ଆଟିଫିସିଆଲ ଇଂଟେଲିଜେନ୍ସ ଭୟାବହତା ଉପରେ ବିଶ୍ୱବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତା । ମୋଦୀ କହିଲେ ବିଶ୍ୱର ବିକାଶ ସହ ବିକାଶକୁ ଧ୍ୱଂସ କରିବା କ୍ଷମତା ରଖିଛି ଏଆଇ

କନକ ବ୍ୟୁରୋ : ଏଆଇ ଅର୍ଥାତ କୃତ୍ରିମ ବୁଦ୍ଧିମତାକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା । ମାନବ ସମାଜକୁ ସହାୟତା ଲାଗି ଏହାର ପରିକଳ୍ପନା କରାଯାଇଥିଲା । ତେବେ ବର୍ତମାନ ଏହାର ବ୍ୟାପକ ଦୂରୁପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ଲାଗି ସାରା ବିଶ୍ୱକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବୈଶ୍ୱିକ ସହଭାଗିତା ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଆଇ କ୍ଷେତ୍ରରେ ସାମ୍ନାକୁ ଆସୁଥିବା ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ଉପରେ ଆଲୋକପାତ କରିବା ସହ ଏହି ପ୍ରସଙ୍ଗରେ ସମସ୍ତ ରାଷ୍ଟ୍ର ଯତ୍ନଶୀଳ ହେବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସାରା ବିଶ୍ୱ ଏଆଇକୁ ନେଇ ବିତର୍କ କରୁଥିବା ବେଳେ ଆସନ୍ତାବର୍ଷ ଜିପିଆଇ ଶିଖର ସମ୍ମିଳନୀକୁ ଭାରତ ଅଧ୍ୟକ୍ଷତା କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ପିଏମ ମୋଦି ।

The post ଆଟିଫିସିଆଲ ଇଂଟେଲିଜେନ୍ସ ଭୟାବହତା ଉପରେ ବିଶ୍ୱବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତା । ମୋଦୀ କହିଲେ ବିଶ୍ୱର ବିକାଶ ସହ ବିକାଶକୁ ଧ୍ୱଂସ କରିବା କ୍ଷମତା ରଖିଛି ଏଆଇ first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷାରେ ଗଡବଡ ସହ ରହିଛି ଗୁରୁଗ୍ରାମ କନେକସନ । ଅଟୋଚାଳକଙ୍କ ଘରେ ହୋଇଥିଲା ଷଡଯନ୍ତ୍ର

କନକ ବ୍ୟୁରୋ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଗଡବଡକୁ ନେଇ ଦିଲ୍ଲୀ ପୋଲିସ ଯାଂଚ କରୁଛି । ଏହି ଯାଂଚ ବେଳେ ଗୁରୁଗ୍ରାମ କନେକସନ ଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ ପୋଲିସ ଗୁରୁଗ୍ରାମ ସ୍ଥିତ ସେକ୍ଟର ୭ରେ ଥିବା ଏକ ଘର ଉପରେ ଚଢାଉ କରିଛି । ଦିଲ୍ଲୀ ପୋଲିସ କହିଛି କି, ଏହିଠାରେ ଷଡଯନ୍ତ୍ର ରଚାଯାଇଥିଲା । ଅଭିଯୁକ୍ତମାନେ ଗୋଟିଏ ଦିନ ପୂର୍ବରୁ ଏଠାରେ ପହଂଚିଥିଲା । ଏହି ଘରର ମାଲିକ ଭିକ୍କିର ପୂର୍ବରୁ ଅପରାଧିକ ମାମଲା ରହିଛି । ପୋଲିସ ତାକୁ ହେପାଜତକୁ ନେଇଛି ।

ଦିଲ୍ଲୀ ପୋଲିସ ସହ ଗୁରୁଗାମ ପୋଲିସ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଯାଂଚ କରୁଛି । ବିକ୍କି ଶର୍ମା ପେଶାରେ ଜଣେ ଅଟୋ ଚାଳକ । କୁହାଯାଉଛି କି, ସେ ୯୦ ଦଶକରେ ଫୌଜୀ ଗ୍ୟାଙ୍ଗର ସଦସ୍ୟ ଥିଲେ । ସେପଟେ ପଡୋସୀମାନେ ବିକ୍କି ବିରୋଧରେ ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ।

The post ସଂସଦ ସୁରକ୍ଷାରେ ଗଡବଡ ସହ ରହିଛି ଗୁରୁଗ୍ରାମ କନେକସନ । ଅଟୋଚାଳକଙ୍କ ଘରେ ହୋଇଥିଲା ଷଡଯନ୍ତ୍ର first appeared on Kanak News.

from Kanak News
via <a href="https://ifttt.com/?

ନକଲି ନୋଟ ଛାପିଲେ ଆଉ ନିସ୍ତାର ନାହିଁ । ଆସିବ ନୂଆ ଆଇନ, ମହିଳା ନିର୍ଯ୍ୟାତନ କମ ପାଇଁ ଅପରାଧ ବିଲରେ ବଡ ପରିବର୍ତନ

କନକ ବ୍ୟୁରୋ : ମଙ୍ଗଳବାର ଲୋକସଭାରେ ୩ ଅପରାଧ ବିଲକୁ ପ୍ରତ୍ୟାହାର କରାଯାଇ ନୂଆ ଅପରାଧ ବିଧେୟକ ଆଗତ କରାଯାଇଛି । ପୂର୍ବରୁ ଆଗତ ହୋଇଥିବା ବିଧେୟକରେ ସଂଶୋଧନ ବଦଳରେ କିଛି ପରିବର୍ତନ କରାଯାଇଛି ।

ପୁରୁଣା ବିଲ ପ୍ରତ୍ୟାହାର, ନୂଆ ବିଧେୟକ ଆଗତ

-ନକଲି ନୋଟ ଛାପିବା, ପ୍ରଚଳନ, ଦେଶର ଅର୍ଥନୀତି ପ୍ରଭାବିତ ହେଲେ ତାକୁ ଆତଙ୍କବାଦୀ କାର୍ଯ୍ୟକଳାପ ସଦୃଶ ବିବେଚନା କରାଯିବ । ତେଣୁ ନକଲି ନୋଟ ସମ୍ବନ୍ଧିତ କୌଣସି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଦିଆଯିବ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ।

– ମହିଳାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ, ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଁଚାଇବା ପରେ ଯଦି ସେ ଆତ୍ମହତ୍ୟା କରନ୍ତି କିମ୍ବା ନିଜର କୌଣସି କ୍ଷତି କରନ୍ତି ତାକୁ ମଧ୍ୟ ଅପରାଧଭାବେ ବିବେଚନା କରାଯିବ । ଦୋଷୀଙ୍କ ପାଇଁ ରହିବ କଠୋର ଶାସ୍ତି ବ୍ୟବସ୍ଥା

-ଦୁଷ୍କର୍ମର ଶିକାର ମହିଳାଙ୍କ ନାଁ ପ୍ରଘଟ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ୨ବର୍ଷ ଯାଏଁ ଦଣ୍ଡ ମିଳିବ ।

ଅଗଷ୍ଟମାସରେ ସରକାର ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସଂହିତା ଓ ଭାରତୀୟ ସାକ୍ଷୀ ଅଧିନିୟମକୁ ଲୋକସଭାରେ ଆଗତ କରିଥିଲେ । ଅଧିକ ସମୀକ୍ଷା ପାଇଁ ସଂସଦୀୟ କମିଟି ନିକଟକୁ ପଠାଯିବା ପରେ ବିଧେୟକରେ କିଛି ପରିବର୍ତନ କରାଯାଇଛି । ସଂସଦୀୟ କମିଟିର ସୁପାରିଶକ୍ରମେ ବିଲରେ ସଂଶୋଧନ ବଦଳରେ ପରିବର୍ତନ କରାଯାଇ ନୂଆ ଚିଠା ଆଗତ କରାଯାଇଛି । ବିଲ ଉପରେ ଗୁରୁବାର ଆଲୋଚନା ଓ ଶୁକ୍ରବାର ଭୋଟିଂ କରାଯିବ

The post ନକଲି ନୋଟ ଛାପିଲେ ଆଉ ନିସ୍ତାର ନାହିଁ । ଆସିବ ନୂଆ ଆଇନ, ମହିଳା ନିର୍ଯ୍ୟାତନ କମ ପାଇଁ ଅପରାଧ ବିଲରେ ବଡ ପରିବର୍ତନ first appeared on Kanak News.

from Kanak News
via <a href="https://ifttt.com/?

ଶପଥ ନେଲେ ମଧ୍ୟପ୍ରଦେଶ ଓ ଛତିଶଗଡର ଦୁଇ ନୂଆ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେଓ ସାଏ ଓ ମନୋଜ ଯାଦବଙ୍କୁ ଗୋପନୀୟତା ଶପଥ ପାଠ କରାଇଲେ ରାଜ୍ୟପାଳ

କନକ ବ୍ୟୁରୋ :ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ । ୩ରାଜ୍ୟକୁ ମିଳିଛି ନୂଆ ଚେହେରାର ନୂଆ ମୁଖ୍ୟମନ୍ତ୍ରୀ ।ଛତିଶଗଡ଼ରେ ବିଷ୍ଣୁଦେଓ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଓ ରାଜସ୍ଥାନରେ ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ୨୦୨୪ ସାଧାରଣ ନିର୍ବାଚିନ ପୂର୍ବରୁ ବିଜେପି ଜାତି ଓ ବର୍ଗର ସନ୍ତୁଳନ ରକ୍ଷା କରି ବିଜେପି ବଡ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି ।

ଛତିଶଗଡ଼ରେ ‘ବିଷ୍ଣୁଦେଓ ସାଏ’ ସରକାର
ଛତିଶଗଡ଼ର ୩୨% ଜନସଂଖ୍ୟା ଆଦିବାସୀ । ଏହି ସମୁଦାୟରୁ ଭୋଟ ପୋଛି ନେବା ପାଇଁ ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି ଦଳ । ଆଦିବାସୀ ଅଂଚଳରେ ଥିବା ୨୬ ଆସନରୁ ବିଜେପି ପାଇଛି ୨୨ ଆସନ । ଏହି କ୍ରମରେ ବିଜେପି ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ମଧ୍ୟପ୍ରଦେଶରୁ ମଧ୍ୟ ଭୋଟ ହାସଲ ଲକ୍ଷ୍ୟ ରଖିଛି ।

ମଧ୍ୟପ୍ରଦେଶରେ ‘ମୋହନ’ ସରକାର
ମଧ୍ୟପ୍ରଦେଶରେ ବିଜେପି ସବୁ ବର୍ଗ ଓ ଜାତିକୁ ସୁହାଇବା ଭଳି ପଦକ୍ଷେପ ନେଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓବିସି ସମ୍ପ୍ରଦାୟରୁ ଆସୁଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଭଦା ଦଳିତ ଓ ରାଜେନ୍ଦ୍ର ଶୁକ୍ଲା ବ୍ରାହ୍ମଣ ଓ ବାଚସ୍ପତି ନରେନ୍ଦ୍ର ତୋମର ଠାକୁର ସମ୍ପ୍ରଦାୟରୁ ଆସୁଛନ୍ି । ମଧ୍ୟପ୍ରଦେଶରେ ଏହି ୪ ସମ୍ପ୍ରଦାୟଙ୍କ ବେଶ ଦବଦବା ରହିଛି ।

ରାଜସ୍ଥାନରେ ‘ଭଜନଲାଲ’ଙ୍କ ରାଜୁତି
ରାଜସ୍ଥାନରେ ନୂଆ ଚେହେରା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ଚକିତ କରିଛି ବିଜେପି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ବାହ୍ମଣ ସମୁଦାୟର । ସାଧାରଣ ନିର୍ବାଚନରେ ସାଧାରଣ ବର୍ଗ ଭୋଟ ହାତେଇବା ପାଇଁ ବାହ୍ମଣ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ସେପଟେ ଦୁଇ ଉପମୁୁଖ୍ୟମନ୍ତ୍ରୀ ମଧ୍ୟରୁ ଦୀୟା କୁମାରୀ ରାଜପୁତ ଓ ପ୍ରେମ ବୈରୱା ଦଳିତ ସମୁଦାୟରୁ ଆସୁଛନ୍ତି ।

ଯଦି ବିଜେପିର ସବୁ ଗଣିତ ଉପରେ ନଜର ପକାଇବା ତେବେ ଗୋଟେ ଚିତ୍ର ସ୍ପଷ୍ଟ ହୋଇସାରିଛି । ୨୦୨୪ ସାଧାରଣ ନିର୍ବାଚନରେ ନିଜ ରଣନୀତିକୁ ଅଧିକ ଶାଣିତ କରି ବିଜେପି ଜାତି ଓ ବର୍ଗ ସମୀକରଣକୁ ନେଇ ଖୁବ ଚତୁରତାର ସହ ମାଷ୍ଟରପ୍ଲାନ ବନାଇଛି । ଯଦି ଆବଶ୍ୟକ ପଡେ ତେବେ ସାଧାରଣ ନିର୍ବାଚନ ପରେ କିମ୍ବା ୨ବର୍ଷ ପରେ ମୁଖ୍ୟମନ୍ତ୍ରୀ ବଦଳାଇବା ପାରେ ଦଳ । ପୂର୍ବରୁ ଦଳରେ ଏଭଳି ଘଟଣାର ନଜୀର ରହିଛି ।

The post ଶପଥ ନେଲେ ମଧ୍ୟପ୍ରଦେଶ ଓ ଛତିଶଗଡର ଦୁଇ ନୂଆ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେଓ ସାଏ ଓ ମନୋଜ ଯାଦବଙ୍କୁ ଗୋପନୀୟତା ଶପଥ ପାଠ କରାଇଲେ ରାଜ୍ୟପାଳ first appeared on Kanak News.

from Kanak News
via <a href="https://ifttt.com/?

ମହୀଶୁର ବିଜେପି ସାଂସଦ ପ୍ରତାପ ସିହ୍ନା ପାସ୍ ନେଇ ଭିତରକୁ ଯାଇଥିଲେ ଦୁଇ ଯୁବକ । ରଙ୍ଗ ବୋମା ସହ ପାସ୍ ଜବତ

କନକ ବ୍ୟୁରୋ : ଯେଉଁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ସାଗର ମନୋରଂଜନ, ନୀଲମ ଓ ଅନମୋଲ । ସଂସଦ ଭିତରେ ପ୍ରବେଶ କରି କଲର ସ୍ମୋକ ବମ ଫିଙ୍ଗିଥିଲେ ସାଗର ଶର୍ମା ଓ ମନୋରଂଜନ । ସଂସଦ ବାହାରେ ନିଲମ ଓ ଅନମୋଲ କଲର ସ୍ମୋକ ବୋମା ଫିଙ୍ଗୁଥିବାବେଳେ ସେମାନଙ୍କ ଧରିଥିଲେ ସୁରକ୍ଷାକର୍ମୀ । ପୁଲିସର ସୂଚନା ଅନୁସାରେ ସାଗର ଓ ମନୋରଂଜନର ବନ୍ଧୁତା ଫେସବୁକରେ ହୋଇଥିଲା । ପରେ ହରିଆଣାର ନୀଲମ ଓ ମହାରାଷ୍ଟ୍ରର ଅନମୋଲ ସହ ସର୍ମ୍ପକରେ ଆସିଥିଲେ ।

ଗିରଫ ଅଭିଯୁକ୍ତ ମଧ୍ୟରେ ରହିଛି ମହୀଶୁରର ମନୋରଂଜନ । ଘଟଣା ପରେ ଅଭିଯୁକ୍ତଙ୍କ ଘରେ ପହଁଚିଥିଲା ପୁଲିସ । ମନୋରଂଜନଙ୍କ ବାପା ଦେବରାଜ ଗୌଢା କହିଛନ୍ତି ଯଦି ତାଙ୍କ ପୁଅ ଦୋଷୀ ସାବ୍ୟସ୍ତ ହେଉଛି ତେବେ ତାକୁ ଫାଶୀଦଣ୍ଡ ମିଳୁ । ଅଭିଯୁକ୍ତ ମନୋରଂଜନ ଜଣେ ଇଂଜିନିୟର ଛାତ୍ର ଓ ତାର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ବିଷୟରେ ପରିବାର ଲୋକ ଜାଣନ୍ତି ନାହିଁ । ସେପଟେ ଲକ୍ଷେ୍ନøର ସାଗର ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ । ଦିଲ୍ଲୀରେ କାମ ଥିବା କହି ଦୁଇ ଦିନ ପାଇଁ ଘରୁ ବାହାରିଥବା ସାଗରଙ୍କ ମା କହିଛନ୍ତି । ପୁଅ ତାଙ୍କର ଜଣେ ଇ-ରିକ୍ସା ଚାଳକ ଓ କୌଣସି ଅପରାଧିକ ଗତିବିଧି ନଥିବା ପରିବାର କହିିଛି । ସେହିପର ନୀଲମ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

The post ମହୀଶୁର ବିଜେପି ସାଂସଦ ପ୍ରତାପ ସିହ୍ନା ପାସ୍ ନେଇ ଭିତରକୁ ଯାଇଥିଲେ ଦୁଇ ଯୁବକ । ରଙ୍ଗ ବୋମା ସହ ପାସ୍ ଜବତ first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ ? ପଚାରିଲେ କଡ଼ା ସୁରକ୍ଷା ବଳୟକୁ କିଭଳି ଭେଦ କଲେ ୪ ଅଜ୍ଞାତ

କନକ ବ୍ୟୁରୋ : ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କ ଉପରେ ଆରମ୍ଭ ହୋଇଛି ବିରୋଧୀଙ୍କ ପ୍ରଶ୍ନବାଣ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁଡ଼ ଖଡ଼ଗେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ତୁରନ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜବାବ ମଧ୍ୟ ଦାବି କରିଛନ୍ତି ।

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହା ଭିତରେ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ପନ୍ନୁର ସେହି ଧମକୁ ନେଇ ମଧ୍ୟ ଅନେକ ସହେନ୍ଦ ସୃଷ୍ଟି ହୋଇଛି । ଠିକ ୬ଦିନ ପୂର୍ବରୁ ଭାରତକୁ ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କୀ । ଶିଖ ଫର ଜଷ୍ଟିସ ମୁଖ୍ୟ ପନ୍ନୁ ବାରମ୍ବାର ଭାରତ ବିରୋଧୀ ବୟାନ ଦେବା ସହ ନିକଟରେ ଆକ୍ରମଣ ପାଇଁ ଧମକ ମଧ୍ୟ ଦେଇଥିଲା । ଭିଡିଓ ଜାରି କରି ପନ୍ନୁ କହିଥିଲା ତାର ହତ୍ୟା ଷଡଯନ୍ତ୍ର କରି ବିଫଳ ହୋଇଛି ଭାରତ ଓ ଖୁବ ଶିଘ୍ର ସଂସଦ ଉପରେ ଆକ୍ରମଣ କରିବ । ଭିଡିଓରେ ପନ୍ନୁ ସଂସଦ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁୁରୁର ଏକ ଫଟୋକୁ ମଧ୍ୟ ପୋଷ୍ଟ କରିଥିଲା ।

The post ସଂସଦ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ ? ପଚାରିଲେ କଡ଼ା ସୁରକ୍ଷା ବଳୟକୁ କିଭଳି ଭେଦ କଲେ ୪ ଅଜ୍ଞାତ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି । ଦର୍ଶକ ଗ୍ୟାଲେରୀ ଦେଇ ପଶିଲେ ୨ ଯୁବକ, ବାଚସ୍ପତିଙ୍କ ତଦନ୍ତ ନିର୍ଦ୍ଦେଶ

from Kanak News
via <a href="https://ifttt.com/?

ପଶ୍ଚିମରୁ ଅଭିଯାନ ଆରମ୍ଭ କରିବ ବିଜେପି ! ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ ?‘ପଶ୍ଚିମ’ ଦୁର୍ଗରୁ ବିଜେପିର ଓଡ଼ିଶା ଦଖଲ ଲକ୍ଷ୍ୟ !

କନକ ବ୍ୟୁରୋ : ଆସନ୍ତା ୨୪ରେ ମୋଦୀଙ୍କ ସମ୍ବଲପୁର ଗସ୍ତକୁ ନେଇ ଯଦି କିଏ ସବୁଠୁ ଅଧିକ ଉତ୍ସାହିତ ଓ ଆଶାବାଦୀ, ବୋଧେ ସିଏ ହେଉଛି ବିଜେପିର ଓଡ଼ିଶା ଶାଖା । ପଡ଼ୋଶୀ ଛତିଶଗଡ଼ ସମେତ ୩ଟି ରାଜ୍ୟର ବିଜୟ, ଦଳୀୟ କର୍ମୀ ଓ ନେତାଙ୍କୁ ଯେଉଁ ଉତ୍ସାହ ଆଣି ଦେଇଥିଲା, ସେହି ଉତ୍ସାହକୁ ହୁଏତ ମୋଦିଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଆହୁରି ଦୁଇ ଗୁଣିତ କରିଦେଇଛି । କୁହାଯାଉଛି, ମୋଦୀଙ୍କ ଉପସ୍ଥିତିରେ ଓଡ଼ିଶାରେ ଶାସନର ରଣନୀତି ପ୍ରସ୍ତୁତ ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନୋବଳ, ପଡ଼ୋଶୀ ଛତିଶଗଡ଼ ବିଜୟର ବଳ ଏବଂ ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନିକ କଳ । ଏହି ତିନି ସୂତ୍ରୀ ଫର୍ମୁଲା ବିଜେପିର ଓଡ଼ିଶା ଶାଖାକୁ ବେଶ୍ ଉତ୍ସାହତି କରିଛି । ପଶ୍ଚିମ ଓଡିଶାର ୫ରୁ ୫ ସାଂସଦୀୟ ଆସନ । ଏବଂ ୩୫ରୁ ୮ଟି ବିଧାନସଭା ଆସନ ବିଜେପି ହାତରେ ରହିଛି । ଯେହେତୁ ପଶ୍ଚିମରେ ବିଜେପି ମଜବୁତ ରହିଛି, ତେଣୁ ମୋଦୀଙ୍କ ଉପସ୍ଥିତି ଦଳୀୟ ନେତା ଓ କର୍ମୀଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ରାଜ୍ୟ ବିଜେପି ନେତା ବିଶ୍ୱାସ ରଖିଛନ୍ତି ।

ବିଜେପି ନେତାଙ୍କ ଏହି ଦମ୍ଭୋକ୍ତି ଭିତରେ, ଓଡ଼ିଶାରେ ବିଜେପିର ସବୁଠୁ ଲୋକପ୍ରିୟ ଏବଂ ଚର୍ଚ୍ଚିତ ଚେହେରା, ଧର୍ମେନ୍ଦ୍ର ପ୍ରଧାନ ଦଳର ପାଇଁ ଟ୍ରମ୍ପକାର୍ଡ ହୋଇପାରନ୍ତି । କାରଣ, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ୨୪ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ସାରିଛନ୍ତି । ଆଉ କୁହାଯାଉଛି, ମୈଦାନର କ୍ଷେତ୍ର ହୋଇପାରେ ସମ୍ବଲପୁର ଲୋକସଭା ଆସନ । ଏଭଳି ସ୍ଥିତିରେ ବିଜେପିର ଶ୍ରେଷ୍ଠ ଓ ଶୀର୍ଷ ସ୍ତରୀୟ ନେତାଙ୍କ ଓଡ଼ିଶା ଗସ୍ତ ଦଳର ପାଇଁ ଲାଭଦାୟକ ହେବ ବୋଲି ଦଳୀୟ ନେତା ଯୁକ୍ତି ବାଢୁଛନ୍ତି ।

ରାଜନୀତିର ଏହି ବୟାନବାଜି ଭିତରେ ଦେଖିବାର କଥା ଛତିଶଗଡ଼ ବିଜୟର ପ୍ରଭାବ ଓଡ଼ିଶାରେ ପଡୁଛି ନା’ ନାହିଁ? ବିଜେପି ନେତାଙ୍କ ଦାବିରେ କେତେ ରହୁଛି ଦମ୍ ?

The post ପଶ୍ଚିମରୁ ଅଭିଯାନ ଆରମ୍ଭ କରିବ ବିଜେପି ! ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ ?‘ପଶ୍ଚିମ’ ଦୁର୍ଗରୁ ବିଜେପିର ଓଡ଼ିଶା ଦଖଲ ଲକ୍ଷ୍ୟ ! first appeared on Kanak News.

from Kanak News
via <a href="https://ifttt.com/?

ବୁଲାକୁକୁର କାମୁଡ଼ିଲେ ଦାୟୀ ରହିବ ପୌର ପ୍ରଶାସନ । ୮ ବର୍ଷ ତଳର ମାମଲାରେ ଦୃଷ୍ଟାନ୍ତମୂଳକ ରାୟ ଦେଲେ ହାଇକୋର୍ଟ

କନକ ବ୍ୟୁରୋ : କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବ ପୁରୀ ପୌରପରିଷଦ । ୨୦୧୬ରେ ପୁରୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶିଶୁର ପରିବାରକୁ କ୍ଷତିପୁରଣ ପାଇଁ ପୁରୀ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ କୁମ୍ଭାରରଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟି ବୁଲା କୁକୁର ତାକୁ ଝୁଣି ପକାଇଥିଲେ । ଶିଶୁଟିକୁ ଘୋଷାଡି ଘୋଷାଡି ଏକ ବୁଦା ମୂଳକୁ ନେଇ ଯାଇଥିଲେ । ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଏନେଇ ସେତେବେଳେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମାଲାରେ ପୁରୀ ପୌରପରିଷଦ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି, ସେନେଇ ସତ୍ୟପାଠରେ ଦର୍ଶାଯାଇଥିଲା । ଏହାସହ ବୁଲା କୁକୁର କାମୁଡାରେ କାହାରି ମୃତ୍ୟୁ ହେଲେ କ୍ଷତିପୁରଣ ଦେବା ପାଇଁ ମ୍ୟୁନିସିପାଲଟି ଆକ୍ଟରେ କୌଣସି ବ୍ୟବସ୍ଥା ନଥିବା ସତ୍ୟପାଠରେ ଦର୍ଶାଇଥିଲା ପୁରୀ ପୌରପରିଷଦ । ଏହି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପୌର ପରିଷଦକୁ ନିର୍ଦେଶ ଦେଇଛନ୍ତି । ବିଭୁତି ମହାନ୍ତି ନାମକ ବ୍ୟକ୍ତି ଆବେଦନ କରିଥିବା ବେଳେ ଆଇନ୍ଜୀବୀ ରାଜକିଶୋର ସ୍ୱାଇଁ ଏହି ମାମଲାର ପରିଚାଳନା କରୁଥିଲେ ।

The post ବୁଲାକୁକୁର କାମୁଡ଼ିଲେ ଦାୟୀ ରହିବ ପୌର ପ୍ରଶାସନ । ୮ ବର୍ଷ ତଳର ମାମଲାରେ ଦୃଷ୍ଟାନ୍ତମୂଳକ ରାୟ ଦେଲେ ହାଇକୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

ନିଶାମୁକ୍ତ ଭାରତ ଅଭିଯାନ ବୈଠକରେ ଚାଂଚଲ୍ୟକର ସୂଚନା ଦେଲେ ପୁଲିସ କମିଶନର । ଅନଲାଇନ୍ ଫୁଡ୍ ଡେଲିଭରୀ ସ୍ୱିଗିରେ ଆସୁଛି ଡ୍ରଗ୍ସ

କନକ ବ୍ୟୁରୋ : ଖାଦ୍ୟ ଡେଲିଭରି ଦେଉଥିବା ସ୍ୱିଗି ଭଳି ଅନେକ ସଂସ୍ଥା ରହିଛି । କିନ୍ତୁ ଏହା ଜରିଆରେ ଯେ ଡ୍ରଗ୍ସ କାରବାର ହେଉଥିବ, ଏକଥା ବିଶ୍ୱାସ କରିବା କଷ୍ଟ । ହେଲେ ଏହା ସତ । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଡ୍ରଗ୍ସ ପେଡଲର । ଖାଦ୍ୟ ଡେଲିଭରି ସଂସ୍ଥା ଜରିଆରେ ଏବେ ନିଷିଦ୍ଧ ନିଶାର କାରବାର ଚାଲିଛି । ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି

ଖାଦ୍ୟ ଡେଲିଭରି ଦେଉଥିବା ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରୁଛନ୍ତି ଯୁବପିଢ଼ି
ସହଜ ଓ ବିନା ସମସ୍ୟାରେ ମିଳିଯାଉଛି ଡ୍ରଗ୍ସ
କାରଣ ପ୍ୟାକେଟରେ କ’ଣ ଅଛି, ପଚାରିବାର ଅଧିକାର ସ୍ୱିଗି ଭଳି ସଂସ୍ଥାର ନାହିଁ
ସହରଠାରୁ ଆରମ୍ଭ କରି ଉପାନ୍ତ ଅଂଚଳରେ ବି ଅନଲାଇନରେ ମିଳିଯାଉଛି ଡ୍ରଗ୍ସ
ବାଇଟ୍ : ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିସନର

ନଜର ପକାନ୍ତୁ, ଗତ ୪ ବର୍ଷରେ ଓଡ଼ିଶାରେ କେତେ ପରିମାଣର ଗଂଜେଇ ଓ ବ୍ରାଉନସୁଗାର ଜବତ ହୋଇଛି । ୨୦୨୦ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୬ ହଜାର ୫୪୨ କୁଇଂଟାଲ୍ ଗଂଜେଇ ଜବତ ହୋଇଛି । ଆଉ ଏହି ସମୟ ମଧ୍ୟରେ ୧୯୭ କିଲୋ ବ୍ରାଇନସୁଗାର ଜବତ ହୋଇଛି । ଚଳିତ ବର୍ଷ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ୧୯୪୭ କୁଇଂଟାଲ ଗଂଜେଇ ଜବତ କରାଯାଇଛି । ବ୍ରାଉନସୁଗାର କାରବାର ମଧ୍ୟ ବଢି ବଢ଼ି ଚାଲିଛି ।

ଡ୍ରଗ୍ସ କବଳରେ ଓଡ଼ିଶା
ବର୍ଷ ଗଂଜେଇ ବ୍ରାଉନସୁଗାର
୨୦୨୦ ୧୩୭୪ କ୍ୱିଣ୍ଟାଲ ୩୪.୦୩୨ କେଜି
୨୦୨୧ ୧୬୭୫ କ୍ୱିଣ୍ଟାଲ ୫୦ କେଜି
୨୦୨୨ ୧୫୪୬ କ୍ୱିଣ୍ଟାଲ ୭୬ କେଜି
୨୦୨୩ ୧୯୪୭ କ୍ୱିଣ୍ଟାଲ ୩୭ କେଜି

ପୁଲିସ, ଏସଟିଏଫ୍ ଓ ଅବକାରୀ ବିଭାଗ ବିଭିନ୍ନ ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ଡ୍ରଗ୍ସ ଜବତ କରୁଛନ୍ତି, ଅନେକ ଡ୍ରଗ୍ସ ପେଡଲର ମଧ୍ୟ ଗିରଫ ହୋଇଛନ୍ତି । ଫଳରେ ନୂଆ ନୂଆ ଉପାୟ ଆପଣାଉଛନ୍ତି ନିଶା ବ୍ୟବସାୟୀ । ସ୍ୱିଗି ଭଳି ଖାଦ୍ୟ ଡେଲିଭରି ସଂସ୍ଥା ଜରିଆରେ ଅବାଧରେ ଡ୍ରଗ୍ସ କାରବାର କରିବାରେ ସକ୍ଷମ ହେଉଛନ୍ତି । ନିଶାମୁକ୍ତ ଭାରତ ଅଭିଯାନ ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନିଆଯାଇଛି ।
ନିଶା କାରବାର ରୋକିବା ପାଇଁ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବ

ଏନଜିଓ ସହାୟତାରେ ସଚେତନତା ବୃଦ୍ଧି କରାଯିବ
ଫୋକସରେ ରହିଛି ଇଂଜିନିୟରିଂ କଲେଜ କ୍ୟାମ୍ପସ
ନିଶା ଉତ୍ପାଦନ ଓ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଆପଣାଯିବ ନୂଆ ରଣନୀତି

The post ନିଶାମୁକ୍ତ ଭାରତ ଅଭିଯାନ ବୈଠକରେ ଚାଂଚଲ୍ୟକର ସୂଚନା ଦେଲେ ପୁଲିସ କମିଶନର । ଅନଲାଇନ୍ ଫୁଡ୍ ଡେଲିଭରୀ ସ୍ୱିଗିରେ ଆସୁଛି ଡ୍ରଗ୍ସ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started