ଦୁର୍ଘଟଣା ନେଉଛି ଜୀବନ । ନବରଙ୍ଗପୁରରେ ଶ୍ୱଶୁର- ଜ୍ୱାଇଁ ମୃତ । ଏପଟେ ସାକ୍ଷୀଗୋପାଳ-ଇନ୍ଦିପୁର ରାସ୍ତାରେ ଦୁର୍ଘଟଣାରେ ଗଲା ୨ ଜୀବନ ।

କନକ ବ୍ୟୁରୋ: ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବା ସମୟରେ ସଡକ ଦୁର୍ଘଟଣାରେ ଶଶୁର ଜ୍ୱାଇଁ ମୃତ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଶଶୁର ଓ ଜ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ,ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମ ପଞ୍ଚାୟତର ଭୀମାଟିକରା ଗ୍ରାମର ଲକ୍ଷଣ ଜାନୀ(୩୦)ଙ୍କ ପିଉସୀର ଗତ କାଲି ରାତିରେ ମୃତ୍ୟୁ ଘଟିଥିଲା । ଆଜି ଶୁଦ୍ଧିକ୍ରିୟା ଥିବାରୁ ଗଞ୍ଜାପାରା ଗ୍ରାମପଞ୍ଚାୟତର ମାରଙ୍ଗପାଲି କଲୋନୀ ରେ ରହୁଥିବା ନିଜ ଶଶୁର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଖବର ପାଇ ଶ୍ୱଶୁର ବାଲି ଜାନୀ(୬୫)ଙ୍କୁ ସଙ୍ଗରେ ନେଇ ନିଜ ଗ୍ରାମକୁ ଯିବାକୁ ବାହାରି ଥିଲେ । ଆଜି ସକାଳୁ ବାଇକରେ ଯିବା ସମୟରେ ରାଇଘର ମୁଖ୍ୟ ବଜାର ଉପରେ ଅବସ୍ଥିତ ଡାକଘର ସମ୍ମୁଖରେ ଏକ ନୂତନ ଟ୍ରକ ଚକ ତଳେ ପଡି ଯାଇଥିଲେ । ଘଟଣା ସ୍ଥଳରେ ହିଁ ଶଶୁର ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଥିବା ବେଳେ ଶବ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରି ତଦନ୍ତ ଜାରି ରଖିଛନ୍ତି ।ପରିବାର ଲୋକେ ମେଡିକାଲକୁ ପହଞ୍ଚି ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।ଅନ୍ୟପଟେ ପୁରୀ ସାକ୍ଷୀଗୋପାଳ ରାସ୍ତାରେ ମଧ୍ୟ ଏକ ସଡକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

The post ଦୁର୍ଘଟଣା ନେଉଛି ଜୀବନ । ନବରଙ୍ଗପୁରରେ ଶ୍ୱଶୁର- ଜ୍ୱାଇଁ ମୃତ । ଏପଟେ ସାକ୍ଷୀଗୋପାଳ-ଇନ୍ଦିପୁର ରାସ୍ତାରେ ଦୁର୍ଘଟଣାରେ ଗଲା ୨ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଇନଷ୍ଟା ଇନଫ୍ଲୁଏନ୍ସର ତଥା ପ୍ରେମିକା ପ୍ରିୟା ସିଂ ଉପରେ ଗାଡି ଚଢାଇଦେଲା ପ୍ରେମିକ । ଯୁକ୍ତିତର୍କରୁ ହତ୍ୟା ଉଦ୍ୟମ ।

କନକ ବ୍ୟୁରୋ: ପ୍ରେମିକା ଉପରେ ଗାଡି ଚଢାଇଦେଲା ପ୍ରେମିକ । ଯୁକ୍ତିତର୍କ ପରେ ପ୍ରେମିକ ଉପରେ ରେଞ୍ଜ ରୋଭର କାର ଚଢାଇ ଦେଇଛି ବଏଫ୍ରେଣ୍ଡ । ମହାରାଷ୍ଟ ଥାନେରୁ ଏଭଳି ଖବର ଆସିଛି । ଯୁବତୀ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପ୍ରେମିକା ପ୍ରିୟା ସିଂ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । କାରଣ ଗାଡି ଚଢାଇଦେଇଥିବା ଯୁବକ ମହାରାଷ୍ଟ୍ରର ରୋଡ ଟ୍ରାନ୍ସପୋର୍ଟ ଡେଭଲପମେଣ୍ଟ କର୍ପୋରେନର ଏମଡି ଅନିଲ ଗାୟକ୍ୱାଡଙ୍କ ପୁଅ ।

ତେବେ ପୁରା ଘଟଣା ସମ୍ପର୍କରେ ପ୍ରିୟା ନିଜ ଇନଷ୍ଟଗ୍ରାମରେ ଲେଖିବା ସହ ତାଙ୍କ ବଏଫ୍ରେଣ୍ଡ ଅଶ୍ୱଜିତ୍ ଏବଂ ହସ୍ପିଟାଲ ବେଡରେ ଥିବାର କିଛି ଫଟୋ ସେୟାର କରିଛନ୍ତି । ପ୍ରିୟା କହିଛନ୍ତି, ଅଶ୍ୱଜିତ୍ଙ୍କ ନିମନ୍ତ୍ରଣ କ୍ରମେ ସେ ଡିସେମ୍ବର ୧୧ ତାରିଖ ଭୋର ୪ ଟା ବେଳେ ସେ ତାଙ୍କର ତାଙ୍କୁ ଦେଖା କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ୍ ତାଙ୍କୁ ନଜାଣିବା ଭଳି ବ୍ୟବହାର କରିଥିଲେ । ଅଶ୍ୱଜିତଙ୍କ ସହ ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରିଥିଲେ । ଏପରିକି ତାଙ୍କୁ ଅଶ୍ୱଜିତ୍ ଚାପୁଡା ମାରିବା ସହ ଚୁଟି ଘୋଷାରି ମାଡ ମାରିଥିଲେ । ପରେ ଯୁବତୀଙ୍କ ଜଣଙ୍କ କାରରୁ ତାଙ୍କ ବ୍ୟାଗ ଓ ମୋବାଇଲ ଆଣିବାକୁ ଯାଉଥିବା ବେଳେ ଅଶ୍ୱଜିତ୍ ଉପରେ ଗାଡି ଚଢାଇ ଦେଇଥିଲେ । ପରେ ଅଶ୍ୱଜିତ୍ ତାଙ୍କୁ ଅସହାୟ ଅବସ୍ଥାର ଛାଡି ପଳାଇଯାଇଥିଲେ ।

ଘଟଣା ସ୍ଥଳରେ ଅନ୍ୟ ଲୋକ ପହଞ୍ଚିି ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ପ୍ରିୟାଙ୍କ ବାମ ଗୋଡ ଭାଙ୍ଗିଯାଇଥିବା ବେଳେ ବେକ, ହାତରେ ଗୁରୁତର ଆଘତ ଲାଗିଛି । ୬ ମାସ ପର୍ଯ୍ୟନ୍ତ ସେ ଚାଲିପାରିବେ ନାହିଁ ବୋଲି ପ୍ରିୟା ପୋଲିସକୁ କହିଛନ୍ତିି ।

The post ଇନଷ୍ଟା ଇନଫ୍ଲୁଏନ୍ସର ତଥା ପ୍ରେମିକା ପ୍ରିୟା ସିଂ ଉପରେ ଗାଡି ଚଢାଇଦେଲା ପ୍ରେମିକ । ଯୁକ୍ତିତର୍କରୁ ହତ୍ୟା ଉଦ୍ୟମ । first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

କନକ ବ୍ୟୁରୋ: ଡିସେମ୍ବର ଶେଷ ସୁଦ୍ଧା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ । ହାତରେ ଆଉ ଅଳ୍ପ ଦିନ ରହିଛି । ଏହାରି ଭିତରେ ପୁରୀ ଗସ୍ତ କରି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି । ଆଜି ପ୍ରତ୍ୟୁଷରୁ ପାଣ୍ଡିଆନ୍ ଗସ୍ତ କରି ଏହି ସମୀକ୍ଷା କରିଛନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନ ବୁଲି କାମର ଅଗ୍ରଗତିକୁ ଦେଖିଥିଲେ । ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଭାବେ ଦିଅଁ ଦର୍ଶନ କରିପାରିବେ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମନ୍ଦିରକୁ ଆସୁଥିବା ଲୋକେ କିଭଳି ତାଙ୍କ ଯାନବାହାନ ଠିକ୍ ଭାବେ ପାର୍କିଂ କରିପାରିବେ ତା ଉପରେ ମଧ୍ୟ ସମୀକ୍ଷା କରିଥିଲେ । ନୂଆ ବର୍ଷରେ ଶ୍ରଦ୍ଧାଳୁ ନୂଆ ଅନୁଭୁତି ପାଆନ୍ତୁ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୭ରେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପର ଲୋକାର୍ପଣ ହେବ ।

 

The post ପୁରୀ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । first appeared on Kanak News.

from Kanak News
via <a href="https://ifttt.com/?

୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାଇଛନ୍ତି ୧୨ ଶହ କୋଟି ଟଙ୍କା । ୫୨୯ କୋଟି ସହ ଶୀର୍ଷରେ ବିଆରଏସ୍ ।

କନକ ବ୍ୟୁରୋ: ୨୦୨୨-୨୩ ଆର୍ଥିକ ବର୍ଷରେ ୫ ଆଞ୍ଚଳିକ ରାଜନୈତିକ ଦଳକୁ ମିଳିଛି ଏକ ହଜାର ୨୦୦ କୋଟି ଟଙ୍କାର ନିର୍ବାଚନ ଚାନ୍ଦା । ପୂର୍ବ ବର୍ଷଠାରୁ ଏହା ସାମାନ୍ୟ କମ୍ । ୨୦୨୧-୨୨ରେ ଏକ ହଜାର ୩୩୮ କୋଟି ଟଂକା ମିଳିଥିଲା । ଚଳିତ ଆର୍ଥିକ ବର୍ଷରେ ବିଆରଏସ ୫୨୯ କୋଟି ଟଙ୍କା ସହ ସର୍ବାଧିକ ଚାନ୍ଦା ପାଇଛି । ଏହାପରେ ୩୨୫ କୋଟି ୧୦ ଲକ୍ଷ ସହ ଟିଏମସି ଦ୍ୱିତୀୟ ସ୍ଥାନରେ ରହିଛି । ତା’ପଛକୁ ରହିଛି ଡିଏମକେ ।

ତାମିଲନାଡୁର ଏହି ଶାସକ ଦଳ ୧୮୫ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ପାଇଛି । ଏହି ତାଲିକାର ଚତୁର୍ଥରେ ରହିଛି ବିଜେଡି । ଓଡିଶାରେ ୨୩ ବର୍ଷ ଧରି କ୍ଷମତାରେ ଥିବା ଏହି ଦଳ ବର୍ଷକରେ ୧୫୨ କୋଟି ଟଂକା ପାଇଛି । ଶେଷରେ ରହିଛି ଆନ୍ଧ୍ରପ୍ରଦେଶରେ ଶାସକ ଦଳ ୱାଇଏସଆର କଂଗ୍ରେସ । ଏହା ୫୨ କୋଟି ଟଂକା ଚାନ୍ଦା ଆକାରରେ ପାଇଛି । ବିଜେଡି ୨୦୨୧-୨୨ରେ ୨୯୧ କୋଟି ଟଂକା ପାଇଥିଲା । ଚଳିତ ଥର କିନ୍ତୁ ଏହା ପାଖାପାଖି ଅଧା କମିଯାଇଛି । ଏହାବାଦ୍ ଏହି ରାଜନୈତିକ ଦଳ ଗୁଡିକର ଅନ୍ୟ ଉତ୍ସରୁ ଆୟ ରହିଛି । ସେହିପରି ଆମ୍ ଆଦମୀ ପାର୍ଟି ଯଦିଓ ଏବେ ଜାତୀୟ ଦଳର ମାନ୍ୟତା ପାଇଛି । ଦଳ ୨୦୨୨-୨୩ରେ ୩୬.୫ କୋଟି ଟଂକା ଚାନ୍ଦା ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିପିଏମ୍ କୌଣସି ଚାନ୍ଦା ପାଇନାହିଁ ।

The post ୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାଇଛନ୍ତି ୧୨ ଶହ କୋଟି ଟଙ୍କା । ୫୨୯ କୋଟି ସହ ଶୀର୍ଷରେ ବିଆରଏସ୍ । first appeared on Kanak News.

from Kanak News
via <a href="https://ifttt.com/?

ଷ୍ଟାର୍ଟ ନହେବାରୁ ଜନନୀ ଆମ୍ବୁଲାନ୍ସକୁ ପଛରୁ ଠେଲିଲେ ଲୋକେ । ଗୋପରେ ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ଗୋପରେ ଗୋଟିଏ ପଟେ ଆମ୍ବୁଲାନ୍ସର ଅଭାବକୁ ନେଇ ବୈଠକ ଚାଲିଛି । ଅନ୍ୟପଟେ ଠେଲି ଠେଲି ନିଆଯାଉଛି ଆମ୍ବୁଲାନ୍ସ । କୁଶୁପୁରୁ ଠାରେ ଜିଲ୍ଲା ସ୍ତରୀୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ନେଇ ଗତକାଲି ବୈଠକ ବସିଥିଲ।। ଏହି ସମୟରେ ଠେଲିଲେ ଆମ୍ବୁଲାନ୍ସ ଗଡୁଥିବା ଦେଖିବାକୁ ମିଳିଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଦୁଇ ଗୋଟି ଆମ୍ବୁଲାନ୍ସ କିଛି ଦିନ ଧରି ଅଚଳ ହୋଇ ଥିବା ବେଳେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଗୋଟିଏ ଜନନୀ ଆମ୍ବୁଲାନ୍ସ ଠେଲା ହେବା ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୧୦୮ ଆମ୍ବୁଲାନ୍ସର ଏପରି ବିପର୍ଯ୍ୟସ୍ତ ଚିତ୍ର ଦେଖିବାକୁ ମିଳିଛି ।ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୮ ଗୋଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ଜନନୀ ଆମ୍ବୁଲାନ୍ସ ଗୋଟିଏ ରହିଥିବା ବେଳେ ଆଉ ୪ ଗୋଟି ୧୦୮ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ରହିଛି । ମାତ୍ର ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ଏହି ସବୁ ଆମ୍ବୁଲାନ୍ସ ଗୁଡ଼ିକ ଅଚଳ ହୋଇ ପଡିଥିବା ବେଳେ କିଛି ଆମ୍ବୁଲାନ୍ସକୁ ଠେଲା ହେଉଥିବା ଦେଖିବାକୁ ମିଳିଛି ।

The post ଷ୍ଟାର୍ଟ ନହେବାରୁ ଜନନୀ ଆମ୍ବୁଲାନ୍ସକୁ ପଛରୁ ଠେଲିଲେ ଲୋକେ । ଗୋପରେ ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଗତକାଲିଠୁ ଢେଙ୍କାନାଳ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଚାଲିଛି ଚଢାଉ ।

କନକ ବ୍ୟୁରୋ: ଆଉ ଏକ ମଦ କମ୍ପ।।ନୀ ଉପରେ ଆୟକର ବିଭାଗର ରେଡ୍ । ଗତକାଲିଠୁ ଢେଙ୍କାନାଳରେ ଥିବା ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ରେଡ଼ କରୁଛି ଆୟକର ବିଭାଗ । ଟିକସ ଫାଙ୍କିିଥିବା ଅଭିଯୋଗରେ ଆୟକର ଟିମର ଦୁଇଟି ଟିମ ରେଡ଼ କରୁଛନ୍ତି । ୨୦୧୨ ମସିହା ମେ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି ଏହି କମ୍ପାନୀ । ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟ ବ୍ଲିଣ୍ଡିଙ୍ଗ, ବଟଲିଙ୍ଗ, ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଙ୍ଗ ପାଇଁ ଅନୁମତି ପାଇଛି । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଏ ନେଇ ଆୟକର ବିଭାଗ ପକ୍ଷରୁ ରେଡ଼ ହୋଇଛି ।

The post ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଗତକାଲିଠୁ ଢେଙ୍କାନାଳ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଚାଲିଛି ଚଢାଉ । first appeared on Kanak News.

from Kanak News
via <a href="https://ifttt.com/?

ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ଦୁଇ ଜଣଙ୍କ ମୃତ୍ୟୁ । ମିଳିଲା ମୃତକଙ୍କ ପରିଚୟ ।

କନକ ବ୍ୟୁରୋ: ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଂଟିରେ ପିଟିହୋଇ ଦୁଇ ଜଣଙ୍କ ମୃତୁ ହୋଇଛି । ମୃତ ଯୁବକ ମାନେ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢ଼ୀ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି ।

The post ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ଦୁଇ ଜଣଙ୍କ ମୃତ୍ୟୁ । ମିଳିଲା ମୃତକଙ୍କ ପରିଚୟ । first appeared on Kanak News.

from Kanak News
via <a href="https://ifttt.com/?

ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନ ଜେନାଙ୍କୁ ମିଳିଲା ଭତ୍ତା । ସେବା କରୁଛନ୍ତି ସ୍ୱେଚ୍ଛାସେବୀ ।

କନକ ବ୍ୟୁରୋ: ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନଜେନାଙ୍କୁ ମିଳିଲା ଭତ୍ତା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରେମୁଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତାଗିଦ୍ ପରେ ଜନ ଜେନାଙ୍କୁ ୯ମାସର ଭତା ବାବଦକୁ ୭ହଜାର ୭୦୦ ଟଙ୍କା ଦେଇଛନ୍ତି ବ୍ୟାଙ୍କ ପ୍ରତିନିଧି ।

ଏପରିକି ସ୍ୱେଚ୍ଛାସେବୀ ପହଞ୍ଚି ଜନ ଜେନାଙ୍କୁ ସଫା ସୁତୁରା କରି ଔଷଧ ଲଗାଇ ଡ୍ରେସିଂ କରି ନିତ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ସହାୟତାର ହାତ ବଢାଇଛନ୍ତି । ରେମୁଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନ୍ୟ ଅଧିକାରୀଙ୍କ ସହ ଜନଙ୍କ ଘରେ ବଞ୍ଚିତ ସରକାରୀ ସହାୟତା ସହ ହ୍ୱ୍ିଲ ଚେୟାର ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଜନ ଜେନା କ୍ୟାନ୍ସରରେ ପୀଡ଼ିତ ହୋଇ ଦୃଷ୍ଟିଶକ୍ତି ହରାଇବା ପରେ ଶରୀର ମଧ୍ୟ ଅଚଳ ହୋଇ ପଡ଼ିଥିଲା । ଯାହା ପରେ ଭତା ପାଇଁ ବ୍ୟାଙ୍କକୁ ଯାଇନପାରିବାରୁ ୯ମାସ ହେବ ଭତାରୁ ବଞ୍ଚିତ ହୋଇଥିଲେ । ଏ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା ।

The post ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନ ଜେନାଙ୍କୁ ମିଳିଲା ଭତ୍ତା । ସେବା କରୁଛନ୍ତି ସ୍ୱେଚ୍ଛାସେବୀ । first appeared on Kanak News.

from Kanak News
via <a href="https://ifttt.com/?

ଜଳିପୋଡି ପାଉଁଶ ହେଲା ଦୋକାନ । ଦୀର୍ଘ ସମୟ ପ୍ରୟାସ ପରେ ନିଆଁ ଲିଭାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ ।

କନକ ବ୍ୟୁରୋ: ଚାହୁଁଚାହୁଁ ଜଳିଗଲା ସବୁକିଛି । କିଛି ସମୟ ଭିତରେ ଦୋକାନର ସବୁକିଛି ଜଳିପୋଡ଼ି ଝାରଖାର ହୋଇଯାଇଛି । ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରର ରାସ୍ତା କଡ଼ରେ ଏକ ଦୋକାନରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ନିଆଁ ଲାଗିବାରୁ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଦୋକାନରୁ ଧୂଅାଁ ବାହାରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସେତେବେଳକୁ ଦୋକାନର ଅନେକ ସାମଗ୍ରୀ ପୋଡ଼ି ଜଳିଯାଇଥିଲା ।

The post ଜଳିପୋଡି ପାଉଁଶ ହେଲା ଦୋକାନ । ଦୀର୍ଘ ସମୟ ପ୍ରୟାସ ପରେ ନିଆଁ ଲିଭାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ । first appeared on Kanak News.

from Kanak News
via <a href="https://ifttt.com/?

ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ର । “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଗୁରୁତ୍ୱ ।

କନକ ବ୍ୟୁରୋ: ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଛି । ଶିଳ୍ପ ଉଦ୍ୟୋଗର ବିଶେଷ ଦିଗ ଉପରେ ଆଲୋଚନା କରିବା ପାଇଁ ଓ – ହବ୍ ଅଡିଟୋରିୟମ ଠାରେ ଶିଳ୍ପ ବିଶେଷଜ୍ଞ, ମହିଳା ଉଦ୍ୟୋଗୀ ଏବଂ ନୀତି ନିର୍ମାତା ମାନେ ଏକତ୍ରିତ ହୋଇଥିଲେ । ଆଇ ସି ସି,ଆଇ ଟି ଓ ଷ୍ଟାର୍ଟ ଅପ୍ କମିଟି ଏବଂ ଆଇ ସି ସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ଦ୍ୱାରା ଷ୍ଟାର୍ଟ ଅପ୍ ଓଡ଼ିଶା ସହଯୋଗ ଦ୍ୱାରା ସଫଳ ଭାବେ ଆୟୋଜିତ ହୋଇଯାଇଛି ।

କାର୍ଯ୍ୟକ୍ରମଟିରେ ଶିଳ୍ପ ଉଦ୍ୟୋଗର ବିଭିନ୍ନ ଦିଗରେ ଥିବା ନୀତି, ପାଣ୍ଠି ଏବଂ ଲାଭ ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟ ଅପ୍ ଓଡ଼ିଶାର ନୀତିଗୁଡିକ ଉପସ୍ଥାପନା କରାଯାଇଥିଲା । ଯାହା କି ପରବର୍ତ୍ତୀ ସମୟରେ ମହିଳା ଉଦ୍ୟୋଗୀ ମାନଙ୍କୁ ରାଜ୍ୟରେ ସେମାନଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ଅବଗତ କରାଇବା ସହ ତାଙ୍କ ନିମନ୍ତେ ଥିବା ବ୍ୟବସ୍ଥାର ଲାଭ ସେମାନଙ୍କୁ ଦେଇପାରିବ ।

The post ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ର । “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଗୁରୁତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started