୨୦୨୪ରେ ନିର୍ବାଚନ ଲଢିବେନି ପାଣ୍ଡିଆନ, କାର୍ଯ୍ୟକାରିଣୀ ବୈଠକରେ କଲେ ସ୍ପଷ୍ଟ । ୧୪୭ ଆସନରେ ଦଳ ପାଇଁ କରିବେ କାମ ।

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ଲଢିବେ ନାହିଁ ଭି.କେ ପାଣ୍ଡିଆନ । ଏନେଇ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ । କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସମ୍ବିତ ରାଉତରାୟ ।

ବିଜେଡି ନେତା ରବୀନ୍ଦ୍ର ଜେନା କହିଛନ୍ତି, ଭି.କେ ପାଣ୍ଡିଆନ ନିର୍ବାଚନ ନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ଏପରିକି ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବେ ବୋଲି ପାଣ୍ଡିଆନ ବୈଠକରେ କହିଛନ୍ତି । ଦଳକୁ ଆହୁରି ସଙ୍ଗଠିତ କରିବା ସହ ଦଳୀୟ ନେତାଙ୍କ ସହ ମିଶି ପାଣ୍ଡିଆନ କାମ କରିବେ । ସୁଶାସିତ ରାଜ୍ୟ ଭାବେ ଯେପରି ଓଡ଼ିଶା ଦେଶରେ ପ୍ରତିଷ୍ଠା ଲାଭ କରିଛି, ଦଳକୁ ମଧ୍ୟ ଆହୁରି ଲୋକପ୍ରିୟ କରିବାକୁ କାମ କରିବେ ବୋଲି କହିଛନ୍ତି ପାଣ୍ଡିଆନ ।

ସେହିଭଳି ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ପାଣ୍ଡିଆନ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିବା ପରେ ବିରୋଧୀ ଯେଉଁ ଅପପ୍ରଚାର କରୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁବର୍ଷ ଧରି କାମ କରିଛନ୍ତି ପାଣ୍ଡିଆନ । ଏବେ ବିଜେଡିର ସକ୍ରିୟ କର୍ମୀ ଭାବେ ଦଳ ପାଇଁ କାମ କରିବେ । ଏହାପୂର୍ବରୁ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିଲା । ଗତ ନଭେମ୍ବର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ପାଣ୍ଡିଆନ ।

The post ୨୦୨୪ରେ ନିର୍ବାଚନ ଲଢିବେନି ପାଣ୍ଡିଆନ, କାର୍ଯ୍ୟକାରିଣୀ ବୈଠକରେ କଲେ ସ୍ପଷ୍ଟ । ୧୪୭ ଆସନରେ ଦଳ ପାଇଁ କରିବେ କାମ । first appeared on Kanak News.

from Kanak News
via <a href="https://ifttt.com/?

ଷ୍ଟିଲ ସିଟିରେ ମାତିଛନ୍ତି ଲୁଟେରା । ସକାଳୁ ସକାଳୁ ସୁନା ଦୋକାନୀ ପ୍ରଦୀପ ସୋନିଙ୍କୁ ଛୁରା ମାଡ କରି ଲୁଟ୍

କନକ ବ୍ୟୁରୋ : ଷ୍ଟିଲ ସିଟିରେ ଛୁରାମାଡ କରି ଲୁଟ୍ । ସୁନା ଦୋକାନୀଙ୍କ ଠାରୁ ୯ଶହ ଗ୍ରାମର ସୁନା ଗହଣା ନେଇ ଚମ୍ପଟ ମାରିଲେ ଲୁଟେରା । ସୁନା ସହ ନଗଦ ୨୦ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି । ରାଉରକେଲାର ମାଲ ଗୋଦାମ କାଳି ମନ୍ଦିର ନିକଟରେ ଆଜି ଏଭଳି ଲୁଟପାଟ୍ ହୋଇଛି । ସୁନା ଦୋକାନୀ ପ୍ରଦୀପ କମାର ସୋନି କୋଲକାତାରୁ ସୁନା ଗହଣା ଆଣି ଆଜାଦ୍ ହିନ୍ଦ୍ ଟ୍ରେନ୍ରେ ରାଉରକେଲା ଫେରିଥିଲେ । ଆଜି ସକାଳୁ ସେ ରାଉରକେଲା ଷ୍ଟେସନରେ ଓହ୍ଲାଇବା ପରେ ସହଯୋଗୀଙ୍କ ସହ ସ୍କୁଟିରେ ବାସନ୍ତି କୋଲନୀ ସ୍ଥିତ ଘରକୁ ଯାଉଥିଲେ । ଘରକୁ ଯିବା ବାଟରେ ୩ ଜଣ ଲୁଟେରା ଛୁରାମାଡ କରି ଲୁଟି ନେଇଛନ୍ତି । ପ୍ରଦୀପଙ୍କ ହାତରେ ଆଘାତ ଲାଗିଥିବା ବେଳେ ସେ ସାମାନ୍ୟ ଆହାତ ହୋଇଛନ୍ତି । ପୁଲିସ ଏହି ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି ।

The post ଷ୍ଟିଲ ସିଟିରେ ମାତିଛନ୍ତି ଲୁଟେରା । ସକାଳୁ ସକାଳୁ ସୁନା ଦୋକାନୀ ପ୍ରଦୀପ ସୋନିଙ୍କୁ ଛୁରା ମାଡ କରି ଲୁଟ୍ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଝଟକା । ବିରୋଧୀ ମିଛ ଅପପ୍ରଚାର କରୁଛନ୍ତି କହିଲେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ବିଜେଡି କାର୍ଯ୍ୟକାରିଣୀ ବୈଠକରେ ବିରୋଧୀଙ୍କୁ ଟାର୍ଗେଟ । ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଗୋଟିଏ ବଡ ଝଟକା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ମିଛ ଅପପ୍ରଚାର କରି ବଦନାମ କରିବାକୁ ପ୍ରୟାସ ହେଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଏପରି କହି ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି ଏହାର ମୁକାବିଲା କରିବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ବିରୋଧୀଙ୍କ ମିଛ ଅପପ୍ରଚାରର ଦୃଢ଼ ମୁକାବିଲା କରିବାକୁ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସୋଶିଆଲ ମିଡିଆକୁ ଦଳ କରିବ ଅସ୍ତ୍ର ।

ନିର୍ବାଚନ ପୂର୍ବରୁ ଘରେ ଘରେ ବିକାଶର ବାର୍ତ୍ତାକୁ ପହଂଚାଇବାକୁ ହେବ । ଏହା ଦଳୀୟ କର୍ମୀଙ୍କୁ କହିଛନ୍ତି ନବୀନ ପଟ୍ଟନାୟକ । ଏଥିସହ ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡି ମହିଳା ଏବଂ ଯୁବ ଭୋଟରଙ୍କ ଉପରେ ନଜର ରଖିଛି ଦଳ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ବିଜୁ ଜନତା ଦଳ । ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗରର ସଂପ୍ରସାରଣ କରାଯାଇଛି । ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି । କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା । ଯୁବ ଛାତ୍ର ବିକାଶକୁ ପସନ୍ଦ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ୩୨ଟି ପ୍ରସ୍ତାବ ପାରିତ ହୋଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକମ ର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଛି । ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଛି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ବିଜେଡି ଦୋହରାଇଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାଯ୍ୟ ଦାବି ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା । ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଛି । କୋଇଲା ରୟାଲଟି, ସେସ୍, ପ୍ରଦାନ କ୍ଷେତ୍ରରେ ଓଡିଶାର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା । ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବାରେ ମହିଳାମାନେ ସମ୍ମୁଖୀନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ।

The post ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଝଟକା । ବିରୋଧୀ ମିଛ ଅପପ୍ରଚାର କରୁଛନ୍ତି କହିଲେ ବିଜେଡି ସୁପ୍ରିମୋ first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ଆକ୍ରମଣର ଅଭିଯୁକ୍ତ ସାଗରର ଡାଏରୀରେ ରହିଛି ବିସ୍ଫୋରକ ବିଚାର । ଜାଣନ୍ତୁ ସଂସଦ ଭିତରେ ପ୍ରବେଶ କରି କ’ଣ ଜଣାଇବାକୁ ଚାହୁଁଥିଲା ସାଗର

କନକ ବ୍ୟୁରୋ : ସଂସଦର ସୁରକ୍ଷାରେ ହୋଇଥିବା ଅବହେଳା ନେଇ ପୁଣିଏକ ବଡ ଗୁମର ଖୋଲିଛି । ସଂସଦର ସୁରକ୍ଷାକୁ ଚକମା ଦେଇ ଲୋକସଭା ଭିତରେ ପହଂଚିଥିବା ସାଗର ଶର୍ମାର ଡାଏରୀ ସାମ୍ନାକୁ ଆସିଛି । ଏହି ଡାଏରୀରେ ସାଗର ଅନେକ ଗୁଡିଏ ଚମକାଇଦେବା ଭଳି କଥା ଲେଖିଛି । ଏହି ଡାଏରୀ ଲକ୍ଷ୍ନୌ ସ୍ଥିତ ସାଗରର ଘରୁ ମିଳିଛି । ଏବେ ଗୁଇନ୍ଦା ସଂସ୍ଥା ଡଏରୀରେ ଲେଖାଯାଇଥିବା କଥାକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ।

ପ୍ରାପ୍ତ ସୂଚନା ମୁତାବକ ସାଗର ଶର୍ମାଙ୍କ ଘରୁ ମିଳିଥିବା ଡାଏରୀରେ ଅନେକ ବିଦ୍ରୋହର କଥା ଲେଖାଯାଇଛି । କହିରଖୁ କି, ସାଗର ଶର୍ମା ଲକ୍ଷ୍ନୌରେ ରହନ୍ତି ଓ ଏକ ଇ-ରିକ୍ସା ଚଳାଇ ଗୁଜରାଣ ମେଣ୍ଟାନ୍ତି । ସାଗର ସେହି ଲୋକମାନଙ୍କ ସହ ସାମିଲ ଥିଲା ଯେଉଁମାନେ ସଂସଦର କଡା ସୁରକ୍ଷାକୁ ଭେଦ କରି ଲୋକସଭା ଭବନରେ ପହଂଚି ଯାଇଥିଲେ ।

ସାଗର ଶର୍ମା ତାଙ୍କ ଡାଏରୀରେ ଲେଖିଛନ୍ତି ଘରୁ ବିଦାୟ ନେବାର ସମୟ ଉପନୀତ ହୋଇଛି । କିଛି ବି କରି ବାହାରିଯିବାକୁ କିଏ ପ୍ରେରଣା ଦେଉଛି । ହଁ ଏମିତି ହୋଇଥାନ୍ତା କି, ମୁଁ ମୋ ବାପା ଓ ମାଙ୍କୁ ବୁଝିପାରିଥାନ୍ତି । ଆଗକୁ ଲେଖିଛନ୍ତି ଦୁନିଆର ସେ ହେଉଛି ଶକ୍ତିଶାଳୀ ଯେ, ସୁଖକୁ ତ୍ୟାଗ କରିବାର କ୍ଷମତା ରଖିଛି । ମୋ ପାଇଁ ସଂଘର୍ଷର ରାସ୍ତା ଚୟନ କରିବା ଏତେଟା ସହଜ ନଥିଲା ବୋଲି ସେ ଲେଖିଛନ୍ତି ।

କେବଳ ସେତିକି ନୁହେଁ, ଆଗକୁ ସେ ଲେଖିଛନ୍ତି ୫ ବର୍ଷ ଧରି ଆଶା ରଖିଛି, ଅପେକ୍ଷା କରିଛି ସେହିଦିନ ଆସିବ ଯେଉଁଦିନ ମୁଁ ମୋର କର୍ତ୍ତବ୍ୟକୁ ଖୋଜିପାଇବି । ଦୁନିଆର ଶକ୍ତିଶାଳୀ ଲୋକ ସିଏ ନୁହେଁ ଯିଏ ଯେ ଅନ୍ୟର ଅଧିକାରକୁ ଛଡାଇନେବା ଶିଖିଛି, ବାସ୍ତବରେ ଶକ୍ତିଶାଳୀ ଲୋକ ସିଏ ଯେ ସୁଖ ତ୍ୟାଗ କରିବାର କ୍ଷମତା ରଖିଛି ।

The post ସଂସଦ ଆକ୍ରମଣର ଅଭିଯୁକ୍ତ ସାଗରର ଡାଏରୀରେ ରହିଛି ବିସ୍ଫୋରକ ବିଚାର । ଜାଣନ୍ତୁ ସଂସଦ ଭିତରେ ପ୍ରବେଶ କରି କ’ଣ ଜଣାଇବାକୁ ଚାହୁଁଥିଲା ସାଗର first appeared on Kanak News.

from Kanak News
via <a href="https://ifttt.com/?

ସାଙ୍ଗଠନିକ ନିର୍ବାଚନକୁ ବର୍ଷେ ଘୁଞ୍ଚାଇଲା ବିଜେଡି, ନେତାଜୀ ଜୟନ୍ତୀଠୁ ବିଜୁ ଜୟନ୍ତୀ ଯାଏଁ ଘରେ ଘରେ ପହଞ୍ଚିବ ସରକାରଙ୍କ ସଫଳତାର ବାର୍ତ୍ତା ।

କନକ ବ୍ୟୁରୋ: ସାଙ୍ଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇଲା ବିଜେଡି । ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତାକୁ ରାଜ୍ୟର ତୃଣମୂଳସ୍ତରରେ ପହଞ୍ଚାଇାବକୁ ଆରମ୍ଭ କରିବ ଅଭିଯାନ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଚାଲିଥିବା କାର୍ଯ୍ୟକାରିଣୀ ବୈଠକରେ ନିଆଗଲା ନିଷ୍ପତ୍ତି ।

ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଉପରେ ଚାଲିଛି ଆଲୋଚନା । ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରୁଛି ଦଳ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ଯ୍ୟକରିଣୀ ବୈଠକ । ସେହିପରି ଡିସେମ୍ବର ୨୬ରେ ବିଜୁ ଜନତା ଦଳ ୨୭ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଦଳ । ଦଳର ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ନିକଟତର ହେବାକୁ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନରେ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ମଧ୍ୟ ଉପସ୍ଥାପନ କରାଯିବ । ଶ୍ରୀ ଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

The post ସାଙ୍ଗଠନିକ ନିର୍ବାଚନକୁ ବର୍ଷେ ଘୁଞ୍ଚାଇଲା ବିଜେଡି, ନେତାଜୀ ଜୟନ୍ତୀଠୁ ବିଜୁ ଜୟନ୍ତୀ ଯାଏଁ ଘରେ ଘରେ ପହଞ୍ଚିବ ସରକାରଙ୍କ ସଫଳତାର ବାର୍ତ୍ତା । first appeared on Kanak News.

from Kanak News
via <a href="https://ifttt.com/?

କିଛିଦିନର ନିରବତା ପରେ ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

କନକ ବ୍ୟୁରୋ : ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାର୍ୟ୍ୟ ଦାବୀ ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା , ଦାବୀ ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା .ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା ଓ ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିଲା । କୋଇଲା ରୟାଲଟି, ସେସ୍, ପ୍ରଦାନ କ୍ଷେତ୍ରରେ ଓଡିଶା ର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ୟ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା , ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବା ରେ ମହିଳା ମାନେ ସମ୍ମୁଖିନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ

The post କିଛିଦିନର ନିରବତା ପରେ ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି first appeared on Kanak News.

from Kanak News
via <a href="https://ifttt.com/?

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଗୃହ ବିଭାଗ ଲୋଡିଲା ଅଧିକ ସମୟ । ଶେଷ ସୁଯୋଗ ଦେଇ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଶେଷ ମହଲତ । ହାଇକୋର୍ଟ ଏହି ଶେଷ ସୁଯୋଗ ଦେଇଛନ୍ତି । ଆଜି ରତ୍ନଭଣ୍ଡାର ଚାବି ହଜିବା ସଂପର୍କିତ ମାମଲାରେ ଶୁଣାଣି ହେଉଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଜବାବ ନରଖି ଅଧିକ ସମୟ ଲୋଡିଥିଲେ । ରଘୁବୀର ଦାସ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ହୋଇଛି । ହେଲେ ସରକାର ଜବାବ ଦାଖଲ କରିବେ ବୋଲି କହି ଦୀର୍ଘ ୮ ମାସ ହେବ ସମୟ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି । ଏବେ ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ବଡ ଦିନ ଛୁଟି ପରେ ମାମଲାର ଶୁଣାଣି ହେବ ବୋଲି ସୂଚନା ରହିଛି । ଏହାରି ଭିତରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

The post ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଗୃହ ବିଭାଗ ଲୋଡିଲା ଅଧିକ ସମୟ । ଶେଷ ସୁଯୋଗ ଦେଇ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

କନକ ବ୍ୟୁରୋ : ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ଘର ଭିତରେ ଜେନରେଟର ଲଗାଇ ଶୋଇଥିଲେ । ଏହି ସମୟରେ ଶ୍ୱାସରୁଦ୍ଧ ହୋଇଯିବାରୁ ଦୁଇ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ସେହିପରି ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ ମାନପୁର ଅଂଚଳରେ ଏହି ଅଘଟଣ ଘଟିଛି । ଦୁଇ ମୃତକ ପାଲଲହଡାର ବୋଲି ଜଣାପଡିଛି କିନ୍ତୁ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ । ଗତକାଲି ରାତିରେ ଜେନରେଟର ଲଗାଇ ଶୋଇ ପଡିଥିଲେ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

The post ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ଦୁନିଆର ସବୁଠୁ ବଡ ଆଇସବର୍ଗ: ଦୁନିଆର ସବୁଠୁ ବଡ ଆଇସବର୍ଗର ଆକାର ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୩,୯୦୦ ବର୍ଗ କିଲୋମିଟର ଲମ୍ବ ଏବଂ ଏକ ଟ୍ରିଲିୟନ୍ ଟନ୍ ଓଜନ ବିଶିଷ୍ଟ ଏହି ବିଶାଳକାୟ ଆଇସବର୍ଗ ତିନି ଦଶନ୍ଧିରୁ ଅଧିକ ସମୟ ଧରି ୱେଡେଲ ସାଗରରେ ସ୍ଥିର ହୋଇ ରହିବା ପରେ ଏବେ ଗତିଶୀଳ ହୋଇଛି । ଗତ କିଛି ସପ୍ତାହ ତଳେ ଖବର ଆସିଥିଲା କି ଦୁନିଆର ସବୁଠାରୁ ବଡ଼ ହିମଖଣ୍ଡ ଗତି କରୁଛି ବୋଲି । ସେତେବେଳେ ତାହାର ଆକାର ବିଷୟରେ କୌଣସି ସୂଚନା ନଥିଲା । ଏବେ ଉପଗ୍ରହ ଦ୍ଵାରା ତାର ଆକାର ବିଷୟରେ ସୂଚନା ମିଳିଛି । ଦୁନିଆର ସବୁଠୁ ବଡ ଆଇସବର୍ଗର A-23a ର ଘନତା ୨୮୦ ମିଟରରୁ ଅଧିକ । ଉପଗ୍ରହରୁ ନିଆଯାଇଥିବା ସାମ୍ପ୍ରତିକ ମାପରେ ଏହା ପ୍ରକାଶ ପାଇଛି । ୩,୯୦୦ ବର୍ଗ କିଲୋମିଟରର ଏକ ବିଶାଳ କ୍ଷେତ୍ର ଏବଂ ପ୍ରାୟ ଏକ ଟ୍ରିଲିୟନ୍ ଟନ୍ ଓଜନ ବିଶିଷ୍ଟ ଏହି ଆଇସବର୍ଗ ୧୯୮୬ ରେ ଆଣ୍ଟାର୍କଟିକ୍ ଉପକୂଳରୁ ଭାଙ୍ଗି ଯାଇଥିଲା । ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ୱେଡେଲ ସାଗରରେ ସ୍ଥିର ରହିବା ପରେ ଏବେ ଏହା ଗତିଶୀଳ ହୋଇଛି । A-23a ର ମାପ ୟୁରୋପୀୟ ସ୍ପେସ୍ ଏଜେନ୍ସିର କ୍ରିଓସାଟ -2 ମିଶନରୁ ଆସିଛି । ଯେଉଁଥିରେ ଜଳରାଶି ଉପରେ ଥିବା ବରଫର ଆକାରକୁ ମାପିବା ପାଇଁ ଏକ ରାଡାର ଆଲ୍ଟମିଟର ବ୍ୟବହାର କରାଯାଇଥାଏ ।

ଉଷ୍ମ ଜଳରାଶି ଆଡକୁ ବଢୁଛି ହିମଖଣ୍ଡ

ତିନି ଦଶନ୍ଧି ଧରି ସମୁଦ୍ର ତଳେ ଜମି ରହିବା ପରେ A-23a ଏବେ ଏହାର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି । ଏହାର ସ୍ଥିର ସ୍ଥିତିରୁ ମୁକ୍ତ ହୋଇ ଏହା ବର୍ତ୍ତମାନ ଉଷ୍ମ ଜଳ ଆଡକୁ ଗତି କରୁଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଦକ୍ଷିଣ ମହାସାଗରରେ ଆଇସବର୍ଗର ଗତିପଥ ନିର୍ଣ୍ଣୟ କରିବାରେ ଆସନ୍ତା ସପ୍ତାହଗୁଡିକ ଗୁରୁତ୍ୱପୂର୍ଣ୍ଣ ହେବ ।

ମୋଟେଇ କ୍ରମାଗତ ଭାବେ ହ୍ରାସ ପାଉଛି

ବିଗତ ଏକ ଦଶନ୍ଧି ମଧ୍ୟରେ ବରଫର ଘନତାରେ କ୍ରମାଗତଭାବେ ବାର୍ଷିକ ହିସାବରେ  ହ୍ରାସ ଘଟିଛି, ଯାହା ୱେଡେଲ ସାଗରରେ ଉଷ୍ମ ଜଳ ତାପମାତ୍ରା ସହିତ ସମାନ ଅଟେ । ସମୁଦ୍ର ଚଟାଣ ସହିତ ଏହାର ଦ୍ରୁତ ଧକ୍କା ହେତୁ ଏହାର ପୃଷ୍ଠରେ ସୃଷ୍ଟି ହୋଇଥିବା ଖାଲଗୁଡ଼ିକ ବରଫର ଗଠନମୂଳକ ପରିବର୍ତ୍ତନ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ । ଏହି ବିଶାଳ ଆଇସବର୍ଗର ଗତିଶୀଳତା ବୁଝିବା ପାଇଁ A-23A ର ଘନତା ମାପିବା  ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

The post ଦୁନିଆର ସବୁଠୁ ବଡ ଆଇସବର୍ଗ: ଦୁନିଆର ସବୁଠୁ ବଡ ଆଇସବର୍ଗର ଆକାର ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନ କହିଲେ, ମା’ ମାନଙ୍କ ପସନ୍ଦ ବିଜୁ ଜନତା ଦଳ ।

କନକ ବ୍ୟୁରୋ: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଲେ ସମ୍ବୋଧିତ । କହିଲେ, ମା’ ମାନଙ୍କ ପସନ୍ଦ ହେଉଛି ବିଜୁ ଜନତା ଦଳ । ଏପରିକି ଓଡ଼ିଶାର ଯୁବ, ଛାତ୍ରମାନଙ୍କ ପ୍ରଥମ ପସନ୍ଦ ମଧ୍ୟ ବିଜେଡି । ଏବେ ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ ତେଣୁ ଉନ୍ନତିକରଣ ବିକାଶକାର୍ଯ୍ୟ ସେମାନଙ୍କ ପାଇଁ ଏକ ଶକ୍ତଧକା ପାଲଟିଛି । ସେଥିପାଇଁ ସେମାନେ ମିଛ ଆଉ ଅପପ୍ରଚାର କରୁଛନ୍ତି । ଏହାକୁ ତୃଣମୂଳସ୍ତରରେ ପ୍ରତିବାଦ କରିବାକୁ ହେବ । ଆଉ ଏଥିରେ ସୋସିଆଲ ମିଡ଼ିଆ ପ୍ରମୂଖ ଅସ୍ତ୍ର ପାଲଟିବ, ଯେଉଁଥିରେ ଆମେ ଅପପ୍ରଚାରକୁ ବିରୋଧ କରିବା ସହ ବିକାଶର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବା । ଓଡ଼ିଶାବାସୀ ଜାଣନ୍ତି ଯେ, ହଜାରେ ମିଛ କେବେ ସତ ହୋଇଯାଏନି । ସତ୍ୟର ଜୟ ଏବଂ ବିକାଶର ଜୟ ନିଶ୍ଚୟ ହେବ ବୋଲି ଦଳୀୟ ନେତାଙ୍କୁ ଉଦବୋଧନ ଦେଇ କହିଛନ୍ତି ନବୀନ ପଟ୍ଟନାୟକ ।

The post ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନ କହିଲେ, ମା’ ମାନଙ୍କ ପସନ୍ଦ ବିଜୁ ଜନତା ଦଳ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started