ଋତୁସ୍ରାବ ଏକ ଅକ୍ଷମତା ନୁହେଁ, ପେଡ୍ ଲିଭର ନାହିଁ ଆବଶ୍ୟକତା । ରାଜ୍ୟସଭାରେ ଉତ୍ତର ରଖି କହିଲେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ

କନକ ବ୍ୟୁରୋ: ଋତୁସ୍ରାବ ସମୟରେ ମହିଳାଙ୍କୁ ଦରମା ସହିତ ଛୁଟି ଦେବାକୁ ନେଇ ଦାବି ହେବା ସହ ବିଭିନ୍ନ କ୍ୟାମ୍ପେନ ମଧ୍ୟ ଚାଲିଛି । ତେବେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟ ସଭାରେ ଆରଜେଡି ସାଂସଦ ମନୋଜ ଝା’ଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଏନେଇ ମତ ରଖିଛନ୍ତି ସ୍ମୃତି ଇରାନୀ । କହିଛନ୍ତି, ଋତୁସ୍ରାବ ଏକ ଋତୁ ଚକ୍ର ଅଟେ, ଏହା ଅକ୍ଷମତା ନୁହେଁ । ଋତୁସ୍ରାବ ମହିଳାଙ୍କ ଜୀବନ ଯାତ୍ରାର ପ୍ରାକୃତିକ ଅଂଶ । ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର ଆବଶ୍ୟକତା ନାହିଁ । ଏପରି ପ୍ରସ୍ତାବ ଦେବା ଉଚିତ ନୁହେଁ ଯେଉଁଠାରେ ମହିଳାମାନେ ସମାନ ସୁଯୋଗରୁ ବଞ୍ଚିତ ହେବେ । ଦେଶରେ ଋତୁସ୍ରାବ ସ୍ୱଚ୍ଛତା ନୀତି ଉପର ଆରଜେଡି ସାଂସଦ ମନୋଜ କୁମାର ଝାଙ୍କ ପ୍ରଶ୍ନର ଉତର ସ୍ମୃତି ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି ।

The post ଋତୁସ୍ରାବ ଏକ ଅକ୍ଷମତା ନୁହେଁ, ପେଡ୍ ଲିଭର ନାହିଁ ଆବଶ୍ୟକତା । ରାଜ୍ୟସଭାରେ ଉତ୍ତର ରଖି କହିଲେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ first appeared on Kanak News.

from Kanak News
via <a href="https://ifttt.com/?

ମା’ ସାରଳାଙ୍କ ମନ୍ଦିରରୁ ଚୋରି । ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଲେ ଲୁଟେରା ।

କନକ ବ୍ୟୁରୋ: ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଦାନ ଟଙ୍କା । ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ କେତେକ ସ୍ଥାନ ଭଙ୍ଗା ଯାଇଥିଲା । ଯାହା ଫଳରେ ଚୋରି କରିବାକୁ ଚୋରକୁ ସୁବିଧା ହୋଇଛି । ଅନ୍ୟପଟେ ମନ୍ଦିର ପରିସରରେ ଫାଣ୍ଡି ଥିବା ସତ୍ୱେ କିଭଳି ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

The post ମା’ ସାରଳାଙ୍କ ମନ୍ଦିରରୁ ଚୋରି । ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଲେ ଲୁଟେରା । first appeared on Kanak News.

from Kanak News
via <a href="https://ifttt.com/?

ରାୟଗଡା କାଶୀପୁରରେ ମାଓ ପୋଷ୍ଟର ଓ ବ୍ୟାନର । ଖଣି ଖନନକୁ ମାଓବାଦୀଙ୍କ ଦୃଢ ବିରୋଧ ।

କନକ ବ୍ୟୁରୋ: ରାୟଗଡ଼ା କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ମାଣ୍ଡିବିଶି ଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବଗଛରେ ଦୁଇଟି ପୋଷ୍ଟର ଓ ବ୍ୟାନର ଲାଗିଛି । ପୋଷ୍ଟରରେ ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜୀଙ୍ଗମାଳି ଖଣି ଖନନକୁ ଦୃଢ଼ ବିରୋଧ କରିଛନ୍ତି ମାଓବାଦୀ । ଏଥିସହ ପୋଷ୍ଟରରେ ଖଣି ଖନନ ପାଇଁ କାମ କରୁଥିବା ଦଲାଲ ମାନଙ୍କୁ କାମ ଛାଡ଼ିବାକୁ ଚେତାବନୀ ଦିଆଯାଇଛି ।

The post ରାୟଗଡା କାଶୀପୁରରେ ମାଓ ପୋଷ୍ଟର ଓ ବ୍ୟାନର । ଖଣି ଖନନକୁ ମାଓବାଦୀଙ୍କ ଦୃଢ ବିରୋଧ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ କୋରାପୁଟ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଆଜିଠୁ କୋରାପୁଟ ଜିଲ୍ଲାରେ ଶୁଭାରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୪୩ଟି ଲକ୍ଷ୍ମୀ ବସ ଗଡ଼ିବ । ଏହାଦ୍ୱାରା ଗ୍ରାମାଞ୍ଚଳର କର୍ମଜୀବୀ, ମହିଳା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଉପକୃତ ହେବେ ।

The post ଆଜିଠୁ କୋରାପୁଟ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତ । ଶିଶୁର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସୂଚନା

କନକ ବ୍ୟୁରୋ: ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ । ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସୂଚନା ଦେଇଛନ୍ତି ଭୀମସାର ସୁପରିଟେଣ୍ଡେଂଟ । ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ସଂକ୍ରମଣ ବଢ଼ିଥିବା କହିଛନ୍ତି ଡାକ୍ତର । ଆବଶ୍ୟକ ପଡ଼ିଲେ ଶିଶୁର ଅଧିକ ଚିକିତ୍ସା ପାଇଁ ଏସସିବିକୁ ସ୍ଥାନାନ୍ତର ହୋଇପାରେ । ଦୁଇ ଦିନ ତଳେ ୨୦ ଫୁଟ୍ ବୋରୱେଲ ଭିତରକୁ ଖସିପଡ଼ିଥିଲା ନବଜାତ ଶିଶୁ । ତେବେ କିଏ ଓ କାହିଁକି ପିଲାଟିକୁ ପକାଇଥିବା ତାର କାରଣ ଜଣାପଡ଼ିନଥିବା ବେଳେ ଏହାର ତଦନ୍ତ କରୁଛି ପୋଲିସ ।

The post ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତ । ଶିଶୁର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ଘରେ ପଶିଲା ଭାଲୁ । ମାଲକାନଗିରି ଏମଭି-୭ ଗାଁରେ ଘର ଭିତରକୁ ପଶି ଖାଦ୍ୟ ଖୋଜିଲା ଭାଲୁ ।

କନକ ବ୍ୟୁରୋ: ମାଲକାନଗିରି ଏମଭି-୭ ଗାଁରେ ଭାଲୁ ଆତଙ୍କ । ଏମଭି-୭ ଗାଁର ବିଭିନ୍ନ ଘରେ ଭାଲୁ ପଶି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିିିିଳିଛି । ଏମିତି ଖାଦ୍ୟ ଖୋଜୁଥିବା ୩ଟି ଭାଲୁର ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ୩ଟି ଭାଲୁ ଘରର ଗେଟ୍ ଡେଇଁ ଭିତରକୁ ପଶି ଏପଟ ସେପଟ ବୁଲୁଥିବା ଦେଖିବାକୁ ମିଳିଛି । ଗତ ବର୍ଷେ ହେଲା ଏମଭି-୭ ସମେତ ଏମଭି-୧୪, ଏମଭି-୧୫ ଓ ଆଖପାଖ ଗାଁରେ ଏହି ଭାଲୁ ପଲ ଆତଙ୍କ ଖେଳାଇଛନ୍ତି । ବନ ବିଭାଗ ପକ୍ଷରୁ ଭାଲୁର ଗତିବିଧି ଉପରେ ନଜର ରଖିବା ସହ ରାତ୍ରୀକାଳିନ ପାଟ୍ରୋଲିଂ କରାଯାଉଥିବା ମାଲକାନଗିରି ରେଞ୍ଜର କହିଛନ୍ତି ।

The post ଘରେ ପଶିଲା ଭାଲୁ । ମାଲକାନଗିରି ଏମଭି-୭ ଗାଁରେ ଘର ଭିତରକୁ ପଶି ଖାଦ୍ୟ ଖୋଜିଲା ଭାଲୁ । first appeared on Kanak News.

from Kanak News
via <a href="https://ifttt.com/?

ଅର୍ଜୁନ ପୁରସ୍କାର ଦୌଡରେ କ୍ରିକେଟର ମହମ୍ମଦ ସାମି । ବିସିସିଆଇ କଲା ନାଁ ସୁପାରିଶ୍ ।

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ଦୌଡରେ କ୍ରିକେଟର ମହମ୍ମଦ ସାମି । ଅର୍ଜୁନ ଆୱାର୍ଡ ପାଇଁ ବିସିସିଆଇ ମହମ୍ମଦ ସାମିଙ୍କ ନାଁ ସୁପାରିଶ କରିଛି । ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ ବିଶ୍ୱକପର ସର୍ବାଧିକ ୱିକେଟ ନେଇଥିବା ମହମ୍ମଦ ସାମି ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶ୍ୱକପରେ ପ୍ରଥମ ୪ଟି ମ୍ୟାଚରେ ସାମି ଖେଳିନଥିଲେ । ଏହାପରେ ଯତେବେଳେ ତାଙ୍କୁ ସୁଯୋଗ ମିଳିଥିଲା ଦମଦାର ପ୍ରଦର୍ଶନ କରିଥିଲେ । ଅର୍ଜୁନ ପୁରସ୍କାର ତାଲିକାରେ ପୂର୍ବରୁ ମହମ୍ମଦ ସାମିଙ୍କ ନାଁ ରଖାଯାଇନଥିଲା । କିନ୍ତୁ ସାମିଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା । ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳି ୨୪ଟି ୱିକେଟ ନେଇଥିଲେ ସାମି । ତେବେ ମହମ୍ମଦ ସାମିଙ୍କ ବ୍ୟତିତ ଅନ୍ୟ ୧୬ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନିତ କରାଯାଇଛି । ସେହିପରି ବ୍ୟାଡମିଂଟନର ସଫଳ ପୁରୁଷ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଠୀଙ୍କୁ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

The post ଅର୍ଜୁନ ପୁରସ୍କାର ଦୌଡରେ କ୍ରିକେଟର ମହମ୍ମଦ ସାମି । ବିସିସିଆଇ କଲା ନାଁ ସୁପାରିଶ୍ । first appeared on Kanak News.

from Kanak News
via <a href="https://ifttt.com/?

ମୋହନ ଯାଦବ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ମାଗଣାରେ ଚା’ ପିଆଇଲେ ଦୋକାନୀ

କନକ ବ୍ୟୁରୋ: ଲୋକଙ୍କୁ ମାଗଣାରେ ଚା’ ପିଆଇଲେ ଦୋକାନୀ । ଦିନ ତମାମ୍ ଗ୍ରାହକଙ୍କୁ ଚା’ ଦେଇ କାହାଠାରୁ ଟଙ୍କାଟିଏ ନେଇନାହାନ୍ତି । ମଧ୍ୟପ୍ରଦେଶରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ଖୁସିରେ ଏପରି ମାଗଣା ଚା’ ବାଣ୍ଟିଛନ୍ତି ଦୋକାନୀ । ଉଜ୍ଜୟିନୀର ଘାସ ମଣ୍ଡି ଅଞ୍ଚଳରେ ଥିବା ହରି ଓମ୍ କାଫେକୁ ଆସୁଥିବା ବିଭିନ୍ନ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ମାଗଣା ଚା’ ଦେଇ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ଖୁସି ଜାହିର କରିଛନ୍ତି ଚା ଦୋକାନୀ । ଏନେଇ ଦୋକାନରେ ଏକ ବଡ଼ ବୋର୍ଡ ମଧ୍ୟ ଲଗାଯାଇଛି । ଏଥିପାଇଁ ଦୋକାନରେ ଭିଡ଼ ମଧ୍ୟ ଜମିଛି ।

The post ମୋହନ ଯାଦବ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ମାଗଣାରେ ଚା’ ପିଆଇଲେ ଦୋକାନୀ first appeared on Kanak News.

from Kanak News
via <a href="https://ifttt.com/?

କନ୍ଧମାଳ ଯୁବ ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ହେଇଥିଲା ହତ୍ୟା ।

କନକ ବ୍ୟୁରୋ: କନ୍ଧମାଳ ଯୁବ ବିଜେଡି ଉପସଭାପତି ତଥା ଦଡକୀ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକଙ୍କ ହତ୍ୟାର ପର୍ଦ୍ଦାଫାସ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ଫୁଲବାଣୀ ସଦର ଥାନା ପୁଲିସ । ସଞ୍ଜିତଙ୍କୁ ହତ୍ୟା କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ତଦନ୍ତ ବେଳେ ଜଣାପଡ଼ିଛି ଯେ ମହିଳାଙ୍କ ଅନିଚ୍ଛା ସତ୍ୱେ ସଞ୍ଜିତ ତାଙ୍କ ସହ ସମ୍ପର୍କ ରଖୁଥିଲେ ଏବଂ ତାଙ୍କଠାରୁ ଟଙ୍କା ନେଇ ଫେରାଉନଥିଲେ । ଏପରିକି ମହିଳାଙ୍କୁ ବାରମ୍ବାର ବଦନାମ କରିବେ ବୋଲି ଧମକ ମଧ୍ୟ ଦେଉଥିଲେ । ଏହାକୁ ନେଇ ସଞ୍ଜିତଙ୍କୁ ହତ୍ୟା କରିବା ପାଇଁ ମନସ୍ଥ କରିଥିଲେ ମହିଳା । ନଭେମ୍ବର ୩୦ ତାରିଖରେ ମହିଳାଙ୍କୁ ନିଜ ବାସଭବନକୁ ଡାକିଥିଲେ ସଞ୍ଜିତ । ଆଉ ରାତିରେ ଶୋଇଥିବା ବେଳେ ସଞ୍ଜିତଙ୍କୁ ହତ୍ୟା କରିଥିଲେ ସଂପୃକ୍ତ ମହିଳା । ମହିଳା ଜଣକ ମଧ୍ୟ ବିଜେଡି ନେତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

The post କନ୍ଧମାଳ ଯୁବ ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ହେଇଥିଲା ହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷାରେ ତ୍ରୁଟି ପରେ ବଦଳିଲା ନିୟମ । ଗ୍ୟାଲେରୀରେ ଲାଗିବ କାଚ । ଭିଜିଟର୍ସମାନଙ୍କୁ ନ ଆସିବାକୁ ବାରଣ ।

କନକ ବ୍ୟୁରୋ: ବୁଧବାର ନୂଆ ସଂସଦ ଗୃହରେ ସୁରକ୍ଷାରେ ତ୍ରୁଟି ଦେଖା ଦେବା ପରେ ସୁରକ୍ଷାରେ ବଦଳିଲା ନିୟମ । ଏବେ ସଂସଦ ଭବନକୁ ଭିଜିଟର୍ସମାନଙ୍କ ନଆସିବାକୁ ବାରଣ କରାଯାଇଛି । ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି । ଆଜିଠାରୁ ସାଂସଦ, କର୍ମଚାରୀ ଏବଂ ଗଣମାଧ୍ୟମ ସହ ଜଡିତ ଲୋକମାନେ ବିଭିନ୍ନ ସୁରକ୍ଷା ଫାଟକ ଦେଇ ସଂସଦ ଭବନରେ ପ୍ରବେଶ କରିବେ । ଏହାବ୍ୟତୀତ, ଯେତେବେଳେ ଭିଜିଟର୍ସମାନେ ପୁନର୍ବାର ଆସିବା ଆରମ୍ଭ କରିବେ, ସେମାନେ ପୁରୁଣା ଫାଟକ ଦେଇ ପ୍ରବେଶ କରିପାରିବେ ନାହିଁ । ପରିଦର୍ଶକମାନେ ଏବେ ଚତୁର୍ଥ ଫାଟକରୁ ସଂସଦ ଭବନରେ ପ୍ରବେଶ କରିବେ । ପରବର୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଭିଜିଟର୍ସ ପାସ୍ ପ୍ରଦାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ସେହିପରି ଯେଉଁ ଭିଜିଟର୍ସମାନେ ଆସିବେ ଆଉ ଗ୍ୟାଲେରୀରେ ବସିବେ । ତାହା ସମ୍ପୂର୍ଣ୍ଣ କାଚରେ ଆଚ୍ଛାଦିତ ହେବ । ସେହିପରି ସମାନ ପ୍ରକାରର ବଡି ସ୍କାନର୍ ଯାହା ବିମାନବନ୍ଦରରେ ରହିଛି ତାହା ସଂସଦ ଗୃହରେ ମଧ୍ୟ ସ୍ଥାପନ କରାଯିବ ।

The post ସଂସଦ ସୁରକ୍ଷାରେ ତ୍ରୁଟି ପରେ ବଦଳିଲା ନିୟମ । ଗ୍ୟାଲେରୀରେ ଲାଗିବ କାଚ । ଭିଜିଟର୍ସମାନଙ୍କୁ ନ ଆସିବାକୁ ବାରଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started