
କନକ ବ୍ୟୁରୋ: ବିଜେଡି କାର୍ଯ୍ୟକାରିଣୀରୁ ଆସିଛି ବଡ ବାର୍ତା । ଚାରିକିରୁ ଅବସର ଓ ବିଜେଡିରେ ଯୋଗଦାନ ପରେ ପାଣ୍ଡିଆନଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା କରାଯାଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡିଛି । ୨୦୨୪ ସାରଧାରଣ ନିର୍ବାଚନରେ ଲଢିବେ ନାହିଁ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ବରଂ ସବୁ ନିର୍ବାଚବନ ମଣ୍ଡଳିରେ ବିଜେଡି କିଭଳି ଭଲ ପ୍ରଦର୍ଶନ କରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରିବେ । ଛାଇ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଛରେ ଛିଡା ହେବେ ।
ଅକ୍ଟୋବର ୨୩ ତାରିଖରେ ଆଇଏଏସ୍ ଚାକିରିରୁ ଭିଆର୍ଏସ୍ ନେଇଥିଲେ ଭି.କେ ପାଣ୍ଡିଆନ୍ । ନଭେମ୍ବର ୨୭ ତାରିଖ କାର୍ତିକ ପୂର୍ଣ୍ଣିମା ଦିନ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ନବୀନ ନିବାସରେ ତାଙ୍କୁ ଭେଟୁଥିଲେ ଦଳୀୟ କର୍ମକର୍ତା । ଆଉ ଏତିକି ବେଳେ ପାଣ୍ଡିଆନ୍ ୨୦୨୪ ନିର୍ବାଚନ ଲଢ଼ିବା ନେଇ ଜୋର ଧରିଲା ଚର୍ଚ୍ଚା । ଏପରିକି କେଉଁ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିବେ, ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ଚର୍ଚ୍ଚା ବଢୁଥିବା ବେଳେ ଆଜି ଏଥିରେ ପଡିଛି ପୂର୍ଣ୍ଣଚ୍ଛେଦ ।
ଆଜି ଥିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଦଳୀୟ ବୈଠକରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ପାଣ୍ଡିଆନ୍ । ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଥିଲା । ଦଳରେ ପାଣ୍ଡିଆନ୍ଙ୍କ ଭୂମିକା କ’ଣ ହେବ, ସେ ନେଇ ସ୍ପଷ୍ଟ ବାର୍ତା ଆସିବ ବୋଲି ଅନୁମାନ କରାଯାଉଥିଲା ।
ଆସନ୍ତା ନିର୍ବାଚନ ଲଢ଼ିବେ ବୋଲି କିଛି ଦିନ ହେଲା ଯେଉଁ ଚର୍ଚ୍ଚା ହେଉଥିଲା, ସେହି ଚର୍ଚ୍ଚା ଉପରେ ନିଜେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ପାଣ୍ଡିଆନ୍ । ବୈଠକରେ ଦଳୀୟ କର୍ମକର୍ତାଙ୍କୁ ଉଦବୋଧନ ଦେଇ ପାଣ୍ଡିଆନ୍ କହିଛନ୍ତି କ’ଣ କହିଲେ ପାଣ୍ଡିଆନ୍..
କ୍ଷମତା ପାଇଁ ନୁହେଁ ଜନସେବା ପାଇଁ ଚାକରି ଛାଡ଼ିଛନ୍ତି
ସେ ନିର୍ବାଚନ ଲଢ଼ିବେ ନାହିଁ
ସକ୍ରିୟ ସଦସ୍ୟ ଭାବେ ଦଳକୁ ମଜଭୁତ କରିବା ପାଇଁ କାମ କରିବେ
ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ କିପରି ମୁଖ୍ୟମନ୍ତ୍ରୀ ହେବେ, ସେ ଦିଗରେ କାର୍ଯ୍ୟ କରିବେ
ନବୀନ ପଟ୍ଟନାୟକ ତାଙ୍କର ଗୁରୁ ବୋଲି କହିଥିଲେ ପାଣ୍ଡିଆନ୍
କାହିଁକି ନିର୍ବାଚନ ଲଢ଼ିବେ ନାହିଁ ପାଣ୍ଡିଆନ୍?
ଏହି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଅଧିକ ଚର୍ଚ୍ଚା ହେଉଛି । ତେବେ ସମୀକ୍ଷକଙ୍କ ମତରେ ପାଣ୍ଡିଆନ୍ ନିର୍ବାଚନ ନଲଢ଼ିଲେ
ସଂପୂର୍ଣ୍ଣ ଓଡ଼ିଶା ଉପରେ ପାଣ୍ଡିଆନଙ୍କ ଫୋକସ ରହିବ
ତାଙ୍କୁ କେନ୍ଦ୍ର କରି ଆଉ ପ୍ରସଙ୍ଗ କରିପାରିବେନି ବିରୋଧୀ
୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିପାରିବେ
୨୦୨୪ ନିର୍ବାଚନ ଜିତିବା ପାଇଁ ବିଜେଡି କାର୍ଯ୍ୟକାରିଣୀରେ ପ୍ରସ୍ତୁତ କରାଯାଇଥିଲା ବ୍ଲ-ପ୍ରିଂଟ ।
The post ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ପାଣ୍ଡିଆନ୍ ଲଢ଼ିବେନି ନିର୍ବାଚନ, ବିଜେଡି କାର୍ଯ୍ୟକାରିଣୀରେ କରିଲେ ସ୍ପଷ୍ଟ first appeared on Kanak News.
from Kanak News
via <a href="https://ifttt.com/?








