କନକ ବ୍ୟୁରୋ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ହାତରେ ଆଉ ଅଳ୍ପ କେଇ ମାସ ଥିବାରୁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି ଶାସକ ବିଜୁ ଜନତା ଦଳ । ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ନୂଆ ରଣନୀତି ତିଆରି ହୋଇଛି । ଅନେକ ଦିନ ହେଲା କେନ୍ଦ୍ରୀୟ ଅବହେଳା କଥା କହୁନଥିବା ବିଜେଡି, ଲୋକଙ୍କ ପାଖକୁ ଗଲା ବେଳେ କେନ୍ଦ୍ରରେ ବିଜେପି ସରକାରଙ୍କ ଓଡିଶାକୁ ଅବହେଳା କଥା ଉଠାଇବ । ରାଜ୍ୟରେ ବିରୋଧୀ କେମିତି ସରକାରଙ୍କ ବିରୋଧରେ ମିଛ ପ୍ରଚାର କରୁଛନ୍ତି, ତାର ମୁଖା ଖୋଲିଦେବ । ଆଉ ମଧ୍ୟମ ସାଜିବ ସାମାଜିକ ଗଣମାଧ୍ୟମ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି, ମହିଳା ଓ ଯୁବ ଭୋଟରଙ୍କୁ ପ୍ରଥମିକତା ଦେବ ଦଳ ।
୨୦୨୪ ନିର୍ବାଚନରେ କଣ ରହିବ ଦଳର ରଣନୀତି? କେଉଁ ପ୍ରସଙ୍ଗକୁ ନିର୍ବାଚନୀ ପ୍ରସଙ୍ଗ କରିବ ଦଳ? ଆଜି ବସିଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏଥିପାଇଁ ରଣନୀତି କରିଛି ବିଜେଡି ।
ଆଗାମି ନିର୍ବାଚନୀ ବିଗୁଲ ବଜାଇଛି ବିଜୁ ଜନତା ଦଳ । ବସିଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏହି ବୈଠକରେ ସାମିଲ ହୋଇ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବାକୁ ନବୀନ କହିଛନ୍ତି, ନିର୍ବାଚନ ପୂର୍ବରୁ ଘରେ ଘରେ ବିକାଶର ବର୍ତ୍ତାକୁ ପହଁଚାଅ । ବିରୋଧୀଙ୍କ ପାଖରେ ଇସ୍ୟୁ ନଥିବାରୁ ସେମାନେ ଅପପ୍ରଚାର କରୁଛନ୍ତି । ସୋସିଆଲ ମିଡିଆରେ ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅ ।
ବେଶ୍ କିଛି ଦିନ ହେବ କେନ୍ଦ୍ର ବିରୋଧରେ ସ୍ୱରକୁ ନରମ କରିଥିବା ବିଜେଡି ପୁଣି ରଣନୀତି ବଦଳାଇଛି । ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବାକୁ ନିଷ୍ପତି ନେଇଛି । ବସିଥିବା କାର୍ଯ୍ୟକାରିଣୀ ବୈଠକର ନିଷ୍ପତିି ଅନୁସାରେ,
କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ
– ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
– ମହାନଦୀ, ପୋଲାଭରମ ଭଳି ପୁରୁଣା ପ୍ରସଙ୍ଗକୁ ଉଠାଇବ ବିଜେଡି
– କୋଇଲା ରୟାଲଟି, ସେସ୍ ପ୍ରଦାନ, ଖାଉଟି ଦର ବୃଦ୍ଧି
– କେନ୍ଦୁପତ୍ର ଉପରେ ଜିଏସଟି ଛାଡକୁ ନିର୍ବାଚନୀ ପ୍ରସଙ୍ଗ କରିବ ବିଜେଡି
ଜାନୁଆରୀ ୨୩ ନେତାଜୀ ଜୟନ୍ତୀଠାରୁ, ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଁଚାଇବେ ଦଳୀୟ ନେତା ଓ କର୍ମୀ । ତେବେ ୨୦୨୪ ପାଇଁ ବିଜେଡି ରଣନୀତିକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେପି ଓ କଂଗ୍ରେସ ।
ଏହି ବୈଠକରେ ୨୭ଟି ପ୍ରସ୍ତାବ ପାରିତ ହୋଇଛି । ଏଥିସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକମର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତି ପାରିତ ହୋଇଛି ।
The post ନିର୍ବାଚନ ପାଇଁ ବିଗୁଲ ବଜାଇଲା ବିଜେଡି: ୨୦୨୪ ପାଇଁ ପ୍ରସ୍ତୁତ କଲା ନୀଳନକ୍ସା first appeared on Kanak News.
from Kanak News
via <a href="https://ifttt.com/?