ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା । ପେଟ ଫୁଲିଥିବା କହିଲେ ଡାକ୍ତର ।

କନକ ବ୍ୟୁରୋ: ଆଇସିୟୁରୁ ବାହାରିଲା ରେଙ୍ଗାଲି ନଳକୂପରୁ ଉଦ୍ଧାର ଶିଶୁ କନ୍ୟା । ୬ ଦିନ ହେବ କୁନି ଆଇସିୟୁରେ ରହି ହେଉଥିଲା ଚିିକିତ୍ସିତ । ଏବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ତଳେ କ୍ଷୀର ଦିଆଯାଇଥିବା ବେଳେ ପେଟ ଫୁଲିବା ସହ ପବନ ଭର୍ତ୍ତି ହୋଇଥିବା କହିଛନ୍ତି ଡାକ୍ତର ।

ଅନ୍ୟପଟେ ପ୍ରିମ୍ୟାଚୋର ବେବି ହୋଇଥିବାରୁ ସ୍ୱାସ୍ଥ୍ୟବସ୍ଥାରେ ଏଭଳି ପରିବର୍ତନ ହେବା ସ୍ୱାଭାବିକ ବୋଲି ମଧ୍ୟ କହିଛନ୍ତି ଡାକ୍ତର । ଶିଶୁକନ୍ୟା ୮ମାସର ହୋଇଥିବା ଜଣାପଡ଼ିଛି । ୧୨ ତାରିଖ ଦିନ ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ନବଜାତ ଶିଶୁ କନ୍ୟାକୁ ୭ ଘଣ୍ଟାର ଅପରେସନ ପରେ ଉଦ୍ଧାର କରାଯାଇଥିଲା । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ ଶିଶୁକନ୍ୟା ।

The post ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା । ପେଟ ଫୁଲିଥିବା କହିଲେ ଡାକ୍ତର । first appeared on Kanak News.

from Kanak News
via <a href="https://ifttt.com/?

ମହିଳା ଓ ଶିଶୁଙ୍କ ସହ ସମୁଦ୍ରରେ ବୁଡିଗଲେ ୬୧ ଶରଣାର୍ଥୀ । ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା ।

କନକ ବ୍ୟୁରୋ: ଶନିବାର ଦିନ ଲିବ୍ୟା ଉପକୂଳଠାରୁ ଦୂର ଭୂମଧ୍ୟସାଗରରେ ଗୋଟାଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ଅନ୍ୟୂନ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା କଥା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଅର୍ଗାନାଇଜେସନ୍‌ ଫର୍‌ ମାଇଗ୍ରେସନ’ (ଆଇଓଏମ୍‌) କହିଛି।

ଜାହାଜରେ ୮୬ଜଣ ଲୋକ ଯାତ୍ରା କରୁଥିଲେ ବୋଲି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ଗତରାତିରେ ଲିବ୍ୟାସ୍ଥିତ ଏହି ସଙ୍ଗଠନର କାର୍ୟ୍ୟାଳୟ ସୂଚନା ଦେଇଛି। ଜାରି କରିଥିବା ବିବୃତିରେ ‘ଆଇଓଏମ୍‌’ କହିଛି, ଲିବ୍ୟାର ଉତ୍ତରପଶ୍ଚିମ ଉପକୂଳରେ ଅବସ୍ଥିତ ଜୁୱାରା ନଗରୀରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜଟି ସମ୍ଭବତଃ ଉତ୍ତାଳ ଢେଉଦ୍ବାରା ଓଲଟି ପଡ଼ିବାରୁ ଏତେ ସଂଖ୍ୟକ ପ୍ରବାସୀଙ୍କର ମୃତ୍ୟୁ ଘଟିଲା।

ଇଟାଲି ପଟ ଦେଇ ୟୁରୋପରେ ପହଞ୍ଚିବା ଆଶାରେ ବିପଜ୍ଜନକ ଜଳଯାତ୍ରା କରୁଥିବା ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀମାନଙ୍କ ପାଇଁ ଯାତ୍ରା କରିବାର ଦୁଇଟି ପ୍ରମୁଖ ସ୍ଥାନ ହେଉଛି ଲିବ୍ୟା ଏବଂ ଟୁନିସିଆ। ଗତକାଲି ଜାହାଜ ଦୁର୍ଘଟଣାରେ ବୁଡ଼ିଯାଇଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ନାଇଜେରିଆ, ଗାମ୍ବିଆ ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର ବାସିନ୍ଦା ବୋଲି ‘ଆଇଓଏମ୍‌’ କାର୍ୟ୍ୟାଳୟ କହିଛି। ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି। ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି ଓ ସେମାନଙ୍କ ଅବସ୍ଥା ଭଲ ଥିବା କଥା ‘ଆଇଓଏମ୍‌’ କହିଛି।

The post ମହିଳା ଓ ଶିଶୁଙ୍କ ସହ ସମୁଦ୍ରରେ ବୁଡିଗଲେ ୬୧ ଶରଣାର୍ଥୀ । ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଭବ୍ୟ ଉଦ୍ଘାଟନ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ନଆସିବାକୁ ନିବେଦନ କଲେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ଉଦଘାଟନ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନାକୁ ଦେଖି ଲୋକଙ୍କୁ ନଆସିବାକୁ ନିବେଦନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ ।

ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ଏହି ଦିନ ଗର୍ଭଗୃହରେ ସ୍ଥାପିତ ହେବ । ତେଣୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଆସିବାର ସମ୍ଭାବନା ରହିଛି । ଏହାରି ଭିତରେ କିନ୍ତୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ଗର୍ଭଗୃହ ଓ ମୂର୍ତ୍ତି ପ୍ରସ୍ତୁତ ହୋଇ ରହିଛି । ତେବେ ପୂରା ମନ୍ଦିର ନିର୍ମାଣ ପାଇଁ ଆହୁରି ୨ ବର୍ଷ ଲାଗିବ । ଏଭଳି ସ୍ଥିତିରେ ଶ୍ରଦ୍ଧାଳୁମାନେ ୨୨ ଜାନୁଆରିରେ ଅଯୋଧ୍ୟା ଆସିବା ବଦଳରେ ନିଜ ନିଜ ଅଂଚଳର ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ରେ ସାମିଲ ହେବାକୁ ସେ କହିଛନ୍ତି ।

The post ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଭବ୍ୟ ଉଦ୍ଘାଟନ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ନଆସିବାକୁ ନିବେଦନ କଲେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ । first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନରେ ପରାଜୟ ପରେ ବଦଳିଲା ମଧ୍ୟପ୍ରଦେଶ କଂଗ୍ରେସ ମୁଖିଆ । ପିସିସି ସଭାପତି ପଦରୁ ହଟିଲେ କମଳନାଥ, ଜିତୁ ପଟୱାରୀଙ୍କୁ ଦାୟିତ୍ୱ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ପରାଜୟ ପରେ ସଙ୍ଗଠନରେ ବଡ ପରିବର୍ତ୍ତନ କରିଛି କଂଗ୍ରେସ । ଦଳ କମଳନାଥଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ଉମଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳ ନେତା କରିଛି ଦଳ ।

ପଟୱାରୀ ଓ ଉମଙ୍ଗ ରାଜର ବରିଷ୍ଠ ନେତା କମଳନାଥ ଓ ଦିଗବିଜୟ ସିଂହଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା । ଜିତୁ ପଟ୍ଟୱାରୀ ଏଥର ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିଲେ । ୨୦୧୩ ଓ ୨୦୧୮ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ହେବା ପରେ ଜିତୁ ପଟ୍ଟୱାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କମଳନାଥ । ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସ ବଡ ପରିବର୍ତନ ହେବ ବୋଲି ଚର୍ଚ୍ଚା ହେଉଥିଲା । ସେହିଭଳି ଛତିଶଗଡରେ ପୂର୍ବତନ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ ବିରୋଧୀ ଦଳ ନେତା ହେବେ । ଦୀପକ ବୈଜ ପ୍ରଦେଶ ସଭାପତି ରହିବେ ।

ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦିଲ୍ଲୀରେ ସମୀକ୍ଷା ବୈଠକ ଡାକିଥିଲେ । ଏହା ପରେ ୩ ରାଜ୍ୟର ସଙ୍ଗଠନରେ ବଡ ପରିବର୍ତନ ହେବ ବୋଲି ଚର୍ଚ୍ଚା ହେଉଛିଲା । ଏହି ଦୁଇ ରାଜ୍ୟ ପରେ ରାଜସ୍ଥାନରେ କଂଗ୍ରେସର ବଡ ପରିବର୍ତନ ହେବ ବୋଲି କୁହାଯାଉଛି ।

The post ନିର୍ବାଚନରେ ପରାଜୟ ପରେ ବଦଳିଲା ମଧ୍ୟପ୍ରଦେଶ କଂଗ୍ରେସ ମୁଖିଆ । ପିସିସି ସଭାପତି ପଦରୁ ହଟିଲେ କମଳନାଥ, ଜିତୁ ପଟୱାରୀଙ୍କୁ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ, ଶତାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ରାଉରକେଲାରେ ବ୍ୟାପିଛି ଝାଡାବାନ୍ତି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛିବାବେଳେ ଶହେରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛି । ପାନପୋଷ ଓ ବସ୍ତି ଅଂଚଳର ଅଧିକ ଲୋକେ ଡାକ୍ତରଖାନାକୁ ଆସୁଛନ୍ତି । ତେବେ କେଉଁ କାରଣରୁ ହଠାତ୍ ଏଭଳି ଝାଡାବାନ୍ତି ବ୍ୟାପିଲା ତାର କାରଣ ଜଣାପଡିନାହିଁ । ଦୂଷିତ ପାଣି ଏହାର କାରଣ ବୋଲି କୁହାଯାଉଛି । ଏହାପରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି ।

The post ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ, ଶତାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ।

କନକ ବ୍ୟୁରୋ: ମଶା ଧୂଆଁ ନେଲା ଜୀବନ । ମଶା ଘଉଡାଇବାକୁ ଯାଇ ଶୋଇବା ବେଳେ ଲଗାଇଥିବା ମଶା ଧୂପ ହେଲା କାଳ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲାରୁ ଏଭଳି ଏକ ଖବର ଆସିଛି ।

ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକର କୁମାରନାଳୀ ଗାଁର ସହଦେବ ମହାନ୍ତ । ତାଙ୍କ ସାଙ୍ଗରେ ଗୋଟିଏ ଘର ଭିତରେ ଶୋଇଥିବା ଅନ୍ୟତମ ବ୍ୟକ୍ତି ହେଉଛନ୍ତି ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗାଁର ସୁରେନ୍ଦ୍ର ମାଝୀ । ସେ ଜଣେ ଡ୍ରାଇଭର । ମିଳିଥିବା ସୂଚନା ଅନୁସାରେ ରାତିରେ ଶୋଇବା ସମୟରେ ମଶାଙ୍କଠାରୁ ବଂଚିବାକୁ ୨ଟି ମଶାଧୂଆଁ ଷ୍ଟିକ ଲଗାଇ କବାଟ ଝରକା ବନ୍ଦ କରି ଶୋଇ ପଡ଼ିଥିଲେ । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା ଓ ଅନ୍ୟ ଜଣକ ମୃତ ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ଗୁରୁତର ସୁରେନ୍ଦ୍ର କିଛି ବିଷାକ୍ତ ଧୂଆଁ ନିଶ୍ୱାସ ରେ ନେଇଥିବାରୁ ଏପରି ହୋଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାଯିବ ତାଙ୍କ ମୃତ୍ୟୁର କାରଣ ।

The post ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ ସୟିଦ ଇସାନ ବୁଖାରି । ।

କନକ ବ୍ୟୁରୋ: ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ସୟିଦ ବୁଖାରୀ । ଅପରାଧର ବିବିରଣୀ ଆସିନଥିବାରୁ ଗତକାଲି ଜାମିନ ଆବେଦନର ଶୁଣାଣିହୋଇପାରିନାହିଁ । କୁପୱାରର ସୟିଦ ବୁଖାରୀକୁ ଗତାଲି କ୍ରାଇମବ୍ରାଂଚ ଏସଟିଏଫ ଗିରଫ କରିଥିଲା । ବୁଖାରୀକୁ ଯାଜପୁରରୁ ଧରିଥିଲା ଏସଟିଏଫ ।

୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଅନ୍ୟ ଦେଶ ବିରୋଧୀ ସଙ୍ଗଠନ ସହ ଥିବା ଜଣାପଡିଛି । ଏପରିକି ସେ ସୋସିଆଲ ମିଡିଆରେ ସକ୍ରିୟ ରହି ସୁନ୍ଦରୀ ଯୁବତୀଙ୍କୁ ଫସାଉଥିଲା । ଆଉ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ୬ରୁ ୭ ଜଣ ଝିଅଙ୍କୁ ବିବାହ କରିଥିଲା । ବୁଖାରୀକୁ ଗିରଫ ପରେ ଚଣ୍ଡୀଖୋଲ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇଦିଆଯାଇଛି । ଲୁଚିବା ପାଇଁ ବୁଖାରୀ ଓଡିଶାକୁ କାହିଁକି ବାଛିଥିଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୟିଦଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଥିଲେ? ଆଇଏସଆଇ ସହ ସୟିଦର କି ସମ୍ପର୍କ ଥିଲା? ଓଡିଶାରେ ରହି କିଛି ଆତଙ୍କୀ ଷଡଯନ୍ତ୍ର କରୁଥିଲା କି? ଏନେଇ ଆରମ୍ଭ ହେଇଛି ତନାଘନା ।

The post ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ ସୟିଦ ଇସାନ ବୁଖାରି । । first appeared on Kanak News.

from Kanak News
via <a href="https://ifttt.com/?

ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଦୀପ ଘରେ ଥିବା କାଠ ପୋଡି ପାଉଁଶ । 

କନକ ବ୍ୟୁରୋ: ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିଲା । ନିଆଁରେ ଦୀପ ଘରେ ଥିବା କାଠ ପୋଡି ପାଉଁଶ ହୋଇଯାଇଛି । ତେବେ ଖବର ପାଇ ଅଗ୍ନିଶମ ଟିମ୍ ଆସି ନିଆଁକୁ ଆୟତ କରିଛି । ପଥରରେ ମନ୍ଦିରର ଘର ତିଆରି ହୋଇଥିବାରୁ ନିଆଁ ବିଶେଷ ଭାବେ ଆଗକୁ ବଢି ପାରିନଥିଲା ।

The post ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଦୀପ ଘରେ ଥିବା କାଠ ପୋଡି ପାଉଁଶ ।  first appeared on Kanak News.

from Kanak News
via <a href="https://ifttt.com/?

ବଡ଼ ଘରର ବଡ଼ ଗୁମର କଥା । ବଚ୍ଚନ ଫ୍ୟାମିଲିରେ ଉଠିଛି ଝଡ଼! ଅଲଗା ହେବେ କି ଐଶ୍-ଅଭିଷେକ?

କନକ ବ୍ୟୁରୋ : ଷ୍ଟାର୍ କପଲ୍ ଐଶର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ନେଇ ବଲିଉଡ଼ ଗଳିରେ ଏବେ ଜୋରଦାର ଗସିପ୍ । ବଚ୍ଚନ ଫ୍ୟାମିଲିରେ ସବୁ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଶାଶୁ ଜୟା ବଚ୍ଚନ ଏବଂ ଅଭିଷେକଙ୍କ ସହ ବିବାଦ ବଢିବା ପରେ ଏବେ ଐଶର୍ଯ୍ୟା ଶାଶୁଘର ଛାଡି ନିଜ ମା’ଙ୍କ ପାଖରେ ରହୁଛନ୍ତି । କିଛି ଦିନ ତଳେ ଅମିତାଭ୍ ବଚ୍ଚନ ନିଜ ଝିଅ ଶ୍ୱେତା ନନ୍ଦଙ୍କୁ ‘ଜଲସା’ ଘର ଗିଫ୍ଟ ଦେବା ପରେ ଐଶର୍ଯ୍ୟା ଶାଶୁଘର ଛାଡିଛନ୍ତି । ଏପରି କି ଉଭୟଙ୍କ ବିବାହ ଛାଡ଼ପତ୍ର ପାଇଁ ମଧ୍ୟ ପ୍ର୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ବଚ୍ଚନ ପରିବାରର ନିକଟତରଙ୍କ ଠାରୁ ଆସୁଥିବା ଖବର ଅନୁଯାୟୀ ଝିଅ ଆରାଧ୍ୟା ପାଇଁ ଉଭୟ ଦମ୍ପତି ଏକାଠି ରହୁଥିବା ବେଳେ ଏବେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି । ତେବେ ଗୁଜବ ନେଇ ବଚ୍ଚନ ପରିବାର ପକ୍ଷରୁ କୌଣସି ଅଧିକାରୀକ ବିବୃତି ମଧ୍ୟ ଦିଆଯାଇନାହିଁ । ଏସବୁ ମଧ୍ୟରେ ମୁମ୍ବାଇରେ ଏକ ବିଶେଷ କାର୍ଯ୍ୟକ୍ରମରେ ଐଶର୍ଯ୍ୟା ରାୟ ବଚ୍ଚନ ପରିବାର ସହ ଦେଖାଦେଇଥିଲେ । ଝିଅ ଆରାଧ୍ୟାଙ୍କ ସ୍କୁଲର ବାର୍ଷିକ କାର୍ଯ୍ୟକ୍ରମରେ ପରିବାର ସହ ନଜର ଆସିଛନ୍ତି ଐଶ୍ୱର୍ଯ୍ୟା । କିଛି ଦିନ ପୂର୍ବରୁ ଫିଲ୍ମ ‘ଦ ଆର୍ଚିଜ’ର ସ୍ପେଶାଲ ସ୍କ୍ରିନିଂ ସମୟରେ ଐଶର୍ଯ୍ୟା ଝିଅ ଆରାଧ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳଥିଲା । ବଡ ଘରର ବଡ ଗୁମର କଥା ପଛରେ ସତ କ’ଣ ସେକଥା ସମୟ କହିବ ।

The post ବଡ଼ ଘରର ବଡ଼ ଗୁମର କଥା । ବଚ୍ଚନ ଫ୍ୟାମିଲିରେ ଉଠିଛି ଝଡ଼! ଅଲଗା ହେବେ କି ଐଶ୍-ଅଭିଷେକ? first appeared on Kanak News.

from Kanak News
via <a href="https://ifttt.com/?

କେରଳରୁ କୋଭିଡ ନୂଆ ସବଭ୍ୟାରିଆଂଟ ରୋଗୀ ଚିହ୍ନଟ । ଜେଏନଡଟ୍ ୱାନରେ ଜଣେ ମହିଳା ସଂକ୍ରମିତ ସୂଚନା

କନକ ବ୍ୟୁରୋ : ଚୀନରେ କୋଭିଡର ନୂଆ ସବ ଭ୍ୟାରିଆଂଟକୁ ନେଇ ଆତଙ୍କ । ଜେଏନଡଟ ୱାନ ଭାରିଆଂଟରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଡିସେମ୍ବର ୧୩ରେ କେରଳରେ ଏହି ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ଜଣକ ମହିଳା ଓ ତାମିଲନାଡୁର କିନ୍ତୁ ସେ କେରଳରେ ରହୁଛନ୍ତି । ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିଲେ । ସହେନ୍ଦ ଭିତରେ ନଭେମ୍ବର ୧୮ରେ ନମୁନା ପରୀକ୍ଷା କରାଯାଇଥିଲା । ଇନସାକଗ ମୁଖ୍ୟ ଡିଏନକେ ଆରୋରା କହିଛନ୍ତି ଗୋଟେ ମାତ୍ର ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଡାକ୍ତରଖାନାରେ କେହି ଭର୍ତି ହୋଇନାହାଁନ୍ତି । ରୟଟର୍ସ ସୂଚନା ମୁତାବକ ଏହି ସବଭ୍ୟାରିଆଂଟ ପୂର୍ବରୁ ଆମେରିକା, ଇଟଲୀ ଓ ଫ୍ରାନ୍ସରେ ଦେଖିବାକୁ ମିଳିଥିଲେ ବି ସଂକ୍ରମଣ କମ ଥିଲ େ ଚୀନର ଏହା ସଂକ୍ରମଣ ବୃଦ୍ଧି ଆଶଙ୍କାଙ୍କୁ ଏଡାଇ ଦିଆଯାଇପାରିବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ନୂଆ ଭାରିଆଂଟରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଥିବା ଲକ୍ଷଣ ସାମାନ୍ୟଭାବେ କୋଭିଡ ଲକ୍ଷଣ ପରି ଥଣ୍ଡା,କାଶ ଓ ଜର ରହିଛି । ତେବେ ଏହି ସବଭ୍ୟାରିଆଂଟର ପ୍ରକୋପ ଓ ଅନ୍ୟାନ୍ୟ ଲକ୍ଷଣ ଉପରେ ଅଧ୍ୟୟନ ଜାରି ରହିିଛି । ସେପଟ ସିଙ୍ଗାପୁର, ଇଣ୍ଡୋନେସିଆ. ମାଲେସିଆରେ ସପ୍ତାହକ ଭିତରେ ମାମଲା ୭୦ ପ୍ରତିଶତ ବଢ଼ିବା ଚିନ୍ତା ସୃଷ୍ଟି କରିଛି ।

The post କେରଳରୁ କୋଭିଡ ନୂଆ ସବଭ୍ୟାରିଆଂଟ ରୋଗୀ ଚିହ୍ନଟ । ଜେଏନଡଟ୍ ୱାନରେ ଜଣେ ମହିଳା ସଂକ୍ରମିତ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started