ସାଂସଦ ଦାନୀଶ ଅଲ୍ଲୀଙ୍କ ଗମ୍ଭୀର ଅଭିଯୋଗ । ସଂସଦରେ ଅନୁପ୍ରବେଶ କରିଥିବା ସାଗରକୁ ବିଜେପି ସାଂସଦ ଦେଇଥିଲେ ପାସ୍

କନକ ବ୍ୟୁରୋ : ସଂସଦରେ ଘଟିଥିବା ଆଜିର ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଗଣତନ୍ତ୍ରର ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କେତେ କଡାକଡି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦର୍ଶକ ଗ୍ୟାଲେରୀରୁ ୨ ଜଣ ଅଜଣା ବ୍ୟକ୍ତି କିଭଳି ଭାବେ ଡିଆଁମାରି ସଂସଦ ଭିତରେ ପ୍ରବେଶ କଲେ ତାହାକୁ ନେଇ ଏବେ ବି ସନ୍ଦେହ ରହିଛି । ଏହି ଦୁଇଜଣ ଅଜଣା ବ୍ୟକ୍ତି ସଂସଦ ଭିତରେ ପ୍ରବେଶ କରିବା ପରେ ସ୍ପ୍ରେ ଜରିଆରେ ଧୂଆଁ ଛାଡିଥିଲେ ଓ ଅନ୍ୟ ଦୁଇଜଣ ଲୋକ ତାନାଶାହୀ ଚାଲିବ ନାହିଁ, ଭାରତ ମାତା କି ଜୟ, ଭାରତ ମାତା କି ଜୟ ନାରା ଲଗାଉଥିଲେ । ଏହି ଘଟଣା କ୍ରମରେ ସଂସଦରେ ଉପସ୍ଥିତ ଥିବା ସାଂସଦ ଦାନୀଶ ଅଲ୍ଲୀ ସଂସଦରେ ଅନୁପ୍ରବେଶ ସାଗରକୁ ନେଇ ଏକ ବଡ ଦାବି କରିଛନ୍ତି ।

ଦାନୀଶ ଅଲ୍ଲୀ ସୋସିଆଲ ମିଡିଆ ଏକ୍ସ (ଟ୍ୱିଟର) ରେ ଲେଖିଛନ୍ତି ଯେ, ’୨୧ ବର୍ଷ ପୂର୍ବେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଆଜି ବି ମନରୁ ଲିଭିନି । ହେଲେ ଆଜି ଯେଭଳି ଭାବେ ଦୁଇଜଣ ଯୁବକ ଗ୍ୟାଲେରୀରୁ ସିଧା ସଳଖ ସଂସଦ ଭିତରକୁ ପ୍ରବେଶ କଲେ ସେଥିରୁ ୫୬ ଇଞ୍ଚ କବଚରେ କେତେ ଦୁର୍ବଳତା ରହିଛି ତାହା ଉଜାଗର ହୋଇଛି ’ । ଏହାସହ ଯେଉଁ ୨ ଜଣ ଅଜଣା ଯୁବକ ସଂସଦ ଭିତରକୁ ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରୁ ସାଗର ନାମକ ଯୁବକ ବିଜେପିର ଅତିଥି ଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

https://platform.twitter.com/widgets.js

ଦାନୀଶ ଅଲ୍ଲୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଫଟୋ ବି ସେୟାର କରିଛନ୍ତି । ସେ ଦାବି କରିଛନ୍ତି କି ସଂସଦ ଭିତରେ ପ୍ରବେଶ କରିଥିବା ସାଗର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ଅତିଥି ଭାବେ ଆସିଥିଲା । ସୂଚାନା ଥାଉକି, ସଂସଦରେ ପ୍ରବେଶ କରିଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ସାଗର ବୋଲି ଜଣାପଡିଛି ।

The post ସାଂସଦ ଦାନୀଶ ଅଲ୍ଲୀଙ୍କ ଗମ୍ଭୀର ଅଭିଯୋଗ । ସଂସଦରେ ଅନୁପ୍ରବେଶ କରିଥିବା ସାଗରକୁ ବିଜେପି ସାଂସଦ ଦେଇଥିଲେ ପାସ୍ first appeared on Kanak News.

from Kanak News
via <a href="https://ifttt.com/?

ମଝିରେ ମଝିରେ ଶିଶୁ କାନ୍ଦୁଥିଲା ବୋଲି ଆମେ ସକ୍ରିୟ ହୋଇପଡୁଥିଲୁ-ଅଗ୍ନିଶମ ଡିଜି

କନକ ବ୍ୟୁରୋ: ସମ୍ବଲପୁର ବୋରୱେଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣା । ଅପରେସନ୍ ବୋରୱେଲ ନେଇ ବିସ୍ତୃତ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । କହିଲେ, ଉତ୍ତରାଞ୍ଚଳ ଅଗ୍ନିଶମ ରେଞ୍ଜ୍ ଅଫିସର ସଲିଲ ପ୍ରକାଶ କିଣ୍ଡୋ ଏବଂ ସୁଶାନ୍ତ ରାଉଳ ତାଙ୍କ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ୨ଟା ୪୬ ମିନିଟରେ ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ବୋରୱେଲ ଭିତରେ ଶିଶୁ ଥିବା ଜାଣିବା ପରେ ତାକୁ କେମିତି ଅକ୍ସିଜେନ ଦିଆଯିବ ସେଇଟା ଅଗ୍ନିଶମବାହିନୀଙ୍କ ପ୍ରଥମ ଦାୟିତ୍ୱ ଥିଲା । ରେଙ୍ଗାଲୀ ସିଏଚସିର ଫାର୍ମାସିଷ୍ଟଙ୍କୁ ଅନୁରୋଧ କରିଥିଲୁ ଘଟଣାସ୍ଥଳରେ ଆସି ପହଞ୍ଚିବା ପାଇଁ, ଆଉ ପରେ ମେସିନ ମାଟି ଖୋଳିବା ଆଉ ମାଟିକୁ ସେହି ସ୍ଥାନରୁ ସଫା କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଅତି ସାବଧାନତାର ସହ ପାଇପକୁ କାଟିବାକୁ ପଡ଼ିଲା । କାରଣ ଆମର ଟିକିଏ ଭୁଲ ପାଇଁ ପିଲାଟି ଯେମିତି ଖସିନପଡୁ ତା’ ଉପରେ ଗୁରୁତ୍ୱ ଥିଲା । ପିଲାଟି ପାଇପର କେଉଁ ସ୍ଥାନରେ ଅଛି , କେତେ ଦୂରତାରେ ଅଛି ତାହା ଜାଣିବା ପାଇଁ ଆମେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ଲୋଡ଼ିଥିଲୁ । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିଜେ ସମୀକ୍ଷା କରୁଥିବାରୁ ତୁରନ୍ତ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଝାରସୁଗୁଡ଼ା ସେହି କ୍ୟାମେରାକୁ ପଠାଯାଥିଲା । କ୍ୟାମେରା ପହଞ୍ଚିବା ପୂର୍ବରୁ ଆମେ ଖୋଳାଖୋଳି କାମ ସାରିଥିଲୁ । ପରେ ଅତି ସୁକ୍ଷ୍ମତାର ସହ ସମ୍ବେଦନଶୀଳ ଭାବେ ସୁରକ୍ଷିତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରୀ ଟିମକୁ ଦେଇଥିଲୁ ।

ପ୍ରତିଟି ଜୀବନ ମୂଲ୍ୟବାନକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ମୁଖ୍ୟମନ୍ତ୍ରୀ । କୁନି ଶିଶୁର ଜୀବନ ବଞ୍ଚାଇବା ପାଇଁ ଉଡ଼ାଜାହାଜ ପଠାଇବାଠୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ କରିଥିବାରୁ ନିଷ୍ପାପ ଶିଶୁଟି ବଞ୍ଚିଗଲା, ତେଣୁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଗ୍ନିଶମ ଡିଜି । ଏବେ ଶିଶୁଟି ସୁସ୍ଥ ଏବଂ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଅପରେସନର ବିଜେତା ହେଉଛି ଶିଶୁ । ଏହା ଏକ ଦୁର୍ଘଟଣା ନୁହେଁ ଏହା ହେଉଛି ଏକ ଅପରାଧ, ଏହାକୁ କୌଣସି ଅନ୍ୟଘଟଣା ସହ ତୁଳନା କରି କହିବା ଠିକ୍ ହେବନି । ଏହି ଘଟଣା ସ୍ଥାନୀୟ ପୋଲିସ ତଦନ୍ତ କରୁଛି, ୩୦୭ ଦଫା ଲଗାଇ ଏହି ଘଟଣାର ତଦନ୍ତ ପୋଲିସ କରୁଛି, ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

The post ମଝିରେ ମଝିରେ ଶିଶୁ କାନ୍ଦୁଥିଲା ବୋଲି ଆମେ ସକ୍ରିୟ ହୋଇପଡୁଥିଲୁ-ଅଗ୍ନିଶମ ଡିଜି first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ‘ସ୍ମୋକ ଆକ୍ରମଣ’, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଯୁବକ । ପୂରା ଗୃହକୁ କରିଲେ ଧୂଆଁମୟ, ସୋସିଆଲ ମିଡ଼ିଆରେ ପରସ୍ପରକୁ ଚିହ୍ନିଥିଲେ ୪ ଅଭିଯୁକ୍ତ । ଜାଣନ୍ତୁ ୪ ଅଭିଯୁକ୍ତଙ୍କ ନାଁ କଣ?

କନକ ବ୍ୟୁରୋ : ଲୋକସଭା ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଲୋକସଭା ଭିତରକୁ ଧସେଇ ପଶିଲେ ଦୁଇ ଜଣ ଅଜଣା ବ୍ୟକ୍ତି । ଦର୍ଶକ ଗ୍ୟାଲେରୀରୁ ୨ ଅଜଣା ବ୍ୟକ୍ତି ସିଧା ଗୃହ ମଧ୍ୟକୁ ଡେଇଁଥିଲେ । ଏହାସହ ଜୋତାରୁ ସ୍ମୋକ କ୍ୟାଣ୍ଡେଲ ବାହାର କରି ଗୃହକୁ ହଳଦିଆ ଧୂଆଁରେ ଧୂଆଁମୟ କରିଥିଲେ । ସମାନ ସମୟରେ ଗୃହ ବାହାରେ ଜଣେ ଯୁବକ ଓ ଯୁବତୀ ମଧ୍ୟ ସ୍ମୋକ କ୍ୟାଣ୍ଡେଲ ଜଳାଇବା ସହ ନାରାବାଜି କରିଥିଲେ । ଗୃହର ସଦସ୍ୟଙ୍କ ଚେୟାର ଉପରେ ଡେଇଁ ଡେଇଁ ଯାଉଥିବା ବେଳେ ସାଂସଦ ମାନେ ୨ ଯୁବକଙ୍କୁ କାବୁ କରିଥିବା ବେଳେ ଗୃହ ବାହାରେ ପୋଲିସ ଅନ୍ୟ ୨ ଯୁବକ ଓ ଯୁବତୀଙ୍କୁ ଗିରଫ କରିଥିଲା ।

ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛି । ସଂସଦ ଭିତରେ ସାଗର ଓ ମନୋରଞ୍ଜନ ଦର୍ଶକ ଗ୍ୟାଲେରୀରୁ ଗୃହ ମଧ୍ୟକୁ ଡେଇଁଥିବା ବେଳେ ସଂସଦ ବାହାରେ ନିଲମ ଓ ଅମୋଲ ନାରାବାଜି କରୁଥିଲେ । ସବୁଠୁ ବଡ କଥା ହେଲା, ୪ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ । ମିଳିଥିବା ସୂଚନା ମୁତାବକ, ସୋସିଆଲ ମିଡ଼ିଆରୁ ୪ ଅଭିଯୁକ୍ତ ପରସ୍ପରକୁ ଚିହ୍ନିଥିଲେ ଏବଂ ସଂସଦରେ ଏଭଳି କିଛି କରିବାକୁ ପ୍ଲାନ କରିଥିଲେ ।

ଲୋକସଭା ମଧ୍ୟରେ ସ୍ମୋକ ଆକ୍ରମଣ କରିଥିବା ସାଗର ଓ ମନୋରଞ୍ଜନ ମହିଶୂରରୁ ସାଂସଦ ଥିବା ପ୍ରତାପ ସିହ୍ମାଙ୍କ ଅତିଥି ଭାବେ ଦର୍ଶକ ଗ୍ୟାଲେରୀକୁ ଆସିଥିଲେ । ଅପରାହ୍ନ ୧ଟା ସମୟରେ ଉଭୟ ଦର୍ଶକ ଗ୍ୟାଲେରୀରୁ ସିଧା ଗୃହ ମଧ୍ୟକୁ ଡେଇଁଥିଲେ । ତେବେ ଏହି ଘଟଣା ପରେ ସାଂସଦ ମାନେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି କରିଛନ୍ତି । ଏହାସହ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

The post ସଂସଦରେ ‘ସ୍ମୋକ ଆକ୍ରମଣ’, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଯୁବକ । ପୂରା ଗୃହକୁ କରିଲେ ଧୂଆଁମୟ, ସୋସିଆଲ ମିଡ଼ିଆରେ ପରସ୍ପରକୁ ଚିହ୍ନିଥିଲେ ୪ ଅଭିଯୁକ୍ତ । ଜାଣନ୍ତୁ ୪ ଅଭିଯୁକ୍ତଙ୍କ ନାଁ କଣ? first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ହେଲେ ଯୋଗଦେଲେ ନାହିଁ ବରିଷ୍ଠ ନେତ୍ରୀ ଉମା ଭାରତୀ

କନକ ବ୍ୟୁରୋ : ଚଳିତ ବର୍ଷ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଯୋଗ ନଦେବା ଘଟଣାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ବିଜେପିର ଏହି ବରିଷ୍ଠ ନେତ୍ରୀ ଏ ନେଇ ସର୍ବ ସମ୍ମୁଖରେ କାରଣ ଜଣାଇଛନ୍ତି ।

ବୁଧବାର ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ବିଜେପି ବିଧାୟକ ଦଳର ନେତା ଡଃ ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଉପ ମୁଖ୍ୟମନ୍ତ୍ରୀ ଭାବେ ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଲ ଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି । ଏହି ସମାରୋହରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ସାମିଲ ଥିଲେ । ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏଠାରେ ଉପସ୍ଥିତ ଥିଲେ କିନ୍ତୁ ଦେଖିବାକୁ ମଳି ନଥିଲେ ବରିଷ୍ଠ ନେତ୍ରୀ ଉମା ଭାରତୀ ।

ଏନେଇ ଲୋକ ମାନେ ବିଭିନ୍ନ ମତ ଦେଉଥିବା ବେଳେ ଉମା ଭାରତୀ ଏ ନେଇ ନିଜ ଏକ୍ସ ବା ଟ୍ୱିଟର ହ୍ୟାଣ୍ଡେଲରେ କାରଣ ଜଣାଇଛନ୍ତି । କଥା କିଛି ଏପରି କି ଉମା ଭାରତୀଙ୍କୁ ପିଠି ଯନ୍ତ୍ରଣା ହେବା ସହ ସ୍ଲିପ ଡିସ୍କର ସମସ୍ୟା ରହିଛି । ଏହି କାରଣରୁ ଚିକିତ୍ସକ ମାନେ ଅଧିକ ସାବଧାନତା ଅବଲମ୍ବନ କରିବା ସହ ଯଥେଷ୍ଟ ଆରାମ କରିବା ପାଇଁ ଉପଦେଶ ଦେଇଛନ୍ତି । ଏଣୁ କରି ନିମନ୍ତ୍ରଣ ମିଳିବା ସତ୍ୱେ ଉମା ଭାରତୀ ଏହି ସମାରୋହରେ ଯୋଗ ଦେଇ ପାରି ନଥିଲେ ବୋଲି ସେ ଲେଖିଛନ୍ତି । ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ସାମିଲ ହୋଇ ପାରି ନଥିଲେ ମଧ୍ୟ ଉମା ଭାରତୀ ନବ ନିର୍ବାଚିତ ମୁଖ୍ୟ ମନ୍ତ୍ରୀ ତଥା ଉପ ମୁଖ୍ୟ ମନ୍ତ୍ରୀଙ୍କୁ ଶୁଭ କାମନା ଜଣାଇଛନ୍ତି ।

The post ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ହେଲେ ଯୋଗଦେଲେ ନାହିଁ ବରିଷ୍ଠ ନେତ୍ରୀ ଉମା ଭାରତୀ first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । 

କନକ ବ୍ୟୁରୋ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଷ୍ଣୁଦେଓଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ବିଜୟ ଶର୍ମା ଓ ଅରୁଣ ସାଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ  । ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ବରିଷ୍ଠ ନେତା ଅମିତ ଶାହ, ଜେ.ପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇଥିଲେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।

https://platform.twitter.com/widgets.js

The post ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ।  first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତର ଭାରତର ଗୋଟିଏ ରାଜ୍ୟରେ ରହିଛି କଂଗ୍ରେସ ସରକାର, ହେଲେ ସାରା ଦେଶରେ ରହିଛି କଂଗ୍ରେସ ବିଚାରଧାରା : ହିମାଚଳ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଏକ ଜାତୀୟ ଗଣମାଧ୍ୟମର ଆଲୋଚନା ଚକ୍ରରେ ଯୋଗଦେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗୋଟିଏ ବର୍ଷରେ ହିମାଚଳରେ କଂଗ୍ରେସ ସରକାର କଣ କଣ କାର୍ଯ୍ୟ କରିଛି ତାହାର ହିସାବ ଦେଇଛନ୍ତି । ସେ କହିଛନ୍ତି କି, ଯିଏ କ୍ଷମତାରେ ରହିବ ତା ଆଗରେ ଅନେକ ଚ୍ୟାଲେଞ୍ଜ ରହିବ । ହିମାଚଳ ପ୍ରଦେଶର ଆର୍ଥିକ ସ୍ଥିତି ଏବେ ବି ଭଲ ନଥିବା ସୁଖୁ କହିଛନ୍ତି   ।

ସେପଟେ କେନ୍ଦ୍ର କଂଗ୍ରେସକୁ ନେଇ ମଧ୍ୟ ମତ ରଖିଛନ୍ତି ସୁଖବିନ୍ଦର ସିଂ ସୁଖୁ । ସେ କହିଛନ୍ତି କି, ଉତ୍ତର ଭାରତରେ ଗୋଟିଏ ରାଜ୍ୟରେ କଂଗ୍ରେସର ସରକାର ରହିଛି । ହେଲେ ସାରା ଦେଶରେ କଂଗ୍ରେସର ବିଚାର ଧାରା ରହିଛି । ହରିଆଣା ଓ ପଞ୍ଜାବରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ରହିଛି ଓ ଜାମ୍ମୁ କାଶ୍ମୀରରେ ନିର୍ବାଚନ ହେଲେ କଂଗ୍ରେସ ବିଜୟୀ ହେବ ବୋଲି ସେ କହିଛନ୍ତି । ୫ ରାଜ୍ୟ ମଧ୍ୟରୁ ୪ ରାଜ୍ୟରେ କଂଗ୍ରେସର ପରାଜିତକୁ ନେଇ ସେ କହିଛନ୍ତି ଯେ, ଲୋକତାନ୍ତ୍ରିକ ଉପାୟରେ ହେଉଥିବା ନିର୍ବାଚନରେ ବିଜୟ ଓ ପରାଜୟ ରହିଛି । ମାତ୍ର ବୈଚାରିକ ଭାବେ ଯଦି କେହି କହୁଛି କଂଗ୍ରେସ ସମାପ୍ତ ହୋଇଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି ।

ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତି ଓ ପୁରୁଣା ପେନସନ ଲାଗୁ କରିବା ନେଇ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ଏବେ ହିମାଚଳରେ ୧.୩୬ ଲକ୍ଷ କର୍ମଚାରୀ ପୁରୁଣା ପେନସନର ଲାଭ ପାଉଛନ୍ତି । ହିମାଚଳ ପ୍ରଦେଶ ଏଭଳି ଏକ ରାଜ୍ୟ ଯେଉଁଠାରେ ଅବସରପ୍ରାପ୍ତ କର୍ମଚାରୀମାନେ ପୂର୍ବରୁ ୨୭୫୦ ଟଙ୍କା ପେନସନ ପାଉଥିଲେ ସେମାନେ ଏବେ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ୍ ପାଉଛନ୍ତି ।

The post ଉତ୍ତର ଭାରତର ଗୋଟିଏ ରାଜ୍ୟରେ ରହିଛି କଂଗ୍ରେସ ସରକାର, ହେଲେ ସାରା ଦେଶରେ ରହିଛି କଂଗ୍ରେସ ବିଚାରଧାରା : ହିମାଚଳ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ଆୟୁକ୍ତ ବିଲ୍ କୁ ନେଇ ରାଘବ ଚଢାଙ୍କ ବୟାନ୍ । କହିଲେ, ଏହି ବିଲ୍ ପାରିତ ହେଲେ ସମ୍ବିତ ପାତ୍ରଙ୍କୁ ମଧ୍ୟ କରାଯାଇପାରିବ ନିର୍ବାଚନ ଆୟୋଗ ଅଧ୍ୟକ୍ଷ

କନକ ବ୍ୟୁରୋ : ସଂସଦରେ ଶୀତଳକାଳୀନ ଅଧୀବେଶନରେ ଦେଶର କମିଶନର ନିଯୁକ୍ତ କରିବାକୁ ଆଣିଥିବା ବିଲ୍ ଉପରେ ମଙ୍ଗଳବାର ଦିନ (୧୨ ଡିସେମ୍ବର ୨୦୨୩) ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ନକଲି ଦସ୍ତଖତ ମାମଲାରେ ନିଲମ୍ବିତ ହୋଇଥିବା ଏବଂ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ପରେ ପୁଣି ଥରେ ରାଜ୍ୟସଭାକୁ ଫେରିଥିବା ରାଘବ ଚଢା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ ସମ୍ବିତ ପାତ୍ରାଙ୍କ ଉପରେ ବୟାନ ଦେଇଛନ୍ତି ।

ଏହି ବିଲ୍ ବାବଦରେ ରାଘବ ଚଡ୍ଡା କହିଛନ୍ତି ଯେ, ଯଦି ଏହି ବିଲ୍ ପାସ ହୁଏ ତେବେ ସମ୍ବିତ ପାତ୍ରଙ୍କୁ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର କରାଯାଇପାରିବ, ଯେଉଁଥିପାଇଁ ଆୟୋଗର ନିରପେକ୍ଷତା ହଜିଯିବ । ସିଏସିରେ ପ୍ରଧାନ ବିଚାରପତିଙ୍କ ଭୂମିକା ହଟାଇବା ପ୍ରସଙ୍ଗକୁ ରାଘବ ଚଡ୍ଡା ବିରୋଧ କରିଥିଲେ । ଏବଂ ଏସପି ସାଂସଦ ଜୟା ବଚ୍ଚନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କେବଳ ତିନିଜଣ ସଦସ୍ୟଙ୍କୁ ହିଁ ସିଇସିରେ ରଖାଯାଇଛି । ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ଯାହା ଠିକ୍ ନୁହେଁ । ଏଭଳି ପରିସ୍ଥିତିରେ ସରକାର ଯାହାକୁ ଚାହାଁନ୍ତି ତାଙ୍କୁ ମନ୍ତ୍ରୀ କରିପାରିବେ ବୋଲି ରାଘବ ଚଡ୍ଡା କହିଛନ୍ତି ।

ନୂତନ ସିଇସି ବିଲ୍ କଣ କହିଛି?

ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂପର୍କରେ କେନ୍ଦ୍ର ସରକାର ଏକ ସଂଶୋଧନ ବିଲ ଆଣିଛନ୍ତି । ଯାହା ଅନୁସାରେ ବର୍ତ୍ତମାନ ନିର୍ବାଚନ କମିଶନରଙ୍କ ନିଯୁକ୍ତିରେ ତିନି ଜଣଙ୍କର ମୁଖ୍ୟ ଭୂମିକା ରହିବ । ଯାହା ବିରୋଧୀ ଦଳର ନେତା ,ପ୍ରଧାନମନ୍ତ୍ରୀ ଏବଂ ଜଣେ କ୍ୟାବିନେଟ ମନ୍ତ୍ରୀ । ଏହି ବିଲକୁ ସମସ୍ତ ବିରୋଧୀ ଦଳର ନେତା ମାନେ ବିରୋଧ କରୁଛନ୍ତି । ବିରୋଧ କରିବାର କାରଣ ହେଉଛି ଏହା ସିଇସି ନିଯୁକ୍ତିରେ ୨; ୧ ଅନୁପାତ ରହିବ । ଯାହାଫଳରେ ସରକାର ଯାହାଙ୍କୁ ଚାହିଁବେ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଆସନରେ ବସାଇପାରିବେ । ବିରୋଧୀ ଦଳ ଏହା ମଧ୍ୟ କହିଛନ୍ତି ଯେ ଏଭଳି ପରିସ୍ଥିରେ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି ଠିକ ହେବ ନାହିଁ ଏବଂ କ୍ଷମତାରେ ଥିବା ସରକାରଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି କାର୍ଯ୍ୟ କରିବା ତାଙ୍କର ଲାଭହେବ ଓ ବିରୋଧୀ ଦଲମାନେ କ୍ଷତି ସହିବାର ଅଧିକ ସମ୍ଭାବନା ରହିଛି ।

The post ନିର୍ବାଚନ ଆୟୁକ୍ତ ବିଲ୍ କୁ ନେଇ ରାଘବ ଚଢାଙ୍କ ବୟାନ୍ । କହିଲେ, ଏହି ବିଲ୍ ପାରିତ ହେଲେ ସମ୍ବିତ ପାତ୍ରଙ୍କୁ ମଧ୍ୟ କରାଯାଇପାରିବ ନିର୍ବାଚନ ଆୟୋଗ ଅଧ୍ୟକ୍ଷ first appeared on Kanak News.

from Kanak News
via <a href="https://ifttt.com/?

ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ତାରିଖରେ ଅଛି କେଉଁ ପରୀକ୍ଷା? 

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ୨୦ରେ ସାହିତ୍ୟ, ୨୩ରେ ଇଂରାଜୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୨୬ରେ ଗଣିତ, ୨୮ରେ ସଂସ୍କୃତ/ହିନ୍ଦୀ, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନର ହେବ ପରୀକ୍ଷା ।

ଚଳିତବର୍ଷ ମୋଟ୍ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରିକ୍ଷାର୍ଥୀ ଦେବେ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ମୋଟ ୨୯୯୧ଟି ପରୀକ୍ଷା କେନ୍ଦ୍ର ହୋଇଛି । ଗୋଟିଏ ସିଟିଂରେ ହେବ ସମସ୍ତ ପରୀକ୍ଷା । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

The post ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ତାରିଖରେ ଅଛି କେଉଁ ପରୀକ୍ଷା?  first appeared on Kanak News.

from Kanak News
via <a href="https://ifttt.com/?

ପୁରୁଣା ସଂସଦ ଉପରେ ଆଜିର ଦିନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ପୁଣି ସମାନ ଦିନରେ ନୂଆ ସଂସଦ ଭିତରେ ପଶିଲେ ୨ ଅଜଣା ଯୁବକ

କନକ ବ୍ୟୁରୋ : ସାଂସଦରେ ଶୀତକାଳୀନ ଅଧିବେଶନ ଜାରି ରହିଛି । ଏହି କ୍ରମରେ ଲୋକସଭାରେ ବୈଠକ ଚାଲିଥିବା ବେଳେ ହଠାତ ଦୁଇଜଣ ଅଜଣା ଯୁବକ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସେମାନେ ସଂସଦର କଡା ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ସଂସଦ ମଧ୍ୟରେ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଛି । ଅଜଣା ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଗୋଟିଏ ଚେୟାରରୁ ଅନ୍ୟ ଚେୟାରକୁ ଡେଇଁବା ଓ ସ୍ମୋକ କ୍ୟାଣ୍ଡେଲ ଲଗାଇ ସଂସଦ ଭିତରେ ଧୂଆଁ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀ ଓ ସାଂସଦମାନେ ସଂପୃକ୍ତ ଦୁଇ ଯୁବକଙ୍କୁ ଧରିଥିଲେ   । ଏହାପରେ ସଂସଦର ଉଭୟ ସଦନକୁ ସ୍ଥଗିତ ରଖାଯାଇଛି ।

ଏହି ଅଜଣା ଯୁବକ ୨ ଜଣଙ୍କ ମଧ୍ୟରୁ ଜଣଙ୍କର ନାମ ସାଗର ଓ ଦ୍ୱିତୀୟ ଯୁବକଙ୍କ ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଦୁଇ ଯୁବକ ଜୋତା ଭିତରେ ସ୍ମୋକ କ୍ୟାଣ୍ଡେଲ ଲୁଚାଇ ଆଣିଥିଲେ । ଯାହାକୁ ସେମାନେ ସଂସଦ ଭିତରେ ସ୍ପ୍ରେ କରିଥିଲେ । ଏଥିରେ ସଂସଦ ଭିତରେ ବାରୁଦର ଗନ୍ଧ ଖେଳିଯାଇଥିଲା । ସେପଟେ ପୋଲିସର ଆତଙ୍କବାଦୀ ନିରୋଧୀ ସେଲ ଏବେ ଏହି ଦୁଇ ଯୁବକଙ୍କୁ ପଚରା ଉଚରା କରିବାକୁ ପହଂଚିଛି ।

ସେପଟେ ଯେତେବେଳେ ସଂପୃକ୍ତ ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଚେୟାର ରୁ ଚେୟାର ଡିଆଁ ମାରୁଥିଲେ ସେତେବେଳେ ସାଂସଦ ମନୋଜ କୋଟକ ଓ ମଲୁକ ନଗର ସେମାନଙ୍କୁ ଧରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ କାବୁ କରିନେଇଥିଲେ ।

https://platform.twitter.com/widgets.js

କେବଳ ସେତିକି ନୁହେଁ ଏହା ମଧ୍ୟରେ ସଂସଦ ବାହାରେ ଥିବା ପରିବହନ ଭବନରେ ମଧ୍ୟ ଏଭଳି ଏକ ଘଟଣା ହୋଇଛି । ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୪୨ ବର୍ଷିୟା ମହିଳା ନୀଲମ ଓ ୨୫ ବର୍ଷିୟା ଅମୋଲ ସିନ୍ଦେକୁ ପୋଲିସ ହେପାଜତକୁ ନେଇଛି । ଏମାନେ ବି ପରିବହନ ଭବନ ପାଖରେ ନୀଳ ରଙ୍ଗର ସ୍ମୋକ କ୍ୟାଣ୍ଡେଲ ଜଳାଉଥିଲେ ।

The post ପୁରୁଣା ସଂସଦ ଉପରେ ଆଜିର ଦିନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ପୁଣି ସମାନ ଦିନରେ ନୂଆ ସଂସଦ ଭିତରେ ପଶିଲେ ୨ ଅଜଣା ଯୁବକ first appeared on Kanak News.

from Kanak News
via <a href="https://ifttt.com/?

ଶବ ସତ୍କାରକୁ ନେଇ ବିବାଦ । ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ଗାଁ ମଧ୍ୟରେ ବିବାଦ । ଶେଷରେ ନିରପେଷ ସ୍ଥାନରେ ଜଳିଲା ଜୁଇ

କନକ ବ୍ୟୁରୋ: ଟଙ୍କା, ଜମି ଅବା ଧନସମ୍ପତିକୁ ନେଇ ବିବାଦ କଥା ଆମେ ଜାଣିଛେ । କିନ୍ତୁ ଶବକୁ ନେଇ ବିବାଦ କେବେ ଦେଖିନଥିବେ । ଗଞ୍ଜାମରେ ମୃତ ଦାଦନ ଶ୍ରମିକର ଶବକୁ ନେଇ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶବ ସତ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିବା ପରେ ପୁଲିସ ଘଟଣାରେ ହସ୍ତକ୍ଷେପ କରିଛି । ଶେଷରେ ନିରପେକ୍ଷ ସ୍ଥାନରେ ଶବ ସତ୍କାର କରାଯାଇଛି ।

ଗୋଟଏ ପଟେ ଜନ୍ମକଲା ମା ଓ ନିଜ ଭାଇମାନେ ଅନ୍ୟ ପଟେ ପାଳିତ ମା ଓ ପତ୍ନୀ ଘରଲୋକ । ଗଂଜାମ ସେରଗଡ ଅଂଚଳର ବଳରାମ ଦାସ । ସେରଗଡ଼ରେ ତାଙ୍କ ମା, ଭାଇମାନେ ରୁହନ୍ତି । କିନ୍ତୁ ୧୫ ବର୍ଷ ତଳେ ବଳରାମ ଧରାକୋଟ ବ୍ଲକ ତାଳପାଟଣା ଗ୍ରାମର ମାଉସି ସୋଲି ନାୟକଙ୍କ ପୁଅ ହୋଇ ଆସିଥିଲେ । ସେବେଠୁ ତଳପାଟଣାରେ ମାଉସୀ ଘରେ ରହିଆସୁଥିଲେ । ସେଠାରେ ତାଙ୍କର ବିବାହ ମଧ୍ୟ ହୋଇଥିଲା । ଏବେ ତଳପାଟଣାରେ ତାଙ୍କ ସ୍ତ୍ରୀ ଓ ୫ ମାସର ପୁତ୍ର ବି ରହୁଛନ୍ତି । ତେବେ ବଳାରାମ ଚେନ୍ନାଇରେ ୪ ବର୍ଷ ହେଲା ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

ଗତ ରବିବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେ କାର୍ଯ୍ୟ କରୁଥିବା ସଂସ୍ଥା ତାଙ୍କର ମୃତଦେହକୁ ବଳରାମଙ୍କ ଆଧାରକାର୍ଡ ଠିକଣା ଅନୁଯାୟୀ ତାଳପାଟଣାକୁ ପଠାଇ ଦେଇôଥଲେ । ହେଲେ ଶବ ତାଳପାଟଣାରେ ପହଂଚିବା ପହଂଚିବା ବଳରାମଙ୍କ ନିଜ ଭାଇ ମାନେ ଓ ସମ୍ପର୍କୀୟ ମାନେ ପହଂଚିଥିଲେ । ବଳରାମଙ୍କ ଶବକୁ ସେରଗଡକୁ ନେଇ ଅନ୍ତିମ ସଂସ୍କାର କରିବାକୁ ସେମାନେ ଦାବି କରିଥିଲେ । ଯେହେତୁ ସେଠାରେ ତାଙ୍କ ନିଜ ଜନ୍ମକଲା ମା ଅଛି ଓ ଭାଇ ଭାଉଜ ମାନେ ଅଛନ୍ତି ତେଣୁ ତାଙ୍କୁ ସେରଗଡରେ ହିଁ ଦାହ କରାଯିବ । ଏପଟେ ତାଳପାଟଣାରେ ବଳରାମଙ୍କ ପାଳିତ ମା ଘର ଦାବି କରିଥିଲେ ବଳରାମଙ୍କ ସ୍ତ୍ରୀ ଓ ଛୁଆ ଏଠାରେ ଅଛନ୍ତି ତାଙ୍କ ଶବ ତାଳପାଟଣାରେ ହିଁ ସତ୍କାର ହେବ ବୋଲି କଥା ଉଠିଥିଲା ।

ଏହାରି ଭିତରେ ବଳରାମଙ୍କ ଭାଇମାନେ ତାଙ୍କ ଶବକୁ ସେରଗଡ ନେଇ ଚାଲିଯାଇଥିଲେ । ଶେଷରେ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ପକ୍ଷକୁୁ ବୁଝାଇଥିଲେ । ଶେଷରେ ସେରଗଡ଼ ଅବା ତଳପାଟଣା ପରିବର୍ତେ ଆସିକା ଋଷିକୁଲ୍ୟା ନଦୀର ସଙ୍ଗମ ସ୍ଥଳରେ ଶବଦାହ କରାଯାଇଥିଲା । କିନ୍ତୁ ବଳରାମଙ୍କ ସ୍ତ୍ରୀ ଓ ଛୁଆର କିଏ ଭରଣପୋଷଣ କରିବ ତାକୁ ନେଇ ଚିନ୍ତା ବଢିଛି ।

The post ଶବ ସତ୍କାରକୁ ନେଇ ବିବାଦ । ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ଗାଁ ମଧ୍ୟରେ ବିବାଦ । ଶେଷରେ ନିରପେଷ ସ୍ଥାନରେ ଜଳିଲା ଜୁଇ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started