ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଗଡିଲା ସରକାରଙ୍କ ଲକ୍ଷ୍ମୀ ବସ୍ । ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ୫ ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ ପର୍ଯ୍ୟାୟ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

The post ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଗଡିଲା ସରକାରଙ୍କ ଲକ୍ଷ୍ମୀ ବସ୍ । ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

୩ ବର୍ଷ ହେଲା ନିଖୋଜ ଝିଅ । ଆମରଣ ଅନଶନରେ ବସିଲେ ପିହୁର ମାଆ ।

କନକ ବ୍ୟୁରୋ: ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଖୋଜ କୁନି ଝିଅ ପିହୁ ମା’ଙ୍କ ଆମରଣ ଅନଶନ । ୩ ବର୍ଷରୁ ଅଧିକ ସମୟ ଧରି ନିଖୋଜ ରହିଛି କୁନି ଝିଅ ପିହୁ । ପୋଲିସ ଓ ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି ଏଯାଏଁ ଝିଅର ପତ୍ତା ମିଳୁନି । ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ମୋନାଲିସା ନାୟକଙ୍କ ଅଢ଼େଇ ବର୍ଷର ଝିଅ ପିହୁ ନିଖୋଜ ହୋଇଯାଇଛି । ଏନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପିହୁର ପରିବାର ଲୋକ । ଦୀର୍ଘ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୋଲିସ । ପିହୁକୁ ଖୋଜି ପାଇବାରେ ପୋଲିସ ବିଫଳ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମରଣ ଅନଶନରେ ବସିଛନ୍ତି ପିହୁର ମା’ ।

The post ୩ ବର୍ଷ ହେଲା ନିଖୋଜ ଝିଅ । ଆମରଣ ଅନଶନରେ ବସିଲେ ପିହୁର ମାଆ । first appeared on Kanak News.

from Kanak News
via <a href="https://ifttt.com/?

ମହୁଆଙ୍କ ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ । ସଦନ କାର୍ଯ୍ୟରେ ବାଧା ଦେଉଥିବା ଅଭିଯୋଗରେ ପୂରା ଅଧିବେଶନରୁ ହେଲେ ନିଲମ୍ବିତ

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାୟନଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଓ’ବ୍ରାୟନଙ୍କ ଉପରେ ସଂସଦୀୟ କାର୍ଯ୍ୟରେ ବାଧା ପହଂଚାଉଥିବା ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ଲୋକସଭା ସୁରକ୍ଷାରେ ହୋଇଥିବା ତ୍ରୁଟି ପରେ ଗୁରୁବାର ଦିନ ପୁଣି ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କ୍ରମରେ ଓ’ବ୍ରାୟନ ରାଜ୍ୟସଭା କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରୁଥିଲେ । ଏହାପରେ ତାଙ୍କୁ ନିଲମ୍ବନ କରାଯାଇଛି ।

ଡେରେକ ଓ’ବ୍ରାୟନ ରାଜ୍ୟସଭାରେ ଦାବି କରିଥିଲେ କି ଲୋକସଭା ସୁରକ୍ଷାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରାଯାଉ । ଏହା ଜଣେ ସାଂସଦଙ୍କର ସାମ୍ବିଧାନିକ ଅଧିକାର ହୋଇଥିଲେ ବି ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଏହାକୁ ଅଣଦେଖା କରିଥିଲେ ଓ ତୁରନ୍ତ ଓ’ବ୍ରାୟନଙ୍କୁ ରାଜ୍ୟସଭାରୁ ନିଲମ୍ବନ କରିଥିଲେ । ଓ’ବ୍ରାୟନ କହିଥିଲେ କି ରାଜ୍ୟସଭା ସଭାପତି ନିୟମକୁ ସମ୍ମାନ ଦେଉନାହାଁନ୍ତି । ସଂସଦ ସୁରକ୍ଷାରେ ତ୍ରୁଟି ଏକ ଗମ୍ଭୀର ଓ ଲଜ୍ଜାଜନକ ମାମଲା ବୋଲି ସେ କହିଥିଲେ । ସେପେଟ ସଭାପତି କହିଛନ୍ତି କି ଓ’ବ୍ରାୟନଙ୍କ ଆଚରଣ ଠିକ୍ ନଥିଲା ।

ସଭାପତି ଜଗଦୀପ ଧନଖଡ କହିଛନ୍ତି କି, ଡେରେକ ଓ’ବ୍ରାୟନ ନାରାବାଜୀ କରିବା ସହ ସଭାପତିଙ୍କ ଟେବୁଲ ନିକଟକୁ ଆସିଯାଇଥିଲେ । କେବଳ ଡେରେକ ଓ’ବ୍ରାୟନ ନୁହଁନ୍ତି ଅନ୍ୟ ବିରୋଧୀ ସାଂସଦମାନଙ୍କୁ ମଧ୍ୟ ସଭାପତି ଚେତାବନୀ ଦେଇଛନ୍ତି ।

The post ମହୁଆଙ୍କ ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ । ସଦନ କାର୍ଯ୍ୟରେ ବାଧା ଦେଉଥିବା ଅଭିଯୋଗରେ ପୂରା ଅଧିବେଶନରୁ ହେଲେ ନିଲମ୍ବିତ first appeared on Kanak News.

from Kanak News
via <a href="https://ifttt.com/?

ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରୁ ଚୋରି । ଚୋର ଧରିବାକୁ ଆସିଲା ସନ୍ଧାନୀ କୁକୁର ।

କନକ ବ୍ୟୁରୋ: ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ । ଚୋର ଧରିବାକୁ ଆସିଲା ସନ୍ଧାନୀ କୁକୁର । ଡଗ୍ ସ୍କ୍ୱାର୍ଡ଼ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଆଧାରରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ରେଂଚି, କଟର ସହ ଟଙ୍କା ଜବତ କରିଛି । ୭ଲକ୍ଷ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ସୌନ୍ଦର୍ଯ୍ୟକରଣ କାମ ପାଇଁ ବିଭିନ୍ନ ସ୍ଥାନ ଭଙ୍ଗାଯାଇଥିବାରୁ ଏହାର ଫାଇଦା ଉଠାଉଛନ୍ତି ଚୋର । ଅନ୍ୟପଟେ ମନ୍ଦିର ପରିସରରେ ଫାଣ୍ଡି ଥିବା ସତ୍ୱେ କିଭଳି ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

The post ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରୁ ଚୋରି । ଚୋର ଧରିବାକୁ ଆସିଲା ସନ୍ଧାନୀ କୁକୁର । first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ଆତଙ୍କ: କିଏ ଥିଲେ ଏହି ୬ ଅଭିଯୁକ୍ତ? ଅଭିଯୁକ୍ତଙ୍କ ପଛରେ କାହାର ହାତ?

କନକ ବ୍ୟୁରୋ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଆଉ ଏହି ଘଟଣାରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ରହିଛି ବୋଲି ଜଣାପଡିଛି । ତେବେ ସେମାନଙ୍କ ଭିତରୁ ଏବେ ଯାଏଁ ୫ ଜଣ ଗିରଫ ହୋଇଛନ୍ତି, ଅନ୍ୟ ଜଣେ ଫେରାର ରହିଛନ୍ତି । ୟୁଏପିଏ ଆଧାରରେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ମୃତ୍ୟଦଣ୍ଡାଦେଶ ହୋଇପାରେ । ତେବେ ନଜର ପକାନ୍ତୁ, କିଏ ଏହି ୬ ଅଭିଯୁକ୍ତ?

ସାଗର ଶର୍ମା

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ଅଭିଯୁକ୍ତ ହେଉଛି ସାଗର ଶର୍ମା । ତାଙ୍କ ଘର ଲକ୍ଷେ୍ନøରେ । ସେ ଇ-ରିକ୍ସା ଚାଳକ ଭାବେ କାମ କରୁଥିଲା । ତଦନ୍ତକାରୀ ଟିମ୍ ତାଙ୍କ ଘର ଆଲମବାଗରେ ପହଞ୍ଚି ତଦନ୍ତ କରିଛି । ଆଉ ଜାଣିବାକୁ ପାଇଛି ଯେ ସାଗରଙ୍କ ଆର୍ôଥକ ପୃଷ୍ଠଭୂମି ଅତ୍ୟନ୍ତ ଦୁର୍ବଳ । ଗତ ମାସରେ ସେ ଦିଲ୍ଲୀ ଆସିଥିଲେ ଯେଉଁଠାରେ ସେ ଭଗତ ସିଂ ଫ୍ୟାନ୍ କ୍ଲବ୍ ସହ ଯୋଡି ହୋଇଥିଲେ ବୋଲି ଜଣାପଡିଛି । ଏବେ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ସହ ସାଗରର ସମ୍ପୃକ୍ତି ଥିବା ନେଇ କୌଣସି ସୂଚନା ପାଇନାହିଁ । କୁହାଯାଉଛି ଯେ ସମ୍ଭବତଃ କିଛି ଚିନ୍ତାଧାରା ଦ୍ୱାରା ସାଗର ପ୍ରଭାବିତ ହୋଇଥାଇପାରନ୍ତି । ଏବଂ ଭଗତ ସିଂ ଫେସବୁକ ଫ୍ୟାନ୍ ପେଜ୍ କିଏ ଚଳାଉଛି ତାହାର ତଦନ୍ତ କରୁଛନ୍ତି । ଅଭିଯୁୁକ୍ତ ସାଗରଙ୍କ ମାଆ ରାଣୀ ଶର୍ମା କହିଛନ୍ତି, ସେ ଇ-ରିକ୍ସା ଚଳାଉଥିଲେ । ପୁଅକୁ ମିଶାଇ ପରିବାରରେ ଚାରି ସଦସ୍ୟ ରହିଛନ୍ତି । ସାଗରଙ୍କ ବାପା ଜଣେ ମିସ୍ତ୍ରି । ସାଗର ଦୁଇ ଦିନ ତଳେ ଘରୁ ଦିଲ୍ଲୀ ଆସିଥିଲା । ସେ ସାଙ୍ଗମାନଙ୍କ ସହ ଯାଉଛି ବୋଲି କହିଥିବା କହିଛନ୍ତି ।

ନିଲମ

ସଂସଦ ବାହାରେ ହଙ୍ଗାମା କରିଥିବା ୪୨ ବର୍ଷ ବୟସ୍କା ନୀଲମ ହରିୟାଣାର ବାସିନ୍ଦା । ନୀଲମଙ୍କ ପରିବାରରେ ତାଙ୍କ ଭାଇ କହିଛନ୍ତି ଯେ ନୀଲମ ଦିଲ୍ଲୀରେ ଅଛନ୍ତି ବୋଲି ସେ ଜାଣିନଥିଲେ । ସେ କହିଥିଲେ ଯେ ଆମେ ଜାଣିଥିଲୁ ଯେ ସେ ପାଠ ପଢିବାକୁ ହିସାରରେ ଅଛନ୍ତି । ସେ ସୋମବାର ଆମକୁ ଭେଟିବାକୁ ଆସିଥିଲେ ଏବଂ ଗତକାଲି ଫେରିଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତ । ସେ ବେକାରୀ ସମସ୍ୟାକୁ ଅନେକ ଥର ଉଠାଇଥିଲେ ଏବଂ କୃଷକଙ୍କ ବିରୋଧରେ ମଧ୍ୟ ନାରାବାଜି କରିଥିଲେ । ସେ ବେରୋଜଗାର ଥିଲେ । ଚାଷୀ ଆନ୍ଦୋଳନରେ ସାମିଲ ଥିଲେ । ନୀଲମ ହିସାର ଛାଡିବାର ୫-୬ ମାସ ବିତିଗଲାଣି ବୋଲି ଜଣାପଡିଛି । ନୀଲମଙ୍କ ମା କହିଛନ୍ତି ଯେ ସେ ବେକାରୀ ସମସ୍ୟାକୁ ନେଇ ଚିନ୍ତିତ ଥିଲେ । ଝିଅ ସହ କଥା ହୋଇଥିଲେ କିନ୍ତୁ ସେ ଦିଲ୍ଲୀ ବିଷୟରେ କିଛି କହି ନଥିଲେ ବୋଲି କହିଛନ୍ତି । ନୀଲମ କହିଛନ୍ତି ଯେ ସମାନେ କୌଣସି ସଂଗଠନ ସହ ଜଡିତ ନାହାନ୍ତି ।

ମନୋରଞ୍ଜନ

ସେହିପରି ଅନ୍ୟତମ ଅଭିଯୁକ୍ତ ମନୋରଞ୍ଜନଙ୍କ ଘର କର୍ଣ୍ଣାଟକର ମହୀଶୂର ବିଜୟନଗର ଅଞ୍ଚଳର । ସେ ବିଟେକ୍ ବା ଇଂଜିନିୟରିଂ ପାସ୍ କରିଛନ୍ତି ବୋଲି ତାଙ୍କ ବାପା ଦେବରାଜ ଗୌଡ କହିଛନ୍ତି । ପୁଅର ଏଭଳି କାର୍ଯ୍ୟରେ ସେ ଅତିଷ୍ଠ ହୋଇ କହିଛନ୍ତି, ଫାଶୀ ଦେଇଦେଲେ ମଧ୍ୟ ସେ ଅନୁତାପ କରିବେ ନାହିଁ । ଘଟଣାକୁ ନିନ୍ଦା କରିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ତାଙ୍କର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମନୋରଂଜନ ମହୀଶୂର ବିଜେପି ସାଂସଦ ପ୍ରତାପ ସିଂହଙ୍କ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ପାସ୍ ହାସଲ କରିଥିଲେ । ଗତକାଲି ସକାଳେ ସେ ପାସ୍ ମାଗିଥିଲେ । ଏହି ସମୟରେ ଅନ୍ୟତମ ସାଗରଙ୍କ ପାଇଁ ମଧ୍ୟ ସାଙ୍ଗରେ ଆଣିଥିଲେ । ତେଣୁ ଦୁଇଟି ପାସ୍ ମନୋରଂଜନ ନେଇଥିଲେ ବୋଲି ସାଂସଦ ଲୋକସଭା ବାଚସ୍ପତିଙ୍କ ଆଗରେ ସ୍ପଷ୍ଟୀକରଣ ରଖିଥିଲେ ବୋଲି ଜଣାପଡିଛି ।

ଅମୋଲ ସିନ୍ଦେ

ଗଣତନ୍ତ୍ରର ମନ୍ଦିରରେ ଆତଙ୍କ ସୃଷ୍ଟି କରି ଗିରଫ ହୋଇଥିବା ଅନ୍ୟତମ ଯୁବକ ଅମୋଲ ଧନରାଜ ସିନ୍ଦେ ମହାରାଷ୍ଟ୍ରର ବାସିନ୍ଦା । ସେ ନାଭାକୁଣ୍ଡଜାରୀ ଗାଁର ମୂଳ ବାସିନ୍ଦା । ଅମୋଲ ବିଏ ପାସ କରିଛନ୍ତି । ସେ ସଂସଦ ବାହାରେ ହଳଦିଆ ରଙ୍ଗର ଧୂଆଁ ସ୍ପ୍ରେ କରିବା ସହ ସ୍ଲୋଗାନ କରିଥିଲେ । ମହାରାଷ୍ଟ୍ରର ଲାଟୁର ପୋଲିସର ଏକ ଟିମ୍ ଆମୋଲ ସିନ୍ଦେଙ୍କ ଘରେ ପହଞ୍ଚି ତାଙ୍କ ବାପା ମାଙ୍କୁ ପଚରାଉଚରା କରିଛି । ୨୫ ବର୍ଷୀୟ ଅମୋଲ ସିନେ୍ଧ ଅନୁସୂଚିତ ଜାତିର । ତାଙ୍କ ଘରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ଦିନ ମଜୁରିଆ ତାଙ୍କ ବାପା କାମ କରନ୍ତି । ସେ ସେନାରେ ଭର୍ତି ହେବାକୁ ଇଚ୍ଛା ପ୍ରକାଶ ରଖିଥିଲେ । ଏଥିପାଇଁ ସେ ଡିସେମ୍ବର ୯ରେ ଘରୁ ଆସିଥିଲେ ।

ଲଳିତ ଝା

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଲଲିତ ଝା । ଏବେ ସେ ଫେରାର ଅଛନ୍ତି । ଘଟଣା ସମୟରେ ଲଲିତ ସଂସଦ ପରିସରରେ ଉପସ୍ଥିତ ଥିଲେ । ପାଟିତୁଣ୍ଡ ଆରମ୍ଭ ହେବା ମାତ୍ରେ ଅଭିଯୁକ୍ତ ଲଲିତ ସେଠାରୁ ଫେରାର ହୋଇଯାଇଛନ୍ତି । କୋଲକାତାର ଅନେକ ସାମାଜିକ କାର୍ଯ୍ୟକ୍ରମରେ ଲଲିତଙ୍କୁ ଦେଖିବାକୁ ମିଳେ ବୋଲି ସୂଚନା ରହିଛି । ସେ ଅନେକ ଏନଜିଓ ସହ ସେ ଜଡିତ ବୋଲି ମଧ୍ୟ ଜଣାପଡିିଛି । ଏଥିମଧ୍ୟରୁ ଅଧିକାଂଶ ହେଉଛି ପଶ୍ଚିମବଙ୍ଗର । ରିପୋର୍ଟ ଅନୁଯାୟୀ, ଏନଜିଓ ପାର୍ଟନର ନୀଲକ୍ଷ ଆଇଚଙ୍କ ନିକଟକୁ ସଂସଦରେ ପ୍ରବେଶ ଏବଂ ସୁରକ୍ଷା ବ୍ୟବସ୍ଥାର ଏକ ଭିଡିଓ ପଠାଇଥିଲେ । ବାରମ୍ବାର ତାଙ୍କ ଫୋନ୍ ନମ୍ବର ବଦଳାଇବାର ଅଭ୍ୟାସ ରଖନ୍ତି ଏହି ବ୍ୟକ୍ତି ଜଣଙ୍କ ।

ବିକି ଶର୍ମା

ଦିଲ୍ଲୀ ପୋଲିସ ହରିଆଣା ଗୁରୁଗ୍ରାମରୁ ବିକି ଶର୍ମା ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ସମସ୍ତ ଚାରି ଅଭିଯୁକ୍ତ ଏହି ଦୁଇଜଣଙ୍କ ଘରେ ରହିଥିଲେ । ବିିିକି ହିସାରର ବାସିନ୍ଦା ଥିଲେ, ଯିଏ ଗୁରୁଗ୍ରାମରେ ଦୀର୍ଘ ସମୟ ଧରି ରହୁଥିଲେ । ୧୯୯୦ ମସିହାରେ ବିକିଙ୍କୁ ଗୁରୁଗ୍ରାମର ହାଉସିଂ ବୋର୍ଡ କଲୋନୀରେ ଏକ ଘର ଦିଆଯାଇଥିଲା, ସେହି ସମୟରେ ସେ ଏହି ଘର ନେଇଥିଲେ । କୁହାଯାଉଛି ଯେ ବିକିଙ୍କ ମାନସିକ ଅବସ୍ଥା ଭଲ ନୁହେଁ । ପୋଲିସର ସୂଚନାନୁସାରେ, ଗୁରୁଗ୍ରାମର ବିକି ଶର୍ମା ଛଦ୍ମନାମ ଜଙ୍ଗଲି ଶାହିଦ-ଏ-ଆଜମ ଭାଗବତ ସିଂ ସେବା ସମିତି ସହ ଜଡିତ ଥିଲେ । ଏଠାରେ ତାଙ୍କର ଜଣେ ନିଶା ସେବକ ଭାବେ ପରିଚୟ ରହିଛି । ସଂସଦରେ ଆତଙ୍କ ସୃଷ୍ଟି କରିବାର କାହାଣୀ ବିକି ଶର୍ମାଙ୍କ ଘରୁ ଲେଖାଯାଇଥିଲା ବୋଲି କୁହାଯାଉଛି । ଲକଡାଉନ୍ ସମୟରେ ବିକି ଶର୍ମା ଚାକିରି ହରାଇଥିଲେ, ଯେଉଁଥିପାଇଁ ସେ ମଦ୍ୟପାନ ଏବଂ ନିଶା ସେବନ କରିଥିଲେ ବୋଲି ଜଣାପଡିଛି ।

ତେବେ ସୂଚନା ମୁତାବକ, ଏହି ସମସ୍ତେ ଦେଢ ବର୍ଷ ପୂର୍ବରୁ ଫେସବୁକରେ ଏକାଠି ହୋଇଥିଲେ । ଭଗତ ସିଂହ ନାମରେ ତିଆରି ହୋଇଥିବା ଫେସବୁକ ପେଜରେ ଏହି ୬ ଜଣ ସକ୍ରିୟ ଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି । ଫେସବୁକକୁ କିଏ ପରିଚାଳନା କରୁଥିଲା ତାର ତଦନ୍ତ ଜାରି ରହିଥିବା ପୋଲିସ କହିଛି । ଚଳିତ ବର୍ଷ ଆରମ୍ଭରେ ଏମାନେ ଏଭଳି ଆତଙ୍କ ଖେଳାଇବେ ବୋଲି ଯୋଜନା କରିଥିଲେ । ଅର୍ଥାତ ଜାନୁଆରୀ ମାସରେ । ଏଥିପାଇଁ ମନୋରଂଜନ ମୌସୁମୀ ଅଧିବେଶନରେ ସଂସଦ ଭବନକୁ ଆସିଥିଲେ ରେକି କରିବାକୁ । ସଂସଦରେ ଯେଉଁଭଳି କାର୍ଯ୍ୟ ଚାଲିଛି ତାକୁ ନେଇ ଏମାନେ ଅସନ୍ତୁଷ୍ଟ ଥିଲେ । ମଣିପୁର ହିଂସାକୁ ନେଇ ମଧ୍ୟ ଏମାନେ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ସାରା ଦେଶକୁ ଏକ ବାର୍ତା ଦେବାକୁ ଯୋଜନା କରିଥିଲେ ବୋଲି ଜଣାପଡିଛି ।

The post ସଂସଦରେ ଆତଙ୍କ: କିଏ ଥିଲେ ଏହି ୬ ଅଭିଯୁକ୍ତ? ଅଭିଯୁକ୍ତଙ୍କ ପଛରେ କାହାର ହାତ? first appeared on Kanak News.

from Kanak News
via <a href="https://ifttt.com/?

ପଦାରେ ପଡିଲା ଶିକ୍ଷା ବିଭାଗର ଅବହେଳା । ରାୟଗଡା ଜିଲ୍ଲାରେ ଫେଲ୍ ମାରିଲା ଷ୍ଟାର ସ୍କିମ୍ ଯୋଜନା । ଖର୍ଚ୍ଚ ନହେଇ ଫେରିଗଲା ୪୩ ଲକ୍ଷର କେନ୍ଦ୍ରୀୟ ଅନୁଦାନ ।

କନକ ବ୍ୟୁରୋ: ଅଧାରୁ ପାଠ ଛାଡିଥିବା ଆଦିବାସୀ ପିଲା ସ୍କୁଲ ମୁହାଁ ହେବେ । ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଆଉ ଏହାର ତଦାରଖ ଦାୟିତ୍ୱରେ ରହିବେ ଅଧିକାରୀ । ଏହି ଲକ୍ଷ୍ୟ ନେଇ ସରକାର ଆରମ୍ଭ କରିଥିଲେ ଷ୍ଟାର ସ୍କିମ ଯୋଜନା । ହେଲେ ଶିକ୍ଷା ବିଭାଗର ଅବହେଳା କାରଣରୁ ଏହି ଯୋଜନା ଫେଲ ମାରିଛି । ଏହି ବାବଦକୁ ରାୟଗଡ଼ା ଜିଲ୍ଲାକୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ଫେରିଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ଷ୍ଟାର ସ୍କିମ ମାଧ୍ୟମରେ ୨୦୨୧-୨୨ ରେ ଡ୍ରପଆଉଟ ପିଲାଙ୍କ ପାଠପଢ଼ା ପାଇଁ ଶିକ୍ଷା ବିଭାଗ ଆକାଉଣ୍ଟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୩ ଲକ୍ଷ ଟଙ୍କା ଆସିଥିଲା । ୨୦୨୨-୨୩ ରେ ପିଲାଙ୍କୁ ଖୋଜି ବାହାର କରିବା ପରେ ୨୦୨୩-୨୪ ରେ ପିଲାଙ୍କ ଶିକ୍ଷା ବର୍ଷ ଆରମ୍ଭ ହୋଇଥାନ୍ତା । କିନ୍ତୁ ଚଳିତ ଶିକ୍ଷାବର୍ଷର ୬ ମାସ ବିତିଯାଇଥିଲେ ମଧ୍ୟ ଯୋଜନା ଆରମ୍ଭ ହୋଇପାରିନି । ଯାହା ଶିକ୍ଷା ବିଭାଗର ବିଫଳତାକୁ ପଦାରେ ପକାଇଛି ।

The post ପଦାରେ ପଡିଲା ଶିକ୍ଷା ବିଭାଗର ଅବହେଳା । ରାୟଗଡା ଜିଲ୍ଲାରେ ଫେଲ୍ ମାରିଲା ଷ୍ଟାର ସ୍କିମ୍ ଯୋଜନା । ଖର୍ଚ୍ଚ ନହେଇ ଫେରିଗଲା ୪୩ ଲକ୍ଷର କେନ୍ଦ୍ରୀୟ ଅନୁଦାନ । first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ଦିନ ୨ଟା ଯାଏଁ ଗୃହ ମୁଲତବୀ ।

କନକ ବ୍ୟୁରୋ: ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍କ ହୋହାଲ୍ଲା ଭିତରେ ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଥମ ଥର ପାଇଁ ସରକାର ପ୍ରତିକ୍ରିୟା ରଖିଛନ୍ତି । ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଂସଦ ମାନେ ପାସ୍ ଇସ୍ୟୁ କରିବା ବେଳେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଆଜି ସଂସଦର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ବୟାନ ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ଏପରିକି ଗୃହରେ ବିରୋଧୀ ହଙ୍ଗାମା କରିବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଏହାରି ଭିତରେ ବାଚସ୍ପତି ଓମ ବିର୍ଲା ଗୃହକୁ ୨ଟା ଯାଏଁ ମୁଲତବୀ କରିଛନ୍ତି । ଏହାସହ ବାଚସ୍ପତି କହିଛନ୍ତି ଆମେ ସମସ୍ତେ ଏଥିପାଇଁ ଚିନ୍ତିତ ଅଛୁ । ବଡ଼ କଥା ହେଉଛି ମହିସୁର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାଁରେ ଭିଜିଟର୍ସ ପାସରେ ସଂସଦକୁ ଆସିଥିଲେ ଦୁଇ ଯୁବକ । ଯାହାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ସେପଟେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁରକ୍ଷା ସହ ଜଡ଼ିତ ୮ଜଣଙ୍କୁ ନିଲମ୍ବିତ କରଯାଇଛି । ଲୋକସଭା ସେକ୍ରେଟାରିଏଟ ପକ୍ଷରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି ।

The post ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ଦିନ ୨ଟା ଯାଏଁ ଗୃହ ମୁଲତବୀ । first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷାରେ ତ୍ରୁଟି: ଗିରଫ ଅଭିଯୁକ୍ତ ସାଗରର ଘରେ ତଦନ୍ତକାରୀ ଟିମ୍ । ଭଗତ ସିଂ ଫ୍ୟାନ୍ କ୍ଲବ୍ ସହ ଯୋଡି ହୋଇଥିଲେ ସାଗର ।

କନକ ବ୍ୟୁରୋ: ଗତକାଲି ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ଅଭିଯୁକ୍ତ ହେଉଛି ସାଗର ଶର୍ମା । ତାଙ୍କ ଘର ଲକ୍ଷେ୍ନøରେ । ସେ ଇ-ରିକ୍ସା ଚାଳକ ଭାବେ କାମ କରୁଥିଲା । ତଦନ୍ତକାରୀ ଟିମ୍ ତାଙ୍କ ଘର ଆଲମବାଗରେ ପହଞ୍ଚି ତଦନ୍ତ କରିଛି । ଆଉ ଜାଣିବାକୁ ପାଇଛି ଯେ ସାଗରଙ୍କ ଆର୍ଥିକ ପୃଷ୍ଠଭୂମି ଅତ୍ୟନ୍ତ ଦୁର୍ବଳ । ଗତ ମାସରେ ସେ ଦିଲ୍ଲୀ ଆସିଥିଲେ ଯେଉଁଠାରେ ସେ ଭଗତ ସିଂ ଫ୍ୟାନ୍ କ୍ଲବ୍ ସହ ଯୋଡି ହୋଇଥିଲେ ବୋଲି ଜଣାପଡିଛି ।

ତେବେ ଏବେ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ସହ ସାଗରର ସମ୍ପୃକ୍ତି ଥିବା ନେଇ କୌଣସି ସୂଚନା ପାଇନାହିଁ । କୁହାଯାଉଛି ଯେ, ସମ୍ଭବତଃ କିଛି ଚିନ୍ତାଧାରା ଦ୍ୱାରା ସାଗର ପ୍ରଭାବିତ ହୋଇଥାଇପାରନ୍ତି । ଏବଂ ଭଗତ ସିଂ ଫେସବୁକ ଫ୍ୟାନ୍ ପେଜ୍ କିଏ ଚଳାଉଛି ତାହାର ତଦନ୍ତ କରୁଛନ୍ତି । ଅଭିଯୁୁକ୍ତ ସାଗରଙ୍କ ମାଆ ରାଣୀ ଶର୍ମା କହିଛନ୍ତି, ସେ ଇ-ରିକ୍ସା ଚଳାଉଥିଲେ । ପୁଅକୁ ମିଶାଇ ପରିବାରରେ ଚାରି ସଦସ୍ୟ ରହିଛନ୍ତି । ସାଗରଙ୍କ ବାପା ଜଣେ ମିସ୍ତ୍ରି । ସାଗର ଦୁଇ ଦିନ ତଳେ ଘରୁ ଦିଲ୍ଲୀ ଆସିଥିଲା । ସେ ସାଙ୍ଗମାନଙ୍କ ସହ ଯାଉଛି ବୋଲି କହିଥିବା କହିଛନ୍ତି ।

The post ସଂସଦ ସୁରକ୍ଷାରେ ତ୍ରୁଟି: ଗିରଫ ଅଭିଯୁକ୍ତ ସାଗରର ଘରେ ତଦନ୍ତକାରୀ ଟିମ୍ । ଭଗତ ସିଂ ଫ୍ୟାନ୍ କ୍ଲବ୍ ସହ ଯୋଡି ହୋଇଥିଲେ ସାଗର । first appeared on Kanak News.

from Kanak News
via <a href="https://ifttt.com/?

ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ । ହସ୍ପିଟାଲରେ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ ।

କନକ ବ୍ୟୁରୋ: ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଆଜି ଦାମୋଦର ରାଉତଙ୍କ ଜନ୍ମଦିନ । ତେଣୁ ଅସୁସ୍ଥ ଥିବା ହେତୁ ତାଙ୍କ ଶୁଭେଚ୍ଛୁମାନେ ହସ୍ପିଟାଲରେ ଭେଟି ଶୁଭକାମନା ଜଣାଇଛନ୍ତି ।

https://platform.twitter.com/widgets.js

 

 

The post ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ । ହସ୍ପିଟାଲରେ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ । first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୭ ଜଣ କର୍ମଚାରୀ । ନିଲମ୍ବିତ କଲେ ଲୋକସଭା ସେକ୍ରେଟାରିଏଟ୍

କନକ ବ୍ୟୁରୋ: ଗତକାଲି ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ୭ କର୍ମଚାରୀ । ୭ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଲୋକସଭା ସେକ୍ରେଟାରିଏଟ୍ । ସୂଚନାଯୋଗ୍ୟ ଯେ, ଗତକାଲି ଲୋକସଭା ଅଧିବେଶନ ଚାଲିଥିବାବେଳେ, ୨ ଜଣ ଯୁବକ ହଠାତ୍ ଲୋକସଭା ଭିତରକୁ ଲମ୍ଫ ପ୍ରଦାନ କରିଥିଲେ । ଭିଜିଟର ଗ୍ୟାଲେରୀରୁ ଏହି ଦୁଇ ଯୁବକ ଲୋକସଭା ଭିତରକୁ ଡେଇଁଥିଲେ । ହେଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସାଂସଦମାନେ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ ।

https://platform.twitter.com/widgets.js

ଗତକାଲିର ଏହି ଘଟଣା ପରେ ଲୋକସଭା ସେକ୍ରେଟାରିଏଟ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଉ ୭ ଜଣଙ୍କୁ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ନୂଆ ସଂସଦ ଗୃହରେ ସୁରକ୍ଷାରେ ତ୍ରୁଟି ଦେଖା ଦେବା ପରେ ସୁରକ୍ଷାରେ ବଦଳିଛି ନିୟମ । ଏବେ ସଂସଦ ଭବନକୁ ଭିଜିଟର୍ସ ମାନଙ୍କ ନଆସିବାକୁ ବାରଣ କରାଯାଇଛି । ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି । ଆଜିଠାରୁ ସାଂସଦ, କର୍ମଚାରୀ ଏବଂ ଗଣମାଧ୍ୟମ ସହ ଜଡିତ ଲୋକମାନେ ବିଭିନ୍ନ ସୁରକ୍ଷା ଫାଟକ ଦେଇ ସଂସଦ ଭବନରେ ପ୍ରବେଶ କରିବେ ।

The post ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୭ ଜଣ କର୍ମଚାରୀ । ନିଲମ୍ବିତ କଲେ ଲୋକସଭା ସେକ୍ରେଟାରିଏଟ୍ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started