ଶ୍ରେୟସଙ୍କ ଉପରେ ଭରସା କଲା କୋଲକାତା, ପୁଣିଥରେ ଦେଲା ଅଧିନାୟକ ଦାୟିତ୍ୱ । ଜାଣନ୍ତୁ ଉପ-ଅଧିନାୟକ ଭାବେ କାହା ନାଁରେ ମୋହର ମାରିଲା କେକେଆର ।

କନକ ବ୍ୟୁରୋ : ଆଇପିଏଲ ୨୦୨୪ ପାଇଁ ଆସନ୍ତା ଡିସେମ୍ବର ୧୯ ତାରିଖରେ ନିଲାମୀ ହେବାକୁ ଯାଉଛି । ତେବେ ଏହାପୂର୍ବରୁ କୋଲାକାତା ନାଇଟ ରାଇଡର୍ସ ବଡ ଘୋଷଣା କରିଛି । ଆଗାମୀ ସିଜିନରେ ଶ୍ରେୟସ ଆୟର କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିଭଳି ଗତଥର କେକେଆରର ଅଧିନାୟକ ଥିବା ନୀତିଶ ରାଣାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦେଇଛି ଫ୍ରାଞ୍ଚାଇଜ । ସେହିଭଳି ଆଗାମୀ ସିଜିନରେ କେକେଆରର ମେଣ୍ଟର ଭାବେ ଗୌତମ ଗମ୍ଭୀରଙ୍କୁ ଦେଖିବାକୁ ମିଳିବ ।

ଗତବର୍ଷ ଆହତ ସମସ୍ୟା ପାଇଁ ଆଇପିଏଲରୁ ବାଦ୍ ପଡିଥିଲେ ଶ୍ରେୟସ ଆୟର । କିନ୍ତୁ ଚଳିତଥର ଶ୍ରେୟସ ପୁଣିଥରେ ଦଳ ସହ ଯୋଡି ହେଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି କେକେଆର ପ୍ରଂଶସକ । କେକେଆରର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ଗତଥର ଶ୍ରେୟସଙ୍କ ଦାୟିତ୍ୱ ନୀତିଶ ନେବାକୁ ସହମତ ହୋଇଥିଲେ ଏବଂ ଭଲ କାମ ମଧ୍ୟ କରିଥିଲେ । ଏବେ ଉପ-ଅଧିନାୟକ ଭାବେ ନୀତିଶ ରାଣା ଦଳ ଓ ଶ୍ରେୟସଙ୍କୁ ସହଯୋଗ କରିବେ ।

https://platform.twitter.com/widgets.jsଅନ୍ୟପଟେ ପୁଣିଥରେ ଅଧିନାୟକ ଦାୟିତ୍ୱ ମିଳିବା ପରେ ଶ୍ରେୟସ ଆୟର କହିଛନ୍ତି, ଗତ ସିଜିନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି । ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲି । କିନ୍ତୁ ମୋ ଅନୁପସ୍ଥିତିରେ ନୀତିଶ ରାଣା ଅଧିନାୟକ ଭାବେ ଭଲ ଦାୟିତ୍ୱ ତୁଲାଇଛନ୍ତି । ମୁଁ ଖୁସି ଯେ, କେକେଆର ନୀତିଶଙ୍କୁ ଉପ-ଅଧିନାୟକ ନିଯୁକ୍ତ କରିଛି । ଏହାଦ୍ୱାରା ଟିମ୍ ଆହୁରି ଶକ୍ତିଶାଳୀ ହେବ । ଶ୍ରେୟସ ଆୟର ୨୦୨୨ରେ କୋଲକାତା ଦଳ ସହ ଯୋଡି ହୋଇଥିଲେ । ୧୪ଟି ମ୍ୟାଚରୁ ଶ୍ରେୟସ ୪୦୧ ରନ୍ କରିଥିଲେ ।

The post ଶ୍ରେୟସଙ୍କ ଉପରେ ଭରସା କଲା କୋଲକାତା, ପୁଣିଥରେ ଦେଲା ଅଧିନାୟକ ଦାୟିତ୍ୱ । ଜାଣନ୍ତୁ ଉପ-ଅଧିନାୟକ ଭାବେ କାହା ନାଁରେ ମୋହର ମାରିଲା କେକେଆର । first appeared on Kanak News.

from Kanak News
via <a href="https://ifttt.com/?

ଶିଶୁକନ୍ୟା ବୋଲି ନା ଗର୍ଭର ପାପ ବୋଲି… ବୋରୱେଲରେ ମରିବାକୁ ଫୋପାଡ଼ିଦେଲ?

କନକ ବ୍ୟୁରୋ: ସେ ଶିଶୁ କନ୍ୟା ବୋଲି ଫିଙ୍ଗିଦିଆଗଲା ନା କେଉଁ ଗର୍ଭର ପାପ ବୋଲି ଫୋପାଡ଼ି ଦେଲ? ନିର୍ଦ୍ଦୟୀ ମା’, ପିଶାଚୀ ମା’, ପାପୀ ମା’… ଘୃଣାର ଘିଅରେ ଜଳୁଥିବା ପ୍ରତ୍ୟେକ ଲୋକଙ୍କ ମୁହଁରେ ଏବେ କେବଳ ଏହି ସଂଜ୍ଞାହୀନ ଶବ୍ଦ । କାରଣ ଏ ନବଜାତ ଶିଶୁକନ୍ୟାଟି ଯେଉଁ ମା’ର ଗର୍ଭରୁ ଜନ୍ମନେଇଛି ସେ’ ମା ପାଖରେ ଏ ଖବର ପହଞ୍ଚିଥିବ, ଅପରିଚିତ କଅଁଳ କଢ଼ିର କାନ୍ଦ ତା’ କାନରେ ନିଶ୍ଚୟ ପଡ଼ିଥିବ, ହେଲେ କେମିତି ତା’ ବିବେକ ତାକୁ ବାଧା ଦେଉନି କେଜାଣି? ସାତ ଘଣ୍ଟା ଧରି ବୋରୱେଲ ଭିତରେ ସଂଘର୍ଷ କରୁଥିବା ନବଜାତ ନୂଆ ଜନ୍ମ ପାଇବା ପରେ ଅନେକ ଲୋକଙ୍କ ମନରେ ଏବେ ଏମିତି ଅନେକ ପ୍ରଶ୍ନ…

ହଁ, ସମ୍ବଲପୁରର ଏ ବୋରୱେଲ ଘଟଣା ଦେଖିବା ପରେ ଆମେ ଛାତିପିଟି କହିପାରିବା, ଏବେ ବି ସେ ଘୃଣ୍ୟ ମାନସିକତା ସମାଜରୁ ଯାଇନି । ପୁଅଟିଏ ଜନ୍ମହେଲେ ସ୍ୱର୍ଗକୁ ସିଡ଼ି ଲଗେଇ ଦେବ ଆଉ ଝିଅଟିଏ ହେଲେ ପର ଘରକୁ ଚାଲିଯିବ । ଏଭଳି ତୁଚ୍ଛ ସ୍ୱପ୍ନ ଦେଖୁଥିବା ଦୋହମୁହାଁ ଲୋକ ଜାଣିନାହାନ୍ତି ଯେ. ତାଙ୍କ ଭାଗ୍ୟ ଫିଟେଇବାକୁ ଥିବା ଭାଗ୍ୟଲକ୍ଷ୍ମୀକୁ ସେମାନେ ଭରା ଜଙ୍ଗଲରେ ଫିଙ୍ଗିଦେଇ ଆସୁଛନ୍ତି । ବୋରୱେଲ ଭିତରେ ଲୁହାର ସୁରକ୍ଷା କବଚ ସିନା ତାକୁ ବଞ୍ଚାଇଦେଲା । କିନ୍ତୁ ଟିଭିରେ ଅହରହ ଅପରେସନକୁ ଦେଖି ସେ ଜନ୍ମକଲା ମା’ର ଆଖିରୁ କ’ଣ ଟୋପେ ଲୁହ ଝରିନଥିବ? କୁନି ଜୀବନ ପାଇଁ ଓଡ଼ିଶା କାଳିଆ କାଳିଆ ଡାକୁଥିଲା ବେଳେ ସେ ସୈତାନ ମା’ର କାନରେ କ’ଣ କୁନିର କାନ୍ଦ ପଡ଼ିନଥିବ?

ସେ ଜାଣିନି ତା’ର ପରିଚୟ କ’ଣ? ସେ ଜାଣିନି କେଉଁ ପାପ ଗର୍ଭରୁ ଗୋଡ଼କାଢ଼ି ଏଦୁନିଆକୁ ଆସିଲା । ନିଛାଟିଆ ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ଭିତରେ ବଞ୍ଚିବାକୁ ତାକୁ ସଂଘର୍ଷ କରିବାକୁ ପଡ଼ିଲା, ଏବେ ସିନା ହସ୍ପିଟାଲ ଏନଆଇସିୟୁରେ ଶିଶୁକନ୍ୟାଟି ଚିକିତ୍ସିତ ହେଉଛି, ହେଲେ ହେତୁ ପାଇବା ପରେ ଯଦି ଦୁନିଆ ଆଗରେ ପଚାରେ ମୋ ମାଆ ବାପା କିଏ? ତୁମେ ଏ ଖବର ଦେଖି ମନକୁ ବୁଝାଇପାରିବ ତ?

ପାଟି ଫିଟିନଥିବା ସେ କୁନି ଜୀବନ ମନେ ମନେ ହୁଏତ ଏମିତି କିଛି ପଚାରୁଥିବ, ମୁଁ ଆଉ କାହାର ପାପକର୍ମର ପ୍ରାୟଶ୍ଚିତ କାହିଁକି କରିବି? ମୋତେ ବୋଝ ଭାବି ଫିଙ୍ଗିଦେଲ, ଆଉ ଯେଉଁ ବୋରୱେଲରେ ମୋତେ ଫିଙ୍ଗି ଚାଲିଗଲ ସେ ବୋରୱେଲରୁ ମୁଁ ବଞ୍ଚିକି ଫେରିଲି । ଏବେ ଅପରଚିତ, ଅଜଣା, ଅନାଥ ବୋଲି ଖବର ଖେଳିବା ପୂର୍ବରୁ ସାହସ ଅଛି ତ ଥରେ ମୋ ଆଖିରେ ଆଖି ମିଶେଇ ଦେଖ । ଜନ୍ମହେବା ପରେ ଯେଉଁ ପାପୁଲିକୁ ଧରି ମାଆ ବୋଲି ଭାବିଥିଲି ସେ ଶେଷ ଛୁଆଁକୁ ଥରେ ଅନୁଭବ କରି ଦେଖ । ମୁଁ ଜାଣେ ତମେ ପାରିବନି, କାରଣ ମୋତେ ପରକରି ମୋ ପରିଚୟ ହରାଇ, ମୋଠୁ ବାପା-ମାଆ ଡାକିବାର ସୁଃଖ ଛଡ଼ାଇ ନେଇଛ ତମେ, କେବଳ ତମେ…

(ଇତି)
ପୁନର୍ଜନ୍ମ ପାଇଥିବା
ଜଣେ ଅଲୋଡା କନ୍ୟା…

The post ଶିଶୁକନ୍ୟା ବୋଲି ନା ଗର୍ଭର ପାପ ବୋଲି… ବୋରୱେଲରେ ମରିବାକୁ ଫୋପାଡ଼ିଦେଲ? first appeared on Kanak News.

from Kanak News
via <a href="https://ifttt.com/?

ଜିପିଏଆଇ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଦେଲେ ଏଭଳି ମତ

କନକ ବ୍ୟୁରୋ : ଆରମ୍ଭ ହୋଇଛି ଗ୍ଲୋବାଲ ପାର୍ଟନରସିପ ଅନ ଆର୍ଟିଫିସିଆଲ ଇଂଟେଲିଜେନ୍ସ ସମ୍ମିଳନୀ । ଏହି ଅବସରରେ ପ୍ରଧାନ ମନ୍ତ୍ରୀ କିପରି ଏଆଇ ର ବ୍ୟବହାର ସୁରକ୍ଷିତ ଓ ସଚେତନ ଉପାୟରେ କରାଯାଇ ପାରିବ ସେ ନେଇ ସଭାରେ ଯୋଗ ଦେଇଥିବା ଲୋକ , ମନ୍ତ୍ରୀ ତଥା ଅଫିସର ମାନଙ୍କୁ ଜାଗ୍ରତ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏଆଇର ବ୍ୟବହାର ଓ ସୁବିଧାପାଇଁ ଲୋକ ମାନଙ୍କ ମଧ୍ୟରେ ପରିଚିତ ହେବା ସହ ଏହାର ଅପ ବ୍ୟବହାରର ଅନେକ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି ।

ଏଣୁକରି ପ୍ରଧାନ ମନ୍ତ୍ରୀ ମୋଦୀ ଏହି ସମ୍ମିଳନୀ ମାଧ୍ୟମରେ ପୂର୍ବରୁ ଦିଆଯାଇଥିବା ତଥ୍ୟ ଆଧାରରେ ଅନେକ ଉପଯାଗୀ ଉତ୍ତର ଦେଇପାରୁଥିବା ଏଆଇର ଅପବ୍ୟବହାର, ତଥ୍ୟ ଚୋରୀ ,ଡିପଫେକ ଓ ଆତଙ୍କବାଦ ପାଇଁ ହେଉଥିବା ଭୁଲ ବ୍ୟବହାରକୁ ନେଇ ସମସ୍ତଙ୍କୁ ସଚେତନ କରାଇଛନ୍ତି ।

ମୋଦୀ ଏହା ମଧ୍ୟ କହିଛନ୍ତି କି ଦେଶର ଶାସନ ବ୍ୟବସ୍ଥା ସୁଦୃଢ କରିବାକୁ ହେଲେ ଏହାର ଧାରଣୀୟ ବିକାଶ ହେବା ସହ ସ୍ୱଚ୍ଛତା ର୍କ୍ଷା କରିବା ନିହାତି ଜରୁରୀ । ଏହି ଆଧୁନିକ ଶୈଳିର ନିରପେକ୍ଷ ବ୍ୟବହାର ଶାସନ ବ୍ୟବସ୍ଥାକୁ ଅଧିକ ବିଶ୍ୱାସ ଯୋଗ୍ୟ କରାଏ । ଏଆଇର ସୃଷ୍ଟି ଲୋକ ମାନଙ୍କ କାର୍ଯ୍ୟଭାର ହାଲୁକା କରିବା ତଥା ସମସ୍ତ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଏବଂ ଜନ ସମାଜକୁ ଗୋଟିଏ ପାଦ ଆଗେଇ ନେବା ପାଇଁ । ଏଆଇ କେବଳ ଏକ ନୁଆ ଟେକ୍ନୋଲୋଜି ନୁହେଁ ଏକ ବିଶାଳ ଯୁଗର ଆରମ୍ଭ ଏଣୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଅଫିସର ଯାଏଁ ସମସ୍ତେ ଏହାର ଉଚିତ ବିନିଯୋଗ ଓ ସୁରକ୍ଷା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ କହିଛନ୍ତି ।

ଏଆଇର ଅପବ୍ୟବାର ରୋକିବା ପାଇଁ କଡା ନିୟମ ଲାଗୁ କରିବାର ଆବଶ୍ୟକତା ରହିଛି । ମୋଦୀଙ୍କ ସହ କେନ୍ଦ୍ର ସୂଚନା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏଆଇର ବ୍ୟବହାର କିପରି କୃଷି ଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ଯାଏଁ ସବୁ ଦିଗରେ ସହାୟକ ହେଉଛି ତା ଉପରେ ଆଲୋଚନା କରିଥିଲେ । ଏଆଇର ଭୟାବହତାକୁ ସୂଚାଇବା ପାଇଁ ନାଲି, ହଳଦିଆ ଓ ସବୁଜ ଭାବେ ତିନିଟି ବିଭାଗ କରାଯାଇଛି । ଏଆଇ ଯୋଗୁଁ ଦେଖିବାକୁ ମିଳୁଥିବା ଡିପଫେକ ସମସ୍ୟାକୁ ନେଇ ଆଲୋଚନା କରିବା ସହ ମୋଦୀ କହିଛନ୍ତି କି ଏହାର ବିଶ୍ୱାସଯୋଗ୍ୟତା ବୃଦ୍ଧି କରିବା ପାଇଁ ୱାଟର ମାର୍କର ବ୍ୟବହାର କଲେ ସଠିକ ତଥ୍ୟକୁ ଚିହ୍ନିବା ସହଜ ହେବ ।

ଏହି ସମ୍ମୀଳନିର ଉଦଘାଟନୀ ସମାରୋହରେ ଜାପାନର ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ହିରୋଶୀ ୟୋଶିଦା ନଧ୍ୟ ଯୋଗ ଦେଇଥିଲେ । ୟୁରୋପିଆନ ୟୁନିଅନ ଓ ୨୮ ରାଜ୍ୟର ସଂଘ ହେଉଛି ଜିପିଏଆଇ । ଏହା ବର୍ତମାନ ସମୟରେ ଏଆଇ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ଏହାକୁ ଅଧିକ ଉପେଯାଗୀ କରିବା ପାଇଁ କାମ କରିଥାଏ । ୨୦୨୪ରେ ଭାରତ ଜିପିଏଆଇରେ ସାମିଲ ହୋଇଥିବା ବେଳେ ଚାଇନା ଅଦ୍ୟବଧି ଏହାର ସଭ୍ୟ ହୋଇନାହିଁ ।

The post ଜିପିଏଆଇ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଦେଲେ ଏଭଳି ମତ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ଲୋକସଭା ନିର୍ବାଚନରେ ବିଜେଡି ପାଇବ ୧୨ରୁ ୧୪ ଆସନ । ଟାଇମ୍ସ ନାଓର ସର୍ଭେ ରିପୋର୍ଟର ବଡ ଆକଳନ ।

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବାଜିମାତ କରିବ ବିଜେଡି । ଟାଇମ୍ସ ନାଓ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ରୁ ୧୪ ଆସନ ମିଳିବାର ସମ୍ଭାବନା ରହିଛି ।

୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ୧୨ଟି ଆସନ ପାଇଥିଲା ବେଳେ ବିଜେପି ୮ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା । ଅନ୍ୟ ରାଜ୍ୟର ଆଂଚଳିକ ଦଳ ତୁଳନାରେ ଓଡ଼ିଶାରେ ବିଜେଡିର ବେଶ୍ ଦବଦବା ରହିଛି । ୨୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାରେ ବିଜେଡି ଲଗାତର ଭଲ ପ୍ରଦର୍ଶନ କରିଆସୁଛି । ତେଣୁ ଆଗାମୀ ଦିନରେ ମଧ୍ୟ ବିଜେଡି ପୂର୍ବଭଳି ମଜଭୁତ ରହିବ ବୋଲି ସର୍ଭେରୁ ଜଣାପଡ଼ିଛି । ଏନଡିଏ କିମ୍ବା ଇଣ୍ଡିଆ ମେଣ୍ଟରୁ ସମଦୂରତ୍ୱ ଅବଲମ୍ବନ କରୁଥିବା ବିଜେଡି ପାଇଁ ୨୦୨୪ ନିର୍ବାଚନ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟପଟେ ରାଜନୀତିରେ ୩ ମାସ ହିଁ ଯଥେଷ୍ଟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଚମକାଇ ଦେଲା ଭଳି ବୟାନ ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୫ଟି ଲୋକସଭା ଆସନରୁ କମ୍ ଜିତିବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଏପରିକି ରାଜ୍ୟ ବିଜେପିର ଭୋଟ୍ ପ୍ରତିଶତ ୪୫ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରିଛନ୍ତି । ୨୦୧୪ ନିର୍ବାଚନରେ ବିଜେପିକୁ ଗୋଟିଏ ଲୋକସଭା ଓ ୧୦ଟି ବିଧାନସଭା ଆସନ ମିଳିଥିଲା । କିନ୍ତୁ ୨୦୧୯ ବେଳକୁ ବିଜେପିର ଆସନ ଓ ଭୋଟ୍ ଉଭୟ ବଢ଼ିଥିଲା । ୮ଟି ଲୋକସଭା ଆସନ ବିଜୟ ସହ ୩୮ପ୍ରତିଶତ ଭୋଟ୍ ଏବଂ ରାଜ୍ୟ ବିଧାନସଭାରେ ୨୩ଟି ସିଟ୍ ସହ ୩୨ପ୍ରତିଶତ ଭୋଟ୍ ପାଇଥିଲା ବିଜେପି । ସେହି ଅନୁପାତରେ ଆଗାମୀ ୪ରୁ ୫ ମାସ ଭିତରେ ବିଜେପି ତାର ଲକ୍ଷ୍ୟ ହାସଲ ପାଇଁ କାମ କରିବ । ଓଡ଼ିଶାରେ ରାଜନୈତିକ ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା ରହିଥିବା କହିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରରେ ବିଜେପି କ୍ଷମତାରେ ଆସିବା ପରଠାରୁ ଓଡ଼ିଶା ପ୍ରତି କେବେ ରାଜନୈତିକ ବିଦ୍ୱେଷ ରଖିନାହିଁ । ୨୦୦୪ରୁ ୧୪ ମଧ୍ୟରେ ଓଡ଼ିଶାକୁ ୩ଲକ୍ଷ କୋଟି ଟଙ୍କା ମିଳିଥିିବା ବେଳେ ଆଜି କେନ୍ଦ୍ରୀୟ ଅନୁଦାନ ପରିମାଣ ୧୮ଲକ୍ଷ କୋଟି ଟଙ୍କା ହୋଇଛି । ଏହାରି ଆଧାରରେ ବିଜେପି ଆଗାମୀ ନିର୍ବାଚନରେ ଲୋକଙ୍କ ଭରସା ଜିତି ଲକ୍ଷ୍ୟ ହାସଲରେ ସମର୍ଥ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

The post ୨୦୨୪ ଲୋକସଭା ନିର୍ବାଚନରେ ବିଜେଡି ପାଇବ ୧୨ରୁ ୧୪ ଆସନ । ଟାଇମ୍ସ ନାଓର ସର୍ଭେ ରିପୋର୍ଟର ବଡ ଆକଳନ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ମାମଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ମଥୁରା ଶାହୀ ଇଦଗାହ ପରିସରରେ ହେବ ସର୍ଭେ

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ଶାହୀ ଇଦଗାହ ପରିସରରେ ଏଏସଆଇ ସର୍ଭେ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋର୍ଟ ତରଫରୁ ଶାହୀ ଇଦଗାହ ପରିସରର ସର୍ଭେ ପାଇଁ କୋର୍ଟଙ୍କ ତତ୍ୱାବଧାନରେ ଏକ ଆଡଭୋକେଟ କମିଶନର ନିଯୁକ୍ତି ଆବେଦନକୁ ସ୍ୱୀକାର କରିଛନ୍ତି ।

ଏହି ମାମଲାରେ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଜୈନ କହିଛନ୍ତି କି ଆଡଭୋକେଟ କମିଶନର ନିଯୁକ୍ତି ଆମେ ଜାରି କରୁଛି । ହେଲେ ଏଏସଆଇ ସର୍ଭେ କେବେଠାରୁ ହେବ ଓ କେତେ ଲୋକ ଏଥିରେ ସାମିଲ ହେବେ ସେ ନେଇ କୋର୍ଟ ଡିସେମ୍ବର ୧୮ ତାରିଖରେ ନିଷ୍ପତ୍ତି ନେବେ ।

ଆବେଦନରେ କୁହାଯାଇଥିଲା କି ଶାହୀ ଇଦଗାହ ପରିସରରେ ଶେଷ ନାଗର ଏକ ଛବି ରହିଛି । ଯାହା ହିନ୍ଦୁ ଦେବତାଙ୍କ ମଧ୍ୟରେ ଗଣନା କରାଯାଏ । ଶେଷ ନାଗ ଶ୍ରୀକୃଷ୍ଣ ଜନ୍ମ ହୋଇଥିବା ରାତିରେ ତାଙ୍କୁ ସୁରକ୍ଷା ଦେଇଥିଲେ । ଅଦାଲତରେ ଏହା ବି କୁହାଯାଇଥିଲା କି ମସଜିଦ ସ୍ତମ୍ଭର ତଳ ଭାଗରେ ହିନ୍ଦୁମାନଙ୍କର ଧାର୍ମିକ ପ୍ରତୀକ ରହିଛି । ଆବେଦକ କୋର୍ଟଙ୍କୁ ଅନୁରୋଧ କରିଥିଲେ କି, କିଛି ନିର୍ଦ୍ଧାରିତ ସମୟ ଅବଧିରେ ଶାହୀ ଇଦଗାହ ମସଜିଦର ସର୍ବେକ୍ଷଣ କରିବା ପରେ ରିପୋର୍ଟ ପ୍ରସ୍ତୁତ କରି ଏକ କମିଶନ ନିଯୁକ୍ତ କରାଯାଉ ।

କେବଳ ସେତିକି ନୁହେଁ ଆବେଦନକାରୀ ଆହ୍ଳାବାଦ ହାଇକୋର୍ଟଙ୍କ ନିକଟରେ ଦାବି କରିଥିଲେ କି ଶାହୀ ଇଦଗାହ ମସଜିଦରେ ଏଏସଆଇ ସର୍ଭେ ବେଳେ ଫଟୋଗ୍ରାଫି ଓ ଭିଡିଓ ଗ୍ରାଫି କରାଯିବା ଉଚିତ ।

The post ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ମାମଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ମଥୁରା ଶାହୀ ଇଦଗାହ ପରିସରରେ ହେବ ସର୍ଭେ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭାରେ ହୋ ହାଲ୍ଲାକୁ ନେଇ ବାଚସ୍ପତିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୫ ବିରୋଧୀ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ

କନକ ବ୍ୟୁରୋ : ରାଜ୍ୟସଭାରୁ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ ନିଲମ୍ବିତ ହେବା ପରେ ଏବେ ଲୋକସଭାରୁ ୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଲୋକସଭାରେ ହୋ ହାଲ୍ଲା କରିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ୫ କଂଗ୍ରେସ ସାଂସଦଙ୍କ ମଧ୍ୟରେ ରହିଛନ୍ତି ଟିଏନ ପ୍ରତାପନ, ହିବି ଏଡେନ, ଏସ୍ ଜୋଥିମଣୀ, ରାମାୟା ହରିଦାସ ଓ ଡିନ୍ କୋରିଆକୋସେ । ସେମାନଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି ।

https://platform.twitter.com/widgets.js

ଗତକାଲି ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରିବାକୁ କଂଗ୍ରେସ ଓ ବିରୋଧୀ ସାଂସଦମାନେ ଦାବି କରୁଥିଲେ । ଏନେଇ କିଛି ସାଂସଦ ସଂସଦ ଭିତରେ ହୋ ହାଲ୍ଲା କରିବା ସହ ପ୍ରକୃତ ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଅବୈଦ୍ଧ ଆଚରଣ ଭାବେ ଗଣନା କରାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

The post ଲୋକସଭାରେ ହୋ ହାଲ୍ଲାକୁ ନେଇ ବାଚସ୍ପତିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୫ ବିରୋଧୀ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ first appeared on Kanak News.

from Kanak News
via <a href="https://ifttt.com/?

ମାତ୍ର ବଞ୍ଚିଛି ୩୬ ଗଛ, ବିଲ୍ ହୋଇଛି ୪ ଲକ୍ଷରୁ ଅଧିକ । କୋଇଲିପୁର ପଞ୍ଚାୟତର ଏହି କେଳେଙ୍କାରୀ ଚକିତ କରିଦେବ, ବୃକ୍ଷରୋପଣ ନାଁରେ ବି କରିହୁଏ ଏମିତି ଲୁଟ୍ ।

କନକ ବ୍ୟୁରୋ : ଖାତାକୁ ଉଠିଛି ୧୭୦୦ ଗଛ, ଆଉ ଏହି ଗଛ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ ଲକ୍ଷରୁ ଅଧିକ ଟଙ୍କା । ଏତେ ଟଙ୍କା ଖର୍ଚ୍ଚ ପରେ ବି ପଡିଆ ପଡିଛି ନଣ୍ଡା । କାରଣ ପଡିଆରେ ବଞ୍ଚିଛି ମାତ୍ର ୩୬ ଗଛ । ନା ଏଠାରେ ବନ୍ୟା ହୁଏ, ନା ଗଛକୁ ଗାଈ ଖାଇଛି । କିନ୍ତୁ ୩ ବର୍ଷ ମଧ୍ୟରେ ଉଭାନ ହୋଇଯାଇଛି ୧୬୬୪ ଗଛ । ୩ ବର୍ଷ ମଧ୍ୟରେ ଗଛ ଏତେ ବଡ ବି ହୋଇନି ଯେ, କେହି ଏହାକୁ କାଟି ନେଇ କୌଣସି କାମରେ ଲଗାଇବ । ତେଣୁ ପ୍ରଶ୍ନ ଉଠୁଛି ଏ ଗଛ ଗଲା କୁଆଡେ? ଯାହାର ଉତ୍ତର ହେଉଛି ଦୁର୍ନୀତି । ଯେଉଁ ଦୁର୍ନୀତିର ଖବର ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତରୁ ଆସିଛି ।

ପୂର୍ବରୁ ସେହି ସମାନ କୋଇଲିପୁର ପଞ୍ଚାୟତରୁ ସରକାରୀ କ୍ୱାର୍ଟର ନକରି ଅର୍ଥ ହରିଲୁଟ୍ ଭଳି କେଳେଙ୍କାରୀ ଘଟଣା ସାମ୍ନାକୁ ଆସିଥିଲା । ଏବେ ବୃକ୍ଷରୋପଣ ନାଁରେ ହୋଇଥିବା ଦୁର୍ନୀତି ସମସ୍ତଙ୍କୁ ଚମକାଇ ଦେଇଛି । ସୂଚନା ମୁତାବକ, ଏହି ପଞ୍ଚାୟତର ଇଶାଣିପଲ୍ଲାର ରାଧାକୃଷ୍ଣ ମନ୍ଦିର ଓ ଶନି ମନ୍ଦିର ପାଖକୁ ଲାଗିଥିବା ଖେଳପଡିଆର ଚତୁଃପାଶ୍ୱର୍ରେ ୨୦୨୦-୨୧ରେ ବୃକ୍ଷରୋପଣ ହୋଇଥିବା ନେଇ ବିଲ୍ ହୋଇଥିଲା । ମନରେଗା ଯୋଜନାରେ ୨୦୨୦ ସେପ୍ଟେମ୍ବରରେ ଏହି ସ୍ଥାନରେ ବୃକ୍ଷରୋପଣ ହୋଇଥିବା ନେଇ ସରକାରୀ ଦସ୍ତାବିଜରେ ଉଲ୍ଲେଖ ରହିଛି । ସରକାରୀ ରିପୋର୍ଟ ଅନୁଯାୟୀ ବୃକ୍ଷରୋପଣ ବାବଦକୁ ସାଢେ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ,
– ୧୭୦୦ ଗଛ ଚାରା ପାଇଁ ୨୧ ହଜାର ୧୩୧ ଟଙ୍କା
– ବାଉଁଶ ବାଡ ବାବଦକୁ ୧ ଲକ୍ଷ ୧୬ ହଜାର ୭୫୬ ଟଙ୍କା
– ଗୋବର ବାବଦକୁ ୬୭ ହଜାର ୬୮୯ ଟଙ୍କା
– ସୂଚନା ଫଳକ ବାବଦକୁ ୪ ହଜାର ଟଙ୍କା
– ୯୪୦ ଶ୍ରମିକଙ୍କ ପାରିଶ୍ରମିକ ବାବଦକୁ ୨ ଲକ୍ଷ ୨୨୬୬ ଟଙ୍କା ଉଲ୍ଲେଖ ରହିଛି ।
ଏମିତି ଭାବେ ମୋଟ ୧୭୦୦ ଗଛ ପାଇଁ ୪ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନିଆଯାଇଛି । କିନ୍ତୁ ଯେଉଁ ଖେଳପଡିଆର ଚତୁଃପାଶ୍ୱର୍ରେ ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ଉଠାଯାଇଛି, ସେହି ଖେଳ ପଡିଆ ଏବେ ନଣ୍ଡା ଭୁଇଁ ଭାବେ ପଡିଛି । ସରକାରୀ ବ୍ୟବସ୍ଥାରେ ବୃକ୍ଷରୋପଣ ସମୟରେ ଓ ଏହାପରେ ଜିଆରଏସଙ୍କ ଠାରୁ ପିଇଓ, ସରପଞ୍ଚ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଆବଶ୍ୟକସ୍ଥଳେ ବିଡ଼ିଓ ଘଟଣାସ୍ଥଳ ଦେଖିବା ପରେ ହିଁ ଖର୍ଚ୍ଚ ଟଙ୍କା ରିଲିଜ କରାଯାଇଥାଏ । କିନ୍ତୁ ଏଠାରେ ୧୭୦୦ ବଦଳରେ ୩୬ ଗଛ ଥିବା ବେଳେ କେମିତି ବିଲ୍ ରିଲିଜ କରାଗଲା ତାହାକୁ ନେଇ ସ୍ଥାନୀୟ ବାସିନ୍ଦା ସରକାରୀ ବାବୁ ଓ ନେତାଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ।

ବୃକ୍ଷରୋପଣ ନାଁରେ ହୋଇଥିବା ଏହି ଦୁର୍ନୀତିକୁ ଲୁଚାଇବାକୁ ସୂଚନା ଫଳକରେ କାର୍ଯ୍ୟ ସମ୍ବନ୍ଧୀୟ କୌଣସି ତଥ୍ୟ ଉଲ୍ଲେଖ କରାଯାଇନାହିଁ । ଯାହା ଏହି ଦୁର୍ନୀତି ଅଭିଯୋଗକୁ ଆହୁରି ସ୍ପଷ୍ଟ କରିଛି । ଲଗାତାର କୋଇଲିପୁର ପଞ୍ଚାୟତରେ ଦୁର୍ନୀତିର ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । କାହା ଚାପରେ ଦୁର୍ନୀତିରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଉପରିସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ ।

The post ମାତ୍ର ବଞ୍ଚିଛି ୩୬ ଗଛ, ବିଲ୍ ହୋଇଛି ୪ ଲକ୍ଷରୁ ଅଧିକ । କୋଇଲିପୁର ପଞ୍ଚାୟତର ଏହି କେଳେଙ୍କାରୀ ଚକିତ କରିଦେବ, ବୃକ୍ଷରୋପଣ ନାଁରେ ବି କରିହୁଏ ଏମିତି ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

ବିଦେଶରେ ବି କମାଲ କରୁଛନ୍ତି ବଲିଉଡ ଚଳଚିତ୍ର ‘ଆନିମଲ’ । କାନାଡାରେ ‘ଯବାନ’ସିନେମା ଠାରୁ ହେଲା ଭଲ କଲେକସନ

କନକ ବ୍ୟୁରୋ : ରଣବୀର କପୁରଙ୍କ ଆନିମଲ ଫିଲ୍ମ ସିନେମା ହଲରେ ଧୂଆଁଧାର ପଦର୍ଶନ କରୁଛି । ରଣବୀର କପୁର ଭାରତରେ ନିଜର ଆକ୍ଟିଙ୍କର ଚମତ୍କାରିତା ଦେଖାଇବା ପରେ ବିଦେଶରେ ମଧ୍ୟ ନିଜ ଆକ୍ଟିଂର ଚମତ୍କାରିତା ଦେଖାଇସାରିଲେଣି । ଏହି ଆନିମଲ ଫିଲ୍ମ ଭାରତରେ ବିପୁଳ ପରିମାଣରେ ରୋଜଗାର କରିବା ସହ ବିଦେଶରେ ମଧ୍ୟ ବହୁତ ଭଲ ରୋଜଗାର କରିଛି । ଏବଂ କାନାଡାରେ ରଣବୀରଙ୍କ ଫିଲ୍ମ ଶାହାରୁଖଙ୍କ ଲୋକପ୍ରିୟତାକୁ ଚ୍ୟାଲେଞ୍ଜ କରୁଛି ଏବେ ସେଠାରେ ସବୁଠାରୁ ବଡ ହିଟ୍ ହେବା ପାଇଁ ପ୍ରସ୍ତୁତ ଅଛି ।

ଆନିମଲ ଫିଲ୍ମର ସଫଳତା ରଣବୀର କାପୁରଙ୍କୁ ସବୁଠାରୁ ବଡ ଭାରତୀୟ ସୁପରଷ୍ଟାର କରିଦେଇଛି । ସିନେମା ହଲରେ ଆନିମଲ ଯେଉଁଭଳି ଭାବରେ ବ୍ୟବସାୟ କରୁଛି ତାହା ଶାହାରୁଖାନଙ୍କ ଦୁଇଟି ବଡ ବ୍ଲକବଷ୍ଟର ଫିଲ୍ମ ପଠାନ ଏବଂ ‘ଯବାନ’କୁ ଟକ୍କର ଦେଇଛି । ଏହି ଆନିମଲ ଫିଲ୍ମ କେବଳ ଭାରତରେ ନୁହଁ ବିଦେଶରେ ମଧ୍ୟ ଭଲ ରୋଜଗାର କରୁଛି ।

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ରଣବୀର କାପୁରଙ୍କୁ ଯେଉଁ ହିଂସ୍ର ଅବତାରରେ ଦେଖାଇଛନ୍ତି ତାହା ଦେଶର ଲୋକମାନଙ୍କୁ ଫିଲ୍ମ ଦେଖିବା ପାଇଁ ବହୁତ ଆକର୍ଷିତ କରୁଛି । ଏହି ଚଳଚିତ୍ରର ଲୋକପ୍ରିୟତାର ଆଶ୍ଚର୍ଯ୍ୟ କଥା ହେଉଛି ୧୧ର ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ୭୩୭ କୋଟି ଟଙ୍କା ବ୍ୟବସାୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

କାନାଡାରେ ମଧ୍ୟ ରଣବୀରଙ୍କ ଫିଲ୍ମ ନିଜର ଯାଦୁ ଦେଖାଇଛି । ଆନିମଲ ୧୨ ଦିନ ମଧ୍ୟରେ କାନାଡାରେ ୫.୨୮ ନିୟୁତ ଡଲାର (୪୪ କୋଟି ଟଙ୍କା) ବ୍ୟବସାୟ କରିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଜବାନ କୁ ପଛରେ ପକାଇଦେଇଛି । ଜବାନ କାନାଡରେ ୫.୨୭ ନିୟୁତ ଡଲାର ବ୍ୟବସାୟ କରିଥିଲା । ବର୍ତ୍ତମାନ ଆନିଲ୍ ଫିଲ୍ମ କାନାଡରେ ଦ୍ୱିତୀୟ ବୃହତମ ଭାରତୀୟ ଚଳଚିତ୍ର ହୋଇପାରିଛି ।

କାନାଡାରେ ସବୁଠାରୁ ବଡ ଭାରତୀୟ ଚଳଚିତ୍ରର ରେକର୍ଡ ଶାହାରୁଖଙ୍କ ପଠାନ ନାମରେ ଅଛି, ଯାହା ୬ ମିଲିୟନ ଡଲାର (୫୦ କୋଟି ରୁ ଅଧିକ) ବ୍ୟବସାୟ କରିଥିଲା । ହେଲେ ବର୍ତ୍ତମାନ ରଣବୀରଙ୍କ ଆନିମଲ ଫିଲ୍ମ କାନାଡାରେ ବହୁତ ଭଲ ପଦର୍ଶନ କରୁଛି । ଯାହା ଶାହାରୁଖଙ୍କ ଜବାନକୁ ପଛରେ ପକାଇ ରଣବୀର ଖୁବ୍ ଶିଘ୍ର କାନାଡାର ସବୁଠାରୁ ବଡ ଭାରତୀୟ ସୁପରଷ୍ଟାର ହେବେ ବୋଲି ଲାଗୁଛି ।

୧୧ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୪୦୧ କୋଟିରୁ ଅଧୀକ ଟଙ୍କା ସଂଗ୍ରହ କରିଛି । ଶାହାରୁଖଙ୍କ ଜବାନ ଫିଲ୍ମ ମଧ୍ୟ ସମାନ ଦିନରେ ଭାରତୀୟ ବକ୍ସ ଅଫିସରେ ୪୦୦ କୋଟି ଟଙ୍କାର ଅତିକ୍ରମ କରିଥିଲା ।

The post ବିଦେଶରେ ବି କମାଲ କରୁଛନ୍ତି ବଲିଉଡ ଚଳଚିତ୍ର ‘ଆନିମଲ’ । କାନାଡାରେ ‘ଯବାନ’ସିନେମା ଠାରୁ ହେଲା ଭଲ କଲେକସନ first appeared on Kanak News.

from Kanak News
via <a href="https://ifttt.com/?

ବୌଦ୍ଧ ଡିଷ୍ଟିଲାରୀ ପ୍ଲାଂଟରେ ଆୟକର ବିଭାଗର ପୁଣି ରେଡ୍ । ସକାଳୁ ସକାଳୁ ଆୟକର ବିଭାଗର ଅଧିକାରୀ କରୁଛନ୍ତି ଛାନଭିନ୍

କନକ ବ୍ୟୁରୋ: ବୌଦ୍ଧ ଡିଷ୍ଟିଲେରୀ ପ୍ରାଇଭେଟ ଲିମିଟେଡରେ ପୁଣି ଆୟକର ବିଭାଗର ରେଡ୍ । ସକାଳୁ ଆୟକର ବିଭାଗର ୨ଟି ଟିମ୍ କମ୍ପାନୀରେ ଆସି ଚଢ଼ାଉ କରିଛନ୍ତି । ସାହୁ ବ୍ରଦର୍ସ ମାଲିକାନାରେ ଥିବା ବିଭିନ୍ନ ଠିକଣାରୁ ପୁଳାପୁଳା ଟଙ୍କା ଜବତ ପରେ ପୁଣି ଏହି ରେଡ୍ କରିଛି ଆୟକର ବିଭାଗ । ସୂଚନା ଅନୁସାରେ ଏହି କମ୍ପାନୀ ପରିସରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଖୋଜୁଛନ୍ତି ଆୟକର ଅଧିକାରୀ । ପ୍ରଥମ ଦିନରେ ଏହି କମ୍ପାନୀରେ ବି ରେଡ୍ ହୋଇଥିଲା । ଆଉ ଏବେ ପୁଣି ଥରେ ଚଢ଼ାଉକୁ ନେଇ ଚର୍ଚ୍ଚା ବଢ଼ିଛି । ୬ଦିନ ତଳେ ରେଡ ପରେ ତଦନ୍ତ ପାଇଁ ୩ଜଣ ବିଡିପିଏ କର୍ମଚାରୀ ସହ ପେନ୍ ଡ୍ରାଇଭ ଓ ଜରୁରୀ ଦସ୍ତାବିଜ ଓ ଟଙ୍କା ସାଙ୍ଗରେ ନେଇଯାଇଥିଲେ ଆୟକର ବିଭାଗ ।

The post ବୌଦ୍ଧ ଡିଷ୍ଟିଲାରୀ ପ୍ଲାଂଟରେ ଆୟକର ବିଭାଗର ପୁଣି ରେଡ୍ । ସକାଳୁ ସକାଳୁ ଆୟକର ବିଭାଗର ଅଧିକାରୀ କରୁଛନ୍ତି ଛାନଭିନ୍ first appeared on Kanak News.

from Kanak News
via <a href="https://ifttt.com/?

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି । କହିଲେ, ୨୦୨୪ ନିର୍ବାଚନରେ ଜିତିବୁ ୧୫ ଲୋକସଭା ଆସନ । ବିଜେପିକୁ ମିଳିବ ୪୫ ପ୍ରତିଶତରୁ ଅଧିକ ଭୋଟ୍ ।

କନକ ବ୍ୟୁରୋ: ରାଜନୀତିରେ ୩ ମାସ ହିଁ ଯଥେଷ୍ଟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଚମକାଇ ଦେଲା ଭଳି ବୟାନ ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୫ଟି ଲୋକସଭା ଆସନରୁ କମ୍ ଜିତିବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଏପରିକି ରାଜ୍ୟ ବିଜେପିର ଭୋଟ୍ ପ୍ରତିଶତ ୪୫ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରିଛନ୍ତି । ୨୦୧୪ ନିର୍ବାଚନରେ ବିଜେପିକୁ ଗୋଟିଏ ଲୋକସଭା ଓ ୧୦ଟି ବିଧାନସଭା ଆସନ ମିଳିଥିଲା ।

ଲୋକସଭାରେ ବିଜେପି ୨୨ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଧାନସଭାରେ କମିଥିଲା ଭୋଟ୍ ପ୍ରତିଶତ । ୨୦୧୪ରେ ରାଜ୍ୟ ବିଜେପିକୁ ୧୮ପ୍ରତିଶତ ଭୋଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କିନ୍ତୁ ୨୦୧୯ ବେଳକୁ ବିଜେପିର ଆସନ ଓ ଭୋଟ୍ ଉଭୟ ବଢ଼ିଥିଲା । ୮ଟି ଲୋକସଭା ଆସନ ବିଜୟ ସହ ୩୮ପ୍ରତିଶତ ଭୋଟ୍ ଏବଂ ରାଜ୍ୟ ବିଧାନସଭାରେ ୨୩ଟି ସିଟ୍ ସହ ୩୨ପ୍ରତିଶତ ଭୋଟ୍ ପାଇଥିଲା ବିଜେପି । ସେହି ଅନୁପାତରେ ଆଗାମୀ ୪ରୁ ୫ ମାସ ଭିତରେ ବିଜେପି ତାର ଲକ୍ଷ୍ୟ ହାସଲ ପାଇଁ କାମ କରିବ ।

ଓଡ଼ିଶାରେ ରାଜନୈତିକ ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା ରହିଥିବା କହିଛନ୍ତି ଧର୍ମେନ୍ଦ୍ର । ଏପରିକି ଗତ ୧୦ବର୍ଷ ଭିତରେ ଏହି ଗ୍ରହଣୀୟତା ୮୦ପ୍ରତିଶତରୁ କେବେ କମିନାହିଁ । କେନ୍ଦ୍ରରେ ବିଜେପି କ୍ଷମତାରେ ଆସିବା ପରଠାରୁ ଓଡ଼ିଶା ପ୍ରତି କେବେ ରାଜନୈତିକ ବିଦ୍ୱେଷ ରଖିନାହିଁ । ୨୦୦୪ରୁ ୧୪ ମଧ୍ୟରେ ଓଡ଼ିଶାକୁ ୩ଲକ୍ଷ କୋଟି ଟଙ୍କା ମିଳିଥିିବା ବେଳେ ଆଜି କେନ୍ଦ୍ରୀୟ ଅନୁଦାନ ପରିମାଣ ୧୮ଲକ୍ଷ କୋଟି ଟଙ୍କା ହୋଇଛି । ଏହାରି ଆଧାରରେ ବିଜେପି ଆଗାମୀ ନିର୍ବାଚନରେ ଲୋକଙ୍କ ଭରସା ଜିତି ଲକ୍ଷ୍ୟ ହାସଲରେ ସମର୍ଥ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

The post ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି । କହିଲେ, ୨୦୨୪ ନିର୍ବାଚନରେ ଜିତିବୁ ୧୫ ଲୋକସଭା ଆସନ । ବିଜେପିକୁ ମିଳିବ ୪୫ ପ୍ରତିଶତରୁ ଅଧିକ ଭୋଟ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started