ରାଉରକେଲାରେ ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ । ଶତାଧିକ ଆକ୍ରାନ୍ତ, ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ଝାଡାବାନ୍ତିରେ ୪ ଜଣଙ୍କର ମୃତ୍ୟୁ । ରାଉରକେଲାରେ ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ଏବେ ଲୋକଙ୍କ ମନରେ ଆତଙ୍କ ଖେଳାଇଛି । ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ରାଉରକେଲାର ପାନପୋଷ ସହ ବସ୍ତି ଅଂଚଳ ତଥା ସେକ୍ଟର ଅଂଳଚରେ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କେଉଁ କାରଣରୁ ହଠାତ୍ ଏଭଳି ଝାଡାବାନ୍ତି ବ୍ୟାପିଲା ତାର କାରଣ ଜଣାପଡିନାହିଁ । କାରଣ ଜାଣିବା ପାଇଁ ରୋଗୀଙ୍କ ନମୂନା ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଆଜିଏଚ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ସୁଧାରାଣୀ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।

The post ରାଉରକେଲାରେ ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ । ଶତାଧିକ ଆକ୍ରାନ୍ତ, ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରେ କାଶ୍ମୀର ଆତଙ୍କବାଦୀ । ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

କନକ ବ୍ୟୁରୋ : କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଏବେ ଓଡିଶାରେ ରହିଛି । ତାକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି । କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡିଶାରୁ ଗିରଫ କରାଯାଇଛି । ତା ନିକଟରୁ ଅନେକଗୁଡିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି । ତାକୁ ଯାଜପୁରରୁ ଗିରଫ କରାଯାଇଛି । ବିଭିନ୍ନ ସ୍ଥାନରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଉଥିଲା । ଯାଜପୁର ଜିଲ୍ଲା ନେଉଳପୁର ଠାରୁ ତାକୁ ଗିରଫ କରାଯାଇଛି । କେବେ କେବେ ନିଜକୁ ଡାକ୍ତର ତ କେବେ କେବେ ସେନା ଅଫିସର ବୋଲି ପରିଚୟ ଦେଉଥିଲା । ଅଭିଯୁକ୍ତର ୬ ରୁ ୭ ଜଣ ସ୍ତ୍ରୀ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କାଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡିଶାରେ ବାହା ହୋଇଥିବା କଥା ଜଣାପଡିଛି ।

ହେଲେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଛି ଓ କେଉଁ ଆତଙ୍କୀ ଆକ୍ରମଣରେହେଲେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଛି ଓ କେଉଁ ଆତଙ୍କୀ ଆକ୍ରମଣରେ ତାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

 

The post ଓଡିଶାରେ କାଶ୍ମୀର ଆତଙ୍କବାଦୀ । ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ first appeared on Kanak News.

from Kanak News
via <a href="https://ifttt.com/?

ୟୁଜିସିର ଚେତାବନୀ । ଏଭଳି କଲେଜରେ କରନ୍ତୁ ନାହିଁ ଆଡମିଶନ, ବୈଦ୍ଧ ହେବ ନାହିଁ ଡିଗ୍ରୀ

କନକ ବ୍ୟୁରୋ : ଯଦି ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟର କୋଲାବରେସନ କରିଥିବା ଏଡଟେକ କମ୍ପାନୀ କିମ୍ବା କଲେଜରେ ପ୍ଧଙ୍ଖ ପଢୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏନେଇ ୟୁଜିସି ତରଫରୁ ଚେତବାନୀ ଦିଆଯାଇଛି । ୟୁଜିସି ତରଫରୁ ବିଦେଶୀ ବିଶ୍ୱବିଦ୍ୟାଳୟ ସହ କୋଲାବରେସନ ବ୍ୟବସ୍ଥାରେ ଡିଗ୍ରୀ ପ୍ରଦାନ କରୁଥିବା ଏଡଟେକ କମ୍ପାନୀ କିମ୍ବା କଲେଜକୁ ଚେତାବନୀ ଦିଆଯାଇଛି । ଏହି ଚେତାବନୀରେ ଆୟୋଗ କହିଛି କି, ଏମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୌଣସି ଡିଗ୍ରୀ ବୈଦ୍ଧ ହେବ ନାହିଁ । ଏହାସହ ଏଭଳି କଲେଜରେ ଆଡମିଶନ ନ ନେବାକୁ ୟୁଜିସି ତରଫରୁ ଚେତାବନୀ ଦିଆଯାଇଛି ।

ୟୁଜିସିର ସଚିବ ମନୀଷ ଜୋଶୀ କହିଛନ୍ତି କି, କିଛି ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ମହାବିଦ୍ୟାଳୟ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନଥିବା ବିଦେଶୀ ଭିତ୍ତିକ ଶିକ୍ଷାନୁଷ୍ଠାନ କିମ୍ବା ପ୍ରଦାନକାରୀମାନଙ୍କ ସହ ମିଳିତ ଚୁକ୍ତି କରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ବିଦେଶୀ ଡିଗ୍ରୀ ପ୍ରଦାନ କରିବାରେ ସୁବିଧା ଦେଉଛନ୍ତି । ଏଭଳି ବ୍ୟବସ୍ଥା ପରେ ପ୍ରଦାନ କରାଯାଉଥିବା ଡିଗ୍ରୀକୁ ମଧ୍ୟ ଆୟୋଗ ସ୍ୱୀକୃତି ଦେଉନାହାଁନ୍ତି ।

କିଛି ଏଡଟେକ୍ କମ୍ପାନୀ ଖବରକାଗଜ, ସୋସିଆଲ ମିଡିଆ ଓ ଟେଲିଭିଜନରେ ବିଜ୍ଞାପନ ଦେଉଥିବା ବେଳେ କେତକ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ସହଯୋଗରେ ଅନଲାଇନ ମୋଡରେ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଥିବା ୟୁଜିସିର ନଜରକୁ ଆସିଛି । ଏଭଳି ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ ଅନୁମତି ନାହିଁ ଏବଂ ଏଭଳି କୌଣସି କାର୍ଯ୍ୟକ୍ରମ କିମ୍ବା ଡିଗ୍ରୀକୁ ୟୁଜିସି ମାନ୍ୟତା ମିଳିବ ନାହିଁ । ସମସ୍ତ ଖିଲାପକାରୀ ଏଡଟେକ୍ କମ୍ପାନୀ ଓ ଏଚଇଆଇ ବିରୋଧରେ ପ୍ରଯୁଜ୍ୟ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

The post ୟୁଜିସିର ଚେତାବନୀ । ଏଭଳି କଲେଜରେ କରନ୍ତୁ ନାହିଁ ଆଡମିଶନ, ବୈଦ୍ଧ ହେବ ନାହିଁ ଡିଗ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଝଡ଼ବତାସରେ ଉଡି ଯାଇ ଗଛ ଉପରେ ଲାଗିଲା ଛୁଆ । ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲା ଜୀବନ । ଯାହାକୁ ରଖିବେ ଅନନ୍ତ : କି କରିପାରେ ……..

ଆମେରିକାରେ ଏପରି ଚମତ୍କାର ଘଟିଛି ଯେ ଆପଣ ମଧ୍ୟ ଏହା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।  ଆମେରିକାର ଟେନିସିରେ ପ୍ରବଳ ଝଡ଼ତୋଫାନ ସମୟରେ ନିଜ କ୍ରେଡ ସହିତ ଉଡ଼ିଯାଇଥିବା ଏକ ୪ ମାସର ଶିଶୁ ଚମତ୍କାର ଭାବରେ ବଞ୍ଚିଯାଇଛି ।  ତାଙ୍କ ପିତାମାତା କହିଛନ୍ତି ଯେ ‘ଭଗବାନଙ୍କ କୃପାରୁ’ ସେମାନଙ୍କ ସନ୍ତାନ ନୂତନ ଜୀବନ ପାଇଛି ।

ଶନିବାର ଦିନ ଏକ ଘାତକ ଘୂର୍ଣ୍ଣିବଳୟ ସେମାନଙ୍କ ଘରକୁ ନଷ୍ଟ କରି ଦେଇଥିବା ଦମ୍ପତି କହିଛନ୍ତି । ଏହି ସମୟ ମଧ୍ୟରେ ଘରର ଛାତ ମଧ୍ୟ ଉଡିଯାଇଥିଲା ଏବଂ ସେମାନଙ୍କ ପିଲା କ୍ରେଡ ସହିତ ଉଡିଯାଇଥିଲା । କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ସେ ବଞ୍ଚିଯାଇଛି ।

ଏହାକୁ କୁହନ୍ତି ଯାହାକୁ ରଖିବେ ଅନନ୍ତ : କି କରିପାରେ ବଳବନ୍ତ

ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ କେହି ମାରିପାରିବେ ନାହିଁ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ପିଲାଟି ଯେପରି ଭାବେ ବଞ୍ଚି ଯାଇଛି ତାହା କୌଣସି ଚମତ୍କାର ଠାରୁ କମ ନୁହେଁ ।  ପ୍ରବଳ ବର୍ଷାରେ ଉପୁଡି ପଡ଼ିଥିବା ଏକ ଗଛ ଭିତରେ ପିଲାଟିକୁ ଦେଖିବାକୁ ମିଳିଥିଲା । ଏହି ଝଡ଼ରେ ପିଲାଟିର ଏକ ବର୍ଷର ଭାଇ ଏବଂ ପିତାମାତା କେବଳ ସାମାନ୍ୟ ଆହତ ହୋଇଥିଲେ ।  ପିଲାଟିର ମା’ ସିଡନୀ ମୋର୍ କହିଛନ୍ତି ଯେ ଝଡ଼ ଆସିବା ମାତ୍ରେ ପ୍ରଥମେ ତାଙ୍କ ଘରର ଛାତ ଉଡିଯାଇଥିଲା  ଏବଂ ସେମାନେ କିଛି ବୁଝିବା ଆଗରୁ ପିଲାଟି ଶୋଇଥିବା ଝୁଲା ସହ ଉଡିଯାଇ ଏକ ଗଛ ଉପରେ ଲାଗିଥିଲା । ତାପରେ ଝଡ଼ ପ୍ରକୋପରେ ଆମେ ଆଉ କିଛି ଦେଖିବାକୁ ପାଇଲୁ ନାହିଁ । ଝଡ଼ ବତାସ କମିବା ପରେ ଆମେ ଖୋଜଖୋଜି କରି ତାକୁ ଏକ ଗଛ ମଝିରୁ ପାଇଥିଲୁ ।  ମୋର୍ ଏକ ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ବୟାନ ଅନୁସାରେ କହିଛନ୍ତି ଯେ ଝଡ଼ ଖୁବ ଜୋରେ ବହିବାକୁ ଆରମ୍ଭ କଲା । ପ୍ରଥମେ ଆମ ଘରର ଛାତ ଉଡିଗଲା । ମାତ୍ର କିଛି ସମୟ ପରେ ମୋର ୪ ମାସର ପୁଅ ମଧ୍ୟ ଶୋଇଥିବା ଝୁଲା ସହିତ ଉଡିଗଲା ।  ଏହା ପରେ ତାଙ୍କ ବାପା ତାଙ୍କୁ ବଞ୍ଚାଇବାକୁ ଦୌଡିବାକୁ ଲାଗିଲେ । ଏହି ସମୟରେ କାଳେ ଉଡିଯିବ ବୋଲି ତାଙ୍କର ବଡପୁଅ ପ୍ରିନ୍ସଟନ୍ ର ହାତକୁ ମଧ୍ୟ ସିଏ ଧରିଥିଲେ । ତାପରେ ତାଙ୍କ ଘରର କାନ୍ଥ ମଧ୍ୟ ଭୁଷୁଡିଗଲା । ଜୋର ପବନରେ ମୋ ସ୍ବାମୀ ଏବଂ ବଡ଼ପୁଅ ଏକ ଟ୍ରେଲର ତଳେ ପଡ଼ିଯାଇଥିଲେ । ସେମାନଙ୍କୁ ସାମାନ୍ୟ ଆଘାତ ଲାଗିଛି । ସାମାନ୍ୟ ଖଣ୍ଡିଆ ବ୍ୟତୀତ ମୋର ବିଶେଷ କିଛି ହୋଇନାହିଁ । ଝଡ଼ ଥମିବା ପାରେ ଆମେ ଆମର ସାନ ପୁଅକୁ ଖୋଜିବାକୁ ବାହାରିଥିଲୁ । ବହୁତ ଖୋଜଖୋଜି ପରେ ତାକୁ ଆମେ ଉପୁଡି ପଡିଥିବା ଏକ ଗଛ ମଝିରୁ ପାଇଥିଲୁ । ଏହ ଭଗବାନଙ୍କର କୌଣସି ଚମତ୍କାର ଠାରୁ କମ ନୁହେଁ । ନୂତନ ଜୀବନ ଦେଇଥିବାରୁ ଆମେ ଭଗବାନଙ୍କ ପାଖରେ ଅତ୍ୟନ୍ତ ଋଣି ।

The post ଝଡ଼ବତାସରେ ଉଡି ଯାଇ ଗଛ ଉପରେ ଲାଗିଲା ଛୁଆ । ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲା ଜୀବନ । ଯାହାକୁ ରଖିବେ ଅନନ୍ତ : କି କରିପାରେ …….. first appeared on Kanak News.

from Kanak News
via <a href="https://ifttt.com/?

ବି. ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ କିଏ ହେବେ ନୂଆ ପୋଲିସ ଡିଜି ପୁଣି ବଢ଼ିଲା ଚର୍ଚ୍ଚା । ଦୌଡରେ ଅଛନ୍ତି ୱା.ବି. ଖୁରାନିଆ ଓ ଏ.ଏମ ପ୍ରସାଦ

କନକ ବ୍ୟୁରୋ : ପୁଣି ବଢିଲା ଆଗାମୀ ଡିଜିପିଙ୍କୁ ନେଇ ଚର୍ଚ୍ଚା । ଆଇପିଏସ୍ ବି. ରାଧିକା ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ହେବା ପରେ ଡିଜିପି ଆଉ କେହି ହେବା ସମ୍ଭାବନା ବଢିଛି । ୧୯୮୯ ବ୍ୟାଚର ଏହି ଆଇପିଏସ ଅଧିକାରୀ ନିକଟରେ କେନ୍ଦ୍ର ଡେପୁଟେସନରୁ ଫେରିଥିଲେ । ଜୁଲାଇ ୨୦୨୪ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି । ତେଣୁ ବରିଷ୍ଠତା ଦୃଷ୍ଟିରୁ କୁହାଯାଉଥିଲା ବି. ରାଧିକା ହିଁ ହେବେ ଏବେର ଡିଜିପି ସୁନୀଲ ବଂଶଲଙ୍କ ଉତରାଧିକାରୀ ।

ଏହି ପଦ ପାଇଁ ୭ ଜଣ ଆଇପିଏସ ଅଧିକାରୀଙ୍କ ନାଁ କେନ୍ଦ୍ରକୁ ରାଜ୍ୟ ସରକାର ସୁପାରିସ କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ରେସରେ ୱାଇ. ବି ଖୁରାନିଆ ଏବଂ ଏ. ଏମ ପ୍ରସାଦ ରହିଛନ୍ତି । ଏ. ଏମ୍. ପ୍ରସାଦ ୧୯୮୯ ବ୍ୟାଚର ଆଇପିଏସ ଅଫିସର ବର୍ତମାନ ସେ ଜେଲ ଡିଜି ଦାୟିତ୍ୱରେ ଅଛନ୍ତି । ଅଗଷ୍ଟ ୨୦୨୫ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି । ୱାଇ. ବି. ଖୁରାନିଆ ୧୯୯୦ ବ୍ୟାଚର ଆଇପିଏସ ଅଫିସର । ଏବେ ଦିଲ୍ଲୀରେ ବିଏସଏଫ୍ ୱେଷ୍ଟର୍ଣ୍ଣ କମାଣ୍ଡର ସ୍ୱତନ୍ତ୍ର ଡିଜି ଅଛନ୍ତି । ପୂର୍ବରୁ ସେ ଟ୍ୱିନ ସିଟିର ପୁଲିସ କମିଶନର ଦାୟିତ୍ୱରେ ଥିଲେ । ଖୁରାନିଆ ପୂର୍ବରୁ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ବି. ରାଧିକା ରେସରୁ ବାଦ ପଡିଛନ୍ତି ବୋଲି କୁହାଯାଇପାରିବ ନାହଁ । କାରଣ ନଭେମ୍ବର ୮ରୁ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ତେଣୁ ମାସେ ହେବ ତାଙ୍କୁ କୌଣସି ପଦ ପଦବୀ ମିଳିନଥିବାରୁ ରାଜ୍ୟ ସରକାର ପୋଲିସ ନିଯୁକ୍ତି ବୋର୍ଡର ଦାୟିତ୍ୱ ଦେଇଛନ୍ତି ବୋଲି କୁହାଯାଉଛି ।

The post ବି. ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ କିଏ ହେବେ ନୂଆ ପୋଲିସ ଡିଜି ପୁଣି ବଢ଼ିଲା ଚର୍ଚ୍ଚା । ଦୌଡରେ ଅଛନ୍ତି ୱା.ବି. ଖୁରାନିଆ ଓ ଏ.ଏମ ପ୍ରସାଦ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର: ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା

କନକ ବ୍ୟୁରୋ: ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡିରୁ ନିର୍ବାଚନ ଲଢିବା ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରିମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତି ନେଇଥିବା ଅଶୋକ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସଠିକ୍ ସାବ୍ୟସ୍ଥ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଶ୍ରୀମୟୀଙ୍କୁ ଜିତାଇବା ପାଇଁ ସେ ଆହ୍ୱନ ଦେଇଛନ୍ତି । କିଛି ଦିନ ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ କହି ସ୍ଲୋଗାନ ଦେଇଥିଲେ । ଏବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା ପରେ ଶ୍ରିମୟୀ ବିଜେଡିରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଯାଇଛି । ବିଜେପିରୁ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି । ଏଥର ତାଙ୍କୁ ମଧ୍ୟ ଦଳ ପୁଣି ଥରେ ଟିକେଟ ଦେଇପାରେ । ଆଉ ଯଦି ଏଭଳି ହୁଏ ତେବେ ଭୁବନେଶ୍ୱରରେ ଅପରାଜିତା ଏବଂ ଶ୍ରୀମୟୀଙ୍କ ମଧ୍ୟ ଲଢେଇ ହେବ ।

The post ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର: ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁରର କାଇଁସିର୍ ଠାରେ ଆୟୋଜିତ ହୋଇଛି ନିଃଶୁଳ୍କ ଚର୍ମ ଓ କେଶ , ସ୍ୱାସ୍ଥ୍ୟ ପରାମର୍ଶ ଶିବିର । ସୁସ୍ଥ ଜୀବନ ପାଇଁ ପରାମର୍ଶ ଦେଲେ ଡ. ରାଜ ମିଶ୍ର ।

କନକ ବ୍ୟୁରୋ: ତା ୧୪.୧୨.୨୩ ରିଖରେ ସମ୍ବଲପୁରର କାଇଁସିର୍ ଗ୍ରାମରେ ଆୟୋଜିତ ହୋଇଯାଇଛି ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା । ସମ୍ବଲପୁରର ଜଣେ ନାମୀ ଚର୍ମ ଓ କେଶ ବିଶେଷଜ୍ଞ ଡ. ରାଜ ମିଶ୍ର ସ୍ଵଇଚ୍ଛାରେ ଗ୍ରାମ ବାସୀଙ୍କୁ ସୁସ୍ଥ ଚର୍ମ ଓ କେଶ ବିଷୟରେ ପରାମର୍ଶ ଦେବା ପାଇଁ ଗୋଟିଏ ଶିବିର କରିଥିଲେ।

ଏହି ନିଃଶୁଳ୍କ ପରାମର୍ଶ ଶିବିରର ମୂଳ ଲକ୍ଷ୍ୟ ହେଉଛି ଗ୍ରାମବାସୀଙ୍କ ମଧ୍ୟରେ ସୁସ୍ଥ ଚର୍ମ ଓ କେଶ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଚର୍ମ ବା କେଶ ଜନିତ କୌଣସି ରୋଗକୁ ପୂର୍ବରୁ କେମିତି ପ୍ରତିବନ୍ଧନ କରା ଯାଇପାରିବ ତାହା ବୁଝାଇବା, ଯାହା କି ଅନେକ ବ୍ୟକ୍ତିମାନେ ସାଧରଣତଃ ଧ୍ୟାନ ଦିୟନ୍ତି ନାହିଁ ।

ଡ.ମିଶ୍ର ଗ୍ରାମବାସୀଙ୍କୁ ନିଃଶୁଳ୍କରେ ଚର୍ମ ଓ କେଶ ଜନିତ ସମସ୍ୟା ବିଷୟରେ ପରାମର୍ଶ ଦେଇଥିଲେ ଓ କହିଲେ କି ତାଙ୍କର ଲକ୍ଷ୍ୟ ହେଉଛି ସମ୍ବଲପୁରର ଆଖ ପାଖ ସମସ୍ତ ଗ୍ରାମରେ ଲୋକମାନଙ୍କୁ ଚର୍ମ ଓ କେଶ ଜନିତ ସ୍ବାସ୍ଥ୍ୟ ସେବା କରିବା ଓ ଯେଉଁମାନେ ଆର୍ଥିକ ଅସହାୟ ହୋଇ ଚିକିତ୍ସା ଲାଭ କରି ପାରୁ ନାହାନ୍ତି ତାଙ୍କର ନିଃଶୁଳ୍କରେ ଚିକିତ୍ସା କରିବା । ଏହି ପରାମର୍ଶ ଶିବିରରେ ଖୁବ୍ ସଂଖ୍ୟାରେ ଗ୍ରାମବାସୀ ମାନେ ଯୋଗଦାନ ଦେଇଥିଲେ ଓ ଚିକିତ୍ସଙ୍କ ଏମିତି ନିଃସ୍ୱାର୍ଥପରତା ମନୋଭାବକୁ ଖୁବ୍ ପ୍ରଶଂସା କରିଥିଲେ ।

The post ସମ୍ବଲପୁରର କାଇଁସିର୍ ଠାରେ ଆୟୋଜିତ ହୋଇଛି ନିଃଶୁଳ୍କ ଚର୍ମ ଓ କେଶ , ସ୍ୱାସ୍ଥ୍ୟ ପରାମର୍ଶ ଶିବିର । ସୁସ୍ଥ ଜୀବନ ପାଇଁ ପରାମର୍ଶ ଦେଲେ ଡ. ରାଜ ମିଶ୍ର । first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲି ସେନା କରିବସିଲା ଏକ ବଡ଼ ଭୁଲ । ନିଜର ବନ୍ଧକ ମାନଙ୍କୁ ଶତ୍ରୁ ଭାବି ଗୁଳି କରିଦେଲା ।

ଇସ୍ରାଏଲ୍ ସେନା ଏକ ବଡ ଭୁଲ କରିବସିଛନ୍ତି । ସେମାନେ  ଗାଜାରେ ତାଙ୍କ ନିଜର ତିନି ଜଣ ବନ୍ଧକଙ୍କୁ ଶତ୍ରୁ ଭାବି ଗୁଳି କରି ହତ୍ୟା କରିଛନ୍ତି ।  ଇସ୍ରାଏଲ୍ ସେନା ମୁଖପାତ୍ର ଡାନିଏଲ୍ ହାଗରୀ କହିଛନ୍ତି ଯେ ଇସ୍ରାଏଲ୍ ସୈନିକମାନେ ଭୁଲରେ ବନ୍ଧକମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଦୁଃଖଦ ଘଟଣା ପାଇଁ IDF  ନିଜକୁ ଦାୟୀ କରିଛି ।

ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମରିଥିବା ବନ୍ଧକ ମାନଙ୍କ ସହିତ ଏଥିରେ ଅନେକ ଆତ୍ମଘାତୀ ବିସ୍ଫୋରଣକାରୀ ମଧ୍ୟ ସାମିଲ ହୋଇଥିଲେ। ହାଗରୀ କହିଛନ୍ତି ଯେ ହତ୍ୟା କରାଯାଇଥିବା ତିନି ଜଣ ବନ୍ଧକଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ୟୋଟାମ ହୈମ ଏବଂ ସମର ତାଲାଲକା । ଏଥିସହିତ ସେ ତୃତୀୟ ବନ୍ଧକଙ୍କ ନାମ ପ୍ରକାଶ କରିନଥିଲେ। ହାଗରୀ କହିଛନ୍ତି ଯେ ମୃତକଙ୍କ ପରିବାର ଏପରି କରିବାକୁ ମନା କରି ଦେଇଛନ୍ତି ।

ଅକ୍ଟୋବର ୭  ତାରିଖରୁ ଏହି ବନ୍ଧକମାନେ ଇସ୍ରାଏଲରୁ ହମାସ ଆତଙ୍କବାଦୀ ମାନଙ୍କ ଦ୍ଵାରା ଅପହୃତ ହୋଇଥିଲେ ।

ଇସ୍ରାଏଲି ସେନା ଦ୍ଵାରା ହେଇଛି ବଡ଼ ଭୁଲ

ଏଥି ସହିତ ଯେତେବେଳେ ହାଗରୀଙ୍କୁ ପଚରାଯାଇଥିଲା ଯେ ଏହି ତିନି ଜଣ ବନ୍ଧକ ହମାସଙ୍କ କବଳରୁ ପଳାୟନ କରିବାରେ କିପରି ସଫଳ ହୋଇଥିଲେ ।  ଏହାର ଉତ୍ତରରେ ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ତିନିଜଣ ବନ୍ଧକ ହମାସ କବଳରୁ କିପରି ପଳାୟନ କରିବାରେ ସକ୍ଷମ ହେଲେ ଆମେ ସଠିକ ଭାବେ ଜାଣିପାରିନାହୁଁ କିନ୍ତୁ ଏହି ତିନିଜଣ ପଳାୟନ କରିବାଏ ସଫଳ ହେଇଥିଲେ । ଆତଙ୍କବାଦୀ ସହ ଗୁଳି ବିନିମୟ ପରେ ସ୍କାନ ଏବଂ ଅନୁସନ୍ଧାନ ବେଳେ ମୃତକଙ୍କ ପରିଚୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏବଂ ଆମେ ପରେ ଏମାନଙ୍କର ପରିଚୟ ଜାଣିବାକୁ ପାଇଲୁ ।

ଏହା ପରେ ସେମାନଙ୍କ ଶବକୁ ତୁରନ୍ତ ପରୀକ୍ଷା ପାଇଁ ଇସ୍ରାଏଲକୁ ଅଣାଯାଇଥିଲା, ଯେଉଁଠାରେ ବନ୍ଧକମାନଙ୍କୁ ଚିହ୍ନଟ କରାଯାଇଥିଲା । ସେ କହିଛନ୍ତି ଯେ ଏହି ଦୁଃଖଦ  ଘଟଣାରେ ଆମେ ସମସ୍ତେ ଦୁଃଖିତ ଏବଂ ଏଥିପାଇଁ IDF ନିଜେ ଦାୟୀ ।

ଗାଜାରେ ୧୮,୦୦୦ ରୁ ଅଧିକ ମୃତ

ଅକ୍ଟୋବର ୭ , ହମାସ ଆକ୍ରମଣ ପରଠାରୁ ଇସ୍ରାଏଲ ଗାଜା ଉପରେ ଲଗାତାର ଆକ୍ରମଣ ଜାରି ରଖିଛି । ମଝିରେ ମାତ୍ର କିଛିଦିନ ପାଇଁ ଯୁଦ୍ଧବିରାମ ହେଇଥିଲା । ଯେଉଁ ସମୟରେ ବନ୍ଧକ ବିନିମୟ ଚାଲିଥିଲା । କିଛି ଇସ୍ରାଏଲି ବନ୍ଧକ ବିନିମୟରେ ଇସ୍ରାଏଲ କିଛି ପଲେଷ୍ଟାଇନିୟ ବନ୍ଦୀକୁ ମୁକ୍ତ କରିଥିଲା ଓ କିଛିଦିନ ପାଇଁ ଯୁଦ୍ଧ ସ୍ଥଗିତ ରଖିଥିଲା । ଯୁଦ୍ଧବିରାମ ପାରେ ଇସ୍ରାଏଲ ପୁଣି ଥରେ ଗାଜା ଉପରେ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରେ ଏଯାଏ ୧୮,୦୦୦ ରୁ ଉର୍ଦ୍ଧ ଲକଙ୍କର ମୃତ୍ଯୁ ଘଟିଲାଣି । ହମାସର ଅନ୍ତ ନେହବା ଯାଏ ଆକ୍ରମଣ ଜରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।

The post ଇସ୍ରାଏଲି ସେନା କରିବସିଲା ଏକ ବଡ଼ ଭୁଲ । ନିଜର ବନ୍ଧକ ମାନଙ୍କୁ ଶତ୍ରୁ ଭାବି ଗୁଳି କରିଦେଲା । first appeared on Kanak News.

from Kanak News
via <a href="https://ifttt.com/?

ଆୟକର ଜବତ ଟଙ୍କାକୁ ନେଇ ତେଜିଲା ବାକ୍ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ହେଉଛନ୍ତି ଧୀରଜ ସାହୁ ।

କନକ ବ୍ୟୁରୋ: ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ କଂଗ୍ରେସ ସାଂସଦ ଧୀରଜ ସାହୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଟି ରେଡ୍ ଘଟଣାରେ ମୁହଁ ଖୋଲି କଂଗ୍ରେସ ସାଂସଦ ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହିତ କଂଗ୍ରେସର ଲିଙ୍କ ନାହିଁ । ଏହା ତାଙ୍କ ପରିବାରର ଟଙ୍କା । ଏହାପରେ ଧୀରଜଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି । ଆଉ କହିଛନ୍ତି, ଦୁନିଆ ଜାଣିଛି ଧୀରଜ ସାହୁ ହେଉଛନ୍ତି ଗାନ୍ଧୀ ପରିବାରର ଏଟିଏମ୍ ।

ଆୟକର ରେଡର ସପ୍ତାହକ ପରେ ଧୀରଜ ସାହୁ ଯେଉଁଭଳି ସଫେଇ ଦେଇଛନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗତକାଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ସାଂସଦ । ଧୀରଜ କହିଥିଲେ, ଜବତ ହୋଇଥିବା ଟଙ୍କା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ବଡ଼ ପରିବାର ହୋଇଥିବା ବେଳେ ପରିବାରର ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି ଏବଂ ଏହା ପାରିବାରିକ ବ୍ୟବସାୟର ଟଙ୍କା ବୋଲି ସଫେଇ ରଖିଥିଲେ ଧୀରଜ ।

ତାଙ୍କ ପରିବାର ବର୍ଷ ବର୍ଷ ଧରି ମଦ ବ୍ୟବସାୟରେ ସଂପୃକ୍ତ ରହିଛି । ବ୍ୟବସାୟ ଏବଂ ଟିକସ ଦେବା ପାଇଁ କିଛି ଟଙ୍କା ରଖାଯାଇଥିଲା ବୋଲି କହିଛନ୍ତି । ସେହିପରି ଦଳକୁ ସୁରକ୍ଷା ଦେବାକୁ ଯାଇ ଜବତ ଟଙ୍କା ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । ତେବେ ସମୟ ଆସିଲେ, ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଝାଡ଼ଖଣ୍ଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧୀରଜ ସାହୁ । କିନ୍ତୁ ଦୀର୍ଘ ଦିନ ଧରି ନିରବ ଥିବା ଧୀରଜ ହଠାତ ମୁହଁ ଖୋଲି କଂଗ୍ରେସକୁ ଏହି ସମୟରେ କ୍ଲିନଚିଟ୍ ଦେଇଛନ୍ତି ଯେତେବେଳେ କେନ୍ଦ୍ରର ଶାସକ ଦଳ ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ଆସୁଛି ।

The post ଆୟକର ଜବତ ଟଙ୍କାକୁ ନେଇ ତେଜିଲା ବାକ୍ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ହେଉଛନ୍ତି ଧୀରଜ ସାହୁ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭାରତ ପାଳୁଛି ବିଜୟ ଦିବସ: ଆଜିର ଦିନରେ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ପାକିସ୍ତାନୀ ସେନା

କନକ ବ୍ୟୁରୋ : ଆଜି ଭାରତ ପାଳୁଛି ବିଜୟ ଦିବସ । କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନାଙ୍କ ପାଖରେ କରିଥିଲେ ଆତ୍ମସମର୍ପଣ । ଏହି ଯୁଦ୍ଧ ଭାରତ ପାଇଁ ଥିଲା ଐତିହାସିକ । କେବଳ ଭାରତ ପାଇଁ ନୁହେଁ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ ଥିଲା । କାରଣ ଏହି ଯୁଦ୍ଧର ଫଳାଫଳରେ ଗଠନ ହୋଇଥିଲା ବାଂଲାଦେଶ । ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତା, ଅଦମ୍ୟ ସାହସିକତାକୁ ବର୍ତ୍ତମାନ ଯାଏଁ ମଧ୍ୟ ମନେ ରଖିଛନ୍ତି ଦେଶବାସୀ ।

ପୂର୍ବ ପାକିସ୍ତାନ ଯାହାର ବର୍ତ୍ତମାନର ନାଁ ବାଂଲାଦେଶ । ପୂର୍ବ ପାକିସ୍ତାନର ଭାଷା ଓ ସଂସ୍କୃତିକୁ ବିରୋଧ କରୁଥିଲା ପାକିସ୍ତାନ ଆଉ ତାଙ୍କ ଉପରେ କରୁଥିଲା ଅତ୍ୟାଚାର । ହେଲେ ଏହି ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲେ ପୂର୍ବ ପାକିସ୍ତାନୀ । ଫଳରେ ୧୯୭୧ ମସିହାରେ ପୂର୍ବ ପାକିସ୍ତାନର ଲୋକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା ପାକିସ୍ତାନ ସେନା ।

ଫଳରେ ପୂର୍ବ ପାକିସ୍ତାନରେ ଆରମ୍ଭ ହୋଇଥିଲା ନରସଂହାର । ଆଉ ଭୟରେ ଲୋକମାନେ ପୂର୍ବ ପାକିସ୍ତାନ ସୀମାକୁ ଲାଗିଥିବା ଭାରତୀୟ ରାଜ୍ୟ ଗୁଡିକୁ ଚାଲିଆସିଥିଲେ । ପ୍ରାୟ ୧୦ ଲକ୍ଷ ଶରଣାର୍ଥୀ ଭାରତ ଭିତରକୁ ଚାଲି ଆସିଥିବା ଖବର ପାଇଥିଲା ଭାରତ । ଏହି ଖବର ପାଇବା ପରେ ଭାରତୀୟ ସେନାଙ୍କୁ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଏହାସହ ଅନ୍ତରଷ୍ଟ୍ରୀୟ ସ୍ତରରେ ମଧ୍ୟ ପାକିସ୍ତାନ ଉପରେ ଚାପ ପକାଇଥିଲା ଭାରତ ।

ପାକିସ୍ତାନର ପୂର୍ବ ପାକିସ୍ତାନ ଉପରେ ଏଭଳି ଆକ୍ରମଣ ଯୋଗୁଁ ଭାରତର କେତେକ ରାଜ୍ୟରେ ଶାନ୍ତି ଭଙ୍ଗ ହେଉଥିଲା । ଧିରେ ଧିରେ ପୂର୍ବ ପାକିସ୍ତାନରେ ସ୍ଥିତି ଅତି ଗମ୍ଭୀର ହେବାର ଲାଗିଥିଲା । ପୋଲିସ, ପାରାମିଲିଟୀରୀ ଫୋର୍ସ, ଇଷ୍ଟ ବଙ୍ଗାଲ ରେଜିମେଣ୍ଟର ସୈନିକ ମାନେ ପୂର୍ବ ପାକିସ୍ତାନକୁ ସ୍ୱାଧୀନ ଘୋଷଣା କରି ପାକିସ୍ତାନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ । ଏଥିରେ ଭାରତ ମଧ୍ୟ ସାହାଯ୍ୟ କରିଥିଲା । ଆଉ ସେଠାକାର ଲୋକଙ୍କୁ ସେନାର ଟ୍ରେନିଂ ମଧ୍ୟ ଦେଇଥିଲା । ଯାହା ଫଳରେ ସେଠାରେ ମୁକ୍ତି ବାହିନୀ ସେନା ଜନ୍ମ ନେଇଥିଲା ।

ଏହାର ବଦଲା ନେବା ପାଇଁ ପାକିସ୍ତାନର କେତକ ବିମାନ ୩ ଡିସେମ୍ବର ୧୯୭୧ରେ ଭାରତର କିଛି ସ୍ଥାନରେ ଆକ୍ରମଣ କରିଥିଲା । ଯାହା ଫଳରେ ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଏହାପରେ ଭାରତ ଅପରେସନ ଟ୍ରାଇଡେଣ୍ଡ ଆରମ୍ଭ କରିଥିଲା । ଏହାଦ୍ୱାରା ୫ ଡିସେମ୍ବର ୧୯୭୧ରେ ଭାରତୀୟ ନୌସେନା କରାଚୀରେ ଥିବା ପାକିସ୍ତାନୀ ନାଭି ହେକ୍ୱାଟରକୁ ବୋମା ମାଡ କରିଥିଲେ । ଏହାପରେ ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ । ପରେ ପାକିସ୍ତାନୀ ସେନାଙ୍କୁ ନିଜ କବଜାରେ ଆଣିଥିଲା ଭାରତ । ଶେଷରେ ଆତ୍ମସମର୍ପଣ କରିବାକୁ ପାକିସ୍ତାନ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଭାରତୀୟ ସେନା ମୁଖ୍ୟ ମାଣିକସା ।

ଏହାପରେ ପାକିସ୍ତାନର ୯୩ ହଜାର ସୈନିକ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧରେ ପ୍ରାୟ ୩ ହଜାର ୯୦୦ ସୈନିକ ସହିଦ ହୋଇଥିଲେ । ଏହାସହ ୯ ହଜାର ୮୫୧ ଜଣ ସୈନିକ ଆହତ ହୋଇଥିଲେ । ଯୁଦ୍ଧରେ ବିଜୟୀ ହେବା ପରେ ପୂର୍ବ ପାକିସ୍ତାନକୁ ବାଂଲାଦେଶ ଭାବେ ଗଠନ କରାଯାଇଥିଲା । ପାକିସ୍ତାନ ଉପରେ ଭାରତର ଏହି ଐତିହାସିକ ଯୁଦ୍ଧକୁ ବିଜୟ ଦିବସ ଭାବେ ପାଳନ କରାଯାଏ ।

The post ଆଜି ଭାରତ ପାଳୁଛି ବିଜୟ ଦିବସ: ଆଜିର ଦିନରେ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ପାକିସ୍ତାନୀ ସେନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started