ଆସିକାର ସଂସଦୀୟ କ୍ଷେତ୍ରକୁ ନେଇ ବଢୁଛି ଚର୍ଚ୍ଚା । ବର୍ତ୍ତମାନର ସାଂସଦ ପୁଣି ଟିକେଟ୍ ପାଇବେ, ନାଁ ନୂଆ ମୁହଁ ଆଣିବେ ନବୀନ୍

କନକ ବ୍ୟୁରୋ : ୨୦୧୯ରେ ସମସ୍ତଙ୍କୁ ଚମକାଇ ପ୍ରମିଳା ବିଶୋୟୀଙ୍କୁ ଏହି ଆସନରୁ ସାଂସଦ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ । ଆଉ ପ୍ରମିଳା ବିଶୋୟୀ ବିଜୟୀ ବି ହୋଇଥିଲେ । ହେଲେ, ୨୦୨୪ରେ ପ୍ରମିଳାଙ୍କୁ ପୁଣି ବିଜେଡି ଟିକେଟ ଦେବ ନା ନୂଆ ଚେହେରା ମଇଦାନକୁ ଓହ୍ଲାଇବ ତାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ତେବେ ପ୍ରମିଳା ବିଷୋୟୀ ପୁଣି ଥରେ ଲଢ଼ିବା ପାଇଁ ଆଶା ରଖିଛନ୍ତି । ନବୀନ ଚାହିଁଲେ ସେ ପୁଣି ଥରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।

ବିଜେଡି କାହାକୁ ଟିକେଟ ଦେବ ସ୍ପଷ୍ଟ ହୋଇନବାରୁ, ଏହି ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି । (ତିନି ଫଟୋ) ପୂର୍ବତନ ଜିଲ୍ଳାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ସାଂସଦଙ୍କ ପ୍ରତିନିଧି ରତ୍ନାକର ସାହୁ, ଖଳ୍ଲିକୋଟ ବିଜେଡି ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଟିକେଟ ଦୌଡରେ ଥିବା ଚର୍ଚ୍ଚା ହେଉଛି । ଏପରିକି କିଛି ନେତା ଟିକେଟ ପାଇବା ପାଇଁ ଲବି ଆରମ୍ଭ କରି ଦେଇଥିବା ସୂଚନା ମିଳିଛି । ତେବେ ଟିକେଟ କାହାକୁ ମିଳିବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି ।

୧୯୯୮ରୁ ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି । ତେଣୁ ସେହି ବିଜୟ ଧାରାକୁ ବଜାୟ ରଖିବା ପାଇଁ ବିଜେଡି କି ରଣନୀତି ଆପଣାଉଛି, କାହାକୁ ଟିକେଟ ଦେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

The post ଆସିକାର ସଂସଦୀୟ କ୍ଷେତ୍ରକୁ ନେଇ ବଢୁଛି ଚର୍ଚ୍ଚା । ବର୍ତ୍ତମାନର ସାଂସଦ ପୁଣି ଟିକେଟ୍ ପାଇବେ, ନାଁ ନୂଆ ମୁହଁ ଆଣିବେ ନବୀନ୍ first appeared on Kanak News.

from Kanak News
via <a href="https://ifttt.com/?

ଅନ୍ୟ ମଇଁଷିଙ୍କ ଠାରୁ ଅଲଗା ଚିଲିକା ମଇଁଷି । କ୍ଷୀରରେ ରହିଛି, ପ୍ରଚୁର ପରିମାଣର ଓମେଗା-୩ ଭଳି ଉନ୍ନତ ଧରଣର ଫ୍ୟାଟି ଏସିଡ୍

କନକ ବ୍ୟୁରୋ : ଅନ୍ୟ ମଇଁଷିଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଚିଲିକା ମଇଁଷି । ଚିଲିକା ରାତିର ରାଣୀଙ୍କୁ ନେଇ ଗବେଷଣା କରୁଛନ୍ତି ଭାରତ ସରକାର । ଚିଲିକା ଦଳ ଖାଇ ଏହି ମଇଁଷି ଦେଉଥିବା କ୍ଷୀରରେ ପ୍ରଚୁର ପରିମାଣର ଓମେଗା-୩ ଭଳି ଉନ୍ନତ ଧରଣର ଫ୍ୟାଟି ଏସିଡ୍ ଥିବା ଦାବି କରିଛନ୍ତି ହରିଆଣାରୁ ଚିଲିକା ଆସିଥିବା ବିଶେଷଜ୍ଞ ।

The post ଅନ୍ୟ ମଇଁଷିଙ୍କ ଠାରୁ ଅଲଗା ଚିଲିକା ମଇଁଷି । କ୍ଷୀରରେ ରହିଛି, ପ୍ରଚୁର ପରିମାଣର ଓମେଗା-୩ ଭଳି ଉନ୍ନତ ଧରଣର ଫ୍ୟାଟି ଏସିଡ୍ first appeared on Kanak News.

from Kanak News
via <a href="https://ifttt.com/?

ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ୨୦୧୦ରୁ ପରିତ୍ୟକ୍ତ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା

କନକ ବ୍ୟୁରୋ : ପରିତ୍ୟକ୍ତ, ଭଙ୍ଗା ଦଦରା ଘର । ଗଛଲତାରେ ଭର୍ତି ହୋଇଯାଇଛି ପୁରା ପରିବେଶ । ଗେଟ୍ ପାଖରୁ ଆରମ୍ଭ କରି କୁନି କୁନି ପିଲା ବସୁଥିବା ସ୍ଥାନ, ସବୁଠି ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କା । କାନ୍ଥ ଫାଟି ଆଁ କରିଛି । ବିଦ୍ୟୁତ୍ ତାର ଚାରିଆଡେ ଝୁଲିଛି । କେନ୍ଦ୍ରାପଡା ମହାକାଳପଡା ବ୍ଲକ ମାଣିତିରି ଅଙ୍ଗନବାଡିର ଚିତ୍ର । । ୨୦୧୦ ମସିହାରୁ ଏମିତି ବିପଦସଂକୁଳ ସ୍ଥାନରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ।

ଜଙ୍ଗଲ ଭଳି ଦେଖାଯାଉଥିବା ସ୍ଥାନରେ ଥିଲା ମାଣିତିରି ସରକାରୀ ପ୍ରାଥମିକ ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିବାରୁ ବିଦ୍ୟାଳୟଟି ଅନ୍ୟ ବିଦ୍ୟାଳୟ ସହ ମିଶି ଯିବା ପରେ ଏଠାକୁ ଆସୁନାହାନ୍ତି ସ୍କୁଲ ପିଲା । ଫଳର କୋଠାଟି ଭୂତକୋଠି ପାଲଟିଥିବା ବେଳେ ଅଙ୍ଗନବାଡିର କୁନି କୁନି ପିଲା ମଶା ମାଛିଙ୍କ ଭିତରେ ବସି ପାଠ ପଢିବା ସହ ରନ୍ଧା ଖାଦ୍ୟ ଖାଉଛନ୍ତି ।

ପରିତ୍ୟକ୍ତ ବିଦ୍ୟାଳୟରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ଉପରେ ଦୃଷ୍ଟି ଦେଇ ନିଜସ୍ୱ ଘରଟିଏ ତିଆରି କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

The post ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ୨୦୧୦ରୁ ପରିତ୍ୟକ୍ତ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା first appeared on Kanak News.

from Kanak News
via <a href="https://ifttt.com/?

ବ୍ଲକ କାର୍ଯ୍ୟାଳୟକୁ ନଗଲେ ମିଳୁନି ଭତା । ୫ଶହ ଟଙ୍କା ପାଇଁ ବୃଦ୍ଧଙ୍କୁ ୮ କିଲୋମିଟର ପିଠିରେ ବୋହିଲେ ସଂପର୍କୀୟ

କନକ ବ୍ୟୁରୋ : ଭତ୍ତା ପାଇଁ ବୁହା ହେଲେ ବୃଦ୍ଧ । ୫ ଶହ ଟଙ୍କା ଆଣିବା ପାଇଁ ୮୦ ବର୍ଷିୟ ବୃଦ୍ଧଙ୍କୁ ୮ କିଲୋମିଟର ରାସ୍ତା ପିଠିରେ ବୋହି ନେଲେ ସଂପର୍କୀୟ । ଗାଁ ଠାରୁ ବ୍ଲକ କାର୍ଯ୍ୟାଳୟର ଦୂରତା ୮ କିଲୋମିଟର । ତେଣୁ ଭତ୍ତା ଟଙ୍କା ପାଇଁ ଏମିତି ଯାଉଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଂଚାୟତ ଅଧିନସ୍ଥ ଜଡାପୁଟ ଗାଁର ପିତ ମୁଦୁଲି । ସୂଚନା ଅନୁସାରେ, ୫ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । ଦୁଇଟି ଯାକ ଗୋଡ ଅଚଳ ହୋଇଯାଇଛି । ଆଉ ଆଗଭଳି ଚଲାବୁଲା କରି ପାରୁନାହାନ୍ତି । ପୂର୍ବରୁ ନିଜେ ଚାଲିଚାଲି ଭତ୍ତା ପାଇଁ ଯାଉଥିଲେ । ହେଲେ ଏବେ ଆଉ ଚାଲିଚାଲି ଯାଇ ୫ଶହ ଟଙ୍କାର ଭତ୍ତା ଆଣିବା ସମ୍ଭବ ହେଉନାହିଁ । କି ଗାଡି ଭଡା କରିଯିବା ପାଇଁ ପାଖରେ ଟଙ୍କାଟିଏ ନାହିଁ । ତେଣୁ ଜଣେ ସମ୍ପର୍କୀୟଙ୍କ ପିଠିରେ ବୁହା ହୋଇ ବ୍ଲକ ଅଫିସକୁ ଯାଇଥିଲେ ପିତ ମୁଦୁଲି । ଏହି ଦୃଶ୍ୟକୁ ସ୍ଥାନୀୟ ଲୋକ ନିଜ ମୋବାଇଲରେ କଏଦ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେପଟେ ଦଶମନ୍ତପୁର ବିଡିଓ ମିଲନ କୁମାର ଝା କହିଛନ୍ତି, ଆସନ୍ତା ମାସରୁ ବୃଦ୍ଧଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରାଯିବ ।

The post ବ୍ଲକ କାର୍ଯ୍ୟାଳୟକୁ ନଗଲେ ମିଳୁନି ଭତା । ୫ଶହ ଟଙ୍କା ପାଇଁ ବୃଦ୍ଧଙ୍କୁ ୮ କିଲୋମିଟର ପିଠିରେ ବୋହିଲେ ସଂପର୍କୀୟ first appeared on Kanak News.

from Kanak News
via <a href="https://ifttt.com/?

ସବୁଠାରୁ ସ୍ୱାଧୀନ ଏଠିକାର ବାସିନ୍ଦା । ନା ଆଇନକୁ ଡର ନା ଟ୍ୟାକ୍ସ ଭରିବାର ଚିନ୍ତା

କନକ ବ୍ୟୁରୋ : ଆପଣ ପୃଥିବୀର ଯେ କୌଣସି ଦେଶକୁ ଯାଆନ୍ତୁ , ସେଠାରେ ନିଶ୍ଚିତ ଭାବେ ଏକ ସରକାର ଥିବ ଓ ସରକାରଙ୍କର ଆଇନ କାନୁନ ମଧ୍ୟ ଥିବ । ହେଲେ ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ବାବଦରେ କହିବାକୁ ଯାଉଛୁ ଯେଉଁଠି ରହିବାକୁ ନା ଦେବାକୁ ପଡେ ଭଡା ନା କୌଣସି ଟ୍ୟାକ୍ସ । ଏଠିକାର ଲୋକଙ୍କ ଉପରେ କୌଣସି ଆଇନ କାମ କରେନାହିଁ ତେଣୁ ସେମାନେ ସେମାନଙ୍କ ଇଚ୍ଛାରେ ସବୁକିଛି କରିଥାନ୍ତି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଲୁସିୟାନାରେ ରହୁଥିବା ଏକ ସିନେମା ପ୍ରଯୋଜକ ରେଞ୍ଜର ରିକ୍ ସ୍ଲାବ ସିଟି ନାମକୁ ଏହି ସ୍ଥାନରେ ୧୪ ଦିନ ରହିଛନ୍ତି । ଏହାପରେ ସେ ଏହି ସ୍ଥାନ ବବଦରେ ନିଜର ଅନୁଭବ ଓ ସ୍ୱତନ୍ତ୍ରତା ବିଷୟରେ କହିଛନ୍ତି । ଯାହା ପଢିବା ପରେ ଆପଣ ମଧ୍ୟ କହିବେ ଏଠିକାର ଲୋକଙ୍କୁ ମିଳିଛି ବାସ୍ତବ ସ୍ୱାଧୀନତା ।

ରେଗିସ୍ତାନ ଅଞ୍ଚଳରେ ତିଆରି ହୋଇଥିବା ଏହି ସ୍ଲାବ ସିଟିରେ ନା କୌଣସି ପାଣିର ବ୍ୟବସ୍ଥା ରହିଛି ନା ଗ୍ୟାସ ନା ବିଜୁଳିର ବ୍ୟବସ୍ଥା । ଏଠାରେ କୌଣସି ଆଇନ କାମ କରେନାହିଁ । ଏଠିକାର ଲୋକଙ୍କ ଉପରେ ସରକାରଙ୍କ ହସ୍ତକ୍ଷେପ ନାମକୁ ମାତ୍ର । ଏହି ସ୍ଥାନଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ସୈନ୍ୟଙ୍କ ପାଇଁ ପ୍ରଶିକ୍ଷଣ ସ୍ଥଳ ଭାବେ ନିର୍ମାଣ କରାଯାଇଥିଲା । ୧୯୫୬ ମସିହାରେ ଏହି ଟ୍ରେନିଂ କ୍ୟାମ୍ପକୁ ଭାଙ୍ଗି ଦିଆଯିବା ପରେ ଏହା ଏକ ଆବର୍ଜନାରେ ପରିଣତ ହୋଇଥିଲା । ଧିରେ ଧିରେ ପ୍ରବାସୀ ଓ ପୂର୍ବ ସୈନିକମାନେ ଏଠାରେ ରହିବା ଆରମ୍ଭ କରିଥିଲେ । ଏଠାରେ ରହୁଥିବା ଲୋକଙ୍କର ଦୁନିଆ ସହିତ କିଛି ମତଲବ ନାହିଁ । ଏହାସହ ଏମାନଙ୍କ ପାଇଁ କୌଣସି ସାମାଜିକ ବନ୍ଧନ ମଧ୍ୟ ନାହିଁ ।

ସବୁଠାରୁ ବଡକଥା ହେଉଛି ଏଠାରେ ରହୁଥିବା ଲୋକଙ୍କ ପାଖରେ ସମୟ ଦେଖିବାକୁ ମଧ୍ୟ ଘଣ୍ଟା ନାହିଁ କି ତାରିଖ ବର୍ଷ ଜାଣିବାକୁ କୌଣସି କ୍ୟାଲେଣ୍ଡର ନାହିଁ । ବିଶ୍ୱର କୌଣସି ଖବର ଏମାନଙ୍କ ପାଖରେ ପହଂଚିପାରେ ନାହିଁ । ଏଠିକାର ଲୋକେ କିଛି ବି ପୋଷାକ ପିନ୍ଧି ବୁଲାବୁଲି କରନ୍ତି । ଏଠିକାର ପୁରଷମାନେ ମଧ୍ୟ ମହିଳାଙ୍କ ପୋଷାକ ପରିଧାନ କରିଥାନ୍ତି । ଆଇନ ନଥିବାରୁ ଅପରାଧୀଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ଥାନ ।

The post ସବୁଠାରୁ ସ୍ୱାଧୀନ ଏଠିକାର ବାସିନ୍ଦା । ନା ଆଇନକୁ ଡର ନା ଟ୍ୟାକ୍ସ ଭରିବାର ଚିନ୍ତା first appeared on Kanak News.

from Kanak News
via <a href="https://ifttt.com/?

ଗୋଟିଏ ଘଟଣା ପରେ ବଦଳିଗଲା ମାନସିକତା । ହାଇକୋର୍ଟର ବିଚାରପତି ଚାକିରି ଛାଡି ଆରମ୍ଭ କରିଦେଲେ ତନ୍ତ୍ର ସାଧନା

କନକ ବ୍ୟୁରୋ : କୋଲକତା ହାଇକୋର୍ଟର ଜଣେ ବିଚାରପତି, ଯେ ସବୁକିଛି ଛାଡି ତନ୍ତ୍ର ସାଧନାରେ ଲାଗିପଡିଥିଲେ । ତନ୍ତ୍ର ସାଧନା ପ୍ରତି ତାଙ୍କର ଆଗ୍ରହ ଏତେ ବଢିଯାଇଥିଲା କି, ସେ ଏହା ଉପରେ ୧୨ଟିରୁ ଅଧିକ ପୁସ୍ତକ ରଚନା କରିଥିଲେ । ସେ ହେଉଛନ୍ତି ସାର୍ ଜନ୍ ଜର୍ଜ ଇଡ୍ରୋଫି । ସେ ୧୮୬୫ ମସିହା ଡିସେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ । ସେ ୧୮୯୦ ମସିହାରେ ଭାରତ ଆସି କୋଲକତା ହାଇକୋର୍ଟର ଓକିଲ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ । ଏହାପରେ ସେ କୋଲକତା ବିଶ୍ୱବିଦ୍ୟାଳୟର ଫେଲୋ ଭାବେ ନିଯୁକ୍ତ ହୋଇଥିଲେ ଏବଂ ପରେ ଆଇନ ବିଭାଗର ପ୍ରଫେସର ମଧ୍ୟ ହୋଇପାରିଥିଲେ ।

୧୯୦୨ ମସିହାରେ ବ୍ରିଟିଶ ସରକାର ତାଙ୍କୁ ଏହାର ଷ୍ଟାଣ୍ଡିଂ କାଉଁସିଲ ନିଯୁକ୍ତ କରିଥିଲେ । ଏହାର ଦୁଇବର୍ଷ ପରେ ଅର୍ଥାତ ୧୯୦୪ ମସିହାରେ ତାଙ୍କୁ କୋଲକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । କୋଲକତା ହାଇକୋର୍ଟକୁ ଆସିବା ପରେ ସାର୍ ଜନ୍ ଜର୍ଜ ଇଡ୍ରୋଫି ଙ୍କର ମାନସିକତା ବଦଳି ଯାଇଥିଲା । ଏହି ସମୟ ମଧ୍ୟରେ ତନ୍ତ୍ର ସାଧନା ପ୍ରତି ତାଙ୍କର ଆଗ୍ରହ ବୃଦ୍ଧି ପାଇଥିଲା  । ସେ ତନ୍ତ୍ର ସମ୍ବନ୍ଧୀୟ ସମସ୍ତ ପୁସ୍ତକ ମଗାଇ ପଢିବା ଆରମ୍ଭ କରିଥିଲେ । ବାର ଆଣ୍ଡ ବେଞ୍ଚର ଓକିଲ ନମିତ୍ ସକ୍ସେନା ଲେଖିଛନ୍ତି ଯେ ସାର୍ ଜନ୍ ଜର୍ଜ ଇଡ୍ରୋଫିଙ୍କ ତନ୍ତ୍ର ଶାସ୍ତ୍ର ପ୍ରତି ଆଗ୍ରହର କାରଣ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ।

ଦିନେ ସାର୍ ଜନ୍ ତାଙ୍କ ଦରବାରରେ ବସିଥିବା ବେଳେ ତାଙ୍କୁ ଏକ ମାମଲାର ରାୟ ଦେବାକୁ ପଡିଲା । ମାମଲାଟି ବହୁତ ସହଜ ଥିଲା ଏବଂ ସାଧାରଣତ ସାର୍ ଜନ୍ ଏଭଳି ମାମଲାର ନିଷ୍ପତ୍ତିକୁ ଚୁଟକିରେ ଟାଇପ କରୁଥିଲେ । କିନ୍ତୁ ସେଦିନ କିଛି ଅଜବ ଘଟଣା ଘଟିଥିଲା । ରାୟ ଦେବାକୁ ବସିଥିବା ବେଳେ ସେ ଗୋଟିଏ ବି ଶବ୍ଦ କହିପାରି ନଥିଲେ । କିଛି ସମୟ ପରେ ଯେତେବେଳେ ସେ ଏ ବାବଦରେ ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ପଚାରିଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ କି ମାମଲାର ଜଣେ ପକ୍ଷ ତନ୍ତ୍ର ବିଦ୍ୟା ଜାଣିଥିଲେ ଏବଂ ଯେତେବେଳେ ସେ ରାୟ ଟାଇପ୍ କରୁଥିଲେ ସେତେବେଳେ ସେମାନେ କୋର୍ଟ ବାହାରେ ତନ୍ତ୍ର ସାଧନା କରୁଥିଲେ । ଯାହା ଦ୍ୱାରା ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ଆସିପାରିବ ।

ସାର୍ ଜନ୍ ଜର୍ଜ ଇଡ୍ରୋଫି ସଂଗେ ସଂଗେ ତାଙ୍କ କର୍ମଚାରୀଙ୍କୁ ସେହି ତାନ୍ତ୍ରିକକୁ ଧରିବା ପାଇଁ ପଠାଇଥିଲେ । କିନ୍ତୁ ସେତେବେଳକୁ ସେ ତାନ୍ତ୍ରିକ ଜଣଙ୍କ କୋର୍ଟ ବାହାରକୁ ଚାଲିଯାଇଥିଲେ । ସେ କହିଛନ୍ତି କି, ତନ୍ତ୍ର ସାଧନର ଏହି ବିଦ୍ୟାକୁ ଅଭିଚାର ବା ଇରେକ୍ସନ କୁହାଯାଏ । ଏହି ଘଟଣା ସାର୍ ଜନ୍ ଜର୍ଜ ଇଡ୍ରୋଫି ଙ୍କ ଉପରେ ବଡ ପ୍ରଭାବ ପକାଇଥିଲା ।

ଏହାପରେ ଜନ୍ ପ୍ରଥମେ ତନ୍ତ୍ର ପ୍ରଥା ସମ୍ବନ୍ଧୀୟ କିଛି ପୁସ୍ତକ ମଗାଇଥିଲେ । ଏହାପରେ କୁଣ୍ଡଳିନୀ ଯୋଗ ଅଧ୍ୟୟନ ଆରମ୍ଭ କରିଥିଲେ । ଯେହେତୁ ଅଧିକାଂଶ ପୁସ୍ତକ ସଂସ୍କୃତରେ ଥିଲା ତେଣୁ ବିଚାରପତି ଜଣଙ୍କ ସଂସ୍କୃତ ଶିଖିଥିଲେ । ଯାହାଦ୍ୱାରା ସେ ମୂଳ ପୁସ୍ତକ ପଢିପାରିବେ । ସାର୍ ଜନ୍ ଆର୍ଥର ଆଭାଲନଙ୍କ ଛଦ୍ମ ନାମରେ ତନ୍ତ୍ର ଶାସ୍ତ୍ର ଓ ତନ୍ତ୍ର ପ୍ରଥା ଉପରେ ଅନେକ ପୁସ୍ତକ ରଚନା ଓ ଅନୁବାଦ କରିଥିଲେ । ଗୋଟିଏ ପୁସ୍ତକରେ ‘ତନ୍ତ୍ର ଶାସ୍ତ୍ରର ପରିଚୟ’ ଏବେ ବି ବହୁତ ସମ୍ମାନଜନକ ବୋଲି ବିବେଚନା କରାଯାଏ ।

ଏହା ବ୍ୟତୀତ ସେ ‘ସାପ ଶକ୍ତି ’ ‘ତନ୍ତ୍ର ଶକ୍ତିର ନୀତି’ ଏବଂ ଶକ୍ତି ଓ ସାକା ଭଳି ପୁସ୍ତକ ମଧ୍ୟ ଲେଖିଥିଲେ । ସାର୍ ଜନ୍ ତନ୍ତ୍ର ବିଦ୍ୟାରେ ଏତେ ମଗ୍ନ ଥିଷଲ ଯେ ସେ ଦୀକ୍ଷା ନେଇ ସବୁ କିଛି ଛାଡି ତନ୍ତ୍ର ଅଭ୍ୟାସ ଆରମ୍ଭ କରିଥିଲେ ।

The post ଗୋଟିଏ ଘଟଣା ପରେ ବଦଳିଗଲା ମାନସିକତା । ହାଇକୋର୍ଟର ବିଚାରପତି ଚାକିରି ଛାଡି ଆରମ୍ଭ କରିଦେଲେ ତନ୍ତ୍ର ସାଧନା first appeared on Kanak News.

from Kanak News
via <a href="https://ifttt.com/?

ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ: ଓସିଏ ସାଧାରଣ ପରିଷଦ ବୈଠକରେ ଦିଆଗଲା ସୂଚନା

କନକ ବ୍ୟୁରୋ: ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ । ବାରବାଟୀର ୪, ୫, ୬ ଓ ୭ ନମ୍ବର ଗ୍ୟାଲେରୀ ସୁରକ୍ଷିତ ନଥିବା ଜଣାପଡ଼ିଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏ ନେଇ ସୂଚନା ନିଆଯାଇଛି । ଏସବୁ ଗ୍ୟାଲେରୀ ଗୁଡ଼ିକର ମରାମତି ଆବଶ୍ୟକ ଥିବା ବୈଠକରେ କୁହାଯାଇଛି । ବୈଠକରେ ଓସିଏ ସଭାପତି ବବି ଦାସ, ସମ୍ପାଦକ ସଂଜୟ ବେହେରାଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଗତବର୍ଷ ଜୁନ୍ ମାସରେ ବାରବାଟୀରେ ଶେଷଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହାରି ଭିତରେ ଭାରତର ଅନେକ ଭେନ୍ୟୁରେ ମ୍ୟାଚ୍ ଆୟୋଜନ କରାଯାଇଥିବା ବେଳେ ବାରବାଟୀକୁ କିନ୍ତୁ ମ୍ୟାଚ୍ ମିଳିନାହିଁ । ତେବେ ଆଗାମୀ ଦିନରେ ବାରବାଟୀକୁ ଟେଷ୍ଟ ମ୍ୟାଚ୍ ଫେରିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ବାରବାଟୀ ଗ୍ୟାଲେରୀ ସୁରକ୍ଷିତ ନଥିବା କଥା ସାମ୍ନାକୁ ଆସିଥିଲା । ଏପରିକି କିଛି ମ୍ୟାଚରେ ସେହି ଅସୁରକ୍ଷିତ ଗ୍ୟାଲେରୀକୁ ଦର୍ଶକଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏବେ ଆଉ କିଛି ଗ୍ୟାଲେରୀର ଅବସ୍ଥା ସୁରକ୍ଷିତ ନଥିବାରୁ ଆଗକୁ ମ୍ୟାଚ୍ ଆୟୋଜନ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

The post ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ: ଓସିଏ ସାଧାରଣ ପରିଷଦ ବୈଠକରେ ଦିଆଗଲା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ: ସଦର ଥାନା ତେଲେନଡିହି ନିକଟରେ ଅଟୋକୁ ଚାପିଦେଲା ହାଇୱା

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ । ସଦର ଥାନା ତେଲେନଡିହି ନିକଟରେ ଅଟୋକୁ ହାଇୱା ଚାପିଦେବାରୁ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ୨ଜଣ ଗୁରୁତରଙ୍କୁ ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଭର୍ତି ହୋଇଛନ୍ତି । ଭୋଜି କରିବାକୁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।

The post ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ: ସଦର ଥାନା ତେଲେନଡିହି ନିକଟରେ ଅଟୋକୁ ଚାପିଦେଲା ହାଇୱା first appeared on Kanak News.

from Kanak News
via <a href="https://ifttt.com/?

କଟକ ମେୟରଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ । ସାଇବର ଥାନାର ସହାୟତା ଲୋଡିଲେ ସୁବାସ ସିଂ ।

କନକ ବ୍ୟୁରୋ: ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ନେଇ ଅଭିଯୋଗ ଆଣିଲେ କଟକ ମେୟର ସୁବାସ ସିଂ । ଏନେଇ ସାଇବର କ୍ରାଇମ ଥାନାର ସହାୟତା ଲୋଡ଼ିଛନ୍ତି ସୁବାସ ସିଂ । ଏକ ଭିଡିଓ ଜରିଆରେ ସୂଚନା ଦେଇ କହିଛନ୍ତି ଗତକାଲି ରାତିରେ ତାଙ୍କ ଫେସବୁକ୍ ଆକାଉଣ୍ଟ ସୁବାସ ସିଂ ଅଫିସିଆଲ ହ୍ୟାକ ହୋଇଯାଇଛି । ଏହି ପେଜରୁ ବାରମ୍ବାର ଅଶ୍ଳୀଳ ପୋଷ୍ଟ କରାଯାଉଥିବା କଟକ ମେୟର ଅଭିଯୋଗ କରିଛନ୍ତି । ଏହାକୁ ଅଟକାଇବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ବର୍ତମାନ ସୁଧା ସଫଳ ହୋଇନାହିଁ ବୋଲି ସୁବାସ ସିଂ କହିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଇଥିବା ଅଭିଯୋଗ କରିଛନ୍ତି ସୁବାସ ସିଂ ।

The post କଟକ ମେୟରଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ । ସାଇବର ଥାନାର ସହାୟତା ଲୋଡିଲେ ସୁବାସ ସିଂ । first appeared on Kanak News.

from Kanak News
via <a href="https://ifttt.com/?

ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।

କନକ ବ୍ୟୁରୋ: ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଜେଲରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ପ୍ରତିବାଦରେ ଦଶପଲ୍ଲା-ଭଂଜନଗର ରାସ୍ତା ଅବରୋଧ । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ୨୦ ନଭେମ୍ବରରେ ଜେଲ ଯାଇଥିଲେ ଗଂଜାମ ତାରସିଂ ଥାନା ବୁଡ଼ାବାରୀ ଗାଁର ଦୀପକ ବାରିକ । ଦୁଇ ଦିନ ତଳେ ଦୀପକ ଜେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଆତ୍ମହତ୍ୟା ନୁହେଁ ଆମ ପୁଅକୁ ଜେଲରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଦୁଇଦିନ ହେବ ପରିବାର ଲୋକ ମୃତଦେହ ଗ୍ରହଣ କରୁନଥିବା ବେଳେ ଦଶପଲ୍ଲା-ଭଂଜନଗର ରାସ୍ତା ଅବରୋଧ କରିଛନ୍ତି । ସ୍ଥାନୀୟ ପୋଲିସ ଆନ୍ଦୋଳନ ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛି ।

The post ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started