ଘରଭଡା ନଦେବାରୁ ମାଲିକ ରାଗରେ କରତରେ  କବାଟ କାଟିଦେଲା ।

ବ୍ରିଟେନରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଘର ମାଲିକ, ମାସ ମାସ ଧରି ଭଡା ନ ଦେବାରୁ ନିଜ ଭଡ଼ାଟିଆକୁ ପାନେ ଦେବାକୁ ରାଗରେ ଏମିତି ଏକ କାଣ୍ଡ କରିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଚକିତ ହେଇ ରହିଯିବେ । କୌଣସି ବି ଘରମାଲିକ ଏମିତି ପଦକ୍ଷେପ ନେବାର କେବେ ଶୁଣାଯାଇନାହିଁ । କିନ୍ତୁ ତାଙ୍କର ଏହି ପଦକ୍ଷେପ ତାଙ୍କର ଘର ଖାଲି କରିବାରେ ସହାୟକ ହେଲା ।

ଆଜିର ସମୟରେ, ସମ୍ପତ୍ତି ବିନିଯୋଗ ଏକ ଉତ୍ତମ ଆୟର ଉତ୍ସ ହୋଇପାରିଛି । ଲୋକମାନେ ବିଭିନ୍ନ ସ୍ଥାନରେ ସମ୍ପତ୍ତି କିଣୁଛନ୍ତି ଏବଂ ଏହାକୁ କିଛି ମାସ କିମ୍ବା ବର୍ଷ ପାଇଁ ଛାଡିଦେଉଛନ୍ତି । ତା’ପରେ ଯେତେ ଶୀଘ୍ର ସେମାନଙ୍କର ମୂଲ୍ୟ  ବୃଦ୍ଧି ପାଇବା ଆରମ୍ଭ ହୁଏ, ସେମାନେ ଅଧିକ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରନ୍ତି । ତେବେ ବହୁତ ସହରରେ ଲୋକମାନେ ଘର ଭଡାରେ ଦେଇ ଭଲ ରୋଜଗାର କରୁଛନ୍ତି ।କିଛିଲୋକ ଘର ଭଡା ଦେଇ ଲୋକମାନେ ଲକ୍ଷ ଲକ୍ଷ୍ୟ ଟଙ୍କା ରୋଜଗାର କରୁଛନ୍ତି ତ ଆଉକିଛି ଲୋକ ଘର ଭଡା ଦେଇ ବହୁତ ମନସ୍ତାପ କରୁଛନ୍ତି ।

 

ବ୍ରିଟେନର ଜଣେ ଘରମାଲିକ ଏମିତି କିଛି  କରିଛନ୍ତି ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘରମାଲିକଙ୍କ ନାମ ସାମୁଏଲ୍ ଲିଡସ୍ । ବାସ୍ତବରେ, କଥାଟି ଏପରି ଯେ ଶାମୁୟେଲ ତାଙ୍କ ଘରକୁ ଜଣେ ବ୍ୟକ୍ତିଙ୍କୁ ଭଡା ଦେଇଥିଲେ, କିନ୍ତୁ ଭଡ଼ାଟିଆ ଜଣକ  ଅନେକ ମାସ ଧରି ଭଡା ଦେଲେନାହିଁ ଓଲଟି ଭଡା ମାଗିଲେ ଝଗଡା କରିବାକୁ ଲାଗୁଥିଲେ । ଯେଉଁଥିପାଇଁ ଶାମୁୟେଲ କ୍ରୋଧିତ ହେଇ ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଭଡାଟିଆ ଜଣକ ମାସ ମାସ ଧରି ଭଡା ନଦେବା କାରଣରୁ ସାମୁଏଲ ବହୁତ ରାଗି ଯାଇଥିଲେ। ସେ ଭଡାଟିଆଙ୍କୁ ଭିକାରୀଙ୍କୁ ଅନେକ ଥର ଘର ଖାଲି କରିବାକୁ ମଧ୍ୟ କହିଥିଲେ ।  କିନ୍ତୁ ଭଡ଼ାଟିଆ ଜଣକ ତାଙ୍କ କଥା କିଛି ଶୁଣୁନଥିଲେ । ଏପରିକି ମାଲିକଙ୍କୁ ନଜଣେଇ ଘରର ତାଲା ବଦଳେଇ ଦେଇଥିଲେ । ଏଭଳି ପରିସ୍ଥିତିରେ ସାମୁଏଲ ଘର ଖାଲି କରିବାପାଇଁ କୌଣସି ଉପାୟ ଚିନ୍ତା କରିପାରୁନଥିଲେ । ତା’ପରେ ଦିନେ କ୍ରୋଧରେ ସେ କରତ ଉଠାଇ କବାଟ କାଟିବାକୁ ବାହାରିଲେ । ସେ ଏକ କରତ ସାହାଯ୍ୟରେ କବାଟ କାଟିଥିଲେ, ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଏହି ଘଟଣା ପରେ ଭଡ଼ାଟିଆ ଜଣକ ସିଧାସଳଖ ପୋଲିସକୁ ଡାକିଥିଲେ। ତେବେ ଭଡା ଚୁକ୍ତି ଦେଖିବା ପରେ ଘର ମାଲିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ଭଡାଟିଆଙ୍କ ଉପରେ ରାଗିଥିଲେ କାରଣ ଚୁକ୍ତି ସବୁ ମାଲିକ ସପକ୍ଷରେ ଥିଲା । ପୋଲିସ ସିଧା ସିଧା ଭଡାଟିଆଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏପରିକି ସେ ତାଙ୍କୁ  ନିଜର ଜିନିଷପତ୍ର ପ୍ୟାକ୍ କରି ଘର ଖାଲି କରିବାରେ ସାହାଯ୍ୟ କରିଥିଲେ । 

The post ଘରଭଡା ନଦେବାରୁ ମାଲିକ ରାଗରେ କରତରେ  କବାଟ କାଟିଦେଲା । first appeared on Kanak News.

from Kanak News
via <a href="https://ifttt.com/?

ହଟିଲେ ହିଟମ୍ୟାନ୍ ଟିମ୍ ଉପରୁ ମୁହଁ ମୋଡ଼ିଦେଲେ ମୁମ୍ବାଇ ଫ୍ୟାନ୍ସ ।

କନକ ବ୍ୟୁରୋ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କହିଲେ ରୋହିତ୍ ଶର୍ମା ଆଉ ରୋହିତ୍ ଶର୍ମା କହିଲେ, ୫ ଥରର ଚାମ୍ପିୟନ କ୍ୟାପଟେନକୁ ବୁଝାଏ । ହେଲେ ଯେତେବେଳେ ରୋହିତଙ୍କୁ କ୍ୟାପଟେନ୍ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ କରାଗଲା ସେତେବେଳେ ସୋସିଆଲ ମିଡ଼ିଆରେ ବର୍ଷିଛନ୍ତି ମୁମ୍ବାଇ ଫ୍ୟାନ୍ସ ।

ମାତ୍ର କେଇ ଘଣ୍ଟାରେ ମୁମ୍ବାଇ ଇଣ୍ଡିଆନ୍ସର ସମସ୍ତ ସୋସିଆଲ ସାଇଟରୁ ଲକ୍ଷ ଲକ୍ଷ ଫଲୋଅର୍ସ ଅନଫଲୋ କରିଦେଇଥିବା ଦେଖିବାକୁ ମିଳିଛି । ଏପରିକି ସୋସିଆଲ ମିଡ଼ିଆରେ ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟଙ୍କ ବିରୁଦ୍ଧରେ ନୂଆ ନୂଆ ହାସଟ୍ୟାଗ୍ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଛି ।

ଆଇପିଏଲର ସବୁଠାରୁ ସଫଳ ଟିମ୍ ବୋଲାଉଥିବା ମୁମ୍ବାଇ ମୁଣ୍ଡରେ ବାରମ୍ବାର ମୁକୁଟ ପିନ୍ଧାଇଥିବା ବାଦଶାହ ହେଉଛନ୍ତି ହିଟ୍ମ୍ୟାନ୍ ତଥା କ୍ୟାପଟେନ୍ ରୋହିତ ଗୁରୁନାଥ ଶର୍ମା । ୩୬ ବର୍ଷୀୟ ରୋହିତ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ଭାର ସମ୍ଭାଳିଥିଲେ । ମାତ୍ର ୧୦ଟି ସଂସ୍କରଣରେ ରୋହିତ ଏକମାତ୍ର କ୍ୟାପଟେନ୍ ଭାବେ ୫ ଥରର ଆଇପିଏଲ ଚମ୍ପିଆନ ଟିମ୍ ଭାବେ ଟାଇଟେଲ ହାତେଇଥିଲେ ।

ମୁମ୍ବାଇ କ୍ୟାପଟେନ୍ ଭାବେ ରୋହିତ ଶର୍ମା ୩ ହଜାର ୯୮୬ ରନ୍ କରିଥିବାବେଳେ ଆଇପିଏଲ ଇତିହାସରେ ଚତୁର୍ଥ ସର୍ବାଧିକ ରନ୍ କରିଥିବା ଖେଳାଳି । ଏଯାବତ୍ ରୋହିତ ଶର୍ମା ଆଇପିଏଲରେ ମୋଟ୍ ୬ ହଜାର ୨୧୧ ରନ୍ କରିଛନ୍ତି । ଏପରିକି ହାର୍ଦ୍ଦିକ ପାଣ୍ଡ୍ୟାକୁ ପରିପକ୍ୱ ଖେଳାଳି ଭାବେ ଗଢ଼ି ତୋଳିବାରେ ମଧ୍ୟ ରୋହିତଙ୍କ ପ୍ରମୂଖ ଭୂମିକା ରହିଛି । କାରଣ ହାର୍ଦ୍ଦିକ ୨୦୧୫ରରେ ଯେବେ ମୁମ୍ବାଇ ଦଳରେ ସାମିଲ ହୋଇଥିଲେ ସେତେବେଳେ ରୋହିତଙ୍କ କାନ୍ଧରେ ଦଳ ଚମ୍ପିଆନ ଦଳ ଭାବେ ଆଗକୁ ବଢ଼ିଚାଲିଥିଲା । ହେଲେ ଏବେ ଟିମ୍ ମ୍ୟାନେଜମେଣ୍ଟ ଗୁଜୁରାଟ ଟାଇଟନ୍ସରୁ ଟ୍ରେଡରେ ହାର୍ଦ୍ଦିକୁ ଆଣି ରୋହିତଙ୍କ ବଦଳରେ ହାର୍ଦ୍ଦିକଙ୍କୁ କ୍ୟାପଟେନ୍ ଭାର ଦେଇଛି । ଯାହାକି ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅସନ୍ତୋଷ ଖେଳାଇଦେଇଛି ।

ସୋସିଆଲ ସାଇଟ୍ ଏକ୍ସରେ ଶେମ୍ ଅନ୍ ମୁମ୍ବାଇ, ରିପ୍ ମୁମ୍ବାଇ ଇଣ୍ଡିଆନ୍ସ ହାସଟ୍ୟାଗ୍ ଟ୍ରେଣ୍ଡ କରୁଥିବାବେଳେ ରୋହିତଙ୍କ ସମର୍ଥନରେ ରିତିକା ସିଂ, ହିଟମ୍ୟାନ୍ ଭଳି ହାସଟ୍ୟାଗ୍ ଟ୍ରେଣ୍ଡ କରିବାରେ ଲାଗିଛି । ବର୍ଷ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସକୁ ସପୋର୍ଟ କରୁଥିବା ଫ୍ୟାନ୍ସମାନେ ମୁମ୍ବାଇ ଦଳଠୁ ମୁହଁ ଫେରାଇବାରେ ଲାଗିଛି । ଏପରିକି ବଡ଼ ବଡ଼ କ୍ରିକେଟ୍ ବିଶେଷଜ୍ଞ ମାନେ ମଧ୍ୟ ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ରୋହିତଙ୍କ କ୍ୟାପଟେନ୍ସିରେ ୫ ଥରର ଚମ୍ପିଆନ ଟ୍ରଫିକୁ ମନେ ପକାଇଦେଇ ସୋସିଆଲ ମିଡ଼ିଆରେ ନିଜର କ୍ଷୋଭ ଜାହିର କରିଛନ୍ତି ରୋହିତଙ୍କ ଫ୍ୟାନ୍ସ ବା ମୁମ୍ବାଇ ସମର୍ଥକ ।

ସବୁଠାରୁ ବଡ଼କଥା ହେଲା କି, ୨୦୨୪ ଆଇପିଏଲ ପୂର୍ବରୁ ଫ୍ରାଞ୍ଚାଇଜର ଏଭଳି ନିଷ୍ପିତ୍ତିକୁ ଫ୍ୟାନ୍ସମାନେ ଗ୍ରହଣ କରିପାରୁନାହାନ୍ତି ସତ କିନ୍ତୁ ଏନେଇ ସୂର୍ଯ୍ୟକୁମାର ଯାଦବ ଯିଏ କି ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦଳରେ ଖେଳିଛନ୍ତି ସେ ମଧ୍ୟ ନିଜର ଅସନ୍ତୋଷ ନିଜ ଅଫିସିଆଲ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଜାହିର କରିଛନ୍ତି । ଭଙ୍ଗା ହୃଦୟର ଇମୋଜୀ ଦେଇ ଟିମ୍ ମ୍ୟାନେଜମେଣ୍ଟଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ସୂର୍ଯ୍ୟକୁମାର । ତେବେ ହାର୍ଦ୍ଦିକଙ୍କ ହାତକୁ ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ଆଇପିଏଲରେ କେମିତି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

The post ହଟିଲେ ହିଟମ୍ୟାନ୍ ଟିମ୍ ଉପରୁ ମୁହଁ ମୋଡ଼ିଦେଲେ ମୁମ୍ବାଇ ଫ୍ୟାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ପରିବା ଚାଷର ଗାଁ ହାଟଡିହିର ଶିବନାରାୟଣପୁର । ଚାଷ କରି ପେଟ ପୋଶୁଛନ୍ତି ୭ଶହ ପରିବାର

କନକ ବ୍ୟୁରୋ : ଚାଷ ଜମିରେ ପୁରା ଗାଁ । ଘରର ମହିଳା-ପୁରୁଷ ସମସ୍ତେ ଲାଗିଛନ୍ତି ଚାଷ କାମରେ । କିଏ ଗଛରେ ପାଣି ଦେଉଛନ୍ତି, ପୁଣି କିଏ କୋଡାକୋଡି କାମରେ ଲାଗିଛନ୍ତି । କାରଣ ଇଏ ହେଉଛି, ଏମାନଙ୍କ ଆର୍ଥିକ ମେରୁଦଣ୍ଡ । ପରିବାର ପ୍ରତିପୋଷଣର ମୂଳ ଉତ୍ସ । ଏଇ ପନିପରିବା କ୍ଷେତ ପୁରା ଗାଁକୁ କରିଛି ଲକ୍ଷପତି । ଚାଷୀ ପରିବାରକୁ ବାର୍ଷିକ ଦେଉଛି ଲକ୍ଷଲକ୍ଷ ଟଙ୍କା । ପନିପରିବା ଚାଷକୁ ନେଇ ସାରା ରାଜ୍ୟରେ ଖ୍ୟାତି ଲାଭ କରିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗାଁ ।

ଶିବନାରାୟଣପୁର ଗାଁରେ ୭ଶହ ପରିବାରରେ ପ୍ରାୟ ୪ ହଜାର ଲୋକ ବସବାସ କରନ୍ତି । ଗାଁରେ ପ୍ରାୟ ସମସ୍ତେ ଚାଷୀ ଶ୍ରେଣୀର । ତେଣୁ ଏଠାରେ ବ୍ୟାପକ ମାତ୍ରାରେ ପନିପରିବା ଚାଷ କରାଯାଏ  । ବାଇଗଣ, ଟମାଟୋ, ଭେଣ୍ଡି, କାକୁଡି, ଜହ୍ନି, ଗାଜର, ପୋଟଳ, କୋବି ସହିତ ବିଭିନ୍ନ ପ୍ରକାର ଶାଗ ଚାଷ କରାଯାଏ । ଆଉ ଉତ୍ପାଦିତ ପନିପରିବାକୁ ନିଜ ଅଂଚଳରେ ବିକ୍ରି କରିବା ସହ ଭଦ୍ରକ, ବାଲେଶ୍ୱର, ଯାଜପୁର, ରାଂଚି ଓ କୋଲକାତା ଭଳି ଅଂଚଳରୁ ରତ୍ପାନି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ସରକାରଙ୍କ ପକ୍ଷରୁ ଗାଁରେ ପନିପରିବା ମଣ୍ଡି ସହ ଏକ ଶୀତଳଭଣ୍ଡାର ହେଲେ ଚାଷୀମାନେ ଆହୁରି ଅଧିକ ରୋଜଗାର କରିପାରନ୍ତି ବୋଲି କହିଛନ୍ତି ।

The post ପରିବା ଚାଷର ଗାଁ ହାଟଡିହିର ଶିବନାରାୟଣପୁର । ଚାଷ କରି ପେଟ ପୋଶୁଛନ୍ତି ୭ଶହ ପରିବାର first appeared on Kanak News.

from Kanak News
via <a href="https://ifttt.com/?

ଯଜ୍ଞ ମଣ୍ଡପରେ ମହିଳା ପଣ୍ଡିତ । ଯୁବତୀ କରୁଛନ୍ତି ମନ୍ତ୍ରୋଚାରଣ, ଆହୁତି ଦେଉଛନ୍ତି ଯଜ୍ଞକର୍ତ୍ତା

କନକ ବ୍ୟୁରୋ : ଚାଲିଛି ହୋମଯଜ୍ଞ.. .. ହୋମ ନିଆଁରେ ଆହୁତି ଦେଉଛନ୍ତି କର୍ତ୍ତା କର୍ତ୍ତୀ.. .. ପୁରା ପରିବେଶ ହୋଇଛି ଭକ୍ତିମୟ.. .. ସମସ୍ତେ କୃଷ୍ଣ ପ୍ରେମରେ ନିମଗ୍ନ.. .. । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯଜ୍ଞରେ ମନ୍ତ୍ରୋଚାରଣ କରୁଛନ୍ତି ଜଣେ ମହିଳା ପଣ୍ଡିତ । ସେ ବ୍ରାହ୍ମଣ ନୁହଁନ୍ତି, କିନ୍ତୁ ଅନର୍ଗଳ ଗାଇ ଚାଲିଛନ୍ତି ସଂସ୍କୃତ ଶ୍ଲୋକ । ନିର୍ଭୁଲ ଭାବେ ଅଠର ଅଧ୍ୟାୟର ଗୀତାକୁ ଉଚ୍ଚାରଣ କରୁଛନ୍ତି କୃଷ୍ଣଙ୍କ ପ୍ରେମରେ ନିଜକୁ ସମର୍ପି ଦେଇଥିବା ଯୁବତୀ ମନସ୍ୱିନୀ ସ୍ୱାଇଁ ।

ହିନ୍ଦୁ ସମାଜରେ ବିବାହ, ବ୍ରତଘରା ହେଉ ବା ପୂଜାପାଠ । ସବୁ ବେଳେ ଖୋଜା ପଡନ୍ତି ପଣ୍ଡିତ ବା ପୁରୋହିତ । ପୁରୋହିତମାନେ ସାଧାରଣତଃ ପୁରୁଷମାନେ ହୋଇଥାନ୍ତି । ହେଲେ ଏବେ ସମୟ ବଦଳିଛି, ଗୀତାଯଜ୍ଞ ପାଇଁ ଯୁବତୀ ଓ ମହିଳାଙ୍କୁ ମଧ୍ୟ ଡକାଯାଉଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଗୁଣ୍ଡଳବା ଗାଁର ମାୟାଧର ମଲ୍ଲିକଙ୍କ ଘରେ ଗୀତାଯଜ୍ଞ କରାଯାଇଛି । ଏଠାରେ ମନସ୍ୱିନୀ, ଯଜ୍ଞକୁଞ୍ଜ ସଜାଡିବା ଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା ଓ ଗୀତାପାଠ ସବୁ କିଛି କରିଛନ୍ତି । ମନସ୍ୱିନୀ ଭଗବଦ୍ ଗୀତାର ୧୮ଟି ଅଧ୍ୟାୟର ୭ଶହ ଶ୍ଳୋକ ଉଚ୍ଚାରଣ କରୁଥିବା ।

ମନସ୍ୱନୀଙ୍କ ଘର ଚାରିଛକ ନିକଟ ନୂଆଗାଁରେ । ନିଜକୁ କୃଷ୍ଣପ୍ରେମରେ ହଜେଇ ଦେଇଛନ୍ତି । କୃଷ୍ଣଙ୍କୁ ଜୀବନର ସବୁ କିଛି ଭାବି ସାରା ଜୀବନ ଅବିବାହିତ ରହିଛନ୍ତି । ଏବଂ ନିଜ ଅଂଚଳର ଯୁବପିଢୀଙ୍କୁ ଆଧ୍ୟାତ୍ମିକ ମାର୍ଗ ଆପଣେଇବା ପାଇଁ ପରାମର୍ଶ ଦେଉଛନ୍ତି ।

The post ଯଜ୍ଞ ମଣ୍ଡପରେ ମହିଳା ପଣ୍ଡିତ । ଯୁବତୀ କରୁଛନ୍ତି ମନ୍ତ୍ରୋଚାରଣ, ଆହୁତି ଦେଉଛନ୍ତି ଯଜ୍ଞକର୍ତ୍ତା first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ହକି ଇଣ୍ଡିଆ ସଭାପତି । ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର, ଗାଁ ଗାଁରେ ବୁଲି କ୍ଷେତ୍ର ପ୍ରସ୍ତୁତ କଲେଣି ଦିଲ୍ଲୀପ ତିର୍କୀ

କନକ ବ୍ୟୁରୋ : ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ଦିଲ୍ଲୀପ ତିର୍କୀ? ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର ? ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ । ହକି ପାଇଁ ସାରା ଦେଶରେ ତାଙ୍କର ଏକ ସ୍ୱତନ୍ତ୍ର କ୍ରେଜ୍ ରହିଛି । ଦିନେ ଭାରତୀୟ ହକି ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ହେଲେ ଏବେ ସେ ଜଣେ ଦକ୍ଷ ରାଜନେତା । ୨୦୧୪ରେ ବିଜେଡିରୁ ସୁନ୍ଦରଗଡ ଲୋକସଭା ଆସନରୁ ଲଢି ଜୋରଦାର ଟକ୍କର ଦେଇଥିଲେ ଜୁଏଲ ଓରାମଙ୍କୁ । ହେଲେ ୨୦୧୯ରେ ରାଜନୀତିରୁ ଦୂରେଇ ରହିଥିଲେ । ଏବେ ପୁଣି ଚର୍ଚ୍ଚା ହେଉଛି ୨୦୨୪ରେ ସୁନ୍ଦରଗଡ ଲୋକସଭା ଆସନରୁ ଦିଲ୍ଲୀପ ଲଢିପାରନ୍ତି । ସେଥିପାଇଁ ଏବେ ଠାରୁ ସେ ନିଜ ଅଂଚଳର ଗାଁକୁ ଗାଁ ଯାଇ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

The post ୨୦୨୪ରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ହକି ଇଣ୍ଡିଆ ସଭାପତି । ସୁନ୍ଦରଗଡରେ ପୁଣି ହେବ କି ବଡ ଟକ୍କର, ଗାଁ ଗାଁରେ ବୁଲି କ୍ଷେତ୍ର ପ୍ରସ୍ତୁତ କଲେଣି ଦିଲ୍ଲୀପ ତିର୍କୀ first appeared on Kanak News.

from Kanak News
via <a href="https://ifttt.com/?

ଠକ୍ ଠକ୍ ଗ୍ୟାଙ୍ଗ: ଯଦି କେହି ଆପଣଙ୍କ କାରର କାଚକୁ ଠକ୍ ଠକ୍ କରେ ତେବେ କଣ କରିବେ ଆପଣ ? ଠକ୍ ଠକ୍ ଗ୍ୟାଙ୍ଗ କିପରି ଡକାୟତି କରେ?

ଠକ୍ ଠକ୍ ଗ୍ୟାଙ୍ଗ ତିନୋଟି ରାଜ୍ୟ ପୋଲିସକୁ ନାକେଦମ କରି ସାରିଲାଣି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଗାଜିଆବାଦରୁ ଗୁରୁଗ୍ରାମ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ଲୁଟ୍ କରିଚାଲିଛନ୍ତି । ଯେତେବେଳେ ପୋଲିସ ସେମାନଙ୍କ ପଛରେ ପଡେ ସେତେବେଳେ ଏହି ଡକାୟତମାନେ ଅଣ୍ଡରଗ୍ରାଉଣ୍ଡକୁ ହେଇଯାଆନ୍ତି । ଯଦି ଆପଣ ଏମିତି ଗ୍ୟାଙ୍ଗ ହାବୁଡରେ ପଡନ୍ତି ତେବେ ଏମାନଙ୍କ କବଳରୁ କେମିତି  ରକ୍ଷା ପାଇବେ ?

ଯଦି ଆପଣ କାରରେ ଯାତ୍ରା କରୁଛନ୍ତି । ବିଶେଷ କରି ଦିଲ୍ଲୀ କିମ୍ବା ଆଖପାଖ ଅଞ୍ଚଳରେ ତେବେ ସତର୍କ ହେଇଯାଆନ୍ତୁ ।  ଏହି ଖବର କେବଳ ଆପଣଙ୍କ ପାଇଁ । ଏଠାରେ ଆମେ ଆପଣଙ୍କୁ  ଠକ୍ ଠକ୍ ଗ୍ୟାଙ୍ଗ ବିଷୟରେ ଚେତାବନୀ ଦେଉଛୁ । ସେମାନେ ଆପଣଙ୍କୁ ଦିନ ଦ୍ଵିପହରରେ ସର୍ବସ୍ଵIନ୍ତ କରିପାରନ୍ତି । ଆପଣଙ୍କ ପାଖରେ ଥିବା ଲାପଟପ୍, ମୋବାଇଲ୍ ଏବଂ ବ୍ୟାଗ୍ ଆପଣଙ୍କ ଆଖି ସାମନାରେ ଲୁଟ କରି ନେଇଯାଇପାରନ୍ତି । ଆପଣଙ୍କ କାର ଉପରେ ସେମାନଙ୍କର ତୀକ୍ଷ୍ଣ ନଜର ରହିଛି , ସାବଧାନ ହେଇଯାଆନ୍ତୁ । ସେମାନେ ଏତେ ଚତୁର ଅଟନ୍ତି ଯେ ସେମାନେ କୌଣସି  ସମୟରେ ଆପଣଙ୍କ ଆଖିରୁ କାଜଲ ଚୋରି କରିନେଇଯିବେ ଏବଂ ଆପଣ ଏହା ବିଷୟରେ ମଧ୍ୟ ଜାଣିପାରିବେ ନାହିଁ ।

 ଠକ୍ ଠକ୍ ଗ୍ୟାଙ୍ଗ ଠାରୁ ସତର୍କ ରୁହନ୍ତୁ

ଯଦି ଆପଣ ଆପଣଙ୍କ ମୋବାଇଲ୍ ଏବଂ ବ୍ୟାଗକୁ କାର ଭିତରେ ରଖୁଛନ୍ତି ତେବେ ସାବଧାନ ହେଇଯାଆନ୍ତୁ କାରଣ ଠକ୍ ଠକ୍ ଗ୍ୟାଙ୍ଗ ଜାଣିଛି ଆପଣ ସେସବୁ ଜିନିଷ କେଉଁଠାରେ ରଖିଛନ୍ତି । ଏହି ଲୋକମାନଙ୍କର ଇଗଲ ପରି ଆଖି, ଚିତାବାଘ ପରି ଫୁର୍ତ୍ତି ତା ଏବଂ ଠେକୁଆ ପରି ବୁଦ୍ଧି ଅଛି ଯାହା ଆପଣଙ୍କର ମୁଲ୍ୟବାନ ଜିନିଷକୁ ନିମିଷକ ମଧ୍ୟରେ ନେଇ ପଳାଇବେ । ଆପଣ ଜାଣିଲା ବେଳକୁ ସେମାନେ ଆପଣଙ୍କ ହାତପାଆନ୍ତାରୁ ବହୁତ ଦୂରକୁ ଚାଲି ଯାଇଥିବେ । ଆପଣ ଚାହିଁଲେ ମଧ୍ୟ ସେମାନଙ୍କୁ ଖୋଜି ପାଇବେନି । କାରଣ ଆପଣ ସନ୍ଦେହରେ ଯାହାକୁ ଜଣକୁ ଧରିଥିବେ ଲୁଟ ସାମଗ୍ରୀ ତା ପାଖରେ ନଥିବ । ଆଖି ପିଛୁଳାକେ ସେମାନେ ଲୁଟ ଜିନିଷକୁ ଅନ୍ୟ ସଦସ୍ୟ ମାନଙ୍କ ହାତକୁ ବଢେଇ ଦେଇଥିବେ । ଜଣକ ହାତରୁ ଜଣକୁ କରି କେତେ ହାତ ହେଇ ଆପଣଙ୍କ ଜିନିଷ କୋଉଠି ଯେ ପହଞ୍ଚିଥିବ ଆପଣ କଣ ପୋଲିସ ବି ଜାଣିପାରୁନି ।

ଟ୍ରାଫିକ ସିଗନାଲ୍ ହେଉ କିମ୍ବା କୌଣସି ହାଟ ବଜାରରେ ଆପଣଙ୍କ ଗାଡି ଅଟକି ରହିଥିବ ସେଇ ଜାଗାରେ ଏହି ଗ୍ୟାଙ୍ଗ ସକ୍ରିୟ ହୋଇ ଥାଆନ୍ତି । ଗାଡି ଅଟକିଲା ମାତ୍ରେ ଏମାନେ ତାଙ୍କର ଗତିବିଧି ଆରମ୍ଭ କରିଦିଅନ୍ତି । ଏମାନଙ୍କ କଥା ଜମା ଶୁଣିବେନି କି ଝରକା ଆଦୌ ଖୋଲିବେନି । ଏହି ଧୂର୍ତ୍ତ ମାନେ କାରରେ ରଖାଯାଇଥିବା ଜିନିଷ ଲୁଟ କରିବାରେ ଖୁବ ପାରଙ୍ଗମ ।  ଏହି ଗ୍ୟାଙ୍ଗର ସଦସ୍ୟମାନେ ଆପଣଙ୍କ କାରର ଝରକକୁ  ଠକ୍ ଠକ୍ କରିବେ । କହିବେ ଭାଇ ସାହେବ , ଏବଂ କାର କାଚ ତଳକୁ କରିବାକୁ ଇଙ୍ଗିତ ଦେବେ । ଆପଣ କାର କାଚ ତଳକୁ କରି କଥା କଣ ବୋଲି ବୁଝିଲା ବେଳକୁ ସେମାନେ ଚାଲି ଯାଇଥିବେ । କିଛି ସମୟ ପରେ ଆପଣ ଯେତେବେଳେ ଆପଣଙ୍କ ଜିନିଷ ଚେକ କରିବେ ସେତେବେଳେ ସେଗୁଡିକ ଆଉ ନଥିବ । ଖୁବ ଚତୁରତାର ସହ ସେସବୁ ସେମାନେ ଲୁଟ କରି ନେଇଥିବେ ଆଉ ଆପଣ କିଛି ଜାଣିପାରିବେନି ।

କେମିତି କରନ୍ତି ଚୋରୀ

ଗୋଟିଏ ଦଳରେ ୪ ରୁ ୫ ସଦସ୍ୟ ଥାଆନ୍ତି । ଲୋକଙ୍କ ବିଶ୍ବାସ ଭାଜନ ହେବାପାଇଁ ମହିଳା ଏବଂ ଶିଶୁକୁ ମଧ୍ୟ ସାମିଲ କରିଥାନ୍ତି ଦଳରେ । ଟ୍ରାଫିକ କିମ୍ବା ଅନ୍ୟ କୌଣସି ସ୍ଥାନରେ ଅଟକିଥିବା ଗାଡ଼ିକୁ ଏମାନେ ଟାର୍ଗେଟ କରିଥାନ୍ତି । ବିଶେଷ କରି ଗ୍ୟାଙ୍ଗର ଜଣେ ମହିଳା ସଦସ୍ୟ ଆସି ଆପଣଙ୍କୁ ଭାଇ ସାବ , ବେହେନ ଜୀ , ଭାବୀ ଜୀ କିମ୍ବା ମ୍ଯାଡାମ ଜୀ ସମ୍ବୋଧିତ କରି ଆପଣଙ୍କ କାରର କାଚକୁ ଠକ ଠକ କରିଥାନ୍ତି । ଝରକା ଖୋଲି କଣ ହେଲା ବୋଲି ଆପଣ ପଚାରିଲେ ସେମାନେ କୁହନ୍ତି ଆପଣଙ୍କ ଇଞ୍ଜିନରୁ ତେଲ ଲିକ କରୁଛି । ନିଆଁ ଲାଗିଯାଇପାରେ । ତରତର ହେଇ ଆପଣ କାର ଡୋର ଖୋଲି ଇଞ୍ଜିନ ଦେଖିବାକୁ ଯାଇ ପାଆନ୍ତି ଯେ ସେମିତି କିଛି ଅସୁବିଧା ହୋଇନି ବୋଲି । ଫେରି ଆସିଲା ବେଳକୁ ଆପଣଙ୍କ ବ୍ୟାଗ । ଲାପଟପ , ପର୍ସ ଯାହାକିଛି ଗାଡିରେ ଥିବ ତାକୁ ଆପଣ ଆଉ ପାଇବେନାହିଁ । ସେତିକି ସମୟ ଭିତରେ ସେସବୁ ନେଇ ସେମାନେ ଛୁ ମନ୍ତର ହେଇ ଯାଇଥିବେ । ଆପଣ କାନମୁଣ୍ଡା ଆଉଁସି ପୋଲିସ ପାଖକୁ ଯିବେ । ତେଣୁ ଏହି ଗ୍ୟାଙ୍ଗଠୁ ଦୂରେଇ ରହିବାକୁ ପୋଲିସ ପକ୍ଷରୁ ସତର୍କ ସୂଚନା ଚାରିଆଡେ ଦିଆଯାଉଛି । ଏପରି ଗ୍ୟାଙ୍ଗ ଏବେ ବହୁ ସହରରେ ଦେଖିବାକୁ ମିଳିଲେଣି ।
(ଫୋଟୋ ସାଙ୍କେତିକ)

The post ଠକ୍ ଠକ୍ ଗ୍ୟାଙ୍ଗ: ଯଦି କେହି ଆପଣଙ୍କ କାରର କାଚକୁ ଠକ୍ ଠକ୍ କରେ ତେବେ କଣ କରିବେ ଆପଣ ? ଠକ୍ ଠକ୍ ଗ୍ୟାଙ୍ଗ କିପରି ଡକାୟତି କରେ? first appeared on Kanak News.

from Kanak News
via <a href="https://ifttt.com/?

ବ୍ରହ୍ମପୁରରେ ୧୬ ଜଣ ବ୍ୟକ୍ତିଙ୍କୁ ସୁନା ଫେରାଇଲା ବ୍ରହ୍ମପୁର ପୁଲିସ । ସୁନା ଗହଣା ଫେରି ପାଇବା ପରେ ଏସପି ଶ୍ରବଣା ବିବେକ ଏମଙ୍କୁ ଧନ୍ୟବାଦ ଜଣାଇଲେ ବ୍ରହ୍ମପୁରବାସୀ

କନକ ବ୍ୟୁରୋ : ବ୍ରହ୍ମପୁର ଥାନା ଆଗରେ ଲୋକଙ୍କ ଭିଡ । ହାତରେ ପ୍ରମାଣ ପତ୍ର ଧରିଧାଡିରେ ଠିଆ ହୋଇଛନ୍ତି ଲୋକେ । ଅପେକ୍ଷା କରିଛନ୍ତି, କେତେବେଳେ ବ୍ରହ୍ମପୁର ଏସପି ଡାକିବେ, ଥାନା ଭିତରକୁ ଯାଇ ଚୋରି ହୋଇଥିବା ସୁନାଗହଣା ଫେରିପାଇବେ । ଚୋରି ସୁନା ଜବତ କରି ଫେରାଇବା ନେଇ ପୁଲିସ ସୂଚନା ପାଇବା ପରେ ଲୋକମାନେ ଥାନାକୁ ଆସିଛନ୍ତି । ପୁଲିସ ସେମାନଙ୍କ ପ୍ରମାଣପତ୍ର ରଖି ସୁନା ଗହଣା ଫେରାଇ ଦେଇଛି ।

ବ୍ରହ୍ମପୁରରୁ ଅନେକ ସମୟରେ ଲୁଟପାଟ୍ ହୋଇଥାଏ । ସୁନା ଗହଣା ଚୋରୀ ହୋଇଯାଏ । କାହାର ୪୦ ଭରି ତ ଆଉ କାହାର ୨୦ ଭରି ସୁନା ଗହଣା ଲୁଟି ନେଇଥିଲେ ଲୁଟେରା । ଲୋକମାନେ ଏନେଇ ଥାନାରେ ଅଭିଯୋଗ କଲେ ବି ଚୋରୀ ସୁନା ଫେରିପାଇବା ଆଶା ଛାଡି ଦେଇଥିଲେ । ଚୋରଙ୍କ ପାଖରୁ ଗହଣା ଜବତ ହେବ, ପୁଣି ସେମାନଙ୍କ ପାଖକୁ ଆସିବ ସେ ଆଶା ରଖିନଥିଲେ । ହେଲେ ବ୍ରହ୍ମପୁର ପୁଲିସ ଲୁଟ୍ପାଟ୍ ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ୧୩ଶହ ୨୦ ଗ୍ରାମ ସୁନା ଗହଣା ଜବତ କରିଛି । ସେହି ସୁନାର ପ୍ରକୃତ ମାଲିକ ଚିହ୍ନଟ କରି ୧୬ ଜଣଙ୍କୁ ଫେରାଇ ଦେଇଛନ୍ତି ବ୍ରହ୍ମପୁର ଏସପି ।

ଲୋକମାନେ ନିଜ ସୁନା ଅଳଙ୍କାର ଫେରିପାଇ ଖୁସି ହେବା ସହ ବ୍ରହ୍ମପୁର ଏସପି ଓ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି । ।

The post ବ୍ରହ୍ମପୁରରେ ୧୬ ଜଣ ବ୍ୟକ୍ତିଙ୍କୁ ସୁନା ଫେରାଇଲା ବ୍ରହ୍ମପୁର ପୁଲିସ । ସୁନା ଗହଣା ଫେରି ପାଇବା ପରେ ଏସପି ଶ୍ରବଣା ବିବେକ ଏମଙ୍କୁ ଧନ୍ୟବାଦ ଜଣାଇଲେ ବ୍ରହ୍ମପୁରବାସୀ first appeared on Kanak News.

from Kanak News
via <a href="https://ifttt.com/?

ବିସ୍ଥାପନର ୭୦ ବର୍ଷ ପରେ ବି ସରୁନି ଦୁଃଖ । ଆଜି ବି ତାଜା ଅଛି ସେଦିନର ସ୍ମୃତି, ପରିଚୟ ଖୋଜୁଛନ୍ତି ହୀରାକୁଦ ନଦୀ ବନ୍ଧ ବିସ୍ଥାପିତ

କନକ ବ୍ୟୁରୋ : ହୀରାକୁଦ ବନ୍ଧକୁ ୭୦ ବର୍ଷ ବିତିଲାଣି, ହେଲେ ବିସ୍ଥାପନର କରୁଣ କାହାଣୀ ଆଜି ବି ପ୍ରତିଟି ପ୍ରଭାବିତ ପରିବାର ପାଇଁ ତାଜା ସ୍ମୃୁତି ହୋଇ ରହିଛି । ୧୯୫୪ ମସିହାରେ ନିଜର ଲହୁଲୁହ ଢାଳି ଯେଉଁମାନେ ହୀରାକୁଦ ପାଇଁ ଜମି ଛାଡିଛନ୍ତି ସେମାନେ ଆଜି ଉପେକ୍ଷିତ ହୋଇ ରହିଛନ୍ତି । ପ୍ରକଳ୍ପ ପାଇଁ ଭିଟାମାଟି ହରାଇ ନିଜ ପରିଚୟ ଖୋଜୁଛନ୍ତି । ନିର୍ବାସିତ ଜୀବନ ଜିଉଁଛନ୍ତି । ଜମି ପଟ୍ଟାଟିଏ ନଥିବାରୁ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଲୋନଟିଏ କରିପାରୁନଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି । ପ୍ରାୟ ୯୦୦ ପରିବାରକୁ ଜମି ପଟ୍ଟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଏବେ ବି ଅନେକ ଏହି ଅଧିକାରରୁ ବଂଚିତ ହୋଇଛନ୍ତି । ଅବଶିଷ୍ଟ ପରିବାରକୁ ଶୀଘ୍ର ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ୭ ଟି ଗାଁର ୮୬୬ଟି ବିସ୍ଥାପିତ ପରିବାର ପଟ୍ଟା ପାଇଛନ୍ତି । ୧୧ଟି ଗାଁର ସର୍ଭେ ଜାରି ରହିଛି । ଖୁବଶୀଘ୍ର ସେମାନଙ୍କୁ ଜମି ପଟ୍ଟା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବିଶ୍ୱର ଦୀର୍ଘତମ ହୀରାକୁଦ ନଦୀବନ୍ଧ କାର୍ଯ୍ୟକ୍ଷମ ହେବା ପରେ ୧ ଲକ୍ଷ ୨୩ ହଜାର ଏକର ଜମିରେ ପାଣି ମାଡିଯାଇଥିଲା । ପ୍ରାୟ ୧ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ବିସ୍ଥାପିତମାନେ ଝାରସୁଗୁଡା, ବରଗଡ ଓ ସମ୍ବ୍ଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି । ବିସ୍ଥାପିତଙ୍କୁ ଶୀଘ୍ର ନ୍ୟାୟ ଯୋଗାଇ ଦିଆଯିବ ବୋଲି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି କହିଛନ୍ତି ।

ସରକାର ପରେ ସରକାର ଆସୁଛି ଓ ଯାଉଛି । ହେଲେ ୭ ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲାଣି ହୀରାକୁଦ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ ।

The post ବିସ୍ଥାପନର ୭୦ ବର୍ଷ ପରେ ବି ସରୁନି ଦୁଃଖ । ଆଜି ବି ତାଜା ଅଛି ସେଦିନର ସ୍ମୃତି, ପରିଚୟ ଖୋଜୁଛନ୍ତି ହୀରାକୁଦ ନଦୀ ବନ୍ଧ ବିସ୍ଥାପିତ first appeared on Kanak News.

from Kanak News
via <a href="https://ifttt.com/?

ଚିନ୍ତା ବଢାଉଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ୨୦୧୯-୨୧ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ନିକଟରେ ସାମାଜିକ ବୈଷମ୍ୟତାର ଶିକାର ହୋଇ କେତେ ଆଦିବାସୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ଏହି ପ୍ରଶ୍ନ ଉଠିବା ପରେ ରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନାରାୟଣ ସ୍ୱାମୀ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟରୋର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଲୋକ ସଭାରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୦୧୯ରୁ ୨୦୨୧ ଭିତରେ ପ୍ରାୟ ୩୫ ହଜାର ମୃତ୍ୟୁ ଘଟଣାର ର ରେକର୍ଡ ରହିଛି । ସମାଜରେ ଅବହେଳା କାରଣରୁ ଅଣସୂଚିତ ବର୍ଗର ଛାତ୍ର ଆତ୍ମହତ୍ୟା କରିବା ପରେ ଏ ପ୍ରଶ୍ନ ଖୁବ ଚର୍ଚ୍ଚା ଧରିଛି ।

ଅନେକ ଛାତ୍ର ଅତ୍ମହତ୍ୟା କରିଥିବା ବେଳେ ପ୍ରକୃତରେ କେତେ ଜଣ ପିଲା କେବଳ ସାମାଜିକ ବୈଷମ୍ୟତା କାରଣରୁ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସଠିକ ପ୍ରମାଣ ନାହିଁ ବୋଲି ନାରାୟଣସ୍ୱାମୀ ଜଣାଇଛନ୍ତି । ଆତ୍ମହତ୍ୟାର ସଂଖ୍ୟା ୨୦୧୯ ରେ ୧୦,୩୩୫ ଥିବା ବେଳେ ୨୦୨୦ରେ ୧୨୫୨୬ ଏବଂ ୨୦୨୧ ରେ ୧୩୦୮୯ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଏହି ସାମାଜିକ ଅସମତା ଦୂର କରିବା ତଥା ସଚେତନତା ସୃଷ୍ଟି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଦେଶ ସାରା କାଉନସେଲିଂ, ସମାନ ସୁଯୋଗ ବ ଇକ୍ୱାଲ ଅପରଚୁନିଟି, ଗ୍ରିଭାନସେସ ଓ ଷ୍ଟୁଡେନ୍ଟସ ସେଲ ଭଳି ବିଭିନ୍ନ ସେଲ ଖୋଲା ଯିବା ସହ ସେଠାରେ ବିଭିନ୍ନ ଓଚ୍ଚସ୍ତରୀୟ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ଛଡା ପ୍ରୋଟେକ୍ସନ ଅଫ ସିଭିଲ ରାଇଟସ ଆକ୍ଟ ୧୯୫୫ ଅନୁସାରେ ଅନୁସୂଚିତ ବର୍ଗଙ୍କୁ ଏପରି ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ ଉଲ୍ଲେଖ ରହିଛି ବୋଲି ମନ୍ତ୍ରୀ ନାରାୟଣ ସ୍ୱାମୀ ଜଣାଇଛନ୍ତି ।

The post ଚିନ୍ତା ବଢାଉଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ୨୦୧୯-୨୧ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ସେଞ୍ଚୁରିଅନ ବିଦ୍ୟାଳୟର ନିଆରା ପ୍ରୟାସ । ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦଯାପିତ.

କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବ ବୃହତ ଗଣତନ୍ତ୍ର. ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି. ଗଣତନ୍ତ୍ରର ମୂଳ ମନ୍ତ୍ର ହେଲା ଶିକ୍ଷା. ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ୟୁଥ ପାର୍ଲିଆମେଣ୍ଟର ପରିକଳ୍ପନା କରିଥିଲେ ଏବଂ ଆଜି ଏହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା.

ଏହି କାର୍ଯ୍ୟକ୍ରମଟି ଓଟିଭିର ପଶ୍ଚିମ ଓଡିଶା ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ଯୋଶୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା. ଶ୍ରୀଯୁକ୍ତ ଯୋଶୀ ଗଣତାନ୍ତ୍ରିକ ମୂଲ୍ୟବୋଧର ଭୁମିକା ଓ ଗୁରୁତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ. କାର୍ୟ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଶ୍ରୀଯୁକ୍ତ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମାପିତ ହୋଇଥିଲା.ଶ୍ରୀଯୁକ୍ତ ଷଡ଼ଙ୍ଗୀ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରର ପାର୍ଲିଆମେଣ୍ଟ ବା ସଂସଦର ଭୂମିକା ସମ୍ପର୍କରର ଆଲୋକପାତ କରିଥିଲେ.କାର୍ୟ୍ୟକ୍ରମଟି ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ୟତୋୟା ବିଶ୍ୱାଳଙ୍କ ସଫଳ ପରିଚାଳନା ଦ୍ୱାରା ସମ୍ପାଦିତ ହୋଇଥିଲା. ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତମାଳ ଚକ୍ରବର୍ତ୍ତୀ, ସି. ଏଚ. ଏସ. ଇ. ( ବିଜ୍ଞାନ )ର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟା ପ୍ରଭୃତି ଉପସ୍ଥିତ ରହି କାର୍ୟ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ.ବିଦ୍ୟାଳୟର ପ୍ରାୟ ୬୦ ରୁ ଅଧିକ ଛାତ୍ର, ଛାତ୍ରୀ ସପ୍ତମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ( ଉଭୟ କଳା ଓ ବିଜ୍ଞାନ ) ର ଭାଗ ନେଇଥିଲେ.

ସମସ୍ତ ଛାତ୍ର ଛାତ୍ରୀ ଶାସକ ଦଳ ଓ ବିପକ୍ଷ ପରି ଦୁଇ ଦଳରେ ବିଭକ୍ତ ହୋଇଥିଲା. ସଂସଦର ଆଲୋଚନାର ମୁଖ୍ୟ ବିଷୟ ଗୁଡିକ ଥିଲା, ଚାଷୀ ଆତ୍ମହତ୍ୟା, ନୂତନ ଶିକ୍ଷା ନୀତି, ଭାରତର ଭିତ୍ତିଭୂମିର ବିକାଶ ( ସଡ଼କ, ଗମନାଗମନ ଓ ପରିଵହନ ବ୍ୟବସ୍ଥା ) ଯାହା ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଥିଲା.ଛାତ୍ର, ଛାତ୍ରୀଙ୍କର ଚିତ୍ତାକର୍ଷକ ସଂଳାପ ଓ ନେତୃତ୍ୱର ଭୂମିକା ସମସ୍ତଙ୍କୁ ଆକର୍ଷିତ କରିଥଲା.ଅନୁଷ୍ଠାନର ୟୁଥ ପାର୍ଲିଆମେଣ୍ଟ ପରି ଅଭିନବ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି ଓ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି.

The post ସେଞ୍ଚୁରିଅନ ବିଦ୍ୟାଳୟର ନିଆରା ପ୍ରୟାସ । ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦଯାପିତ. first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started