ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି, ଶାହା, ଜେପି ନଡ୍ଡା

କନକ ବ୍ୟୁରୋ : ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା । ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ କଲରାଜ ମିଶ୍ରା । ରାଜସ୍ଥାନ ରାଜଧାନୀ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ପୂର୍ବାହ୍ନ ୧୧ଟା ୩୦ମିନିଟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିୟା କୁମାରୀ ଏବଂ ପ୍ରେମଚନ୍ଦ୍ର ବୈରୱା । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଜୟପୁର ସମେତ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

The post ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି, ଶାହା, ଜେପି ନଡ୍ଡା first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱନେତାଙ୍କ ମଧ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନଙ୍କ ସୂଚନା

କନକ ବ୍ୟୁରୋ : ବିଶ୍ୱନେତାଙ୍କ ମଧ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ୯ବର୍ଷର ଶାସନ କାଳ ମଧ୍ୟରେ ସର୍ବାଧିକ ୧୪ଟି ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନରେ ମୋଦିଙ୍କୁ କରାଯାଇଛି ସମ୍ମାନିତ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନ ।

୨୦୧୮ ମସିହାରେ ଆମେରିକା ପକ୍ଷରୁ ସର୍ବୋଚ୍ଚ ପର୍ଯ୍ୟାବରଣ ପୁରସ୍କାରରେ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଅର୍ଥ ଦ୍ୱିପାକ୍ଷୀକ, କ୍ଷେତ୍ରୀୟ ଏବଂ ବୈଶ୍ୱିକ କ୍ଷେତ୍ରରେ ତାଙ୍କୁ ସାରା ବିଶ୍ୱ ରୋଲ ମଡେଲ ଭାବୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଭାରତ ବିକାଶ ପଥରେ ଆଗେଇ ଚାଲିଥିବା ଅନ୍ୟ ଦେଶର ନେତା ମାନେ ପିଏମ ମୋଦିଙ୍କୁ ଅନୁସରଣ କରିଥାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

The post ବିଶ୍ୱନେତାଙ୍କ ମଧ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନଙ୍କ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ ତଲପଡେ । ଜାଣନ୍ତୁ କେମିତି ରହିଛି ତାଙ୍କର ସ୍ୱାସ୍ଥ୍ୟାବସ୍ଥା

କନକ ବ୍ୟୁରୋ : ବଲିଉଡ଼ ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର । ସୁଟିଂ ସେଟରୁ ଘରକୁ ଫେରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରେୟସ । ପରେ ତାଙ୍କୁ ମୁମ୍ବାଇ ବେଲେଭ୍ୟୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶ୍ରେୟସଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କା ଆଞ୍ଜିଓପ୍ଲାଷ୍ଟ୍ରି କରାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବହୁ ହିନ୍ଦି ଚଳଚ୍ଚିତ୍ର ସହିତ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ଶ୍ରେୟସ ତଲପଡେ ।

The post ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ ତଲପଡେ । ଜାଣନ୍ତୁ କେମିତି ରହିଛି ତାଙ୍କର ସ୍ୱାସ୍ଥ୍ୟାବସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହେବେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା

କନକ ବ୍ୟୁରୋ : ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା କାର୍ଯ୍ୟକାରିଣୀ ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା ସାମିଲ ହେବେ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଶ ଗୁରତ୍ୱ ବହନ କରୁଛି । ବୈଠକ ପରେ ବିଜେଡି ତାର ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁର ଜୋରଦାର କରିବା ନେଇ ଯୋଜନା ପ୍ରସ୍ତୁତ କରିଛି ।

ଆଜିର ବୈଠକରେ ଦଳ ପକ୍ଷରୁ ବଡ଼ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଛି । ଡିସେମ୍ବର ୨୬ରେ ବିଜୁ ଜନତା ଦଳ ୨୭ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଦଳ । ଦଳର ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ନିକଟତର ହେବାକୁ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନରେ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ମଧ୍ୟ ଉପସ୍ଥାପନ କରାଯିବ । ଶ୍ରୀ ଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବାକୁ ଦଳୀୟ କର୍ମକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

The post ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହେବେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷାରେ ତ୍ରୁଟି ମାମଲା : କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ ପରେ ମାଷ୍ଟରମାଇଣ୍ଡ ଲଲିତ ଝା ଗିରଫ

କନକ ବ୍ୟୁରୋ : ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ମାମଲା । କର୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଲିତ ଝା’କୁ ଗିରଫ କରାଯାଇଛି । ଘଟଣା ପରେ ଲଲିତ ଝା ଫେରାର ରହିଥିବା ବେଳେ ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲା । ଶେଷରେ ଗୁରୁବାର ରାତିରେ ଲଲିତ ନିଜ ସହଯୋଗୀ ସହ ଆସି କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ କରିଥିବା ବେଳେ ତାକୁ ଗିରଫ କରି ସ୍ପେଶାଲ ସେଲକୁ ହସ୍ତାନ୍ତର କରିଛି ଦିଲ୍ଲୀ ପୋଲିସ ।

ପୂର୍ବରୁ ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ପୋଲିସ । ସୁରକ୍ଷାରେ ଅବହେଳା ଅଭିଯୋଗରେ ୮ଜଣ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବା ସହିତ ବିଶୃଙ୍ଖଳିତ ଆଚରଣ କରିବାରୁ ୧୪ଜଣ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ବୁଧବାରର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିବା ବେଳେ ସଂସଦ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

The post ସଂସଦ ସୁରକ୍ଷାରେ ତ୍ରୁଟି ମାମଲା : କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ ପରେ ମାଷ୍ଟରମାଇଣ୍ଡ ଲଲିତ ଝା ଗିରଫ first appeared on Kanak News.

from Kanak News
via <a href="https://ifttt.com/?

ମା’ ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ : ଝଙ୍କଡର ପ୍ରତ୍ୟକ୍ଷ ଦେବୀ ମା’ ଶାରଳା । କୁହାଯାଏ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେଇଥାନ୍ତି ମା । କିନ୍ତୁ ସକାଳୁ ସକାଳୁ ମାଙ୍କ ମନ୍ଦିରର ହୁଣ୍ଡି ଖୋଲାଥିବା ଦେଖି ତାଜୁବ ହୋଇ ଯାଇଥିଲେ ସେବାୟତ । ପାଖକୁ ଆସି ଦେଖିବା ବେଳକୁ ତଳେ ପଡିଛି ଭଂଗା ତାଲା । ପାଖରେ ରହିଛି ଏକ ଇଲେକ୍ଟ୍ରିକ୍ କଟର ଓ ରେଂଚି । ଯେଉଁ କଟରରେ ଲୁଟେରା ତାଲା କାଟିଥିବା ଅନୁମାନ କରାଯାଉଛି  ।

ମାଙ୍କ ହୁଣ୍ଡିରୁ ଚୋରି ହେବା ଖବର ସାମନାକୁ ଆସିବା ପରେ, ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଯାଂଚରେ ସ୍ନିପର ଡଗର ସହାୟତା ନିଆଯାଇଛି । ପୋଲିସ୍ କୁୁକୁର ମନ୍ଦିର ପରିସର ସମେତ ଆଖପାଖ ଅଂଚଳରେ ତନ ତନ କରି ଯାଂଚ କରିଛି । ଏଥିସହ ମିଳିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ଜଗତସିଂହପୁର ପୋଲିସ । ଆଉ ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ସେମାନଙ୍କ ନିକଟରୁ କିଛି ଟଙ୍କା ମଧ୍ୟ ଜବତ ହୋଇଛି ।

ହୁଣ୍ଡିରୁ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାପଡିନି । କିନ୍ତୁ ବର୍ଷକରେ ଥରେ ପଣା ସଂକ୍ରାନ୍ତିରେ ମାଙ୍କ ହୁଣ୍ଡି ଖୋଲାଯାଉଥିବାରୁ ପାଂଚରୁ ୭ ଲକ୍ଷ ଟଙ୍କା ଲୁଟ୍ ହୋଇଥବା ଅନୁମାନ କରାଯାଉଛି ।

ସେବାୟତଙ୍କ କହିବା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କେହି ଦୁବୃର୍ତ ଏଭଳି କାଣ୍ଡ ଘଟାଛନ୍ତି । ହେଲେ କିଛି ଟଙ୍କା ଚୋରି କରି ନେବା ପରେ ଆଉ କିଛି ଟଙ୍କା ଛାଡି ଦେଇଥିବା ସାମନାକୁ ଆସିଛି । ମା’ ଶାରଳାଙ୍କ ହୁଣ୍ଡିରୁ ଏଭଳି ଚୋରି ହେବା ଖବର ସମସ୍ତଙ୍କୁ ଚକିତ କରିଛି ।

The post ମା’ ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା first appeared on Kanak News.

from Kanak News
via <a href="https://ifttt.com/?

ବିଜ୍ଞାପନକୁ ନେଇ ବିଏମସିର ଅଜବ ନୀତି । ନେତାଙ୍କୁ ଅନୁରୋଧ, ଜନତାଙ୍କୁ ଫାଇନ୍!

କନକ ବ୍ୟୁରୋ : ଟୁ-ଲେଟ୍ ବା ଘରଭଡ଼ା ପାଇଁ ଭୁବନେଶ୍ୱରର ବିଦ୍ୟୁତ ଖୁଂଟ ଓ କାନ୍ଥରେ ଏ-୪ ସାଇଜ୍ କାଗଜରେ ବିଜ୍ଞାପନ ଲଗାଇବାରୁ ମୋଟା ଅଂକର ଜରିମାନା କଷିଥିଲା ବିଏମସି । ତିନୋଟି ଏପରି ବିଜ୍ଞାପନ ପାଇଁ ଦେଢ଼ ଲକ୍ଷ ଟଙ୍କାର ଫାଇନ୍ ଆଦାୟ କରିବା ସହ ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦିଆଯାଇଥିଲା । ବିଏମସି କମିସନର ତାଗିଦ କରି କହିଥିଲେ, ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସାଧାରଣ ଲୋକଙ୍କ ଉପରେ ବିଏମସି ଫାଇନ କଷୁଥିବା ବେଳେ ରାଜଧାନୀର କାନ୍ଥରେ ଭର୍ତି ହୋଇ ରହିଛି ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କ ପ୍ରଚାର ପୋଷ୍ଟର । ଏବେ ପ୍ରଶ୍ନ ଉଠୁଛି, ଜନତାଙ୍କ ଉପରେ ଦାଉ ସାଧୁଥିବା ବେଳେ ରାଜନୈତିକ ଦଳ ଓ ନେତାଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି । ତେବେ ଭୁବନେଶ୍ୱର ମେୟର କହିଛନ୍ତି, କାର୍ଯ୍ୟକ୍ରମ ସରିବା ପରେ ରାଜନୈତିକ ଦଳ ସେମାନଙ୍କ ପୋଷ୍ଟର ଓ ବ୍ୟାନର ହଟାଇ ଦିଅନ୍ତୁ । ଏପରି କରିବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ମେୟର ।

ଭୁବନେଶ୍ୱର କାନ୍ଥ-ବାଡ଼ରେ ପୋଷ୍ଟର ଓ ପ୍ରଚାର ପତ୍ର ଲଗାଇବା ନେଇ ବିଏମ୍ସିର ଅଙ୍କୁଶ ପରେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପ୍ରତିକ୍ର୍ରିୟା ପ୍ରକାଶ ପାଇଛି । ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି, ନେତାଙ୍କ ଉପରେ ଫାଇନ୍ ପକାଇପାରିବ ତ ବିଏମସି?

The post ବିଜ୍ଞାପନକୁ ନେଇ ବିଏମସିର ଅଜବ ନୀତି । ନେତାଙ୍କୁ ଅନୁରୋଧ, ଜନତାଙ୍କୁ ଫାଇନ୍! first appeared on Kanak News.

from Kanak News
via <a href="https://ifttt.com/?

ଶ୍ରେୟସଙ୍କ ଆୟରଙ୍କ ଉପରେ ଆସ୍ଥା ପ୍ରକଟ କରିଛି କୋଲକାତା ନାଇଟ ରାଇଡର । ଅଧିନାୟକ ଦାୟିତ୍ୱ ତୁଳାଇବେ ଶ୍ରେୟସ, ନୀତିଶ ରାଣା ଉପ ଅଧିନାୟକ

କନକ ବ୍ୟୁରୋ : ଅଧିନାୟକ ଘୋଷଣା କରିଛି କୋଲକାତା ନାଇଟ୍ସ ରାଇଡର୍ସ । ୨୦୨୪ ଆଇପିଏଲରେ ଅଧିନାୟକ ଭାବେ ନଜର ଆସିବେ ଶ୍ରେୟସ ଅୟର । ଅତୀତରେ ଅୟର କେକେଆର ପାଇଁ ୨୦୨୨ରେ କିଛି ମ୍ୟାଚ ଅଧିନାୟିକତ୍ୱ କରିଥିଲେ । ୨୦୨୩ ଆଇପିଏଲ ରେ ଆହାତ ପାଇଁ କେକେଆର ପକ୍ଷରୁ ଖେଳିପାରି ନଥିଲେ ଶ୍ରେୟସ । ଏବେ କେକେଆର ପୁଣି ଥରେ ଆୟାରଙ୍କୁ ବଡ ଦାୟିତ୍ୱ ଦେଇଛି । ଟିମ ଇଣ୍ଡିଆ ପାଇଁ ନିୟମିତ ଖେଳୁଥିବା ଅୟାର ଟି-୨୦ ଫରମାର୍ଟରେ ଜଣେ ଅଭିଞ ଖେଳାଳି । କେକେଆର ଦଳର ସିଇଓ ଏନେଇ ସୋସିଆଲ ମଡିଆରେ ଲେଖିଛନ୍ତି ଅୟର ଅଧୀନାୟକ ଏବଂ ନୀତିଶ ରାଣା ଉପଅଧିନାୟକ ଭାବେ ନଜର ଆସିବେ ।

The post ଶ୍ରେୟସଙ୍କ ଆୟରଙ୍କ ଉପରେ ଆସ୍ଥା ପ୍ରକଟ କରିଛି କୋଲକାତା ନାଇଟ ରାଇଡର । ଅଧିନାୟକ ଦାୟିତ୍ୱ ତୁଳାଇବେ ଶ୍ରେୟସ, ନୀତିଶ ରାଣା ଉପ ଅଧିନାୟକ first appeared on Kanak News.

from Kanak News
via <a href="https://ifttt.com/?

ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ

କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ମହାଅଭିଯୋଗରେ ହେବ ତଦନ୍ତ । ଏନେଇ ଆମେରିକା ସଂସଦ ମଂଜୁରୀ ପ୍ରଦାନ କରିି  । ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ବେନିୟମ ବିଦେଶୀ ଅର୍ଥକାରବାର ପାଇଁ ଏବେ ଫଶିଛନ୍ତି ଜୋ ବାଇଡେନ । ଅନ୍ୟପଟେ ଆମେରିକା ନିର୍ବାଚନ ଆସୁଥିବାବେଳେ ଆଇନ ଜାଲରେ ଛନ୍ଦି ହେବା ବାଇଡେନଙ୍କ ରାଜନୈତିକ କ୍ୟାରିୟର ପାଇଁ ବଡ ଝଟକା ସାବ୍ୟସ୍ତ ହୋଇପାରେ ।

The post ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ first appeared on Kanak News.

from Kanak News
via <a href="https://ifttt.com/?

ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ୍ ଟେଷ୍ଟ ପାଇଁ ଏକ୍ସପାରି ଟେଷ୍ଟ କିଟ୍ ବ୍ୟବହାର ଅଭିଯୋଗ

କନକ ବ୍ୟୁରୋ : ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ ଟେଷ୍ଟ ପାଇଁ ଯେଉଁ କିଟର ବ୍ୟବହାର କରାଯାଉଛି ସେଗୁଠିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ପୁନିଆ ଅଭିଯୋଗ କରିଛନ୍ତି । ସାମଗ୍ରୀର ବ୍ୟବହାର ଅବଧି ସରିବା ସତ୍ୱେ କିଭଳି ଏହାକୁ ଟେଷ୍ଟ ପାଇଁ ଉପଯୋଗ କରାଯାଉଛି ଏନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୁନିଆ ନ୍ୟାଶନାଲ ଆଟଂ ଡୋପିଂ ଏଜ୍ସେନ୍ସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ରେସଲରଙକ କ୍ୟାରିୟର ପ୍ରତିବ ବିପଦ ଓ ପରୋକ୍ଷରେ ସେ ରେସଲର ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୁଷଣଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ।

The post ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ୍ ଟେଷ୍ଟ ପାଇଁ ଏକ୍ସପାରି ଟେଷ୍ଟ କିଟ୍ ବ୍ୟବହାର ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started