ହୃଦୟର କଥା କହିବାକୁ ଲୋଡା ପଡିଲାନି ଭାଷା । ଭାବ ଦିଆନିଆରେ ଭାବ ବନ୍ଧନରେ ବାନ୍ଧି ହେଲେ ଦିବ୍ୟାଙ୍ଗ ଦମ୍ପତି

କନକ ବ୍ୟୁରୋ : ଦଧିବାବନ ଜିଉଙ୍କୁ ସାକ୍ଷୀ ରଖି ନୂଆ ଜୀବନ ଆରମ୍ଭ କରିଛନ୍ତି ନବ ଦମ୍ପତି । ମନ୍ଦିରରେ କୋଳାହଳ ଲାଗିଛି, ବନ୍ଧୁବାନ୍ଧବଙ୍କ ଭିଡ ଲାଗିଛି । ବେଦୀରେ ମନ୍ତ୍ରୋଚାରଣ ଚାଲିଛି । ସବୁ ଦେଖୁଛନ୍ତି ହେଲେ, କିଛି ଶୁଣି ପାରୁନାହାନ୍ତି କି ମୁହଁ ଖୋଲି କିଛି କହି ପାରୁନାହାନ୍ତି । କିନ୍ତୁ ପରସ୍ପରର ଭାବକୁ ବୁଝି, ମନର ଭାଷାକୁ ପଢି ସଂସାର ଗଢିବାକୁ ସଜେଇ ହୋଇ ବେଦୀରେ ବସିଛନ୍ତି । ଭଦ୍ରକ ସହର ଉପକଣ୍ଠ ପୂଜାରୀସାହି ଦଧିବାବନ ଜିଉ ମନ୍ଦିରରେ ଏମିତି ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଦମ୍ପତି ମନୋଜ ଓ ନନ୍ଦିତାଙ୍କ ମନ ମିଶିଛି ।

ବର ବେଶରେ ସଜେଇ ହୋଇଛନ୍ତି ଯାଜପୁର ଜିଲ୍ଲା ବରହଟା ଗାଁର ହରିହର ପତିଙ୍କ ପୁଅ ମନୋଜ ପତି । ସେ ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ଏକ ବେକେରିରେ କାମ କରି ପେଟ ପୋଷୁଛନ୍ତି । ଆଉ ଏବେ ତାଙ୍କ ଜୀବନ ସହ ଯୋଡି ହୋଇଛନ୍ତି ଭଦ୍ରକର ବିଶ୍ୱନାଥ ଦାସଙ୍କ ଦିବ୍ୟାଙ୍ଗ ଝିଅ ନନ୍ଦିତା ଦାସ । ସେ ବି ଜନ୍ମରୁ ଦିବ୍ୟାଙ୍ଗ । କହିପାରନ୍ତି ନାହିଁ ଶୁଣି ପାରନ୍ତି ନାହିଁ । କିନ୍ତୁ ଦୁହେଁ ଦୁହିଁଙ୍କ ମନକୁ ପଢି ସଂସାର ଗଢିବେ ବୋଲି ଆଶା ରଖିଛନ୍ତି ପରିବାର ଲୋକେ ।

ମନୋଜ-ନନ୍ଦିତାଙ୍କ ନୂଆ ଜୀବନର ମାଙ୍ଗଳିକ କାମରେ ସାକ୍ଷୀ ହୋଇଛନ୍ତି ଦଧିବାବନ ଜିଉ ଓ ପରିବାର ପ୍ରିୟଜନ ।

The post ହୃଦୟର କଥା କହିବାକୁ ଲୋଡା ପଡିଲାନି ଭାଷା । ଭାବ ଦିଆନିଆରେ ଭାବ ବନ୍ଧନରେ ବାନ୍ଧି ହେଲେ ଦିବ୍ୟାଙ୍ଗ ଦମ୍ପତି first appeared on Kanak News.

from Kanak News
via <a href="https://ifttt.com/?

ଖତ ଖାଉଛି ୩୪ କୋଟିର ଗମ୍ପାକୋଣ୍ଡା ମିନି ପାୱାର ହାଉସ । ମାଓବାଦୀ ଭୟରେ ରହୁନାହାନ୍ତି ସରକାରୀ ବାବୁ, ପ୍ରକଳ୍ପ ଜଗିଛନ୍ତି ଠିକା କର୍ମଚାରୀ

କନକ ବ୍ୟୁରୋ : କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବିଦ୍ୟୁତ୍ ସମସ୍ୟା ଦୂର ହେବ । ଲୋଭୋଲଟେଜ, ବାରମ୍ବାର ବିଦ୍ୟୁ୍ତ କାଟରୁ ବର୍ତିବା ପାଇଁ କାଲିମେଳାର ଗମ୍ପାକୋଣ୍ଡା ଠାରେ ୨ଟି କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅନୁମତି ନେଇ ସବୁ ପ୍ରକାର ବିଧି ବ୍ୟବସ୍ଥା ଭିତରେ ୧୯୯୧ର ୩ ମେଗାୱାଟ ବିଶିଷ୍ଟ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇଥିଲା । ୫କୋଟି ୪୬ ଲକ୍ଷର ବଜେଟରେ ଆରମ୍ଭ ହୋଇଥିବା ପ୍ରକଳ୍ପ ସରିବା ବେଳକୁ ଖର୍ଚ୍ଚ ୩୪ କୋଟିରୁ ଅଧିକ ହୋଇସାରିଥିଲା । କେନାଲ ପାଣିକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଥିଲା । ହେଲେ କେନାଲରେ ଘଳିଆ ପଡିବାରୁ ବିଦ୍ୟୁତ୍ ଉତ୍ପାଦନରେ ସମସ୍ୟା ହେଲା, ତେଣୁ ଦ୍ୱିତୀୟ ପ୍ରକଳ୍ପ କାମକୁ ସଂପୂର୍ଣ୍ଣ ସ୍ଥଗିତ ରଖି ୨୦୦୪ରେ ପ୍ରଥମ ପ୍ରକଳ୍ପରୁ ୧ ମେଗା ୱାଟ ବିଦ୍ୟୁତ୍ ଉତ୍ପାଦନ କରାଗଲା । ହେଲେ ନିମ୍ନମାନର ଯନ୍ତ୍ରାଂଶ କିମ୍ବା ଡ଼ିଜାଇନରେ ତ୍ରୁଟି ଯୋଗୁଁ ୨୦୦୮ ପରଠାରୁ ୨ଟି ଯାକ ପ୍ରକଳ୍ପ ଅଚଳ ହୋଇପଡିଛି । ଏହାକୁ ସଜାଡ଼ିବା ବଦଳରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ସବୁଦିନ ପାଇଁ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

୨୦୦୮ରେ ପ୍ରକଳ୍ପ ନିର୍ମାଣ ସରିବା ପରେ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବାବୁମାନେ ଏଠାରେ ନରହି ଜୟପୁର ସ୍ଥିତି ବାରିଣୀପୁଟରେ ରହୁଛନ୍ତି । ଫଳରେ ଅଧିକାରୀଙ୍କ ପାଇଁ ଗମ୍ପାକୋଣ୍ଡାରେ ନିର୍ମାଣ ହୋଇଥିବା ୨ଟି ବଙ୍ଗଳା ଭୂତକୋଠିରେ ପରିଣତ ହୋଇଛି । ଅନେକ ଜିନିଷ ପତ୍ର ମଧ୍ୟ ଚୋରି ହୋଇଗଲାଣି । ନକ୍ସଲ ଆଳ ଦେଖାଇ ସରକାରୀ ଅଧିକାରୀ ରହୁନଥିବାରୁ ୩୦ଜଣ ଠିକା କର୍ମଚାରୀଙ୍କ ହାତରେ ୨ଟି ପ୍ରକଳ୍ପକୁ ଟେକି ଦିଆଯାଇଛି ।

The post ଖତ ଖାଉଛି ୩୪ କୋଟିର ଗମ୍ପାକୋଣ୍ଡା ମିନି ପାୱାର ହାଉସ । ମାଓବାଦୀ ଭୟରେ ରହୁନାହାନ୍ତି ସରକାରୀ ବାବୁ, ପ୍ରକଳ୍ପ ଜଗିଛନ୍ତି ଠିକା କର୍ମଚାରୀ first appeared on Kanak News.

from Kanak News
via <a href="https://ifttt.com/?

ଦୁରେଇ ଦେଲା ସମାଜ, ଦେଖି ପାରୁନି ପ୍ରଶାସନ । ଅନାଥ ଆଶ୍ରମରେ ମୁଣ୍ଡ ଗୁଂଜିଛି ପୁଅ, କୋକସରା ବ୍ଲକ ପରିସର ଗାଡି ଷ୍ଟାଂଡରେ ବିତୁଛି ବିଧବା ମାଆର ଜୀବନ

କନକ ବ୍ୟୁରୋ : ଯେତେବେଳେ ଜୀବନର ଅଧରାସ୍ତାରେ ସ୍ୱାମୀ ଆରପାରିକୁ ଚାଲିଯାଆନ୍ତି, ପିଲାର ପେଟକୁ ଦାନା ଦେଇ ନପାରି ମାଆଟିଏ ମମତାକୁ ଅନାଥ ଆଶ୍ରମରେ ଛାଡିଦିଅନ୍ତି, ସେତେବେଳେ ସେ ମାଆ ଅସହାୟ ହୋଇପଡନ୍ତି । ନିଜର ଠିକଣା ଭୁଲି ଯାଆନ୍ତି । ଯେଉଁଠି ଟିକିଏ ସ୍ଥାନ ପାଆନ୍ତି ସେଇଠି ସେମିତି ଶୋଇପଡନ୍ତି । ଏଇ ଯେମିତି କଳାହାଣ୍ଡି ଜିଲ୍ଲାର ବ୍ଲକ ପରିସର ବାଇକ୍ ଷ୍ଟାଂଡରେ ଆଶ୍ରୟ ନେଇଛନ୍ତି ଜଣେ ବିଧବା ମହିଳା । ଶୀତ କାକରରେ ମହିଳା ଜଣଙ୍କ ପଡି ରହିଥିବା ବେଳେ ବ୍ଲକକୁ ଆସୁଥିବା ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନାହିଁ ।

୪ ବର୍ଷ ତଳେ ଉର୍ମିଳାଙ୍କ ଜୀବନରେ ସବୁ କିଛି ଠିକ୍ ଠାକ୍ ଥିଲା । କୋକସରା ବ୍ଲକ ସାନପୋଡ଼ା ଗାଁର କଲୋନୀପଡ଼ାରେ ସ୍ୱାମୀ-ପୁଅକୁ ନେଇ ରହୁଥିଲେ । ସ୍ୱାମୀ ମୁଲ ମଜୁରି କରି ଆଣିଲେ ଖାଉଥିଲେ । ହେଲେ ସ୍ୱାମୀଙ୍କ ଦେହାନ୍ତ ପରେ ବଦଳି ଗଲା ଉର୍ମିଳାଙ୍କ ଜୀବନ । ପୁଅକୁ ଅନାଥ ଆଶ୍ରମରେ ଛାଡି ଏଣେତେଣେ ମୁଣ୍ଡ ଗୁଂଜୁଛନ୍ତି ଜଣେ ବିଧବା ମାଆ । ବ୍ଲକ ପରିସରରେ ମାଗିଯାଚି ଚଳୁଥିଲେ ବି ମିଳୁନି ବିଧବା ଭତା କି ଅନ୍ୟ କୌଣସି ସରକାରୀ ସୁବିଧା ।

ଉର୍ମିଳାଙ୍କ ବାବଦରେ ଜାଣିବା ପରେ ବିଡିଓ କହିଛନ୍ତି, ମହିଳା ଜଣଙ୍କ ବ୍ଲକ ପରିସରରେ ରହି କାମ କରି ମଜୁରୀ ପାଉଛନ୍ତି । ତାଙ୍କର ଆଧାର କାର୍ଡ ଅଛି କି ନାହିଁ ତଦନ୍ତ କରି ତାଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବ ।

The post ଦୁରେଇ ଦେଲା ସମାଜ, ଦେଖି ପାରୁନି ପ୍ରଶାସନ । ଅନାଥ ଆଶ୍ରମରେ ମୁଣ୍ଡ ଗୁଂଜିଛି ପୁଅ, କୋକସରା ବ୍ଲକ ପରିସର ଗାଡି ଷ୍ଟାଂଡରେ ବିତୁଛି ବିଧବା ମାଆର ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ସହର ପାଖରେ ଫଳକ ଲାଗିଛି । ଉନ୍ନତିକରଣ କାମର ସୂଚନା ଉଲ୍ଲେଖ ଅଛି, ହେଲେ ବାସ୍ତବରେ ବସ୍ତି ନାହିଁ

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମର ୨ନମ୍ବର ଓାର୍ଡ କହିଲେ ସହରର ପୁରୁଣା ବ୍ରହ୍ମପୁର ନିକଟ ହରଡାଖଣ୍ଡି ଅଂଚଳକୁ ବୁଝାଏ । ହରଡାଖଣ୍ଡି ଛକ ନିକଟରେ ରହିଛି ଆନନ୍ଦନଗର । ଆନନ୍ଦ ନଗରର ପ୍ରବେଶ ପଥରେ ଏକ ଫଳକ ରହିଛି । ଫଳକର ଉଭୟ ପାଶ୍ୱର୍ରେ ଆନନ୍ଦନଗର ବସ୍ତିର ୪୯୫ପରିବାର ଉପକୃତ ଲାଗି ଉନ୍ନତିକରଣ କାମ ସଂପର୍କରେ ତଥ୍ୟ ଉଲ୍ଲେଖ ରହିଛି । ସେଥିରେ ଖାଲି ଜାଗାର ଉନ୍ନତିକରଣ, ଫେବରବ୍ଲକ ଦ୍ୱାରା ରାସ୍ତା ନିର୍ମାଣ, ଚିତ୍ରକାଳା, ପିଲାଙ୍କ ପାଇଁ ଖେଳପଡିଆ ଓ ଲାଇଟ୍ ଦ୍ୱାରା ସୌନ୍ଦର୍ଯ୍ୟକରଣ କରାଯାଇଥିବା ସୂଚନା ଦିଆଯାଇଛିା । ଯେଉଁ ସାହିମୁଣ୍ଡରେ ଫଳକଟି ଲାଗିଛି ତାହା ଆନନ୍ଦ ନଗର । କିନ୍ତୁ ସେଠାରେ କୌଣସି ବସ୍ତିର ଠିକଣା ନାହିଁ । କି ସେଠାରେ ଆଖିଦୃଶିଆ ଉନ୍ନ୍ତି ମୁଳକ କାମ ହୋଇନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।

ଜାଗା ମିଶନ ଯୋଜନାରେ ୨୦୨୦ ମାର୍ଚ୍ଚ ମାସରେ ଆନନ୍ଦନଗର ବସ୍ତି ଉନ୍ନତିକରଣ ପାଇଁ ତକ୍ରାଳୀନ ସ୍ଥାନୀୟ କର୍ପରେଟର ଭାନୁମତୀ ବିଶୋୟୀଙ୍କ କାର୍ଯ୍ୟକାଳ ସମୟରେ ୧୦ଲକ୍ଷ ୪୩ହଜାର ୪୫୯ଟଙ୍କାର ଅନୁଦାନ ମିଳିଥିଲା । ମାତ୍ର ୨୧ଦିନରେ କାମ ସରିଥିବା ଫଳକରେ ଦର୍ଶାଯାଇଛି । ତେବେ ଗଛକୁ ପିଣ୍ଡି, କାନ୍ଥରେ ଚିତ୍ରକଳା ଥିଲେ ହେଁ ଏଠାରେ କୌଣସି ବସ୍ତି ନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି । ଲୋକ କହିଛନ୍ତି ବସ୍ତି ଚୋରୀ ହୋଇଯାଇଛି ନଚେତ ବସ୍ତି ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ଅଧିକାରୀ । ସଂପୃକ୍ତ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ କା ର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି ।

ଜାଗା ମିଶନ ଭଳି ଯୋଜନାକୁ କେବଳ ସୂଚନା ଫଳକରେ ସୀମିତ ନରଖି ସଫଳ ରୁପାୟନ ଏବଂ ରାଜସ୍ୱର ସଦୁପୋଯୋଗ ପ୍ରତି ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

The post ସହର ପାଖରେ ଫଳକ ଲାଗିଛି । ଉନ୍ନତିକରଣ କାମର ସୂଚନା ଉଲ୍ଲେଖ ଅଛି, ହେଲେ ବାସ୍ତବରେ ବସ୍ତି ନାହିଁ first appeared on Kanak News.

from Kanak News
via <a href="https://ifttt.com/?

ପଡୋଶୀ ରାଜ୍ୟକୁ ବୁହା ହେଉଛି ଓଡିଶା ଧାନ । ମଣ୍ଡି ଖୋଲିନଥିବାରୁ ଛତିଶଗଡ ଦଲାଲଙ୍କୁ ଧାନ ବିକୁଛନ୍ତି ନବରଙ୍ଗପୁରର ଚାଷୀ

Normal
0

false
false
false

EN-US
X-NONE
OR

MicrosoftInternetExplorer4

/* Style Definitions */
table.MsoNormalTable
{mso-style-name:”Table Normal”;
mso-tstyle-rowband-size:0;
mso-tstyle-colband-size:0;
mso-style-noshow:yes;
mso-style-priority:99;
mso-style-qformat:yes;
mso-style-parent:””;
mso-padding-alt:0cm 5.4pt 0cm 5.4pt;
mso-para-margin-top:0cm;
mso-para-margin-right:0cm;
mso-para-margin-bottom:10.0pt;
mso-para-margin-left:0cm;
line-height:115%;
mso-pagination:widow-orphan;
font-size:11.0pt;
font-family:”Calibri”,”sans-serif”;
mso-ascii-font-family:Calibri;
mso-ascii-theme-font:minor-latin;
mso-hansi-font-family:Calibri;
mso-hansi-theme-font:minor-latin;
mso-bidi-font-family:Kalinga;
mso-bidi-theme-font:minor-bidi;}

କନକ ବ୍ୟୁରୋ : ଖରିଫ୍ ଧାନ କିଣିବାକୁ ସରକାରୀ ଧାନ ମଣ୍ଡି ଖୋଲି ନଥିବାରୁ ଗାଁ ଗାଁରେ ବୁଲି ବେପାର ମେଲାଇଛନ୍ତି ଆନ୍ଧ୍ର ଧାନ ବେପାରୀ ଓ ଆନ୍ଧ୍ର ମିଲରଙ୍କ ଦଲାଲ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ପ୍ରାୟ ୮୫୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଚାଷୀ ଧାନ ଅମଳ କରି ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବେପାରିଙ୍କୁ ବିକି ଦେଉଛନ୍ତି । ଧାନର ସରକାରୀ ଦର କ୍ୱିଂଟାଲ ପ୍ରତି ୨୧୮୩ ଟଙ୍କା ରହିଥିବା ବେଳେ ଆନ୍ଧ୍ର ବେପାରୀ ୭୭ କିଲୋ ଧାନକୁ ୧୩୫୦ ଟଙ୍କାରେ କିଣି ନେଉଛନ୍ତି । ଶ୍ରମିକଙ୍କ ପାଉଣା ଓ କରଜ ସୁଝିବା ପାଇଁ ଚାଷୀ ଅଭବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ଖଲ୍ଲିକୋଟରେ ୮୩୮୮ ଜଣ ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜିକରଣ କରିଛନ୍ତି । ମଣ୍ଡି ଖୋଲିବାରେ ବିଳମ୍ବ ସାଙ୍ଗକୁ ଅମଳ ଧାନକୁ ଗଛିତ ରଖିବା ସୁବିଧା ନାହିଁ । ତେଣେ ଶ୍ରମିକଙ୍କ ପାଉଣା ଓ କରଜ ସୁଝିବା ପାଇଁ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ସବୁ ଜାଣି ବି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ, ଆଉ ମାଲାମାଲ ହେଉଛନ୍ତି ଆନ୍ଧ୍ର ଦଲାଲ ।

ଖାଲି ଏ ବର୍ଷ ନୁହେଁ, ପ୍ରାୟ ସବୁ ବର୍ଷ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଏହାର ସୁଯୋଗ ନେଇଥାନ୍ତି ଆନ୍ଧ୍ର ଦଲାଲ ।

ସେହିଭଳି କଳାବଜାରିଙ୍କ କବଜାରେ ଓଡିଶା ଚାଷୀଙ୍କ ଧାନ । ଲାଭ ପାଇବା ପାଇଁ ଛତିଶଗଡ଼ ମୁହାଁ ଓଡିଶା ଚାଷୀ । ଓଡିଶାରେ ଧାନ କ୍ୱିଂଟାଲ ପ୍ରତି ଦର ୨୧୮୩ ଟଙ୍କା ଥିବା ବେଳେ ଛତିଶଗଡ଼ରେ କ୍ୱିଂଟାଲ ପ୍ରତି ଦର ରହିଛି ୩୧୦୦ ଟଙ୍କା । ମାତ୍ର ୧୦ ରୁ ୧୫ କିଲୋମିଟର ଦୂରରେ ଧାନ ଦରର ପ୍ରାୟ ୧୦୦୦ ଟଙ୍କା ତାରତମ୍ୟ ରହିଛି । ତେଣୁ ଚାଷୀ ଛତିଶଗଡ ମୁହାଁ ହୋଇଥିବା ବେଳେ ଦଲାଲ, ଚାଷୀଙ୍କ ଠାରୁ ୨୫ଶହରୁ ୨୬ଶହ ଟଙ୍କା ଦରରେ ଧାନ କିଣି ନେଉଛନ୍ତି । ଦିନ ରାତି ଖୁଲମଖୁଲା ଭାବେ ଟ୍ରକ ଟ୍ରକ ଧାନ ଛତିଶଗଡ଼କୁ ଯାଉଥିବା ଦେଖିବାକୁ ମିଳୁଛି । ଦୈନିକ ପ୍ରାୟ ୨୦ରୁ ୨୫ କ୍ୱିଂଟଲ ଧାନ ଗାଡ଼ି ସୀମା ପାର ହେଉଛି । ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷର ଧାନ ମଣ୍ଡି ଆରମ୍ଭ ହୋଇନାହିଁ, ସେପଟେ ଛତିଶଗଡ ମଣ୍ଡିରେ ଧାନ କିଣା ଚାଲିଛି । ତେଣୁ ଓଡିଶାର ଅମଳ ଧାନ ଛତିଶଗଡକୁ ଚାଲାଣ ହେଉଥିବା ଜଣାପଡ଼ିଛି । ସେଠାକାର ବ୍ୟବସାୟୀ ସ୍ଥାନୀୟ ଆରଏମସି ଫାଟକ କର୍ମଚାରୀଙ୍କୁ ହାତ କରି ଶହ ଶହ କୁଇଂଟାଲ ଧାନ ଛତିଶଗଡ଼କୁ ବୋହି ନେଇଯାଉଥିବା ବେଳେ ପୁଲିସ ପ୍ରଶାସନ ଓ ଯୋଗାଣ ବିଭାଗ ଜଳକା ହୋଇ ଚାହିଁ ରହିଛନ୍ତି । ଦଲାଲମାନେ ଘର ଘର ବୁଲି ଧାନ ସଂଗ୍ରହ କରି ଛତିଶଗଡ଼ ବେପାରୀଙ୍କୁ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ, ପୁଲିସ ଓ ଯୋଗାଣ ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଛତିଶଗଡ଼ କଳା ବ୍ୟବସାୟୀଙ୍କ ସାହାସ ବଢିବାରେ ଲାଗିଛି ।

The post ପଡୋଶୀ ରାଜ୍ୟକୁ ବୁହା ହେଉଛି ଓଡିଶା ଧାନ । ମଣ୍ଡି ଖୋଲିନଥିବାରୁ ଛତିଶଗଡ ଦଲାଲଙ୍କୁ ଧାନ ବିକୁଛନ୍ତି ନବରଙ୍ଗପୁରର ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଲୋକଙ୍କୁ ଠକିବାର ନୂଆ ଉପାୟ । ଓଏଲଏକ୍ସରେ ଘର ଭଡ଼ା ଦେବାକୁ କହି ଠକିନେଲେ, ସାଇବର ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଧିରେନ ଜେନା ଗିରଫ

କନକ ବ୍ୟୁରୋ : ଓଏଲଏକ୍ସରେ ଭଡା ଘର ଯୋଗାଇଦେବ ବୋଲି କହି ଲୋକଙ୍କୁ ଠକୁଥିଲା ଠକ । ଠକକୁ ଯାଜପୁରରୁ ଉଠାଇ ଆଣିଲା ଭୁବନେଶ୍ୱର ସାଇବର ଥାନା ପୋଲିସ । ଯାଜପୁର ଅଂଚଳର ଧିରେନ ଜେନା ଓ ତାର ଅନ୍ୟ ଦୁଇ ସହେଯାଗୀ ଓଏଲଏକ୍ସରେ ମିଛ ଭଡାଘରର ବିଜ୍ଞାପନ ଦେଇଥିଲେ ଓ ତଳେ ଯୋଗାଯୋଗ ପାଇଁ ନମ୍ବର ମଧ୍ୟ ଦେଇଥିଲେ । ରାଜଧାନୀରେ ଅନେକ ଭଲ ଭଲ ଘର ଭଡାରେ ମିଳି ପାରିବ ବୋଲି ଏହି ବିଜ୍ଞାପନରେ ଉଲ୍ଲେଖ କରିଥିଲେ । ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କୁ ଏହି ଠକ ଗ୍ୟାଙ୍ଗ ଟାର୍ଗେଟ କରୁଥିଲେ । ଯେଉଁମାନେ ଏହି ବିଜ୍ଞାପନ ଦେଖି ଫୋନ କରୁଥିଲେ ସେମାନଙ୍କୁ କଥା ମାଧ୍ୟମରେ ପ୍ରଲୋଭିତ କରି ତାଙ୍କ ଠାରୁ ଘର ଦେଖାଇବା ଓ ଘର ଦେବା ବାବଦକୁ ଆଡଭାନ୍ସ ଟଙ୍କା ନେଇ ଆସୁଥିଲେ । ଟଙ୍କା ପାଇବା ପରେ ସେମାନେ ଆଉ ଧରାଛୁଆଁ ଦେଉନଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଧରା ପଡିବା ଭୟରେ ଆଡଭାନ୍ସ ଟଙ୍କା ନିଜ ଆକାଉଂଟରେ ନନେଇ ବିଭିନ୍ନ ଦୋକାନୀ ମାନଙ୍କ ଫୋନ ପେ, ପେଟିଏମ କିମ୍ବା ଗୁଗୁଲ ପେ ଆକାଉଂଟରେ ନେଉଥିଲେ । ଦୋକାନି ମାନଙ୍କ ନିକଟରେ ଟଙ୍କା ପହଂଚିବା ପରେ ତାଙ୍କ ଠାରୁ ଅଳ୍ପ କିଛି ଜିନିଷ କିଣି ବାକି ବଳୁଥିବା ଟଙ୍କା କୁ କ୍ୟାସ ଆକାରରେ ଫେରେଇ ଆଣୁଥିଲେ । ଏହିଭଳି ଭାବେ ଅନେକ ଲୋକଙ୍କୁ ମୋନେ ଠକି ଟଙ୍କା ରୋଜଗାର କରୁଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଧିରେନ ଜେନାକୁ ଗିରଫ କରି କୋର୍ଟଚାଲାଣ କରିଛି ସାଇବର ଥାନା ପୋଲିସ ।

The post ଲୋକଙ୍କୁ ଠକିବାର ନୂଆ ଉପାୟ । ଓଏଲଏକ୍ସରେ ଘର ଭଡ଼ା ଦେବାକୁ କହି ଠକିନେଲେ, ସାଇବର ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଧିରେନ ଜେନା ଗିରଫ first appeared on Kanak News.

from Kanak News
via <a href="https://ifttt.com/?

ଦେଢ ବର୍ଷ ଧରି ଗୁଜରାଟ ରାଜପଥରେ ଚାଲିଥିଲା ନକଲି ଟୁଲ ପ୍ଲାଜା । ୪କୋଟି ଟଙ୍କା ଠକେଇ ପରେ ଏବେ ହେଲା ଖୁଲାସା

କନକ ବ୍ୟୁରୋ : ଗୁଜରାଟ ବାମନବୋର-କଚ୍ଛ ଜାତୀୟ ରାଜପଥ ଉପରେ କିଛି ଲୋକ ନିଜ ଜମି ଉପରେ ରାଜପଥକୁ ବାଇପାସ କରି ଏକ ନକଲି ଟୁଲ ପ୍ଲାଜା ସ୍ଥାପିତ କରିଥିଲେ । ଦେଢ ବର୍ଷରୁ ଅଧିକ ସମୟ ଧରି ସେମାନେ ସରକାରୀ ଅଧିକାରୀଙ୍କୁ ଧୋକ୍କା ଦେଇ ୭୫ କୋଟିରୁ ଅଧିକ ଟଙ୍କା ଲୁଟ୍ କରିଛନ୍ତି ।

ଜାତୀୟ ରାଜପଥର ଅଧିକୃତ ଟୁଲ ଅଧିକାରୀ କହିଛନ୍ତି କି, ବ୍ୟକ୍ତିଗତ ଜମିରେ ମାଲିକ ଟୁଲ ପ୍ଲାଜା ନିର୍ମାଣ କରି ଦୈନିକ ହଜାର ହଜାର ଟଙ୍କା ଠକେଇ କରୁଥିଲା । ଅଭିଯୁକ୍ତ ଟ୍ରାଫିକକୁ ବାସ୍ତବ ରାସ୍ତାରୁ ଡାଇଭର୍ଟ କରି ହ୍ୱାଇଟ ହାଉସ ସିରାମିକ କମ୍ପାନୀ ଜମି, ବନ୍ଦ କାରଖାନା ଓ ଭର୍ଗାସିଆ ଗ୍ରାମ ଆଡକୁ ନେଇଯାଇଥିଲେ ।

ମୋର୍ବି ଜିଲ୍ଲାପାଳ ଜିଟି ପାଣ୍ଡ୍ୟା କହିଛନ୍ତି ଯେ, ଭର୍ଗାସିଆ ଟୁଲ ପ୍ଲାଜାର ପ୍ରକୃତ ମାର୍ଗରୁ କିଛି ଗାଡିକୁ ଡାଇଭର୍ଟ କରାଯାଇ ଟୁଲ ଟ୍ୟାକ୍ସ ଆଦାୟ କରାଯାଉଥିଲା । ଏନେଇ ସୂଚନା ପାଇବା ପରେ ପୋଲିସ ଓ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ବିସ୍ତୃତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ହେବା ପରେ ପୋଲିସ ହ୍ୱାଇଟ୍ ହାଉସ ସିରାମିକ କମ୍ପାନୀର ମାଲିକ ଅମର୍ଷି ପଟେଲ, ବନରାଜସିଂହ ଝାଲା, ହରବିଜୟସିଂହ ଝାଲା, ଯୁବରାଜସିଂହ ଝାଲା ଓ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ।

The post ଦେଢ ବର୍ଷ ଧରି ଗୁଜରାଟ ରାଜପଥରେ ଚାଲିଥିଲା ନକଲି ଟୁଲ ପ୍ଲାଜା । ୪କୋଟି ଟଙ୍କା ଠକେଇ ପରେ ଏବେ ହେଲା ଖୁଲାସା first appeared on Kanak News.

from Kanak News
via <a href="https://ifttt.com/?

ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା । ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ବଢ଼ିଛି ସଂକ୍ରମଣ

କନକ ବ୍ୟୁରୋ : ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭୀମସାର ଯାଇ ସ୍ଥିତି ପରଖିଛନ୍ତି । ଶିଶୁଟିକୁ ସ୍ୱତନ୍ତ୍ର ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେପଟେ  ପ୍ରଶାସନ ଶିଶୁଟିର ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି ।  ଶିଶୁ କିପରି ସ୍ୱାଭାବିକ ସ୍ଥିତିକୁ ଫେରିବ ସେନେଇ ଚେଷ୍ଟା ଜାରି ରହିଛି । ପୁରା ସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବାରୁ ଡାକ୍ତର ଟିମ୍ ରକ୍ତ ବନ୍ଦ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଦେହରେ ହୋଇଥିବା କ୍ଷତ ଯୋଗୁଁ ସଂକ୍ରମଣ ବଢ଼ିଛି ।

The post ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା । ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ବଢ଼ିଛି ସଂକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ସୁରକ୍ଷା ତ୍ରୁଟି ମାମଲା ଅଭିଯୁକ୍ତ କୋର୍ଟରେ ହାଜର । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ

କନକ ବ୍ୟୁରୋ : ସେପଟେ ସୁରକ୍ଷା ଭାଙ୍ଗି ସଂସଦ ଗୃହ ଭିତରେ ପଶିଥିବା ୬ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ ସମସ୍ତଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ପୁଲିସ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ । ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଦିଲ୍ଲୀ ପୁଲିସ । କୋର୍ଟ ପରିସରରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ସନ୍ଧାନୀ କୁକୁର ସହାୟତାରେ ପରିସରକୁ ଟିକନିକ୍ ଯାଂଚ କରାଯାଇଛି ।

The post ସଂସଦରେ ସୁରକ୍ଷା ତ୍ରୁଟି ମାମଲା ଅଭିଯୁକ୍ତ କୋର୍ଟରେ ହାଜର । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ first appeared on Kanak News.

from Kanak News
via <a href="https://ifttt.com/?

ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍ଗ ହୋହାଲ୍ଲା । ସେପଟେ ନିଲମ୍ବିତ ହେଲେ ୧୫ ସାଂସଦ

କନକ ବ୍ୟୁରୋ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍ଗ ହୋହାଲ୍ଲା ଭିତରେ ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଥମ ଥର ପାଇଁ ସରକାର ପ୍ରତିକ୍ରିୟା ରଖିଛନ୍ତି । ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଂସଦ ମାନେ ପାସ୍ ଇସ୍ୟୁ କରିବା ବେଳେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଗୁରୁବାର ସଂସଦର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ବୟାନ ରଖନ୍ତୁ ବୋଲି ବିରୋଧୀ ଦାବି କରିିଥିଲେ । ଏପରିକି ଗୃହରେ ବିରୋଧୀ ହଙ୍ଗାମା କରିବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହାରି ଭିତରେ ବାଚସ୍ପତି ଓମ ବିର୍ଲା ଗୃହକୁ ୨ଟା ଯାଏଁ ମୁଲତବୀ କରିଥିଲେ । ଏହାସହ ବାଚସ୍ପତି କହିଛନ୍ତି ଆମେ ସମସ୍ତେ ଏଥିପାଇଁ ଚିନ୍ତିତ ଅଛୁ । ବଡ଼ କଥା ହେଉଛି ମହିସୁର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାଁରେ ଭିଜିଟର୍ସ ପାସରେ ସଂସଦକୁ ଆସିଥିଲେ ଦୁଇ ଯୁବକ । ଯାହାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ସେପଟ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୃହରେ ହୋ ହାଲ୍ଲା କରୁଥିବା ଅଭିଯୋଗରେ ଲୋକସଭାର ୧୪ ଜଣ ସାଂସଦ ଓ ରାଜ୍ୟସଭାର ଜଣେ ସାଂସଦଙ୍କୁ ନିଲମ୍ବନ କରାଯାଇଛି ।

The post ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍ଗ ହୋହାଲ୍ଲା । ସେପଟେ ନିଲମ୍ବିତ ହେଲେ ୧୫ ସାଂସଦ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started