କୋରାପୁଟରୁ ଧରାପଡିଲା ୯୦ କେଜି ଗଞ୍ଜେଇ । ଚୋରାଚାଲାଣ ବେଳେ ଧରିଲା ପୋଲିସ । ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ୁଥିବା ବେଳେ ମାଛକୁଣ୍ଡ ପୋଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ପୋଲିସକୁ ଚକମା ଦେଇ ଫେରାର ହେବା ବେଳେ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଗାଡ଼ିକୁ ପିଛା କରିଥିଲା । ପୋଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ ମାଫିଆ । କାରରୁ ୫ଟି ଜରି ବ୍ୟାଗରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୋଲିସ ଏନଡିପିଏସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

The post କୋରାପୁଟରୁ ଧରାପଡିଲା ୯୦ କେଜି ଗଞ୍ଜେଇ । ଚୋରାଚାଲାଣ ବେଳେ ଧରିଲା ପୋଲିସ । ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ଠାକୁରଙ୍କୁ ବି ଡରିଲେନି । ମନ୍ଦିରରେ ପଶି ସୁନା, ରୂପା ଅଳଙ୍କାର ଲୁଟିଲେ ଲୁଟେରା ।

କନକ ବ୍ୟୁରୋ: ଠାକୁରଙ୍କୁ ବି ଡରିଲେନି । ବିଳମ୍ବିତ ରାତିରେ ମନ୍ଦିରର ପଶି ଲୁଟିନେଲେ ଟଙ୍କା ସୁନା । ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ସମେତ ଦୁଇଟି ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । କୋଣାର୍କ ପୋଇତରାରେ ଥିବା ବାବା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରୁ ଗତକାଲି ରାତିରେ ଏଭଳି ଲୁଟ୍ ହୋଇଛି । ଅଭିଯୋଗ ପରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ଠାକୁରଙ୍କୁ ବି ଡରିଲେନି । ମନ୍ଦିରରେ ପଶି ସୁନା, ରୂପା ଅଳଙ୍କାର ଲୁଟିଲେ ଲୁଟେରା । first appeared on Kanak News.

from Kanak News
via <a href="https://ifttt.com/?

ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ।

କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଭଦ୍ରକ ବାସୁଦେବପୁର ଥାନା ଇରମ ପଞ୍ଚାୟତ ରଥପଦା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ଟି ଚାଳଛପର ଦୋକାନ ଘର ଜଳିଯାଇଛି । ଗାଁର ପଦ୍ମଲୋଚନ ଦାଶଙ୍କ ୧୫ଟି ଦୋକାନ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ସବୁ ପୋଡ଼ି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡରେ ଲୁଗା ଦୋକାନ ସମେତ ଗ୍ରୋସରୀ ଓ ଅନ୍ୟାନ୍ୟ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି । ତେବେ ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।

The post ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ । first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷ ପୂର୍ବରୁ ପିକନିକ ଋତୁ ଆରମ୍ଭ । ଦୁର୍ଘଟଣା କମାଇବାକୁ ସରକାରଙ୍କ ଗୁରୁତ୍ୱ । ମାସ ସାରା କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ

କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଆରମ୍ଭ ହୋଇଛି ପିକନିକ୍ ଋତୁ । ପରିବାର ସହ ପିକନିକ୍ ମନାଇବାକୁ ଯାଉଛନ୍ତି ଲୋକେ । ଏହି ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ଥିବାରୁ ଏହାକୁ କିଭଳି କମାଇ ହେବ ତାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ମାସସାରା କଡାକଡି ଯାଞ୍ଚ କରିବାକୁ ପରିବହନ ବିଭାଗ ସଚିବ ଉଷା ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାରେ ବେଆଇନ୍ ଭାବେ ପାର୍କିଂ ସହ ଦ୍ରୁତ ଗତିରେ ଗାଡି ଚଲାଉଥିବା ଚାଳକ ଏବଂ ନିଶାଶକ୍ତ ଡ୍ରାଇଭରଙ୍କ ଉପରେ ପରିବହନ ବିଭାଗର ରହିବ ନଜର । ଯିଏ ନିୟମ ଭାଙ୍ଗିବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ଗତ ଡିସେମ୍ବର ପହିଲାରୁ ୭ ତାରିଖ ଯାଏ ରାଜ୍ୟରେ ଦୁର୍ଘଟଣା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହୋଇଥିଲା । କିନ୍ତୁ ଏହି ସମୟରେ ସାରା ରାଜ୍ୟରେ ୮୦ ଜଣ ପ୍ରାଣ ହରାଇଥିଲେ ।

The post ନୂଆବର୍ଷ ପୂର୍ବରୁ ପିକନିକ ଋତୁ ଆରମ୍ଭ । ଦୁର୍ଘଟଣା କମାଇବାକୁ ସରକାରଙ୍କ ଗୁରୁତ୍ୱ । ମାସ ସାରା କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ଟଲିଉଡରେ କୋରାପୁଟର ଝିଅର କମାଲ । ମଙ୍ଗଳବାରମ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ସେମିଲିଗୁଡାର ସୁମନ ଖିଲୋ 

କନକ ବ୍ୟୁରୋ: ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲବାରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା । କୋରାପୁଟ ସେମିଲିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି । ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ ତେଲୁଗୁ ସିନେମାରେ ଛୋଟ ମୋଟ ଭୂମିକାରେ ନଜର ଆସି ଥିବା ବେଳେ ନିର୍ଦ୍ଦେଶକ ଅଜୟ ଭୁପତିଙ୍କ ନିର୍ଦେଶିତ ବ୍ଲକ ବଷ୍ଟର ମୁଭି ମଙ୍ଗଳବାରମରେ ଗୁରୁତପୂର୍ଣ୍ଣ ଭୁମିକାରେ ଅଭିନୟ କରିଛନ୍ତି ।

ମଙ୍ଗଳବାରମ୍ ଚଳଚିତ୍ର ସାଉଥର ନାମୀଦାମି ପ୍ରଡକ୍ସନ ହାଉସ ମୁଦ୍ରା ମିଡିଆ ଓାର୍କ୍ସ ଏବଂ ଏ କ୍ରିଏଶନ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ବେଳେ ହିନ୍ଦୀ, ତେଲେଗୁ ସମେତ ୫ଟି ଭାଷାରେ ନିକଟରେ ରିଲିଜ ହୋଇଛି । ଏହି ମଙ୍ଗଳଓାରମ୍ ଚଳଚିତ୍ର ସୁମନଙ୍କ କ୍ୟାରିୟରରେ ବଡ ପରିବର୍ତନ ଆଣିପାରିବ ବୋଲି ଆଶା ରଖିଛନ୍ତି । ସୁମନ ପ୍ରଥମେ ସେମିଲିଗୁଡା ଠାରେ ଦଶମ ଓ ମେକାନିକାଲ ଇଂଜିନିୟରିଙ୍ଗ ଡିପ୍ଲୋମା ସାରି ଭୁବନେଶ୍ୱର ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ ଡିଜାଇନିଙ୍ଗ ଅନୁଷ୍ଠାନରେ ଫ୍ୟାଶନ ଡିଜାଇନିଙ୍ଗର ସ୍ନାତକ ପାସ କରିଥିଲେ । ଓଡିଶାରେ ସୁମନ ୨୦୧୬ରେ ମିସ ପ୍ରିଟି ଓଡିଶା ଓ ୨୦୧୭ରେ ମିସ୍ ସପୋର୍ଟ ଓଡିଶା ପରି ଅନେକ ଟାଇଟଲ୍ ହାତେଇବା ପରେ ସେ ହାଇଦ୍ରାବାଦ ଚାଲି ଯାଇ ଥିଲେ ।

The post ଟଲିଉଡରେ କୋରାପୁଟର ଝିଅର କମାଲ । ମଙ୍ଗଳବାରମ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ସେମିଲିଗୁଡାର ସୁମନ ଖିଲୋ  first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଚୂଡ଼ାନ୍ତ ଏକାଦଶରେ ପରିବର୍ତନ ସହ ମଇଦାନକୁ ଓହ୍ଲାଇପାରେ ଦଳ

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ଉପରେ ସିରିଜ୍ ପରାଜୟ ଭୟ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ ରହିଛି । ସିରିଜ୍ ବଞ୍ଚାଇବାକୁ ହେଲେ, ଭାରତକୁ ଆଜି ମ୍ୟାଚ୍ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ । ଦ୍ୱିତୀୟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୧୮୦ ରନ୍ କରିଥିବା ବେଳେ ବର୍ଷା ବାଧକ ସାଜିଥିଲେ । ପରେ ଦକ୍ଷିଣ ଆଫ୍ରିକା ଆଗରେ ଡିଏଲଏସ୍ ଆଧାରରେ ୧୫ ଓଭର ୧୫୨ ରନ୍ ଟାର୍ଗେଟ୍ ରଖାଯାଇଥିଲା । ଦଳ ଏହାକୁ ୭ ବଲ୍ ବାକି ଥାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ରିଙ୍କୁ ସିଂ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ମାରିଥିବା ବେଳେ ବୋଲିଂରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଆଜି ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତନ କରିବା ନେଇ ସୂଚନା ମିଳିଛି ।

The post ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଚୂଡ଼ାନ୍ତ ଏକାଦଶରେ ପରିବର୍ତନ ସହ ମଇଦାନକୁ ଓହ୍ଲାଇପାରେ ଦଳ first appeared on Kanak News.

from Kanak News
via <a href="https://ifttt.com/?

ତଳମୁହାଁ ରାଜ୍ୟର ପାରଦ । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ । କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ।

କନକ ବ୍ୟୁରୋ: ରାଜ୍ୟରେ ପାରଦ ତଳମୁହାଁ ରହିଛି । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଏହାରି ଭିତରେ କୁହୁଡି ବଢିଛି । ବିଭିନ୍ନ ସ୍ଥାନରେ କୁହୁଡି ବଢିଥିବା ଦେଖିବାକୁ ମିଳିଛି । ଆଜି ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବ ବୋଲି ସଦ୍ୟ ରିପୋର୍ଟ ଆଧାରରେ ପାଣିପାଗ କେନ୍ଦ୍ର ଆକଳନ କରିଛି । ମଙ୍ଗଳବାର ଏବଂ ବୁଧବାର ରାଜ୍ୟରେ କେନ୍ଦୁଝରରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି, ଯାହାକି ସର୍ବନିମ୍ନ ।

The post ତଳମୁହାଁ ରାଜ୍ୟର ପାରଦ । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ । କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ । first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷା ପ୍ରସଙ୍ଗ: ସରକାରକୁ ଘେରିଲେ ବିରୋଧୀ । ଆଜି ସକାଳ ୧୦ଟାରେ ଇଣ୍ଡିଆ ମେଣ୍ଟର ବୈଠକ ।

କନକ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ସରକାରକୁ ଘେରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏହି ମାମଲାରେ ଜବାବ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ସକାଳ ୧୦ଟାରେ ବସିବାର ସୂଚନା ରହିଛି । ଏହି ବୈଠକରେ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ନିଜର ଆଭିମୁଖ୍ୟ ଆଲୋଚନା କରିବେ । ସେହିପରି ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବାର ମଧ୍ୟ ଯୋଜନା ରହିଛି ।

ତେବେ ମିଳିଥିବା ସୂଚନା ମୁତାବକ, ପାର୍ଲାମେଂଟ ଭିତରେ ପଶିଥିବା ଯୁବକ ହେଲେ ମନୋରଞ୍ଜନ ଓ ସାଗର । ପାର୍ଲାମେଂଟ ବାହାରେ ଧରାପଡିଥିବା ନୀଲମ ଓ ଅମୋଲଙ୍କ ପାଖରେ ମୋବାଇଲ ଫୋନ ନଥିବା ସୂଚନା ରହିଛି । ସେମାନଙ୍କ ନିକଟରୁ କୌଣସି ପରିଚୟପତ୍ର କିମ୍ବା ବ୍ୟାଗ ମିଳିନାହିଁ । କୌଣସି ସଙ୍ଗଠନ ସହ ସଂପୃକ୍ତ ଥିବା ଖବରକୁ ଉଭୟ ଅସ୍ୱୀକାର କରିଛନ୍ତି । ପୁରା ଷଡଯନ୍ତ୍ରରେ ୬ ଜଣ ସାମିଲ ଥିଲେ ୨ ଜଣ ପାର୍ଲାମେଂଟ ଭିତରେ ହଙ୍ଗାମା କରିଥିଲେ । ଅନ୍ୟ ୨ ଜଣ ପାର୍ଲାମେଂଟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ଅଭିଯୁକ୍ତ ମନୋରଞ୍ଜନ ୩ ମାସ ହେଲା ପାର୍ଲାମେଂଟ ଭିତରେ ପଶିବାକୁ ଉଦ୍ୟମ କରିଥିଲେ ଏଥିପାଇଁ ସାଗରକୁ ବନ୍ଧୁ ବନାଇଥିଲେ ମନୋରଞ୍ଜନ ।

The post ସଂସଦ ସୁରକ୍ଷା ପ୍ରସଙ୍ଗ: ସରକାରକୁ ଘେରିଲେ ବିରୋଧୀ । ଆଜି ସକାଳ ୧୦ଟାରେ ଇଣ୍ଡିଆ ମେଣ୍ଟର ବୈଠକ । first appeared on Kanak News.

from Kanak News
via <a href="https://ifttt.com/?

ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ । ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟରେ କରାଯିବ ହାଜର । ଅନ୍ୟ ଜଣେ ଏବେ ବି ଫେରାର

କନକ ବ୍ୟୁରୋ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ରହିଛି । ୫ ଜଣ ଗିରଫ ହୋଇଛନ୍ତି ଅନ୍ୟ ଜଣେ ଫେରାର ରହିଛନ୍ତି । ୟୁଏପିଏ ଆଧାରରେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇପାରେ । ସଂସଦରେ ଯେଉଁଭଳି ଆତଙ୍କ ଖେଳାହୋଇଛି ଏହାକୁ ନେଇ ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳାୟ ସିଆରପିଏଫ ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପୋଲିସର ଡିସିପି ମନୀଷୀ ଚନ୍ଦ୍ରା, ଡିସିପି ପ୍ରତୀକ୍ଷା ଗୋଦରା ଏବଂ ଅନ୍ୟ ଅଧିକାରୀଙ୍କ ସହ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଟିମ୍ ଭୋର ୪ଟା ଯାଏ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ । ଏହାପରେ ସଂସଦ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରୁ ବାହାରିଥିଲେ ।

The post ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ । ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟରେ କରାଯିବ ହାଜର । ଅନ୍ୟ ଜଣେ ଏବେ ବି ଫେରାର first appeared on Kanak News.

from Kanak News
via <a href="https://ifttt.com/?

ମହାଦେବ ବେଟିଂ ସ୍କାମର ମାଷ୍ଟରମାଇଣ୍ଡ ଗିରଫ । ଅନଲାଇନ ଆପର ମାଲିକ ରବି ଉପଲ ଦୁବାଇରୁ ଗିରଫ

କନକ ବ୍ୟୁରୋ : ଅନଲାଇନ ବେଟିଂ ଆପ ମହାଦେବ ସ୍କାମର ମାଷ୍ଟରମାଇଣ୍ଡ ତଥା ମାଲିକ ରବି ଉପଲଙ୍କୁ ଗିରଫ କରିଛି ପୁଲିସ । ରବିଙ୍କୁ ଦୁବାଇରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭାରତୀୟ ଅ ତଦନ୍ତାକରୀ ସଂସ୍ଥା ଦୁବାଇ ସହ ଯୋଗାଯୋଗ କରି ରେଡ କର୍ଣ୍ଣର ନୋଟିସଜାରି କରିଥିଲେ । ସେପଟେ ଅନ୍ୟପଟେ ଅଭିଯୁକ୍ତ ସୌରଭ ଭରଦ୍ୱାଜ ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ଉଦ୍ୟମ ତ୍ୱରାନିତ୍ୱ କରାଯାଇଛି । ସେପଟେ ଅନ୍ୟତମ ପ୍ରମୋଟର ତଥା ଅଭିଯୁକ୍୍ ଶୁଭମ ସୋନିଙ୍କୁ ଦୁବାଇରେ ପହଁଚି ଜେରା କରୁଛି ଇଡି । ମହାଦେବ ବେଠିଂ ଆପ ପ୍ରାୟ ୬୦ରୁ ଅଧିକ ବେଆଇନନ ଅନଲାଇନ ବେଟିଂ ଆପ ମାଧ୍ୟମରେ ସ୍କାମ କରୁଥିଲା । ୬ହଜରେୋକଯିରୁ ଅଧିକ ଟଙ୍କାର ବଡ ସ୍କାମ ହୋଇଛି । ୧୪ଜଣ ଦୋେଈ ।।ବସ୍ତ ହୋଇଛନ୍ତି । ଅନଲାଇନ ବେଟିଂ ଆପ ନାଁରେ କ୍ଷ ଲକ୍ଷ ନକଲି ଆପ ରହିଛି ।

The post ମହାଦେବ ବେଟିଂ ସ୍କାମର ମାଷ୍ଟରମାଇଣ୍ଡ ଗିରଫ । ଅନଲାଇନ ଆପର ମାଲିକ ରବି ଉପଲ ଦୁବାଇରୁ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started