ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ: ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ

କନକ ବ୍ୟୁରୋ: ରାଜ୍ୟ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଇପିଏସ ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ନୂଆ ଦାୟିତ୍ୱ ମିଳିଛି । ବି. ରାଧିକା ହେଲେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ । ଏସଏଫଏସଆଇର ନିର୍ଦ୍ଦେଶ ଭାବେ ମଧ୍ୟ ମିଳିଲା ଅତିରିକ୍ତ ଦାୟିତ୍ୱ । ସେହିପରି ଆଇପିଏସ ଆଶିଷ ସିଂଙ୍କୁ ସିଇଓ ଓପିଏଚଡବ୍ଲୁସି ଭାବେ ଦାୟିତ୍ୱ ମିଳିଛି । ଏସ ସାଇନିଙ୍କୁ ସିଏଡବ୍ଲୁ ଆଣ୍ଡ ସିଡବ୍ଲୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

The post ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ: ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ first appeared on Kanak News.

from Kanak News
via <a href="https://ifttt.com/?

ଗୋଟିଏ ମଞ୍ଚରେ ଦୁଇଟି ଦୁଇଟି ପୁଟିନ୍: ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ ଛବି

କନକ ବ୍ୟୁରୋ: ପୁଟିନଙ୍କ ଏଆଇ ଛବିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଗୋଟିଏ ମଂଚରେ ନଜର ଆସିଲେ ରାଷ୍ଟ୍ରପତି ପୁଟିନ୍ ଓ ତାଙ୍କ ଏଆଇ ଛବି । ନିଜ ଏଆଇ ପ୍ରତିଛବିକୁ ଦେଖି ଚମକି ପଡିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଗୁରୁବାର ମସ୍କୋରେ ଏକ ବାର୍ଷିକ ସମ୍ବାଦ ସମ୍ମିଳନୀରେ କୁତ୍ରିମ ବୁଦ୍ଧିମତାଙ୍କୁ ନେଇ ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଆଉ କେହି ନୁହେଁ ବରଂ ତାଙ୍କର ଏଆଇ ଭର୍ସନ୍ ବୋଲି ଦେଖିବା ପରେ ତାଜୁବ୍ ହୋଇ ଯାଇଥିଲେ ପୁଟିନ୍ । ଏଆଇ ପୁଟିନ କହିଥିଲେ, ହ୍ୟାଲୋ ମିଷ୍ଟର ପୁଟିନ । ମୁଁ ଜଣେ ଛାତ୍ର ଓ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟର ଛାତ୍ର ଅଟେ । ଆଟିଫିସିଆଲ ଇଂଟେଲିଜେନ୍ସ ସମ୍ବନ୍ଧିତ ବିପଦକୁ ନେଇ ଆପଣଙ୍କ ମତାମତ କ’ଣ? ଜବାବରେ ରାଷ୍ଟ୍ରପତି ପୁଟିନ କହିଥିଲେ…. ଏଆଇକୁ ଡରିବା କୌଣସି ଆବଶ୍ୟକତା ନାହିଁ । ଆଗକୁ ସତର୍କତା ସହ ଏଆଇ ବ୍ୟବହାର କରିବା ଉଚିତ । ଏଆଇର ଭବିଷ୍ୟତ କ”ଣ କେହି ଜାଣନ୍ତି ନାହିଁ । ଆପଣ ମୋ ପରି କଥା ହୋଇପାରିବେ, ମୋ ସ୍ୱର ବ୍ୟବହାର କରିପାରିବେ, ମୋତେ ନକଲ କରିପାରିବେ । କିନ୍ତୁ ଜଣେ ମାତ୍ର ବ୍ୟକ୍ତି ଯିଏ କେବଳ ମୋ ପରି କଥା ହୋଇପାରିବ, ମୋ ନକଲ କରିପାରିବ ଆଉ ସେ ମୁଁ ନିଜେ ।

The post ଗୋଟିଏ ମଞ୍ଚରେ ଦୁଇଟି ଦୁଇଟି ପୁଟିନ୍: ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ ଛବି first appeared on Kanak News.

from Kanak News
via <a href="https://ifttt.com/?

ଢେଙ୍କାନାଳରେ ଆୟକର ବିଭାଗର ଚଢାଉ: ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ରେଡ୍ କରୁଛନ୍ତି ଆଇଟି ବିଭାଗର ୨ଟି ଟିମ୍

କନକ ବ୍ୟୁରୋ: ଢେଙ୍କାନାଳ, ତୁମୁସିଙ୍ଗା ଥାନା ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ଆୟକର ବିଭାଗର ଚଢାଉ । ଆଇଟି ବିଭାଗର ୨ଟି ଟିମ୍ ରେଡ୍ରେ ହୋଇଛନ୍ତି ସାମିଲ୍ । ଏହି କମ୍ପାନୀ ୨୦୧୨ ମସିହାରୁ ଆଲକହଲ ଓ ନନ୍ଆଲକହଲ ପାନୀୟ ପ୍ରସ୍ତୁତ କରି ଆସୁଛି । ବିନା ସରକାରୀ ମଂଜୁରୀରେ ମଦ ପ୍ରସ୍ତୁତ କରୁଥିବା ନେଇ ଆୟକର ବିଭାଗର ଚଢାଉ । କମ୍ପାନୀକୁ ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟ ପାଇଁ ଅନୁମତି ମିଳିଛି । ବ୍ଲିଣ୍ଡିଙ୍ଗ୍, ବଟଲିଙ୍ଗ୍, ଡିଷ୍ଟ୍ରିବ୍ୟୁସନ୍ ଏବଂ ସେଲିଂ ପାଇଁ ଅନୁମତି ମିଳିଥିଲା ଏହି କମ୍ପାନୀକୁ । ହେଲେ ବେସରକାରୀ ଭାବେ ପ୍ରଡକ୍ଟ ପ୍ରସ୍ତୁତ କରି ଆସୁଛି ଏହି କମ୍ପାନୀ । ଏହାସହ ଦୀର୍ଘ ଦିନ ହେବ ଟିକସ ଫାଙ୍କି ଆସୁଛି ଏହି କମ୍ପାନୀ । ଏହାକୁ ନେଇ ଆଜି ଆଇଟି ବିଭାଗ ପକ୍ଷରୁ ଚଢାଉ ହୋଇଛି ।

The post ଢେଙ୍କାନାଳରେ ଆୟକର ବିଭାଗର ଚଢାଉ: ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ରେଡ୍ କରୁଛନ୍ତି ଆଇଟି ବିଭାଗର ୨ଟି ଟିମ୍ first appeared on Kanak News.

from Kanak News
via <a href="https://ifttt.com/?

ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା ନାଗଙ୍କ ଦୃଢୋକ୍ତି: କହିଲେ ପଛରୁ ଆକ୍ରମଣ କରନି, ସାହସ ଅଛି ତ ସାମ୍ନାକୁ ଆସ

କନକ ବ୍ୟୁରୋ: ଜେଲରୁ ମୁକୁଳିଥିବା ପରେ ଅର୍ଚ୍ଚନା ନାଗଙ୍କ ଦିଆଯାଉଛି ହତ୍ୟା ଧମକ । ହେଲେ ଧମକରେ ଡରିବାର ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅର୍ଚ୍ଚନା ନାଗ । ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି କହିଛନ୍ତି ମୁଁ କାହାକୁ ଡରେନି । ବ୍ୟାକ୍ ଷ୍ଟାବିଙ୍ଗ୍ କରନ୍ତୁ ନାହିଁ । ସାହସ ଅଛି ଯଦି ସାମ୍ନାକୁ ଆସି ଆକ୍ରମଣ କରନ୍ତୁ । କୋର୍ଟଙ୍କ ଉପରେ ଭରସା ରହିଛି । ଖୁବଶୀଘ୍ର ସମସ୍ତଙ୍କ ନା ସାମ୍ନାକୁ ଆଣିବେ ବୋଲି କହିଛନ୍ତି ଅର୍ଚ୍ଚନା । ହନିଟ୍ରାପ୍ ମାମଲାରେ ଗିରଫ ହୋଇ ୧୪ ମାସ ଧରି ଜେଲରେ ରହିଥିଲେ । ଜେଲରୁ ଜାମିନରେ ବାହାରିବା ପରେ ତାଙ୍କ ଘର ପାଖରେ କିଛି ସନ୍ଦିଗ୍ଧ ଲୋକ ବୁଲାବୁଲି କରୁଛନ୍ତି । ଦୁଇ ଜଣ ଅଜଣା ବ୍ୟକ୍ତି ଅର୍ଚନା ନାଗ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ଜେଲରୁ ବାହାରିବା ପରେ ସେ ନ୍ୟାୟିକ ପ୍ରକ୍ରିୟା ଉପରେ ଭରସା ରଖି ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ହେଲେ କିଛି ବ୍ୟକ୍ତି ତାଙ୍କୁ ଜାଣି ଶୁଣି ହଇରାଣ କରିବା ସହ ପୁଣି ମିଛ ମାମଲାରେ ଜେଲକୁ ପଠାଇବାକୁ ଧମକ ଦେଉଥିବା ଅର୍ଚନା ନାଗ କହିଛନ୍ତି । ଆଜି ଲ’ ପରୀକ୍ଷା ଦେବା ପାଇଁ ଅର୍ଚ୍ଚନା ନାଗ ସ୍ୱାମୀଙ୍କ ସହ କ୍ୟାପିଟାଲ ଲ’ କଲେଜରେ ପହଂଚିଥିଲେ । ସେ କଲେଜରେ ପହଂଚିବା କ୍ଷଣି ଦୁଇ ଯୁବକ ସେଠାରେ ପହଂଚି ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଏଥିରେ ସେ ଡରିବେ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଅର୍ଚ୍ଚନାଙ୍କୁ ହତ୍ୟା ଧମକ ଦେଉଛନ୍ତି କିଏ । ଅର୍ଚ୍ଚନାଙ୍କ ଉନ୍ନତିକୁ ସହିପାରୁନାହାନ୍ତି କିଏ । ପଛରୁ ଛୁରାମାଡ କରୁଛି କିଏ । କାହା ନା ସାମ୍ନାକୁ ଆଣିବେ ବୋଲି କହିଛନ୍ତି ହନିଟ୍ରାପ୍ ମାମଲାରେ ଜେଲ ଯାଇଥିବା ଅର୍ଚ୍ଚନା ।

The post ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା ନାଗଙ୍କ ଦୃଢୋକ୍ତି: କହିଲେ ପଛରୁ ଆକ୍ରମଣ କରନି, ସାହସ ଅଛି ତ ସାମ୍ନାକୁ ଆସ first appeared on Kanak News.

from Kanak News
via <a href="https://ifttt.com/?

ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ବଡ ଅପଡେଟ : ନିଖିଲ ଗୁପ୍ତା ଗଲେ ସୁପ୍ରିମକୋର୍ଟ, କହିଲେ-ମୋ ଜୀବନ ପ୍ରତି ବିପଦ ଅଛି

ଶିଖ ବିଚ୍ଛିନ୍ନତାବାଦୀ ନେତା ଓ ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ଚେକ ଗଣତନ୍ତ୍ରରେ ଗିରଫ ହୋଇଥିବା ଏବଂ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିବା ଅଭିଯୁକ୍ତ ଭାରତୀୟ ନିଖିଲ ଗୁପ୍ତାଙ୍କ ପରିବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରେ ବେଆଇନ ଭାବେ ଅଟକ ରଖାଯାଇଥିଲା ।

ଖାଲିସ୍ତାନୀ ଆତଙ୍କବାଦୀ ହତ୍ୟା ପାଇଁ ଷଡଯନ୍ତ୍ର କରି ଗିରଫ ହୋଇଥିବା ଭାରତୀୟ ନାଗରିକ ନିଖିଲ ଗୁପ୍ତା ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି । ଚେକ ରିପବ୍ଲିକରେ ଗିରଫ ହୋଇଥିବା ଏବଂ ଆମେରିକାକୁ ପ୍ରତ୍ୟର୍ପଣ ହେବାକୁ ଯାଉଥିବା ଅଭିଯୁକ୍ତ ଭାରତୀୟ ନିଖିଲ ଗୁପ୍ତାଙ୍କ ପରିବାର ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରେ ବେଆଇନ ଭାବେ ଅଟକ ରଖାଯାଇଥିଲା  ।ଏହି ପ୍ରସଙ୍ଗରେ ସହାୟତା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ଉଭୟ ଚେକ କର୍ତ୍ତୃପକ୍ଷଙ୍କୁ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଆବେଦନକାରୀଙ୍କ ଜୀବନ ପ୍ରତି ବିପଦ ଅଛି । ଆବେଦନକାରୀ ଜଣେ ଭାରତୀୟ ଆଇନ ପାଳୁଥିବା ସଚେତନ ନାଗରିକ ଅଟନ୍ତି । ତାଙ୍କୁ ବେଆଇନ ଭାବେ ଏକ ବିଦେଶୀ ଜେଲରେ ରଖାଯାଇଛି ଯେଉଁଠାରେ ତାଙ୍କ ଜୀବନ ପ୍ରତି ଗୁରୁତର ବିପଦ ରହିଛି ।

ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଶିଖ୍ ଫର ଜଷ୍ଟିସ୍ ପ୍ରତିଷ୍ଠାତା ଗୁରୁପତୱନ୍ତ ସିଂ ପନ୍ନୁର ହତ୍ୟା ପାଇଁ ଷଡଯନ୍ତ୍ର କରି ଆମେରିକା ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରିଥିଲା । ପନ୍ନୁ ପାଖରେ  ଆମେରିକା ଏବଂ କାନାଡାର ଉଭୟ ଦେଶର ନାଗରିକତା ଅଛି ।  ଭାରତ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ବୁଧବାର କହିଛି ଯେ ନିଖିଲ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଜୁନ୍ ମାସରେ ଚେକ କର୍ତ୍ତୃପକ୍ଷ ଗିରଫ କରିଥିଲେ ଏବଂ ସେ ପ୍ରତ୍ୟର୍ପଣକୁ ଅପେକ୍ଷା କରିଛନ୍ତି । ଅଭିଯୁକ୍ତମାନେ କହିଛନ୍ତି ଯେ ପନ୍ନୁ ଭାରତ ସରକାରଙ୍କ ଜଣେ ସମାଲୋଚକ ଯିଏ ଆମେରିକାରେ ରହୁଥିବାବେଳେ ଖଲିସ୍ଥାନ ନାମରେ ଏକ ନୂତନ ଦେଶ ଦାବି କରୁଥିବା ଏକ ସଂଗଠନର ନେତୃତ୍ୱ ନେଉଛନ୍ତି ।

ଭାରତରେ ପନ୍ନୁର ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ) ଉପରେ ପ୍ରତିବନ୍ଧକ ଲଗାଯାଇଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦ୍ଵାରା  ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମାନହଟାନର ସର୍ବୋଚ୍ଚ ଫେଡେରାଲ୍ ଓକିଲ ଡାମିଆନ୍ ୱିଲିୟମ୍ସ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ନ୍ୟୁୟର୍କ ସହରରେ ଜଣେ ଭାରତୀୟ ମୂଳ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଗତ ସପ୍ତାହରେ ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ମାଟିରେ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା କରିବାର ଷଡଯନ୍ତ୍ରକୁ ଆମେରିକାର ଅଧିକାରୀମାନେ ଖଣ୍ଡନ କରିଛନ୍ତି ଏବଂ ନୂଆଦିଲ୍ଲୀର ସମ୍ପୃକ୍ତି ନେଇ ଭାରତକୁ ଚେତାବନୀ ଦେଇଛନ୍ତି । ଏହି ଷଡଯନ୍ତ୍ରର ଟାର୍ଗେଟ ହେଉଛି ପନ୍ନୁ ବୋଲି ଅଧିକାରୀ କହିଛନ୍ତି।

 

The post ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ବଡ ଅପଡେଟ : ନିଖିଲ ଗୁପ୍ତା ଗଲେ ସୁପ୍ରିମକୋର୍ଟ, କହିଲେ-ମୋ ଜୀବନ ପ୍ରତି ବିପଦ ଅଛି first appeared on Kanak News.

from Kanak News
via <a href="https://ifttt.com/?

ଛଗନ ଭୂଜବଳଙ୍କ ଉପରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କହିଲା, ହଜି ଯାଇଛି ସମସ୍ତ ଫାଇଲ

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଏନସିପି (ଅଜିତ ପାୱାର ଗୋଷ୍ଠୀ) ନେତା ଛଗନ ଭୂଜବଳ ଓ ତାଙ୍କ ଭଣଜା ସମୀର ଭୂଜବଳଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛି । ଏହି ଆବେଦନରେ ଇଡି ତରଫରୁ ୨୦୧୮ ମସିହାରେ ଛଗନ ଭୂଜବଳଙ୍କ ଦ୍ୱାରା ଦିଆଯାଇଥିବା ଏକ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ଦାବି କରିଥିଲା । ହେଲେ ଏବେ ଏହି ମାମଲା ଏବେ ଆଶ୍ଚର୍ଯ୍ୟଜନକ ଭାବେ ଇଡି ପ୍ରତ୍ୟାହାର କରିନେଇଛି । ହେଲେ ଛଗନ ଭୂଜବଳଙ୍କ ପୁଅ ପଙ୍କଜ ଭୂଜବଳଙ୍କ ବିରୋଧରେ ଥିବା ମାମଲା ଚାଲୁ ରହିବ ବୋଲି କହିଛି । ଛଗନ ଭୂଜବଳ ଏବେ ବିଜେପି-ଶିବସେନା ଓ ଏନସିପି ମେଣ୍ଟ ସରକାର କ୍ୟାବିନେଟର ଅଂଶୀଦାର ।

ଏକ ଜାତୀୟ ଗଣମାଧ୍ୟମ ମୁତାବକ ଭୂଜବଳ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ୨୦୧୬ ମସିହାରେ ମହାରାଷ୍ଟ୍ର ସଦନ ଦୁର୍ନୀତି ମାମଲାରେ ଅର୍ଥ ହେରଫେର କରିଥିବା ଅଭିଯୋଗରେ ଗିରଫ କରିଥିଲା । ସେତେବେଳେ ଛଗନ ଭୂଜବଳ ବିରୋଧଦଳରେ ଥିଲେ । ଏହାପରେ ୨୦୧୮ ମସିହାରେ ଭୂଜବଳଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜାମିନ ମିଳିବାର କିଛି ଦିନ ପରେ ଟ୍ରାଏଲ କୋର୍ଟ ୧୬ ଅକ୍ଟୋବର ୨୦୧୮ ମସିହାରେ ଭୂଜବଳଙ୍କ ପାସପୋର୍ଟ ନବୀକରଣ କରିବାକୁ ଅନୁମତି ଦେଇଥିଲେ ଓ ବିଦେଶ ଯାତ୍ରା ପାଇଁ ମଧ୍ୟ ଅନୁମତି ଦେଇଥିଲେ ।

ଏହାପରେ ସେହି ୨୦୧୮ ମସିହାରେ ଇଡି ତରଫରୁ ଭୂଜବଳଙ୍କ ଜାମିନକୁ ଚ୍ୟାଲେଞ୍ଜ କରି କୋର୍ଟରେ ଏକ ଆବେଦନ କରିଥିଲା । ହେଲେ ଏହି ମାମଲାର ଶୁଣାଣି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହେଉଥିବା ବେଳେ ଇଡି କୋର୍ଟଙ୍କୁ କହିଥିଲେ କି ଦାଖଲ ହୋଇଥିବା ଆବେଦନର କପି ଇଡି କାର୍ଯ୍ୟାଳୟରୁ ହଜି ଯାଇଛି । ଯାହାକି ଇଡି ତରଫରୁ ଛଗନ ଭୂଜବଳ ଓ ତାଙ୍କ ଭଣଜାଙ୍କ ବିରୋଧରେ ଆବେଦନ କରିଥିଲା ।

୨୦୨୩ ନଭେମ୍ବର ୨୯ ତାରିଖରେ ଇଡି ତରଫରୁ ଓକିଲ ହର୍ଷ ଦୈଦ୍ଧିୟା ହାଇକୋର୍ଟରେ ଆବେଦନ ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ । ଜଷ୍ଟିସ ଆରଏନ ଲଡ୍ଡା ଏହାକୁ ଅନୁମତି ଦେଇଥିଲେ । ଏବଂ ମାମଲାକୁ ଖାରଜ କରିଥିଲେ ।

ସୂଚନା ଥାଉ କି, ଛଗନ ଭୂଜବଳଙ୍କ ଉପରେ ଅନେକ ଦୁର୍ନୀତି ମାମଲା ଆସିଥିଲା । ୨୦୧୬ ମସିହାରେ ଏସବୁ ଅଭିଯୋଗ ଆଧାରରେ ଇଡି ଛଗନ ଭୂଜବଳଙ୍କୁ ଗିରଫ କରି ୨ ବର୍ଷ ଜେଲରେ ରଖିଥିଲା । ଭୂଜବଳଙ୍କ ଉପରେ ଅଭିଯୋଗ ଥିଲା କି ସେ ପିଡବ୍ଲ୍ୟୁଡି ବିଭାଗର ମନ୍ତ୍ରୀ ଥିବା ବେଳେ ୧୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଠିକା ବେଆଇନ ଭାବେ ଦେଇଥିଲେ । ଇଡି ଦାବି କରିଥିଲା କି ଭୂଜବଳଙ୍କ ପରିବାର ସହ ଜଡିତ କମ୍ପାନୀ ଓ ଟ୍ରଷ୍ଟ ଲାଂଚ ନେଇ ଏସବୁ କାମର ଠିକା ଦେଇଥିଲେ ।

The post ଛଗନ ଭୂଜବଳଙ୍କ ଉପରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କହିଲା, ହଜି ଯାଇଛି ସମସ୍ତ ଫାଇଲ first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି: କନ୍ଧମାଳରୁ ଡାଲା ଅଟୋରେ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ

କନକ ବ୍ୟୁରୋ: ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି । କନ୍ଧମାଳର ଜଣେ ଯୁବତୀଙ୍କୁ ଗିରଫ କଲା ଭରତପୁର ପୋଲିସ । କନ୍ଧମାଳରୁ ଡାଲା ଅଟୋରେ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା । ମାତ୍ର ଭୁବନେଶ୍ୱର ଆସିବା ବାଟରେ ମାଡିବସିଲା ଭରତପୁର ଥାନା ପୋଲିସ । ଗିରଫ ଯୁବତୀ ଚୁମକି ଲତା ମଳିକ । ଚୁମକିଙ୍କ ସହ ଅଟୋ ଡ୍ରାଇଭର ସୋନୁ ଦିଗଲକୁ ମଧ୍ୟ ଗିରଫ କରାଯାଇଛି । ସୋନୁ ଦିଗଲ ନୟାପଲ୍ଲି ଅଂଚଳରେ ରହେ । ଏମାନଙ୍କଠାରୁ ୮କେଜିର ଗଂଜେଇ ଜବତ ହୋଇଛି । ପୋଲିସକୁ ଭୁଆଁ ବୁଲାଇବା ପାଇଁ ନିଜକୁ ରୋଗୀ ବୋଲି ପରିଚୟ ଦେଇଥିଲା ଚୁମକି । ଯିଏ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଚୋରାରେ ଗଂଜେଇ ଚାଲାଣ କରୁଥିଲା । ଚଳିତବର୍ଷ ୪୦୦ କେଜିର ଗଂଜେଇ ଜବତ କରି ସାରିଛି ଭରତପୁର ଥାନା ପୋଲିସ ।

The post ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି: କନ୍ଧମାଳରୁ ଡାଲା ଅଟୋରେ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି କାର୍ଯ୍ୟକାରିଣୀରେ ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ମହାନଦୀ ଓ ପୋଲାଭରମ ଭଳି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଲଢେଇ ଜାରି ରଖିବାକୁ ଆହ୍ୱାନ

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ବିଜେଡି ଦୋହରାଇଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାଯ୍ୟ ଦାବି ଯଥା ସ୍ୱତନ୍ତ୍ର ରାଜ୍ୟପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା । ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଛି ।

କୋଇଲା ରୟାଲଟି, ସେସ୍, ପ୍ରଦାନ କ୍ଷେତ୍ରରେ ଓଡିଶାର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା । ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବାରେ ମହିଳାମାନେ ସମ୍ମୁଖୀନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

The post ବିଜେଡି କାର୍ଯ୍ୟକାରିଣୀରେ ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ମହାନଦୀ ଓ ପୋଲାଭରମ ଭଳି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଲଢେଇ ଜାରି ରଖିବାକୁ ଆହ୍ୱାନ first appeared on Kanak News.

from Kanak News
via <a href="https://ifttt.com/?

ଚୀନ୍ ଏବଂ ରୁଷିଆକୁ ଝଟକା ଦେବା ପାଇଁ ଚାଲିଛି ପ୍ରସ୍ତୁତି… ଏହି ତିନୋଟି ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରୁଛନ୍ତି, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

ବ୍ରିଟେନ, ଇଟାଲୀ ଏବଂ ଜାପାନ ମିଳିତ ଭାବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଶତ୍ରୁ ଦେଶ ଉପରେ ନଜର ରଖିହେବ । ଏହି ଯୁଦ୍ଧ ବିମାନର ନାମ ଟେମ୍ପେଷ୍ଟ ରହିଛି । ୨୦୨୫  ସୁଦ୍ଧା ଏହାର ନିର୍ମାଣ କାମ ସରି ଉଡିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ଏହ  ଶତ୍ରୁ ଦେଶମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଠିଆ ହେବାକୁ ଯାଉଛି ।

ଜାଣନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଏବଂ ଏହାକୁ ତିଆରି କରିବା ପାଇଁ ତିନି ଦେଶ କାହିଁକି ଏକାଠି ହେଲେ ?

ଏହା ଏପରି ଏକ ଯୁଦ୍ଧ ବିମାନ କଳ୍ପନା କରାଯାଇଛି ଯେଉଁଠି ପାଇଲଟର ଆବଶ୍ୟକତା ପଡ଼ିବନାହିଁ । ରିମୋଟ ଦ୍ଵାରା  ଏହାକୁ ପରିଚାଳିତ କରିହେବ । ଏହାର ରାଡାର ସିଷ୍ଟମ ଏତେ ଶକ୍ତିଶାଳୀ ହେବା ଯେ ଯୁଦ୍ଧରେ ଜିତିବା ଖୁବ ସହଜ ହୋଇଜୀବ । ବର୍ତ୍ତମାନ ଏହିପରି ଏକ ଯୁଦ୍ଧ ବିମାନ ପ୍ରସ୍ତୁତ କରାଯାଉଛି । ବ୍ରିଟେନ, ଇଟାଲୀ ଏବଂ ଜାପାନ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଶତ୍ରୁ ଦେଶ ଉପରେ ନଜର ରଖିବା ବହୁତ ସହଜ ହେଇପାରିବ । ଏହି ଯୁଦ୍ଧ ବିମାନର ନାମ ଟେମ୍ପେଷ୍ଟ ରହିଛି । ୨୦୨୫ ସୁଦ୍ଧା ଏହା ଉଡିବାକୁ ସକ୍ଷମ ହେଇପାରିବ । ଏହା ଶତ୍ରୁ ଦେଶମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଛିଡା ହେବ ବୋଲି କୁହାଯାଉଛି । ଟେମ୍ପେଷ୍ଟରେ ହାଇ ଟେକ ଯନ୍ତ୍ରାଂଶରେ ଭରି ହେଇ ରହିଛି । ଏହାକୁ ପାଇଲଟମାନେ ଏହାକୁ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ସହିତ ଚଳାଇବାକୁ ସମର୍ଥ ହେବେ । ଏହାର ଅର୍ଥ ସେମାନେ କେବଳ ଏକ ରିମୋଟ ମାଧ୍ୟମରେ ଏହାକୁ ଉଡ଼ାଇବାକୁ ସମର୍ଥ ହେବେ ।

ଏହି ଯୁଦ୍ଧ ବିମାନ କେତେ ସ୍ୱତନ୍ତ୍ର ହେବ ଏବଂ ଏହାକୁ ତିଆରି କରିବା ପାଇଁ ତିନି ଦେଶ କାହିଁକି ଏକାଠି ହେଲେ ?କେତେ ହାଇ ଟେକ ହେବ ଦୁନିଆର ସବୁଠାରୁ ଅତ୍ୟାଧୁନିକ ଜେଟ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହା ବିଶ୍ୱର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ ହେବ। ଏହି ସୁପରସୋନିକ୍ ଜେଟର ରାଡାର ଏତେ ଶକ୍ତିଶାଳୀ ହେବ ଯେ ଏହା ବର୍ତ୍ତମାନର ଜେଟ୍ ଅପେକ୍ଷା ବାସ୍ତବ ସମୟରେ ୧୦ ଗୁଣ ଅଧିକ ସୂଚନା ଏବଂ ତଥ୍ୟ ପ୍ରଦାନ କରିବାରେ ସକ୍ଷମ ହେବ । ଯୁଦ୍ଧରେ ଜିତିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ନ୍ୟାସନାଲ୍ର ରିପୋର୍ଟ ଅନୁଯାୟୀ ଏହାର ସଫ୍ଟୱେର୍ ଏବଂ ହାର୍ଡୱେର୍ ଯଥେଷ୍ଟ ଉନ୍ନତ ହେବବିଶେଷ କଥା ହେଲା ଏହା ମିଶନ ଅନୁଯାୟୀ ପରିବର୍ତ୍ତନ କରାଯାଇପାରିବ । ପାଇଲଟମାନେ ଏହାକୁ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ମାଧ୍ୟମରେ ଚଳାଇବାକୁ ସମର୍ଥ ହେବେ । ଏହା ଇତିହାସର ସବୁଠାରୁ ହାଇ-ଟେକ୍ ଯୁଦ୍ଧ ବିମାନ ହେବାକୁ ଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ଏପରି ହାଇପରସୋନିକ୍ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହେବ ଯାହାଦ୍ୱାରା ଶତ୍ରୁକୁ ସହଜରେ ଟାର୍ଗେଟ୍ କରାଯାଇପାରିବ ।

ଏହି ତିନୋଟି ଦେଶର ସହଭାଗିତାକୁ ଗ୍ଲୋବାଲ୍ କମ୍ବାଟ୍ ଏୟାର ପ୍ରୋଗ୍ରାମ୍ (GCAP) ନାମିତ କରାଯାଇଛି । ଜାପାନର ମିଟୁସୁବିଶି ହେଭି, ବ୍ରିଟେନର BAE ସିଷ୍ଟମ୍ ଏବଂ ଇଟାଲୀର ଲିଓନାର୍ଡୋ କମ୍ପାନୀ ମିଳିତ ଭାବରେ ଏହି ହାଇ-ଟେକ୍ ଯୁଦ୍ଧ ବିମାନକୁ ବିକଶିତ କରୁଛନ୍ତି ।

The post ଚୀନ୍ ଏବଂ ରୁଷିଆକୁ ଝଟକା ଦେବା ପାଇଁ ଚାଲିଛି ପ୍ରସ୍ତୁତି… ଏହି ତିନୋଟି ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରୁଛନ୍ତି, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ର ପରେ ରାଜ୍ୟ ସରରକାର ବୃଦ୍ଧିକଲେ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ମାଗଣା ରାସନ

କନକ ବ୍ୟୁରୋ : କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ୫ ବର୍ଷ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଆଜି ଏହି ଅବଧିକୁ ମଧ୍ୟ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ପୂର୍ବଭଳି ରାସନ ପ୍ରଦାନ କରାଯିବ । ଏଥିରେ ରାଜ୍ୟର ୧୦ ଲକ୍ଷ ହିତାଧିକାରୀ ମାସକୁ ମାଗଣାରେ ୫ କେ.ଜି ଲେଖାଏଁ ଚାଉଳ ପାଇବେ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି । ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ।

ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ। ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।

The post କେନ୍ଦ୍ର ପରେ ରାଜ୍ୟ ସରରକାର ବୃଦ୍ଧିକଲେ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ମାଗଣା ରାସନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started