ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।

କନକ ବ୍ୟୁରୋ: ଆଇପିଏଲ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ମଙ୍ଗ । ଅର୍ଥାତ୍ ୨୦୧୪ ଆଇପିଏଲ୍ ସଂସ୍କରଣ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ । ରୋହିତଙ୍କ ନେତୃତ୍ୱରେ ଦଳ ପାଂଚଥର ଆଇପିଏଲ ଟାଇଟଲ ଜିତିଛି । ସେହିପରି ହାର୍ଦ୍ଦିକ ଦୁଇ ବର୍ଷ ଧରି ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇଥିଲେ । ତେବେ ହାର୍ଦ୍ଦିକ ଗୁଜରାଟ ହାତ ଛାଡ଼ି ମୁମ୍ବାଇ ପକ୍ଷରୁ ଖେଳିବାକୁ ନିଷ୍ପତି ନେଇଥିଲେ । ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ ସଂସ୍କରଣରେ ବିଜେତା ହୋଇଥିବା ବେଳେ ୨୦୨୩ରେ ରନର୍ସଅପ୍ ହୋଇଥିଲା । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପରବର୍ତୀ ସଂସ୍କରଣରେ ସଫଳ ହେବା ନେଇ ଫ୍ରାଂଚାଇଜ୍ ଆଶାବାଦୀ ଅଛି ।

The post ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ବ୍ୟାଙ୍କ ଆଗରେ ଧାଡ଼ି ଲାଗିଲା, ଅବଧି ବଢ଼ିଲା । ନବରଙ୍ଗପୁରରେ ନଳକୂପ ଖନନ ପାଇଁ ଟଙ୍କା ଡିପୋଜିଟ୍ ଡିସେମ୍ବର ୨୨କୁ ବୃଦ୍ଧି।

କନକ ବ୍ୟୁରୋ: ବ୍ୟାଙ୍କ ଆଗରେ ଧାଡ଼ି ପରେ ଘୁଞ୍ଚିଲା ତାରିଖ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ଆବେଦନ ଅବଧି ଡିସେମ୍ବର ୨୨ ତାରିଖକୁ ବଢ଼ାଯାଇଛି ।

ନଳକୂପ ଖନନ ପାଇଁ ୟୁନିୟନ ବ୍ୟାଙ୍କରେ ୨୦ହଜାର ଟଙ୍କା ଡିପୋଜିଟର ଅବଧି ଶନିବାର ଯାଏଁ ଥିଲା । ଯାହାକୁ ନେଇ ଶତାଧିକ ଚାଷୀ ବ୍ୟାଙ୍କ ସମ୍ମୁଖରେ ଧାଡ଼ି ଲଗାଇବା ସହ ଆନ୍ଦୋଳନ କରିଥିଲେ । ବ୍ୟାଙ୍କ ଡିପୋଜିଟ୍ ଅବଧି ବୃଦ୍ଧି କରିବାକୁ ଚାଷୀ ଦାବି କରିଥିଲେ । ଏହାସହ ଆବେଦନ ପାଇଁ ପ୍ରଶାସନ କାହିଁକି କେବଳ ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟାଙ୍କକୁ ଚୟନ କରିଛି, ତାକୁ ନେଇ ପ୍ରଶ୍ନ କରିଥିଲେ ଚାଷୀ । ପ୍ରତିବାଦ ବଢ଼ିବାରୁ ରାଜ୍ୟ ଉଠା ଜଳସେଚନ ନିଗମ ଆବେଦନ ତାରିଖକୁ ଆଉ ୬ ଦିନ ଘୁଂଚାଇଛି । ସୂଚନା ଅନୁସାରେ, ଜମିରେ ନଳକୂପ ଖନନ ପାଇଁ ଗତ ୪ ତାରିଖରେ ଏକ ବିଜ୍ଞପ୍ତି ବାହାରିଥିଲା । ଏଥିରେ ଟଙ୍କା ଡିପୋଜିଟ୍ କରିବାର ଶେଷ ତାରିଖ ଡିସେମ୍ବର ୧୬ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଅନେକ ଚାଷୀ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିପାରିନାହାନ୍ତି । ତେଣୁ ତାରିଖ ବଢ଼ାଇବାକୁ ଦାବି କରିଥିଲେ ଚାଷୀ ।

The post ବ୍ୟାଙ୍କ ଆଗରେ ଧାଡ଼ି ଲାଗିଲା, ଅବଧି ବଢ଼ିଲା । ନବରଙ୍ଗପୁରରେ ନଳକୂପ ଖନନ ପାଇଁ ଟଙ୍କା ଡିପୋଜିଟ୍ ଡିସେମ୍ବର ୨୨କୁ ବୃଦ୍ଧି। first appeared on Kanak News.

from Kanak News
via <a href="https://ifttt.com/?

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ ।

କନକ ବ୍ୟୁରୋ: ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି ।

ବାପ ଘରକୁ ବୁଲିଯାଇଛନ୍ତି ମହାଲକ୍ଷ୍ମୀ । ସକାଳୁ କାଉ କା’ ନ ରାବୁଣୁ ରନ୍ଧାବଢ଼ା ସାରି ରାମକୃଷ୍ଣ ଦୁଇଭାଇ ଙ୍କୁ ଖୁଆଇ ଦେଇଛନ୍ତି ମା ଯଶୋଦା । ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ ବଳରାମଙ୍କୁ । ସେହି ସ୍ମୃତିକୁ ମନେପକାଇ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ପହିଲି ଭୋଗ । ଧନୁ ସଂକ୍ରାନ୍ତି ରେ ଆଜି ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଆଉ ଶେଷ ହେବ ମକର ସଂକ୍ରାନ୍ତି ଦିନ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି କରାଯାଇ ପ୍ରତିଦିନ ପହିଲି ସକାଳୁ ଶ୍ରୀଜିଉଙ୍କୁ ଅର୍ପଣ କରାଯିବ ଏହି ବିଶେଷ ଭୋଗ ପିହିଲି ଭୋଗ । ଏହି ଭୋଗ ପାଇବା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତସମୂହ ସମସ୍ତେ ଅପେକ୍ଷା କରିଥାନ୍ତି ବର୍ଷକୁ ଥରେ ଏହି ସ୍ୱତନ୍ତ୍ର ପହିଲି ଭୋଗ ପାଇବା ପାଇଁ ।

ତେବେ ସକାଳ ହୋଇଗଲେ ଯଦି ଭୋଗ ନ ଲାଗିଥାଏ ଏହି ଭୋଗ ମାରା ହୋଇଯିବାର ବିଧି ମଧ୍ୟ ରହିଛି । ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଂଟ ଅନୁଯାୟୀ ରାତି ୨ଟା ୪୦ ରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆରତୀ । ଭୋର ୬ଟା ଭିତରେ ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଗୋପାଳବଲ୍ଲଭ ନୀତି ଶେଷ କରାଯାଇଛି । ଏହା ପରେ ଶ୍ରୀଜିଉଙ୍କର ପହିଲି ଭୋଗ ନୀତି ସମ୍ପାଦନ କରାଯାଇଛି । ପହିଲି ଭୋଗରେ ଶ୍ରୀଜିଉଙ୍କୁ ଅର୍ପଣ କରାଯାଇଥିଲା ୩୨ ପ୍ରକାର ପିଠା ।

The post ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା, ଜି. ଉଦୟଗିରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା । ସବୁଠି ରାତିେରେ ପାରଦ ତଳମୁହାଁ ରହିଛି । ୪ ଦିନ ତଳେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଢେର ଉପରେ ରହୁଥିଲା । ମାତ୍ର ଏବେ ସ୍ଥିତିରେ ପରିବର୍ତ୍ତନ ହୋଇଛି । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିବା ସହ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି ।

ଗତ ୨୪ ଘଂଟା ମଧ୍ୟରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୮.୫, କିରେଇ ଓ ସେମିଳିଗୁଡ଼ାରେ ୮.୭, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬, ରାଉରକେଲାରେ ୯.୭ ଡିଗ୍ରୀ, କେନ୍ଦୁଝରରେ ୧୦.୪, ସୁନ୍ଦରଗଡ଼ରେ ୧୦.୫, ଅନୁଗୁଳରେ ୧୦.୬, ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ପାଗରେ ସାମାନ୍ୟ ଏପାଖ ସେପାଖ ହୋଇଛି । କଟକର ତାପମାତ୍ରା ୧୪.୫ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୧୫.୩ ଡିଗ୍ରୀ ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

The post ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା, ଜି. ଉଦୟଗିରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ । first appeared on Kanak News.

from Kanak News
via <a href="https://ifttt.com/?

ମାଟିରେ ମିଶିଲା ମାଓ କ୍ୟାମ୍ପ । ବୌଦ୍ଧ ମନମୁଣ୍ଡା ଜଙ୍ଗଲରେ ନକ୍ସଲ-ଏସଓଜି ମୁହାଁମୁହିଁ । ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: କୁମ୍ବିଂ ଅପରେସନ୍ ବେଳେ ବିପୁଳ ପରିମାଣର ବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ ପରେ ସୁରକ୍ଷା ବହିନୀକୁ ମିଳିଛି ଏହି ସଫଳତା । ସୂଚନା ଅନୁସାରେ, ଗୁରୁବାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ପାଖ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ-ଏସଓଜି ଯବାନ ଗୁଳି ବିନିମୟ ହୋଇଥିଲା । ଶୁକ୍ରବାର ବୌଦ୍ଧ ଓ କନ୍ଧମାଳ ଉଭୟପଟୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଆଉ ଏସଓଜି ଯବାନ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ସେମାନଙ୍କ ବ୍ୟବହୃତ ମାଓ ସାମଗ୍ରୀ ଜବତ କରିଛନ୍ତି । ଏହାସହ ଲ୍ୟାଣ୍ଡମାଇନ, ବୋମା, ତାର, ବ୍ୟାଟେରୀ ସହ ବ୍ୟବହୃତ ଅନେକ ସାମଗ୍ରୀ ପୋଲିସ ହାତରେ ଲାଗିଛି । ତେବେ ଗୁଳି ବିନିମୟରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାଜ୍ ପ୍ରସାଦ ।

The post ମାଟିରେ ମିଶିଲା ମାଓ କ୍ୟାମ୍ପ । ବୌଦ୍ଧ ମନମୁଣ୍ଡା ଜଙ୍ଗଲରେ ନକ୍ସଲ-ଏସଓଜି ମୁହାଁମୁହିଁ । ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମଥର ପାଇଁ କ୍ୟାମେରା ଆଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । କହିଲେ ଜବତ ଟଙ୍କା ସହ କଂଗ୍ରେସର ନାହିଁ କୌଣସି ସମ୍ପର୍କ ।

କନକ ବ୍ୟୁରୋ: ସାରାଦେଶରେ ଚର୍ଚ୍ଚା ଖେଳାଇ ଦେଇଥିବା ଆଇଟି ରେଡ୍ ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ । ଧୀରଜ କହିଛନ୍ତି, ଜବତ ହୋଇଥିବା ଟଙ୍କା ସହ ମୋର କୌଣସି ସମ୍ପର୍କ ନାହିଁ ।

ସେ କହିଛନ୍ତି ଯେ, ବଡ଼ ପରିବାର ହୋଇଥିବା ବେଳେ ପରିବାରର ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି । ଏବଂ ଏହା ପାରିବାରିକ ବ୍ୟବସାୟର ଟଙ୍କା ବୋଲି ସଫେଇ ରଖିଛନ୍ତି ଧୀରଜ । ମୋର ପରିବାର ବର୍ଷ ବର୍ଷ ଧରି ମଦ ବ୍ୟବସାୟରେ ସଂପୃକ୍ତ ରହିଛି । ବ୍ୟବସାୟ ଏବଂ ଟିକସ ଦେବା ପାଇଁ କିଛି ଟଙ୍କା ରଖାଯାଇଥିଲା । ସେହିପରି ଦଳକୁ ସୁରକ୍ଷା ଦେବାକୁ ଯାଇ ଜବତ ଟଙ୍କା ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । ତେବେ ସମୟ ଆସିଲେ, ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଝାଡ଼ଖଣ୍ଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧୀରଜ ସାହୁ ।

The post ପ୍ରଥମଥର ପାଇଁ କ୍ୟାମେରା ଆଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । କହିଲେ ଜବତ ଟଙ୍କା ସହ କଂଗ୍ରେସର ନାହିଁ କୌଣସି ସମ୍ପର୍କ  । first appeared on Kanak News.

from Kanak News
via <a href="https://ifttt.com/?

ଜୁନ୍ ୩୦ ସୁଦ୍ଧା ପରିବହନ ଗାଡିରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ । ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।

କନକ ବ୍ୟୁରୋ: ନୂଆ ବର୍ଷ ପହିଲାରୁ ପଂଜିକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭିଏଲଟିଡି ଅର୍ଥାତ୍ ଭେହିକିଲ ଲୋକେସନ୍ ଟ୍ରାକିଂ ଡିଭାଇସ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଡିସେମ୍ବର ୩୧ ବା ତା ପୂର୍ବରୁ ହୋଇଥିବା ପଂଜିକୃତ ଗାଡ଼ିରେ ଆସନ୍ତାବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ଭିଏଲଟିଡି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସୁବିଧା ଫଳରେ ଗାଡ଼ି ଷ୍ଟାର୍ଟ ହେବାଠାରୁ ଆରମ୍ଭ କରି କେତେ ବେଗରେ ଚାଲୁଛି, କୁଆଡ଼େ ଯାଉଛି, କେଉଁଠି ରହିଲା, ସେ ସମ୍ପର୍କରେ ଜାଣିହେବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଭିଏଲଟିଡି ନିରୀକ୍ଷଣ ଓ ନିୟନ୍ତ୍ରଣ କେନ୍ଦ୍ର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଏଲଟିଡିକୁ ଟ୍ୟାମ୍ପରିଂ କରାଯାଇପାରିବ ନାହିଁ । ଚାଳକ କିମ୍ବା ଅନ୍ୟ କେହି ଚାହିଲେ ବି ତଥ୍ୟକୁ ଲୁଚାଇପାରିବେ ନାହିଁ । ଭିଏଲ୍ଟିଡି ଯାନର ସମସ୍ତ ତଥ୍ୟ ରେକର୍ଡ କରି କଂଟ୍ରୋଲ୍ ରୁମ୍କୁ ପଠାଇବ । ଏମିତିକି ମୋବାଇଲ ନେଟ୍ୱାର୍କ ନ ଥିବା ଅଂଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ । ନେଟୱର୍କ ଅଂଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ସେ ତଥ୍ୟ ପ୍ରେରଣ କରିବ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବିଏସ୍ଏନ୍ଏଲ୍ ସହ ଚୁକ୍ତି ହୋଇଛି । ସେହିପରି କୌଣସି ବିପଦର ଆଶଙ୍କା ଥିଲେ ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ୪୦ ପ୍ରକାର ସୂଚନା କଂଟ୍ରୋଲ ସେଂଟରକୁ ଆସିବ । ଏହାସହ ଗାଡ଼ି ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରରେ ବି ଖବର ପହଂଚିଯିବ । ଫଳରେ ଯାତ୍ରୀଙ୍କୁ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଡିଭାଇସ୍ ପ୍ରଦାନ ପାଇଁ ରାଜ୍ୟର ୧୧ଟି ସଂସ୍ଥାକୁ ଅନୁମତି ମିଳିଛି ।

The post ଜୁନ୍ ୩୦ ସୁଦ୍ଧା ପରିବହନ ଗାଡିରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ । ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । first appeared on Kanak News.

from Kanak News
via <a href="https://ifttt.com/?

ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ

କନକ ବ୍ୟୁରୋ: ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଆଇଟି ରେଡ ନେଇ ଦେଲେ ପ୍ରତିକ୍ରିୟା । କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ । ଜବତ ଟଙ୍କାକୁ ପାରିବାରିକ ବ୍ୟବସାୟର ଟଙ୍କା କହିଲେ ଧୀରଜ । ଟଙ୍କା ନେଇ ମୋ ପରିବାର ସଦସ୍ୟ ଉତ୍ତର ଦେବେ । ମୁଁ ବିଜନେଓ ଲାଇନରେ ନାହିଁ । କିଛିଦିନ ଅପେକ୍ଷା କରନ୍ତୁ ସବୁ ସ୍ପଷ୍ଟ ହେବ । ଜବତ ଟଙ୍କା ସହ କଂଗ୍ରେସ କି ଅନ୍ୟ ରାଜନୈତିକ ଦଳର ସମ୍ପର୍କ ନାହିଁ ।

The post ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ first appeared on Kanak News.

from Kanak News
via <a href="https://ifttt.com/?

ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର: ନୂଆ ବର୍ଷରୁ କଡ଼ାକଡ଼ି ହେବ ନିୟମ

କନକ ବ୍ୟୁରୋ: ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସହ ପାନଗୁଟୁକା ଉପରେ ଲାଗିବ କଟକଣା । ଏଥିସହିତ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ମଧ୍ୟ ନିସ୍ପତି ନିଆଯାଇଛି । ପ୍ରସାଦ ହେଉ କି ଫୁଲ ହେଉ ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ ନେବା ପାଇଁ ଫୁଲଚାଙ୍ଗୁଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିସ୍ପତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସହ ପାନଗୁଟୁକା ଉପରେ ଲାଗିବ କଟକଣା । ଏଥିସହିତ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ମଧ୍ୟ ନିସ୍ପତି ନିଆଯାଇଛି । ପ୍ରସାଦ ହେଉ କି ଫୁଲ ହେଉ ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ ନେବା ପାଇଁ ଫୁଲଚାଙ୍ଗୁଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିସ୍ପତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ପାନଗୁଟଖା ପରେ ଏବେ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ହେବ ଶ୍ରୀମନ୍ଦିର । ଏଭଳି କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଭକ୍ତ ଦର୍ଶନାର୍ôଥଙ୍କୁ ଆହ୍ୱାନ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ୍ ନେଇ ଯାଇ ପାରିବେନି ଭକ୍ତ । କାଇଁଷ କିମ୍ବା ବେତ ନିର୍ମିତ ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ସେବାୟତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସେପଟେ ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବେତ ଓ ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ।ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି ।

ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣାକୁ ସ୍ୱାଗତ କରାଯାଇଥିବା ବେଳେ ପ୍ରଶାସନର ନିଷ୍ପତି କେବଳ ଘୋଷଣାରେ ସୀମିତ ନରହୁ ବୋଲି ଦାବି ହୋଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ପୁରୀ ପୌରସଂସ୍ଥାର ଅଧିକାରୀ ।

ଏହା ପୂର୍ବରୁ ଆନନ୍ଦବଜାରରୁ ପଲିଥିନ ହଟିବା ନେଇ ନିଷ୍ପତି ହୋଇଥିଲା । ଏବେ ପୂରା ଶ୍ରୀମନ୍ଦିରରେ ପଲିଥିନ ବ୍ୟାନ୍ କରିବାକୁ ନିଷ୍ପତି ହୋଇଛି । ଦେଖିବାର କଥା ଏହି ନିଷ୍ପତିକୁ ଶ୍ରଦ୍ଧାଳୁ ଓ ସାଧାରଣ ଜନତା କିଭଳି ଗ୍ରହଣ କରୁଛନ୍ତି ।

The post ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର: ନୂଆ ବର୍ଷରୁ କଡ଼ାକଡ଼ି ହେବ ନିୟମ first appeared on Kanak News.

from Kanak News
via <a href="https://ifttt.com/?

ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ରିଲିଜ । ଦେଖିବାକୁ ମିଳିଲା ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ମନଛୁଆଁ ଅଭିନୟ

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଗୀତ ରିଲିଜ ହୋଇଛି । ଟି-ସିରିଜ ପକ୍ଷରୁ ଜାରି ହୋଇଥିବା ଗୀତର ଟାଇଟଲ ରହିଛି ‘ସେର୍ ଖୁଲଗଏ’ । ଗୀତ ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଏହାକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ଫିଲ୍ମ ‘ଫାଇଟର’ ଜରିଆରେ ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସୁଛନ୍ତି ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସବେ । ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟ । ଏଥିସହ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ମଧ୍ୟ ସ୍ଥାନ ଦିଆଯାଇଛି । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା । ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି । ‘ୱାର’ ଏବଂ ‘ପଠାନ’ର ସଫଳତା ପରେ ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ବଲିଉଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବ ବୋଲି ଆଶା ବ୍ୟକ୍ତ କରିଛି ପ୍ରଯୋଜନା ସଂସ୍ଥା । ଜାନୁଆରୀ ୨୫ରେ ରିଲିଜ ହେବ ଫିଲ୍ମ ‘ଫାଇଟର’ ।

The post ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ରିଲିଜ । ଦେଖିବାକୁ ମିଳିଲା ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ମନଛୁଆଁ ଅଭିନୟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started