କନକ ବ୍ୟୁରୋ: ପାର୍ଲାମେଂଟ ସୁରକ୍ଷା ତ୍ରୁଟିକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । କିଏ କରିଥିଲା ଏହି ଷଡଯନ୍ତ୍ର , ତାକୁ ନେଇ ତନାଘନା ଆରମ୍ଭ କରିଛି ପୁଲିସ ଓ ଗୁଇନ୍ଦା ସଂସ୍ଥା । ଗିରଫ ୫ ଜଣଙ୍କୁ ତୁହାକୁ ତୁହା ପ୍ରଶ୍ନ କରାଯାଇଛି । ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି । କୁହାଯାଇଛି, ଘଟଣାର ମାଷ୍ଟରମାଇଣ୍ଡ ଥିଲା ଲଳିତ ଝା । ତାଙ୍କୁ ଧରିବାକୁ ପୁଲିସ ଚାରିଆଡେ ଜାଲ ବିଛାଇଛି । ସେପଟେ ପାର୍ଲାମେଂଟରେ ହଙ୍ଗାମା କରି ବିରୋଧୀ ପକ୍ଷର ୧୪ ସାଂସଦ ସସପେଣ୍ଡ ହୋଇଛନ୍ତି ।
ସାଗର ଶର୍ମା, ଘର-ଲକ୍ଷେ୍ନø
ନୀଲମ, ଘର-ହରିୟାଣା
ମନୋରଞ୍ଜନ, ଘର-ମହୀଶୂର
ଅମୋଲ ସିନ୍ଦେ, ଘର-ମହାରାଷ୍ଟ୍ର
ବିକି ଶର୍ମା, ଗୁରୁଗ୍ରାମ ବାସିନ୍ଦା
ଲଳିତ ଝା, ଫେରାର ଅଭିଯୁକ୍ତ
ଏମାନେ ସଂସଦରେ ହଙ୍ଗାମା ଘଟଣାରେ ଜଣେ ଜଣେ ଅଭିଯୁକ୍ତ । ଏମାନଙ୍କୁ ମଧ୍ୟରୁ ଲଳିତ ଝାଙ୍କୁ ଛାଡିଦେଲେ ସମସ୍ତେ ଏବେ ପୁଲିସ କବଜାରେ । ପୁଲିସ ଓ ଗୁଇନ୍ଦା ଏଜେନ୍ସି ଏମାନଙ୍କୁ ତୁହାକୁ ତୁହା ପ୍ରଶ୍ନ କରୁଛି । ସାଗର ଓ ମନୋରଞ୍ଜନ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁ ୨୮ ମିନିଟ ଧରି ଆତଙ୍କ ଚଳାଇଥିଲେ । ଆଉ ପାର୍ଲାମେଂଟର ବାହାରେ ନୀଲମ ଓ ଅମୋଲ ବିରୋଧ ପ୍ରଦର୍ଶନ କରିଥିଲେ । କୁହାଯାଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଲଲିତ ଝା । ଏବେ ସେ ଫେରରା ଅଛନ୍ତି । ଘଟଣା ସମୟରେ ଲଲିତ ସଂସଦ ବାହାରେ ଉପସ୍ଥିତ ଥିଲେ । ପାଟିତୁଣ୍ଡ ଆରମ୍ଭ ହେବା ମାତ୍ରେ ଅଭିଯୁକ୍ତ ଲଲିତ ସେଠାରୁ ଫେରାର ହୋଇଯାଇଛନ୍ତି । ଆଉ ଏମାନଙ୍କୁ ଗୁରୁଗ୍ରାମ ସ୍ଥିତ ଘରେ ସୁରକ୍ଷା ଦେଇଥିଲେ ଭିକି ଶର୍ମ।।
ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି , ଏହି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ପେଶାରେ ଶିକ୍ଷକ ଥିବା ଲଳିତ ଝା । ଆଉ ଲଳିତଙ୍କୁ ଧରିବା ପାଇଁ ପୁଲିସ ଏବେ ଚାରିଆଡେ ଜାଲ ବିଛାଇଛି । ସେ ଧରାପଡିବା ପରେ ବଡ ଷଡଯନ୍ତ୍ରର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି । ପଚରାଉଚରାବେଳେ ଅଭିଯୁକ୍ତ କହିଛନ୍ତି
-ଗୁରୁଗ୍ରାମକୁ ସମସ୍ତଙ୍କୁ ଡାକି ଲଳିତ ବୈଠକ କରିଥିଲା
-ପାର୍ଲାମେଂଟରେ ପ୍ରବେଶ ପାଇଁ ଡିସେମ୍ବର ୧୩ ତାରିଖ ଧାର୍ଯ୍ୟ ହୋଇଥିଲା
-ଲଳିତ ହିଁ ଘଟଣାକୁ ମୋବାଇଲରେ ସୁଟ କରି ଅପଲୋଡ କରିଥିଲା
-ସମସ୍ତ ଅଭିଯୁକ୍ତ ଲଳିତଙ୍କ ସମ୍ପର୍କରେ ଥିଲେ
-ଘଟଣା ପୂର୍ବରୁ ଲଳିତ ସମସ୍ତଙ୍କ ଫୋନ ଧରି ଫେରାର ହୋଇଯାଇଥିଲା
କୁହା ଯାଉଛି ଦେଢ ବର୍ଷ ପୂର୍ବରୁ ଫେସବୁକରେ ସମସ୍ତେ ଏକାଠି ହୋଇଥିଲେ । ଭଗତ ସିଂହ ଫ୍ୟାନ କ୍ଲବ ନାମରେ ତିଆରି ହୋଇଥିବା ଫେସବୁକ ପେଜରେ ଏହି ୬ ଜଣ ସକ୍ରିୟ ଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି । ଲଲିତଙ୍କ ନିର୍ଦ୍ଦେଶରେ ôମନୋରଂଜନ ମୌସୁମୀ ଅଧିବେଶନରେ ସଂସଦ ଭବନରେ ରେକି କରିଥିଲେ । ସଂସଦରେ ଯେଉଁଭଳି କାର୍ଯ୍ୟ ଚାଲିଛି ତାକୁ ନେଇ ଏମାନେ ଅସନ୍ତୁଷ୍ଟ ଥିଲେ । ମଣିପୁର ହିଂସାକୁ ନେଇ ମଧ୍ୟ ଏମାନେ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ସାରା ଦେଶକୁ ଏକ ବାର୍ତା ଦେବାକୁ ଯୋଜନା କରିଥିଲେ ବୋଲି ଜଣାପଡିଛି । ବୁଧବାର ଲଳିତ ୪ ଜଣଙ୍କ ସହ ପାର୍ଲାମେଂଟ ଆସିଥିଲେ ଭିଜିଟର ପାଶରେ କେବଳ ଦୁଇଜଣଙ୍କ ପ୍ରବେଶ ପାଇଁ ଅନୁମତି ଥିବାରୁ ସାଗର ଓ ମନୋରଂଜନ ପାର୍ଲାମେଂଟ ଭିତରକୁ ଯାଇଥିଲେ ।
ପାର୍ଲାମେଂଟରେ ବିରୋଧୀଙ୍କ ହଙ୍ଗାମା
୧୫ ସାଂସଦ ସସପେଣ୍ଡ
ସେପଟେ ବୁଧବାରର ଘଟଣାକୁ ନେଇ ପାର୍ଲାମେଂଟରେ ବି ତାତି ଦେଖିବାକୁ ମିଳିଛି । ବିରୋଧୀ ଗୃହରେ ହଙ୍ଗାମା କରିିଛନ୍ତି । ଫଳରେ ଲୋକସଭାର ୧୪ ଓ ରାଜ୍ୟସଭାରେ ଜଣେ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ସୁରକ୍ଷା ତ୍ରୁଟିକୁ କଡ଼ା ନିନ୍ଦା କରିଛନ୍ତି ରାଜନାଥ । ଘଟଣାର ତଦନ୍ତ ଚାଲିଛି ତେଣୁ ଅଯଥାରେ ହଟଗୋଳ କରି ଗୃହକାର୍ଯ୍ୟରେ ବାଧା ନଦେବାକୁ ବିରୋଧୀଙ୍କୁ ଅପିଲ କରିଥିଲେ । କିନ୍ତୁ ଏହାର କିଛି ପ୍ରଭାବ ପଡିନାହିଁ ।
ପାର୍ଲାମେଂଟ ସୁରକ୍ଷାରେ ତ୍ରୁଟି ଘଟଣାରେ ୮ସୁରକ୍ଷାକର୍ମୀଙ୍କୁ ସସପେଣ୍ଡ କରାଯାଇଛି । ସଂସଦ ଭବନ ଆଗରେ ୧୪୪ ଧାରା ଲାଗୁ ହୋଇଛି । ପାର୍ଲାମେଂଟ ଭିତରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବି ରହିଛି । ଏହାସତ୍ୱେ ୫ ଜଣ କିଭଳି ଏକାଠି ହେଲେ ତାହା ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।
The post ସଂସଦରେ ଅନୁପ୍ରବେଶ ଷଡ଼ଯନ୍ତ୍ର ପଛରେ କିଏ? କେଉଁଠୁ ନେଇଥିଲେ ପ୍ରଶିକ୍ଷଣ, କେମିତି କରିଥିଲେ ରେକି? first appeared on Kanak News.
from Kanak News
via <a href="https://ifttt.com/?