ଆଜିଠୁ ରାଜସ୍ଥାନରେ ଭଜନଲାଲ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ, ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ କଳରାଜ ମିଶ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭଜନଲାଲ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ମଧ୍ୟ ଶପଥଗ୍ରହଣ କରିଛନ୍ତି ।

https://platform.twitter.com/widgets.jsପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମେତ ବିଜେପିର ବରିଷ୍ଠ ନେତା ମଧ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି ନଡ୍ଡା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଆଜି ଭଜନଲାଲଙ୍କର ଜନ୍ମଦିନ । ନିଜ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ । ରାଜସ୍ଥାନରେ ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ସମସ୍ତଙ୍କୁ ଚକତି କରିଥିଲା । କାରଣ ରେସରେ ବସୁନ୍ଧରା ରାଜେ ଥିଲେ ମଧ୍ୟ ତାଙ୍କୁ ପଛରେ ପକାଇ ପ୍ରଥମଥର ବିଧାୟକ ହୋଇଥିବା ଭଜନଲାଲଙ୍କ ଉପରେ ଭରସା କରିଥିଲେ ବିଜେପିର ଶୀର୍ଷ ନେତୃତ୍ୱ ।

The post ଆଜିଠୁ ରାଜସ୍ଥାନରେ ଭଜନଲାଲ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ, ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । first appeared on Kanak News.

from Kanak News
via <a href="https://ifttt.com/?

ସୁସ୍ଥ ହେଉଛି ବୋରୱେଲରୁ ଉଦ୍ଧାର ହେଉଥିବା ଶିଶୁ । ଆଜି ପ୍ରଥମ ଥର ପାଇଁ ଦିଆଗଲା କ୍ଷୀର

କନକ ବ୍ୟୁରୋ : ସୁସ୍ଥ ହେଉଛି ବୋରୱେଲ ଭିତରୁ ଉଦ୍ଧାର ହେଉଥିବା ଶିଶୁ । ଏବେ ଧୀରେ ଧୀରେ ସୁସ୍ଥ ହେଉଛି କୁନି । ଆଜି ପ୍ରଥମ ଥର ପାଇଁ ଶିଶୁକୁ ଦିଆଯାଇଛି କ୍ଷୀର । ଏବେ ସଂକ୍ରମଣ ମଧ୍ୟ କମିବା ଆରମ୍ଭ କରିଛି । ଭୀମସାର ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି ।

ଗତକାଲି ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସୂଚନା ରହିଥିଲା । ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ସଂକ୍ରମଣ ବଢ଼ିଥିବା କହିଥିଲେ ଡାକ୍ତର । କିନ୍ତୁ ଆଜି ଶିଶୁଟି ସୁସ୍ଥ ହେଉଥିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି । ତିନି ଦିନ ତଳେ ୨୦ ଫୁଟ୍ ବୋରୱେଲ ଭିତରକୁ ଖସିପଡ଼ିଥିଲା ନବଜାତ ଶିଶୁ । କିଏ ଓ କାହିଁକି ପିଲାଟିକୁ ପକାଇଥିବା ତାର କାରଣ ଜଣାପଡ଼ିନଥିବା ବେଳେ ଏହାର ତଦନ୍ତ କରୁଛି ପୋଲିସ ।

The post ସୁସ୍ଥ ହେଉଛି ବୋରୱେଲରୁ ଉଦ୍ଧାର ହେଉଥିବା ଶିଶୁ । ଆଜି ପ୍ରଥମ ଥର ପାଇଁ ଦିଆଗଲା କ୍ଷୀର first appeared on Kanak News.

from Kanak News
via <a href="https://ifttt.com/?

ସଂସଦରୁ ନିଲମ୍ବିତ ସାଂସଦଙ୍କ ପ୍ରତିବାଦ । ବିରୋଧୀଙ୍କ ସହ ମିଶି ଗାନ୍ଧୀ ମୂର୍ତୀ ତଳେ ବିକ୍ଷୋବ ପ୍ରଦର୍ଶନ

କନକ ବ୍ୟୁରୋ : ସଂସଦରୁ ନୀଲମ୍ବିତ ସାଂସଦଙ୍କ ପ୍ରତିବାଦ । ସଂସଦ ପରିସର ଭିତରେ ଥିବା ଗାନ୍ଧୀ ମୂର୍ତି ତଳେ ହାତରେ ପ୍ଲା-କାର୍ଡ ଧରି ପ୍ରତିବାଦ କରିଛନ୍ତି ନୀଲମ୍ବିତ ସାଂସଦ । ଗତକାଲି ୧୩ଜଣ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ଅବଶିଷ୍ଟ ଶୀତ ଅଧିବେଶନରୁ ନୀଲମ୍ବିତ କରାଯାଇଥିଲା ।

ସୁରକ୍ଷାରେ ତ୍ରୁଟିକୁ ନେଇ ଗୃହରେ ହଙ୍ଗାମା କରୁଥିବାରୁ ଏହି ସମସ୍ତ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ତେବେ ଗତକାଲି ସସପେଣ୍ଡ ହେବା ପରେ ଆଜି ସେମାନେ ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରିଛନ୍ତି । କଥା କହିବା ପାଇଁ ନୀଲମ୍ବିତ ହୋଇଥିବା ପ୍ଲାକାର୍ଡରେ ଉଲ୍ଲେଖ କରିଛନ୍ତି ନୀଲମ୍ବିତ ସାଂସଦମାନେ ।

The post ସଂସଦରୁ ନିଲମ୍ବିତ ସାଂସଦଙ୍କ ପ୍ରତିବାଦ । ବିରୋଧୀଙ୍କ ସହ ମିଶି ଗାନ୍ଧୀ ମୂର୍ତୀ ତଳେ ବିକ୍ଷୋବ ପ୍ରଦର୍ଶନ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନରେ ଏଥର ନୱାଜ ସରିଫ ବନାମ ବିଲାୱାଲ ଭୁଟ୍ଟୋ  । ସେନା କାହାକୁ ପ୍ରଧାନମନ୍ତ୍ରୀ କରିବ ?

ଏକଦା PML-N ଏବଂ PPP ଏକତ୍ର ସରକାର ଚଳାଉଥିଲେ, କିନ୍ତୁ ଏଥର ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନର ରାଜନୀତିରେ ପରିବର୍ତ୍ତନ ଆସିଛି । ପିପିପି ବିଲାୱାଲ ଭୁଟ୍ଟୋଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏହାଦ୍ୱାରା ନିର୍ବାଚନ ପ୍ରତିଯୋଗିତା ଅତ୍ୟନ୍ତ ରୋଚକ ହେବାକୁ ଯାଉଛି ।  ପ୍ରଧାନମନ୍ତ୍ରୀ ପଦ ପାଇଁ ନୱାଜ ସରିଫ ମଧ୍ୟ ନିଜର ଅଭିଯାନକୁ ଜୋର କରିଛନ୍ତି ।

ପାକିସ୍ତାନର ରାଜନୈତିକ ପିଚରେ ଇମ୍ରାନ ଖାନଙ୍କ ୱିକେଟ୍ ଖସିଯିବା ପରେ ବର୍ତ୍ତମାନ ଫିଲ୍ଡିଂରେ ପରିବର୍ତ୍ତନ ହେଇଛି ।  ଏବେ ବିଲାୱାଲ ଭୁଟ୍ଟୋ ‘କ୍ୟାପଟେନ’ ହେବାର ସ୍ୱପ୍ନ ଦେଖୁଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବିଲାୱାଲ ଭୁଟ୍ଟୋ ଏବଂ ରାଷ୍ଟ୍ରପତି ପାଇଁ ତାଙ୍କ ପିତା ଆସିଫ ଅଲି ଜରଦାରୀଙ୍କ ନାମ ଘୋଷଣା କରିଛନ୍ତି । ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପିପିପିର ଏହି ଘୋଷଣା ପୂର୍ବରୁ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମ ଘୋଷଣା କରିଥିଲା ।  ଏହିପରି ଦେଖିଲେ ପାକିସ୍ତାନର ରାଜନୈତିକ ଚିତ୍ର ମାତ୍ର ଗୋଟିଏ ବର୍ଷ ମଧ୍ୟରେ ରୋଚକର ସ୍ଥିତିକୁ ଆସିଯାଇଛି । ବିଲାୱାଲ ୨୦୨୨ ମସିହାରେ ଲଣ୍ଡନ ଯାଇ ନୱାଜଙ୍କୁ ନିଜର ସହଯୋଗ ପ୍ରଦର୍ଶନ କରିଥିଲେ, ସେ ନୂତନ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ । ବର୍ତ୍ତମାନ ନୱାଜ ପାକିସ୍ତାନକୁ ଫେରିବା ପରେ ବିଲାୱାଲ ବନାମ ନୱାଜ ସରିଫ ପ୍ରତିଯୋଗିତାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଛି । ୬୮ ବର୍ଷୀୟ ଜରଦାରୀ ମଧ୍ୟ ୨୦୦୮ ରେ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ। ବିଲାୱାଲ (୩୫) ଙ୍କ ବିଷୟରେ କହିବାକୁ ଗଲେ ସେ ଏପ୍ରିଲ ୨୦୨୨ ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ରହିଛନ୍ତି ।

ଏବେ ପ୍ରଶ୍ନ ହେଉଛି କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ?

ସେନା କାହାକୁ ସାପୋର୍ଟ କରିବ ଦେଖିବାର ବାକି ରହିଲା କାରଣ ପାକିସ୍ତାନ ଇତିହାସରେ କେବଳ ସେନା ଯାହା ଚାହୁଁଛି ତାହା ହିଁ ଘଟିବ। ନୱାଜ ସରିଫଙ୍କ ବର୍ତ୍ତମାନ କଣ କରିବେ ? ନୱାଜ ସରିଫ ଏବଂ ତାଙ୍କ ଝିଅ ମରିୟମଙ୍କ ସମାବେଶରେ ଏକତ୍ରିତ ହୋଇଥିବା ଜନତାଙ୍କ ବିଷୟରେ ଉଲ୍ଲେଖ କରି ପିପିପି ନେତା ଫୈସଲ କୁଣ୍ଡି କହିଛନ୍ତି ଯେ ବିଲାୱାଲଙ୍କ ଲୋକପ୍ରିୟତା ଅଧିକ । ଘରକୁ ଫେରିବା ପରେ ନୱାଜ ଦୁର୍ନୀତି ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପିପିପି ଆକ୍ରମଣ କରି କହିଛି ଯେ ରାଜନୈତିକ ଇଞ୍ଜିନିୟରିଂ ପାଇଁ ନାବ (ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ) ବ୍ୟବହାର କରାଯାଉଛି । କୁଣ୍ଡି କହିଛନ୍ତି ଯେ ଏହା ଉପରେ ପରିସ୍ଥିତି ସ୍ପଷ୍ଟ ହେବା ଉଚିତ ଯେ ଉକ୍ତ ଏଜେନ୍ସି ପୂର୍ବରୁ ନୱାଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, ତେଣୁ ବର୍ତ୍ତମାନ ଗୋଟିଏ ମାମଲାରେ ତାଙ୍କୁ କିପରି ନିର୍ଦ୍ଦୋଷରେ ଖଲାସ କରାଯିବ ? ଜନସାଧାରଣ ଜାଣିବା ଉଚିତ୍ ଯେ NAB ସେତେବେଳେ ଭୁଲ ଥିଲା କି ଆଜି ଭୁଲ୍ ଅଛି ?

ବିଲାୱାଲଙ୍କ ଆହ୍ବାନ

ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ନୱାଜ ସରିଫଙ୍କ ଗଡ଼ ବୋଲି  କୁହାଯାଏ । ଏଥର ଲାହୋରରୁ କେହି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ବିଲାୱାଲ ଚ୍ୟାଲେଞ୍ଜ କରି କହିଛନ୍ତି । ଏକ ନିର୍ବାଚନ ରାଲିରେ ଉଭୟ ଇମ୍ରାନ ଖାନ ଏବଂ ନୱାଜ ସରିଫଙ୍କୁ ଟାର୍ଗେଟ କରୁଥିବାବେଳେ ବିଲାୱାଲ କହିଛନ୍ତି ଯେ ଜଣେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଯାହା ଦ୍ଵାରା ସେ ଜେଲରୁ ବାହାରି ପାରିବେ ଏବଂ ଅନ୍ୟ ଜଣେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଯାହାଫଳରେ ସେ ଜେଲ ଯିବାରୁ ରକ୍ଷା ପାଇପାରିବେ। କୌଣସି ବି ଖେଳାଳି ଆମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ରାଜନୀତିରେ କେହି ଚିରଦିନ ପାଇଁ ବନ୍ଧୁ କିମ୍ବା ଶତ୍ରୁ ନୁହଁନ୍ତି | ପାକିସ୍ତାନର ବର୍ତ୍ତମାନର ରାଜନୈତିକ ଚିତ୍ର ମଧ୍ୟ ସମାନ କଥା କହୁଛି । ଇମ୍ରାନ ଖାନ ଜେଲରେ ଅଛନ୍ତି, ନୱାଜ ଦେଶକୁ ଆସି ପୁଣି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ସେ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଏକ ମିଳିତ ମଞ୍ଚ ଗଠନ କରିବାକୁ ଚାହୁଁଥିଲେ ଏବଂ ପରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ କିନ୍ତୁ ପିପିପି ତାଙ୍କୁ ଏବେ ଚ୍ୟାଲେଞ୍ଜ ଦେଉଛି । ନୱାଜଙ୍କ ଦଳ ବାଲୁଚିସ୍ତାନ ଆୱାମୀ ପାର୍ଟି (BAP) ସହିତ ହାତ ମିଳାଇଛି, ଯାହା ଏକଦା ପିପିପି ସହ ମିଳିତ ଥିଲା । କିଛି ସମୟ ପୂର୍ବରୁ ବିଲାୱାଲ ଶାହାବାଜ ସରିଫଙ୍କ ସରକାରରେ ମନ୍ତ୍ରୀ ଥିଲେ, କିନ୍ତୁ ବର୍ତ୍ତମାନ ସମ୍ପର୍କ ବଦଳି ଯାଇଛି । ପିପିପିକୁ ଭେଦଭାବ କରାଯାଉଥିବା ବିଲାୱାଲ କ୍ରମାଗତ ଭାବେ ଅଭିଯୋଗ କରୁଛନ୍ତି । ଭିତରୁ ଏହା ଜଣାପଡୁଛି ଯେ ନୱାଜ ସରିଫଙ୍କ ପାର୍ଟି ପିଏମଏଲ-ଏନ ବର୍ତ୍ତମାନ ଦେଶର ଶକ୍ତିଶାଳୀ ସେନାର ପ୍ରଥମ ପସନ୍ଦ। ଅନ୍ୟପକ୍ଷରେ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ପିପିପି ଏକ ବିଶ୍ୱାସ ପ୍ରସ୍ତାବ ଆଣିଥିଲା । ତେବେ ପାକିସ୍ତାନରେ ହେବାକୁ ଥିବା ଏହି ପ୍ରତିଯୋଗିତା ତ୍ରିକୋଣୀୟ ବୋଲି କୁହାଯାଉଛି। ସର୍ବଶେଷରେ ସେନା ଯାହାକୁ ପସନ୍ଦ କରିବ ସେ ହିଁ କ୍ଷମତାରେ ବସିବ ।

The post ପାକିସ୍ତାନରେ ଏଥର ନୱାଜ ସରିଫ ବନାମ ବିଲାୱାଲ ଭୁଟ୍ଟୋ  । ସେନା କାହାକୁ ପ୍ରଧାନମନ୍ତ୍ରୀ କରିବ ? first appeared on Kanak News.

from Kanak News
via <a href="https://ifttt.com/?

ଫେବ୍ରୁଆରି ୧୬ରୁ ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

କନକ ବ୍ୟୁରୋ : ଫେବ୍ରୁଆରି ୧୬ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୬ ତାରିଖରୁ ମାର୍ଚ୍ଚ ୨୦ଯାଏଁ ଚାଲିବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ।

ପ୍ରଥମେ ୧୬ତାରିଖ ଦିନ ବଜ୍ଞାନ ପରୀକ୍ଷା ରହିଛି । ପରଦିନ ଅର୍ଥାତ୍ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ହେବ । ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା । ଆଉ କିଛି ସମୟ ପରେ ସିଏଚଏସଇ ପକ୍ଷରୁ ସାମ୍ବାଦିକ ସମ୍ମିଳନି ହୋଇପାରେ ।

ତେବେ ମିଳିଥିବା ସୂଚନା ଆଧାରରେ ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ସହ କଳାରେ ପ୍ରାୟ ୪ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି ।

The post ଫେବ୍ରୁଆରି ୧୬ରୁ ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

ଟୋକେଇରେ ନକଲି ଟଙ୍କା ରଖି ପ୍ରତିବାଦ କଲା ବିଜେପି । ଆଇଟି ରେଡରେ ଜବତ ଟଙ୍କା କାହାର ବୋଲି ପ୍ରଶ୍ନ କରିବା ସହ ସିବିଆଇ ତଦନ୍ତ ପାଇଁ କଲା ଦାବି ।

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ଠାରୁ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ପରେ ବଢୁଛି ପ୍ରତିବାଦ । ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି ବିଜେପି । ଭୁବନେଶ୍ୱର କଳ୍ପନା ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଦୁର୍ନୀତି କରି ମଦର ମହାନଦୀ ସୃଷ୍ଟି କରିଥିବା ବିଜେଡ଼ି ସରକାର ବିରୁଦ୍ଧରେ ଧାରଣା ଦେଇଛି ବିଜେପି ।

ଆଇଟି ରେଡରେ ଧାରା ପଡ଼ିଥିବା ଶହ ଶହ କୋଟି ଟଙ୍କା କାହାର ? ଝାଡ଼ଖଣ୍ଡ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କୁ କାହିଁକି ଏତେ ବର୍ଷ ଧରି ଅନୁକମ୍ପା ଦେଖାଉଥିଲେ ରାଜ୍ୟ ସରକାର । ଏହି ଟଙ୍କା ମଦ ବ୍ୟବସାୟୀଙ୍କର ନା ଦଳୀୟ ପାଣ୍ଠି ବିଜେଡ଼ି ସ୍ପଷ୍ଟ କରୁ ବୋଲି ଦାବି କରିଛି ବିଜେପି । ଏହାସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

The post ଟୋକେଇରେ ନକଲି ଟଙ୍କା ରଖି ପ୍ରତିବାଦ କଲା ବିଜେପି । ଆଇଟି ରେଡରେ ଜବତ ଟଙ୍କା କାହାର ବୋଲି ପ୍ରଶ୍ନ କରିବା ସହ ସିବିଆଇ ତଦନ୍ତ ପାଇଁ କଲା ଦାବି । first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ରାଜ୍ୟ ସଙ୍ଗଠନର ରିପୋର୍ଟ କାର୍ଡ ଦେଲେ ପିସିସି ସଭାପତି ।

କନକ ବ୍ୟୁରୋ : ନୂଆବର୍ଷରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ଜାନୁଆରୀରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗତକାଲି ଦିଲ୍ଲୀରେ ଖଡଗେଙ୍କୁ ଭେଟି ଓଡ଼ିଶା କଂଗ୍ରେସ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ।

ରାଜ୍ୟରେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଦଳ ରାଜ୍ୟରେ କଣ ସବୁ କାର୍ଯ୍ୟକ୍ରମ କରିଛି ତାହାର ରିପୋର୍ଟ ନେଇଛନ୍ତି ଖଡଗେ । ବୈଠକ ପରେ ଖଡଗେଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପିସିସି ସଭାପତି । ସେପଟେ, ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ କଂଗ୍ରେସର ସ୍ଥିତି ପୂର୍ବପେକ୍ଷା ଅଧିକ ଦୁର୍ବଳ ହେବାରେ ଲାଗିଛି । ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଉଚିତ୍ ଢଙ୍ଗରେ ଲଢିପାରିନଥିଲା । ଗତ ୨୦୧୯ ନିର୍ବାଚନରେ ଓଡ଼ିଶାରୁ କଂଗ୍ରେସର ୯ ଜଣ ବିଧାୟକ ଓ ଜଣେ ସାଂସଦ ବିଜୟୀ ହୋଇଥିଲେ । ଏହାସହ ଦଳ ମୁଖ୍ୟ ବିରୋଧୀ ଦଳ ପଦ ମଧ୍ୟ ହରାଇଥିଲା । ନିର୍ବାଚନ ପୂର୍ବରୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଓଡ଼ିଶା ଗସ୍ତ କରି କର୍ମୀଙ୍କ ମନରେ ଜୋଶ ଭରନ୍ତୁ ବୋଲୁ ଚାହୁଁଛନ୍ତି ନେତା ।

The post ଜାନୁଆରୀରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ରାଜ୍ୟ ସଙ୍ଗଠନର ରିପୋର୍ଟ କାର୍ଡ ଦେଲେ ପିସିସି ସଭାପତି । first appeared on Kanak News.

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । ଭାରତର କୌଣସି ଖେଳାଳି ଆଗାମୀ ଦିନରେ ପିନ୍ଧିପାରିବେ ନାହିଁ ମାହିଙ୍କ ନମ୍ବରର ଜର୍ସି

କନକ ବ୍ୟୁରୋ : ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଏହି ନମ୍ବରରେ ଜର୍ସି ପିନ୍ଧୁଥିଲେ । ସେ ଅବସର ନେବା ପରେ ଏହି ଜର୍ସିକୁ ମଧ୍ୟ ଅବସର ଦେବାକୁ ବିସିସିଆଇ ନିଷ୍ପତି ନେଇଥିବା ସୂଚନା ରହିଛି । ଅର୍ଥାତ ଆଗାମୀ ଦିନରେ ୭ ନମ୍ବର ଲେଖାଥିବା ଜର୍ସି କୌଣସି ଖେଳାଳି ପିନ୍ଧିପାରିବେ ନାହିଁ ।

୨୦୨୦ ମସିହା ଅଗଷ୍ଟ ୧୫ରେ ଧୋନୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । ଏବେ ୩ ବର୍ଷ ପରେ ସେ ପିନ୍ଧୁଥିବା ଜର୍ସିକୁ ମଧ୍ୟ ଅବସର ଦେବାକୁ ନିଷ୍ପତି ନିଆଯାଇଥିବା ସୂଚନା ରହିଛି । ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଆଇସିିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଧୋନୀଙ୍କୁ ପୂର୍ବରୁ ଅନ୍ୟତମ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ପିନ୍ଧୁଥିବା ୧୦ ନମ୍ବର ଜର୍ସିକୁ ୨୦୧୭ରେ ଅବସର ଦେଇଥିଲା ବିସିିସିଆଇ । ଏବେ ଯେଉଁମାନେ ନୂଆ ଖେଳାଳି ଭାବେ ଦଳରେ ସାମିଲ ହେଉଛନ୍ତି ଏହି ଦୁଇ ନମ୍ବର ଉପଲବ୍ଧ ହେବ ନାହିଁ ।

The post ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । ଭାରତର କୌଣସି ଖେଳାଳି ଆଗାମୀ ଦିନରେ ପିନ୍ଧିପାରିବେ ନାହିଁ ମାହିଙ୍କ ନମ୍ବରର ଜର୍ସି first appeared on Kanak News.

from Kanak News
via <a href="https://ifttt.com/?

ହାଇକୋର୍ଟରେ ଜବାବ ରଖିବା ପରେ ଆକ୍ସନ ମୋଡରେ କଟକ ମହାନଗର ନିଗମ । ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କଲା ଏନଫୋର୍ସମେଣ୍ଟ୍ ଟିମ୍

କନକ ବ୍ୟୁରୋ : କଟକରେ ବେଆଇନ୍ ମାଂସ କଟା ଉପରେ ଚଢାଉ । ସହରର ବିଭିନ୍ନ ରାସ୍ତାକଡ ଏବଂ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ୍ ମାଂସ କଟା ଉପରେ ଚଢାଉ କରି ଦୋକାନ ବନ୍ଦ କରିଛି ସିଏମସି ଏନଫୋର୍ସମେଣ୍ଟ୍ ଟିମ୍ । ସିଏମସି ଡେପୁଟି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମିଳିତ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ୍ କଟକ ଅରୁଣୋଦୟ ମାର୍କେଟ ରାସ୍ତା କଡରେ ଥିବା ଏକ ବେଆଇନ୍ ମାଂସ କଟା ଦୋକାନ ଉପରେ ଚଢାଉ କରିଥିଲା । ଏହାପରେ ଦୋକାନ ଘର ଭାଙ୍ଗିବା ସହ ମାଂସ କଟା ଅସ୍ତ୍ର ଏବଂ କାଠଗଡାକୁ ଜବତ କରାଯାଇଛି ।

ହାଇକୋର୍ଟରେ ହୋଇଥିବା ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗତକାଲି ସିଏମସି ଡେପୁଟି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ୍ ରଖିଥିଲେ । ଏହା ପରେ ଆଜି ଆକ୍ସନ ମୋଡକୁ ଆସି ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କରି ବନ୍ଦ କରିଛନ୍ତି ।

ତେବେ ସହରରେ ଥିବା ୫ଟି ପଞ୍ଜିକୃତ କଂସେଇ ଖାନାରେ ମାଂସ କାଟିବାକୁ ବ୍ୟବସାୟୀଙ୍କୁ ଅପିଲ୍ କରିଛନ୍ତି ସିଏମସି ଡେପୁଟି କମିଶନର । ଏହି ନିୟମ ଉଲଂଘନ ହେଲେ ଆଗକୁ ପୁଣି ବେଆଇନ୍ ମାଂସ କଟା ଦୋକାନ ଉପରେ ଚଢାଉ ହେବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ।

The post ହାଇକୋର୍ଟରେ ଜବାବ ରଖିବା ପରେ ଆକ୍ସନ ମୋଡରେ କଟକ ମହାନଗର ନିଗମ । ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କଲା ଏନଫୋର୍ସମେଣ୍ଟ୍ ଟିମ୍ first appeared on Kanak News.

from Kanak News
via <a href="https://ifttt.com/?

କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ୍ । ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳି ବିନିମୟ

କନକ ବ୍ୟୁରୋ : କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ । ମାଓବାଦୀଙ୍କୁ ଉଭୟ ପଟୁ ଘେରି ସର୍ଚ୍ଚ ଅପରେସନ୍ ଜାରିରଖିଛନ୍ତି ୧୨ଟି ଟିମ୍ । କନ୍ଧମାଳ ପଟୁ ୭ ଟି ଏବଂ ବୌଦ୍ଧ ପଟୁ ୫ ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି ।

ଗତକାଲି ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ କୌଣସି ଯବାନ ଆହତ ହୋଇନଥିବା ସୂଚନା ମଳିଛି । ବୌଦ୍ଧ ଏସପି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବୌଦ୍ଧ, କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲାର ମାଲାକିରା, ରଙ୍ଗରମା, କୁମ୍ଭାରିଆ ଆଦି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ସୂଚନା ମଳିଛି । ଗତ ୧୯ ତାରିଖରେ ସ୍ଥାନୀୟ ଜଙ୍ଗଲରେ ୩୫ରୁ ୪୦ ଜଣ ମାଓବାଦୀ ବୁଲଥିବାର ସୂଚନା ମଳିଥିଲା । ପରେ ମାଓବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

The post କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ୍ । ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳି ବିନିମୟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started