ସମ୍ବଲପୁର ରେଡ୍ ଘଟଣାରେ ମୁମ୍ବାଇ ଲିଙ୍କ । ଏବିଡି କମ୍ପାନୀରୁ କମ୍ପୋଜିସନ ଆସି ଓଡ଼ିଶାରେ ହେଉଥିଲା ବଟଲିଂ । ଆୟକର ବିଭାଗର ଯାଞ୍ଚ ।

କନକ ବ୍ୟୁରୋ: ମଦ ତିଆରି କାରଖାନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ରେଡ । ଏହି ସମୟରେ ସାମ୍ନାକୁ ଆସିଛି ମଦ କାରବାରର ମୁମ୍ବାଇ ଲିଙ୍କ୍ । ଏବିଡି ନାମକ କମ୍ପାନୀରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ହେଉଥିଲା ବଟଲିଂ । ଉଭୟ ମୁମ୍ବାଇ ଏବଂ ସମ୍ବଲପୁରରେ ଥିବା କମ୍ପାନୀର ଆର୍ଥିକ କାରବାର ନେଇ ସନ୍ଦେହ ବଢିବା ପରେ ଓଡ଼ିଶା ଆସି ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନୀରେ ଯାଂଚ କରିଛି ମୁମ୍ବାଇ ଆୟକର ବିଭାଗ । ଯାଂଚ ସମୟରେ ମିଳିଥିବା ଟଙ୍କା ସହ ବିଲ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟରେ ତାଳମେଳ ରହୁନଥିବା ଜଣାପଡିଛି । ଏନେଇ ଅଧିକ ତଦନ୍ତ କରୁଛି ମୁମ୍ବାଇର ଆୟକର ବିଭାଗ । ପ୍ରଥମେ ପଶ୍ଚିମ ଓଡ଼ିଶାରେ ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀ ଉପରେ ୭ଦିନ ଧରି ରେଡ୍ କରିଥିଲା । ଆଉ ଏହା ପରେ ଶୁକ୍ରବାର ଏବଂ ଶନିବାର ଢେଙ୍କାନାଳରେ ଥିବା ମଦ କମ୍ପାନୀ ଉପରେ ଆୟକର ରେଡ ଜାରି ରହିଛି ।

The post ସମ୍ବଲପୁର ରେଡ୍ ଘଟଣାରେ ମୁମ୍ବାଇ ଲିଙ୍କ । ଏବିଡି କମ୍ପାନୀରୁ କମ୍ପୋଜିସନ ଆସି ଓଡ଼ିଶାରେ ହେଉଥିଲା ବଟଲିଂ । ଆୟକର ବିଭାଗର ଯାଞ୍ଚ । first appeared on Kanak News.

from Kanak News
via <a href="https://ifttt.com/?

ଜବତ ସ୍କୁଟିରେ ବୁଲୁଛନ୍ତି ଥାନା ବାବୁ । ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା ସ୍କୁଟି ।

କନକ ବ୍ୟୁରୋ: ଜବତ ହୋଇଥିବା ସ୍କୁଟିରେ ବଜାର ବୁଲୁଛନ୍ତି ମାଥିଲି ଅବକାରୀ ଥାନାର ବାବୁ । ଗଞ୍ଜେଇ ଚାଲାଣରେ ଜବତ ହୋଇଥିଲା ସ୍କୁଟି । ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ବିଭାଗର ଥାନା ବାବୁଙ୍କ ଏପରି କାରନାମା ପଦାରେ ପଡିଛି । ସହର ଭିତରକୁ ଜବତ ସ୍କୁଟିକୁ ନେଇ ଘୁରି ବୁଲୁଛନ୍ତି ଅବକାରୀ ଥାନା ଅଧିକାରୀ । ନିଜର ବ୍ୟକ୍ତିଗତ କାମରେ ଜବତ ଗାଡି ବ୍ୟବହାରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆଦିବାସୀ ଇଲାକାରେ ଥାନା ବାବୁଙ୍କ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏ ଦୃଶ୍ୟ ଦେଖନ୍ତୁ ପ୍ରତିଦିନ ଭଳି ମାଲଖାନାରେ ଥିବା ଜବତ ସ୍କୁଟିକୁ ନେଇ ବଜାରରେ ବୁଲୁଛନ୍ତି ଅବକାରୀ ଥାନା ଅଧିକାରୀ ରାମଜି ପଟେଲ । ତେବେ ଏ ସମ୍ପର୍କରେ କନକ ନ୍ୟୁଜ ଅପେରେସନରେ ପୁରୁଣା ଥାନାରୁ ନୂଆ ଥାନାର ମାଲଖାନାରେ ସ୍କୁଟି ରଖିବାକୁ ନେଇଥିବା ସେ ସଫେଇ ଦେଇଛନ୍ତି ।

The post ଜବତ ସ୍କୁଟିରେ ବୁଲୁଛନ୍ତି ଥାନା ବାବୁ । ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା ସ୍କୁଟି । first appeared on Kanak News.

from Kanak News
via <a href="https://ifttt.com/?

ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ଇସାନ ବୁଖାରି । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ । ଆରମ୍ଭ ହେଲା ତନାଘନା ।

କନକ ବ୍ୟୁରୋ: ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଆସି ଯାଜପୁରରେ ଦୀର୍ଘ ଦିନ ରହିଥିଲା । ହେଲେ ପୋଲିସ ଜାଣିନପାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଯାଜପୁରରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ସୟିଦ ବୁଖାରୀ ଗିରଫ ହେବା ପରେ ଏଭଳି ପଶ୍ନ ଉଠିଛି । କୁପୱାରର ସୟିଦ ବୁଖାରୀକୁ ଗତକାଲିି କ୍ରାଇମବ୍ରାଞ୍ଚ ଏସଟିଏଫ ଯାଜପୁରରୁ ଗିରଫ କରିଥିଲା ।

୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଅନ୍ୟ ଦେଶ ବିରୋଧୀ ସଙ୍ଗଠନ ସହ ଥିବା ଜଣାପଡିଛି । ଏପରିକି ସେ ସୋସିଆଲ ମିଡିଆରେ ସକ୍ରିୟ ରହି ସୁନ୍ଦରୀ ଯୁବତୀଙ୍କୁ ଫସାଉଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ୬ରୁ ୭ ଜଣ ଝିଅଙ୍କୁ ବିବାହ କରିଥିଲା । ବୁଖାରୀକୁ ଗିରଫ ପରେ ଚଣ୍ଡିଖୋଲ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି । ଅପରାଧର ବିବିରଣୀ ଆସିନଥିବାରୁ ଗତକାଲି ଜାମିନ ଆବେଦନର ଶୁଣାଣି ହୋଇପାରିନାହିଁ ।

ଲୁଚିବା ପାଇଁ ବୁଖାରୀ ଓଡିଶାକୁ କାହିଁକି ବାଛିଥିଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୟିଦଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଥିଲେ? ଆଇଏସଆଇ ସହ ସୟିଦର କି ସମ୍ପର୍କ ଥିଲା? ଓଡିଶାରେ ରହି କିଛି ଆତଙ୍କୀ ଷଡଯନ୍ତ୍ର କରୁଥିଲା କି ଏଭଳି ପ୍ରଶ୍ନ ଉଠିଛି ।

The post ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ଇସାନ ବୁଖାରି । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ । ଆରମ୍ଭ ହେଲା ତନାଘନା । first appeared on Kanak News.

from Kanak News
via <a href="https://ifttt.com/?

ଉଦଯାପିତ ହେଲା ‘ୱିଂଟର ଫେଷ୍ଟ୍’ । କୁନି ପ୍ରତିଭାଙ୍କୁ ପୁରସ୍କୃତ କଲେ ପୁର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ।

କନକ ବ୍ୟୁରୋ: ରାଜଧାନୀ କଳାରାହାଙ୍ଗସ୍ଥିତ ଜେଡ୍ ୱାନ୍ ଆପାର୍ଟମେଂଟରେ ଚାଲିଥିବା ୱିଣ୍ଟର ଫେଷ୍ଟ୍ ଉଦଯାପିତ ହୋଇଯାଇଛି । ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବ୍ୟୋମ ଓ ଅଦ୍ୱୈତ ବାସିନ୍ଦାମାନଙ୍କ ପକ୍ଷରୁ ଜେଡ୍ ୱାନ୍ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ, ସମ୍ମାନିତ ଅତିଥି ଭାବେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ । ଉତ୍ସବର ମୁଖ୍ୟ ଅଂଶଗ୍ରହଣକାରୀ କୁନିକୁନି ପିଲାମାନଙ୍କୁ ଅତିଥିଭାବେ ପୁରସ୍କୃତ କରିବା ସହ ଏଭଳି ନିଆରା ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭଳି କି ଭଳି ଖାଦ୍ୟ ଷ୍ଟଲ୍ ଲାଗିଥିଲା । ଏହା ସହ ଫନ୍ କାର୍ଣ୍ଣିଭାଲ୍ ଆକ୍ଟିଭିଟି, ଲାଇଭ୍ ବ୍ୟାଣ୍ଡ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଫେଷ୍ଟ୍ ଅବସରରେ ବିଭିନ୍ନ କ୍ରୀଡ଼ା, ଗେମ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ୩ ରୁ ୫ ବର୍ଷ ଓ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲା ଓ ବରିଷ୍ଠ ନାଗରିକମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆପାର୍ଟମେଂଟର ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

The post ଉଦଯାପିତ ହେଲା ‘ୱିଂଟର ଫେଷ୍ଟ୍’ । କୁନି ପ୍ରତିଭାଙ୍କୁ ପୁରସ୍କୃତ କଲେ ପୁର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ପ୍ରଥମ ଦିନିକିଆ । ଜୋହନ୍ସବର୍ଗରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ମ୍ୟାଚ । ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ । ଜୋହାନ୍ସବର୍ଗ ୱାନଡରର୍ସ ଷ୍ଟାଡିୟମରେ ଭାରତୀୟ ସମୟ ଦିନ ୧ଟା୩୦ରେ ଖେଳାଯିବ ମ୍ୟାଚ । ବିଶ୍ୱକପ ପରେ ପ୍ରଥମଥର ଦିନିକିଆ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି କେ.ଏଲ ରାହୁଲ । ଦିନିକିଆ ଶୃଙ୍ଖଳାରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଛି ଦଳ ।

ଟି-୨୦ ସିରଜରେ ଫିନିସର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରିଙ୍କୁ ସିଂଙ୍କୁ ଆଜି ଦିନିକିଆ ମ୍ୟାଚରେ ପଦାର୍ପଣର ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଘରୋଇ କ୍ରିକେଟରେ ପ୍ରଚୁର ରନ କରିଥିବା ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାରଙ୍କୁ ମଧ୍ୟ ସୁଯୋଗ ଦେଇପାରେ ଦଳ । ଆହତ ଏବଂ ପାରିବାରିକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଭାରତୀୟ ପେସ ବୋଲର ମହମ୍ମଦ ସାମି ଏବଂ ଦୀପକ ଚହର ଦଳରୁ ବାଦ ପଡିଥିବା ବେଳେ ଆକାଶ ଦୀପଙ୍କୁ ମିଳିପାରେ ସୁଯୋଗ । ସେପଟେ ଭାରତୀୟ ଯୁବ ବାହିନୀକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦକ୍ଷିଣ ଆଫ୍ରିକା ଦଳ ।

The post ଆଜିଠୁ ପ୍ରଥମ ଦିନିକିଆ । ଜୋହନ୍ସବର୍ଗରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ମ୍ୟାଚ । ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । first appeared on Kanak News.

from Kanak News
via <a href="https://ifttt.com/?

ଜଙ୍ଗଲକୁ ଡାକିନେଲେ , ତାପରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କଲେ ଉଗ୍ରବାଦୀ ।

କନକ ବ୍ୟୁରୋ: ଉଗ୍ରବାଦୀଙ୍କ ଗୁଳିରେ କଂଗ୍ରେସ ନେତାଙ୍କୁ ମୃତ୍ୟୁ । ବ୍ୟକ୍ତିଗତ କାର୍ୟ୍ୟରେ ତିରାପ ଜିଲ୍ଲା ଅନ୍ତର୍ଗତ ଗୋଟାଏ ଗାଁକୁ ଯାଇଥିବା ବେଳେ ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କର ଜଣେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳି ଚୋଟରେ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଘଟଣାଟି ମିୟାଁମାର ସୀମାକୁ ଲାଗିଥିବା ରାହୋ ଗ୍ରାମରେ ଅପରାହ୍ଣ ପ୍ରାୟ ୩ଟା ବେଳେ ଘଟିଛି। ତିରାପ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାହୁଲ୍‌ ଗୁପ୍ତା କହିଛନ୍ତି, ୩ଜଣ ସହଯୋଗୀଙ୍କ ସହିତ ବ୍ୟକ୍ତିଗତ କାର୍ୟ୍ୟରେ ସେ‌ ଗାଁ’କୁ ଯାଇଥିବା ପୂର୍ବତନ କଂଗ୍ରେସ ବିଧାୟକ ୟୁମସେନ୍‌ ମାଟେଙ୍କୁ କେହି ଜଣେ କୌଣସି ବାହାନା ଦେଖାଇ ଜଙ୍ଗଲିଆ ଅଞ୍ଚଳକୁ ନେଇଯିବା ପରେ ତାଙ୍କ ଉପରକୁ ଗୁଳି ଚଳାଇଲେ। ଗୁଳି ଚୋଟରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

The post ଜଙ୍ଗଲକୁ ଡାକିନେଲେ , ତାପରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କଲେ ଉଗ୍ରବାଦୀ । first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଚୋର । ସିସିଟିଭି ମନିଟର ବି ଗାଏବ ।  

କନକ ବ୍ୟୁରୋ: ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ଠାକୁରଙ୍କ ସୁନା, ରୂପାର ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ । ଅଳଙ୍କାର ସମେତ ସିସିଟିଭି ମନିଟରକୁ ମଧ୍ୟ ଉଠାଇ ନେଇଛନ୍ତି ଚୋର । ଏନେଇ ମାମଲା ଦାଏର ପରେ ଜନାଘନା ଆରମ୍ଭ କରିଛି ସାକ୍ଷୀଗୋପାଳ ପୋଲିସ ।

The post ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଚୋର । ସିସିଟିଭି ମନିଟର ବି ଗାଏବ ।   first appeared on Kanak News.

from Kanak News
via <a href="https://ifttt.com/?

ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ନିଷ୍କ୍ରିୟ କଲେ ଡିଫ୍ୟୁଜନ୍ ଟିମ୍ ।

କନକ ବ୍ୟୁରୋ: ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ବିସ୍ଫୋରଣ ଘଟାଇ ବଡ଼ ଧରଣର ଆତଙ୍କ ସୃଷ୍ଟି କରିବାକୁ ଆତଙ୍କୀ କରିଥିଲେ ଯୋଜନା । ତେବେ ଏହି ବଡ଼ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଫୁଟା ମୋର୍ଟାର, ଏଲଏମଜି, ଏସଏଲଆର ସେଲ ଉଦ୍ଧାର କରାଯାଇଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ଟିମ ଏବଂ କାଶ୍ମୀର ପୋଲିସ ପକ୍ଷରୁ ଉଦ୍ଧାର ବୋମା ସବୁକୁ ନିଷ୍କ୍ରିୟ କରାଯାଇଛି । ବିଗତ କିଛି ଦିନ ହେବ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିିବା ବେଳେ ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର ଅଭିଯାନରେ ଆତଙ୍କୀଙ୍କୁ ନିପାତ କରାଯାଉଛି ।

The post ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ନିଷ୍କ୍ରିୟ କଲେ ଡିଫ୍ୟୁଜନ୍ ଟିମ୍ । first appeared on Kanak News.

from Kanak News
via <a href="https://ifttt.com/?

ଖସୁଛି ପାରଦ, ବଢ଼ୁଛି ଶୀତ । ରାଜ୍ୟରେ ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ।

କନକ ବ୍ୟୁରୋ: ଖସୁଛି ପାରଦ, ବଢୁଛି ଶୀତ । ରାଜ୍ୟରେ ୬ସହରରେ ତାପମାତ୍ରା ୧୦ଡିଗ୍ରୀରୁ ତଳେ । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ରେକର୍ଡ । ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୁଇଁ ହେବା ସହ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଲୋକେ । ଆଜିଠୁ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ ଶୀତ କମିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ ।

ଗତ ୨୪ଘଣ୍ଟା ମଧ୍ୟରେ କୋରେଇରେ ୮.୩ ଡିଗ୍ରୀ, କନ୍ଧମାଳ ଜି. ଉଦୟଗିରିରେ ୮.୫, କୋରାପୁଟରେ ୯.୫, ଭଦ୍ରକ ରାଣୀତାଲରେ ୯.୬ ଏବଂ ରାଉରକେଲାରେ ୯.୮ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଆଜିଠୁ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହ କାରଣରୁ କିଛି ସ୍ଥାନରେ ବର୍ଷା ହେବା ସହିତ କୁହୁଡିର ସମ୍ଭାବନା ରହିଛି । ଫଳରେ ଆଜିଠୁ ରାତି ତାପମାତ୍ରାରେ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

The post ଖସୁଛି ପାରଦ, ବଢ଼ୁଛି ଶୀତ । ରାଜ୍ୟରେ ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଦଶାବତାର ଚିତ୍ର ଗଲା କୁଆଡେ? ଖାଲି ଖାଲି ଦିଶୁଛି ପତିତପାବନଙ୍କ ମନ୍ଦିର ଗୁମୁଟ । ଶ୍ରୀମନ୍ଦିର ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି ଗାଏବ ଅଭିଯୋଗ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପତିତପାବନଙ୍କ ଦଶାବତାର ମୂର୍ତ୍ତି ଗାଏବ୍ । ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି କୁଆଡ଼େ ଗାଏବ୍ ହୋଇଯିବା ପରେ ଏଭଳି ଫୁଙ୍ଗୁଳା ଦୃଶ୍ୟ ଭକ୍ତ ମହଲରେ ଆଲୋଡନ ସୃଷ୍ଟି କରିଛି ।

କେବେଠୁ ଏହି ମୂର୍ତ୍ତି ଗାଏବ୍ ହେଲାଣି ସ୍ପଷ୍ଟ ହୋଇନଥିଲେ ବି ତିନି ମାସ ତଳର ଫଟୋରେ ଦଶାବତାର ମୂର୍ତ୍ତି ସ୍ପଷ୍ଟ ଦୃଶ୍ୟମାନ ହେଉଥିବାରୁ ଦୁଇ ତିନି ମାସ ଭିତରେ ହିଁ ଦଶାବତାର ମୂର୍ତ୍ତି କାଢ଼ି ନିଆଯାଇଥିବା ଅନୁମାନ କରାଯାଉଛି । ଏବେ ଏହାକୁ ନେଇ ଜବାବ ମାଗିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତ । କିଏ, କେଉଁ ପରିସ୍ଥିତିରେ ଦଶାବତାର ମୂର୍ତ୍ତି କାଢ଼ିଲେ, ସାର୍ବଜନୀନ ହେବା ଦରକାର ବୋଲି ଦାବି ଉଠିଛି ।

ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ଯବନ କନ୍ୟାଙ୍କୁ ବିବାହ କରିବାରୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିନଥିଲା । ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜାଙ୍କ ପାଇଁ ପତିତପାବନଙ୍କୁ ସିଂହଦ୍ୱାର ଗୁମୁଟରେ ପ୍ରତିଷ୍ଠା କରାଯାଇଥିଲା । ସେବେଠୁ ଯେଉଁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ପାରୁନାହାନ୍ତି, ସେମାନେ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ପତିତପାବନଙ୍କ ମନ୍ଦିର ଗୁମୁଟରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଭଳି ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୁଦ୍ଧ ଓ କଳକୀଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ଥାନିତ କରାଯାଇଥିଲା । କିନ୍ତୁ ଏହାକୁ କେହି କାଢ଼ି ନେଇଛି । ଫଳରେ ପତିତପାବନଙ୍କ ମନ୍ଦିର ଗୁମୁଟ ଖାଲି ଖାଲି ଦିଶୁଛି ।

The post ଦଶାବତାର ଚିତ୍ର ଗଲା କୁଆଡେ? ଖାଲି ଖାଲି ଦିଶୁଛି ପତିତପାବନଙ୍କ ମନ୍ଦିର ଗୁମୁଟ । ଶ୍ରୀମନ୍ଦିର ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି ଗାଏବ ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started