ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ଏବେ ଦୁଇ ପିଲା ଅନାଥ, ମେଟ୍ରୋ ଟ୍ରେନରେ ଶାଢୀ ଲାଗି ଜୀବନ ହରାଇଥିବା ରାନାଙ୍କ କାହାଣୀ

କନକ ବ୍ୟୁରୋ: ଦିଲ୍ଲୀ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛଇ । ମୃତ ରୀନା ଗୁରୁବାର ଦୁଇ ପିଲାଙ୍କ ସହ ବାପ ଘରକୁ ଯାଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

ସୂଚନା ମୁତାବକ, ମା’ଙ୍କ ପାଖକୁ ଯିବା ପାଇଁ ରୀନା ଦେବୀ ଦୁଇ ପୁଅ ଝିଅଙ୍କ ସହ ଇନ୍ଦ୍ରଲୋକ ଷ୍ଟେସନରୁ ରେଡ୍ ଲାଇନ୍ ମେଟ୍ରୋକୁ ଚଢୁଥିଲେ । ହେଲେ ବାହାରେ ରହିଯାଇଥିଲା ପୁଅ । ପୁଅକୁ ଆଣିବାକୁ ବାହାରକୁ ଯିବାବେଳକୁ ମେଟ୍ରୋରେ ତାଙ୍କର ବ୍ୟାଗ୍ ଓ ଶାଢୀ ରହିଯାଇଥିଲା । ଫଳରେ ଅନେକ ବାଟ ଘୋଷାଡି ହୋଇ ଯାଇଥିଲେ ରୀନା । ଭିତରେ ଥିବା ଯାତ୍ରୀ ଜୋର ପାଟି କରି ଟ୍ରେନ୍ ରୋକିବାକୁ କହିବା ସହ ଏମର୍ଜେନ୍ସି ଆଲାର୍ମ ବଜାଇବା ସତ୍ତେ୍ୱ ହଠାତ୍ ଟ୍ରେନ୍ ରୋକି ନଥିଲା ।

ଉଦ୍ଧାରକାରୀ ଦଳ ଆସି ରୀନାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ବି ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି । କିନ୍ତୁ ଏହି ଘଟଣାରେ କୌଣସି ମାମଲା ଦାଏର କରାଯାଇନାହିଁ ।

The post ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ଏବେ ଦୁଇ ପିଲା ଅନାଥ, ମେଟ୍ରୋ ଟ୍ରେନରେ ଶାଢୀ ଲାଗି ଜୀବନ ହରାଇଥିବା ରାନାଙ୍କ କାହାଣୀ first appeared on Kanak News.

from Kanak News
via <a href="https://ifttt.com/?

ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ । ଦ୍ୱିତୀୟ ଦିନରେ ପୋଲସରା, କବିସୂର୍ଯ୍ୟନଗରରେ କାର୍ଯ୍ୟକ୍ରମ । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା ।

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଆଜି ଭୋର ୬ଟାରେ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ ପାଣ୍ଡିଆନ୍ । ମେଡିକାଲରେ ଚାଲିଥିବା କ୍ୟାନସର ହସ୍ପିଟାଲ ବୁଲି ଦେଖିବା ପରେ କିଭଳି କାମ ଶୀଘ୍ର ସରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ମେଡିକାଲ କନଫରେନ୍ସ ହଲରେ ପହଞ୍ଚି ଡାକ୍ତର, ଷ୍ଟାଫ୍ ନର୍ସ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ହଷ୍ଟେଲ ସୁôବିଧା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସିଧା ସଳଖ କଥା ହୋଇଥିଲେ ।

ସେହିପରି ନିର୍ମାଣଧୀନ ରିଂରୋଡର ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଫାଇଭ ଟି ଅଧ୍ୟକ୍ଷ । ନିର୍ଦ୍ଧାରିତ ସମୟ ଭିତରେ କିଭଳି କାର୍ଯ୍ୟ ସମ୍ପୁର୍ଣ୍ଣ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟପଟେ ଛତ୍ରପୁର ବ୍ଲକର ସିନ୍ଦୁରପୁର ଗାଁରେ ଥିବା ସିନ୍ଦୁରଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବିକାଶ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ ।

The post ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ । ଦ୍ୱିତୀୟ ଦିନରେ ପୋଲସରା, କବିସୂର୍ଯ୍ୟନଗରରେ କାର୍ଯ୍ୟକ୍ରମ । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା । first appeared on Kanak News.

from Kanak News
via <a href="https://ifttt.com/?

ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ, ଅନେକ ଗୁରୁତର ।ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ସାମଗ୍ରୀ ଯୋଗାଏ ଏହି କମ୍ପାନୀ ।

କନକ ବ୍ୟୁରୋ: ନାଗପୁରରେ ଥିବା ଏକ ବିସ୍ଫୋଟକ ପ୍ରସ୍ତୁତକାରୀ କମ୍ପାନୀରେ ବିସ୍ଫୋରଣ ଘଟି ୯ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ବଜାରଗାଓଁ ଅଞ୍ଚଳରେ ଅବସ୍ଥିତ ‘ସୋଲାର୍‌ ଇଣ୍ଡ‌ଷ୍ଟ୍ରିଜ୍‌ ଲିମିଟେଡ୍‌’ ନାମକ କମ୍ପାନିରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଏହି ବିସ୍ଫୋରଣ ଘଟିଛି। କୋଇଲା ଫଟାଇବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ପ୍ୟାକିଙ୍ଗ୍‌ କରିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ଯୋଗୁଁ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଲକାଧିକ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ନାଗପୁର ଗ୍ରାମାଞ୍ଚଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ହର୍ଷ ପୋଦ୍ଦାରଙ୍କ କହିବା ମୁତାବକ, ନାଗପୁରର ବଜାରଗାଓଁ ଅଞ୍ଚଳରେ ଥିବା ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ବିସ୍ଫୋରଣ ଘଟିବା ଯୋଗୁଁ ୯ଜଣଙ୍କର ମୃତ୍ୟୁ ଘଟିଛି। ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ଥିବା କାଷ୍ଟ୍‌ ବୁଷ୍ଟର୍‌ ପ୍ଲାଣ୍ଟରେ ପ୍ୟାକିଙ୍ଗ୍‌ କରାଯିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି କମ୍ପାନି ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଥାଏ।

The post ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ, ଅନେକ ଗୁରୁତର ।ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ସାମଗ୍ରୀ ଯୋଗାଏ ଏହି କମ୍ପାନୀ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱର ସବୁଠୁ ବଡ ଅଫିସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ୩୪୦୦ କୋଟିରେ ହୋଇଛି ନିର୍ମାଣ ।

କନକ ବ୍ୟୁରୋ: ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଏୟାରପୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିଥିଲେ । ଏହାପରେ ମୋଦୀ ଏକ ବିଶାଳ ରୋଡ୍ ସୋ କରିଥିଲେ । ତେବେ ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ବିଶାଳ କାର୍ଯ୍ୟାଳୟର ଲୋକାର୍ପଣ କରିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି । ଏ ହେଉଛି ଆମେରିକାର ପ୍ରତିରକ୍ଷା ବିଭାଗର କାର୍ଯ୍ୟାଳୟ ପେଣ୍ଟାଗନଠାରୁ ମଧ୍ୟ ବଡ ଅଫିସ୍ । ଯାହାକି ଏବେ ବିଶ୍ୱର ସବୁଠୁ ବଡ ଅଫିସ୍ ହେବାର ଗୌରବ ଅର୍ଜନ କରିଛି । ଆଜି ଏହି ‘ସୁରଟ ଡାଇମଣ୍ଡ ବୋର୍ସ’ର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦୀ ।

https://platform.twitter.com/widgets.js

ପିଏମ୍ ମୋଦୀ ରବିବାର ସକାଳୁ ପ୍ରଥମେ ୧୬୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସୁରଟ ଏୟାରପୋର୍ଟର ନୂଆ ବିଲ୍ଡିଂକୁ ଉଦଘାଟନ କରିଥିଲେ । ଯାହାକି ସୁରଟ ଏୟାରପୋଟକୁ ଏକ ନୂଆ ରୂପ ଦେଇଛି । ଖାଲି ସେତିକି ନୁହେଁ, ଏହି ଏୟାରପୋର୍ଟକୁ ଏବେ ଅନ୍ତର୍ଜାତୀୟ ମାନ୍ୟତା ମଧ୍ୟ ମିଳିଛି ।

ଅନ୍ୟପଟେ ୩୪୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସୁରଟ ଡାଇମଣ୍ଡ ବୋର୍ସକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବିଲ୍ଡିଂଟି ୩୫.୫୪ ଏକରରେ ନିର୍ମାଣ କରାଯାଇଛି । ଏହି ସ୍ଥାନ ଏବେ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିବ ବୋଲି ଆଶା କରାଯାଉଛି । ଏହି ଅଫିସ୍ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ଦେଢ ଲକ୍ଷ ଲୋକ ରୋଜଗାର ପାଇପାରିବେ ।

The post ବିଶ୍ୱର ସବୁଠୁ ବଡ ଅଫିସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ୩୪୦୦ କୋଟିରେ ହୋଇଛି ନିର୍ମାଣ । first appeared on Kanak News.

from Kanak News
via <a href="https://ifttt.com/?

୨ ଶ୍ରମିକଙ୍କୁ ଦଳିଦେଲା ଦନ୍ତା । ଭୟରେ ଘରୁ ବାହାରୁନାହାଁନ୍ତି ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ବରଗଡ଼ ଭେଡେନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ୨ଶ୍ରମିକ ମୃତ । ସକାଳୁ ଶ୍ରମିକ ମାନେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ । ମୃତକ ମାନେ ଗାଇସିଲେଟ ବ୍ଲକ କଉଠମାଳର ହୋଇଥିବା ଜଣାପଡିଛି ।

ସମ୍ବଲପୁରରୁ ୪ଟିକିଆ ହାତୀପଲ ବରଗଡ଼ ଭେଡେନ ଅଞ୍ଚଳକୁ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଉପଦ୍ରବ ମଚାଇଛନ୍ତି । ହାତୀ ଆତଙ୍କରେ ଭୟଭୀତ ସ୍ଥାନୀୟ ଅଂଚଳବାସୀ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି ପୋଲିସ ଓ ବନ ବିଭାଗ କର୍ମଚାରୀ ।

The post ୨ ଶ୍ରମିକଙ୍କୁ ଦଳିଦେଲା ଦନ୍ତା । ଭୟରେ ଘରୁ ବାହାରୁନାହାଁନ୍ତି ସ୍ଥାନୀୟ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ବହୁ ବାଦବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ୍ । ଭଡା ଦର କମ୍ ହୋଇଥିବାରୁ ସନ୍ତୋଷ ପ୍ରକାଶ କଲେ ଯାତ୍ରୀ ।

କନକ ବ୍ୟୁରୋ: ବହୁ ବାଦ ବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ । ଘରୋଇ ବସ ଓ ଭଡ଼ା ଅଟୋ ଛାଡି ସରକାରୀ ବସରେ ଚଢିଲେ ଗାଁ ଲୋକେ । ପୂର୍ବରୁ ଘରୋଇ ବସରେ ଅଧିକ ଟଙ୍କା ଦେଇ ଯାତ୍ରା କରୁଥିବା ବେଳେ ଲକ୍ଷ୍ମୀ ବସରେ କମ୍ ଟଙ୍କାରେ ଆରାମଦାୟକ ଯାତ୍ରା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ମିଳୁଥିବା ଯାତ୍ରୀମାନେ କହିଛନ୍ତି । ଅନ୍ୟପଟେ କୋରାପୁଟରେ ଲକ୍ଷ୍ମୀ ବସ ଗଡିବାକୁ ନେଇ ପ୍ରତିକ୍ରିୟା ରଖିଛି ଘରୋଇ ବସ ମାଲିକ ସଂଘ ।

The post ବହୁ ବାଦବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ୍ । ଭଡା ଦର କମ୍ ହୋଇଥିବାରୁ ସନ୍ତୋଷ ପ୍ରକାଶ କଲେ ଯାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ଥିଲା ନିଖୋଜ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ପରିବାରଲୋକ ।

କନକ ବ୍ୟୁରୋ: କଟକ ଜଗତପୁର ଥାନା ଥୋରିଆସାହିରେ ଚାଞ୍ଚଲ୍ୟ । ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ନିଖୋଜ ଥିଲେ ନାବାଳକ । ଆଜି ଗାଁର ଚନ୍ଦନପୋଖରୀ ହୁଡ଼ାରେ ପୁଅ ମୃତଦେହ ପଡ଼ିଥିବା ଗାଁଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତ ନାବାଳକ ହେଲେ ଜଗନ୍ନାଥ ବେହେରାଙ୍କ ପୁଅ ଜ୍ୟୋତି ପ୍ରକାଶ ବେହେରା । ସେ ସପ୍ତମ ଶ୍ରେଣୀରେ ପଢ଼ନ୍ତି । ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

The post ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ଥିଲା ନିଖୋଜ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ପରିବାରଲୋକ । first appeared on Kanak News.

from Kanak News
via <a href="https://ifttt.com/?

ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଦୁଇ ଡ୍ରାଇଭର । ଜଣେ ଗିରଫ, ଅନ୍ୟଜଣେ ଫେରାର

କନକ ବ୍ୟୁରୋ: ଯୁବତୀଜଣକ ବସରେ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଗଣଦୁଷ୍କର୍ମର ଶୀକାର ହେଲେ । ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତ ହେଉଛନ୍ତି ବସ୍ର ଦୁଇ ଡ୍ରାଇଭର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ ।

ସୂଚନା ମୁତାବକ, ଘଟଣାଟି ଡିସେମ୍ବର ୯ ତାରିଖ ରାତିରେ ଘଟିଛି। ସନ୍ଧ୍ୟା ପ୍ରାୟ ୭.୩୦ରେ ସେ ତରୁଣୀଜଣକ ଜୟପୁରରେ ଥିବା ତାଙ୍କ ମାମୁଙ୍କ ପାଖକୁ ଯାଉଥିଲେ। ବସ୍‌ରେ ଆଉ ସିଟ୍ ନ ଥିବାରୁ ସେ ଡ୍ରାଇଭରଙ୍କ କ୍ୟାବିନରେ ବସିଥିଲେ। କ୍ୟାବିନ୍‌ ଭିତରପଟୁ ବନ୍ଧ ଥିଲା। ବାଟରେ କ୍ୟାବିନ୍‌ରେ ବସିଥିବା ଅନ୍ୟ ଯାତ୍ରୀମାନେ ଉଠିଯିବା ପରେ ତରୁଣୀଙ୍କ ସହିତ ୨ ଡ୍ରାଇଭର୍‌ ଗଣଦୁଷ୍କର୍ମ କରିଥିଲେ। କିଛି ସମୟ ପରେ ଚିତ୍କାର ଶୁଣି ସନ୍ଦେହ ହେବାରୁ କେତେଜଣ ଯାତ୍ରୀ କ୍ୟାବିନ୍‌ ଡୋର୍‌ ଖୋଲି ଉକ୍ତ ତରୁଣୀଙ୍କୁ ବିପର୍ୟ୍ୟସ୍ତ ଅବସ୍ଥାରେ ଦେଖିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଡ୍ରାଇଭରଙ୍କୁ ମାଡ ମାରିଥିଲେ । ଜଣେ ଡ୍ରାଇଭର୍‌ କୌଣସିମତେ ବସ୍‌ରୁ ଖସି ପଳାଇଯାଇଥିବା ବେଳେ ଆଉ ଜଣଙ୍କୁ ଯାତ୍ରୀମାନେ କାବୁ କରି ପକାଇଥିଲେ।

ତା’ପରେ ଯାତ୍ରୀମାନେ ସେ ତରୁଣୀଙ୍କୁ ନେଇ ତୁରନ୍ତ ନିକଟସ୍ଥ ଥାନାକୁ ଗଲେ। ଅଭିଯୋଗ ଦାଏର କରିବା ଲାଗି ତାଙ୍କର ମାମୁଙ୍କୁ ଥାନାକୁ ଡକାଗଲା। ମହମଦ୍‌ ଆରିଫ୍‌ ନାମକ ସେ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି। ଫେରାର୍‌ ହୋଇ ଯାଇଥିବା ଲଳିତ ନାମକ ସେ ଡ୍ରାଇଭର୍‌ଙ୍କୁ ଧରିବା ପାଇଁ ତଲାସ ଜାରି ରହିଛି।

The post ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଦୁଇ ଡ୍ରାଇଭର । ଜଣେ ଗିରଫ, ଅନ୍ୟଜଣେ ଫେରାର first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ ଘଟଣା । ଚୋରକୁ ଧରିଲା ସାକ୍ଷୀଗୋପାଳ ପୋଲିସ । ମନ୍ଦିରରୁ ଚୋରି, ଜଣେ ଗିରଫ

କନକ ବ୍ୟୁରୋ: ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ ଘଟଣାରେ ଧରାପଡିଲା ଚୋର । ପଚରାଉଚରା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ସାକ୍ଷୀଗୋପଳ ନୂଆଗାଁର ବୋଲି ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ମନ୍ଦିର ତାଲା ଭାଙ୍ଗି ୨୫ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ସହ ସିସିଟିଭି ମନିଟରକୁ ଚୋରାଇ ନେଇଥିଲା ଚୋର ।

ଖବର ପାଇବା ପରେ ପିପିଲି ପୋଲିସ ସହ ସାଇଁଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯିବା ସହ ଗିରଫ କରାଯାଇଥିବା ସୂଚନା ମିଳିଛି । କେବଳ ସାକ୍ଷୀଗୋପଳ ନୁହେଁ ପୁରୀ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଅନେକ ସମୟରେ ମୂର୍ତ୍ତି ଚୋରିର ଅଭିଯୋଗ ସାମ୍ନାକୁ ଆସୁଛି । ଦୁବୃର୍ତ ମାନଙ୍କ ଟାର୍ଗେଟର ମନ୍ଦିର, ଚୋରି ପଛରେ କୌଣସି ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି ।

The post ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ ଘଟଣା । ଚୋରକୁ ଧରିଲା ସାକ୍ଷୀଗୋପାଳ ପୋଲିସ । ମନ୍ଦିରରୁ ଚୋରି, ଜଣେ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବିଜେପି ବିଧାୟକ ଓ ସାଂସଦ । ମୋଦୀ, ଶାହଙ୍କୁ ଭେଟି ରାଜ୍ୟ ରାଜନୀତି ବାବଦରେ କରିବେ ଆଲୋଚନା ।

କନକ ବ୍ୟୁରୋ: ଦିଲ୍ଲୀ ଯିବେ ବିଜେପି ବିଧାୟକ । ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ୨୨ ବିଧାୟକ । ମଙ୍ଗଳବାର ରାତିରେ ସମସ୍ତ ବିଧାୟକ ଦୁଇ ଦିନିଆ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣାପଡିଛି । ୨୦ ଓ ୨୧ ତାରିଖ ଦୁଇ ଦିନ ସେମାନଙ୍କର ଦିଲ୍ଲୀରେ ରହଣି କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଏହି ସାକ୍ଷାତ ସମୟରେ ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ଏବେର ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ । ବିଧାନସଭା ସହିତ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି । ରାଜ୍ୟ ବିଜେପି ତେଣୁ ଏବେ ପ୍ରସ୍ତୁତ ହେବା ଆରମ୍ଭ କରିଛି । ନିକଟରେ ଦେଶର ୫ଟି ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ବଡ଼ ରାଜ୍ୟରେ ବିଜେପିର ବୃହତ୍ ବିଜୟ ହୋଇଛି । ଏହାପରେ ଉତ୍ସାହିତ ଅଛନ୍ତି ରାଜ୍ୟ ବିଜେପି ନେତା । ଓଡିଶାରେ ମଧ୍ୟ ସମାନ ଫଳାଫଳ ଦୋହରାଇବା ଲକ୍ଷ୍ୟରେ ଅଛି ରାଜ୍ୟ ବିଜେପି ।

The post ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବିଜେପି ବିଧାୟକ ଓ ସାଂସଦ । ମୋଦୀ, ଶାହଙ୍କୁ ଭେଟି ରାଜ୍ୟ ରାଜନୀତି ବାବଦରେ କରିବେ ଆଲୋଚନା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started