ଜଣଙ୍କ ମୃତ୍ୟୁ, ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ୨ ଜଣ ଭର୍ତି first appeared on Kanak News.

from Kanak News
via <a href="https://ifttt.com/?

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଏସଟିଏଫର ଚାଞ୍ଚଲ୍ୟକର ସୂଚନା । ଆଇଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିଲା ମୋଷ୍ଟ ୱାଣ୍ଟେଡ୍ ସୟଦ ଇଶାନ୍ ବୁଖାରୀ

କନକ ବ୍ୟୁରୋ : ଯାଜପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରିଙ୍କ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଂଚ ଏସଟିଏଫ । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଂଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । କେବଳ ଚାଟିଂ ନୁହେ, ଦେଶ ବିରୋଧୀ ତ୍ତ୍ୱଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା ଏହି ଅଭିଯୁକ୍ତ । ଇଶାନ ବୁଖାରି ଏବେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଖୁବଶୀଘ୍ର ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବ ଏସଟିଏଫ ।

ସୟଦ ଇଶାନ ବୁଖାରିକୁ ସାତ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ଏସଟିଏଫ । ରିମାଣ୍ଡରେ ଆଣିବା ପରେ ଆତଙ୍କବାଦୀ ଲିଙ୍କ ନେଇ ଅଧିକ ଖୋଳତାଡ କରାଯିବ । ବୁଖାରୀ ନିକଟରୁ ଜବତ ହୋଇଥିବା ୪ ଟି ଫୋନକୁ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରୋଟୋରିକୁ ପଠାଯିବ । ତଦନ୍ତ ବେଳେ ଫୋନ ଗୁଡିକରୁ ଅନେକ ତଥ୍ୟ ଡିଲିଟ ହୋଇଥିବା ଯାଣିବାକୁ ପାଇଛି ଏସଟିଏଫ । ତେଣୁ ଫୋନରେ ଡିଲିଟ ହୋଇଥିବା ସବୁ ତଥ୍ୟକୁ ରିଟ୍ରାଇଭ କରାଯିବ । ସେପଟେ ବୁଖାରି ନିକଟରୁ ମିଳିଛି ୬ ଟି ବ୍ୟାଙ୍କ ପାସବୁକ । ତେଣୁ ଅର୍ଥନୈତିକ କାରବାରର ତଦନ୍ତ କରିବା ପାଇଁ ଫାଇନାନସିଆଲ ଇନଭେଷ୍ଟିଗେସନ ୟୁନିଟକୁ ଚିଠି ଲେଖିଛି ଏସଟିଏଫ । ଏଥିସହ ବୁଖାରିର ସମସ୍ତ ୭ଜଣ ସ୍ତ୍ରୀଙ୍କୁ ମଧ୍ୟ ଜେରା କରାଯିବ । କାଶ୍ମୀର ପୋଲିସର ମୋଷ୍ଟ ୱାଂଟେଡ ଥିବା ବୁଖାରି ଏତେଦିନ ଧରି କିପରି ଓଡିଶାରେ ଲୁଚ ରହିଥିଲା ଓ ପୋଲିସ କି ଇଂଟେଲିଜେନ୍ସ ଖବର ପାଇନଥିଲେ ସେନେଇ ପ୍ରଶ୍ନବାଚି ସୃଷ୍ଟି ହେଇଛି ।

ମାମଲାରେ ଖୁବଶୀଘ୍ର ଏଂଟ୍ରି ମାରିବ ଇଂଟେଲିଜେନ୍ସ ବ୍ୟୁରୋ, ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୋଲିସ । ଏମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଓଡିଶା ଏସଟିଏଫ ଅଧିକାରୀ । ତେବେ ପ୍ରଶ୍ନ ଉଠୁଛି
ବୁଖାରିଙ୍କ ସହ ଆଉ କେଉଁମାନେ ଯୋଗାଯୋଗରେ ଥିଲେ?
୫ ବର୍ଷ ଧରି ବୁଖାରି ଓଡିଶାରେ କିଭଳି ଲୁଚିରହିଥିଲା?
ଓଡିଶାରେ କରିଥାନ୍ତାକି କିଛି ବଡ ଷଡଯନ୍ତ୍ର?
ଇଂଟେଲିଜେନ୍ସ ପାଖରେ ଏନେଇ ଖବର ନଥିଲା କଣ ପାଇଁ?

The post ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଏସଟିଏଫର ଚାଞ୍ଚଲ୍ୟକର ସୂଚନା । ଆଇଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିଲା ମୋଷ୍ଟ ୱାଣ୍ଟେଡ୍ ସୟଦ ଇଶାନ୍ ବୁଖାରୀ first appeared on Kanak News.

from Kanak News
via <a href="https://ifttt.com/?

ପଦ୍ମପୁର ଅଶୋକନଗର ପଡିଆରେ ଜମୁଛି ସାଂସ୍କୃତିକ ଆସର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି ଦର୍ଶକ

କନକ ବ୍ୟୁରୋ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସୁନ୍ଦର ସଂଧ୍ୟାରେ ରଙ୍ଗୀନ ଆଲୁଅର ମଂଚ । ତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ… ଏ ଅବସର ହେଉଛି ତୃତୀୟ ପଦ୍ମପୁର ଲୋକ ମହୋତ୍ସବର । ବିଭିନ୍ନ ଗୀତ ବାଦ୍ୟର ତାଳେ ତାଳେ କମ୍ପୁଛି ପଦ୍ମପୁର ସହରର ଅଶୋକନଗର ପଡିଆ । ଏକାଠି ହୋଇଛନ୍ତି କଳା ଓ କଳକାର । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ମଂଚ ପାଖରେ ଅଟକାଇ ଦେଇଥିଲା ।

ଦ୍ୱିତୀୟ ସଂଧ୍ୟାରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ପଦ୍ମପୁର କନ୍ୟାଶ୍ରମର ଛାତ୍ରଛାତ୍ରୀ । ଏହାପରେ କୋଲକାତାର କଳାକାର ପରିବେଶଣ କରିଥିଲେ ବିହୁ, ଉତରାଖଣ୍ଡ ଗଡବାଲି ନୃତ୍ୟ ।.. .. ସେହିଭଳି ଗୁଜୁରାଟର ବ୍ରହ୍ମପୁରା ଦାଣ୍ଡିଆରାସ ଓ ଦେବକଳା ନୃତ୍ୟ ସହ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଆଦିବାସୀ ଓ ସମ୍ବଲପୁରୀ ନୃତ୍ୟରେ କମ୍ପିଥିଲା ମଂଚ ।

ନାଚ ସାଙ୍ଗକୁ ଲୋକଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । କଣ୍ଠଶିଳ୍ପୀ ରେଶ୍ମାରାଣୀ ଦାସ, ପ୍ରତ୍ୟୁଷ ମିଶ୍ର ଓ ଶ୍ରୀକାନ୍ତ ସା’ଙ୍କ ମନଛୁଆଁ ଲୋକ ଲୋକଗୀତରେ ଝୁମିଥିଲେ ଦେଖଣାହାରୀ ।

କୋଲକାତାର ବିହୁ, ସାଂସ୍କୃତିକ ସଂଧ୍ୟାକୁ ଉପଭୋଗ କରିବା ପରେ ବାଣିଜ୍ୟ ମେଳାରେ ଭିଡ ଲଗାଉଛନ୍ତି ଦର୍ଶକ । ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ ପାଇ କିଣାକିଣି ବି ବେଶ ଜମୁଛି  । ସ୍ଥାନୀୟ ଅଂଚଳର ସଂଷ୍କୃତି ଐ÷÷ତିହ୍ୟ ଓ ପରମ୍ପରାକୁ ବଂଚାଇ ରଖିବା ପାଇଁ ପଦ୍ମପୁର ଲୋକ ମହୋତ୍ସବ ଏକ ପ୍ରୟାସ ।

The post ପଦ୍ମପୁର ଅଶୋକନଗର ପଡିଆରେ ଜମୁଛି ସାଂସ୍କୃତିକ ଆସର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି ଦର୍ଶକ first appeared on Kanak News.

from Kanak News
via <a href="https://ifttt.com/?

ଶିମିଳିପାଳରେ ପ୍ରବଳ ଶୀତ । ତଳକୁ ତଳ ଖସୁଛି ପାରଦ, ବରଫ ପାଲଟିଯାଉଛି କାକର

କନକ ବ୍ୟୁରୋ : ଶିମିଳିପାଳରେ ପ୍ରବଳ ଶୀତ । ତଳକୁ ତଳ ଖସୁଛି ପାରଦ । ବରଫ ପାଲଟି ଯାଉଛି ଶିଶିର ବିନ୍ଦୁ । ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବାରୁ ଦିନରେ ବି ଠିକ ଭାବରେ ଦେଖା ଯାଉନାହିଁ ଦିଗବଳୟ । ଆଗକୁ ତାପମାତ୍ରା ଆହୁରି ନିମ୍ନଗାମୀ ହେବା ନେଇ ପୂର୍ବାନୁମାନ କରାଯାଇଛି । ହେଲେ ଅଭୟାରଣ୍ୟର ଏହି ଶୀତୁଆ ସକାଳର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରୁନାହାନ୍ତି ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ ଯୋଗୁଁ ୨୨ ଦିନ ହେଲା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଶିମିଳିପାଳ ।

ଅଭୟାରଣ୍ୟ ପାଦ ଦେଶରେ ରହୁଥିବା ଗ୍ରାମବାସୀ ୫ ଦଫା ଦାବି ନେଇ ନଭେମ୍ବର ୨୫ରୁ ରାସ୍ତା ଅବରୋଧ କରିଛନ୍ତି । ଏହାର ସମାଧାନ କରିବା ପାଇଁ ଡିସେମ୍ବର ୧ରେ ବରେହିପାଣି ଠାରେ ଗ୍ରାମବାସୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ବୈଠକ ବସିଥିଲା । ସେହି ବୈଠକରେ ଶିମିଳିପାଳ କର୍ତୃପକ୍ଷ ଦେଇଥିବା ପ୍ରତିଶୃତି ପୂରଣ ନକରିବାରୁ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି । ଦାବି ପୂରଣ ନହେବା ଯାଏଁ ଶିମିଳିପାଳ ପ୍ରବେଶ ପଥ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ଶିମିଳିପାଳ ବିକାଶ ପରିଷଦ । ଅନ୍ୟପଟେ ଲୋକମାନଙ୍କ ଦାବି ମାନିନେବା ପରେ ବି ସେମାନେ ରାସ୍ତା ଛାଡୁନାହାନ୍ତି ବୋଲି କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦେଶକ ।

କର୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ସତ୍ୱେ ସମାଧାନର ସୂତ୍ର ବାହାରି ପାରୁନଥିବାରୁ ପର୍ଯ୍ୟଟନ ଋତୁରେ ଶିମିଳିପାଳ ବୁଲାରୁ ବଂଚିତ ହେଉଛନ୍ତି ପର୍ଯ୍ୟଟକ ।

The post ଶିମିଳିପାଳରେ ପ୍ରବଳ ଶୀତ । ତଳକୁ ତଳ ଖସୁଛି ପାରଦ, ବରଫ ପାଲଟିଯାଉଛି କାକର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started