ମୁମ୍ବାଇ ଇଣ୍ଡିଆନ୍ସ ଉପରେ ସୋସିଆଲ ମିଡିଆ ଫଲୋରଙ୍କ ଅସନ୍ତୋଷ । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ କମିଲା ଫଲୋରଙ୍କ ସଂଖ୍ୟା

କନକ ବ୍ୟୁରୋ : ରୋହିତ ଗଲେ ପାଣ୍ଡ୍ୟା ଆସିଲେ, କମିଲା ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦେବା ଦଳକୁ ମହଙ୍ଗା ପଡିଛି । ଏହି ନିଷ୍ପତି ପରେ ପାଖାପାଖି ୫ଲକ୍ଷ ଫଲୋର୍ସ ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଛନ୍ତି । ଅନେକ ପ୍ରଶଂସକ ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତିକୁ ନାପସନ୍ଦ କରିବା ସହ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୩ରୁ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଆସିଥିବା ବେଳେ ୧୦ବର୍ଷରେ ଦଳକୁ ୫ଥର ଚମ୍ପିୟାନ କରାଇଛନ୍ତି । ତେବେ ୨୦୨୪ ଆଇପିଏଲ ସିଜିନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦେଇଛି ଦଳ । କୁହାଯାଉଛି ଯେ କ୍ୟାପଟେନ ହେବା ସର୍ତରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିବା ବେଳେ ଦଳ ତାଙ୍କୁ ଦାୟିତ୍ୱ ଦେଇଛି । ଟିମ୍ ଏକ୍ସଚେଂଜ ନିୟମ ଅନୁଯାୟୀ ଗୁଜରାଟ ଟାଇଟନ୍ସକୁ ୧୫କୋଟି ଟଙ୍କା ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳକୁ ଫେରାଇ ଆଣିଛି ମୁମ୍ବାଇ ।

The post ମୁମ୍ବାଇ ଇଣ୍ଡିଆନ୍ସ ଉପରେ ସୋସିଆଲ ମିଡିଆ ଫଲୋରଙ୍କ ଅସନ୍ତୋଷ । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ କମିଲା ଫଲୋରଙ୍କ ସଂଖ୍ୟା first appeared on Kanak News.

from Kanak News
via <a href="https://ifttt.com/?

ମାଲ୍ଟା ଜାହାଜକୁ ସହଯୋଗ କରିବାକୁ ପହଁଚିଲା ଭାରତୀୟ ସେନା । ଅପହୃତଙ୍କ ହାତରୁ ବଂଚାଇବା ପାଇଁ ମିଶନ ଆରମ୍ଭ କରିଛି ସେନା

କନକ ବ୍ୟୁରୋ : ମାଲବାହୀ ଜାହଜ ଅପହରଣ ଉଦ୍ୟମକୁ ପଣ୍ଡ କରିବାକୁ ପ୍ରୟାସ କରୁଛି ଭାରତୀୟ ନୌସେନା । ମାଲଟା ଜାହାଜକୁ ରକ୍ଷା କରିବା ପାଇଁ ମଝି ସମୁଦ୍ରକୁ ସର୍ଭିଲାନ୍ସ ବିମାନ ଓ ଯୁଦ୍ଧ ଜାହଜ ପଠାଇଛି ଭାରତୀୟ ସେନା । ଆରବ ମହାସାଗରେ ମାଲଟାର ଏକ ମାଲାବାହୀ ଜାହାଜ ଯାଉଥିବା ସମୟରେ ସୋମାଲିଅ ଆତଙ୍ୀ ତାକୁ ଅପହରଣ କରିଥିବା ସୂଚନା ରହିଛି । ତେବେ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଭାରତୀୟ ନୌସେନା ପାଟ୍ରୋଲିଂ ଜାହଜ ଏନେଇ ସୂଚନା ପାଇଥିଲା । ମାଲବାହୀ ଜାହଜରେ ପ୍ରାୟ ୧୮ଜଣ ଲୋକ ଯାତ୍ରା କରୁଥିଲେ । ୬ଜଣ ଅଜ୍ଞାତ ବ୍ୟକ୍ତି ଜାହଜ ନିକଟକୁ ଆସୁଥିବା ଗୁଇନ୍ଦା ସୂଚନା ପାଇବା ପରେ ସ୍ଥିତି ଉପରେ ନଜର ରଖିଛି ଭାରତୀୟ ସେନା । । ଭାରତ କହିଛି ଅର୍ନ୍ତଜାତୀୟ ଭାଗିଦାରୀ ତଥା ବନ୍ଧତ୍ୱପୂର୍ଣ୍ଣ ଦେଶ ସହିତ ଉତମ ସର୍ମ୍ପକ ଓ ସହାୟତା ଯୋଗାଇବ । ସୁରକ୍ଷା ନିଶ୍ଚିତ କରିବା ପାଇଁ ଭାରତ ପ୍ରତିଶ୍ରୁତି ବଦ୍ଧ । ସେପଟେ ବିଟ୍ରିଶ ସରକାର ବିଦେଶୀ ଜାହଜଗୁଡିକ ଆରବ ସାଗରେ ସୋମାଲିଆ ନିକଟକୁ ଯିବାବେଳେ ସର୍ତକ ରହିବାକୁ ପରାର୍ମଶ ଦେଇଛନ୍ତି ।

The post ମାଲ୍ଟା ଜାହାଜକୁ ସହଯୋଗ କରିବାକୁ ପହଁଚିଲା ଭାରତୀୟ ସେନା । ଅପହୃତଙ୍କ ହାତରୁ ବଂଚାଇବା ପାଇଁ ମିଶନ ଆରମ୍ଭ କରିଛି ସେନା first appeared on Kanak News.

from Kanak News
via <a href="https://ifttt.com/?

ପ୍ରେମ, ବିଶ୍ୱାସଘାତକତା ଓ ହତ୍ୟା ଉଦ୍ୟମ । ପ୍ରେମିକା ଉପରେ କାର ଚଢ଼ାଇଲା ପ୍ରେମିକ, ଠାଣେରୁ ଆସିଲା ଉନ୍ମୋତକାଣ୍ଡ ମାମଲା

କନକ ବ୍ୟୁରୋ : ସାଢ଼େ ଚାରିବର୍ଷ ସମ୍ପର୍କରେ ସେତିକି ବେଳେ ଫାଟ ଆସିଥିଲା ଯେବେ ପ୍ରେମିକ ଚାହିଁଥିଲା ପ୍ରେମିକାର ବିଶ୍ୱାସରେ ବିଷ ଦେଇ ଫେରାର ହେବାକୁ । କଳେବଳେ କୌଶଳେ ଯୁବତୀଙ୍କ ଧୋକା ଦେବାକୁ । କିନ୍ତୁ ଶେଷ ସମୟରେ ସବୁ ଓଲଟପାଲଟ ହୋଇଯାଇଥିଲା ଯେବେ ନିଜ ପ୍ରେମିକକୁ ସ୍ତ୍ରୀଙ୍କ ସହ ଏକାଠି ଦେଖିବାକୁ ପାଇଥିଲେ ଯୁବତୀ । ପ୍ରେମିକାର ସହେନ୍ଦ ଦୃଷ୍ଟିରୁ ବଂଚିପାରିନଥିଲା ଧୋକେବାଜ ପ୍ରେମିକ ଓ ଆଉ ଶେଷରେ ଧରାପଡିଥିଲା । । ବାସ ଏଠାରୁ ହିଁ ପ୍ରେମିକରୁ ପିଶାଚ ପାଲଟିଥିଲା ମୁମ୍ବାଇ ଠାଣେର ଅଶ୍ୱଜିତ ଗାୟକୱାଡ । ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ସର୍ବ ସମ୍ମୁଖରେ ନିସ୍ତୁକ ମାଡ଼ ମାରିବା ସହ କାର ଚଡ଼ାଇଥିବା ଭଳି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ।

ବିବାହିତ ହୋଇ ମଧ୍ୟ ଅଶ୍ୱତିଜ ସାଢେ ଚାରି ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସର୍ମ୍ପକ ରଖି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା । ସ୍ତ୍ରୀଠୁ ଛାଡପତ୍ର ନେଇ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇ ଆସୁଥିଲେ । ସେପଟେ ହତ୍ୟା ଶିକାର ହୋଇଥିବା ପ୍ରେମିକାଙ୍କ ଗୁରୁତର ଅବସ୍ଥାରେ ଡକ୍ତରଖାନାରେ ଚାଲିଛି ଚିକିତ୍ସା । ଭଙ୍ଗା ହାତ ଗୋଡ, ଅଂଶ ହାଡର ଅସ୍ତ୍ରୋପଚାର କରାଯାଇଛି । ସୂଚନା ଅନୁସାରେ ପୀଡିତା ଜଣେ ଇନଷ୍ଟାଗ୍ରାମ ଇନଫୁଲଏନ୍ସର । ଆଉ ଅଭିଯୁକ୍ତ ମୁମ୍ବାଇର ଜଣେ ପ୍ରଶାସନିକ ଅଧିକାରୀଙ୍କ ପୁଅ । ପୂର୍ବରୁ ବିବାହିତ ହୋଇ ମଧ୍ୟ ପୀଡିତାଙ୍କ ସହ ଦୀର୍ଘ ଦିନର ଲିଭଇନ ସର୍ମ୍ପକରେ ରହି ଆସୁଥିଲେ । ମାମଲା ରୁଜୁ ହେବା ପରେ ୩ଟି ଧାରାରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆକ୍ରମଣର ୫ଦିନ ପରେ ଘଟଣା ସାମ୍ନାକୁ ଆସିଛି । ପୀଡିତା କହିଛନ୍ତି ସବୁ ଘଟଣାକୁ ଭୁଲି ସେ ଅଶ୍ୱଜିତଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ଥିଲେ ଓ ତାଙ୍କ ଫେରିବା ବାଟାକୁ ଅପେକ୍ଷା କରିଥିଲେ । କିନ୍ତୁ ବର୍ତମାନ ତାଙ୍କୁ ଓ ତାଙ୍କ ପରିବାରକୁ ବାରମ୍ବାର ହତ୍ୟା ଧମକ ମିଳିବା ପର ସେ ସୋସିଆଲ ମିଡିଆର ସାହାରା ନେଇଥିଲେ । ତେଣୁ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ପୋଷ୍ଟ କରି ପୁଲିସର ସାହାର୍ଯ୍ୟ ଲୋଡିଥିଲେ । ତୁରନ୍ତ ତାଙ୍କୁ ପୁଲିସ ସହାୟତା ମଧ୍ୟ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ, ମହାରାଷ୍ଟ୍ରମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ, ଶିବସେନା ନେତା ଆଦିତ୍ୟ ଠାକରେ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟ୍ୟାଗ କରି ନିର୍ଯ୍ୟାନତା ଓ ଆକ୍ରମଣ ଘଟଣାର ଲେଖା ଏବଂ ଭିଡିଓ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି ପୀଡିତା

The post ପ୍ରେମ, ବିଶ୍ୱାସଘାତକତା ଓ ହତ୍ୟା ଉଦ୍ୟମ । ପ୍ରେମିକା ଉପରେ କାର ଚଢ଼ାଇଲା ପ୍ରେମିକ, ଠାଣେରୁ ଆସିଲା ଉନ୍ମୋତକାଣ୍ଡ ମାମଲା first appeared on Kanak News.

from Kanak News
via <a href="https://ifttt.com/?

ଚଢାଉର ସପ୍ତାହକ ପରେ ଧୀରଜ ସାହୁଙ୍କ ସଫେଇକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ । ଧର୍ମେନ୍ଦ୍ର ପ୍ରଧାନ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ଧୀରଜ ସାହୁ

କନକ ବ୍ୟୁରୋ : ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ କଂଗ୍ରେସ ସାଂସଦ ଧୀରଜ ସାହୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଟି ରେଡ୍ ଘଟଣାରେ ମୁହଁ ଖୋଲି କଂଗ୍ରେସ ସାଂସଦ ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହିତ କଂଗ୍ରେସର ଲିଙ୍କ ନାହିଁ । ଏହା ତାଙ୍କ ପରିବାରର ଟଂକା । ଏହାପରେ ଧୀରଜଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି । ଆଉ କହିଛନ୍ତି, ଦୁନିଆ ଜାଣିଛି ଧୀରଜ ସାହୁ ହେଉଛନ୍ତି ଗାନ୍ଧୀ ପରିବାରର ଏଟିଏମ୍ । ଆୟକର ରେଡର ସପ୍ତାହକ ପରେ ଧୀରଜ ସାହୁ ଯେଉଁଭଳି ସଫେଇ ଦେଇଛନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗତକାଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ସାଂସଦ । ଧୀରଜ କହିଥିଲେ, ଜବତ ହୋଇଥିବା ଟଙ୍କା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ବଡ଼ ପରିବାର ହୋଇଥିବା ବେଳେ ପରିବାରର ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି । ଏବଂ ଏହା ପାରିବାରିକ ବ୍ୟବସାୟର ଟଙ୍କା ବୋଲି ସଫେଇ ରଖିଥିଲେ ଧୀରଜ । ତାଙ୍କ ପରିବାର ବର୍ଷ ବର୍ଷ ଧରି ମଦ ବ୍ୟବସାୟରେ ସଂପୃକ୍ତ ରହିଛି । ବ୍ୟବସାୟ ଏବଂ ଟିକସ ଦେବା ପାଇଁ କିଛି ଟଙ୍କା ରଖାଯାଇଥିଲା ବୋଲି କହିଛନ୍ତି । ସେହିପରି ଦଳକୁ ସୁରକ୍ଷା ଦେବାକୁ ଯାଇ ଜବତ ଟଙ୍କା ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । ତେବେ ସମୟ ଆସିଲେ, ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଝାଡ଼ଖଣ୍ଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧୀରଜ ସାହୁ । କିନ୍ତୁ ଦୀର୍ଘ ଦିନ ଧରି ନିରବ ଥିବା ଧୀରଜ ହଠାତ ମୁହଁ ଖୋଲି କଂଗ୍ରେସକୁ ଏହି ସମୟରେ କ୍ଲିନଚିଟ୍ ଦେଇଛନ୍ତି ଯେତେବେଳେ କେନ୍ଦ୍ରର ଶାସକ ଦଳ ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ଆସୁଛି ।

The post ଚଢାଉର ସପ୍ତାହକ ପରେ ଧୀରଜ ସାହୁଙ୍କ ସଫେଇକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ । ଧର୍ମେନ୍ଦ୍ର ପ୍ରଧାନ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ଧୀରଜ ସାହୁ first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟି

କନକ ବ୍ୟୁରୋ : ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟ ିା ଏନେଇ ଆଜି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । କମିଟି ଗଠନ ବାବଦରେ ସମସ୍ତ ସାଂସଦଙ୍କୁ ଚିଠିରେ ସୂଚନା ଦିଆଯାଇଛି । ଏଥିସହ ସରକାର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସଂସଦ ସୁରକ୍ଷା ତ୍ରୁଟି ସହ ସାଂସମାନଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନର କୌଣସି ସର୍ମ୍ପକ ନାହିଁ । ସାଂସଦମାନେ ଗୃହକାର୍ଯ୍ୟରେ ବାଧା ଦେବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି । ବାରମ୍ବାର ଏଭଳି ଘଟଣା ଯୋଗୁଁ ଦେଶର ବିକାଶରେ ବାଧା ଅ।ସୁଛି ।

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଦିଲ୍ଲୀ ସ୍ପେଶାଲ ପୁଲିସ ମାଷ୍ଟରମାଇଣ୍ଡର ଲଳିତ ଝାର ସର୍ମ୍ପକୀୟ ଭାଇ କୁହାଯାଉଥିବା ମହେଶକୁ ଶନିବାର ଗିରଫ କରିଛି । ସଂସଦ ଭିତରେ ଯେତେବେଳେ ମନୋରଞ୍ଜନ ଓ ସାଗର ଉପଦ୍ରବ ଚଳାଇଥିଲେ ସେହି ସମୟରେ ନୀଲମ ଓ ଅମୋଲ ବାହାରେ ହଙ୍ଗାମା କରୁଥିଲେ । ଆଉ ବାହାରେ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରୁଥିଲା ଲଳିତ ଝା । ଘଟଣା ପରେ ପରେ ଲଳିତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କ ଫୋନ୍ ନେଇ ସେଠାରୁ ଫେରାର ହୋଇଯାଇଥିଲା । ଆଉ ବସରେ ଯାଇ ରାଜସ୍ଥାନରେ ପହଂଚିଥିଲା । ରାଜସ୍ଥାନରେ ଅନ୍ୟ ଅଭିଯୁକ୍ତ ମହେଶ ପାଖକୁ ଯାଇଥିଲା । ଏବଂ ସେଠାରେ ସମସ୍ତ ଅଭିଯୁକ୍ତଙ୍କ ଫୋନକୁ ନଷ୍ଟ କରି ସବୁ ପ୍ରମାଣ ନଷ୍ଟ କରିଦେଇଥିଲା ।

ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ଆସିଛି ଚାଂଚଲ୍ୟକର ସୂଚନା । ଆତ୍ମାହୂତି ପାଇଁ ଯୋଜନା କରିଥିଲେ ଅଭିଯୁକ୍ତ । କେନ୍ଦ୍ର ସରକାରଙ୍କୁ ନିଜ ସମସ୍ୟା ଓ ଦାବି ଜଣାଇବାକୁ ଯାଇ ଅଭିଯୁକ୍ତମାନେ ଆତ୍ମହୂତି ଦେବାକୁ ଯୋଜନା କରିଥିିବା ସୂଚନା ମିଳିଛି । ଯଦି ଯୋଜନା ଫେଲ ମାରିଥାନ୍ତା ତେବେ ଆତ୍ମହୂତିକୁ ବିକଳ୍ପ ଭାବେ ବାଛିଥିଲେ ଅଭିଯୁକ୍ତ । ସେପଟେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କୁ ଖୁବ ଶିଘ୍ର ହୋଇପାରେ ଜେରା । ସାଂସଦଙ୍କ ଭିଜିଟର ପାସ ନେଇ ସଂସଦରେ ଅନୁପ୍ରବେଶ କରିଥିଲେ ଅଭିଯୁକ୍ତ ।। ମହୀଶୁର ସାଂସଦ ସାଗର ଶର୍ମା ଓ ମନୋରଂଜନ ଡିକୁ ପାସ ଦେବା ଘଟଣା ସାମ୍ନାକୁ ଆସିବା ପରେ ଖୁବ ଶିଘ୍ର ପ୍ରତାପଙ୍କୁ ଜେରା କରଯାଇପାରେ । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ମାମଲା ତଦନ୍ତ କରୁଛି ।

The post ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟି first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଝଡ଼ । ଦେଶରେ ବଢ଼ୁଥିବା ବେକାରୀ ଓ ଦରଦାମ ବୃଦ୍ଧିକୁ ଦାୟୀ କଲେ କଂଗ୍ରେସ ସାଂସଦ

କନକ ବ୍ୟୁରୋ : ବୁଧବାର ସଂସଦରେ ଅନୁପ୍ରବେଶ କରି ୪ ଅଜ୍ଞାତ ଯେଉଁ କାଣ୍ଡ ଘଟଣାଇଥିଲେ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବା ନା ନେଉନି । ଗିରଫ ପରେ ଅଭିଯୁକ୍ତ ଏବେ ଦିଲ୍ଲୀ ପୁଲିସ ରିମାଣ୍ଡରେ । ଜେରା ସମୟରେ ଏହି ଅଭିଯୁକ୍ତମାନେ କହିଥିଲେ ଦୀର୍ଘଦିନ ହେଲା ଏମାନଙ୍କ କଥା କେହି ଶୁଣୁନଥିବାରୁ ସଂସଦରେ ଅନୁପ୍ରବେଶ କରି ନି ଦାବି ଜଣାଇବାକୁ ଚାହୁଁଥିଲେ । ଏବେ ଅଭିଯୁକ୍ତଙ୍କ ସ୍ୱରରେ ସ୍ୱର ମିଶାଇ ସମାନ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଦେଶରେ ବଢ଼ୁଥିବା ବେକାରୀ ଓ ଦରଦାମ ସମସ୍ୟା ଘଟଣା ପାଇଁ ଦାୟୀ । ମୋଦୀ ସରକାରଙ୍କ ନୀତି ସଂସଦ ସୁରକ୍ଷା ତ୍ରୁଟି ପାଇଁ ଦାୟୀ ସେପଟେ କଂଗ୍ରେସ ସାଧାରଣ ସମ୍ପ।।ଦକ କେସି ବେଣୁଗୋପଳ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି ।

ଗୋଟେ ପଟେ କଂଗ୍ରେସ ବେକାରୀ ଓ ଦରଦାମ ବୃୃଦ୍ଧିକୁ ସଂସଦ ସୁରକ୍ଷା ତ୍ରୁଟିର କାରଣ କହି ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛି । ଅନ୍ୟପଟେ ବିଜେପି ସାଂସଦ ଲହର ସିଂ ସିରୋୟା ଘଟଣା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କଂଗ୍ରେସ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।

ସଂସଦ ସୁରକ୍ଷା ତ୍ରୁଟି ଘଟଣାକୁ ନେଇ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ପ୍ରବଳ ହଟଗୋଳ କରିବା ପରେ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ଏଥିସହ ୧୪ଜଣ ସାଂସଦଙ୍କୁ ନିଲମ୍ବନ ଘଟଣାକୁ ବିରୋଧ କରି ସଂସଦଭବନ ପରିସରରେ ପ୍ରଦର୍ଶନ କରିଛନ୍ତି ବିରୋଧୀ ।

The post ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଝଡ଼ । ଦେଶରେ ବଢ଼ୁଥିବା ବେକାରୀ ଓ ଦରଦାମ ବୃଦ୍ଧିକୁ ଦାୟୀ କଲେ କଂଗ୍ରେସ ସାଂସଦ first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ

କନକ ବ୍ୟୁରୋ : ଇସ୍ପାତନଗରୀ ରାଉରକେଲାରେ ଏବେ ସାଂଘାତିକ ହେଲାଣି ଝାଡାବାନ୍ତି । ଡାଇରିଆରେ ଦୁଇଦିନରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ରାଉରକେଲା ସରକାରୀ ହସପିଟାଲରେ ୧୦୨ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ପାନପୋଷ. ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳ ତଥା ସେକ୍ଟରର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ ଜାଣିବାକୁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ରୋଗୀ ବଢୁଥିବାରୁ ବେଡ ସଂଖ୍ୟା ବଢାଇବାକୁ ପଦକ୍ଷେପ ନିଆଯାଇଛି ।

ରାଉରକେଲାରୁ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଖବର ଆସିବା ପରେ ସରକାର ବି ସତର୍କ ହୋଇଛନ୍ତି । ଭୁବନେଶ୍ୱରରୁ ୨ ଜଣିଆ ଡାକ୍ତରୀ ଟିମ୍ ସଂପୃକ୍ତ ଅଂଚଳକୁ ପଠାଯାଇଛି ।
-୨ରୁ ୪ ମୋବାଇଲ ହେଲ୍ଥ ଦଳ ନିୟୋଜିତ ଅଛନ୍ତି
-ଆହୁରି ୫୦ ବେଡ ସଂରକ୍ଷିତ କରି ରଖିବାକୁ ନିର୍ଦ୍ଦେଶ
-ବରିଷ୍ଠ ଡାକ୍ତର ନୋଡାଲ ଅଫିସର ଭାବେ କାମ କରିବେ
-ଜଳ ବିଶୋଧନ କରିବାକୁ ନିର୍ଦ୍ଦେଶ
ରାଉରକେଲାର ଡାଇରିଆ ସ୍ଥିତି ଉପରେ ସତର୍କ ନଜର ରଖାଯାଇ ଆବଶ୍ୟକ ପଦ କ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କିଛିଦିନ ତଳେ ରାଉରକେଲାରେ ଅଦିନିଆ ବର୍ଷା ହୋଇଥିଲା । ଆଉ ଦୂଷିତ ପାଣି ପିଇ ଏହି ରୋଗ ବ୍ୟାପିଥିବା ଚର୍ଚ୍ଚା ହେଉଛି । ତେବେ ନମୁନା ରିପୋର୍ଟ ଆସିବା ପରେ ହିଁ ଝାଡାବାନ୍ତିର ପ୍ରକୃତ କାରଣ ସ୍ପଷ୍ଟ ହେବ ।

The post ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ୪ ଶଙ୍କରାଚାର୍ଯ୍ୟ ଓ ୮୫୭ ମନ୍ଦିରକୁ କରାଯିବ ନିମନ୍ତ୍ରଣ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଯେପରି ସାରା ଦେଶରେ ଅକ୍ଷତ କଳସଯାତ୍ରା ବୁଲି ନିମନ୍ତ୍ରଣ କରାଯାଉଛି । ଠିକ୍ ସେହି ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦେଶ ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ହୋଇଛି ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାକୁ ଥିବା ବେଳେ ଦେଶ, ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ।
ଚାରି ଧାମର ଶଙ୍କରାଚାର୍ଯ୍ୟ,
ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର
ପ୍ରସିଦ୍ଧ ମନ୍ଦିର
ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ନିମନ୍ତ୍ରଣ କରାଯିବ
ମୋଟ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ କରିବ ଶ୍ରୀମନ୍ଦିର ପ୍ରଶାସନ
ଏଥିପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ କରାଯାଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସବୁ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବାକୁ ଯୋଜନା ହୋଇଛି ।

ପରିକ୍ରମା ପ୍ରକଳ୍ପ ପାଇଁ ପ୍ରସ୍ତୁତ ନିମନ୍ତ୍ରଣ କାର୍ଡ ଓ ଅତିଥି ତାଲିକା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚୂଡାନ୍ତ ନିଷ୍ପତି ନିଆଯାଇଛି । ଅଯୋଧ୍ୟ ରାମ ମନ୍ଦିର ପାଇଁ ଯେପରି ଅକ୍ଷତ କଳସ ଦେଇ ନିମନ୍ତ୍ରଣ କରାଯାଉଛି, ଠିକ ସେମିତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ପତ୍ର ଓଡିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ରହିବ । ଏଥିରେ ପରିକ୍ରମା ପ୍ରକଳ୍ପ ସଂପର୍କିତ ସୂଚନା ରହିବ । ଆସନ୍ତା ୧୯ କିମ୍ବା ୨୦ ତାରିଖରୁ ନିମନ୍ତ୍ରଣ ପତ୍ର ବାଂଟିବାକୁ ନିଷ୍ପତି ନିଆଯାଇଛି ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତିକୁ ନେଇ ଚଳଚଂଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଯଜ୍ଞସ୍ଥଳ, ମଂଚ ସ୍ଥଳ ଓ ବେଦ ମଣ୍ଡପ ଚିହ୍ନଟ ସରିଛି । ପ୍ରକଳ୍ପ ସହିତ ଶ୍ରୀସେତୁ, ଶ୍ରୀ ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାର୍କିଂ ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ।

The post ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ୪ ଶଙ୍କରାଚାର୍ଯ୍ୟ ଓ ୮୫୭ ମନ୍ଦିରକୁ କରାଯିବ ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି ଫୋକସରେ ପଶ୍ଚିମଓଡି଼ଶା । ନବୀନ ନିବାସ, ଶଂଖ ଭବନରେ ପ୍ରସ୍ତୁତ ନୀଳନକ୍ସା

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପଶ୍ଚିମଓଡିଶା ବିଜେଡି ହାତରୁ ଖସି ଯାଇଥିଲା । ପଶ୍ଚିମଓଡିଶାରେ ଥିବା ୫ଟି ଯାକ ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା ବିଜେପି । କିନ୍ତୁ ପଶ୍ଚିମଓଡିଶାରେ ଥିବା ୩୫ଟି ବିଧାନସଭା ଆସନରୁ ୨୫ଟି ଆସନରେ ଜିତିଥିଲା ବିଜେଡି । ଏତେ ସଂଖ୍ୟକ ବିଧାୟକ ଜିତିଥିଲେ ବି କାହିଁକି ଲୋକସଭା ଭୋଟରେ ପ୍ରତିଫଳନ ହୋଇନଥିଲା, ତାକୁ ନେଇ ଦଳ ଅନେକ ସମୟରେ ମାନସ ମନ୍ଥନ କରିଛି । ଶୁକ୍ରବାର କାର୍ଯ୍ୟକାରିଣୀ ସରିବା ପରେ ବିଜେଡିର ପଶ୍ଚିମଓଡିଶାର ଟାଣୁଆ ନେତାଙ୍କୁ ନବୀନ ନିବାସ ଡକାଯାଇ ସଂଗଠନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ସୁପ୍ରିମୋ । ଶଂଖ ଭବନରେ ମଧ୍ୟ ତୁଂଗ ନେତାଙ୍କୁ ଡକା ଯାଇ ଆଲୋଚନା ହୋଇଛି ।

ପଶ୍ଚିମ ଓଡିଶାକୁ ନେଇ ବିଜେଡି ଯୋଜନା ପ୍ରସ୍ତୁତ କରୁଥିବାବେଳେ ଡିସେମ୍ବର ଶେଷ ସପ୍ତହକୁ ପଶ୍ଚିମଓଡିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଛି, ନବୀନ ପଟ୍ଟନାୟକ ଏହି ଗସ୍ତ ସମୟରେ ପଶ୍ଚିମ ଓଡିଶାକୁ କିଛି ବଡ ଭେଟି ଦେଇ ଲୋକଙ୍କ ମନ ଜିଣିପାରନ୍ତି । ଏପରିକି ଚର୍ଚ୍ଚା ହେଉଛି, ନବୀନ ବଡ ବଡ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଦଘାଟନ ସହ କିଛି ବଡ ପ୍ରତିଶ୍ରୁତି ଦେଇ ପାରନ୍ତି । ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିପାରନ୍ତି ।

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଯଦି ଏହି ଚର୍ଚ୍ଚା ଠିକ୍ ହୁଏ ତାହେଲେ, ଏହା ପଶ୍ଚିମଓଡିଶାର ଭୋଟରଙ୍କ ଉପରେ ବଡ ପ୍ରଭାବ ପକାଇବ ବୋଲି କୁହାଯାଉଛି । ସେହିପରି ଛତିଶଗଡରେ ବିଜେପି ବିଜୟୀ ହେବା ପରେ, ତାର ପ୍ରଭାବ ମଧ୍ୟ ପଡିବ ବୋଳି ଆଲୋଚନା ହେଉଛି । ତେଣୁ ନିର୍ବାଚନ ପୂର୍ବରୁ ବିଜେଡି ଏହି ଅଂଚଳ ଉପରେ ଫୋକସ କରିବାକୁ ଯୋଜନା କରିଛି ।

The post ବିଜେଡି ଫୋକସରେ ପଶ୍ଚିମଓଡି଼ଶା । ନବୀନ ନିବାସ, ଶଂଖ ଭବନରେ ପ୍ରସ୍ତୁତ ନୀଳନକ୍ସା first appeared on Kanak News.

from Kanak News
via <a href="https://ifttt.com/?

ରେଡର ସପ୍ତାହେ ପରେ ମୁହଁ ଖୋଲିଲେ । କଂଗ୍ରେସକୁ କ୍ଲିନଚିଟ୍ ଦେଲେ ଧୀରଜ ! ‘ଗାନ୍ଧୀ ପରିବାରର ଏଟିଏମ୍’ କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

କନକ ବ୍ୟୁରୋ : ସାରାଦେଶରେ ଚର୍ଚ୍ଚା ଖେଳାଇ ଦେଇଥିବା ଆଇଟି ରେଡ୍ ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ । ଧୀରଜ କହିଛନ୍ତି,

ଜବତ ଟଙ୍କା ସହ ତାଙ୍କର କୌଣସି ସମ୍ପର୍କ ନାହିଁ
ବଡ଼ ପରିବାର ଓ ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି
ଏହା ପାରିବାରିକ ବ୍ୟବସାୟର ଟଙ୍କା
ପରିବାର ବର୍ଷ ବର୍ଷ ଧରି ମଦ ବ୍ୟବସାୟରେ ସଂପୃକ୍ତ
ବ୍ୟବସାୟ ଓ ଟିକସ ଦେବା ପାଇଁ କିଛି ଟଙ୍କା ରଖାଯାଇଥିଲା
ଜବତ ଟଙ୍କା ସହ କଂଗ୍ରେସ ଦଳର କୌଣସି ସମ୍ପର୍କ ନାହିଁ

ରେଡର ସପ୍ତାହେ ପରେ କଂଗ୍ରେସକୁ କ୍ଲିନଚିଟ୍ ଦେବା ପରେ ଧୀରଜଙ୍କ ଉପରେ ଚିହିଁକି ଉଠିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି

ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ଥିଲେ ଧୀରଜ ସାହୁ
ଧୀରଜଙ୍କ ସଫେଇ ‘ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ’ ଭଳି
ତଦନ୍ତକାରୀ ସଂସ୍ଥା ଯେଉଁ ଟଙ୍କା ଜବତ କରିଛି ସେ ତାର ହିସାବ ଦେବେ
ଓଡି଼ଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟ ଅବକାରୀ ଏହାର ପୃଷ୍ଠପୋଷକ ଥିଲେ

ସବୁଠାରୁ ବଡକଥା ହେଉଛି ମଦର ବିଶାଳ ସାମ୍ରାଜ୍ୟ ଠିଆ କରିଥିବା ଧୀରଜଙ୍କ ପରିବାର ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ବ୍ୟବସାୟରେ ଅଛଛନ୍ତି । ତାଠାରୁ ବଡକଥା ହେଲା, ଦୀର୍ଘବର୍ଷ ହେଲା ସାହୁ ପରିବାର କଂଗ୍ରେସ ଦଳର ଅତି ଘନୀଷ୍ଠ ରହିଆସିଛନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଧୀରଜଙ୍କ ବାପା ବଳଦେବ ସାହୁଙ୍କ ଘରକୁ ଆସିଥିଲେ । ଏଥିରୁ ଜଣାପଡୁଛି ରାଜନୀତିରେ ତାଙ୍କର ପ୍ରଭାବ କିଭଳି ରହିଥିଲା । ବଳଦେବଙ୍କ ଉତରାଧିକାରୀ ଭାବେ ଧୀରଜ ଓ ତାଙ୍କ ଭାଇମାନେ ମଦ ବ୍ୟବସାୟ ସହ କଂଗ୍ରେସ ରାଜନୀତିରେ ଦୀର୍ଘ ବର୍ଷଧରି ରହିଅଛନ୍ତି ।

The post ରେଡର ସପ୍ତାହେ ପରେ ମୁହଁ ଖୋଲିଲେ । କଂଗ୍ରେସକୁ କ୍ଲିନଚିଟ୍ ଦେଲେ ଧୀରଜ ! ‘ଗାନ୍ଧୀ ପରିବାରର ଏଟିଏମ୍’ କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started