ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି ଦଳର ଛାମୁଆ ନେତା । ପ୍ରତିଷ୍ଠା ଦିବସ ଓ ନିର୍ବାଚନ ପାଇଁ ନିଆଯାଇପାରେ ବଡ ନିଷ୍ପତ୍ତି

କନକ ବ୍ୟୁରୋ : ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ସାଙ୍ଗଠନିକ ସଭାପତି ଏବଂ ନିମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବ ।

ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରିବ ଦଳ । ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସଂକଳ୍ପ ନେବେ ସମସ୍ତ ନେତା ଓ କର୍ମୀ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ଯ୍ୟକରିଣୀ ବୈଠକ । ସେହିପରି ଡିସେମ୍ବର ୨୬ରେ ବିଜୁ ଜନତା ଦଳ ୨୭ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଦଳ ।

ଦଳର ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ନିକଟତର ହେବାକୁ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନରେ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ମଧ୍ୟ ଉପସ୍ଥାପନ କରାଯିବ । ଶ୍ରୀ ଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବାକୁ ଦଳୀୟ କର୍ମକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

The post ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି ଦଳର ଛାମୁଆ ନେତା । ପ୍ରତିଷ୍ଠା ଦିବସ ଓ ନିର୍ବାଚନ ପାଇଁ ନିଆଯାଇପାରେ ବଡ ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

ବିଲରୁ ଧାନ କାଟିବା ପୂର୍ବରୁ ନିଆଁ ଲଗାଇ ଦେଲେ ଦୁର୍ବୃତ । ପାଉଁଶ ହୋଇଗଲା ଚାଷୀର ବର୍ଷକର ଫସଲ

କନକ ବ୍ୟୁରୋ : ପାଉଁଶ ହୋଇଗଲା ଚାଷୀର ବର୍ଷକର ଫସଲ । ୫ ଏକରରୁ ଅଧିକ ଚାଷ ଜମିରେ ନିଆଁ ଲଗାଇ ଦେଲେ ଦୁର୍ବୃତ । ପୁରୀ ସଦର ବ୍ଲକ ଅମୂରୀ ଗାଁରୁ ଏପରି ଏକ ଖବର ଆସିଛି । ଗାଁର ରମେଶ ବେହେରା, ଲୋକନାଥ ବେହେରା, ଅମୂଲ୍ୟ ବେହେରା, ସର୍ବେଶ୍ୱର ପ୍ରଧାନ, ଛଇଲ ପ୍ରଧାନ କଳାଚମ୍ପା ଧାନ ଫସଲ କରିଥିଲେ । ହେଲେ କୌଣସି ବ୍ୟକ୍ତି ରାଗ ରଖି ଚାଷୀ ପେଟର ଦାନାକୁ ପୋଡି ଦେଇଛି ।

ଆଉ କିଛି ଦିନ ପରେ ପାଚିଲା ଧାନକୁ ବିଲରୁ ନେଇ ଖଳାରେ ରଖିଥାନ୍ତେ । ହେଲେ ଦୁର୍ବତ ବିଲରେ ନିଆଁ ଲଗାଇ ଦେବା ପରେ ବର୍ଷକର ଆହାରକୁ ନେଇ ଚିନ୍ତାରେ ଚାଷୀ । କିଏ ବର୍ଷକର ଆହାର ପୋଡି ହୋଇ ପାଉଁଶ ହୋଇଯାଇଥିବା ଦେଖି ବେହୋଶ ହୋଇଯାଇଛି ତ ଆଉ କିଏ କିଛି ନକହିପାରି ମୁକ ସାଜିଯାଇଛି । ଏବେ ଏହି ମାମଲାର ତଦନ୍ତ କରି ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି ।

The post ବିଲରୁ ଧାନ କାଟିବା ପୂର୍ବରୁ ନିଆଁ ଲଗାଇ ଦେଲେ ଦୁର୍ବୃତ । ପାଉଁଶ ହୋଇଗଲା ଚାଷୀର ବର୍ଷକର ଫସଲ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡାରେ ଡାକ୍ତରଙ୍କୁ ଦୁବୁର୍ତଙ୍କ ଆକ୍ରମଣ ମାମଲାରେ ପୁଲିସ ନେଇନି କାର୍ଯ୍ୟାନୁଷ୍ଠାନ । ପ୍ରତିବାଦରେ ସହଯୋଗ କରୁନାହାଁନ୍ତି ଡାକ୍ତର

କନକ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦ୍ରପଡାର ଡାକ୍ତର ପୁଲିସ କଳି । ଦିନକୁ ଦିନ ବିବାଦ ବଢୁଥିବା ବେଳେ ପୁଲିସକୁ ଅସହଯୋଗ କରିଛନ୍ତି ଡାକ୍ତର । ପୁଲିସ ଗିରଫ କରୁଥିବା ଅଭିଯୁକ୍ତମାନଙ୍କର ଇଞ୍ଜୁରୀ ରିପୋର୍ଟ ଦେବାକୁ ମନା କରିଦେଇଛନ୍ତି ଡାକ୍ତର । ଫଳରେ ଜିଲ୍ଲାର ବିଭିନ୍ନ ଥାନାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇପାରୁନାହିଁ । ନିୟମ ମୁତାବକ ଅଭିଯୁକ୍ତଙ୍କର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥାଏ । ଡାକ୍ତରମାନେ ଇଞ୍ଜୁରୀ ରିପୋର୍ଟ ନଦେବାରୁ ପୁଲିସ ଏବେ ଅକଳରେ ପଡିଯାଇଛି । କିନ୍ତୁ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି ଅନ୍ୟ ରୋଗୀ ଦେଖିଥିବା ନଜର ଆସିଛି ।

ସୂଚନା ମୁତବାକ, କିଛି ଦିନ ତଳେ ଦୁର୍ବୁତମାନେ କେନ୍ଦ୍ରାପଡା ରାଜନଗର ମେଡିକାଲରେ ପଶି ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ଦୁବ୍ୟବହାର କରିଥିଲେ । ଏନେଇ ଡାକ୍ତରମାନେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିନାହିଁ । ଏଭଳି ସ୍ଥିତିରେ ଦୁର୍ବୁତମାନେ ପୁଣି ଆସି ଡାକ୍ତରମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥବା ଅଭିଯୋଗରେ ମେଡିକାଲ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ପୁଲିସକୁ ଅସହଯୋଗ କରିବାକୁ ନିଷ୍ପତି ନିଆଯାଇଛି । ଯଦି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରେ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଚେତାବନି ଦେଇଛି ସଂଘ ।

The post କେନ୍ଦ୍ରାପଡାରେ ଡାକ୍ତରଙ୍କୁ ଦୁବୁର୍ତଙ୍କ ଆକ୍ରମଣ ମାମଲାରେ ପୁଲିସ ନେଇନି କାର୍ଯ୍ୟାନୁଷ୍ଠାନ । ପ୍ରତିବାଦରେ ସହଯୋଗ କରୁନାହାଁନ୍ତି ଡାକ୍ତର first appeared on Kanak News.

from Kanak News
via <a href="https://ifttt.com/?

କାନ୍ଥରେ ବିଜ୍ଞାପନ ଲଗାଇବା ପଡିଲା ମହଙ୍ଗା ! ଜିମ୍ ମାଲିକଙ୍କଠୁ ୫ହଜାର ଟଙ୍କା ଆଦାୟ କଲା ବିଏମସି

କନକ ବ୍ୟୁରୋ : କାନ୍ଥରେ ବିଜ୍ଞାପନ ଛାପି ଲଗାଇ ଫାଇନ ଗଣିଲେ ଜିମ୍ ମାଲିକ । ରାଜଧାନୀ ଭୁବନେଶ୍ୱର ବାପୁଜୀ ନଗର ଅଞ୍ଚଳରେ ଥିବା ଆଭିସ୍ ଫିଟନେସ ନାମକ ଜିମ ସଂସ୍ଥା ଠାରୁ ୫୦ହଜାର ଟଙ୍କା ଫାଇନ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ସହରର କାନ୍ଥ ଓ ବିଦ୍ୟୁତ୍ ଖୁଣ୍ଟରେ ଟୁ-ଲେଟର ବିଜ୍ଞାପନ ନ ଲଗାଇବାକୁ ବିଏମସି ପକ୍ଷରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଏହାକୁ ଅମାନ୍ୟ କରୁଥିବା ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଛି ବିଏମସି ।

ପୂର୍ବରୁ ଗତ ୧୨ତାରିଖରେ ମଧ୍ୟ ବିଜ୍ଞାପନ ଦେଇଥିବା ୩ ଜଣଙ୍କଠାରୁ ଜରିମାନା ଆଦାୟ କରିବା ସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଥିଲା ବିଏମସି । କିନ୍ତୁ ବଡ କଥା ହେଉଛି ବିଏମସି କେବଳ ସାଧାରଣ ଲୋକ ତଥା ବ୍ୟବସାୟୀଙ୍କ ଉପରେ ଜରିମାନା ଲାଗୁ କରିବ କି? କାରଣ ରାଜଧାନୀର ବିଭିନ୍ନ କାନ୍ଥବାଡରେ ଶାସକ ଦଳ ବିଜେଡିର ପୋଷ୍ଟର ରହିଛି, ସେହିପରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥନରେ ମଧ୍ୟ ପୋଷ୍ଟର ରହିଛି ।

The post କାନ୍ଥରେ ବିଜ୍ଞାପନ ଲଗାଇବା ପଡିଲା ମହଙ୍ଗା ! ଜିମ୍ ମାଲିକଙ୍କଠୁ ୫ହଜାର ଟଙ୍କା ଆଦାୟ କଲା ବିଏମସି first appeared on Kanak News.

from Kanak News
via <a href="https://ifttt.com/?

ଘଟଗାଁ ତାରିଣୀଙ୍କ ପାଖରେ ପହଁଚି ପାରୁନି ମାନସିକ ନଡିଆ । ସଂଗ୍ରହ ହୁଣ୍ଡିରେ ପଡି ପଡି ନଷ୍ଟ ହେଉଛି ନଡ଼ିଆ

କନକ ବ୍ୟୁରୋ : ନଷ୍ଟ ହେଉଛି ମା ତାରିଣୀଙ୍କ ମାନସିକ ନଡିଆ । ଭକ୍ତଙ୍କ ମାନସିକ ନଡିଆ ପଡି ରହି ପଚି ଷଢ଼ି ନଷ୍ଟ ହେଉଛି । ମାଙ୍କ ପୀଠ ଘଟଗାଁରୁ ଆରମ୍ଭ କରି, ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସଂଗ୍ରହ ହୁଣ୍ଡିରେ ମାନସିକ ନଡିଆ ପଡି ପଡି ନଷ୍ଟ ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ମାନସିକ କରି, ଶ୍ରଦ୍ଧାରେ ମା’ ତାରିଣୀଙ୍କ ପୀଠକୁ ଯିବାକୁ ଥିବା ନଡିଆ କଟକରେ ଅଟକି ରହିଛି ।

ଗୋଟେ ପଟେ ତାରିଣୀ ପୀଠରେ ଲକ୍ଷ ଲକ୍ଷ ନଡିଆ ନଡିଆ ପଡି ପଡି ନଷ୍ଟ ହୋଇଯାଉଥିବାବେଳେ ସ୍ଥାନ ଅଭାବରୁ ରାଜ୍ୟ କୋଣ ଅନୁକୋଣରୁ ଆସୁଥିବା ନଡିଆକୁ ଅଟକାଇ ରଖାଯାଇଛି । ଏମିତି କି ବସଷ୍ଟାଣ୍ଡରେ ରହୁଥିବା ନଡିଆ ଗୁଡିକ ଜମା ହୋଇ ହୋଇ ଅଲୋଡା ହେବାକୁ ବସିଲାଣି । ତାରିଣୀ ପୀଠରେ ନଡିଆ ଗୋଦାମରେ ୧୪ଲକ୍ଷରୁ ଅଧିକ ନଡିଆ ପଡିରହିଛି, । ସେଥିରୁ ଅର୍ଦ୍ଧାଧିକ ନଡିଆ ପଚିଷଢ଼ି ଯାଇଛି । ଯାହାକୁ ନେଇ ବିବାଦ ଲାଗି ରହିଛି । ଆଉ ତାରିଣୀ ପୀଠର ଏଭଳି ଅବସ୍ଥା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ନଡିଆ ସଂଗ୍ରହ ହୁଣ୍ଡିରୁ ମାନସିକ ନଡିଆ ଉଠିପାରୁନି ।

The post ଘଟଗାଁ ତାରିଣୀଙ୍କ ପାଖରେ ପହଁଚି ପାରୁନି ମାନସିକ ନଡିଆ । ସଂଗ୍ରହ ହୁଣ୍ଡିରେ ପଡି ପଡି ନଷ୍ଟ ହେଉଛି ନଡ଼ିଆ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ବଡ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ । ମନ୍ଦିର ଭିତରକୁ ଫୁଲ ଏବଂ ଭୋଗ ଆଣିବା ବେଳେ ପଲିଥିନ୍ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି । ଏପରି କରି ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି । ଏଥିସହ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି ।

The post ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ବଡ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ first appeared on Kanak News.

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ନଳକୂପ ପାଇଁ ଲମ୍ବା ଲାଇନ୍ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ

କନକ ବ୍ୟୁରୋ : ଗଭୀର ନଳକୂପ ଯୋଜନାରେ ବୋରୱେଲ ପାଇଁ ବ୍ୟାଙ୍କ ଆଗରେ ଲାଗିଛି ଲମ୍ବା ଲାଇନ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଛି ଆବେଦନ ।

ତେବେ କେବଳ ୟୁନିୟନ ବ୍ୟାଙ୍କ୍ ଆକାଉଣ୍ଟରେ ହିଁ ଆବେଦନ କରିବାକୁ ନିୟମ ରହିଛି । ଆବେଦନର ଶେଷ ତାରିଖକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଥିବା ସମସ୍ତ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାରେ ମାତ୍ର ୩ଟି ୟୁନିୟନ ବ୍ୟାଙ୍କ ରହିଛି । ତେବେ ଆବେଦନ ପାଇଁ ପ୍ରଶାସନ କାହିଁକି କେବଳ ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟାଙ୍କକୁ ଚୟନ କରିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ଚାଷୀ । ଆବେଦନ ତାରିଖକୁ ଘୁଂଚାଇବାକୁ ମଧ୍ୟ ଦାବି ଉଠିଛି ।

The post ନବରଙ୍ଗପୁରରେ ନଳକୂପ ପାଇଁ ଲମ୍ବା ଲାଇନ୍ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ first appeared on Kanak News.

from Kanak News
via <a href="https://ifttt.com/?

ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଲା ମଦଭାଟିରୁ ଜବତ ଟଙ୍କା ମାମଲା । ସିବିଆଇ କିମ୍ବା ଇଡି ଦ୍ୱାରା ମାମଲାର ତଦନ୍ତ କରିବାକୁ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା

କନକ ବ୍ୟୁରୋ : ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଲା ମଦଭାଟିରୁ ଜବତ ଟଙ୍କା ମାମଲା । ଆୟକର ବିଭାଗ ରେଡ୍ କରି ବ୍ୟବସାୟୀ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ୩୫୪ କୋଟି ଟଙ୍କା ଜବତ କରିଛି । ଆଉ ଏହାପରେ ତାଙ୍କ ବିରୋଧରେ ଝାଡଖଣ୍ଡ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜାମସେଦପୁରର ଡାନିଏଲ ନାମକ ବ୍ୟକ୍ତି ଏହି ପିଆଇଏଲ ଦାଖଲ କରିଛି । ସିବିଆଇ, ଇଡି ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ଦାବି ହୋଇଛି । ଏଥିସହ ତାଙ୍କ ରାଜ୍ୟସଭା ପଦକୁ ରଦ୍ଦ କରିବାକୁ ଦାବି ହୋଇଛି ।

ଆବେଦନରେ କୁହାଯାଇଛି ଯେ ଜବତ ହୋଇଥିବା ଟଙ୍କା ମହାଦେବ ଆପରୁ ଉପାର୍ଜିତ ହୋଇଥିଲା । ଏହି ଟଙ୍କା ଆଗାମୀ ଦିନରେ ଓଡିଶା, ଝାଡଖଣ୍ଡ ଏବଂ ଛତିଶଗଡରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଖର୍ଚ୍ଚା ହୋଇଥାନ୍ତା । ଧୀରଜଙ୍କ ପରିବାର ଦୀର୍ଘ ୧୦୦ ବର୍ଷ ଧରି ମଦ ବ୍ୟବସାୟରେ ଲିପ୍ତ ଅଛନ୍ତି । କଂଗ୍ରେସ ରାଜନୀତିରେ ତାଙ୍କ ପରିବାର ଦୀର୍ଘ ବର୍ଷ ହେବ ରହିଛି । ଆୟକର ବିଭାଗ ବିପୁଳ ପରିମାଣରେ ଟଙ୍କା ଜବତ କରିଛି । ତେଣୁ ଏହି ଟଙ୍କାର ଉତ୍ସ କଣ ଏବେ ବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ରାଜନୀତି ସକ୍ରିୟ ରହିଛି । ନିକଟରେ ଆଇଟି ବିଭାଗ ଏବଂ ଇଡି ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେଣୁ ଏହି ମାମଲାରେ ଇଡି ମଧ୍ୟ ଏଣ୍ଟ୍ରି କରି ଖୋଳତାଡ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ଧୀରଜଙ୍କ ଝାଡଖଣ୍ଡ ବାସଭବନରେ ଅନେକ ଟଙ୍କା, ସୁନା ଗହଣା ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି । ତେଣୁ ସେହି ଠିକଣାରେ ମଧ୍ୟ ରେଡ୍ ଚାଲିଛି ।

The post ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଲା ମଦଭାଟିରୁ ଜବତ ଟଙ୍କା ମାମଲା । ସିବିଆଇ କିମ୍ବା ଇଡି ଦ୍ୱାରା ମାମଲାର ତଦନ୍ତ କରିବାକୁ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା first appeared on Kanak News.

from Kanak News
via <a href="https://ifttt.com/?

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ତିନି ସାଙ୍ଗ

କନକ ବ୍ୟୁରୋ : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ତିନି ଜଣ ସାଙ୍ଗ । ମୟୁରଭଞ୍ଜ ବାଦାମପାହାଡ ଅଂଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ।

ଅସ୍ତିଆର ରାଇଜିଂ ସବ୍ ସାଟିଫିକେସନ୍ ଏଣ୍ଡ ସେଫଟି ସରର୍ଭିସ୍ ନାମକ ସଂସ୍ଥା କିଛି ଯୁବକଙ୍କୁ ଟାଟା ପାୱାରରେ ଚାକିରି ଯୋଗାଇଦେବ କହି ଆବଶ୍ୟକୀୟ କାଗଜପତ୍ର ସାଙ୍ଗକୁ ୬୦ହଜାର ଲେଖାଏଁ ଟଙ୍କା ନେଇଥିଲା । ପରେ କମ୍ପାନୀ ମୁଖ୍ୟ ଚାକିରି ଆଶାୟୀଙ୍କ ଫୋନ ଉଠାଉନଥିବା ବେଳେ ଧରାଛୁଆଁ ଦେଉନାହାଁନ୍ତି । ଶେଷରେ ଯୁବକ ମାନେ ଏନେଇ ଥାନାର ଦ୍ୱାରସ୍ଥ ହେବା ସହ ସମ୍ପୃକ୍ତ କମ୍ପାନୀ ଏବଂ ତାର ମାଲିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

The post ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ତିନି ସାଙ୍ଗ first appeared on Kanak News.

from Kanak News
via <a href="https://ifttt.com/?

ସୂର୍ଯ୍ୟକୁମାରଙ୍କ ଦମଦାର ଶତକ ସାଙ୍ଗକୁ କୁଲଦୀପଙ୍କ ଯାଦୁଗରୀ ବୋଲିଂ । ନିର୍ଣ୍ଣାୟକ ମ୍ୟାଚରେ ଭାରତର ବଡ଼ ବିଜୟ

କନକ ବ୍ୟୁରୋ : ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସାଙ୍ଗକୁ ବାର୍ଥଡେ ବୟ କୁଲଦୀପ ଯାଦବଙ୍କ ପ୍ରଭାବୀ ବୋଲିଂ ଆଗରେ ଫିକା ପଡିଲା ସାଉଥ ଆଫ୍ରିକାର ରଣନୀତି । ନିର୍ଣ୍ଣାୟକ ମ୍ୟାଚରେ ଭାରତର ବଡ଼ ବିଜୟ ହାସଲ କରିଛି । ୧୦୬ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧-୧ରେ ସିରିଜ ବରାବର କରିଛି ଭାରତ ।

ପ୍ରଥମ ମ୍ୟାଚ ବର୍ଷାରେ ବାଧାପ୍ରାପ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଜିତିଥିଲା ଦକ୍ଷିଣ ଆଫ୍ରିକା । ଗୁରୁବାର ତୃତୀୟ ମ୍ୟାଚରେ ବଡ଼ ବିଜୟ ହାସଲ କରିବା ସହ ସିରିଜକୁ ୧-୧ରେ ବରାବର ରଖିବାରେ ସକ୍ଷମ ହୋଇଛି ଭାରତୀୟ ଟିମ୍ । ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବଙ୍କ ଚତୁର୍ଥ ଟି-୨୦ ଶତକ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ବ୍ୟାଟିଂ ସହାୟତାରେ ୨୦୧ର ବଡ଼ ସ୍କୋର କରିଥିଲା ଭାରତୀୟ ଦଳ । ତେବେ ୨୦୨ ରନର ପିଛା କରୁଥିବା ଘରୋଇ ଦଳ ୧୩.୫ ଓଭରରେ ମାତ୍ର ୯୫ ରନରେ ଅଲଆଉଟ ହୋଇଯାଇଛି । ଦୁଇ ଦଳ ମଧ୍ୟରେ ୧୭ତାରିଖ ବୁଧବାର ଠାରୁ ୩ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି ।

The post ସୂର୍ଯ୍ୟକୁମାରଙ୍କ ଦମଦାର ଶତକ ସାଙ୍ଗକୁ କୁଲଦୀପଙ୍କ ଯାଦୁଗରୀ ବୋଲିଂ । ନିର୍ଣ୍ଣାୟକ ମ୍ୟାଚରେ ଭାରତର ବଡ଼ ବିଜୟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started