ନିଜର ୪ଟି ସନ୍ତାନକୁ ହତ୍ୟା କରିଥିବା ଅଭିଯୋଗରେ ଯାଇଥିଲେ ଜେଲ । ୨୦ ବର୍ଷ ପରେ ଜେଲରୁ ଫେରିଲେ ସବୁଠାରୁ ଖରାପ ମା’

କନକ ବ୍ୟୁରୋ : ନିଜ ୪ ସନ୍ତାନକୁ ହତ୍ୟା କରିବା ଅଭିଯୋଗରେ ଜେଲ ଯାଇ ପ୍ରାୟ ୨୦ ବର୍ଷର ଦଣ୍ଡ କାଟିବା ପରେ ମୁକୁଳିଛନ୍ତି କ୍ୟାଥଲିନ ଫୋଲବିଗ । ନିଉ ସାଉଥ ବେଲସର ସୁଡପ୍ରିମ କୋର୍ଟ କ୍ୟାଥଲିନଙ୍କୁ ଦୋଷ ମୁକ୍ତ ଘୋଷଣା କରିବା ସହ ତାଙ୍କ ବିରୋଧରେ ଥିବା ସବୁ ମାମଲାକୁ ଖାରଜ କରିଛି । ୧୯ ଦିନରୁ ୧୮ ମାସ ଭିତରେ ଥିବା ଚାରିଟି ଛୁଆ କେଲ. ପାଟ୍ରିକ, ସାରା ଓଲାରାଙ୍କୁ ହତ୍ୟା କରିବା ଅଭିଯୋଗ ରହିଥିଲା କ୍ୟାଥଲିଙ୍କ ବିରୋଧରେ ।

୨୦୦୩ରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ କ୍ୟାଥଲିନଙ୍କୁ ୪୦ ବର୍ଷର ଦଣ୍ଡାଦେଶ ହୋଇଥିଲା । ପରେ ଏହାକୁ ୩୦ ବର୍ଷକୁ ଖସାଇ ଦିଆ ଯାଇଥିଲା । ଏବେ ୨୦ ବର୍ଷ ଦଣ୍ଡ କାଟିବା ପରେ ତାଙ୍କୁ ଛାଡି ଦିଆଯାଇଛି । କୋର୍ଟଙ୍କ କହିବା ଅନୁସାରେ କ୍ୟାଥଲିନଙ୍କ ବିରୋଧରେ ଅଣା ଯାଇଥିବା ଅଭିଯୋଗ ଯେଉଁ ସବୁ ପ୍ରମାଣ ଆଧାରରେ କରା ଯାଇଛି ତାହା ସମ୍ପୁର୍ଣ୍ଣ ବିଶ୍ୱାସ ଯୋଗ୍ୟ ନହେଁ । ଏଣୁକରି କୋର୍ଟ ବାକି ମାମଲା ଗୁଡିକୁ ମଧ୍ୟ ଖାରଜ କରିଛି ।

କ୍ୟାଥଲିନ ନିଜ ଛୁଆ ମାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆସିଥିବା ବେଳେ ପ୍ରମାଣ ସ୍ୱରୂପ କୋର୍ଟ ସମ୍ମୁଖରେ କ୍ୟଥଲିନଙ୍କ ଏକ ଡାଏରି ଉପସ୍ଥାପନ କରାଯାଇଥିଲା । ଏଥିରୁ ଜଣା ପଡୁଥିଲାକି କ୍ୟାଥଲିନଙ୍କ ମାନସିକ ସ୍ଥିତି ସୁସ୍ଥ ନୁହେଁ । କିନ୍ତୁ ଏହି ଡାଏରୀ କୌଣସି ମନୋବିଜ୍ଞାନୀ କିମ୍ବା ମାନସିକ ରୋଗୀ ବିଶେଷଜ୍ଞଙ୍କ ଠାରୁ ଯାଂଚ୍ କରାଯାଇନଥିଲା । ଏହା ଛଡା ସେ ଡାଏରୀରେ ଏମିତି କଣ ଉଲ୍ଲେଖ ରହିଛି ଏନେଇ ମଧ୍ୟ ଗଣ ମାଧ୍ୟମରେ କୌଣସି ସୂଚନା ନାହିଁ । ଜେଲରୁ ମୁକୁଳିବା ପରେ କ୍ୟାଥଲିନ ଖୁସି ବ୍ୟକ୍ତ କରିବା ସହ ସେ ନିର୍ଦ୍ଧୋଷ ଥିଲେ ଓ ନିଜ ଛୁଆ ମାନଙ୍କୁ ସେ ହତ୍ୟା କରି ନାହାନ୍ତି ବୋଲି ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିଚାର ବ୍ୟବସ୍ଥା ନିଜ ଅପାରଗତା ଘୋଡାଇବା ପାଇଁ ମତେ ଦୋଷୀ ସାବ୍ୟସ୍ତ କରିଛି ହେଲେ ମୋ ବିରୁଧରେ ସେଭଳି କିଛି ପ୍ରମାଣ ନଥିଲା । ସେପଟେ କ୍ୟାଥଲିନଙ୍କ ଓକିଲ ଏ ନେଇ କ୍ଷତିପୂରଣ ଦାବି କରିଛନ୍ତି ।

The post ନିଜର ୪ଟି ସନ୍ତାନକୁ ହତ୍ୟା କରିଥିବା ଅଭିଯୋଗରେ ଯାଇଥିଲେ ଜେଲ । ୨୦ ବର୍ଷ ପରେ ଜେଲରୁ ଫେରିଲେ ସବୁଠାରୁ ଖରାପ ମା’ first appeared on Kanak News.

from Kanak News
via <a href="https://ifttt.com/?

ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍କୁଲ ପିଲା: ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନରେ ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା

କନକ ବ୍ୟୁରୋ: ଲୁଟେରାକୁ କାବୁ କଲେ ସ୍କୁଲ ପିଲା । ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନ ପଶି ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା । ଲୁଟେରାକୁ ଧରି ନିସ୍ତୁକ ମାଡ ମାରିବା ପରେ ପୁଲିସ ଜିମା ଦେଇଛନ୍ତି ଛାତ୍ର । ମଂଚେଶ୍ୱର ପୁଲିସ ଲୁଟେରାକୁ ଥାନାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍କୁଲ ପିଲା: ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନରେ ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ: ମନ୍ତ୍ରୀ ନବଦାସ, ମମିତା ମେହେର ହତ୍ୟାକାଣ୍ଡ ଓ ଦାଦନ ପ୍ରସଙ୍ଗ ଉଠାଇ ଘେରିଲେ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବାକୁ ନିଷ୍ପତି ନେଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ତାଙ୍କ ବୈଠକ ପରେ ସେ କଣ ପ୍ରତିକ୍ରିୟା ରଖିଲେ ତାହା ଅଲଗା କଥା । ହେଲେ ବିଜେଡି ନିଜେ କହୁ କେଉଁ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରିଛି । ଏହି ରାଜ୍ୟରୁ ସର୍ବାଧିକ ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି । ଏସବୁ ଯଦି ୨୫ବର୍ଷ ଶାସନର ପ୍ରତିଫଳନ ତେବେ ଓଡିଆ ଜଗନ୍ନାଥଙ୍କର ଶରଣରେ ଯିବା ଛଡା ଅନ୍ୟଥା ନାହିଁ ।

The post ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ: ମନ୍ତ୍ରୀ ନବଦାସ, ମମିତା ମେହେର ହତ୍ୟାକାଣ୍ଡ ଓ ଦାଦନ ପ୍ରସଙ୍ଗ ଉଠାଇ ଘେରିଲେ ଧର୍ମେନ୍ଦ୍ର ପ୍ରଧାନ first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ ଖାଦ୍ୟକୁ ବିଶ୍ୱ ସ୍ତରରେ ପରିଚିତ କରାଇଛନ୍ତି ଗରିମା । ଦ୍ୱିତୀୟ ଥର ପାଇଁ ମିଳିଲା ମିସେଲିନ୍ ଷ୍ଟାର

କନକ ବ୍ୟୁରୋ : ମାଷ୍ଟର ସେଫର ବିଚାରକ ତଥା ଜଣାଶୁଣା ମିସେଲିନ୍ ଷ୍ଟାର ସେଫ୍ ଗରିମା ଅରୋରା ପୁଣି ଥରେ ମିସେଲିନ୍ ଷ୍ଟାର ହେବାର ସୌଭାଗ୍ୟ ପାଇଛନ୍ତି । ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥିବା ଗରିମାଙ୍କ ରେଷ୍ଟୁରାଣ୍ଟ‘ଗା’ ଏହି ମାନ୍ୟତା ପାଇଛି । ମାତ୍ର ୩୭ ବର୍ଷ ବୟସ୍କ ଗରିମା ପୁର୍ବରୁ ୨୦୧୮ରେ ପ୍ରଥମଥର ପାଇଁ ଏହି ସମ୍ମାନ ପାଇଥିଲେ ବର୍ତମାନ ଭାରତର ପ୍ରଥମ ମହିଳା ଭାବେ ସେ ଦ୍ୱିତୀୟ ଥର ପାଇଁ ସେ ଏହି ସମ୍ମାନ ପାଇଛନ୍ତି ।

ଏହି ରେଷ୍ଟୁରାଣ୍ଟଟି ବ୍ୟାଙ୍କକର ଠିକ ମଝିରେ ପୁନଃ ନବୀକରଣ କରାଯାଇଥିବା ଏକ ଥାଇ ଶୈଳୀର ଘରେ କରାଯାଇଛି । ଏଠାରେ ଭାରତୀୟ ଖାଦ୍ୟକୁ ଆଧୁନିକ ଢଙ୍ଗରେ ପରିବେଷଣ କରାଯାଇଥାଏ । ଏହି ସ୍ଥାନ ପାଇଁ ଗରିମାଙ୍କୁ ୩୨ ବର୍ଷ ବୟସରେ ପ୍ରଥମ ଥର ପାଇଁ ପ୍ରଥମ ଭାରତୀୟ ମହିଳା ଭାବେ ମିସେଲିନ ଷ୍ଟାର ମିଳିଥିଲା ।

ଗରିମା ଏ ନେଇ ନି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖୁସି ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ବିଗତ ବର୍ଷ ତାଙ୍କ ପାଇଁ ଟିକେ ଜଟିଳ ଥିଲା । ପୁଅ ଜନ୍ମ ହେବା ପରଠୁ ମାଆ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିବା ଓ ଏହା ସହ ନିଜ କାର୍ଯ୍ୟ କ୍ଷେତ୍ରକୁ ସମ୍ଭାଳିବା ଏତେ ସହଜ ନଥିଲା । କିନ୍ତୁ ଏପରି ସମୟରେ ନିଜ ଟିମର ସହଯୋଗ ପାଇଁ ସେ ଏହି ସଫଳତା ପାଇ ପାରିଛନ୍ତି ବୋଲି ଖୁସି ବ୍ୟକ୍ତ କରିଛନ୍ତି ।

ଗରିମାଙ୍କ ସହ ବିଚାରକ ତଥା ଭାଇ ବିକାଶ ଖାନ୍ନା ଏ ନେଇ ଖୁସି ହେବା ସହ ଏହି ଦିନଟି ଅନ୍ତର୍ଜାତିକ ସ୍ତରରେ ଭାରତୀୟ ଖାଦ୍ୟ ଇତିହାସ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ ବୋଲି ପୋଷ୍ଟ କରିଛନ୍ତି । ଏହାକୁ ନେଇ ସେଫ ରନବୀର ବ୍ରାର ମଧ୍ୟ କହିଛନ୍ତି କି ପୃଥିବୀ ଜାଣିବା ଦରକାର ବିଶ୍ୱ ସ୍ଥରରେ ମହିଳା ମାନଙ୍କ ସ୍ଥାନ କେତେ ଉଚ୍ଚକୁ ଉଠିଲାଣି । ପୁରା ଦେଶ ଆଜି ଗରିମାଙ୍କ ଏ ସଫଳତାକୁ ନେଇ ଗର୍ବିତ ଓ ମହିଳା ମାନଙ୍କ ପାଇଁ ଗରିମା ଉଦାହରଣ ସୃଷ୍ଟି କରିଛନ୍ତି ।

The post ଭାରତୀୟ ଖାଦ୍ୟକୁ ବିଶ୍ୱ ସ୍ତରରେ ପରିଚିତ କରାଇଛନ୍ତି ଗରିମା । ଦ୍ୱିତୀୟ ଥର ପାଇଁ ମିଳିଲା ମିସେଲିନ୍ ଷ୍ଟାର first appeared on Kanak News.

from Kanak News
via <a href="https://ifttt.com/?

ବେଙ୍ଗାଲୁରୁକୁ ୨୦୨୩ରେ ମିଳିଛି କେକ କ୍ୟାପିଟାଲର ପରିଚୟ ଓ ବିରିୟାନୀ ବଜାୟ ରଖିଛି ନିଜ ଲୋକପ୍ରିୟତା

କନକ ବ୍ୟୁରୋ : ନିକଟରେ ସ୍ୱିଗି ତରଫରୁ ଭାରତୀୟ ମାନେ ସ୍ୱିଗିରୁ କେଉଁ ଖାଦ୍ୟ ଅଧିକା ଆଣିବା ପସନ୍ଦ କରୁଛନ୍ତି ଏ ନେଇ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣା ପଡିଛି କି ବେଙ୍ଗାଲୁରୁ ସହରର ଲୋକେ ଖୁବ କେକପ୍ରିୟ । ଅନଲାଇନ ପ୍ଲାଟଫର୍ମ ସ୍ୱିଗିରୁ ପ୍ରାୟ ୮.୫ ମିଲିୟନରୁ ଅଧିକ କେକ ଅର୍ଡର ହୋଇସାରିଲାଣି । ଏଣୁ ଏହି ସହରକୁ ୨୦୨୩ ବର୍ଷର କେକ କ୍ୟାପିଟାଲର ଉପାଧୀ ମିଳିଛି । କେକ ଭିତରେ ଦେଖିବାକୁ ଗଲେ ଚକୋଲେଟ କେକ ହେଉଛି ସମସ୍ତଙ୍କ ମନପସନ୍ଦ ।

ବେଙ୍ଗାଲୁରୁର ମିଠା ପ୍ରତି ଥିବା ଏହି ଭଲପାଇବା ଆଜି ଏହାକୁ କେକର ସହର କରିଦେଇଛି । ଭାଲେନଟାଇନ୍ସ ଡେ ହେଉ କିମ୍ବା କୌଣସି ଖାସ ପ୍ରେମର ଦିନ ଏ ସବୁ ଦିନ ଗୁଡିକୁ ସ୍ମରଣୀୟ ବନେଇବା ପାଇଁ ପୁରା ଭାରତରେ ଦେଖିବାକୁ ଗଲେ ମିନିଟ ପ୍ରତି ୨୭୧ଟି କେକ ଅର୍ଡର ହେଉଛି । ଖାଲି ବେଙ୍ଗାଲୁରୁ ନୁହେଁ ଭାରତର ବିଭିନ୍ନ ସହରରେ ଲୋକ ମାନେ କେକ ପାଇଁ ଖୁବ ଅଗ୍ରହୀ ।
ନାଗପୁରର ଜଣେ ବାସିନ୍ଦା ସ୍ୱିଗି ମାଧ୍ୟମରେ ଗୋଟିେଏ ଦିନରେ ୯୨ଟି କେକ ଅର୍ଡର କରି ଚର୍ଚ୍ଚାକୁ ଆସିଥିିଲେ । ମଗେଇଥିବା କେକ ଗୁଡିକୁ ସେ ବାରମ୍ବାର ଜଳଖିଆ, ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନରେ ବସି ଖାଉଥିବାର ଜଣାଇଥିଲେ ।

କମିନାହିଁ ବିରିୟାନୀର ଚାହିଦା

ଖାଲି କେକ ନୁହେଁ ବିରିୟାନୀର ଚାହିଦା ମଧ୍ୟ ଖାଦ୍ୟ ପ୍ରେମୀ ମାନଙ୍କ ମଧ୍ୟରେ କିଛି କମ ନାହିଁ । ସ୍ୱିଗିର ଅର୍ଡର ତାଲିକାରେ କେକ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ମଧ୍ୟ ବିରିୟାନୀ କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ଲୋକପ୍ରିୟତା ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି । ରିପୋର୍ଟରୁ ଜଣା ପଡିଛି କି ସେକେଣ୍ଡ ପିଛା ୨.୫ ବିରିୟାନୀ ଅର୍ଡର ହେଉଥିାବ ବେଳେ ଭାରତ-ପାକିସ୍ଥାନ ବିଶ୍ୱ କପ ସମୟରେ ମିନଟ ପିଛା ୫୦ଟି ବିରିୟାନୀ ଅର୍ଡର ହେଉଥିଲା । ଖେଳର ଗରୁୁତ୍ୱପୁର୍ଣ୍ଣ ସମୟରେ ତା ଏହା ବଢି ୨୫୦ ହୋଇଯାଇଥିଲା । ପ୍ରତି ୫.୫ ଚିକେନ ବିରିୟାନୀ କୁ ଗୋଟିଏ ସାଦା ବିରିୟାନୀ ଅର୍ଡର ହୋଇଥାଏ । ସବୁ ବିରିୟାନୀ ଅର୍ଡର ଭିତରେ ପ୍ରତି ୬ ନମ୍ବର ବିରିୟାନୀ ଅର୍ଡରଟି ହାଇଦ୍ରାବାଦରୁ ହୋଇଥାଏ । ଏହା ଛଡା ଏଥର ଦୁର୍ଗା ପୂଜା ଭଳି ପ୍ରମୁଖ ପର୍ବରେ ରସଗୋଲାକୁ ପଛରେ ପକାଇ ଗୋଲାପଜାମର ଅର୍ଡର ୭.୭କୁ ବଢିଛି ।

The post ବେଙ୍ଗାଲୁରୁକୁ ୨୦୨୩ରେ ମିଳିଛି କେକ କ୍ୟାପିଟାଲର ପରିଚୟ ଓ ବିରିୟାନୀ ବଜାୟ ରଖିଛି ନିଜ ଲୋକପ୍ରିୟତା first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ବିଜେଡିର ଜବାବ ବିଜେପି ମିଛର ସୌଦାଗର, ଓଡିଶାକୁ ଅବହେଳା କରୁଛି କେନ୍ଦ୍ର

କନକ ବ୍ୟୁରୋ: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିମାନ ବନ୍ଦରରେ ପହଂଚିବା ସେ ବିକାଶ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଓଡିଶାରେ ଯାହା ବି ବିକାଶ ହେଉଛି କେବଳ ମୋଦୀ ସରକାରଙ୍କ ଯୋଗୁଁ ହେଉଛି । ଓଡିଶାରେ ବିଧି ବ୍ୟବସ୍ଥା ଭଲ ନାହିଁ, ଲୋକେ ଭୟର ବାତାବରଣରେ ଅଛନ୍ତି । ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ସମୀର ଦାଶ । କହିଛନ୍ତି ବିଜେପି ମିଛର ସୌଦାଗର । ଓଡିଶାକୁ ଅବହେଳା କରାଯାଉଛି, ଏକଥା ଓଡିଶାବାସୀ ଭଲ ଭାବେ ଜାଣନ୍ତି ।

The post ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ବିଜେଡିର ଜବାବ ବିଜେପି ମିଛର ସୌଦାଗର, ଓଡିଶାକୁ ଅବହେଳା କରୁଛି କେନ୍ଦ୍ର first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ବଡଦାଣ୍ଡରେ ବୁଲିଲା ବିଲୁଆ: ଜନଗହଳିପୂର୍ଣ୍ଣ ସ୍ଥାନରେ ବିଲୁଆ ଦେଖି ଲୋକେ ଆତଙ୍କିତ

କନକ ବ୍ୟୁରୋ: ପୁରୀ ବଡ଼ଦାଣ୍ଡରେ ବିଲୁଆ ଆତଙ୍କ । ବଡ଼ଦାଣ୍ଡ ନିକଟ ଏକ କୋଠା ଉପରେ ବିଲୁଆଟି ବସିଥିବାର ଦେଖିବାକୁ ମିଳିଛି । ଜନଗହଳିପୂଣ୍ଣ ସହର ଭିତରେ ବିଲୁଆ ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନ ଦ୍ୱିପ୍ରହରେ ବଡ଼ଦାଣ୍ଡରେ ବିଲୁଆ ବୁଲିବାକୁ ନେଇ ଭୟଭୀତ ଅଛନ୍ତି ଲୋକେ । ଜଣେ ବାଇକ ଆରୋହି ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି ।

The post ଶ୍ରୀମନ୍ଦିର ବଡଦାଣ୍ଡରେ ବୁଲିଲା ବିଲୁଆ: ଜନଗହଳିପୂର୍ଣ୍ଣ ସ୍ଥାନରେ ବିଲୁଆ ଦେଖି ଲୋକେ ଆତଙ୍କିତ first appeared on Kanak News.

from Kanak News
via <a href="https://ifttt.com/?

ମଞ୍ଚରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ସାଂସଦ ଭର୍ତୃହରି ମହତାବ: କହିଲେ ଆଗକୁ ଯିବା ବେଳେ କେହି ଫାଉଲ ମାରିଲେ ମୁକାବିଲା କରିଜାଣନ୍ତି କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ: ଗୋଟିଏ ମଂଚରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତୃହରି ମହତାବ । ଅଭିଭାଷଣ ଦେଇ ଦୁଇ ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସାଂସଦ ଭର୍ତୃହରି ମହତାବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ, କେନ୍ଦ୍ରମନ୍ତ୍ରୀ ଆଗକୁ ବଢିବାକୁ ଚାହୁଁଥିଲେ ଯଦି କିଏ ତାଙ୍କୁ ଫାଉଲ ମାରିବାକୁ ଚେଷ୍ଟା କରେ ତେବେ ସେ ତାକୁ ମୁକାବିଲା କରିବାକୁ ମଧ୍ୟ ଦକ୍ଷତା ରଖନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ଅଭିଭାଷଣ ଦେବା ବେଳେ ସାଂସଦ ଭର୍ତୃହରି ମହତାବଙ୍କୁ ପ୍ରଶଂସା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ କଟକ ସାଂସଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରିୟ ଲୋକ । କଟକରେ କୌଣସି ସଭା ହେବ ଆଉ ଭର୍ତୃହରି ନଥିବେ ଏହା ହୋଇନପାରେ । ପୂର୍ବରୁ ମଧ୍ୟ କଟକ ସାଂସଦ ଭର୍ତୃହରି ମହତାବ ବିଜେପି ପଟକୁ ଢଳୁଥିବା ଚର୍ଚ୍ଚା ହୋଇଆସୁଥିଲା । ଏବେ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବା ଚର୍ଚ୍ଚା ସୃଷ୍ଟି କରିଛି ।

The post ମଞ୍ଚରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ସାଂସଦ ଭର୍ତୃହରି ମହତାବ: କହିଲେ ଆଗକୁ ଯିବା ବେଳେ କେହି ଫାଉଲ ମାରିଲେ ମୁକାବିଲା କରିଜାଣନ୍ତି କେନ୍ଦ୍ରମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆଉ ଏକ ଚୁକ୍ତି ହେବ କି ? ମୋସାଦ ମୁଖ୍ୟ ଏବଂ କତାର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।

ଇସ୍ରାଏଲ ଓ ହମାସ ମଧ୍ୟରେ ଆଉ ଏକ ଅସ୍ତ୍ର ବିରତି ହେବାକୁ ଯାଉଥିବାର ସୂଚନା ମିଳୁଛି । ଗତ ଦୁଇଟି ଅସ୍ଥାୟୀ ଅସ୍ତ୍ରବିରତି ସମୟରେ, ହମାସ୍ ୧୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିଥିଲେ, ଯାହା ବଦଳରେ ଇସ୍ରାଏଲ ୨୪୦ ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା ।

ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟ ଡେଭିଡ ବର୍ଣ୍ଣିଆ ଏହି ସପ୍ତାହ ଶେଷରେ ୟୁରୋପରେ କାତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ଅବଦୁଲ ରହମାନ ଅଲ ଥାନିଙ୍କୁ ଭେଟିବେ ବୋଲି ଆଶା କରାଯାଉଛି । ଦୁହିଁଙ୍କ ସମ୍ଭାବ୍ୟ ବୈଠକରେ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଏକ ଚୁକ୍ତିନାମା ପାଇଁ ଚାଲିଥିବା ଆଲୋଚନା ଉପରେ ଆଲୋଚନା ହେବ । ଇସ୍ରାଏଲ ଗଣମାଧ୍ୟମ ଏହି ସୂଚନା ଦେଇଛନ୍ତି ।  ଡିସେମ୍ବର ୧ ରେ ଗାଜାରେ ସପ୍ତାହବ୍ୟାପୀ ଅସ୍ତ୍ରବିରତି ମିଆଦ ଶେଷ ହେବା ପରେ ଏହା ପ୍ରଥମ ଥର ପାଇଁ ଇସ୍ରାଏଲର କୌଣସି ବରିଷ୍ଠ ଅଧିକାରୀ ଏବଂ କତାର ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ।

ଦ୍ୱିତୀୟ ବନ୍ଧକ ମୁକ୍ତି ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ମୋସାଦ ମୁଖ୍ୟଙ୍କ କତାର ଗସ୍ତ ଯୋଜନା ବାତିଲ ହୋଇଥିବା ଖବର ପ୍ରକାଶ ପାଇଛି । ଏହି ଖବର ପ୍ରକାଶ ପାଇଲାମାତ୍ରେ ବନ୍ଧକ ମାନଙ୍କ ପରିବାର ପକ୍ଷରୁ ନିଜର ପ୍ରିୟଜନ ମାନଙ୍କ ମୁକ୍ତି ନେଇ ଇସ୍ରାଏଲ ସରକାରଙ୍କ ଉପରେ ପ୍ରବଳ ଚାପ ପଡିବ ଆରମ୍ଭ ହେଇଛି ।  ଏହାପରେ ମୋସାଦ ମୁଖ୍ୟ ବର୍ଣ୍ଣିଆ ତାଙ୍କ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ଚଳିତ ମାସ ଆରମ୍ଭରେ ଦୋହାରେ ବନ୍ଧକ ଆଲୋଚନା ଅସଫଳ ହେବାପରେ ଆଉ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇନାହିଁ ।

ଇସ୍ରାଏଲ ସେନା ତିନିଜଣ ବନ୍ଧକଙ୍କୁ ଭୁଲରେ ହତ୍ୟା କରିଦେଇଛି

ଇସ୍ରାଏଲର ସୈନିକମାନେ ଉତ୍ତର ଗାଜାରେ ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ହତ୍ୟା କରିଦେଇଛନ୍ତି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମୁଖପାତ୍ର ଡାନିଏଲ ହାଗରୀ ଶୁକ୍ରବାର ଦିନ କହିଛନ୍ତି, ‘ଶେଜାୟାରେ ହୋଇଥିବା ଯୁଦ୍ଧ ସମୟରେ ଆଇଡିଏଫ୍ ଭୁଲରେ ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ଆତଙ୍କବାଦୀ ଭାବି ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଏହି ଆକ୍ରମଣରେ ତିନିଜଣ ବନ୍ଧକ ମୃତ୍ଯୁର ଶିକାର ହୋଇଛନ୍ତି । ଏହି ବନ୍ଧକମାନଙ୍କୁ ୟୋଟାମ ହୈମ ଏବଂ ଆଲୋନ ଶିମ୍ରିଜ ବୋଲି ଚିହ୍ନଟ କରାଯାଇଛି ।  ଯେଉଁମାନେ କିବୁଟଜ କେଫର ଆଜାରୁ ଅକ୍ଟୋବର ୭ ରେ ଅପହରଣ ହୋଇଥିଲେ। ଏଥିସହ ସମୀର ତାଲାଲକାଙ୍କୁ ସେହି ଦିନ କିବବୁଟ ନିର ଏମରୁ ଅପହରଣ କରାଯାଇଥିଲା ।

ଇସ୍ରାଏଲ ଶୁକ୍ରବାର ଦିନ ସୂଚନା ଦେଇଛି ଯେ ଅକ୍ଟୋବର ୭  ଆକ୍ରମଣରେ ଅପହରଣ କରି ନିଆଯାଇଥିବା ଲୋକଙ୍କ ମଧ୍ୟରେ ଗାଜାରେ ୧୩୨ ଜଣ ବନ୍ଧକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୨  ଜଣ ଜୀବିତ ଥିବା ଜଣାପଡିଛି । ଗତ କିଛି ସପ୍ତାହ ତଳେ ଏକ ଅସ୍ଥାୟୀ ଅସ୍ତ୍ରବିରତି ସମୟରେ ହମମାସ ୧୦୦ ରୁ ଅଧିକ ବନ୍ଧୁକଙ୍କୁ ମୁକ୍ତ କରିଥିଲା, ଯାହା ବଦଳରେ ଇସ୍ରାଏଲ ୨୪୦ ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା । ହମାସ ଅକ୍ଟୋବର ୭ ରେ କରିଥିବା ଆକ୍ରମଣରେ ୧୨୦୦ରୁ ଅଧିକ ଇସ୍ରାଏଲି ନାଗରିକ ମୁକ୍ତ ହୋଇଥିଲେ । ୨୪୦ ଜଣଙ୍କୁ ହମାସ ଅପହରଣ କରିନେଇ ବନ୍ଧକ ରଖିଥିଲା । ପ୍ରତି ଆକ୍ରମଣରେ ଇସ୍ରାଏଲ କରିଥିବା ଆକ୍ରମଣରେ ଗାଜାରେ ଏଯାଏ ୧୮,୦୦୦ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଲେଣି ।

The post ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆଉ ଏକ ଚୁକ୍ତି ହେବ କି ? ମୋସାଦ ମୁଖ୍ୟ ଏବଂ କତାର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ । first appeared on Kanak News.

from Kanak News
via <a href="https://ifttt.com/?

ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ । କହିଲେ, ସଂସଦ ଆକ୍ରମଣ ପଛରେ ରହିଛି ବେରୋଜଗାରୀ ଓ ଦରବୃଦ୍ଧି ଭଳି କାରଣ

କନକ ବ୍ୟୁରୋ : ସଂସଦ ସୁରକ୍ଷା ତୃଟି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏନେଇ ସେ କେନ୍ଦ୍ରରେ ମୋଦୀ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ସଂସଦ ସୁରକ୍ଷା ତ୍ରୁଟିର ମୁଖ୍ୟ କାରଣ ହେଉଛି ବେରୋଜଗାରୀ ଓ ଦରବୃଦ୍ଧି । କାରଣ ଏବେ ଦେଶରେ ବେରୋଜଗାରୀ ହେଉଛି ସବୁଠାରୁ ବଡ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି କାରଣରୁଚ ଦେଶର ଯୁବକଙ୍କୁ ରୋଜଗାର ମିଳୁନାହିଁ ତେଣୁ ବିଚଳିତ ହୋଇ କେହି ବି କିଛି କରିବାକୁ ପଛାଉ ନାହାଁନ୍ତି ।

ସେପଟେ ସମାଜବାଦୀ ପାର୍ଟିର ସାଂସଦ ଅଖିଳେଶ ଯାଦବ କହିଛନ୍ତି କି, ଆକ୍ରମଣ ପଛରେ ଥିବା ଯୁବକମାନଙ୍କ ପରିବାର ସହ ସେ କଥା ହୋଇଛନ୍ତି । ପରିବାର ଲୋକେ କହୁଛନ୍ତି କି ସେମାନେ ଶିକ୍ଷିତ ଥିଲେ ମଧ୍ୟ ସେମାନଙ୍କୁ ରୋଜଗାର ମିଳିନଥିବାରୁ ସେମାନେ ଦୁଖୀ ଥିଲେ । ଏହି କାରଣରୁ ସେମାନେ ସରକାରଙ୍କୁ ଚେତାବନୀ ଦେବାକୁ ଏଭଳି କାର୍ଯ୍ୟ କରିଛନ୍ତି ।

ଏହା ପୂର୍ବରୁ କଂଗ୍ରେସ ମହାସଚିବ ଜୟରାମ ରମେଶ ମଧ୍ୟ ବିଜେପି ସରକାରକୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି, ସରକାର ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଏତେବଡ ଘଟଣା ପରେ ମଧ୍ୟ ଗୃହମନ୍ତ୍ରୀ ସଂସଦରେ ବିବୃତ୍ତି ନ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ମୈସୁର ସାଂସଦ ଯିଏ କି, ଆକ୍ରମଣକାରୀଙ୍କୁ ସଂସଦ ପାସ୍ ପ୍ରଦାନ କରିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଏକ ଦୁଭାଗ୍ୟଜନକ କଥା ବୋଲି ସେ କହିଛନ୍ତି ।

The post ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ । କହିଲେ, ସଂସଦ ଆକ୍ରମଣ ପଛରେ ରହିଛି ବେରୋଜଗାରୀ ଓ ଦରବୃଦ୍ଧି ଭଳି କାରଣ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started