ଆଇନ ପଢ଼ିଲେ ମିଳିଲାନି ଲାଇସେନ୍ସ । ୟୁନିଭରସିଟି ଲ’ କଲେଜର ପଢ଼ି ହଟହଟା ହେଲେ ବିହାର ଛାତ୍ର

କନକ ବ୍ୟୁରୋ : ରାଜ୍ୟର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ୟୁନିଭରସିଟି ଲ’ କଲେଜ । ଏହି ଅନୁଷ୍ଠାନର ସାର୍ଟିଫିକେଟ ଯେ କାମରେ ଲାଗିବ ନାହିଁ, ଏକଥା ହୁଏତ କେହି ବିଶ୍ୱାସ କରିପାରିବେନି । କିନ୍ତୁ ଏପରି ଘଟିଛି ବିହାରର ଛାତ୍ର ଆୟୁଷ କାର୍ତିକେୟଙ୍କ କ୍ଷେତ୍ରରେ । ଉକ୍ରଳ ବିଶ୍ୱବିଦ୍ୟାଳୟ କୂଳସଚିବ ଏବଂ ୟୁନିଭରସିଟି ଲ’ କଲେଜର ଅଧ୍ୟକ୍ଷଙ୍କୁ, ଆୟୁଷ ଦେଇଥିବା ଏହି ଇମେଲ ଉପରେ ।
ୟୁନିଭରସିଟି ଲ’ କଲେଜରେ ପାଠ ପଡିଥିଲେ ଆୟୁଷ
ବିହାର ବାର କାଉନସିଲରେ ଓକିଲାତି ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ
ବିସିଆଇ ବା ବାର କାଉନସିଲ୍ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ମିଳିନଥିଲା ଲାଇସେନ୍ସ
ୟୁନିଭରସିଟି ଲ’ କଲେଜର ବିସିଆଇ ଅନୁମୋଦନ ୨୦୧୮ରୁ ଶେଷ ହୋଇଯାଇଛି

ସବୁଠାରୁ ବଡ କଥା ଅନୁମୋଦନ ଶେଷ ହେଲେ ବି କଲେଜରେ ଚାଲିଛି ପାଠପଢା ଏବଂ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସାର୍ଟିଫିକେଟ । ଫଳରେ ଆୟୁଷ ଭଳି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ।

ଏବେ ନଜର ପକାନ୍ତୁ, ୨୦୧୭ରେ ବିସିଆଇ ପକ୍ଷରୁ ୟୁନିଭରସିଟି ଲ’ କଲେଜକୁ ଦେଇଥିବା କାରଣ ଦର୍ଶାଅ ନୋଟିସ ଉପରେ । ଏଥିରେ ଦର୍ଶାଯାଇଛି କଲେଜର ଭିତ୍ତିଭୂମି ଦୁର୍ବଳ ଏବଂ ଅଧ୍ୟାପକଙ୍କ ଅଭାବ ରହିଛି । କାହିଁକି ବିସିଆଇ ଅନୁମୋଦନ କରିବ ବୋଲି କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା ବିସିଆଇ ।

ହେଲେ ଏହାକୁ ଗୁରୁତ୍ୱ ଦେଇନଥିଲେ ୟୁନିଭରସିଟି ଲ’ କଲେଜ କର୍ତୃପକ୍ଷ । ଫଳରେ ସମସ୍ୟାରେ ପଡିଛନ୍ତି ଛାତ୍ରଛାତ୍ରୀ ।

ତେବେ କଲେଜ ଅଧ୍ୟକ୍ଷ କହିଛନ୍ତି, ସେତେବେଳେ କଲେଜର ଭିତ୍ତିଭୂମି ଭଲ ନଥିଲା, ଏବେ ପୂର୍ଣ୍ଣାଙ୍ଗ ବିକାଶ ହୋଇଛି । ୨୦୨୩-୨୪ ପର୍ଯ୍ୟନ୍ତ ବିସିଆଇର ଅନୁମୋଦନ ଲାଗି ପୂର୍ବରୁ ନିର୍ଦ୍ଧାରିତ ଦେୟ ଦିଆଯାଇଛି । ୬ମାସ ମଧ୍ୟରେ କଲେଜ ବିସିଆଇର ଅନୁମୋଦନ ପାଇଯିବ ବୋଲି ଦୃଢୋକ୍ତି କରି କହିଛନ୍ତି ଅଧ୍ୟକ୍ଷ ।

The post ଆଇନ ପଢ଼ିଲେ ମିଳିଲାନି ଲାଇସେନ୍ସ । ୟୁନିଭରସିଟି ଲ’ କଲେଜର ପଢ଼ି ହଟହଟା ହେଲେ ବିହାର ଛାତ୍ର first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । ଝାରଖଣ୍ଡ ଲୋହରଦଗା ସ୍ଥିତ ବାସଭବନରେ ଖୋଳତାଡ

କନକ ବ୍ୟୁରୋ : ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜୁଛି ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଘରେ ପହଂଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ବଡ଼ କଥା ହେଉଛି ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିିଲାନ୍ସ ସିଷ୍ଟମ । କୁହାଯାଉଛି, ଏହି ଯନ୍ତ୍ର ମାଟି ତଳେ ଥିବା ସୁନାକୁ ଠାବ କରିପାରିବ । ଏପରିକି ଚଢ଼ାଉ ସମୟରେ ତିନୋଟି ସୁନା ଅଳଙ୍କାର ଭର୍ତି ବ୍ୟାଗ ମିଳିଥିବା ସୂଚନା ମିଳିଛି ।

ଧୀରଜଙ୍କ ବାସଭବନରେ ପୂର୍ବରୁ ରେଡ୍ ହୋଇଥିଲେ ବି ସେ ମାଟିତଳେ ସୁନା, ରୂପା ଭଳି ମୂଲ୍ୟବାନ ଧାତୁର ସାମଗ୍ରୀ ଲୁଚାଇ ରଖିଥିବା ସୂଚନା ପାଇବା ପରେ, ପୁଣି ଥରେ ଚଢ଼ାଉ କରୁଛି ଆୟକର ବିଭାଗ । ଚଢ଼ାଉ ପରେ ଧୀରଜ ଆଉ କେତେ ସମ୍ପତି ଲୁଚାଇ ରଖିଛନ୍ତି ତାହା ଜାଣିବାକୁ ଲୋକଙ୍କ ଭିତରେ ଉକ୍ରଣ୍ଠା ସୃଷ୍ଟି ହୋଇଛି ।

ଗୋଟିଏ ପଟେ ଆୟକର ବିଭାଗ ଧୀରଜଙ୍କ ଠିକଣାରେ ଚଢ଼ାଉ କରୁଥିବାବେଳେ, ଏପଟେ ଓଡିଶାରେ ଇଡି ଅଧିକାରୀ ଆୟକର ବିଭାଗର ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଆଉ ଚଢ଼ାଉ ସମୟରେ ସେମାନଙ୍କୁ ମିଳିଥିବା ତଥ୍ୟ ଦେବାକୁ କହିଛନ୍ତି । ହେଲେ, ଚଢ଼ାଉ ସରିନଥିବାରୁ ତଥ୍ୟ ଦେବାକୁ କିଛି ସମୟ ମାଗିଛି ଆୟକର ବିଭାଗ । ତେଣୁ ଆୟକର ବିଭାଗର ଚଢ଼ାଉ ସରିଲେ ଖୁବ୍ ଶୀଘ୍ର ଇଡିକୁ ତଥ୍ୟ ହସ୍ତାନ୍ତରିତ କରିବ ବୋଲି କୁହାଯାଉଛି । ଆଉ ତଥ୍ୟ ପାଇବା ପରେ ଇଡି ଏହି କୋଟି କୋଟି ଟଙ୍କାର ରହସ୍ୟ ଖୋଜିବ । ଏତେ ଟଙ୍କା କେଉଁଠୁ ଆସିଲା? କାହିଁକି ଗୋଟିଏ ଜାଗାରେ ଏତେ ଟଙ୍କା ଗଛିତ କରି ରଖାଯାଇଥିଲା? ଏହା କେବଳ ମଦ ବ୍ୟବସାୟର ଟଙ୍କା ନା ଆଉ କୌଣସି ଉତ୍ସରୁ ଆସିଥିବା ଟଙ୍କା? ତାର ଖୋଳତାଡ କରିବେ ଇଡି ଅଧିକାରୀ ।

ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଯାହାକୁ ଏସବୁ ସମ୍ପତିର ମାଲିକ ବୋଲି କୁହାଯାଉଛି, ସେହି ବ୍ୟକ୍ତି ଧୀରଜ ସାହୁ ଏପର୍ଯ୍ୟନ୍ତ ସାମନାକୁ ଆସିନାହାନ୍ତି । କିମ୍ବା କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଉ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ଧୀରଜ ସାହୁ?

The post ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । ଝାରଖଣ୍ଡ ଲୋହରଦଗା ସ୍ଥିତ ବାସଭବନରେ ଖୋଳତାଡ first appeared on Kanak News.

from Kanak News
via <a href="https://ifttt.com/?

ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର । ଖୋଳତାଡ଼ ଆରମ୍ଭ କଲା ସମ୍ବଲପୁର ପୋଲିସ

କନକ ବ୍ୟୁରୋ : ୭ ଘଂଟାର ଅପରେସନ ପରେ ସମ୍ବଲପୁରର ରେଙ୍ଗାଳି ଲାରିପାଲି ଗାଁର ବୋରୱେଲ ଭିତରେ ପଡିଯାଇଥିବା ନବଜାତକକୁ ଉଦ୍ଧାର କରାଯାଇଥିଲା । ଦୁନିଆ ଦେଖିନଥିବା ଶିଶୁ କନ୍ୟାକୁ କିଏ ଓ କାହିଁକି ବୋରୱେଲ ଭିତରକୁ ଫିଙ୍ଗିଲା? କେଉଁ ପରିସ୍ଥିତିରେ ଏଭଳି ନୃଶଂସ କାଣ୍ଡ କଲା? ଏହାର ତଦନ୍ତପାଇଁ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । । ସଙ୍ଗୀର ଦଫା ଲଗାଇ ଛାନଭିନ ଆରମ୍ଭ କରିଛି । ପୁଲିସ ଟିମ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିିଛନ୍ତି । ଭିମସାରରେ ଉଦ୍ଧାର ଶିଶୁର ଚିକିତ୍ସା ଚାଲିଛି । ଶିଶୁଟି ଅପରିପକ୍ୱ ଶିଶୁ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି । ଶିଶୁଟିକୁ ସେଫ୍ଟିସିମିଆ ହୋଇଛି ଓ ଅମ୍ଲଜାନ ବି ଦିଆଯାଉଛି ।

ମଙ୍ଗଳବାର ସନ୍ଧ୍ୟାର ଅପରେସନ ବେଶ କଷ୍ଟସାଧ୍ୟ ଥିଲା । ସମସ୍ତଙ୍କ ଉଦ୍ୟମରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଭୁବନେଶ୍ୱରରୁ ଅଣାଯାଇଥିଲା ସ୍ପୋଶାଲ ଭିକ୍ଟମ ଲୋକେସନ କ୍ୟାମେରା । ଏହି ଅପରେସନ ପାଇଁ ଅଗ୍ନିଶମ ଡିଜି ଖୁସି ପ୍ରକାଶ କରିଛନ୍ତି । ପ୍ରତି ଫାୟାର ଷ୍ଟେସନ ରେଂଜରେ ଏଭଳି କ୍ୟାମେରା ରଖିବାକୁ ଉଦ୍ୟମ କରାଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି ।

ଶିଶୁକନ୍ୟାଟି ଯେଉଁ ବୋରୱେଲରେ ପିଙ୍ଗାଯାଇଥିଲା, ତାହା ଜନବସତିଠାରୁ ଦୂରରେ ଥିଲା । ପାଣି ନ ଆସିବାରୁ ଅଧାରେ ବନ୍ଦ କରିଦିଆଯାଇଥିଲା । ଆଉ ମୁକୁଳା ବି ପଡିଥିଲା । ତେଣୁ ଜାଣିଶୁଣି ଶିଶୁକନ୍ୟାକୁ କେହି ବୋରୱେଲରେ ଫିଙ୍ଗିିଥିବା ସନ୍ଦେହ କରାଯାଉଛି ।

The post ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର । ଖୋଳତାଡ଼ ଆରମ୍ଭ କଲା ସମ୍ବଲପୁର ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଗଲା ସୂଚନା, ମାର୍ଚ୍ଚ ୧୫ରୁ ଖାତା ଦେଖା

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଘୋଷଣା ହୋଇଛି ପରୀକ୍ଷାସୂଚୀ । ବୁଧବାରଦିନ ମାଧ୍ୟମିକ ଶିକ୍ଷା ପରିଷଦ ତାରିଖ ଘୋଷଣା କରିବା ସହ କେଉଁ ଦିନ କଣ ବିଷୟ ଅଛି ତାହା ବି ଘୋଷଣା କରିଛି । ପ୍ରଥମେ ମାତୃଭାଷାରେ ପରୀକ୍ଷା ଦେବେ ପିଲା ।

-ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ଯାଏଁ ହେବ ପରୀକ୍ଷା
-୨୯୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ
-୨୦ରେ ଓଡିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ ପରୀକ୍ଷା
-୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ ଓ ୪ ତାରିଖରେ ସାମାଜିକ ବିଜ୍ଞାନ
-ଗୋଟିଏ ସିଟିଂରେ ସମସ୍ତ ପରୀକ୍ଷା ହେବ
-ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ
-ମାର୍ଚ୍ଚ ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହେବ

ମାଟ୍ରିକ ପରୀକ୍ଷା ସମୟରେ ସବୁବେଳେ ପ୍ରଶ୍ନପତ୍ର ଭାଇରାଲ ବୋର୍ଡ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥାଏ । ଏଥର ଏଆଇ ଟେକ୍ନୋଲୋଜି ସହାୟତାରେ ସବୁ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯିବ ।

-ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ଦ୍ୱାରା ଲାଇଭ ଫୁଟେଜ ବୋର୍ଡ ଅଫିସରୁ ଅନୁଧ୍ୟାନ କରାଯିବ
-କେନ୍ଦ୍ରରେ କିଛି ଘଟିଲେ ବୋର୍ଡ କର୍ତ୍ତୃପକ୍ଷ ସାଙ୍ଗେ ସାଙ୍ଗେ ପଦକ୍ଷେପ ନେଇପାରିବେ
– ପ୍ରଥମ ଥର ପାଇଁ ନବମ ଶ୍ରେଣୀ ପ୍ରଶ୍ନପତ୍ରକୁ ବୋର୍ଡ ଛପାଇବ ନାହିଁ
– ପରୀକ୍ଷାର ଦୁଇ ଘଂଟା ପୂର୍ବରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ପ୍ରଶ୍ନପତ୍ର
-ପ୍ରଶ୍ନପତ୍ରକୁ ପରୀକ୍ଷା ପରିଚାଳକ ଡାଉନଲୋଡ କରିବେ
ଏହାଦ୍ୱାରା ପ୍ରଶ୍ନପତ୍ର ଲିକକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି ।

ମାଟ୍ରିକ ପରୀକ୍ଷାର୍ଥୀଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନମୁନା ବା ସାମ୍ପୁଲ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା । ୭ଟି ବିଷୟରେ ଗୋଟିଏ ଲେଖାଁଏ ସେଟ୍ ତିଆରି ହୋଇଥିଲା । ଏହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଂଟାଯାଇଥିଲା । ଏବେ ବାର୍ଷିକ ପରୀକ୍ଷାରେ ସାମ୍ପୁଲ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ସହାୟକ ହେବ ବୋଲି ଆଶା କରାଯାଉଛି ।

The post ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଗଲା ସୂଚନା, ମାର୍ଚ୍ଚ ୧୫ରୁ ଖାତା ଦେଖା first appeared on Kanak News.

from Kanak News
via <a href="https://ifttt.com/?

ଧରାପଡିଲା ନୂଆ ସଂସଦର ଢିଲା ସୁରକ୍ଷା । ଦର୍ଶକ ଗ୍ୟାଲେରୀ ଦେଇ ପଶିଲେ ୨ ଯୁବକ, ଛାଡିଲେ ୟୋଲୋ ଧୁଆଁ

କନକ ବ୍ୟୁରୋ : ସଂସଦର ନିମ୍ନ ସଦନ ଲୋକସଭାରୁ ଆସିଥିବା କିଛି ଚିତ୍ର ଗଣତନ୍ତ୍ରର ମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । କାରଣ ଲୋକସଭାର ଗୃହକାର୍ଯ୍ୟ ଚାଲିଥିବା ବେଳେ ଅଚାନକ କୋଳାହଳ ଶୁଣାଗଲା । ବାଚସ୍ପତି ଆସନରେ ବସିଥାନ୍ତି ରାଜେନ୍ଦ୍ର ଅଗ୍ରୱାଲ । ଦିନ ପ୍ରାୟ ଗୋଟାଏ , ଶୂନ୍ୟକାଳରେ ଉତ୍ତର ରଖୁଥିଲେ ଗୃହର ସଦସ୍ୟ ।

ଅଚାନକ ସଂସଦର ଦର୍ଶକ ଗ୍ୟାଲେରୀରୁ ଡେଇଁ ପଡିଥିଲେ ୨ ଜଣ ଯୁବକ । ଏଭଳି ଅସ୍ୱଭାବିକ କାଣ୍ଡକୁ ଦେଖି ହତବାକ୍ ହୋଇଯାଇଥିଲେ ଗୃହର ସଦସ୍ୟ । ଆଉ ଗୋଟିଏ ପରେ ଗୋଟିଏ ଚୌକି ଡେଇଁ ଯୁବକମାନେ ଆଗକୁ ବଢିଥିଲେ । ସାଙ୍ଗରେ ଆଣିଥିବା ରଙ୍ଗୀନ ଗ୍ୟାସ ବି ସ୍ପ୍ରେ କରିଥିଲେ ।

ସଂସଦ ଭିତରେ ପଶି ଉତ୍ପାତ କରିଥିବା ଏହି ଯୁବକଙ୍କୁ ସାହସର ସହ କାବୁ କରି ସୁରକ୍ଷାକର୍ମୀଙ୍କ ଜିମା ଦେଇଥିଲେ ସାଂସଦ । ଲୋକସଭାରୁ କାବୁ ହୋଇଥିବା ୨ ଯୁବକ ସାଗର ଶର୍ମା ଓ ମନୋରଞ୍ଜନ ଡି ବୋଲି ଜଣାପଡିଛି ।
ଏମାନେ ମହିସୁର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାଁରେ ଭିଜିଟର୍ସ ପାସରେ ସଂସଦକୁ ଆସିଥିଲେ । ସେହିପରି ସଂସଦ ବାହାରେ ‘ଭାରତ ମାତା କୀ ଜୟ’ ‘ଜୟ ଶ୍ରୀରାମ’ ନାରାବାଜି କରୁଥିବା ଏମାନଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ବାକୁ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ୪୨ ବର୍ଷୀୟ ମହିଳା ନିଲମ ଓ ଅନ୍ୟଜଣେ ୨୫ ବର୍ଷୀୟ ଅନମୋଲ ସିନ୍ଦେ ବୋଲି ଜଣାପଡିଛି । ପୋଲିସ କାବୁ କଲାବେଳେ ସେମାନେ ମଧ୍ୟ ସମାନଧରଣର ହଳଦିଆ ଗ୍ୟାସ ସ୍ପ୍ରେ କରିଥିଲେ । ସମସ୍ତ ୪ ଜଣଙ୍କୁ ଦିଲ୍ଲୀ ପୋଲିସ ସହ ଗୁଇନ୍ଦା ବିଭାଗ ପଚରାଉଚରା କରିଛି । ଦୀର୍ଘଦିନ ହେଲା ଏମାନଙ୍କ କଥା କେହି ଶୁଣୁନଥିବାରୁ ଏଭଳି କାଣ୍ଡ କରିଥିବା କହିଛନ୍ତି । ପୁରା ଘଟଣାକୁ ନେଇ ଗୃହକୁ ସୂଚନା ଦେଇଛନ୍ତି ବାଚସ୍ପତି ଓମ ବିର୍ଲା । ଯୁବକଙ୍କର କୌଣସି ଆତଙ୍କବାଦୀ ଲିଙ୍କ ନାହିଁ । ସେମାନେ ସାଧାରଣ ଗ୍ୟାସ ବ୍ୟବହାର କରିଥିଲେ ଏବଂ ପୋଲିସ ଅଧିକ ଅନୁସନ୍ଧାନ କରୁଛି ବୋଲି ମଧ୍ୟ ବାଚସ୍ପତି ଗୃହରେ ସ୍ପଷ୍ଟ କରିଛନ୍ତି

ଆଜିକୁ ଠିକ ୨୨ ବର୍ଷ ତଳେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ୨୦୦୧ରେ ଅଫଜଲ ଗୁରୁ ସଂସଦ ଭବନ ଉପରେ ଆକ୍ରଣ କରିଥିବାରୁ, ଆଜିର ଘଟଣାକୁ ଗୁରୁତର ସହ ନେଇଛନ୍ତି ସମସ୍ତ ସାଂସଦ । ଏହାକୁ ସଂସଦର ସୁରକ୍ଷାରେ ବଡଧରଣର ତ୍ରୁଟି ବୋଲି ବିବେଚନା କରାଯାଉଛି ।

ସୁରକ୍ଷାରେ ତ୍ରୁଟିକୁ ଏଥିପାଇଁ ଅଧିକ ଗୁରୁତର ସହ ନିଆଯାଉଛି, କାରଣ କିଛିଦିନ ପୂର୍ବରୁ ଡିସେମ୍ବର ୧୩ ପୂର୍ବରୁ ସଂସଦରେ ଆକ୍ରମଣ କରିବାକୁ ଖୋଲାଖୋଲି ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁ । ସଂସଦ ଆକ୍ରମଣର ବର୍ଷ ପୂର୍ତୀରେ ପନ୍ନୁର ଆକ୍ରମଣ ଧମକ ପରେ, ସଂସଦ ସୁରକ୍ଷାକୁ ଆହୁରି କଡାକଡି କରାଯାଇଥିଲା । ତଥାପି ୨ ଜଣ ଯୁବକ ଅବାଧରେ ପଶି ସଂସଦରେ ହଙ୍ଗାମା କରିବା ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି ।

The post ଧରାପଡିଲା ନୂଆ ସଂସଦର ଢିଲା ସୁରକ୍ଷା । ଦର୍ଶକ ଗ୍ୟାଲେରୀ ଦେଇ ପଶିଲେ ୨ ଯୁବକ, ଛାଡିଲେ ୟୋଲୋ ଧୁଆଁ first appeared on Kanak News.

from Kanak News
via <a href="https://ifttt.com/?

୪ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ । ମାଓବାଦୀ ନାଁରେ ଚିଠି ଓ ଫୋନ୍ କରି ମାଗୁଥିଲେ ୬୦ ଲକ୍ଷ ଟଙ୍କା

କନକ ବ୍ୟୁରୋ : ଦୁଇ ମହିଳା ଶହ ୪ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀ ନାମରେ ଚିଠି ଓ ଫୋନ୍ କରି ୬୦ ଲକ୍ଷ ଟଙ୍କା ମାଗିଥିଲେ । ଖାଲି ସେତିକି ନୁହେଁ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଥାନା ଡିମୁଣ୍ଡିଗାଁରୁ ଆସିଛି ଅଭିଯୋଗ । ଡ଼ିମୁଣ୍ଡିଗାଁର ପରମାନନ୍ଦ ନାୟକଙ୍କ ନିକଟକୁ ମାଓବାଦୀ ନାମ ଉଲ୍ଲେଖ ଥିବା ଏକ ଚିଠି ପଠାଇଥିଲେ ଅଭିଯୁକ୍ତ । ସେଥିରେ ୬୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଥିଲା । ତାପରଦିନ ଜଣେ ମହିଳାଙ୍କ ସମେତ ଦୁଇ ଜଣ ତାଙ୍କ ଘରକୁ ଯାଇ ଟଙ୍କା ଦାବି କରିଥିଲେ । ନଦେଲେହତ୍ୟା ଧମକଦେଇଥିବା ଅଭିଯୋଗ ହୋଇଥିଲା ।

The post ୪ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ । ମାଓବାଦୀ ନାଁରେ ଚିଠି ଓ ଫୋନ୍ କରି ମାଗୁଥିଲେ ୬୦ ଲକ୍ଷ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଦୁଃଖ ଦେଇଗଲା ବାତ୍ୟା ମିଗଜୋମର ବର୍ଷା । କଳାହାଣ୍ଡି ଜୟପାଟଣାରେ ଚାଷ ଜମିରୁ ଛାଡ଼ୁନି ବର୍ଷା ପାଣି

କନକ ବ୍ୟୁରୋ : ବାତ୍ୟା ମିଗଜୋମ ପ୍ରଭାବରେ ୩ ଦିନିଆ ଲଗାଣ ବର୍ଷାରେ ବିଲରେ ଜମିଥିବା ପାଣି ସୁଖୁନି । ଏଭଳି ପରିସ୍ଥିତିକୁ ନେଇ ଏବେ ଚିନ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣାର ଅନେକ ଅଂଚଳରେ ବର୍ଷା କରିଛି କାଳ । ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ବିଲରେ ଏବେ ବି ପାଣି ଜମି ରହିଥିବାରୁ କାଦୁଅର ଟ୍ରାକ୍ଟର ଓ ଧାନକଟା ମେସିନ ପଶିପାରୁ ନାହିଁ । ବର୍ଷା ପାଣିରେ ଧାନ ଗଜା ହେବାକୁ ବସିଲାଣି । ତେଣୁ ଅମଳ କମିଯିବା ସହ ଧାନର ଗୁଣବର୍ତା କମିଯିବା ସହ ଧାନର ଗୁଣବର୍ତା କମିଯିବାରୁ କମ ଦରରେ ମିଲ ମାଲିକମାନେ କିଣି ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଚଳିତ ଖରିଫ ରୁତୁରେ କଳାହାଣ୍ଡି ଜିଲ୍ଲାରେ ୧ ଲକ୍ଷ ୮୨ ହଜାର ୭୭୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୭୦ ପ୍ରତିଶତ ଧାନ କଟା ହୋଇସାରିଥିବା ବେଳେ ଏବେବି ୩୦ ପ୍ରତିଶତ ଧାନ ଓଦା ଜମି ପାଇଁ କଟା ହୋଇନପାରି ବିଲରେ ପଡ଼ି ରହିଛି । ଧୀରେ ଧୀରେ ଧାନର ରଙ୍ଗ ବଦଳିବା ସହ ଗୁଣବର୍ତା କମିବାକୁ ଲାଗିଲାଣି । ସେପଟେ ପୂର୍ବରୁ ଅଭାବି ବର୍ଷା ଓ ରୋଗ ପୋକ ଯୋଗୁଁ ଚାଷୀ ବହୁ କ୍ଷତି ସହି ସାରିଛି ।

The post ଦୁଃଖ ଦେଇଗଲା ବାତ୍ୟା ମିଗଜୋମର ବର୍ଷା । କଳାହାଣ୍ଡି ଜୟପାଟଣାରେ ଚାଷ ଜମିରୁ ଛାଡ଼ୁନି ବର୍ଷା ପାଣି first appeared on Kanak News.

from Kanak News
via <a href="https://ifttt.com/?

ଚାଷୀର ସମସ୍ୟା ବଢ଼ାଉଛି ଜଗତସିଂହପୁର ଜିଳ୍ଲାର ହଂସୁଆ ନଦୀ । ଚାଷ ଉପଯୋଗରେ ଲାଗିପାରୁନି ନଦୀ ପାଣି

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକ ଦେଇ ପ୍ରବାହିତ ହେଉଛି ହଂସୁଆ ନଦୀ । ଅତୀତର ଏହି ଚିରସ୍ରୋତା ହଂସୁଆ ନଦୀ ବର୍ତମାନ ଡ୍ରେନେଜରେ ପରିଣତ ହୋଇ ବ୍ୟବହାର ହେଉଛି । ମାତ୍ର ନିୟମିତ ଭାବେ ନଦୀ ଶର୍ଯ୍ୟାର ଖନନ ନହେବା, ଦଳ ମାଡ଼ିଯିବା କାରଣରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ଚାଷ ଜମିକୁ ମଧ୍ୟ ଆବଶ୍ୟକ ପରିମାଣର ପାଣି ଯାଇପାରୁନାହିଁ । ତେଣୁ ଚାଷୀଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିଛି ।

ଅନ୍ୟପଟେ ହଜାର ହଜାର ହେକ୍ଟର ଚାଷ ଜମି ହଂସୁଆ ନଦୀ ଯୋଗୁଁ ଫସଲ ନଷ୍ଟ ହେଉଥିବା ବେଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜଳ ସମ୍ପଦ ବିଭାଗ ଓ ଡ୍ରେନେଜ ବିଭାଗ ନିକଟରେ ଅଭିଯୋଗ ହୋଇଆସୁଛି । ମାତ୍ର ବିଭାଗ ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳୁଛି । ହେଲେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଯାହାର ପ୍ରତିବାଦରେ ଜିଲ୍ଲା ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ କଂଗ୍ରେସ ନେତା ଓ କର୍ମୀ । ହଂସୁଆ ଶଯ୍ୟା ଖନନ, ଦଳ ସଫେଇ, ବନ୍ଧ ସୁଦୃଢ଼ୀକରଣ, କେନା ମାଧ୍ୟମରେ ଚାଷ ଜଳ ଯୋଗାଣ ଆଦି ୫ ଦଫା ଦାବି ନେଇ କଂଗ୍ରସ ଆନ୍ଦୋଳନକୁ ଓହ୍ଲାଇଛି । ହଂସୁଆ ନଦୀ ଜନିତ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ।

ଦୀର୍ଘ ଦିନ ଧରି ହଂସୁଆ ନଦୀ ଯୋଗୁଁ ବ୍ୟାପକ କ୍ଷତି ସହୁଛନ୍ତି ଜଗତସିଂହପୁର ଜିଲ୍ଲାର ହଜାର ହଜାର ଚାଷୀ । ଖୁବଶୀଘ୍ର ଏହି ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି ।

The post ଚାଷୀର ସମସ୍ୟା ବଢ଼ାଉଛି ଜଗତସିଂହପୁର ଜିଳ୍ଲାର ହଂସୁଆ ନଦୀ । ଚାଷ ଉପଯୋଗରେ ଲାଗିପାରୁନି ନଦୀ ପାଣି first appeared on Kanak News.

from Kanak News
via <a href="https://ifttt.com/?

୩୦ବର୍ଷ ପରେ ଘର ବାହୁଡ଼ା । ଟଙ୍କା ରୋଜଗାର ପାଇଁ ପିଲା, ସ୍ତ୍ରୀଙ୍କ ପର କରି ଛାଡ଼ିଥିଲେ ଘର

କନକ ବ୍ୟୁରୋ : ଗାଁରେ ଖୁସିର ମାହୋଲ । କିଏ ଖୁସିରେ କୋଳେଇ ଧରୁଛି ଅନ୍ୟ କିଏ ଖୁସିରେ ବୃଦ୍ଧାଙ୍କୁ କାନ୍ଧରେ ଟେକି ଧରୁଛି । କାହିଁକି ବା ନହେବ । ୩୦ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି କପିଳ ସାହୁ । ପରିବାର ଖୁସି କହିଲେ ନସରେ । ଦୀର୍ଘ ବର୍ଷ ହେବ ନିଜ ପରିବାରଠୁ ଦୂରରେ ରହିବା ପରେ ଏବେ ନିଜ ଘରକୁ ଫେରିଛନ୍ତି । କପିଳଙ୍କୁ ଦେଖିବାକୁ ଲୋକେ ଘର ଆଗରେ ଗହଳି ଲଗାଇଛନ୍ତି । ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବଡଛାପଲ ପଂଚାୟତ ମାକରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ।

କାମ ପାଇଁ କପିଳ ୧୯୯୨ ମସିହାର କାମ ପାଇଁ ବାହାର ରାଜ୍ୟକୁ ଚାଲିଯାଇଥିଲେ । ଅର୍ଥ ରୋଜଗାର ନିଶାରେ ପରିବାର ଛାଡି ରାଜଗାଙ୍ଗପୁର ଓ ପରେ ଛତିଶଗଡ, ମଧ୍ୟପ୍ରଦେଶ ରାଜ୍ୟରୁ ରାଜ୍ୟ ଘୁରି ବୁଲିଛନ୍ତି । କାମ ପାଇଁ ୩୦ ବର୍ଷରୁ ଅଧିକ ସମୟ ନିଜ ସ୍ତ୍ରୀ ,ପିଲା ଛୁଆ ତଥା ସମ୍ପର୍କୀୟଙ୍କ ଠାରୁ ଦୂରେଇ ରହିଛନ୍ତି । ବାହାର ରାଜ୍ୟରେ କାମ କରି ନିଜ ପେଟ ପୋଷୁଥିଲେ । କିଛି ଟଙ୍କା ସଂଜୟ ପରେ ତାଙ୍କର ପରିବାର କଥା ମନେ ପଡ଼ିବାରୁ ଏବେ ଘରକୁ ଫେରିଆସିଛନ୍ତି । ନିଜ ଗ୍ରାମ କୁ ଫେରିବା ପରେ କପିଳ ଘର କୁ ପହଂଚି ବଡ ପୁଅ ଲକ୍ଷ୍ମଣ ସମ୍ପର୍କରେ ଘରେ ଥିବା ବଡ ବୋହୁ ଙ୍କୁ ପଚାରିଥିଲେ ପୁଅ ବାହାରେ ଚାକିରୀ କରୁଥିବା ଜଣିବା ପରେ ସ୍ତ୍ରୀ ସରସ୍ୱତୀ ସମ୍ପର୍କରେ ପଚାରିଥିଲେ ।ତେବେ ସ୍ତ୍ରୀ ଅଙ୍ଗନୱାଡିରେ କାର୍ଯ୍ୟ କରୁଥିବା ଜାଣିବା ପରେ ସ୍ତ୍ରୀ ଙ୍କ ଆସିବା ବାଟ କୁ ଚାହିଁ ବସିଥିଲେ । ଦୀର୍ଘ ବର୍ଷ ଧରି ବିଚ୍ଚେଦର ଦୁଃଖ ଓ ହଜିଥିବା ସ୍ୱାମୀ କୁ ସମ୍ମୁଖରେ ପାଇବାର ଆନନ୍ଦରେ ସ୍ତ୍ରୀ ସରସ୍ୱତୀଙ୍କ ଆଖିରୁ ଝରି ପଡ଼ିଥିଲା ଲୁହ ।

ଦୀର୍ଘ ୩୦ ବର୍ଷର ବିଚ୍ଚେଦ ପରେ ଘର ବାହୁଡା ରେ ସେଦିନର କୁନି ପିଲା ଆଜି ବିବାହିତ ହୋଇ ନିଜ ବାପା କୁ ପାଇ ଖୁସିରେ ଜାବୁଡି ଧରି ନିଜ ଅତୀତକୁ ମନେ ପକାଉଛି । ସେହିପରି ଘର ବାହୁଡା ଦେଖି କପିଳ ଙ୍କ ପରିବାର ଓ ବନ୍ଧୁ ବାନ୍ଦବ ଓ ଗ୍ରାମବାସୀ ତାଙ୍କୁ ଦେଖା କରିବାକୁ ଘର କୁ ଆସୁଥିବା ଦେଖିବାକୁ ମିଳିଛି ।

The post ୩୦ବର୍ଷ ପରେ ଘର ବାହୁଡ଼ା । ଟଙ୍କା ରୋଜଗାର ପାଇଁ ପିଲା, ସ୍ତ୍ରୀଙ୍କ ପର କରି ଛାଡ଼ିଥିଲେ ଘର first appeared on Kanak News.

from Kanak News
via <a href="https://ifttt.com/?

ଶବ ସତ୍କାରକୁ ନେଇ ବିବାଦ । ଗଞ୍ଜାମରେ ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ପରିବାର ମଧ୍ୟରେ ବିବାଦ

କନକ ବ୍ୟୁରୋ : ଶବ ସତ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ । କିଏ ନେବ ଦାଦନଙ୍କ ମୃତଦେହ । ଜନ୍ମିତ ମା’ ପୁଅ ମୃତଦେହ ମାଗୁଥିବା ବେଳେ ପୁଅ ହୋଇଯାଇଥିବା ମାଉସୀ ମଧ୍ୟ ମୃତଦେହ ନେବାକୁ ଦାବି କରିଛି । ଅନେକ ଟଣା ଓଟରା ପରେ ମାମଲାରେ ହସ୍ତକ୍ଷେପ କରିଛି ପୋଲିସ । ଶେଷରେ ନିରପେକ୍ଷ ସ୍ଥାନରେ ଶବ ସତ୍କାର କରଯାଇଛି । ଗୋଟିଏ ପଟେ ଜନ୍ମକଲା ମା ଓ ନିଜ ଭାଇମାନେ ଅନ୍ୟ ପଟେ ପାଳିତ ମା ଓ ପତ୍ନି ଘରଲୋକ । ଏପରି ଘଟଣା ଦେଖିବାକୁ ମିଳିଛି ଗଂଜାମ ସେରଗଡ ଅଂଚଳରେ ।

ମୃତ ବଳରାମ ଦାସଙ୍କ ମା, ଭାଇମାନେ ସେରଗଡ଼ରେ ରୁହନ୍ତି । କିନ୍ତୁ ୧୫ ବର୍ଷ ତଳେ ବଳରାମ ଧରାକୋଟ ବ୍ଲକ ତାଳପାଟଣା ଗ୍ରାମର ମାଉସି ସୋଲି ନାୟକଙ୍କ ପୁଅ ହୋଇ ଆସିଥିଲେ । ସେବେଠୁ ତଳପାଟଣାରେ ମାଉସୀ ଘରେ ରହିଆସୁଥିଲେ । ସେଠାରେ ତାଙ୍କର ବିବାହ ମଧ୍ୟ ହୋଇଥିଲା । ଏବେ ତଳପାଟଣାରେ ତାଙ୍କ ସ୍ତ୍ରୀ ଓ ୫ ମାସର ପୁଅ ବି ରହୁଛନ୍ତି । କିନ୍ତୁ ବଳାରାମ ଚେନ୍ନାଇରେ ୪ ବର୍ଷ ହେଲା ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ   । ଗତ ରବିବାର ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେ କାର୍ଯ୍ୟ କରୁଥିବା ସଂସ୍ଥା ତାଙ୍କର ମୃତଦେହକୁ ବଳରାମଙ୍କ ଆଧାରକାର୍ଡ ଠିକଣା ଅନୁଯାୟୀ ତାଳପାଟଣାକୁ ପଠାଇ ଦେଇôଥଲେ । ଯାହା ପରେ ଦେଖାଦେଇଥିଲା ବିବାଦ ।

ଶେଷରେ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ପକ୍ଷକୁୁ ବୁଝାଇଥିଲେ । ଶେଷରେ ସେରଗଡ଼ ଅବା ତଳପାଟଣା ପରିବର୍ତେ ଆସିକା ରିଷୁକୁଲ୍ୟା ନଦୀର ସଙ୍ଗମ ସ୍ଥଳରେ ଶବଦାହ କରାଯାଇଥିଲା । କିନ୍ତୁ ବଳରାମଙ୍କ ସ୍ତ୍ରୀ ଓ ଛୁଆର କିଏ ଭରଣପୋଷଣ କରିବ ତାକୁ ନେଇ ଚିନ୍ତା ବଢିଛି ।

The post ଶବ ସତ୍କାରକୁ ନେଇ ବିବାଦ । ଗଞ୍ଜାମରେ ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ପରିବାର ମଧ୍ୟରେ ବିବାଦ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started